ଭୁବନେଶ୍ବର: ପ୍ରଥମ ଥର ପାଇଁ ଓଡ଼ିଶାର ରାଜଧାନୀ ଭୁବନେଶ୍ବର ଠାରେ ସର୍ଜିକାଲ୍ ମାସ୍କ ତିଆରି କରାଖାନାର ଉଦ୍ଘାଟନ ହୋଇଛି। ଭୁବନେଶ୍ୱର ସ୍ଥିତ ଚନ୍ଦକା ଶିଳ୍ପାଞ୍ଚଳରେ କରୋନା ମୁକାବଲା ଓ ବାୟୁ ପ୍ରଦ୍ୟୁଷଣକୁ ଆଖି ଆଗରେ ରଖି ଏନ-୯୫ , କେ ଏନ ୯୫ ଓ ସର୍ଜିକାଲ ମାସ୍କ ତିଆରି କରିବା କାରଖାନା ଉଦ୍ଘାଟିତ ହୋଇଛି। ଆଜି ଦିବା ୧୦ ଘଟିକାବେଳେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଦ୍ଵାରା ଏହି କାରଖାନା ଉଦ୍ଘାଟିତ ହୋଇଛି। ଏହି ଉଦ୍ଘାଟନୀ ଉତ୍ସବରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଡ.ନିତ୍ୟାନନ୍ଦ ପଟ୍ଟନାୟକ, ଶିକ୍ଷାବିତ୍ ଇଂ. ପ୍ରଭାତ ରଞ୍ଜନ ମଲ୍ଲିକ ଓ ବିଶିଷ୍ଟ ଶିଳ୍ପପତି ଜୀବନ କୁମାର ବଡୁ ଉପସ୍ଥିତ ରହିଥିଲେ। ସର୍ଜିକାଲ୍ ମାସ୍କ କାରଖାନା ଲାଗି କମ୍ପାନୀ ଟୁପିୟୁ ସର୍ଜିକାଲ୍ ପ୍ରାଇଭେଟ୍ ଲିମିଟେଡକୁ ଶୁଭେଚ୍ଛା ଜଣାଇଥିଲେ ଅତିଥିବୃନ୍ଦ। ଏହି ସମାରୋହରେ କମ୍ପାନୀର ନିର୍ଦ୍ଦେଶକ ତପନ କୁମାର ବଳିଆରସିଂ ଅଭିଭାଷଣ ପ୍ରଦାନ କରିଥିଲେ। ସୁଖ ଓ ସୁସ୍ଥ…
Author: Samikhsya Bureau
ନୈନିତାଲ: ପେଚାକୁ ଲକ୍ଷ୍ମୀଙ୍କର ବାହନ ବୋଲି ହିନ୍ଦୁଧର୍ମରେ ବିଶ୍ୱାସ କରାଯାଇଥାଏ। ଏହି ବିଶ୍ୱାସ କାରଣରୁ ଦୀପାବଳି ସମୟରେ ଅର୍ଥପ୍ରାପ୍ତି ପାଇଁ ପେଚାବଳି ଦିଆଯାଇଥାଏ। ଏହା ସହିତ ପେଚାର ବ୍ୟବହାର କଳାଯାଦୁ ଏବଂ ଅନ୍ୟାନ୍ୟ ଔଷଧ ପ୍ରସ୍ତୁତିରେ ମଧ୍ୟ ହୋଇଥାଏ। ପେଚାଙ୍କ ସୁରକ୍ଷା ପାଇଁ କର୍ବେଟ ଜାତୀୟ ଉଦ୍ୟାନ ପକ୍ଷରୁ ଏକ ଅନନ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି। ଦୀପାବଳିରେ ପେଚା ମାନଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି। କର୍ବେଟ ବ୍ୟାଘ୍ର ଅଭୟାରଣ୍ୟରେ ଆସନ୍ତା ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଦୀପାବଳି ସମୟରେ ପେଚା ବଳି ଦିଆଯାଉଥିବାରୁ ଏହାକୁ ରୋକିବା ପାଇଁ ଅଭୟାରଣ୍ୟ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପେଚା ବର୍ତ୍ତମାନ ବିଲୁପ୍ତପ୍ରାୟ ପ୍ରଜାତିର ପ୍ରାଣୀ ହୋଇଥିବାରୁ ପେଚା ଶିକାର ରୋକିବା ପାଇଁ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଛୁଟି ବାତିଲ ହେବା ଦ୍ୱାରା ପ୍ୟାଟ୍ରୋଲିଂକୁ ଅଧିକ କଡାକଡି କରାଯାଇପାରିବ…
ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରର କିରାନ ସେକ୍ଟରରେ ଆଜି ପୁଣି ପାକିସ୍ଥାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏହି ଅସ୍ତ୍ରବିରତି ଉଲ୍ଲଂଘନରେ ପାକିସ୍ତାନ ପକ୍ଷରୁ ମୋର୍ଟାର ଏବଂ ପ୍ରଚୁର ଗୁଳିଗୋଳା ପ୍ରୟୋଗ କରାଯାଇଛି। ଏହାର ପ୍ରଭାବରେ ଭାରତର ତିନି ଜଣ ଯବାନ ସହିଦ ହୋଇଥିବା ବେଳେ ତିନି ଜଣ ସ୍ଥାନୀୟ ଲୋକଙ୍କ ପ୍ରାଣହାନୀ ଘଟିଛି। ପାକିସ୍ଥାନର ଏହି ଅସ୍ତ୍ରବିରତି ଉଲ୍ଲଂଘନକୁ କଡା ଜବାବ ଦେଇଛି ଭାରତ। ଭାରତୀୟ ଯବାନଙ୍କ ଆକ୍ରମଣରେ ୮ ଜଣ ପାକିସ୍ଥାନ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏଥି ମଧ୍ୟରୁ ଦୁଇ ରୁ ତିନି ଜଣ ପାକିସ୍ତାନର ଏସଏସଜି କମଣ୍ଡୋଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହା ସହିତ ୧୦ରୁ ଉର୍ଦ୍ଧ୍ଵ ପାକିସ୍ତାନ ସୈନ୍ୟ ଆହତ ହୋଇଛନ୍ତି। ଭାରତୀୟ ଯବାନଙ୍କ ଗୁଳିମାଡ଼ରେ ପାକିସ୍ଥାନର ଏକାଧିକ ବଙ୍କର ଏବଂ ଲଞ୍ଚ ପ୍ୟାଡ ଧ୍ଵଂସ ହୋଇଛି। (ଏଜେନ୍ସି)
ଭୁବନେଶ୍ବର : କରୋନା ସମସ୍ତ ପର୍ବ ପର୍ବାଣୀ ଉପରେ ବେଶ୍ ଭାରି ପଡିଛି । କରୋନାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସମସ୍ତ ଧାର୍ମିକ କାର୍ଯ୍ୟକ୍ରମକୁ ରଦ୍ଦ କରାଯାଇଥିବାବେଳେ କଟକଣା ଭିତରେ ପାଳିତ ହୋଇଛି ସମସ୍ତ ପର୍ବ ପର୍ବାଣୀ । ପିଣ୍ଡଦାନ ଉପରେ ମଧ୍ୟ କରୋନା କଟକଣା ଲାଗିଯାଇଛି । ଭୁବନେଶ୍ବର ବିନ୍ଦୁ ସାଗରରେ ଏବର୍ଷ ପିଣ୍ଡଦାନ ଉପରେ କଟକଣା ଲାଗିଲା । ଲୋକଗହଳିକୁ ଦୃଷ୍ଟିରେ ରଖି କଟକଣା ଲଗାଇଛି ବିଏମ୍ସି । ଲିଙ୍ଗରାଜ ମନ୍ଦିର ସିଂହଦ୍ବାର ଓ ବିନ୍ଦୁସାଗରରେ ପୟାଶ୍ରାଦ୍ଧ, ପିଣ୍ଡଦାନ୍କୁ ବ୍ୟାନ୍ କରିଛି ବିଏମ୍ସି। ସୂଚନାଯୋଗ୍ୟ, ପୁରୀଠାରେ ମଧ୍ୟ କାଉଁରିଆ ଶ୍ରୀମନ୍ଦିର ଆଗରେ କାଉଁରିଆ କାଠି ଜାଳି ପାରିବେନି ଶ୍ରଦ୍ଧାଳୁ ବୋଲି ସୂଚନା ରହିଛି। ଘରେ ରହି ପୟା ଶ୍ରାଦ୍ଧ ପାଳନ କରିବାକୁ ପ୍ରଶାସନ ଅନୁରୋଧ କରିଛି ।
ନୂଆଦିଲ୍ଲୀ: ଆମେରିକୀୟ ଭେଷଜ କମ୍ପାନୀ ଫାଇଜର ଓ ଜର୍ମାନୀ ଅଂଶୀଦାର ବାୟୋଏନଟେକ ଦ୍ୱାରା ବିକଶିତ କୋଭିଡ ଟିକା ଫାଇଜର୍ର ଚୂଡାନ୍ତ ପର୍ଯ୍ୟାୟ ପରୀକ୍ଷଣ 90% ରୁ ଅଧିକ ଫଳପ୍ରଦତା ଦେଉଥିବା ଦାବି ହେଲା ପରେ ଖୁବ ଶୀଘ୍ର ଏହା ଉପଲବ୍ଧ ହୋଇପାରିବ ବୋଲି ଆଶା କରାଯାଉଛି । ମାତ୍ର ଟିକା ନିର୍ମାଣ କେନ୍ଦ୍ରରୁ ବିଶ୍ୱ ବ୍ୟାପୀ ବିଭିନ୍ନ ସ୍ଥାନରେ ଥିବା ଟିକା ପ୍ରଦାନ କେନ୍ଦ୍ର ଯାଏ ଏହାର ସୁରକ୍ଷିତ ପରିବହନ ହିଁ ଚିନ୍ତାର ବିଷୟ ହୋଇଛି । ଟିକାର ରପ୍ତାନୀ ବା ଆମଦାନୀ ବେଳେ ମାଇନସ୍ 70 ଡିଗ୍ରୀ ସେଲସିୟସ ତାପମାତ୍ରାରେ ଏହାକୁ ସଂରକ୍ଷିତ ରଖିବା ଲାଗି ବିମାନ ବନ୍ଦରରେ ଅତିଶୀତଳୀକୃତ ଗୋଦାମ ଘର ଠାରୁ ଆରମ୍ଭ କରି ଅତିଶୀତଳକୃତ ଯାନରେ ଏହାର ପରିବହନ ପ୍ରକି୍ରୟା ଅତ୍ୟନ୍ତ ଜଟିଳ ତଥା ବ୍ୟୟସାପେକ୍ଷ । ସେହିପରି ସେଠାରୁ ଟିକା ପ୍ରଦାନ କେନ୍ଦ୍ରରେ ତାହା ପହଞ୍ଚିଲା ପରେ ତାପମାତ୍ରା ମାଇନସ ସତୁରୀ ଡିଗ୍ରୀ ସେଲସିୟସରୁ…
ଭୁବନେଶ୍ୱର : କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୂର୍ବତନ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କୁ ଦୁଇ ବର୍ଷ ଥାନା ପୋଷ୍ଟିଂ ମନା। ଥାନାରେ ନିଯୁକ୍ତି ନେଇ ରାଜ୍ୟ ମାନବାଧିକାର କମିଶନ ଅଙ୍କୁଶ ଲଗାଇଛନ୍ତି। ଥାନା ଭିତରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ଏପରି ନିର୍ଦ୍ଦେଶ ଦିଆଯାଇଛି। ସଂଧ୍ୟାରାଣୀଙ୍କୁ ଦୁଇ ବର୍ଷ ଯାଏ କିଛି ଫିଲ୍ଡ ଡ୍ୟୁଟି ନଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଦୁଇ ବର୍ଷ ଯାଏ କୌଣସି ଥାନାରେ ତାଙ୍କୁ ନିଯୁକ୍ତି ନଦେବାକୁ କୁହାଯାଇଛି। ସଂଧ୍ୟାରାଣୀଙ୍କୁ ଟ୍ରେନିଂରେ ପଠାଇବାକୁ କମିଶନ କହିଛନ୍ତି। ଅଭିଯୁକ୍ତଙ୍କ ପ୍ରତି କିଭଳି ବ୍ୟବହାର କରାଯିବ , ସେନେଇ ଟ୍ରେନିଂ ନେବେ। ସୂଚନାଯୋଗ୍ୟ, ଗତ ମେ’ ମାସରେ ଥାନାରେ ଅଟକ ଜଣେ ଯୁବକଙ୍କୁ ପିଟିଥିଲେ ଆଇଆଇସି । ଅଟକ ଯୁବକଙ୍କୁ ନିସ୍ତୁକ ପିଟିବା ସହ ଗୋଇଠା ବି ମାରିଥିଲେ। ଆଇଆଇସିଙ୍କ ମାଡ଼ ଭିଡିଓ ଭାଇରାଲ ହେବା ପରେ ସମଗ୍ର ରାଜ୍ୟରେ ହଇଚଇ ହୋଇଥିଲା। ଘଟଣା ପରେ…
ରମେଶ ମହାନ୍ତି ଜଗତସିଂହପୁର: ଏକ ବୀମା କମ୍ପାନୀର ଏଜେଣ୍ଟ ଶିକ୍ଷକ ଚାକିରୀ କରିବା ପରେ ମଧ୍ୟ ଏଜେଣ୍ଟ କାମ ଛାଡି ପାରି ନାହାଁନ୍ତି । ପଲିସି ବିକିବାକୁ ବିଦ୍ୟାଳୟରେ ଅନୁପସ୍ଥିତ ରହି ପଛରେ ଧରା ଧରି କରି ଦରମା କରାଇନେବାକୁ ଷଡଯନ୍ତ୍ର ଚାଲିଥିବା ଚର୍ଚ୍ଚା ହେଉଛି। ପ୍ରଧାନ ଶିକ୍ଷକ ଦାଇତ୍ବରେ ଅନ୍ୟ ଜଣେ ଶିକ୍ଷକ ରହିବାରୁ ନିଜର ମନମାନି ସୁଯୋଗ ନପାଇ ଏଜେଣ୍ଟ ଶିକ୍ଷକ ଜଣକ ଲମ୍ବା ଅନଧିକାର ଛୁଟିରେ ରହି ପଲିସି ବେପାରରେ ଲାଗିପଡିଥିଲେ ବୋଲି କୁହାଯାଉଛି । ଘଟଣାଟି ପୁରୁଣା ହେବା ପରେ ୯ ମାସ ଧରି ଅନଧିକୃତ ଭାବରେ ନେଇଥିବା ଛୁଟିର ବକେୟା ଦରମା ହଡ଼ପ କରିବା ପାଇଁ ଉକ୍ତ ଇନ୍ସୁରାନ୍ସ ଏଜେଣ୍ଟ ଥିବା ଶିକ୍ଷକ ଜଣକ ଯୋରଦାର ଉଦ୍ୟମ ଚଳାଇଥିବା କୁହାଯାଉଥିବା ବେଳେ ଅପରପକ୍ଷରେ ଏରସମା ବ୍ଲକର ଭାରପ୍ରାପ୍ତ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଏବେ ସ୍ଥାନୀୟ ଶିକ୍ଷକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି…
ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଅନୁମୋଦନ ପରେ କାର୍ଯ୍ଯକାରୀ ହୋଇଛି ନୂତନ ଜେଲ ମାନୁଆଲ । ଏହି ମାନୁଆଲ୍ ଅନୁଯାୟୀ ଜେଲରେ ରହୁଥିବା କଏଦୀମାନେ ପାଇବେ ଅନେକ ସୁବିଧା। ବିଭିନ୍ନ କମିଟି ଦ୍ବାରା ଦିଆଯାଇଥିବା ପ୍ରସ୍ତାବ ଉପରେ ସୀମକ୍ଷା ପରେ ଏହି ଜେଲ ମାନୁଏଲ କାର୍ଯ୍ଯକାରୀ ହୋଇଛି । ସେପ୍ଟେମ୍ବର 29ରେ ବିଜ୍ଞପ୍ତି ପ୍ରକାଶ ପରେ ଏହି ମାନୁଆଲ କାର୍ଯ୍ୟକାରୀ ହୋଇଛି । ନୂତନ ମାନୁଆଲ୍ରେ କଏଦୀଙ୍କ ସୁରକ୍ଷା ଓ ମାନବାଧିକାର ଉପରେ ଗୁରୁତ୍ବ ଦିଆଯାଇଛି । ସେହିପରି ଜେଲ୍ରେ କଏଦୀଙ୍କ ଚିକିତ୍ସା ସୁବିଧା, ଜେଲ୍ ପରିଚାଳନାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି । ଏହି ମାନୁଆଲ୍ ଅନୁଯାୟୀ ସର୍କଲ ଜେଲ୍ରେ ହଜାରେ , ଜିଲ୍ଲା ଜେଲ୍ରେ 500 କଏଦୀ ରହିପାରିବେ । ସବ୍ଜେଲ୍ରେ 300 କଏଦୀଙ୍କ ରହିବା ନେଇ ଏହି ମାନୁଆଲରେ ବ୍ୟବସ୍ଥା ହୋଇଛି । ସେହିପରି ପ୍ରତି 6ଜଣ କଏଦୀଙ୍କ ପାଇଁ ଜଣେ ସୁରକ୍ଷା କର୍ମୀ ମୂତୟନ ହେବେ ବୋଲି…
ଭୁବନେଶ୍ବର : କରୋନାକୁ ଦୃଷ୍ଟିରେ ରାଜ୍ୟରେ ସ୍କୁଲ ତଥା ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏପରି ସମୟରେ ଅନଲାଇନ୍ ମାଧ୍ୟମରେ ଶିକ୍ଷା ଦିଆଯାଉଛି । ଅନଲାଇନ୍ ଶିକ୍ଷାକୁ ଅଧିକ ଗୁରୁତ୍ବ ଦିଆଯାଉଛି । ଅନଲାଇନ୍ ଶିକ୍ଷା ନେଇ ରାଜ୍ୟ ସରକାର ଟିସିଏସ୍ ସହ ଚୁକ୍ତି କରିଛନ୍ତି। ଅନ୍ଲାଇନ୍ ଶିକ୍ଷା ପାଇଁ ମାଗଣାରେ ସହଯୋଗ ଯୋଗାଇବ ଟିସିଏସ୍। ରାଜ୍ୟରେ ଆଦର୍ଶ ଓ ଉତ୍କର୍ଷ ସ୍କୁଲରେ ଅନ୍ଲାଇନ୍ ଶିକ୍ଷା ପାଇଁ ଟିସିଏସ୍ ସହ ଚୁକ୍ତି ହୋଇଛି। ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଓ ଟିସିଏସ୍ ମଧ୍ୟରେ ଏମ୍ଓୟୁ ସ୍ବାକ୍ଷର ହୋଇଛି। ଚୁକ୍ତି ମୁତାବକ, ରାଜ୍ୟର 214 ଆଦର୍ଶ ସ୍କୁଲ ଓ 101 ଉତ୍କର୍ଷ ସ୍କୁଲରେ ଅନ୍ଲାଇନ୍ ଶିକ୍ଷା ଶିକ୍ଷା ପାଇଁ ମାଗଣାରେ ସହଯୋଗ ଯୋଗାଇବ ଟିସିଏସ୍। ଆଜି ପୂର୍ବାହ୍ନରେ ଉତ୍କର୍ଷ ବିଦ୍ୟାଳୟ ଏବଂ ଆଦର୍ଶ ବିଦ୍ୟାଳୟରେ ଡିଜିଟାଲ୍ ଶିକ୍ଷାଦାନ ସଂପର୍କରେ ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାମାରୀ କୋଭିଡ୍-୧୯ ସ୍ଥିତିକୁ ଦୃଷ୍ଟିରେ…
ଭୁବନେଶ୍ବର : ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ’ବନ୍ଦେ ଉତ୍କଳ ଜନନୀ’ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଧ୍ୟମିକ ସ୍ତରରେ ପାଠ୍ୟକ୍ରମରେ ସ୍ଥାନ ପାଇବ ବନ୍ଦେ ଉତ୍କଳ ଜନନୀ। ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ରହିବ ବନ୍ଦେ ଉତ୍କଳ ଜନନୀ। ମୁଖମନ୍ତ୍ରୀଙ୍କ ଅନୁମୋଦନ ପରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । । ଜୁନ୍ 7 ତାରିଖରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅମର ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବେ ସରକାରୀ ମାନ୍ୟତା ପ୍ରଦାନ କରାଯାଇଥିଲା । ରାଜ୍ୟ ସଙ୍ଗୀତ ମାନ୍ୟତା ପାଇବା ପରେ ଏହି ସଙ୍ଗୀତକୁ ରାଜ୍ୟସରକାରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ତଥା ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ସ୍କୁଲ, କଲେଜ, ସଭାସମିତି ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୃଷ୍ଠ ସଙ୍ଗୀତ କିମ୍ବା ବାଦ୍ୟଯନ୍ତ୍ର ସଙ୍ଗୀତ ସହ ପରିବେଷଣ ହେବ ବୋଲି ସୂଚନା ଦିଆଯାଇଥିଲା । ସେହିପରି ସ୍କୁଲ ପାଠ୍ୟକ୍ରମରେ ଏହି ଅମର…
ମୁମ୍ବାଇ : ଆଇପିଏଲ 2020 ସରିଯାଇଛି । ଦୁବାଇରୁ ସମସ୍ତ ଖେଳାଳି ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଭାରତୀୟ କ୍ରିକେଟର କୃଣାଲ ପାଣ୍ଡ୍ୟାଙ୍କୁ ମୁମ୍ବାଇ ବିମାନବନ୍ଦରରେ ଅଟକ ରଖାଯାଇଛି । ଦୁବାଇରୁ ଆଇପିଏଲ ଖେଳି ଫେରୁଥିବା କୁନାଲଙ୍କୁ ଅଘୋଷିତ ସୁନା ରଖିବା ଅଭିଯୋଗରେ ଅଟକ ରଖାଯିବା ସହିତ ପଚରା ଉଚୁରା କରାଯାଉଛି । ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରର ଦୁଇ ନମ୍ବର ଟର୍ମିନାଲରେ ସିନିୟର ପାଣ୍ଡ୍ୟାଙ୍କୁ ଅଟକ ରଖାଯାଇଥିଲା । କୃଣାଲଙ୍କ ସମେତ ପତ୍ନୀ ପଙ୍ଖୁଡୀ ଶର୍ମାଙ୍କୁ ମଧ୍ୟ ବର୍ହିଶୁଳ୍କ ବିଭାଗ ପକ୍ଷରୁ ବିମାନ ବନ୍ଦରରେ ଅଟକ ରଖାଯାଇଛି । ଜବତ କରାଯାଇଥିବା ସାମଗ୍ରୀ ମଧ୍ୟରେ ଅଘୋଷିତ ସୁନା ଅଳଙ୍କାର ଏବଂ ମୂଲ୍ୟବାନ ଘଣ୍ଟା ଜବତ କରାଯାଇଥିବା ନେଇ ଅର୍ଥନୈତିକ ଗୁଇନ୍ଦା ନିଦେ୍ର୍ଧଶାଳୟ (ଡିଆରଆଇ) ପକ୍ଷରୁ ସୂଚନା ମିଳିଛି । ଗୁରୁବାର ସନ୍ଧ୍ୟାରେ କୃଣାଲ ଏବଂ ପଙ୍ଖୁଡୀଙ୍କୁ ବିମାନ ବନ୍ଦର କର୍ତ୍ତୃପକ୍ଷ ଅଟକ ରଖିଥିଲେ । ଜବତ ସାମଗ୍ରୀର ମୂଲ୍ୟାୟନ କରାଯାଇନଥିଲେ…
ନୂଆଦିଲ୍ଲୀ, ବିଶ୍ବର ପ୍ରତିଷ୍ଠିତ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷଣା ବିଭାଗ ତରଫରୁ କରୋନା ଉପରେ ଗବେଷଣା କରାଯାଇ ନୂଆ ତଥ୍ୟ ପ୍ରକାଶ କରାଯାଇଛି। ତାହା ହେଉଛି ଯେ, ପ୍ରତି ପାଞ୍ଚ ଜଣ କରୋନା ସୁସ୍ଥଙ୍କ ମଧ୍ୟରୁ ଜଣେ ମାନସିକ ରୋଗରେ ପିଡିତ ହେଉଛନ୍ତି। ଯେପରିକି ଅବସାଦଗସ୍ତ ଏବଂ ଅନିଦ୍ରା ପରି ରୋଗର ଶିକାର ହେଉଛନ୍ତି। ସୁସ୍ଥ ହେବାର 90 ଦିନ ଭିତରେ ଏହି ଲକ୍ଷଣ ପରିପ୍ରକାଶ ପାଉଛି ବୋଲି ଗବେଷଣାରୁ ଜଣାପଡିଛି। ବିଶ୍ବବିଦ୍ୟାଳୟର ଏକ ଗବେଷଣା ଦଳ ଆମେରିକାର ପ୍ରାୟ 10 ଲକ୍ଷ ରୋଗୀଙ୍କୁ ନେଇ ଏହି ଗବେଷଣା କରିଥିଲେ। ସେମାନଙ୍କ ଅନୁସାରେ 90 ଦିନ ପରେ କରୋନା ସୁସ୍ଥ ରୋଗୀଙ୍କର ମୁଣ୍ଡବିନ୍ଧା, ହଠାତ ଥଣ୍ଡା ଧରିବା, କାଶ ହେବା ପରି ଛୋଟଛୋଟ ରୋଗର ଲକ୍ଷଣ ପ୍ରକାଶ ପାଉଛି। ସେଥିପାଇଁ ଏହି ଭାଇରସରୁ ବଞ୍ଚିବା ପାଇଁ ଯଥା ସମ୍ଭବ ସମସ୍ତ ନିୟମ ମାନି ଚଳିବା ଆବଶ୍ୟକ ବୋଲି ଏହି ଗବେଷଣା ଦଳ କହିଛନ୍ତି।
ଭୁବନେଶ୍ବର : ଏକକ ପିଜି ଏଣ୍ଟ୍ରାନ୍ସ ମେରିଟ୍ ଲିଷ୍ଟ୍ ପ୍ରକାଶନ ତାରିଖ ଘୁଞ୍ଚାଇଲେ ସରକାର । 17 ସୁଦ୍ଧା ସାମ୍ସ ପୋର୍ଟାଲ୍ରେ ଗ୍ରାଜୁଏସନ୍ ମାର୍କ ଅପଲୋଡ୍ କରିପାରିବେ ପିଲା । ନଭେମ୍ବର 21 ତାରିଖରେ ପ୍ରକାଶ ପାଇବ ରାଜ୍ୟସ୍ତରୀୟ ମେରିଟ୍ ଲିଷ୍ଟ୍ । ଡିସେମ୍ବର 21ରେ ଶେଷ ହେବ ପିଜି ଆଡମିଶନ ପ୍ରକ୍ରିୟା । ପିଜି ଏଣ୍ଟ୍ରାନ୍ସ ମେରିଟ୍ ଲିଷ୍ଟ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଚଳିତ ବର୍ଷ ପ୍ରଥମ କରି ଏକକ ପିଜି ନାମଲେଖା ପ୍ରକ୍ରିୟା ହେଉଛି। ଏଥିପାଇଁ ପ୍ରବେଶିକା ପରୀକ୍ଷା ମଧ୍ୟ ଶେଷ ହୋଇସାରିଛି। ତେବେ ଏହାର ଫଳ ନଭେମ୍ବର ୧୦ ତାରିଖରେ ବାହାରିବାର ଥିଲା। ହେଲେ ଏବେ ଏହାକୁ ନଭେମ୍ବର 16କୁ ଘୁଞ୍ଚାଇ ଦିଆଯାଇଥିଲା । ପୁନର୍ବାର ଏହାକୁ ନଭେମ୍ବର 21 ତାରିଖରେ ପ୍ରକାଶିତ ହେବ । ନଭେମ୍ବର 21 ତାରିଖରେ ରାଜ୍ୟସ୍ତରୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ, ଯାହା…
ମୁମ୍ବାଇ : ଲୋକପ୍ରିୟ ଅଭିନେତା ତଥା କୋରିଓଗ୍ରାଫର, ନିର୍ଦ୍ଦେଶକ ପ୍ରଭୁଦେବା ଆଜିକାଲି ବେଶ୍ ଚର୍ଚ୍ଚାରେ ରହିଛନ୍ତି । ସେ ଏବେ ରିଲେସନସିପ୍କୁ ନେଇ ବେଶ୍ ଚର୍ଚ୍ଚାରେ । ପୁଣି ଥରେ ତାଙ୍କୁ ପ୍ରେମ ହୋଇଯାଇଛି । ଏବଂ ସେ ବହୁତ ଶୀଘ୍ର ଦ୍ବିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି । ଗ୍ରୁଫ୍ ଡ୍ୟାନ୍ସର ରୂପେ କ୍ୟାରିଅର୍ ଆରମ୍ଭ କରିଥିବା ପ୍ରଭୁଦେବା ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଚର୍ଚ୍ଚିତ ନାମ । ଦକ୍ଷିଣ ଭାରତୀୟ ଫିଲ୍ମ ହେଉ ଅଥବା ବଲିଉଡ୍ ସେ ସବୁଠୁ ଜଣେ ଟପ୍ କୋରିଓଗ୍ରାଫର୍ ତଥା ନିର୍ଦ୍ଦେଶକ ରୂପେ ଉଭା ହୋଇଛନ୍ତି । ତାଙ୍କ ଡ୍ୟାନ୍ସକୁ ନେଇ ସେ ଯେତିକି ଚର୍ଚ୍ଚାରେ ଥା’ନ୍ତି, ତା’ଠୁ ଅଧିକ ତାଙ୍କ ରିଲେସନ୍ସିପ୍କୁ ନେଇ । ଔପଚାରିକ ଭାବେ 2011 ମସିହାରେ ସ୍ତ୍ରୀ ରାମଲତାଙ୍କଠାରୁ ଅଲଗା ହୋଇଥିଲା ପ୍ରଭୁ ଦେବା । ଏହାପରେ ସେ ଦକ୍ଷିଣଭାରତୀୟ ଅଭିନେତ୍ରୀ ନୟନ ତାରାଙ୍କ…
ସୀତାରାମ ଅଗ୍ରଓ୍ବାଲ ଟାଙ୍ଗୀ : ଚଳନ୍ତା ଷ୍ଟିଲ ଜିନିଷ ବୋଝେଇ ଟ୍ରକରେ ଲାଗିଲା ନିଆଁ । ଅଳ୍ପକେ ବର୍ତିଲେ ଡ୍ରାଇଭର। ଆଜି ପୂର୍ବାହ୍ନରେ ଚାନ୍ଦପୁର 16 ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବେଣ୍ଟ ଛକରେ ଉକ୍ତ ଘଟଣାଟି ଘଟିଯାଇଛି। ମିଳିଥିବା ସୂଚନା ଅନୁଯାୟୀ ହାଇଦରାବାଦରୁ ଟାଟା ଡ଼ୁବୁରୀ ଷ୍ଟିଲ ଜିନିଷ ନେଇ ଯାଉଥିବା OD05AS6575 ନମ୍ବର ବିଶିଷ୍ଟ ଟ୍ରକଟିକୁ ଆଜି ସକାଳ 10ଘଟିକାରେ ଚାନ୍ଦପୁର 16ନମ୍ବର ଜାତୀୟ ରାଜପଥ ବେଣ୍ଟ ଛକ ନିକଟରେ ରଖି ଟ୍ରକ ଡ୍ରାଇଭର ସରୋଜ କୁମାର ଖୁଣ୍ଟିଆ ଜଳପାନ କରିବାକୁ ଯାଇଥିବାବେଳେ ହଠାତ ଟ୍ରକର ପଛ ପାର୍ଶ୍ୱରେ ନିଆଁ ଲାଗିଯାଇଥିଲା। ଫଳରେ ଟ୍ରକରେ ଷ୍ଟିଲ ଜିନିଷ ଗୁଡ଼ିକ ପୋଡ଼ିଯାଇଛି। ଖବର ପାଇ ଘଟଣାସ୍ଥଳରେ ଟାଙ୍ଗୀ ଅଗ୍ନିଶମ ବିଭାଗ ଅଧିକାରୀ ଅବିନାଶ ପୃଷ୍ଟି ସଦଳବଳେ ପହଁଚି ନିଆଁକୁ ଆୟତ୍ତ କରିଥିବା ସ୍ଥଳେ ଚାନ୍ଦପୁର ପୋଲିସ ଟ୍ରାଫିକ କ୍ଳିଅର କରିଥିଲା। ହେଲେ ଷ୍ଟିଲ ଜାତୀୟ ପଦାର୍ଥ ଥିବାରୁ ଖରାର ସଂସ୍ପର୍ଶରେ…
ନୂଆଦିଲ୍ଲୀ : ଓଡିଶା ସମେତ ଛଅଟି ରାଜ୍ୟକୁ ଦୁର୍ବିପାକ ସହାୟତା ରାଶି ଘୋଷଣା କରିଛି କେନ୍ଦ୍ର । ବାତ୍ୟା ‘ଅମ୍ପାନ’, ନିସର୍ଗ ସହ ବାତ୍ୟା ଓ ଭସ୍ଖଳନ ପାଇଁ ସହାୟତା ରାଶି ଘୋଷଣା ହୋଇଛି । ଓଡ଼ିଶାକୁ ବାତ୍ୟା ‘ଅମ୍ପନ’ ପାଇଁ କେନ୍ଦ୍ରର ସହାୟତା ଘୋଷଣା କରାଯାଇଛି। 128.23 କୋଟିର ଅତିରିକ୍ତ ସହାୟତା ଘୋଷଣା କରିଛି କେନ୍ଦ୍ର । ସେହିପରି ମୋଟ୍ 6ଟି ରାଜ୍ୟକୁ 4381.88 କୋଟିର ଅତିରିକ୍ତ ସହାୟତା ରାଶିଘୋଷଣା କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ କମିଟି ଏହାକୁ ଅନୁମୋଦନ କରିଛି । ତେବେ ଓଡିଶା, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ସିକିମକୁ ମିଳିବ ଏହି ସହାୟତା ।
ଭୁବନେଶ୍ବର: ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୫୧୦ କୁ ବୃଦ୍ଧି ହୋଇଛି। ଆଜି ସୁନ୍ଦରଗଡରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ ୩ ଜଣ, ମୟୂରଭଞ୍ଜରୁ ୨, ବାଲେଶ୍ବରରୁ ଜଣେ, ଜଗତସିଂହପୁରରୁ ଜଣେ, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ଜଣେ, ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ହୋଇଛି।
ଭୁବନେଶ୍ବର: ରାଜ୍ୟରେ ଆଜି ୧୦୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୫୮୫ ଜଣ ଚିହ୍ନଟ ହୋଇଥିବାବେଳେ ୪୩୩ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭ହଜାର ୪କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୯୩ ହଜାର ୭୪୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୧ ହଜାର ୭୧୫ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୪୯୫ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ମୋଟ୍ ୧୦୧୮ ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ ସର୍ବାଧିକ ୯୪ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ…
ନୂଆଦିଲ୍ଲୀ : ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 44ହଜାର ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 547 ଜଣଙ୍କର ମୃତ୍ୟୁ ଘଟିଛି । 44 ହଜାର 879 ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 87 ଲକ୍ଷ 28 ହଜାର 795ରେ ପହଞ୍ଚିଛି । ସେହିପରି 24 ଘଣ୍ଟା ମଧ୍ୟରେ 547 ଜଣଙ୍କର ମୃତ୍ୟୁ ଘଟିବା ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 28 ହଜାର 668ରେ ପହଞ୍ଚିଛି । ବିଗତ 24 ଘଣ୍ଟା ମଧ୍ୟରେ 49 ହଜାର 79 ଜଣ ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 81 ଲକ୍ଷ 15 ହଜାର 580ରେ ପହଞ୍ଚିଛି । ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 4ଲକ୍ଷ 84 ହଜାର 547ରେ ପହଞ୍ଚିଛି । ସମଗ୍ର ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା 5 କୋଟି 27 ଲକ୍ଷ 23 ହଜାର 560ରେ ପହଞ୍ଚିଥିବା ବେଳେ ମୃତ୍ୟୁ…
ନେପାଳ : ନେପାଳର ବୈତଡୀ ଜିଲ୍ଲାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ନେପାଳର ବୈତଡୀ ଜିଲ୍ଲାରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗସ୍ତ ହୋଇଛି । ଏହି ଦୁର୍ଘଟଣାରେ 9ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 34 ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମୃତକଙ୍କ ସଂଖ୍ୟା ବଢିବା ନେଇ ମଧ୍ୟ ସୂଚନା ରହିଛି । ସୂଚନାଯୋଗ୍ୟ, ଗତ ସପ୍ତାହରେ ମଧ୍ୟ ନେପାଳଠାରେ ଏକ ସଡକ ଦୁର୍ଘଟଣାରେ 5ଜଣଙ୍କର ମୃତ୍ୟୁ ହୋଇଥିଲା ।
ଦେବଗଡ଼: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସମ୍ବଲପୁର ସାଂସଦ। ସମ୍ବଲପୁର ସାଂସଦଙ୍କ କାର୍କୁ ଟ୍ରକ୍ ଧକ୍କା ଦେଇଛି। ତେବେ ସାଂସଦ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦେବଗଡ଼ ଥାନା ତଥା ତିଳେଇବଣି ବ୍ଲକ କୁରଡ଼ ଗାଁ ଏନ୍ଏଚ୍-53ରେ ଏହି ଘଟଣା ଘଟିଛି। ସମ୍ବଲପୁରରୁ ଫେରୁଥିବା ବେଳେ ସାଂସଦ ନୀତେଶ ଗଙ୍ଗଦେବଙ୍କ ଗାଡି ଦୁର୍ଘଟଣାଗସ୍ତ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ଦେବଗଡ ଥାନା ଏନ୍ଏଚ୍-49ର କୁରୁଡ ନିକଟରେ ଏହି ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣା ସମୟରେ ଗାଡ଼ି ଭିତରେ ସାଂସଦ ନୀତେଶ ଗଙ୍ଗଦେବ ରହିଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ସାଂସଦଙ୍କ ପ୍ରତିନିଧି ଯୋଗେଶ ଚନ୍ଦ୍ର ପ୍ରଧାନ। ଗତକାଲି ରାତି 10ଟାରେ ପଛରୁ ଆସୁଥିବା ଏକ ଟ୍ରକ୍ ( ଏଚ୍ଆର୍-55 ଏସି-8106) ଧକ୍କା ହେବାରୁ ସମ୍ବଲପୁର ସାଂସଦ ନିତେଶ୍ ଗଙ୍ଗଦେବଙ୍ଗ କାର (OD02U-2323) କ୍ଷତିଗ୍ରସ୍ତ ହୋଇଛି। ତେବେ ସୌଭାଗ୍ୟବଶତଃ ସାଂସଦ ଶ୍ରୀ ଗଙ୍ଗଦେବ ଅଳ୍ପକେ ବର୍ତ୍ତିଯାଇଛନ୍ତି।

