ଶିମଲା: ହିମାଚଳ ପ୍ରଦେଶ ଗସ୍ତରେ ଥିବା ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଅସୁସ୍ଥ ହୋଇପଡିଛନ୍ତି। ନିଃଶ୍ବାସ ନେବାରେ ଅସୁବିଧା ହେବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ଇନ୍ଦିରା ଗାନ୍ଧୀ ମେଡିକାଲ୍ କଲେଜରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଡାକ୍ତରଙ୍କ ଟିମ୍ ଲଗାତାର ତାଙ୍କ ସ୍ବାସ୍ଥ୍ୟର ଦେଖାଶୁଣା କରୁଛନ୍ତି। ମୁଖ୍ୟମନ୍ତ୍ରୀ ଖଟ୍ଟର ଏହା ପୂର୍ବରୁ ଅଗଷ୍ଟ ମାସରେ କରୋନାରେ ସଂକ୍ରମିତ ହୋଇ ସାରିଛନ୍ତି। ୨ସପ୍ତାହ ଯାଏଁ କ୍ବାରେଣ୍ଟାଇନରେ ରହିବା ପରେ ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା।
Author: Samikhsya Bureau
ପାଟନା, ନୀତିଶ କୁମାରଙ୍କ ନେତୃତ୍ୟରେ ଏନଡିଏ ଦଳ ଆଉ କିଛି ଦିନ ପରେ ବିହାର ଶାସନ ଭାର ଗ୍ରହଣ କରିବ। ସେ ନେଇ ତତ୍ପତରତା ପରିବର୍ତ୍ତେ ବର୍ତ୍ତମାନ ବିହାରରେ ନିର୍ବାଚନ ପ୍ରଚାର ମାନସ ମନ୍ଥନ ଜୋରଦାର ଚାଲିଛି। ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ନୀତିଶ କୁମାର କହିଛନ୍ତି ଯେ, ସେ କେବେ କେଉଁଠି ଏହା ମୋର ଶେଷ ନିର୍ବାଚନ ବୋଲି କହି ନାହିଁ। ସେ ଏପରି ମନା କରିବା ପରେ ବିହାର ରାଜନୀତିରେ ବର୍ତ୍ତମାନ ଚର୍ଚ୍ଚା ଯୋର ଧରିଛି। ନୀତିଶ ଆହୁରି କହିଛନ୍ତି ଯେ, ସେ ଏହି ନିର୍ବାଚନ ପରେ ରାଜନୀତିରୁ ଅବସର ନେବେ ବୋଲି କେବେ ଘୋଷଣା କରି ନାହାଁନ୍ତି। ଗଣମାଧ୍ୟମରେ ଯେଉଁ ଖବର ପ୍ରକାଶ ପାଇଛି ତାହାର ଭୁଲ ଅର୍ଥ କରାଯାଇଛି। ନୀତିଶ କହିଛନ୍ତି ଯେ ସେ ନିର୍ବାଚନ ପ୍ରଚାର ଶେଷ ସଭାରେ କହିଥିଲେ ଯେଉଁଠି ଶେଷ ଭଲ ହେବ, ସେଠାରେ ସବୁ ଭଲ ହେବ। ଏହାକୁ ଗଣମାଧ୍ୟମ…
ପାଟନା, ଦୁଇଜଣ କଂଗ୍ରେସ ବିଧାୟକ ଏନଡିଏକୁ ସମର୍ଥନ ନେଇ ଚାଲିଛ ଚର୍ଚ୍ଚା। ଗତକାଲି ରାତିରେ ମହାମେଣ୍ଟର କଂଗ୍ରେସ ଦଳ ବିଧାୟକଙ୍କର ବୈଠକ ହୋଇଥିଲା। ଏହି ବୈଠକରେ ଦୁଇଜଣଙ୍କୁ ଛାଡି ଅନ୍ୟ ସମସ୍ତେ ଯୋଗ ଦେଇଥିଲେ। ହେଲେ ନବ ନିର୍ବାଚିତ ବିଧାୟକ ବୈଠକରେ ଏହି ଦୁଇ ଜଣ ଯୋଗ ନ ଦେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିହାରରେ ଏନଡିଏ ମ୍ୟାଜିକ ନମ୍ବରରୁ ମାତ୍ର 3ଟି ଆସନ ଅଧିକ ଅଛି। ସେଥିପାଇଁ ଏନଡିଏ ତରଫରୁ କଂଗ୍ରେସ ବିଧାୟକଙ୍କ ସହିତ ଯୋଗାଯୋଗ କରାଯାଉଛି ବୋଲି ଚର୍ଚ୍ଚା ଚାଲିଛି। ଯେଉଁ ଦୁଇ ବିଧାୟକ ବୈଠକରେ ଅନୁପସ୍ଥିତ ଥିଲେ ସେମାନେ ହେଲେ ମନୋହାରୀ ବିଧାନସଭାର ବିଧାୟକ ମଣିହରା ପ୍ରସାଦ ସିଂ ଏବଂ ଅରରିୟା ବିଧାୟକ ହବିବ୍ ରହେମାନ। ବିହାର ନିର୍ବାଚନରେ କଂଗ୍ରେସ ଯେପରି ସଫଳତା ହାସଲ କରିବା କଥା ତାହା କରିଲା ନାହିଁ। ଫଳରେ ଏଥର କଂଗ୍ରେସ 70ଟି ଆସନରେ ପ୍ରାର୍ଥୀ ଦେଇ ମାତ୍ର 19ଟି ଆସନରେ…
କଟକ, ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ୧୪ଜଣ ବିଚାରପତିଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ବ ଅର୍ପଣ କରିଛନ୍ତି। ଏ ନେଇ ଓଡିଶା ହାଇକୋର୍ଟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଜିଲ୍ଲା ସ୍ତରରେ ଥିବା ଆଇନ୍ ଅଦାଲତଗୁଡିକର ପ୍ରଶାସନିକ କାର୍ଯ୍ୟ ତଦାରଖ କରିବା ଏବଂ ସମ୍ପୃକ୍ତ ଜିଲ୍ଲାରେ ଥିବା ଅନ୍ୟ ଟ୍ରିବ୍ୟୁନାଲଗୁଡିକର କାର୍ଯ୍ୟକାରିତା ଉପରେ ଏହି ବିଚାରପତିମାନେ ନଜର ରଖିବେ। ଯେଉଁ ବିଚାରପତିଙ୍କୁ ଯେଉଁ ଜିଲ୍ଲା ଦାୟିତ୍ବ ଦିଆଯାଇଛି ତାହା ହେଲା. 1-ବିଚାରପତି କୁମାରୀ ସଞ୍ଜୁ ପଣ୍ଡା- କଟକ ଓ ଜଗତସିଂହପୁର ଜିଲ୍ଲା 2- ବିଚାରପତି ଏସ୍.କେ.ମିଶ୍ର- ଖୋରଧା ଓ ସୋନପୁର 3-ବିଚାରପତି ସି.ଆର.ଦାସ- ପୁରୀ, ଢେଙ୍କାନାଳ ଓ ନବରଙ୍ଗପୁର ଜିଲ୍ଲା 4-ବିଚାରପତି ବିଶ୍ୱଜିତ ମହାନ୍ତି- ଗଞ୍ଜାମ ଓ ନୂଆପଡା ଜିଲ୍ଲା 5-ବିଚାରପତି ବି.ଆର.ଷଡଙ୍ଗୀ- ସମ୍ବଲପୁର ଓ ଭଦ୍ରକ 6-ବିଚାରପତି ଦେବବ୍ରତ ଦାସ- ସୁନ୍ଦରଗଡ ଓ ବରଗଡ ଜିଲ୍ଲା 7-ବିଚାରପତି ଶତୃଘ୍ନ ପୂଜାହାରୀ-ବଲାଙ୍ଗିର ଓ କେନ୍ଦ୍ରାପଡା 8-ବିଚାରପତି ବିଶ୍ୱନାଥ ରଥ-ମୟୁରଭଞ୍ଜ ଓ ଯାଜପୁର…
ନୂଆଦିଲ୍ଲୀ/ଭୁବନେଶ୍ବର: ବିଜେପି ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି। ଓଡିଶା ସମେତ ଛତିଶଗଡ, ଦିଲ୍ଲୀ, ଆସାମ, ଆନ୍ଧ୍ରପ୍ରଦେଶ, ମଣିପୁର, ବିହାର, ଅରୁଣାଚଳ ପ୍ରଦେଶ ଓ ଆଣ୍ଡାମନ ନିକୋବର ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି। ବିଜେପି ଓଡିଶା ପାଇଁ ନୂତନ ପ୍ରଭାରୀ ଭାବେ ଡି ପୁରନ୍ଦେଶ୍ୱରୀଙ୍କୁ ଦାୟିତ୍ଵ ଦେଇଛି। ଅରୁଣ ସିଂହଙ୍କ ବଦଳରେ ପୁରନ୍ଦେଶ୍ୱରୀ ଓଡିଶା ବିଜେପିର ପ୍ରଭାରୀ ଦାୟିତ୍ଵ ନେବେ। ବିଜୟପାଲ ସିଂହ ତୋମରଙ୍କୁ ମଧ୍ୟ ଓଡ଼ିଶା ବିଜେପିର ସହ-ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଘୋଷଣା କରିଛନ୍ତି। ଓଡ଼ିଶା ସହ ଛତିଶଗଡ଼ ରାଜ୍ୟର ପ୍ରଭାରୀ ଭାବେ ମଧ୍ୟ ଡି ପୁରନ୍ଦେଶ୍ୱରୀଙ୍କୁ ନିଯୁକ୍ତ କରାଯାଇଛି। ସୂଚନା ଯୋଗ୍ୟ ଯେ, ଡି. ପୁରନ୍ଦେଶ୍ୱରୀ ୨୦୧୯ ମସିହାରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଏହାପୂର୍ବରୁ ସେ ୨୦୧୪ ମସିହାରେ ବାପତ୍ଲା ଆସନରୁ ନିର୍ବାଚନ…
ଯୋଧପୁର, ରେଳବିଭାଗ ତରଫରୁ ଦୀପାବଳି ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗତକାଲିଠାରୁ ଯୋଧପୁର ରେଳ ଷ୍ଟେସନକୁ ରଂଗୀନ ଆଲୋକମାଳାରେ ସଜାଯାଇଛି।
ଭୁବନେଶ୍ବର: ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୫୧୦ କୁ ବୃଦ୍ଧି ହୋଇଛି। ଆଜି ସୁନ୍ଦରଗଡରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ ୩ ଜଣ, ମୟୂରଭଞ୍ଜରୁ ୨, ବାଲେଶ୍ବରରୁ ଜଣେ, ଜଗତସିଂହପୁରରୁ ଜଣେ, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ଜଣେ, ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ହୋଇଛି।
ଜୟପୁର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପାବଳି ପାଳନ ପାଇଁ ଆଜି ସକାଳେ ରାଜସ୍ଥାନ ସୀମାରେ ପହଁଚିଛନ୍ତି। ସେ ସେଠାରେ ବିଏସଏଫ ସୁରକ୍ଷା ବଳଙ୍କ ସହିତ ଦୀପାବଳି ପାଳନ କରିବେ। ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ଦୀପାବଳି କୌଣସି ନା କୌଣସି ଯବାନମାନଙ୍କ ସହିତ ପାଳନ କରିଥାନ୍ତି। ସେଥିପାଇଁ ଏଥର ରାଜସ୍ଥାନ ସୀମାରେ ଥିବା ସୀମା ସୁରକ୍ଷା ବଳ ସହିତ ପାଳନ କରିବାକୁ ନିଷ୍ପତି କରିଛନ୍ତି। ସେଠାରେ ମୋଦୀ ପ୍ରାୟ ଏକ ଶହ ସୁରକ୍ଷା ବଳଙ୍କ ସହିତ ଏହି ଦିୱାଲି ପାଳନ କରିବେ ବୋଲି ପ୍ରସ୍ତୁତି କରାଯାଇଛି। ମୋଦୀ ସେମାନଙ୍କୁ ମିଠା ଖୁଆଇବା ସହିତ କିଛି ସମୟ ସେମାନଙ୍କ ସହିତ କଥା ବାର୍ତ୍ତା ମଧ୍ୟ ହେବେ। ସେମାନଙ୍କ ସମସ୍ୟା ସଂପର୍କରେ ମଧ୍ୟ ଆଲୋଚନା କରିବେ।
ଭୁବନେଶ୍ବର: ରାଜ୍ୟରେ ଆଜି ୯୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୫୨୩ ଜଣ ଚିହ୍ନଟ ହୋଇଥିବାବେଳେ ୩୭୯ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭ ହଜାର ୯୦୬କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୯୫ ହଜାର ୨୪୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୧ ହଜାର ୯୮ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୪୯୫ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ମୋଟ୍ ୯୦୨ ଜଣ ଚିହ୍ନଟ ହୋଇଛନ୍ତି। ମୟୂରଭଞ୍ଜରୁ ସର୍ବାଧିକ ୮୮, ସୁନ୍ଦରଗଡରୁ ୮୫ ଜଣ…
ନୂଆଦିଲ୍ଲୀ: ଭବିଷ୍ୟତର ଆବଶ୍ୟକତା ପୂରଣ କରିବାକୁ ପ୍ରସ୍ତୁତ ଦେଶର 2 ଟି ଅତ୍ୟାଧୁନିକ ଆୟୁର୍ବେଦ ପ୍ରତିଷ୍ଠାନ ଆଜି ପଞ୍ଚମ ଆୟୁର୍ବେଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ଏକ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ଷମ ହୋଇଥିବା ଏହି ଅନୁଷ୍ଠାନ ଦୁଇଟି ହେଲା ଗୁଜରାଟର ଜାମନଗର ସ୍ଥିତ ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଆଇଟିଆରଏ) ଏବଂ ରାଜସ୍ଥାନର ଜୟପୁର ସ୍ଥିତ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନ (ଏନ୍ଆଇଏ)। ଏହି ଦୁଇଟିଯାକ ପ୍ରତିଷ୍ଠାନ ଆୟୁର୍ବେଦ କ୍ଷେତ୍ରରେ ଦେଶର ପୁରୁଣା ଏବଂ ପ୍ରତିଷ୍ଠିତ ଅନୁଷ୍ଠାନ। ଭବିଷ୍ୟତର ଆବଶ୍ୟକତା ପୂରଣ କରିବା ପାଇଁ ଏହାର ଉନ୍ନତୀକରଣ ଓ ଅନ୍ୟାନ୍ୟ ସୁବିଧାର ସଂପ୍ରସାରଣ କରାଯାଇଛି। ସଂସଦରେ ଏକ ଆଇନ ପ୍ରଣୟନ କରାଯାଇ ନିକଟରେ ଜାମନଗର ସ୍ଥିତ ପ୍ରତିଷ୍ଠାନକୁ ଇନ୍ଷ୍ଟିଚ୍ୟୁସନ ଅଫ୍ ନ୍ୟାସନାଲ ଇମ୍ପୋଟାନ୍ସ (ଜାତୀୟ ସ୍ତରର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ) ମାନ୍ୟତା ପ୍ରଦାନ କରାଯାଇଛି। ସେହିଭଳି ଜୟପୁର ସ୍ଥିତ…
ଡେରାଡୁନ, ଉତ୍ତରାଖଣ୍ଡରେ ଅବସ୍ଥିତ ଭାରତ ପ୍ରସିଦ୍ଧ ଶୈବପିଠ କେଦାରନାଥ ମନ୍ଦିର ରଂଗବେରଂଗର ଫୁଲରେ ସଜା ଯାଇଛି। ମୁଖ୍ୟତଃ ଦୀପାବଳି ଉପଲକ୍ଷେ ବହୁ ଭକ୍ତଙ୍କର ସମାଗମ ଥିବାରୁ ମନ୍ଦିର କର୍ତ୍ତୁପକ୍ଷ ତରଫରୁ ଏହି ପଦକ୍ଷେପ ନିଆଯାଇଛି। ଗତକାଲି ଧନତରାସ ଉପଲକ୍ଷେ ଏହି ସଜାସଜା କରାଯାଇଥିଲା। ଧନତରାସ ଓ ଦୀପାବଳି ଏହି ଦୁଇ ମହାନ ପର୍ବ ପାଇଁ ଏହି ପଦକ୍ଷେପ ନିଆଯାଇଛି। ମନ୍ଦିର ଦୁଇପଟେ ପାହଡ, ଠିକ ମଝିରେ ମନ୍ଦିର ସହିତ ଫୁଲର ସାଜସଜା ବେଶ୍ ଆକର୍ଷଣୀୟ ଦେଖାଯାଉଛି।
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିବାବେଳେ ଗୁରବାର ଅପରାହ୍ଣରେ ଟେଣ୍ଡରର ପକ୍ରିୟାକରଣ କରାଯାଇ ଆବେଦନକାରୀଙ୍କ ନାମ ଘୋଷଣା କରାଯାଇଥିଲା। ସର୍ବମୋଟ ୨କୋଟି ୧୪ ଲକ୍ଷ ୮୮ ହଜାର ଟଙ୍କା ବ୍ୟୟ ଅଟକଳ ରେ ୨୫ଟି କାର୍ଯ୍ୟାଦେଶର ସୂଚୀ ଜାରିକରଯାଇଥିଲା। କାର୍ଯ୍ୟାଦେଶରେ ଏନ.ଏ.ସିର ବିଭିନ୍ନ ୱାର୍ଡର ଉନ୍ନତିକରଣକୁ ଉପେକ୍ଷା କରାଯାଇଥିବାବେଳେ ଯେତିକି କାର୍ଯ୍ୟାଦେଶ ଜାରି ହୋଇଛି ସେ ସବୁର ଅଟକଳ ପ୍ରାୟତଃ ମୂଳ ଆନୁମାନିକ ମୂଲ୍ୟରୁ ଦୁଇ ଗୁଣ ଅଧିକା ହୋଇଥିବା ସୂଚନା ରହିଛି। ଏହାସହିତ ସ୍ଥାନୀୟ କିଛି ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଦ୍ୱାରା ସବୁ କାର୍ଯ୍ୟାଦେଶ କେତେକ ନିର୍ଦ୍ଦିଷ୍ଟ ଠିକାଦାର ପାଇବାକୁ ଯାଉଥିବାବେଳେ ଏହାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଫଳରେ ଗତକାଲି ପୂର୍ବାହ୍ନରେ ଶତାଧିକ ଅଞ୍ଚଳବାସି ଏନଏସି କାର୍ଯ୍ୟାଳୟରେ ଏକତ୍ରିତ ହୋଇ କାର୍ଯ୍ୟନିର୍ବାହୀ ଅଧକାରୀଣି ଆକୃତି ଗୋଏଙ୍କାଙ୍କୁ ଏକ ୧୦…
ଭୁବନେଶ୍ବର, ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ପ୍ଲାଜମା ଦାନ କରିଛନ୍ତି।
ନୂଆଦିଲ୍ଲୀ, ଆଜି ହେଉଛି ଦୀପାବଳି। ଆଜି ସଂଧ୍ୟାରେ ଘରେ ଘରେ ଦୀପ ଜଳି ଉଠିବ। ଏହି ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ। କାରଣ ବିଶ୍ବାସ ରହିଛି ଯେ, ଦୀପାବଳିରେ ମା ଲକ୍ଷ୍ମୀ ବେଶ୍ ପ୍ରସନ୍ନ ହୋଇଥାନ୍ତି। ହେଲେ ଅନେକ ଜାଣି ନ ଥାନ୍ତି ଯେ, ପୂଜା ବିଧିରେ ସାମାନ୍ୟ ଭୁଲ ହେଲେ ମା ଲକ୍ଷ୍ମୀ ରୋଷ କରନ୍ତି। କାରଣ ମା ଲକ୍ଷ୍ମୀ ଯେତେବେଳେ ରାଗନ୍ତି ତାଙ୍କର ସର୍ବନାଶ କରି ଦିଅନ୍ତି। ଏପରିକି ପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ଭିକାରୀ କରିଦେଇଥିଲେ। ସେଥିପାଇଁ ଲକ୍ଷ୍ମୀ ପୂଜା ବିଧିରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏହି ପାଞ୍ଚୋଟି ବିଷୟର ଦିଅନ୍ତୁ ଧ୍ୟାନ 1-ମା ଲକ୍ଷ୍ମୀଙ୍କ ପୂଜା କରିବା ସମୟରେ କେବେ ବି ତୁଳସୀ ଲଗାନ୍ତୁ ନାହିଁ। କାରଣ ବିଷ୍ଣୁଙ୍କର ଅତି ପ୍ରିୟ ହେଉଛି ତୁଳସୀ ପତ୍ର। ହେଲେ ଏହାକୁ ମା ଲକ୍ଷ୍ମୀ ସହଜରେ ଗ୍ରହଣ କରନ୍ତି ନାହିଁ। ସେଥିପାଇଁ ଲକ୍ଷ୍ମୀ ପୂଜାରେ ତୁଳସୀ…
ନୂଆଦିଲ୍ଲୀ: ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୪ ହଜାର ୬୮୪ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୨୦ ଜଣଙ୍କର ମୃତ୍ୟୁ ଘଟିଛି। ୪୪ ହଜାର ୬୮୪ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୭ ଲକ୍ଷ ୭୩ ହଜାର ୪୭୯ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୫୨୦ ଜଣଙ୍କର ମୃତ୍ୟୁ ଘଟିବା ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୯ ହଜାର ୧୮୮ ରେ ପହଞ୍ଚିଛି। ତେବେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୮୧ ଲକ୍ଷ ୬୩ ହଜାର ୫୭୨ରେ ପହଞ୍ଚିଛି। ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୮୦ ହଜାର ୭୧୯ ରେ ପହଞ୍ଚିଛି।
ନୂଆଦିଲ୍ଲୀ, ଆଜି ଦୀପାବଳିରେ ଚାରୋଟି ରାଶିର ବ୍ୟକ୍ତିଙ୍କର ଭାଗ୍ୟ ବେଶ୍ ଦୃଢ ରହିଛି। ଏହି ରାଶିର ବ୍ୟକ୍ତିମାନେ ଆଜିଠାରୁ ଶେମାନଙ୍କ ଭବିଷ୍ୟତ ଯେଜାନର ପ୍ରସ୍ତୁତି ଆରମ୍ଭ କରିବେ। ନିଜ ଜୀବନରେ ବେଶ୍ ପରିବର୍ତ୍ତନ ଆସିବ। ଏଥର ଆପଣଙ୍କର ରୋଜଗାର ଭଲ ରହିବ। ଏହି ବ୍ୟକ୍ତିମାନଙ୍କର ଅନ୍ୟମାନଙ୍କ ସହିତ ସଂପର୍କ ମଧୁର ରହିବ। ଆଜି ଆପଣ କୌଣସି ଭିକାରୀଙ୍କୁ କିଛି ଦାନ କରନ୍ତୁ। ଫଳରେ ଆପଣଙ୍କର ବ୍ୟବସାୟରେ ଏହା ଲାଭ ଦାୟକ ହେବାର ସମ୍ଭାବନା ରହିଛି। ଆପଣ କୌଣଶି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାର୍ଯ୍ୟ ହାସଲ କରିପାରିବେ। ଏହି ସମୟରେ ଆପଣ ତାଙ୍କ ସହିତ ସାକ୍ଷାତ ମଧ୍ୟ କରିବେ। ଏହି ଚାରୋଟି ରାଶି ହେଲା ମିଥୁନ, କର୍କଟ, ତୁଳା, କୁମ୍ଭ। ଏହି ଚାରି ରାଶିର ବ୍ୟକ୍ତିମାନଙ୍କ ବର୍ତ୍ତମାନଠାରୁ ଶୁଭ ସମୟ ଆରମ୍ଭ ହେଲା।
ସୀତାରାମ ଅଗ୍ରୱାଲ ବାଣପୁର: କରୋନା ମହାମାରୀ ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ବାଣ ବିକ୍ରି ଏବଂ ଫୁଟେଇବା ବେଆଇନ ଘୋଷିତ ହୋଇଥିବା ସ୍ଥଳେ କେତେକ ବାଣ ବେପାରୀ ଏହାକୁ ଖାତିର ନକରି ଲୁଚିଛପି ବାଣ ବିକ୍ରି କରୁଛନ୍ତି। ଦୁଇଦିନ ତଳେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାଣ ନିଷିଦ୍ଧ କୁ ନେଇ ଏକ ନିର୍ଦ୍ଦେଶନାମା ଜାରିକରିଥିବାବେଳେ ଆଜି ବାଣପୁର ପୋଲିସ ଚଢାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି। ମିଳିଥିବା ସୂଚନା ମୁତାବକ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେଶ ଦାସଙ୍କ ତତ୍ତ୍ବାବଧାନରେ ବାଣପୁର ପୋଲିସ ଗତକାଲି ରାତି ୮ ଘଟିକାରେ ଗମ୍ଭାରୀମୁଣ୍ଡା ପଞ୍ଚାୟତର ପଦ୍ମପୁର ଗ୍ରାମର ଅଶୋକ ପାତ୍ରଙ୍କ ଘରେ ଚଢାଉ କରିଥିଲା। ଅଶୋକଙ୍କ ଘର, ଦୋକାନ ଏବଂ ତାଙ୍କ ସାନଭାଇଙ୍କ ଘରେ ଚଢାଉ କରି ପୋଲିସ ପାଖାପାଖି ତିନି ଟ୍ରିପ ବାଣ ଜବତ କରିଛି। ଯାହାର ମୂଲ୍ୟ ଦଶ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ହେବ ବୋଲି ଅନୁମାନ…
ପୁରୀ, ରଂଗବେରଂଗର ଆଲୋକମାଳରେ ପାଳନ କରାଯାଇଥାଏ ଦୀପାବଳି। ହେଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କିନ୍ତୁ ଭିନ୍ନ ଢଙ୍ଗରେ କରିଛନ୍ତି ଦୀପାବଳି। ସେ ପୁରୀ ବେଳାଭୂମିରେ ଏକ ବାଲୁକା କଳା କରି ସମସ୍ତଙ୍କୁ ଜଣାଇଛନ୍ତି ଏହି ଶୁଭେଚ୍ଛା। ସେ ବେଳାଭୂମିର ବାଲିରେ ଦୀପଟିଏ ନିର୍ମାଣ କରିଛନ୍ତି। ସେହି ଦୀପର ମୁହଁ ସମୁଦ୍ର ଆଡକୁ ରହିଛି। ଲାଗୁଛି ସତେ ଯେପରି ସମୁଦ୍ରକୁ ଦୀପଟିଏ ପ୍ରଦାନ କରାଯାଉଛି। ଆଉ ସେହି ଦୀପ ଉପରେ ସେ ଏକ ସ୍ଥାପତ୍ୟ ନିର୍ମାଣ କରି ଦୀପାବଳିର ଶୁଭେଚ୍ଛା ଲେଖିଛନ୍ତି।
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି କାର୍ଯ୍ୟକ୍ରମ ଅଧୀନରେ କୃଷକ, କୃଷି କର୍ମଚାରୀ ମାନଙ୍କ ପାଇଁ କୃଷକ ଡାଟାବେସ୍, କୃଷି ସାମଗ୍ରୀ ବିକ୍ରେତାମାନଙ୍କ ପାଇଁ ଅନ୍ଲାଇନ ଲାଇସେନ୍ସ ପ୍ରଦାନ, ଦକ୍ଷ କର୍ମଚାରୀ ମାନଙ୍କ ପାଇଁ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆଦି ବିଭିନ୍ନ ଅନ୍ଲାଇନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୃଷକ ଓଡିଶାରେ ଆମର ୭୬ ଲକ୍ଷ ଚାଷୀ ଭାଇଭଉଣୀ ମାନଙ୍କ ଡାଟାବେସ ରଖାଯିବା ବହୁତ ଭଲ ଉଦ୍ୟମ। ଏହାସହିତ ସବୁ ଚାଷୀ ମାନଙ୍କୁ କୃଷକ ପରିଚୟ ପତ୍ର ମଧ୍ୟ ଦିଆଯିବ। ଏହାଦ୍ବାରା ଚାଷୀମାନେ ସହଜରେ ବିଭିନ୍ନ ସରକାରୀ ସୁବିଧା ପାଇପାରିବେ। ସୂଚନାଯୋଗ୍ୟ ଯେ କୃଷକ ଓଡିଶା କାର୍ଯ୍ୟକ୍ରମରେ ରାଜ୍ୟର ୭୬ ଲକ୍ଷ ଚାଷୀ ମାନଙ୍କୁ ନେଇ କୃଷକ ଡାଟାବେସ୍ର ଶୁଭାରମ୍ଭ କରାଯାଇଛି। ଏହି ଡାଟାବେସ୍ର ଯାଂଚ ପ୍ରକ୍ରିୟା ୧୦୦ ଦିନ ମଧ୍ୟରେ ସଂପୂର୍ଣ୍ଣ କରାଯାଇ କୃଷକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ। ଏହାଦ୍ବାରା କୃଷକମାନେ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ପର୍ବତାରୋହୀ ଯୋଗବ୍ୟାସ ଗିନିଜ୍ ବୁକ୍ ଅଫ ରେକର୍ଡ ତରଫରୁ ହୋଇ ଥିବା ଏକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଗତ ଅଗଷ୍ଟ ୧୫ ତାରିଖ ଦିନ ଗିଜିନ ବୁକ୍ ଅଫ୍ ରେକର୍ଡସ୍ ତରଫରୁ ପର୍ବତାରୋହୀଙ୍କ ଫଟୋ ଅପଲୋଡ଼ କରିବା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲାର ଯୋଗବ୍ୟାସ ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ଫେସବୁକରେ ୧ ଘଣ୍ଟା ମଧ୍ୟରେ ସର୍ବାଧିକ ପର୍ବତାରୋହୀଙ୍କ ଫଟୋ ଅପଲୋଡ଼ କରି ଏହି ଗୌରବ ହାସଲ କରିଛନ୍ତି। ଏହା ସହିତ ଭାରତରେ ପ୍ରଥମ ସ୍ଥାନ ଅଧିକାର କରି ଥିବାବେଳେ ସେଥିମଧ୍ୟରୁ ରାଜ୍ୟରେ କଳାହାଣ୍ଡି ଜିଲ୍ଲା ରୁଫ୍ରା ଗାଁର ଏଭରେଷ୍ଟ ବିଜେତା ଯୋଗବ୍ୟାସ ଭୋଇ ଜଣେ ମାତ୍ର ବିଜେତା ଅଛନ୍ତି। ଯୋଗବ୍ୟାସ ଏହି ପ୍ରତିଯୋଗିତାରେ ଭାଗ ନେଇ ଗିନିଜ ଵୁକର ସମ୍ମାନ ଜନକ ପ୍ରମାଣ ପତ୍ର ପାଇଛନ୍ତି। ଯାହା ଭାରତ ତଥା ଓଡ଼ିଶା ପାଇଁ ଏକ…
ରମେଶ ମହାନ୍ତି ଜଗତସିଂହପୁର: ଗତକାଲି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବିଶ୍ୱ ନିମୋନିଆ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜଗତସିଂହପୁର ଠାରେ ପାଳିତ ହୋଇଯାଇଅଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ବିଜୟା ପଣ୍ଡା ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କହିଲେ ନିମୋନିଆକୁ ଯେତେ ଶୀଘ୍ର ଗୋଷ୍ଠୀ ସ୍ତରରେ ଚିହ୍ନଟ କରି ଚିକିତ୍ସା କରାଗଲେ ଶିଶୁଟି ସୁସ୍ଥ ରହିବା ସହିତ ଶିଶୁ ମୃତ୍ୟୁ ସଂଖ୍ୟା ହାର କମ୍ ହୋଇ ପାରିବ। ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ନଭେମ୍ବର ୧୨,୨୦୨୦ ଠାରୁ ଆରମ୍ଭ ହୋଇ ଫେବୃୟାରୀ ୨୮, ୨୦୨୧ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟରେ ଆଶାକର୍ମୀ, ଏ.ଏନ୍.ଏମ୍ ଓ ଡାକ୍ତର ମାନଙ୍କର ବିଶେଷ ଉୂମିକା ରହିଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ପରିବାର କଲ୍ୟାଣ ଡା.ପ୍ରମୋଦ କୁମାର ବାରିକ, ଜିଲ୍ଲା କାର୍ଯ୍ୟକାରୀ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଚକ୍ରଧର ଜେନା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଓ ସୂଚନା ଅଧିକାରୀ ଶ୍ରୀମତୀ ସଚଳା…

