ଭୁବନେଶ୍ବର, ଭାରତର ଅନେକ ଲୋକ ଏକ କପ୍ ଚା ସହିତ ଦିନ ଆରମ୍ଭ କରନ୍ତି। ଆମେ ସକାଳେ ଏକ କପ୍ ଚା ସହିତ ସମ୍ପୂର୍ଣ୍ଣ ସତେଜ ଅନୁଭବ କରୁ। କିନ୍ତୁ ଯଦି ଆମେ ଏହି ଚା’ରେ ସାମାନ୍ୟ ପରିବର୍ତ୍ତନ ଆଣିବା, ତେବେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇପାରିବ। ଚା ’କେବଳ ସାଧାରଣ ଚା’ ଭାବରେ ବ୍ୟବହାର କରିବା ପରିବର୍ତ୍ତେ ଲେମ୍ବୁ ଚା’ ବ୍ୟବହାର କରାଯାଇପାରିବା। ଲେମ୍ବୁ ଚା ’ସ୍ୱାଦରେ ଭଲ ହେବା ସହିତ ଶରୀରକୁ ବହୁତ ଲାଭ ଦେଇଥାଏ। ଲେମ୍ବୁ ଚା ଅଧିକ ପରିମାଣରେ ପଲିଫେନୋଲ ଏବଂ ଭିଟାମିନ୍ ସି ମିଳିଥାଏ। ଯେଉଁ କାରଣରୁ ଲେମ୍ବୁ ଚା ମଧ୍ୟ ଶରୀରରେ କର୍କଟ କୋଷ ଗଠନକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଏ। ଯାହା ଦ୍ବାରା ଲେମ୍ବୁ ଚା ପିଇବା ଦ୍ୱାରା କର୍କଟ ରୋଗକୁ ମଧ୍ୟ ଏଡାଯାଇପାରିବ। ଲେମ୍ବୁ ଶରୀରରେ ଥିବା ବିଷାକ୍ତ ପଦାର୍ଥରୁ ମୁକ୍ତି ପାଇବାରେ ମଧ୍ୟ ବହୁତ…
Author: Samikhsya Bureau
ୱାସିଂଟନ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ହାରିଛନ୍ତି ବୋଲି ରବିବାର ଦିନ ସ୍ବୀକାର କରିଛନ୍ତି। ହେଲେ ସେ କହିଛନ୍ତି ଯେ ଡେମୋକ୍ରାଟିକ ଦଳର ଜୋ ବିଡନେ ଭୋଟ ଜାଲିୟାତି କରି ଜିତିଛନ୍ତି। ତାଙ୍କର ଜିତିବା ଆମେରିକା ବାସୀଙ୍କ ପାଇଁ ଏକ ଧକ୍କା ବୋଲି ଟ୍ରମ୍ପ କହିଛନ୍ତି। ଏହାକୁ ନେଇ ଆମେରିକା ରାଜନୀତିରେ ଜୋରଦାର ଚର୍ଚ୍ଚା ଚାଲିଛି। ନିର୍ବାଚନ ଫଳାଫଳ ଆସିବା ପରେ ଟ୍ରମ୍ପଙ୍କ ସମର୍ଥକମାନେ ଆମେରିକାରେ ଏକ ବଡ ରାଲି କରିଥିଲେ। ଏହି ରାଲିରେ ତାଙ୍କ ସମର୍ଥକମାନେ ବିଡେନଙ୍କୁ ଦୋଷାରୋପ କରିଥିଲେ। ଜୋ ବିଡେନଙ୍କୁ ଚୋରୀ କରିବା ପରିତ୍ୟାଗ କରନ୍ତୁ ବୋଲି ସ୍ଲୋଗାନ ଦେଇଥିଲେ। ତେବେ ଏହି ରାଲିକୁ ନିଜେ ରାଷ୍ଟ୍ରପତି ଅନୁମତି ପ୍ରଦାନ କରିବାକୁ ନେଇ ଡେମୋକ୍ରାଟିକ ଦଳ ସମାଲୋଚନା କରିଛି। ଆମେରିକାର ନିର୍ବାଚନ ଫଳାଫଳ ଗତ ଶୁକ୍ରବାର ଦିନ ଘୋଷଣା କରାଯାଇଥିଲା। ଏଥିରେ ଡେମୋକ୍ରାଟିକ ପ୍ରାର୍ଥି ଜୋ ବିଡେନ 306 ଭୋଟ ପାଇଥିବା ବେଳେ ଡୋନାଲ୍ଡ ଟ୍ରମ୍ପ…
ପାଟନା, ରବିବାରରେ ହୋଇଥିବା ମହାମେଣ୍ଟର ବୈଠକରେ ଆରଜେଡି ନେତା କଂଗ୍ରେସ ଦଳ ଉପରେ ଖୁବ ବର୍ଷିଛନ୍ତି। ଆରଜେଡିର ବରିଷ୍ଠ ନେତା ଶିବାନନ୍ଦ ତିୱାରୀ ବୈଠକରେ ମହାମେଣ୍ଟ ହାରିବାରେ କଂଗ୍ରେସ ଦାୟୀ ବୋଲି ରୋକଠୋକ କହିଛନ୍ତି। ବୈଠକରେ ସେ କହିଲେ ଯେ, ବର୍ତ୍ତମାନ ମହାମେଣ୍ଟ ପାଇଁ କଂଗ୍ରେସ ଗୋଟିଏ ବୋଝ ହୋଇ ରହିଲା। କଂଗ୍ରେସକୁ 70ଟି ଆସନରେ ପ୍ରାର୍ଥୀ ଦେବା ପାଇଁ ନିଷ୍ପତି ହେଲା। ହେଲେ ଦଳ 70ଟି ରାଲି ମଧ୍ୟ କଲା ନାହିଁ। ଫଳରେ କଂଗ୍ରେସ ବିପର୍ଯ୍ୟୟର ସମ୍ମୁଖୀନ ହେଲା। ଆଉ ମହାମେଣ୍ଟ ପରାଜୟ ବରଣ କଲା। ବିହାର ନିର୍ବାଚନରେ କଂଗ୍ରେସ ତରଫରୁ ରାହୁଳ ଗାନ୍ଧୀ ମାତ୍ର ତିନି ଥର ପ୍ରଚାରକୁ ଆସିଲେ। ସେହିପରି ପ୍ରିୟଙ୍କା ଗାନ୍ଧୀ ଗୋଟିଏ ଦିନ ମଧ୍ୟ ପ୍ରଚାରକୁ ଆସିଲେ ନାହିଁ। କଂଗ୍ରେସ ଦଳ ଯେଉଁମାନଙ୍କୁ ପ୍ରଚାର ପାଇଁ ପଠାଇଲା ସେମାନଙ୍କୁ ଲୋକ ଜାଣନ୍ତି ନାହିଁ। ଦଳ ବିହାର ନିର୍ବାଚନକୁ ଯେପରି ଗୁରୁତ୍ବ ଦେବା କଥା ତାହା…
ଭୁବନେଶ୍ବର, ଟ୍ରାଫିକ୍ (ପଣ୍ୟ) ପରିବହନ, ଲେଖା ଏବଂ ଆର୍ଥିକ ପରିଚାଳନା ଏବଂ ବିକ୍ରୟ ପରିଚାଳନା ପାଇଁ ମଧ୍ୟ ପୂର୍ବତଟ ରେଳପଥ ରାଷ୍ଟ୍ରୀୟ ରେଳବାଇ ପୁରସ୍କାର ବିତରଣ ଉତ୍ସବ ରେ ପୁରସ୍କୃତ ହେବ। ଭାରତୀୟ ରେଳବାଇର ସମସ୍ତ ଜୋନ୍ ମଧ୍ୟରେ ସମସ୍ତ ପ୍ରକାର କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୂର୍ବ ତଟ ରେଳପଥ 2019-20 ଆର୍ଥିକ ବର୍ଷ ପାଇଁ ସମ୍ମାନଜନକ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ଶ୍ରେଷ୍ଠ ଜୋନାଲ ରେଲୱେ ସିଲ୍ଡ -2020 ଗ୍ରହଣ କରିବ। ଯେକୌଣସି ଜୋନାଲ ରେଳବାଇ ପାଇଁ ଏହା ଅତ୍ୟନ୍ତ ସମ୍ମାନଜନକ ଏବଂ ପୂର୍ବ ତଟ ରେଳବାଇ ତୃତୀୟ ଥର ପାଇଁ ଏହି ସମ୍ମାନରେ ସମ୍ମାନିତ ହେବାପାଇଁ ହକଦାର ହୋଇଛି। ଏହାପୂର୍ବରୁ, ପୂର୍ବ ତଟ ରେଳପଥ 2008-09 ଏବଂ 2015-16 ରେ ଅଲ ରାଉଣ୍ଡ ପ୍ରଦର୍ଶନ ପାଇଁ ସମ୍ମାନଜନକ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ଶ୍ରେଷ୍ଠ ଜୋନାଲ ରେଲୱେ ସିଲ୍ଡ ଗ୍ରହଣ କରିଥିଲା। ସ୍ୱାଧୀନତା ସଂଗ୍ରାମୀ…
ଅଗରତାଲା/ସିଲଚର: ତ୍ରିପୁରାର ଦୁଇ ଭଉଣୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୬ ଜଣ ଗିରଫ ହୋଇଛନ୍ତି। ଆଜି ଆସାମର କରିମଗଞ୍ଜ ଜିଲ୍ଲାରୁ ୬ଜଣ ଅଭିଯୁକ୍ତଙ୍କୁ ଆସାମ ପୋଲିସ ଗିରଫ କରିଛି। କରିମଗଞ୍ଜ ପୋଲିସ ମହାନିର୍ଦ୍ଦେଶକ ମୟଙ୍କ କୁମାର କହିଛନ୍ତି ଯେ, ଶନିବାର ରାତିରେ ଜଣେ କାର ଡ୍ରାଇଭର ତ୍ରିପୁରାର ଦୁଇଭଉଣୀଙ୍କୁ ଦକ୍ଷିଣ ଆସାମକୁ ଲାଗିଥିବା ଉତ୍ତର ତ୍ରିପୁରାକୁ ନେଇ ଯାଇଥିଲେ। ପରେ ଗାଡିର ଡ୍ରାଇଭର ତାଙ୍କ ଅନ୍ୟ ପାଞ୍ଚ ଜଣ ସହଯୋଗୀଙ୍କ ସହିତ ନୀଲମ ବଜାରର ଏକ ନିର୍ମାଣାଧୀନ ବିଲ୍ଡିଂରେ ଗଣ ଦୁଷ୍କର୍ମ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଉଭୟ ଭଉଣୀ ସିଲଚର ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଆସିଥିଲେ। ସେଠାରେ ସେମାନଙ୍କ ମା’ କର୍କଟ ରୋଗରେ ପୀଡିତ ଥିବାରୁ ଚିକିତ୍ସାଧୀନ ହେଉଥିଲେ। ମା’ ଙ୍କୁ ଭେଟି ଉତ୍ତର ତ୍ରିପୁରାରେ ନିଜ ଘରକୁ ଫେରୁଥିବାବେଳେ ଏପରି ଏକ ଅଭାବନୀୟ ଘଟଣା ଘଟିଥିଲା। (ଏଜେନ୍ସି)
ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୩୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୬୪ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୧୨୬, କଟକରୁ ୧୧୦, ଅନୁଗୁଳରୁ ୬୫, ବଲାଙ୍ଗିରିରୁ ୬୫, ପୁରୀରୁ ୬୩, ଜଗତସିଂହପୁରରୁ ୫୯, କେନ୍ଦ୍ରାପଡାରୁ ୫୪, ନୂଆପଡାରୁ ୫୨, ବାରଗଡରୁ ୪୯, କେନ୍ଦୁଝରରୁ ୪୫, ସମ୍ବଲପୁରରୁ ୩୮, ମୟୂରଭଞ୍ଜରୁ ୩୫, ବାଲେଶ୍ବରରୁ ୩୪, ଯାଜପୁରରୁ ୩୪, କଳାହାଣ୍ଡିରୁ ୩୪, ନୟାଗଡରୁ ୩୧, ଭଦ୍ରକରୁ ୨୮, ଢେଙ୍କାନାଳରୁ ୧୬, କୋରାପୁଟରୁ ୧୬, ଝାରସୁଗୁଡାରୁ ୧୫, ମାଲକାନଗିରିରୁ ୧୫, ନବରଙ୍ଗପୁରରୁ ୧୫, ଗଞ୍ଜାମରୁ ୧୪, ସୋନପୁରରୁ ୧୧, କନ୍ଧମାଳରୁ ୯, ଗଜପତିରୁ ୬, ଦେବଗଡରୁ ୪, ରାୟଗଡ଼ାରୁ ୬, ବୌଦ୍ଧରୁ ୩ ଏବଂ ଷ୍ଟେଟ ପୁଲରୁ ୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ…
ଚେନ୍ନାଇ: ଆଜି ତାମିଲନାଡୁର ତିରୁବନ୍ନାମାଲାଇ ଜିଲ୍ଲାରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବା ପରେ କାନ୍ଥ ଭୁଷୁଡି ଦୁଇ ମହିଳା ଏବଂ ଜଣେ ଆଠ ବର୍ଷର ବାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ, ମୁକ୍ତାବାଇ ନାମକ ଜନୈକ ମହିଳାଙ୍କ ଘରେ ସିଲିଣ୍ଡରରୁ ଗ୍ୟାସ ଲିକ୍ ହେଉଥିଲା। କିନ୍ତୁ ଲିକେଜକୁ ଅନୁଭବ ନକରି ସେ ଚୁହ୍ଲାରେ ନିଆଁ ସଂଯୋଗ କରିଦେଇଥିଲେ। ଫଳରେ ସିଲିଣ୍ଡରରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ପ୍ରଭାବ ଏତେ ଭୟଙ୍କର ଥିଲା ଯେ, ଘରର ଦୁଇଟି କାନ୍ଥ ଭୁଷୁଡି ପଡିଥିଲା। ଗୋଟିଏ କାନ୍ଥ ଜାନକିରାମ ଏବଂ ତାଙ୍କ ପରିବାର ଉପରେ ପଡିଥିବା ବେଳେ ଆଉ ଗୋଟିଏ କାନ୍ଥ ପଡ଼ୋଶୀ ଉପରେ ପଡିଥିଲା। ପୋଲିସର ସୂଚନାନୁସାରେ, ଜାନକୀରାମଙ୍କ ପତ୍ନୀ କାମାକ୍ଷୀ, ପୁଅ ହେମନ୍ତ ଏବଂ ମୁକ୍ତାବାଇର ଅନ୍ୟ ପଡ଼ୋଶୀ ଚନ୍ଦ୍ରମାଲଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଜାନକିରାମ ଆହତ ଓ ତାଙ୍କ ପୁଅ ସୁରେଶ ଆହତ…
ମୁମ୍ବାଇ, ସାରା ଭାରତରେ ପ୍ରସିଦ୍ଧି ଲାଭ କରିଥିବା ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିର ଆସନ୍ତାକାଲି ଖୋଲିବ। ଏନେଇ ମନ୍ଦିର କର୍ତ୍ତୁପକ୍ଷ ଘୋଷଣା କରିଛନ୍ତି। କରୋନା ପାଇଁ ଏହି ମନ୍ଦିର ସହିତ ମହାରାଷ୍ଟ୍ରର ସମସ୍ତ ମନ୍ଦିର ବନ୍ଦ ରଖାଯାଇଥିଲା। ହେଲେ ରାଜ୍ୟ ସରକାର ସୋମବାରଠାରୁ ମନ୍ଦିର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁସାରେ ସିଦ୍ଧି ବିନାୟକ ମନ୍ଦିର ତରଫରୁ ପ୍ରସ୍ତୁତି କରାଯାଇଛି। କାରଣ ଏହି ମନ୍ଦିରକୁ ଦର୍ଶନ କରିବା ପାଇଁ ଭାରତର ବିଭିନ୍ନ ସ୍ଥାନରୁ ପ୍ରାୟ ହଜାର ହଜାର ଭକ୍ତ ଆସିଥାନ୍ତି। ତେବେ ରାଜ୍ୟର ସମସ୍ତ ମନ୍ଦିର ଖୋଲିବା ପାଇଁ ମହାରାଷ୍ଟ୍ର ସରକାର ଘୋଷଣା କରିବା ସହିତ କେତକ କଟକଣା ମଧ୍ୟ ଜାରୀ କରିଛନ୍ତି। ସେଗୁଡିକ ହେଲା ମନ୍ଦିର ଭିତରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ, ଶାରୀରିକ ଦୂରତା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏତେ ଦିନ ପରେ ମନ୍ଦିର ଖୋଲୁଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି।…
ପାଟନା, ଆଜି ବିହାରରେ ଏନଡିଏ ବୈଠକ ସରିବା ପରେ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ। ଏହି ତଥ୍ୟ ବର୍ତ୍ତମାନ ରାଜ୍ୟ ରାଜନୀତିକୁ ହଲଚଲ କରିଦେଇଛି। ଏହି ବୈଠକରେ ନୀତିଶଙ୍କୁ ବିଧାୟକ ଦଳର ନେତା ଭାବେ ମନୋନିତ କରିବା ପୂର୍ବରୁ ସେ ଏକ ଅନୁରୋଧ କରିଥିଲେ। ତାହା ହେଲା କି ସେ ଏଥର ମୁଖ୍ୟମନ୍ତ୍ରୀ ଭାବ ଶପଥ ନେବାକୁ ଚାହୁଁ ନାହିଁନ୍ତି। ଏ କଥା କହିବା ପରେ ବୈଠକରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ନୀତିଶ କହିଥିଲେ ଯେ ଏହି ନିର୍ବାଚନରେ ଆମର ମେଣ୍ଟ ମଧ୍ୟରେ ବିଜେପି ସର୍ବାଧିକ ଭୋଟ ପାଇଛି। ଜେଡିୟୁ ଦ୍ବୀତିୟ ଦଳ ଭାବେ ରହିଛି। ତେଣୁ ନିୟମ ଅନୁସାରେ ଏଥର ସର୍ବାଧିକ ଭୋଟ ପାଇଥିବା ବିଜେପି ତରଫରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ହଠାତ ନୀତିଶଙ୍କର ଏପରି ଭାଷଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ହେଲେ ସମସ୍ତେ କହିଥିଲେ ଯେ, ନିର୍ବାଚନ ପୂର୍ବରୁ ଆପଣଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ଘୋଷଣା କରାଯାଇଥିଲା।…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ୫୭ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୧୧ ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୪୬ ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି। ସେହିପରି ଆଜି ୭୫ ଜଣ ସୁସ୍ଥ ହୋଇଛନ୍ତି। ନୂତନ ୫୭ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ୧୨୭ ରେ ପହଞ୍ଚିଛି। ସେହିପରି ଏବେ ସୁଦ୍ଧା ୨୯ ହଜାର ୨୨୦ ଜଣ ସୁସ୍ଥ ହୋଇଥିବାବେଳେ ୧୯୬ ଜଣଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ବର ମହାନଗରରେ ଏବେବି ୬୯୦ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।
ପାଟନା, ବିହାରରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର। ଆଜି ଏ ନେଇ ରାଜ୍ୟପାଳଙ୍କୁ ନୀତିଶ ଅବଗତ କରାଇଛନ୍ତି। ସେହି ଅନୁସାରେ ନୀତିଶ ଆସନ୍ତାକାଲି ଅପରାହ୍ନ 4 ଟା 30 ମିନିଟ ରେ ଶପଥ ନେବେ ବୋଲି ରାଜ୍ୟପାଳଙ୍କୁ କହିଛନ୍ତି। ସେହି ଅନୁସାରେ ସରକାରଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଏନଡିଏର ଏକ ବୈଠକରେ ନୀତିଶ କୁମାରଙ୍କୁ ଦଳର ନେତା ଭାବେ ଘୋଷଣା କରାଯାଇଥିଲା। ଏହାପରେ ରାଜ୍ୟପାଳ ନୀତିଶଙ୍କୁ ସରକାର ଗଠନ କରିବା ପାଇଁ ନିମନ୍ତ୍ରଣ କରିଥିଲେ। ସେହି ଅନୁସାରେ ନୀତିଶ ରାଜ୍ୟପାଳଙ୍କୁ ସାକ୍ଷାତ କରି ସୋମବାର ଅପରାହ୍ନ 4 ଟା 30ରେ ଶପଥ ନେବେ ବୋଲି ଜଣାଇଛନ୍ତି।
ନୂଆଦିଲ୍ଲୀ, ସାବଧାନ ବଜାରକୁ ଆସିପାରେ ନକଲି କରୋନା ଟୀକା। ରାତାରାତି ଧନି ହେବାର ସ୍ବପ୍ନ ଦେଖୁଥିବା କିଛି ନକଲି କଂପାନୀ ଏ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେଥିପାଇଁ ସାରା ବିଶ୍ବକୁ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ବ୍ରିଟେନ କ୍ରାଇମ ଏଜନ୍ସି ଏକ ବିଜ୍ଞପ୍ତି ମାଧ୍ୟମରେ ଏହି ଖବର ପ୍ରଦାନ କରିଛି। ବର୍ତ୍ତମାନ ଏହି ନକଲି ଟୀକା ମହାମାରିଠାରୁ ଆହୁରି ଭୟଙ୍କର ହୋଇପଡିବ ବୋଲି ଅନୁମାନ କରାଯାଉଛି। ସେଥିପାଇଁ ବ୍ରିଟେନ ଅଧିକାରୀମାନେ ଏହାକୁ ରୋକିବା ପାଇଁ ଏବେଠାରୁ ପ୍ରସ୍ତୁତି କରି ସାରିଲେଣି। କାରଣ ବର୍ତ୍ତମାନ ଲୋକମାନଙ୍କର ଏହି ଟୀକା ବହୁତ ଆବଶ୍ୟକତା ରହିଥିବାରୁ ତାହାର ଫାଇଦା ନେବା ପାଇଁ ବହୁ ନକଲି କଂପାନୀ ପ୍ରୟାସ ଚଳାଇଛନ୍ତି। ଖୁବ ଶିଘ୍ର ବିଭିନ୍ନ ସ୍ଥାନ ଚଢାଉ କରାଯିବ ବୋଲି ବ୍ରିଟେନ ଅଧିକାରୀମାନେ କହିଛନ୍ତି। କରୋନା ଭାଇରସ ଆସିବା ପରେ ଏହି ପ୍ରକାରର ଅପରାଧୀ ବଜାରରେ ନକଲି ପିପିଇ କିଟ୍ ବିକ୍ରୀ କରୁଥିଲେ। ହେଲେ ବିଭିନ୍ନ ସମୟରେ…
କୋଲକାତା, ଶେଷରେ ଶେଷ ନିସ୍ବାସ ତ୍ୟାଗ କଲେ ବଙ୍ଗଳାର ପ୍ରଖ୍ୟାତ ଅଭିନେତା ସୌମିତ୍ର ଚାଟାର୍ଜୀ। ସେ ଗୁରୁତର ଭାବେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଡାକ୍ତରଙ୍କ ସମସ୍ତ ଚେଷ୍ଠା ସତ୍ବେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସି ନ ଥିଲା। ସୌମିତ୍ର କରୋନା ଭାଇରସ ସଂକ୍ରାମିତ ହେବା ପରଠାରୁ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଧିରେ ଧିରେ ଗୁରୁତର ହୋଇପଡିଥିଲା। 85 ବର୍ଷିୟ ସୌମିତ୍ର ବଂଗଳା ଚଳଚିତ୍ରର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ସେ ସତ୍ୟଜିତ ରାୟ୍, ମୃଣାଳ ସେନ ପରି ବ୍ୟକ୍ତିତ୍ବଙ୍କ ସହିତ କାମ କରିଛନ୍ତି। 1912 ମସିହାରେ ଚଳଚିତ୍ର କ୍ଷେତ୍ରରେ ଭାରତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି।
ପାଟନା: ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ହେବେ। ଏନଡିଏ ବୈଠକରେ ନିତୀଶ କୁମାରଙ୍କ ନାଁ ରେ ମୋହର ଲାଗିଲା। ଏନଡିଏ ନେତା ଭାବେ ନିତୀଶ କୁମାର ନିର୍ବାଚିତ ହୋଇଛନ୍ତି। ଏନେଇ ପର୍ଯ୍ଯବେକ୍ଷକ ରାଜନାଥ ସିଂହ ଘୋଷଣା କରିଥିବା ସୂଚନା ରହିଛି। ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବେ ନିତୀଶ। କିଛି ସମୟ ପରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିପାରନ୍ତି। ହେଲେ ଉପ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ପଷ୍ଟ ହୋଇନି।
କାନପୁର: ଉତ୍ତରପ୍ରଦେଶର କାନପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୬ ବର୍ଷୀୟ ଝିଅର ମୃତ ଦେହ ଉଦ୍ଧାର କରାଯାଇଛି। ହେଲେ ସେହି ଝିଅଟିର ମୃତ ଦେହରୁ ଫୁସଫୁସ ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ରାତିରେ ଝିଅଟି କିଛି ବାଣ କିଣିବା ପାଇଁ ଦୋକାନକୁ ଯାଇଥିଲା। ଫେରିବାରେ ବିଳମ୍ବ ହେବାରୁ ଘର ଲୋକ ବହୁତ ଖୋଜା ଖୋଜି କରିଥିଲେ। ପରେ ଝିଅଟିର ମୃତଦେହ କାଳୀ ମନ୍ଦିର ନିକଟ ବୁଦା ଭିତରୁ ମିଳିଥିଲା। ଏନେଇ ଝିଅର ବାପା ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ତେବେ ଝିଅଟି କିଛି ବଣୁଆ ଜନ୍ତୁ ଦ୍ୱାରା ଶିକାର ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଏସପି (ଗ୍ରାମୀଣ) ବ୍ରିଜେଶ ଶ୍ରୀବାସ୍ତବ କହିଛନ୍ତି ଯେ ଶିଶୁର ମୃତଦେହ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ଏହି ଘଟଣା ଉପରେ ସବୁ ଦିଗରୁ ଘଟଣାର ତଦନ୍ତ କରାଯାଉଛି।…
ନୂଆଦିଲ୍ଲୀ, ଗତକାଲି ଥିଲା ଦୀପାବଳି। ଏହି ସମୟରେ ଲୋକମାନେ ଦୀପଜାଳି ବାଣ ଫୁଟାଇ ଏହାକୁ ପାଳନ କରିଥାନ୍ତି। ତେବେ ଏଥର କରୋନା ପାଇଁ ବାଣ ଫୁଟାଇବା ବାରଣ କରାଯାଇଛି। କେତେକ ରାଜ୍ୟ ସୀମିତ ସମୟ ମଧ୍ୟରେ ବାଣ ଫୁଟାଇବା ପାଇଁ ଅନୁମତି ପ୍ରଦାନ କରିଥିଲେ। ହେଲେ ଗତବର୍ଷ ପରି ଏଥର ଦୀପାବଳି ଫିକା ପଡିଯାଇଥିଲେ ମଧ୍ୟ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇ ନାହିଁ। ଗତକାଲି ଗୋଟିଏ ଦିନରେ ଦିଲ୍ଲୀ ଅଗ୍ନିଶମ କେନ୍ଦ୍ରକୁ ଆସିଛି 205 ଫୋନ କଲ। ଏଥିରେ କେବଳ ସଂଧ୍ୟା 6 ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆସିଥିବା କଲ ସଂଖ୍ୟା ହେଉଛି 129। ଏହି ଫୋନକଲ ଗୁଡିକ କେବଳ ନିଆଁ ଦୁର୍ଘଟଣା ବାବଦରେ ଥିଲା। ଗତ ବର୍ଷ ଏହି ଦୀପାବଳିରେ ଦିଲ୍ଲୀ ଫାୟାର ବିଗ୍ରେଡିୟରଙ୍କୁ 245ଟି ଫୋନ କଲ ମିଳିଥିଲା। ଏଥର ବାଣ କଟକଣା ପାଇଁ ଏହା ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା। ହେଲେ 205ଟି କଲ…
ନୂଆଦିଲ୍ଲୀ, ଗତକାଲି ପାକିସ୍ଥାନରେ ମଧ୍ୟ ବେଶ୍ ଧୂମଧାମରେ ପାଳନ ହୋଇଛି ଦୀପାବଳି ଉତ୍ସବ। ପାକିସ୍ଥାନରେ ଥିବା ହିନ୍ଦୁମାନେ ଏହି ଉତ୍ସବକୁ କରୋନା କଟକଣା ମଧ୍ୟରେ ପାଳନ କରିଛନ୍ତି। ସଂଧ୍ୟାରେ ସେମାନେ ସେଠାରେ ଥିବା ମନ୍ଦିରରେ ଆଲୋକ ମାଳା ଏବଂ ଦୀପ ଲଗାଇ ପୂଜା କରିଥିଲେ। ଏହି ପରିପ୍ରେକ୍ଷୀରେ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ଦେଇଛନ୍ତି। ସେ ତାଙ୍କ ଟୁଇଟିରେ ଲେଖିଛନ୍ତି ଯେ, ପ୍ରତିଟି ହିନ୍ଦୁଙ୍କୁ ଆଜିର ଦୀପାବଳି ଉପଲକ୍ଷେ ଶୁଭେଚ୍ଛା ଜଣାଉଛି।
ରମେଶ ମହାନ୍ତି ଜଗତସିଂହପୁର: ବୃଦ୍ଧାଙ୍କୁ କରାୟତ କରି ଜମିବିକ୍ରି କରାଇ ଅର୍ଥ ହଡ଼ପ କରିବାକୁ ଯୋଜନା କରାଯାଉଥିବା ନେଇ ଅଭିଯୋଗ ହୋଇଛି। ଖବର ପାଇ ବୃଦ୍ଧାଙ୍କ ବୋହୂ ତାଙ୍କ କବଳରୁ ଶାଶୂଙ୍କୁ ଘରକୁ ଆଣିବାକୁ ଚେଷ୍ଟା କରୁଥିବା ବେଳେ ବୋହୂକୁ ବନ୍ଧୁକ ଦେଖାଇ ଆକ୍ରମଣ କରାଯାଇଥିବା ନେଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୋହୂ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। ଏଭଳି ଏକ ଘଟଣା ତିର୍ତ୍ତୋଲ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ସୂଚନାନୁଯାୟୀ, ତିର୍ତ୍ତୋଲ ଥାନା ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ସ୍ଥିତ ତେରତାଙ୍ଗ ଗ୍ରାମର ରୋଜାଲିନ ବେହେରାଙ୍କ ଶାଶୂ କେଲୁଣି ବେହେରାଙ୍କର କୌଣସି ସନ୍ତାନ ସନ୍ତତି ନଥିବାରୁ ସେ ରୋଜାଲିନ ବେହେରାଙ୍କ ସ୍ୱାମିଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ। ଏନେଇ ଏକ ଦଲିଲ୍ ମଧ୍ୟ କରାଯାଇଥିଲା। ଶଶୂରଙ୍କ ମୃତ୍ୟୁ ପରେ ଶାଶୂ ପୁଅ ବୋହୂଙ୍କ ପାଖରେ ରହି ଆସୁଥିଲେ। ପରେ ଖଣ୍ଡାସାହି ଗ୍ରାମର ମହେଶ୍ୱର ସାହୁ ନାମକ ବ୍ୟକ୍ତି ରୋଜାଲିନିଙ୍କ ଶାଶୂକୁ କରାୟତ…
ନାଗପୁର, ଦୀପାବଳିର ଦ୍ୱିତୀୟ ଦିନରେ ଅନ୍ନକୁଟ ଏବଂ ଗୋବର୍ଦ୍ଧନ ପୂଜା କରାଯାଏ। ମୂଳତଃ ଏହା ପ୍ରକୃତି ଉପାସନା, ଯାହା ଶ୍ରୀକୃଷ୍ଣଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏହି ଦିନ ଗିରିଗୋବର୍ଦ୍ଧନ ପର୍ବତକୁ ପ୍ରକୃତିର ଆଧାର ଭାବରେ ପୂଜା କରାଯାଏ ଏବଂ ଗାଈଙ୍କୁ ମଧ୍ୟ ସମାଜର ଆଧାର ଭାବରେ ପୂଜା କରାଯାଏ। ଏହି ପୂଜା ବ୍ରଜରୁ ଆରମ୍ଭ ହୋଇଥିଲା ଏବଂ ଧୀରେ ଧୀରେ ସମଗ୍ର ଭାରତରେ ବ୍ୟାପିଗଲା। ଆଜି ହେଉଛି ସେହି ଅନ୍ନକୁଟ ଏବଂ ଗୋବର୍ଦ୍ଧନ ପୂଜା। ଅନ୍ନକୁଟ ପୂଜା କଣ ଏବଂ କିପରି କରାଯାଏ ? ବେଦ ଅନୁଯାୟୀ, ବରୁଣ, ଇନ୍ଦ୍ର, ଅଗ୍ନି ଦେବଙ୍କୁ ଏହି ଦିନ ପୂଜା କରାଯାଏ। ଏଥିସହିତ ଗାଈମାନଙ୍କୁ ମଧ୍ୟ ପୂଜା କରାଯାଏ। ସେମାନଙ୍କୁ ଆଳତି କରାଯାଇ ଫଳ ଏବଂ ମିଠା ଖାଇବାକୁ ଦିଆଯାଏ। ଗୋବର୍ଦ୍ଧନ ପର୍ବତର ଏକ ପ୍ରତିକୃତି ଗାଈ ଗୋବରରୁ ତିଆରି କରାଯାଇଥାଏ। ଏହା ପରେ ତାଙ୍କୁ ଫୁଲ, ଧୂପ, ଦୀପ, ନଡ଼ିଆ ସହିତ ପୂଜା…
ଭୁବନେଶ୍ବର: ଆସନ୍ତା ନଭେମ୍ବର ୧୮ ତାରିଖରେ ବିଧାନସଭାରେ ସର୍ବାଦଳୀୟ ବୈଠକ ହେବାକୁ ଯାଉଛି। ଆସନ୍ତା ଅଧିବେଶନରେ କିପରି ସୁରୁଖୁରୁରେ ଚାଲିବ ତାହା ନେଇ ଆଲୋଚନା ହେବ। ଏହା ସହିତ ପ୍ରଶ୍ନକାଳ ରହିବ କି ନାହିଁ ସେହି ସମ୍ପର୍କରେ ଆଲୋଚନା ହେବ। ତେବେ ଗତ ଅଧିବେଶନ ଭଳି ଏହି ଅଧିବେଶନ ଚାଲିବ। ଦୈନିକ ଦୁଇଟି ପର୍ଯ୍ଯାୟରେ ଏହି ଅଧିବେଶନର ଗୃହ କାର୍ଯ୍ୟ ଚାଲିବ।
ପାଟନା: ଆଜି ବିହାରରେ ଏନଡିଏ ବିଧାୟକ ଦଳର ବୈଠକ ମଧ୍ୟାହ୍ନ ୧୨.୩୦ରୁ ଆରମ୍ଭ ହେବ। ଏନଡିଏରେ ସାମିଲ ଥିବା ବିଜେପି, ଜେଡିୟୁ, ବିକାଶଶୀଳ ଇନସାନ ପାର୍ଟି ଓ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ନବନିର୍ବାଚିତ ବିଧାୟକମାନେ ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ନୀତିଶ କୁମାର ଆଜି ଏନଡିଏର ବିଧାୟକ ଦଳ ନେତା ହୋଇପାରନ୍ତି। ନିର୍ବାଚନରେ ଜେଡିୟୁ ନିରାଶାଜନକ ପ୍ରଦର୍ଶନ କରିଥିଲେ ସୁଦ୍ଧା ଏନଡିଏର ପ୍ରାକ୍ ନିର୍ବାଚନୀ ଘୋଷଣା ଅନୁଯାୟୀ ନୀତିଶ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଗାଦିସୀନ ହେବାକୁ ଯାଉଛନ୍ତି। ଜେଡିୟୁ ତୁଳନାରେ ବିଜେପିକୁ ବହୁ ଅଧିକ ଆସନ ମିଳିଥିବାବେଳେ ନୀତିଶଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ କରାଇବା ପ୍ରସଙ୍ଗକୁ ବିଜେପିର କେତେକ ନେତା ନାପସନ୍ଦ କରୁଥିଲେ ସୁଦ୍ଧା ଦଳ ତାହାର ପୂର୍ବ ପ୍ରତିଶ୍ରୁତିକୁ ପାଳନ କରିବ ବୋଲି ଦୃଢ ଆଶ୍ୱାସନା ଦେଇଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ମେଣ୍ଟର ସଫଳତା ପାଇଁ ନୀତିଶକୁ ପ୍ରଶଂସା କରିବା…

