Author: Samikhsya Bureau

କଟକ:  କଟକରେ କୋଭିଡ୍‌ କେୟାର ସେଣ୍ଟର ବନ୍ଦ ହେବ । ଜିଲ୍ଲାରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ସଂକ୍ରମଣ ସଂଖ୍ୟା କମୁଥିବାରୁ କୋଭିଡ କେୟାର ସେଣ୍ଟର ବନ୍ଦ କରାଯିବ । କରୋନାରୁ ସୁସ୍ଥଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ଏସସିବିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ସୂଚନା ରହିଛି । ଆଜି କଟକ ଜିଲ୍ଲାର କୋଭିଡ ସ୍ଥିତି ନେଇ ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏହି ବୈଠକରେ ଏନେଇ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଏବେ ମଧ୍ୟ କମୁନାହିଁ ।  ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1483କୁ ବୃଦ୍ଧି ପାଇଛି ।

Read More

ପାଟନା : ବିହାରରେ ପୁଣି ଥରେ ଏନ୍‌ଡିଏ ସରକାର ଗଢିବାକୁ ଯାଉଛି । ’ସୁଶାସନ ବାବୁ’ ନାମରେ ପରିଚିତ ନୀତିଶ୍‌ କୁମାରଙ୍କ ହାତରେ ପୁଣି ଥରେ ଶାସନ କମାଣ ରହୁଛି । ମହାଗଠବନ୍ଧନକୁ ମାତ୍‌ ଦେଇ ଏନ୍‌ଡିଏ ବାଜିମାତ୍‌ କରିଛି ।  ବିହାରରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର 122 ରୁ ଏନଡିଏ ଅନ୍ୟ 3ଟି ଆସନରେ ଜିତିଛି । ଅନ୍ୟ ପକ୍ଷେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଜେଡିୟୁର ଆସନ ସଂଖ୍ୟା ବହୁତ କମିଥିଲେ ମଧ୍ୟ ନୀତୀଶ ବିହାରର 37 ତମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ନୀତୀଶ ମୁଖ୍ୟମନ୍ତ୍ରୀ ଭାବେ 3ଟି କାର୍ୟ୍ୟକାଳ ସମ୍ପୂର୍ଣ୍ଣ କରି ସାରିଛନ୍ତି ଏବଂ ଲଗାତର ଚତୁର୍ଥ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ । କିନ୍ତୁ 70ବର୍ଷୀୟ ନୀତୀଶ 6 ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆଗକୁ ସେ ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ…

Read More

ନୂଆଦିଲ୍ଲୀ : କରୋନା ସଂକ୍ରମଣରେ ଦେଶର ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡିଥିଲା । ତେବେ ବର୍ତ୍ତମାନ ଦେଶରେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଅର୍ଥ ବ୍ୟବସ୍ଥା ମଧ୍ୟ ସବଳ ହେଉଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରକାଶ କରିଛନ୍ତି । ଏହା ସହିତ ସେ ଆତ୍ମନିର୍ଭରଶୀଳ ଭାରତ 3.0 ଘୋଷଣା କରିଥିଲେ। ଦେଶରେ ନୂତନ ନିଯୁକ୍ତି ସୃଷ୍ଟି ପାଇଁ ଆତ୍ମନିର୍ଭରଶୀଳ ଭାରତ ରୋଜଗାର ଯୋଜନା ଆରମ୍ଭ କରାଯାଇଛି।ଦେଶର ଅର୍ଥନୀତି ଧୀରେ ଧୀରେ ସୁଧୁରିଥିବା ବେଳେ ମୁଡିସ ପକ୍ଷରୁ ଆଜି ଭାରତୀୟ ଅଭିବୃଦ୍ଧିର ରେଟିଂ ପ୍ରକାଶ କରାଯାଇଥିଲା । ପୂର୍ବରୁ ଚଳିତ ବର୍ଷର ଅଭିବୃଦ୍ଧି ହାର ଋଣାତ୍ମକ 9.6 ପ୍ରତିଶତ ରହିଥିବା ବେଳେ ଆଜି ଏହାକୁ ଋଣାତ୍ମକ 8.9 କୁ ସଂଶୋଧିତ କରାଯାଇଛି । ସେହିପରି 2022 ସୁଦ୍ଧା ଭାରତୀୟ ଅଭିବୃଦ୍ଧି 8.1 ଅନୁମାନ କରାଯାଇଥିବା ବେଳେ ଆଜି ଏହାକୁ ସଂଶୋଧିତ କରାଯାଇ 8.7 ରଖାଯାଇଛି । ୱାନ ନେସନ…

Read More

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଆତ୍ମନିର୍ଭର ଭାରତ 3.0  ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ଅବସରରେ ସଂଗଠିତ କ୍ଷେତ୍ରରେ ଅଧିକ ନିଯୁକ୍ତି ଦେବାକୁ ପ୍ରୋତ୍ସାହନ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ସଂସ୍ଥା ନୂତନ ନିଯୁକ୍ତି ଦେଲେ କେନ୍ଦ୍ର ସରକାର କର୍ମଚାରୀଙ୍କ ଇପିଏଫ ଭରିବେ ବୋଲି ଘୋଷଣା କରାଯାଇଛି । ଏକ ହଜାରରୁ କମ କର୍ମଚାରୀ ଥିବା ସଂସ୍ଥାରେ 24% ଇପିଏଫ କେନ୍ଦ୍ର ଦେବ । ସଂସ୍ଥା ଦେବାକୁ ଥିବା 12% ଓ କର୍ମଚାରୀଙ୍କ 12% କେନ୍ଦ୍ର ଦେବ । ତେବେ 1 ହଜାରରୁ ଅଧିକ କର୍ମଚାରୀ ଥିବା ସଂସ୍ଥାର କର୍ମଚାରୀଙ୍କ ଭାଗ କେନ୍ଦ୍ର ଭରିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଇପିଏଫ ଭରଣା ଆଗାମୀ 2 ବର୍ଷ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।

Read More

ଭୁବନେଶ୍ୱର: ମିଛ ମାମଲା ଦର୍ଶାଇବା ପୋଲିସ  ଅଧିକାରୀଙ୍କୁ ବେଶ୍‌ ମହଙ୍ଗା ପଡିଛି। ଜଣେ ଜୀବିତ ନାବାଳକକୁ ମୃତ ଦର୍ଶାଇ ସେହି ମାମଲାରେ ଦୁଇ ଜଣଙ୍କୁ ଜେଲରେ ପୁରାଇବା ଘଟଣାରେ କ୍ଷତିପୂରଣ ଭରିବେ ସମ୍ପୃକ୍ତ ପୁଲିସ ଅଧିକାରୀ। ଏହି ମାମଲାରେ ପୁଲିସ ଅଧିକାରୀ ଠାରୁ 5 ଲକ୍ଷ ଟଙ୍କା କ୍ଷତିପୂରଣ ଆଦାୟ କରିବା ପାଇଁ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, 2016 ମସିହାରେ ପାଇକମାଳ ଥାନା ଅଞ୍ଚଳରେ ଜଣେ ନାବାଳକ ନିଖୋଜ ଥିଲେ। ନାବାଳକଙ୍କୁ ହତ୍ୟା କରାଯାଇଥିବା ଦର୍ଶାଇ 2 ଜଣଙ୍କୁ ଗିରଫ କରି ଜେଲ ପଠାଇଥିଲା ପୋଲିସ୍‌ । ତେବେ 2018 ମସିହାରେ ସମ୍ପୃକ୍ତ ନାବାଳକ ଜୀବିତ ଅବସ୍ଥାରେ ଘରକୁ ଫେରି ଆସିଥିଲେ। ଏହାକୁ ନେଇ ଗିରଫ ଦୁଇ ଜଣ ବ୍ୟକ୍ତି ଓଏଚଆରସିଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଏହି ମାମଲାର ବିଚାର କରି କ୍ଷତିପୂରଣ ଦେବାକୁ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି।ସମ୍ପୃକ୍ତ ପୁଲିସ ଅଧିକାରୀ ପ୍ରତ୍ୟେକଙ୍କୁ ଅଢେଇ ଲକ୍ଷ ଟଙ୍କା…

Read More

ଭୁବନେଶ୍ବର :  ଆଉ ଦିନ କେଇଟାରେ ଆଲୋକର ପର୍ବ ଦୀପାବଳି । ଦିପାବଳୀ ହେଉଛି ସୁଖ- ସମୃଦ୍ଧିର ପର୍ବ । ଏହି ଦିନ ବିଧିବିଧାନ ଓ ଶ୍ରଦ୍ଧା ଭାବରେ ପୂଜା କରିବା ଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହେବା ସହିତ ଧନ ବର୍ଷା କରିଥା’ନ୍ତି । ଏହି ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରି ମା’ଙ୍କର କୃପା ପାଇବାକୁ ସମେସ୍ତ ଚେଷ୍ଟା କରିଥା’ନ୍ତି ।  ଏହି ଦିନ ନବବସ୍ତ୍ର ପିନ୍ଧି ଆମେ ମାତା ଲକ୍ଷ୍ମୀଙ୍କର ଆରାଧନା କରିଥାଉ । ତେବେ ଏହି ଦିନ ଯଦି ଆମେ ଆମର ଶୁଭ ରଙ୍ଗର ବସ୍ତ୍ର ପିନ୍ଧି ମାତାଙ୍କର ପୂଜା କରିବା ତେବେ ବିଶେଷ ଆଶୀର୍ବାଦ ପାଇପାରିବା । ତେବେ ଆସନ୍ତୁ ଜାଣିବା ଆମେ ଦୀପାବଳି ଦିନ କେଉଁ ରଙ୍ଗର ପୋଷାକ ପିନ୍ଧିବା ଉଚିତ୍‌ । ରଙ୍ଗ ଆମ ଜୀବନରେ ବିଶେଷ ପ୍ରଭାବ ପକାଇଥାଏ । ଏହି ରଙ୍ଗଗୁଡିକ ଆମର ଭାଗ୍ୟ ଓ ଭାବନାରେ ପ୍ରଭାବ…

Read More

ନୂଆଦିଲ୍ଳୀ : ଦେଶରେ କରୋନା ସଂକ୍ରମଣ କମି କମି ଆସିଥିବା ବେଳେ ସାତୋଟି ରାଜ୍ୟରେ ଏହି ସଂକ୍ରମଣ ଅଧିକ ହେଉଛି । ଏହି ସଂକ୍ରମଣକୁ ହ୍ରାସ କରିବା ପାଇଁ  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କରୋନା ମୁକାବିଲା ପାଇଁ ଏହି ସାତୋଟି ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ କେଉଁଭଳି ଭାବରେ କରୋନା ମୁକାବିଲା କରିହେବ ସେ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ହର୍ଷବର୍ଦ୍ଧନ । ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ମେଘାଳୟ ଏବଂ ଗୋଆର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ସହିତ ଏହି ଆଲୋଚନା କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ଟେଷ୍ଟିଂ ସଂଖ୍ୟାରେ ବୃଦ୍ଧି, ଅଧିକ ସଂକ୍ରମଣ ରହିଥିବା ସ୍ଥାନମାନଙ୍କରେ ଅଧିକ ସୁରକ୍ଷା ବ୍ୟବସ୍ଥା ଏବଂ ଏକତ୍ରୀକରଣ ବନ୍ଦ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ହର୍ଷବର୍ଦ୍ଧନ । କରୋନା ପରିଚାଳନା ବ୍ୟବସ୍ଥାକୁ ଉନ୍ନତ କରିବା ସହିତ 24, 48 ଓ 72 ଘଣ୍ଟା ମଧ୍ୟରେ ମୃତ୍ୟୁ…

Read More

ଲକ୍ଷ୍ନୌ: ବେକାରୀ ଏବଂ ଚାକିରୀ ହରାଇଥିବା ଲୋକଙ୍କ ପାଇଁ ଉତ୍ତରପ୍ରଦେଶ ସରକାର ‘ମିଶନ ରୋଜଗର’ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଦୀପାବଳି ପରେ ଯୋଗୀ ଆଦିତ୍ୟନାଥ ସରକାର ‘ମିଶନ ରୋଜଗାର’ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନା ମାଧ୍ୟମରେ ନଭେମ୍ବର ୨୦୨୦ ରୁ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ରାଜ୍ୟରେ ୫୦ ଲକ୍ଷରୁ ଅଧିକ ଯୁବକଙ୍କୁ ନିଯୁକ୍ତି ଦେବା ପାଇଁ ସରକାର ଲକ୍ଷ୍ୟ ରଖିଛି। ଏହି ଅଭିଯାନ ମାଧ୍ୟମରେ ଯୁବକମାନେ ସରକାରୀ ବିଭାଗ, ପରିଷଦ, ନିଗମ ଇତ୍ୟାଦିରେ ଚାକିରି ପାଇଁ ଆବେଦନ କରିବାର ସୁଯୋଗ ପାଇବେ। ଏହା ସହିତ ଘରୋଇ କ୍ଷେତ୍ର ପାଇଁ ଅନେକ ନୂତନ ସୁଯୋଗ ମଧ୍ୟ ସୃଷ୍ଟି ହେବ। ‘ମିଶନ ରୋଜଗର’ର କାର୍ଯ୍ୟ ଯୋଜନା ଚୂଡ଼ାନ୍ତ କରି ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର କୁମାର ତିୱାରୀ କହିଛନ୍ତି ଯେ ମିଶନ ରୋଜଗାର ଅଧୀନରେ ବିଭିନ୍ନ ବିଭାଗ, ସଂଗଠନ, ସ୍ବେଚ୍ଛାସେବୀ ସଂଗଠନ, ନିଗମ, ପରିଷଦରେ ଅଧିକ ନିଯୁକ୍ତି ଏବଂ ସ୍ଵୟଂ…

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ରକ୍ତର ଅଭାବ ପୂରଣ କରିବା ପାଇଁ କ୍ଲବ ଜୟ ଯବାନ ଜୟ କିଷାନ ତରଫରୁ ଓ ରବିରରାଗ ସହଯୋଗରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରରେ ଏକ ଜରୁରୀକାଳୀନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କୋଭିଡ ନିୟମାବଳୀ ଅନୁସାରେ ଅନୁଷ୍ଠିତ ଏହି ଶିବିରରେ ୨୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଉକ୍ତ ଶିବିରକୁ କ୍ଲବର ସଭାପତି କାଳନ୍ଦୀ ଦାଶ,ସମ୍ପାଦକ ପ୍ରିତିରଂଜନ ରାଉତ,କୋଷାଧ୍ୟକ୍ଷ ଚିତ୍ତରଂଜନ ସାହୁ,ସଭ୍ୟ ପ୍ରଭୁପ୍ରସାଦ ଦାଶ,ଅବନୀକାନ୍ତ ଦାଶ,ସୌଭାଗ୍ୟ ଦାଶ,ରଶ୍ମିକାନ୍ତ ପୂହାଣ,ରବିରରାଗ ର ମୁଖ୍ୟ ରବିନାରାୟଣ କର,ସଦସ୍ୟ ସତ୍ୟଜିତ ସ୍ୱାଇଁ, ଜୀବନ ଆଶ୍ରିତ ଦାସ, ପବିତ୍ର କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।

Read More

ଭୁବନେଶ୍ୱର: ଆଜି ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହଛି। ଗତକାଲି କେତେକ ସ୍ଥାନରେ ପାଗ ମେଘୁଆ ରହିବା ସହିତ କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଥିଲା। ଆଜି ମଧ୍ୟ ରାଜ୍ୟରେ ଏଭଳି ପାଗ ରହିବା ସମ୍ଭାବନା ଅଛି। ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତିରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। ଶୁକ୍ରବାରଠାରୁ ପାଗ ଶୁଖିଲା ଓ ଖରାଟିଆ ରହିବ। ପରବର୍ତ୍ତୀ ଦୁଇଦିନ ଭିତରେ ରାତି ତାପମାତ୍ରା ୨-୩ ଡିଗ୍ରୀ କମିପାରେ।

Read More

ଭୁବନେଶ୍ବର: ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୪୮୩ କୁ ବୃଦ୍ଧି ହୋଇଛି। ଆଜି ଭୁବନେଶ୍ୱରରୁ ୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ନୂଆପଡାରୁ ୨ ଓ ସୁନ୍ଦରଗଡରୁ ୨ ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ସେହିପରି ବରଗଡ, ବାଲେଶ୍ୱର, କଟକ, କଳାହାଣ୍ଡି, କେନ୍ଦ୍ରାପଡା, ସମ୍ବଲପୁର, ଖୋର୍ଦ୍ଧା, ମୟୂରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Read More

କୋଲକାତା, ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ଖୁବ ଶିଘ୍ର 16 ହଜାର 5ଶହ ଶିକ୍ଷକ ନିଯୁକ୍ତି ଦିଆଯିବ। ଏନେଇ କ୍ୟାବିନେଟ ବୈଠକ ପରେ ଘୋଷଣା କରିଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଯେଉଁମାନଙ୍କର ଶିକ୍ଷକତା ପାଇଁ ଉପଯୁକ୍ତ ଯୋଗ୍ୟତା ଥିବ ସେମାନଙ୍କୁ ନିଯୁକ୍ତି ଦିଆଯିବ। ଏହି ନିଯୁକ୍ତି ଆସନ୍ତା ଡିସେମ୍ବର କିମ୍ବା ଜାନୁୟାରୀ ମାସରେ କରାଯିବ ବୋଲି ନିଷ୍ପତି କରାଯାଇଛି। ତେବେ ରାଜ୍ୟରେ ନିର୍ବାଚନ ପୂର୍ବରୁ ମମତାଙ୍କ ଏହା ଏକ ବଡ ଘୋଷଣା ବୋଲି କୁହାଯାଉଛି।

Read More

ଭୁବନେଶ୍ବର:  ରାଜ୍ୟରେ ଆଜି ୯୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୭୨ ଜଣ ଚିହ୍ନଟ ହୋଇଥିବାବେଳେ ୪୧୪ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫ହଜାର ୯୮୬କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୯୨ ହଜାର ୪୭୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୧ ହଜାର ୯୭୩ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୪୬୯ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୯୮୬ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୧୨ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ…

Read More

ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଏକ ଦୀପାବଳୀ ଭେଟି ଦେବାର ସମ୍ଭାବନା ରହିଛି। କାରଣ ଆଜି ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ 12ଟା 30 ମିନିଟରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। ଏଥିରେ ସେ ପୁଣି କେତେକ କ୍ଷେତ୍ର ପାଇଁ ପ୍ୟାକେଜ ଘୋଷଣା କରିବେ ବୋଲି ଜଣାପଡ଼ିଛି। ସୁତ୍ର ଅନୁସାରେ ସୀତାରମଣ ଏଥର ଏକ ବଡ ଘୋଷଣା କରିବାର ସମ୍ଭାବନା ରହିଛି। ବର୍ତ୍ତମାନ କରୋନା ପାଇଁ ଦେଶରେ ଯେପରି ଆର୍ଥିକ ସ୍ଥିତି ବିପଦରେ ରହିଛି ତାହାର ପୁନଃଉଦ୍ଧାର ପାଇଁ ଏଥରେ କିଛି ରହିବ ବୋଲି କୁହାଯାଉଛି। ସୁତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଅର୍ଥମନ୍ତ୍ରୀ ସୀତାରମଣ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଗତ କିଛି ଦିନ ଧରି ବାରମ୍ବାର ବୈଠକ କରିଛନ୍ତି। ସେଥିରୁ ଅନୁମାନ କରାଯାଉଛି ଯେ, ଆଜି କିଛି ବଡ ଘୋଷଣା କରାଯାଇପାରେ। ଏହାର ସିଧା ପ୍ରସାରଣ ଦେଖିବା ପାଇଁ ସମୀକ୍ଷା ଫେସବୁକ ପେଜକୁ ଲାଇକ କରନ୍ତୁ

Read More

ନୂଆଦିଲ୍ଲୀ: କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ବିଧାୟକ। ଉତ୍ତରାଖଣ୍ଡ ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ଜୀନା କରୋନା ଯୁଦ୍ଧରେ ଲଢେଇ କରି ହାରିଯାଇଛନ୍ତି। ସୁରେନ୍ଦ୍ର ସିଂହ କରୋନା ସୁରେନ୍ଦ୍ର କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ସେ ଦିଲ୍ଲୀ ସ୍ଥିତ ଗଙ୍ଗାରାମ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ  ଭର୍ତ୍ତି ହୋଇଥିଲେ। ହେଲେ ସେଠାରେ ତାଙ୍କର ପରଲୋକ ହୋଇଯାଇଛି। ସୁରେନ୍ଦ୍ର ସିଂ ଅଲ୍‌ମୋଡା ଜିଲ୍ଲାର ସଲ୍‌ଟ ସିଟ୍‌ର ବିଧାୟକ ଥିଲେ। କିଛି ଦିନ ପୂର୍ବରୁ ତାଙ୍କର ପତ୍ନୀଙ୍କ ହୃଦଘାତରେ ମୃତ୍ୟୁ ଘଟିଥିଲା। ସୁରେନ୍ଦ୍ର ସିଂହଙ୍କ ନିଧନ ଖବର ପ୍ରଚାର ହେବା ପରେ ଉତ୍ତରାଖଣ୍ଡରେ ଶୋକର ଛାୟା ଖେଳି ଯାଇଛି। ସୁରେନ୍ଦ୍ର ସିଂହ ଉତ୍ତରାଖଣ୍ଡର ଜଣେ ଦକ୍ଷ ଯୁବନେତା ଥିଲେ। ସେ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

Read More

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭ ହଜାର ୯୦୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୫୦ ଜଣଙ୍କ ମୃତ୍ୟୁ ହୋଇଛି। ଭାରତର ମୋଟ ଆକ୍ରାନ୍ତ ସଂଖ୍ୟା ୮୬ ଲକ୍ଷ ୮୩ ହଜାର ୯୧୭ରେ ପହଞ୍ଚିଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୮ ହଜାର ୧୨୧ କୁ ବୃଦ୍ଧି ହୋଇଛି। ସେହିପରି ଗତ ୨୪ ଘଣ୍ଟାରେ ସାରା ଦେଶରୁ ୫୨ ହଜାର ୭୧୮ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା କରୋନାରୁ ସୁସ୍ଥ ହେଲେଣି ୮୦ ଲକ୍ଷ ୬୬ ହଜାର ୫୦୨ ଆକ୍ରାନ୍ତ। ଦେଶରେ ୪ ଲକ୍ଷ ୮୯ ହଜାର ୨୯୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି।

Read More

ପାଟନା, ବିହାରର ମୁଖ୍ୟମନ୍ତ୍ରୀ ଭାବେ ନୀତିଶ କୁମାର ପୁଣି ଥରେ ଶପଥ ନେବେ। ତେବେ ଦୀପାବଳି ପରେ ଏହି ଶପଥ ନେବେ ବୋଲି ଜଣାପଡିଛି। ପ୍ରାୟତଃ 16 ତାରିଖରେ ଶପଥ ନେବା ସମ୍ଭାବନା ରହିଛି। ହେଲେ ଏ ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଠ ତାରିଖ ଘୋଷଣା କରାଯାଇ ନାହିଁ। ନୀତିଶଙ୍କ ଏନଡିଏ 125 ଆସନ ଜିଣି ମ୍ୟାଜିକ ନମ୍ବରରୁ ମାତ୍ର ତିନି ସଂଖ୍ୟା ଆଗରେ ଅଛନ୍ତି। ଅନ୍ୟପଟେ ଆଜି ମହାମେଣ୍ଟର ଜରୁରୀ ବୈଠକ ଡକାଯାଇଛି। ତେଜସ୍ବୀ ଯାଦବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସୁଛି। ପରବର୍ତ୍ତି ରଣନୀତି କଣ ରହିବ ସେ ନେଇ ବିଚାର ବିମର୍ଶ କରାଯିବ ବୋଲି ଜଣାପଡିଛି।

Read More

ଭୁବନେଶ୍ବର, ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରଥମେ ମନ୍ତ୍ରୀ ପରିଷଦ ପରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଅପରାହ୍ନ 5ଟାରେ ପ୍ରଥମେ ମନ୍ତ୍ରୀ ପରିଷଦ ବୈଠକ ହେବ। ଏଥିରେ ଆସନ୍ତା ବିଧାନସଭାରେ ଉପସ୍ଥାପିତ ହେବାକୁ ଥିବା ଅତିରିକ୍ତ ବଜେଟର ଅନୁମୋଦନ ଲାଭ କରିବ। ଏହାପରେ 5 ଟା 30ରେ ବସିବ କ୍ୟାବିନେଟ ବୈଠକ। ଏଥିରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯିବା ସହିତ ବିଧାନସଭାରେ ଉପସ୍ଥାପିତ ହେବାକୁଥିବା କେତେକ ବିଲ୍ ଉପରେ ଆଲୋଚନା କରାଯିବ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଭିଡିଓ କନଫ୍ରେସିଂ ମାଧ୍ୟମରେ ଯୋଗଦେବେ। ଲୋକସେବା ଭବନରେ ମନ୍ତ୍ରୀ ଏବଂ ସଚିବମାନେ ରହି ଏହି ବୈଠକରେ ଯୋଗଦେବେ।

Read More

ନୂଆଦିଲ୍ଲୀ, ଆମର ଅଜାଣନ୍ତରେ ଏପରି କଥା ହୋଇଯାଏ ଯାହା ଆମେ ହେୟଜ୍ଞାନ କରୁ ହେଲେ ବାସ୍ତୁ ଅନୁସାରେ ସେଗୁଡିକ ବଡ ଅସୁବିଧା ସୃଷ୍ଟି କରିଥାନ୍ତି। ଏହିପରି ଅନେକ ତ୍ରୁଟି ରହିଛି ଯାହା ଦ୍ବାରା ଘରେ ଆଶାନ୍ତି ସୃଷ୍ଟି ହେବା ସହିତ ଆର୍ଥିକ ସଙ୍କଟ ମଧ୍ୟ ଦେଖା ଦେଇଥାଏ। ଏପରି ଘରକୁ ଟଙ୍କା ଆସିବ ହେଲେ ତାହା ହଠାତ କୁଆଡେ ଶେଷ ହୋଇଯିବ। ଏପରି ବିଭ୍ରାଟ କେବଳ ଘରେ ଥିବା କେତେକ ଉପକରଣର ଠିକ ସ୍ଥାନରେ ନ ରଖିବା ଏବଂ ସେଗୁଡିକର ଠିକ୍ ଯତ୍ନ ନ ନେବା ଦ୍ବାରା ହୋଇଥାଏ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଝାଡୁ, ପାଣି ଟ୍ୟାପ୍ ଏବଂ ଶୟନ କକ୍ଷ ଠିକ ଭାବେ ନ ରହିବା ବାସ୍ତୁ ଦୋଷ ହୋଇଥାଏ। ସେଗୁଡିକ ମଧ୍ୟରୁ କେତେକ ତଥ୍ୟ ଉପସ୍ଥାପିତ କରୁଛୁ। # ଯଦି ଘରେ ଟଙ୍କା ରହୁ ନାହିଁ, ତେବେ ଏହା ବନ୍ଦ ଟ୍ୟାପରୁ ପାଣି ଖସିବା କିମ୍ବା ବେଡରୁମଟି…

Read More

ବଲାଙ୍ଗିବନ୍ଧ ଉଦ୍ୟାନ ଉନ୍ନତିକରଣ କାର୍ଯ୍ୟ ପରିଦର୍ଶନ କରୁଛନ୍ତି ଉଚ୍ଚ ଶିକ୍ଷା ଏବଂ କୃଷି ମନ୍ତ୍ରୀ ଅରୁଣ ସାହୁ

Read More

ଭୁବନେଶ୍ବର, ଦୁଇ ଉପନିର୍ବାଚନର ଫଳାଫଳ ବାହାରିବା ପରେ ବର୍ତ୍ତମାନ ପିପିଲି ଉପରେ ରାଜନୈତିକ ବିଶେଷଜ୍ଞଙ୍କ ନଜର ନିକ୍ଷେପ ହୋଇଛି। କାରଣ କେତେବେଳେ ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ହେଲେ ତିର୍ତ୍ତୋଲ ଏବଂ ବାଲେଶ୍ବର ଉପନିର୍ବାଚନ ଫଳ ପରେ ବିରୋଧୀ ବିଜେପି ଏବଂ କଂଗ୍ରେସ ହତାସ ହୋଇପଡିଛି। ପିପିଲି ପରି ଗୋଟିଏ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳିରେ ଜିତିବା ସମ୍ଭବ ନୁହେଁ ବୋଲି ସେମାନେ ଅନୁମାନ କରିସାରିଲେଣି। ପିପିଲି ନିର୍ବାଚନ ମଣ୍ଡଳୀରେ ଦୀର୍ଘ 35 ବର୍ଷ ଧରି ଅଣ କଂଗ୍ରେସ ହାତରେ ରହିଛି। ପ୍ରଦୀପ ମହାରଥୀ ସେଠାରୁ ସାତ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିଲେ। ମୁଖ୍ୟତଃ ତାଙ୍କର ଦୃଢ ସଂଗଠନ, ଲୋକଙ୍କ ସହିତ ରହିବା ହିଁ ତାଙ୍କ ବିଜୟର ମୁଖ୍ୟ କାରଣ ଥିଲା। ତାଙ୍କର ଏହି ଲୋକ ସଂପର୍କ ଏବଂ ସଂଗଠନ ଯୋଗୁଁ ସେଠାରେ ବିଜେପି ଓ କଂଗ୍ରେସ ପଶିବା ସମ୍ଭବ ହୋଇପାରି ନାହିଁ। ଗତ ସାଧାରଣ ନିର୍ବାଚନରେ…

Read More