ଅଳ୍ପକେ ବର୍ତ୍ତିଲେ ସମ୍ବଲପୁର ସାଂସଦ

Published: Nov 13, 2020, 10:41 am IST

ଦେବଗଡ଼: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସମ୍ବଲପୁର ସାଂସଦ। ସମ୍ବଲପୁର ସାଂସଦଙ୍କ କାର୍‌କୁ ଟ୍ରକ୍‌ ଧକ୍କା ଦେଇଛି। ତେବେ ସାଂସଦ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦେବଗଡ଼ ଥାନା ତଥା ତିଳେଇବଣି ବ୍ଲକ କୁରଡ଼ ଗାଁ ଏନ୍‌ଏଚ୍-53ରେ ଏହି ଘଟଣା ଘଟିଛି। ସମ୍ବଲପୁରରୁ ଫେରୁଥିବା ବେଳେ ସାଂସଦ ନୀତେଶ ଗଙ୍ଗଦେବଙ୍କ ଗାଡି ଦୁର୍ଘଟଣାଗସ୍ତ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ଦେବଗଡ ଥାନା ଏନ୍‌ଏଚ୍‌-49ର କୁରୁଡ ନିକଟରେ ଏହି ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣା ସମୟରେ ଗାଡ଼ି ଭିତରେ ସାଂସଦ ନୀତେଶ ଗଙ୍ଗଦେବ ରହିଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ସାଂସଦଙ୍କ ପ୍ରତିନିଧି ଯୋଗେଶ ଚନ୍ଦ୍ର ପ୍ରଧାନ।

ଗତକାଲି ରାତି 10ଟାରେ ପଛରୁ ଆସୁଥିବା ଏକ ଟ୍ରକ୍ ( ଏଚ୍‌ଆର୍‌-55 ଏସି-8106) ଧକ୍କା ହେବାରୁ ସମ୍ବଲପୁର ସାଂସଦ ନିତେଶ୍ ଗଙ୍ଗଦେବଙ୍ଗ କାର (OD02U-2323) କ୍ଷତିଗ୍ରସ୍ତ ହୋଇଛି। ତେବେ ସୌଭାଗ୍ୟବଶତଃ ସାଂସଦ ଶ୍ରୀ ଗଙ୍ଗଦେବ ଅଳ୍ପକେ ବର୍ତ୍ତିଯାଇଛନ୍ତି।

Related posts