ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧ ହଜାର ୩୪୬ ଜଣ କରୋନା ଆକ୍ରାନ୍ତ

Published: Nov 15, 2020, 8:23 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୩୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୬୪ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୧୨୬, କଟକରୁ ୧୧୦, ଅନୁଗୁଳରୁ ୬୫, ବଲାଙ୍ଗିରିରୁ ୬୫, ପୁରୀରୁ ୬୩, ଜଗତସିଂହପୁରରୁ ୫୯, କେନ୍ଦ୍ରାପଡାରୁ ୫୪, ନୂଆପଡାରୁ ୫୨, ବାରଗଡରୁ ୪୯, କେନ୍ଦୁଝରରୁ ୪୫, ସମ୍ବଲପୁରରୁ ୩୮, ମୟୂରଭଞ୍ଜରୁ ୩୫, ବାଲେଶ୍ବରରୁ ୩୪, ଯାଜପୁରରୁ ୩୪, କଳାହାଣ୍ଡିରୁ ୩୪, ନୟାଗଡରୁ ୩୧, ଭଦ୍ରକରୁ ୨୮, ଢେଙ୍କାନାଳରୁ ୧୬, କୋରାପୁଟରୁ ୧୬, ଝାରସୁଗୁଡାରୁ ୧୫, ମାଲକାନଗିରିରୁ ୧୫, ନବରଙ୍ଗପୁରରୁ ୧୫, ଗଞ୍ଜାମରୁ ୧୪, ସୋନପୁରରୁ ୧୧, କନ୍ଧମାଳରୁ ୯, ଗଜପତିରୁ ୬, ଦେବଗଡରୁ ୪, ରାୟଗଡ଼ାରୁ ୬, ବୌଦ୍ଧରୁ ୩ ଏବଂ ଷ୍ଟେଟ ପୁଲରୁ ୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୯୭ ହଜାର ୮୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮ ହଜାର ୬୫୯ ମଧ୍ୟରୁ ୯ ହଜାର ୨୧୭ ଜଣ ଚିକିତ୍ସିଧୀନ ଥିବା ବେଳେ ୧୫୨୭ ଜଣ କରୋନାରେ ମୃତ୍ୟୁବରଣ କରଛନ୍ତି।

 

Related posts