Author: Samikhsya Bureau

ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୩୪୦ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।  ଖୋର୍ଦ୍ଧାରୁ ସର୍ବାଧିକ ୧୫୯ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୧୦୬, କଟକରୁ ୯୯, ବଲାଙ୍ଗିରିରୁ ୮୬, କେନ୍ଦ୍ରାପଡାରୁ ୭୬, ବରଗଡରୁ ୭୧, ନୂଆପଡ଼ାରୁ ୭୦, ପୁରୀରୁ ୬୩, ଜଗତସିଂହପୁରରୁ ୫୬, କେନ୍ଦୁଝରରୁ ୫୫, ମୟୂରଭଞ୍ଜରୁ ୫୫, ବାଲେଶ୍ବରରୁ ୪୫, ଯାଜପୁରରୁ ୪୩, ଝାରସୁଗୁଡାରୁ ୪୧, ସମ୍ବଲପୁରରୁ ୩୩, ନବରଙ୍ଗପୁରରୁ ୩୧, ଭଦ୍ରକରୁ ୩୦, ଅନୁଗୁଳରୁ ୨୮, କଳାହାଣ୍ଡିରୁ ୨୭, ଗଞ୍ଜାମରୁ ୨୫, କନ୍ଧମାଳରୁ ୨୧, କୋରାପୁଟରୁ ୨୧, ମାଲକାନଗିରିରୁ ୨୧, ଢେଙ୍କାନାଳରୁ ୨୦, ସୋନପୁରରୁ ୧୯, ନୟାଗଡରୁ ୯, ଦେବଗଡ଼ରୁ ୮, ରାୟଗଡ଼ାରୁ ୫ ଏବଂ ଷ୍ଟେଟ ପୁଲରୁ ୧୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ…

Read More

କନ୍ଦର୍ପ ବେହେରା ରେଢାଖୋଲ-ଭଗବାନକୁ ସାକ୍ଷୀ ରଖି ବାହାବେଦୀରେ ସ୍ୱାମୀ ସ୍ତ୍ରୀର ହାତ ଧରି ବାହାଘର ହୋଇଥାଏ ଯୁଗଯୁଗ ପାଇଁ । ହେଲେ ସ୍ୱାମୀ ଯେ ଦିନେ ସବୁ ମିଥ୍ୟା ଭାବି ନିଜର ଅର୍ଦ୍ଧାଙ୍ଗିନୀକୁ ହତ୍ୟା କରିବ କେହି ବି ଭାବି ନ ଥିବେ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ସବଡିଭିଜନର ଜୁଜୋମୁରା ଥାନା ଅଂଚଳରେ । ପ୍ରକାଶ ଯେ ଜୁଜୋମୁରା ଥାନା ମେଘପାଳ ପଂଚାୟତର ଘୁସୁରିବାହାଲ ଗାଁରେ ପ୍ରମୋଦ ଭଏସା ରାତିରେ ମଦ୍ୟପାନ କରି ନିଜର ସ୍ତ୍ରୀ  ସହ ଝଗଡା କରିଥିଲେ । ଅତ୍ୟଧିକ ମଦ୍ୟପାନ କରି ସେ ଧରିଥିବା ଏକ ଟାଙ୍ଗିଆରେ ପାର୍ବତୀର ମୁଣ୍ଡକୁ ହାଣି ଥିଲା । ଘଟଣା ସ୍ଥଳରେ ହିଁ ପାର୍ବତୀର ମୃତ୍ୟୁ ହୋଇଯାଇଥିଲା ।  ମଦ ନିଶାରେ ମସଗୁଲ ପ୍ରମୋଦ ଏପରି ଏକ ନୃଶଂସ କାଣ୍ଡ କରିଥିବା ଜୁଜୋମୁରା ପୋଲିସ୍ ଓ ରେଢାଖୋଲ ଏସ୍‌ଡିପିଓ ଖବର ପାଇ ଘଟଣା…

Read More

ମାଲ୍‌ଦୀପ୍‌ରେ ଛୁଟି କଟାଇବା ଅବସରରେ ଅଭିନେତ୍ରୀ ଏଲି ଆବ୍ରାହମ୍‌ଙ୍କୁ ରକିଂ ଅନ୍ଦାଜ୍‌ରେ ଦେଖିବାକୁ ମିଳିଛି । ସୂକ୍ଷ୍ମ ଲେସ୍‌ ବଡିକନ୍‌ରେ ଅଭିନେତ୍ରୀ ଏଲି ଆବ୍ରାହମ୍‌ ଚଟାଣରେ ଶୋଇ ସନ୍‌ ବାଥ୍‌ର ମଜା ନେଉଛନ୍ତି ।

Read More

ମସ୍କୋ : ଋଷ ପକ୍ଷରୁ ବିକଶିତ କରାଯାଇଥିବା କରୋନା ଟୀକା 92 ପ୍ରତିଶତ ଫଳପ୍ରଦ ବୋଲି ଋଷ ପକ୍ଷରୁ ଦାବି କରାଯାଇଛି । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଏହି ତଥ୍ୟ ସାମ୍ନାକୁ ଆସିଥିବା ନେଇ ମସ୍କୋ ପକ୍ଷରୁ କୁହାଯାଇଛି । ଗାମାଲେୟା ଇନଷ୍ଟିଚ୍ୟୁଟ ପକ୍ଷରୁ ବିକଶିତ ଏହି ଟୀକାକୁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପୂର୍ବରୁ ବ୍ୟବହାରିକ ଅନୁମତି ପ୍ରଦାନ କରିଥିଲା ଋଷ । ସେତେବେଳେ ଏହାକୁ ନେଇ ବିବାଦ ମଧ୍ୟ ଦେଖା ଦେଇଥିଲା । 66 ପ୍ରତିଶତ ଋଷ ସ୍ୱାସ୍ଥ୍ୟକର୍ମୀ ଟୀକାର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ଉଠାଇଥିଲେ । ଏହାପରେ 40 ହଜାର ସ୍ୱେଚ୍ଛାସେବୀଙ୍କୁ ନେଇ ଋଷ ପକ୍ଷରୁ ଟୀକା ଉପରେ ଅଧିକ ପରୀକ୍ଷଣ କରାଯାଇଥିଲା । ଏହି ପରୀକ୍ଷଣ ପରେ ଏହି ଟୀକା କରୋନା ଉପରେ 92 ପ୍ରତିଶତ ଫଳପ୍ରଦ ବୋଲି ତଥ୍ୟ ପ୍ରକାଶ ପାଇଛି । ବୁଧବାର ମସ୍କୋ ପକ୍ଷରୁ ଏହି ସୂଚନା ପ୍ରକାଶ କରାଯାଇଛି ।…

Read More

କଟକ: କଟକ ଆୟକର ଆପିଲେଟ ଟ୍ରିବ୍ୟୁନାଲ ନୂଆ ଭବନର ଉଦ୍‌ଘାଟିତ ହୋଇଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦ୍ଘା‌ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସାମିଲ ହୋଇଥିଲେ । ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବହୁ ବିଷିଷ୍ଟ ବ୍ୟକ୍ତି ମଧ୍ୟ ସାମିଲ ହୋଇଥିଲେ । ହାଇକୋର୍ଟ ମୁଖ୍ୟ ବିଚାରପତି ମଧ୍ୟ ଏଥିରେ ସାମିଲ ହୋଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, କଟକ ବେଞ୍ଚ ପୂର୍ବ ଭାରତ ଟିକସଦାତାଙ୍କୁ ସୁବିଧା ଦେଇପାରିବ। ବିଜୁ ବାବୁଙ୍କ ବିନା ଉଦ୍ୟମରେ କଟକରେ ଆଇଟିଏଟି ସମ୍ଭବ ହୋଇପାରି ନଥାନ୍ତା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଟ୍ୟାକ୍ସ ଟେରରିଜିମ ଏବେ ଟ୍ୟାକ୍ସ ଟ୍ରାନ୍ସପେରେନ୍ସିରେ ପରିଣତ ହୋଇଛି। କରଦାତାଙ୍କୁ ସୁବିଧା ମିଳୁଛି। ବିଚାର ବିଭାଗ ଓ ନ୍ୟାୟ ପାଳିକାରେ ଟେକ୍ନୋଲୋଜିର ବହୁଳ ବ୍ୟବହାର ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି।…

Read More

ମୋଜାମ୍ବିକ :  ଦକ୍ଷିଣ ଆଫ୍ରିକୀୟ ଦେଶ ମୋଜାମ୍ବିକରେ ଆଇଏସଆଇଏସ୍‌ ନରସଂହାର କରିଥିବାର ସୂଚନା ରହିଛି । ଏକ ଗ୍ରାମର 50ଜଣ ଲୋକଙ୍କର ମୁଣ୍ଡ କାଟ କରିଛନ୍ତି । କ୍ୟାବୋ ଡେଲଗାଡୋ ରାଜ୍ୟର ନାଜ୍‌ବା ଗ୍ରାମରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଆତଙ୍କୀମାନେ ଏକ ଫୁଟବଲ ପିଚ ଉପରେ 50 ଅଧିକ ଲୋକଙ୍କ ବେକ କାଟିବା ପରେ ଶବ ଗୁଡିକୁ ଟୁକୁରା ଟୁକୁରା କରି ଦେଇଥିଲେ । ଏହି 50 ଜଣଙ୍କ ମଧ୍ୟରେ ପ୍ରାୟ 15ରୁ ଅଧିକ ଶିଶୁ ରହିଛନ୍ତି । ଆତଙ୍କୀ ମାନେ ନିକଟସ୍ଥ ଏକ ଗ୍ରାମରୁ କିଛି ମହିଳାଙ୍କୁ ଉଠାଇ ଆଣି ତାଙ୍କୁ ଯୌନ ନିର୍ଯାତନା ଦେଉଥିଲେ ।  ଆତଙ୍କୀମାନେ ସେହି ଗ୍ରାମରେ ନିଆଁ ମଧ୍ୟ ଲଗାଇଥିଲେ । ଆତଙ୍କୀ ପ୍ରପୀଡିତ ମୋଜାମ୍ବିକରେ ନିୟମିତ ଭାବରେ ଆଇଏସ ଆତଙ୍କୀ ମାନେ ଏହିପରି ନରସଂହାର କରିଥାନ୍ତି । ନିକଟରେ ଫ୍ରାନ୍ସ ପକ୍ଷରୁ ମୋଜାମ୍ବିକରେ କରାଯାଇଥିବା ଏୟାର ଷ୍ଟ୍ରାଇକରେ 60ରୁ ଅଧିକ…

Read More

ଭୁବନେଶ୍ବର, ପୁଣିଥରେ ପ୍ରମାଣିତ ହୋଇଛି ଯେ, ଓଡିଶାରେ ନିର୍ବାଚନ ଅର୍ଥ କେବଳ ନବୀନ ଏବଂ ନବୀନ। ଏହା ବ୍ୟାତିରକେ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ଅପରାଜିତା ଷଡଙ୍ଗୀ ଏବଂ ନିରଂଜନ ପଟ୍ଟନାୟକ କେହି ନୁହଁନ୍ତି। ଯେ ପର୍ଯ୍ୟନ୍ତ ନବୀନ ରାଜନୀତିରେ ଅଛନ୍ତି ସେ ପର୍ଯ୍ୟନ୍ତ ତାଙ୍କର କେହି କିଛି କରି ପାରିବେ ନାହିଁ। ଥରେ ନୁହେଁ କି ଦୁଇଥର ନୁହେଁ, 2000 ମସିହାଠାରୁ ଏହା ବାରମ୍ବାର ପ୍ରମାଣିତ ହୋଇ ଆସିଛି। ବିଗତ ରାଜନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କିଏ ସେ ପୋଡା ଟ୍ରାନସଫରମର, କିଏ ସେ ଦେହ ଖରାପ ପ୍ରସଂଗ, କିଏ ସେ ବିଭିନ୍ନ ଦୁର୍ନିତି ପ୍ରସଂଗ ଆଣିଥିଲେ ମଧ୍ୟ ତାହା କିଛି କାମ ଦେଉ ନାହିଁ। ବିରୋଧୀଙ୍କ ସବୁ ପ୍ରକାର ରଣ କୌଶଳ ଏବଂ ଚକ୍ରାନ୍ତକୁ ନବୀନଙ୍କ ଭାବମୂର୍ତ୍ତି ଧୂଳିସାତ କରିଦେଉଛି। ଫଳରେ ବର୍ତ୍ତମାନ ରାଜ୍ୟର ସବୁ ରାଜନୈତିକ ଦଳ ନିର୍ବାଚନ ଆସିଲେ ତ୍ରାହି ତ୍ରାହି ଚିତ୍କାର କରିବାକୁ ଲାଗିଲେଣି।…

Read More

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 59ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ 59 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 5ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 54 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି। https://twitter.com/bmcbbsr/status/1326479103990456321?s=20 ସେହିପରି ଆଜି 230 ଜଣ ସୁସ୍ଥ ହୋଇଛନ୍ତି । ନୂତନ 88 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 29 ହଜାର 896ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 28 ହଜାର 928ଜଣ ସୁସ୍ଥ ହୋଇଥିବାବେଳେ 185ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 762ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Read More

ଦିଲ୍ଲୀପ ହାଲି ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ଦିଗରେ ପ୍ରଯୋଜକମାନେ କୁଣ୍ଠିତ ହେଲେଣି। କେବଳ ଟି.ଭି. ଚ୍ୟାନେଲ୍ ଗୁଡ଼ିକ ନିଜ ପ୍ରଯୋଜନା ଜରିଆରେ ଯାହା ଓଡ଼ିଆ ଚଳଚ୍ଚିତ୍ର କରିବେ ତାହା ବାଧ୍ୟ ବାଧକତାରେ ଟି.ଭି. ମାଧ୍ୟମରେ ଦେଖିବା ସାର ହେବ। ପ୍ରେକ୍ଷାଳୟ ସଂଖ୍ୟା କମ୍ ବେଳେ ଆର୍ଥିକ ଦିଗରୁ ପ୍ରଯୋଜକମାନେ ପୂର୍ବାପେକ୍ଷା କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବିନିଯୋଗ କରିବା ଦିଗରେ ପଶ୍ଚାତପଦ ହେଉଛନ୍ତି। ମନ ମୁତାବକ ଓଡ଼ିଆ ଚଳଚ୍ଚିତ୍ର ଗୋଟାକ ପରେ ଗୋଟିଏ କରୁଥିବା ପ୍ରଯୋଜକମାନେ ଅନ୍ୟାନ୍ୟ ବ୍ୟବସାୟରେ ଅର୍ଥବିନିଯୋଗ କରୁଛନ୍ତି। ସାମ୍ପ୍ରତିକ ଚଳଚ୍ଚିତ୍ର ପରିସ୍ଥିତିକୁ ଲକ୍ଷ୍ୟ କରି ଯାହାଙ୍କର ଓଡ଼ିଆ ପ୍ରଯୋଜନାରେ ସାମାନ୍ୟତମ ଧାରଣା ନାହିଁ, ସେଇ କେତୋଟି ଖୁଚୁରା ପ୍ରଯୋଜକମାନଙ୍କୁ ‘ଜୋକ୍‌ର’ ବନେଇ ନିର୍ଦ୍ଦେଶକମାନେ ନିଜକୁ ଦୋଷମୁକ୍ତ କରୁଛନ୍ତି। ଓଡ଼ିଆ ସିନେମା ପାଇଁ ବଜେଟ୍ ପ୍ରାରମ୍ଭିକ ଅବସ୍ଥାରେ ଗୋଟିଏ କଥା ! ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଯୋଜକଟିକୁ ଅର୍ଥ ଦେବାରେ କଣ୍ଠାଗ୍ରସ୍ତ ହୋଇପଡ଼େ। ସେଥିରୁ ସେ ମୁକ୍ତି ପାଇଁ ନିଜେ ବାଟ…

Read More

ନୂଆଦିଲ୍ଲୀ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲା ଅନ୍ତରୀଣ ଜାମିନ । ଅର୍ଣ୍ଣବଙ୍କ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି ସୁପ୍ରିମକୋର୍ଟ । ଆଠ ଦିନ ପରେ ଜେଲରୁ ମୁକ୍ତି ପାଇବେ ଅର୍ଣ୍ଣବ ଗୋସ୍ୱାମୀ । ଆକ୍ରୋଶମୂଳକ ଭାବେ ଅର୍ଣ୍ଣବଙ୍କୁ ଗିରଫ କରିଥିବା ଅଭିଯୋଗ ହୋଇଥିଲା । ଅନଭୟ ନାଏକ ଆତ୍ମହତ୍ୟ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । 4 ତାରିଖରେ ଘରେ ପଶି ଅର୍ଣ୍ଣବଙ୍କୁ ଉଠାଇ ଆଣିଥିଲା ମୁମ୍ବାଇ ପୋଲିସ । ବନ୍ଧୁକଧାରୀ ପୋଲିସ ଘରେ ପଶି ଅର୍ଣ୍ଣବଙ୍କୁ ଉଠାଇ ଆଣିଥିଲା । ପୂର୍ବରୁ ଅର୍ଣ୍ଣବଙ୍କ ଜାମିନ ଆବେଦନ ଖାରଜ କରିଥିଲା ବମ୍ବୋ ହାଇକୋର୍ଟ । ବମ୍ବେ ହାଇକୋର୍ଟରୁ ନିରାଶ ପରେ ସୁପ୍ରିମକୋର୍ଟ ଯାଇଥିଲେ ଅର୍ଣ୍ଣବ।

Read More

ତାଇଓ୍ପାନ୍‌ : ଉତ୍ତରପଶ୍ଚିମ ତାଇଓ୍ବାନ୍‌ରୁ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । କୁହାଯାଏ, ନିଜ ମନ ପସନ୍ଦର ଖାଦ୍ୟର ନା ଶୁଣିଲେ ପାଟିରୁ ଲାଳ ଗଡିଥାଏ । କିନ୍ତୁ ଏଠାରେ କିଛି ଅଜବ ଘଟିଛି । ଖାଦ୍ୟର ନାଁ ଶୁଣି 62 ଦିନ ଧରି କୋମାରେ ରହିଥିବା ଜଣେ ରୋଗୀଙ୍କୁ ହୋସ୍‌ ଆସିଯାଇଛି । 18 ବର୍ଷୀୟ ଏହି ଯୁବକ ଜଣକ 62 ଦିନ ଧରି କୋମାରେ ରହିଥିବାବେଳେ ନିଜ ମନ ପସନ୍ଦର ଖାଦ୍ୟ ନା ଶୁଣି ତାଙ୍କର ହୋସ୍‌ ଆସିଯାଇଛି । ଉତ୍ତରପଶ୍ଚିମ ତାଇଓ୍ବାନ୍‌ରେ ରହୁଥିବା 18 ବର୍ଷୀୟ ଚିୟୁ ସ୍କୁଟରରେ ଯାଉଥିବା ସମୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଗୁରୁତର ଅବସ୍ଥାରେ ତା୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଦୁର୍ଘଟଣାରେ ଚିୟୁଙ୍କର ଶହାହଶ କିଡ୍‌ନୀ, ଲିଭର୍‌ରେ ଗଭୀର ଆଘାତ ଲାଗିଥିଲା । ଶରୀରରୁ ଅଧିକ ରକ୍ତ…

Read More

ନୂଆଦିଲ୍ଲୀ :  ଡିଜିଟାଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମକୁ ନେଇ ଆଜି କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ଏହି ଦୁଇଟି ପ୍ଲାଟଫର୍ମ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗର ଅଧୀନରେ ଆସିବ ବୋଲି ବିଜ୍ଞପ୍ତି ଜାରି ହୋଇଛି। ଦେଶରେ ଚାଲୁଥିବା ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ଓ ଅନଲାଇନ୍ କଣ୍ଟେଣ୍ଟ ପ୍ରୋଗ୍ରାମ ଏଣିକି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଆସିବ । ଆଜି ଏନେଇ କେନ୍ଦ୍ର ସରକାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି । ଏହାଦ୍ୱାରା ଏଣିକି ଅନଲାଇନ୍ ମାଧ୍ୟମରେ ପ୍ରସାରିତ ହେଉଥିବା ସମସ୍ତ ଭିଡିଓ, ଅଡିଓ, ନ୍ୟୁଜ୍ ଆଦି ସୂଚନା ଓ ପ୍ରସାରଣ ବିଭାଗର ନିୟମ ଅଧୀନରେ ଆସିବ। ଯେ କେହି, ଏହି ନିୟମ ଉଲ୍ଲଂଘନ କରିବ ସେ ଆଇନ୍ ଅନୁଯାୟୀ ଦଣ୍ଡନୀୟ ହେବ ବୋଲି କୁହାଯାଇଛି। ଅନ୍ ଲାଇନ ଓ୍ୱେବସାଇଟ୍ ଏବଂ ଓଟିଟି ପ୍ଲାଟଫର୍ମ ପାଖରେ ଖବର ପ୍ରସାରଣ କରିବାର ସ୍ୱାଧୀନତା ରହିବ…

Read More

ବାହାରିନ୍‌ : ବାହାରିନ୍‌ ପ୍ରଧାନମନ୍ତ୍ରୀ ଖଲିଫା ବିନ୍‌ ସଲମାନ୍‌ ଅଲ୍‌ ଖଲିଫାଙ୍କ ବୁଧବାର ଦିନ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ 84 ବର୍ଷ ବୟସ ହୋଇଥିଲା। ଆମେରିକାର ମାୟୋ କ୍ଲିନିକାଲ୍‌ ହସ୍ପିଟାଲରେ ବୁଧବାର ଦିନ ଶେଖ୍‌ ଖଲିଫାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି। ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛି ବାହାରିନ୍‌ର ରୟାଲ୍‌ କୋର୍ଟ । ମୃତଦେହ ସ୍ବଦେଶ ଆସିବା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବା ବୋଲି ସୂଚନା ରହିଛି ।  ବାହାରିନ୍‌ ଶାହୀ ରାଜ ପରିବାରରୁ ଆସିଥିବା ଶେଖ୍‌ ଖଲିଫା 1935 ମସିହା ନଭେମ୍ବର 24ରେ ଶେଖ୍‌ ଖଲିଫା ଜନ୍ମ ଗ୍ରହଣ କରିଥିଲେ। 1970 ମସିହାରୁ ବାହାରିନ୍‌ରେ ପ୍ରଧାନମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ ଶେଖ୍‌ ଖଲିଫା। ସବୁଠୁ ଅଧିକ ସମୟ ଧରି ପ୍ରଧାନମନ୍ତ୍ରୀ ପଦବୀରେ ରହିଥିବା ବ୍ୟକ୍ତି ହେଉଛନ୍ତି ଶେଖ୍‌ ଖଲିଫା । (ଏଜେନ୍ସି)

Read More

ପାଟନା, ବିହାର ନିର୍ବାଚନର ଫଳାଫଳ ବାହାରି ସାରିଛି। ଶେଷରେ ସେହି ଏନଡିଏ ପୁଣି ଥରେ ଶାସନ ଭାର ଗ୍ରହଣ କରିବ। ହେଲେ ଏହି ନିର୍ବାଚନରେ ନୀତିଶ କୁମାରଙ୍କ ଦେହରୁ ଝାଳ ବାହାରିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ନିର୍ବାଚନ ଫଳାଫଳକୁ ଯଦି ସମୀକ୍ଷା କରାଯାଏ ତେବେ ଏଥର ନୀତିଶଙ୍କ ଦଳ ତଳକୁ ଖସିଯାଇଛି। ନୀତିଶଙ୍କ ଜେଡିୟୁ ତୃତୀୟ ସ୍ଥାନରେ ରହିଛି। ପ୍ରଥମେ ଆରଜେଡି 75 ଟି ଆସନ ହାସଲ କରିଥିବା ବେଳେ ବିଜେପି 74 ଟି ଏବଂ ଜେଡିୟୁ 43ଟି ଆସନ ହାସଲ କରିଛି। ଯଦି ଭୋଟରଙ୍କ ମନୋଭାବକୁ ନିରେଖି ଦେଖାଯାଏ ତେବେ ଲୋକେ ନୀତିଶଙ୍କ ଅପେକ୍ଷା ତେଜସ୍ବୀଙ୍କୁ ଅଧିକ ପସନ୍ଦ କରିଛନ୍ତି। ନୀତିଶଙ୍କ ଭାଗ୍ୟ ଭଲ ସେ ମୋଦୀଙ୍କ ସହିତ ମେଣ୍ଟ କରିଥିଲେ ବୋଲି ହାରୁ ହାରୁ ଜିତିଗଲେ। ବିହାରରେ ଜେଡିୟୁ ତୃତୀୟ ଦଳ ହୋଇଥିବାରୁ ଅନୁମାନ କରି ହେଉଛି ସେଠାରେ ଭୋଟର ଏନଡିଏକୁ କେବଳ ନରେନ୍ଦ୍ର ମୋଦୀଙ୍କ…

Read More

ନୂଆଦିଲ୍ଲୀ : ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ତଥା ଓ୍ଵିପ୍ରୋର ଅଧ୍ୟକ୍ଷ ଅଜିମ୍‌ ପ୍ରେମଜୀ ଚଳିତ ବର୍ଷ ପାଇଁ  ଭାରତର ସବୁଠୁ ବଦାନ୍ୟ ବ୍ୟକ୍ତି ଭାବେ ସ୍ଥାନ ପାଇଛନ୍ତି । ସେ 2020 ବର୍ଷ ପାଇଁ 7940 କୋଟି ଟଙ୍କା ଦାନ କରି ଏକ ରେକର୍ଡ ସୃଷ୍ଟି କରିଛନ୍ତି ।ପ୍ରେମଜୀ ଦିନ ପ୍ରତି ହାରାହାରି 22 କୋଟି ଟଙ୍କା ଦାନ କରୁଥିବା ଜଣାପଡିଛି । 75 ବର୍ଷୀୟ ଏହି ଶିଳ୍ପପତି ଜଣକ 2020ରେ 7904 କୋଟି ଟଙ୍କା ଦାନ କରିଥିବା ନେଇ ଏଡେଲଗିଭ ହୁରୁନ ଇଣ୍ଡିଆ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି । ଭାରତୀୟ ଧନୀକଙ୍କ ମଧ୍ୟରେ ପାଞ୍ଚ ନମ୍ବର ସ୍ଥାନରେ ରହିଥିବା ପ୍ରେମଜୀ ସମାଜସେବା ପାଇଁ ଅର୍ଥଦାନରେ ପ୍ରଥମ ସ୍ଥାନରେ ରହିଛନ୍ତି । ଦେଶର ଏକ ନମ୍ବର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ଏଡେଲଗିଭ ହୁରୁନ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଏହି…

Read More

ଗଞ୍ଜାମ : ସାଢେ ଛଅ କେଜି ସୁନା ଜବତ କରିଛି ଗଞ୍ଜାମ ପୋଲିସ । ପୁରୁଷୋତ୍ତମପୁର ଅଞ୍ଚଳର ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ସୁନା ଗହଣା ଲୁଟ ହେଇଥିବା ଅଭିଯୋଗ ହେଇଥିଲ । ତାକୁ ନେଇ ପୋଲିସ ତଦନ୍ତ ଚାଲୁ ରଖିଥିଲା ଓ ଏବେ ଏହି ସଫଳତା ହାସଲ କରିଛି । ଚୋରି ଅଭିଯୋଗରେ 10  ଜଣ ଓ ଚୋର ଓ ସୁନା କିଣିଥିବା ଅଭିଯୋଗରେ 5 ଜଣଙ୍କୁ ଗିରଫ କରିଛି ବୋଲି ପୋଲିସ ଡ଼ିଆଇଜି ସତ୍ୟବ୍ରତ ଭୋଇଙ୍କ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର : ଭୁବନେଶ୍ୱର ଜୟଦେବ ବାଟିକା ଭିତରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ଭୁବନେଶ୍ବର ସ୍ଥିତ ଜୟଦେବ ବାଟିକାର 53 ନମ୍ବର ପିଣ୍ଡି ନିକଟରେ ଥିବା ଏକ ଥୁଣ୍ଟା ଗଛରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ନିକଟରେ ସାଇକେଲ ଚାବି ସହ 10 ଟଙ୍କିଆ ନୋଟ୍ ପଡିଥିବା ଦେଖିବାକୁ ମିଳିଛି । ମୃତ ଯୁବତୀଙ୍କ ପରିଚୟ ମିଳିନାହିଁ । ତେବେ ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ି ନାହିଁ ଖବର ପାଇବା ପରେ ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

Read More

ଭୁବନେଶ୍ବର : ତିର୍ତ୍ତୋଲ ଓ ବାଲେଶ୍ବର ଉପନିର୍ବାଚନ ସମ୍ପର୍କକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଦୁଇ ଉପନିର୍ବାଚନରୁ ସ୍ପଷ୍ଟ ହୋଇଛି ଯେ ରାଜ୍ୟରେ ଆଗକୁ ଦ୍ବିମୁଖୀ ଲଢେଇ ହେବ । କଂଗ୍ରେସ ସମ୍ପୂର୍ଣ୍ଣ ଶକ୍ତିହୀନ ହୋଇପଡିଛି । 2019ରେ ବାଲେଶ୍ବରରେ ଆମେ ଯାହା ପାଇଥିଲୁ ପ୍ରାୟ ତାହା ପାଇଛୁ ବୋଲି କହିଛନ୍ତି ସମୀର ମହାନ୍ତି । କରୋନା କଟକଣା ଭିତରେ ମତଦାନ ନେଇ ମତଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମୀର ମହାନ୍ତି ।

Read More

ବଲାଙ୍ଗିର: ପାଟଣାଗଡ଼ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ସଅଁରାପଡ଼ାରେ ଗୋଟିଏ ଘର ଭିତରୁ ଛଅ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତକମାନେ ସମସ୍ତେ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣା ପଡିଛି । ମୃତକଙ୍କ ମଧ୍ୟରେ ସ୍ବାମୀ, ସ୍ତ୍ରୀ, ତିନୋଟି ପିଲା ଓ ଆଉ ଜଣେ ବ୍ୟକ୍ତିଙ୍କର ମୃତଦେହ ପଡିଥିବାର  ସୂଚନା ରହିଛି । ଅପରପକ୍ଷରେ କିଛି ମୃତଦେହଙ୍କ ଉପରେ କମ୍ବଳ ଘୋଡେଇ ହୋଇ ରହିଥିବାର ସୂଚନା ରହିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ । ପୋଲିସ ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ କେମିତି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି । ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ତାହା ସ୍ପଷ୍ଟ ହୋଇ ନାହିଁ।

Read More

ଭୁବନେଶ୍ୱର: ଶୀତ ଆସୁଛି । ବିବାହ ତିଥି ବି ଅଛି । ଏହି ସମୟରେ ବିବାହ ଉତ୍ସବ ପାଇଁ ସହରରେ ଭିଡ଼ ଜମିବ । ସମ୍ଭାବ୍ୟ ଦ୍ବିତୀୟ ପର୍ୟ୍ୟାୟ ସଂକ୍ରମଣ ଆଶଙ୍କା ନେଇ ବିଏମସି ଗାଇଡ ଲାଇନ ଜାରି କରିଛି । ବିବାହ, ଶୁଦ୍ଧି କ୍ରିୟା ଓ ଶବ ସଂସ୍କାର ପାଇଁ ବିଏମସି ଜାରି କଲା ସ୍ୱତନ୍ତ୍ର ଗାଇଡ ଲାଇନ  । ରାଜଧାନୀରେ ବିବାହ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମରେ 100 ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେନି । ଗତ 6 ତାରିଖରେ ସ୍ୱତନ୍ତ୍ର ରିଲିଫ କମିଶନର ବିବାହରେ 200 ଲୋକ ଏକାଠି ହେବାକୁ ଅନୁମତି ଦେଇଥିଲେ । କିନ୍ତୁ ରାଜଧାନୀରେ ସର୍ବାଧିକ 100 ଲୋକ ଏକାଠି ହୋଇପାରିବେ ବୋଲି ବିଏମ୍‌ସି ତା’ର ନୂତନ ଗାଇଡଲାଇନ୍‌ରେ ସୂଚନା ଦେଇଛି । ବିବାହ ଆୟୋଜନ ସହ କଲ୍ୟାଣ ମଣ୍ଡପ, କନଭେନସନ ହଲ ଓ ମ୍ୟାରେଜ ହଲ ପାଇଁ ବିଏମସି ବିସ୍ତୃତ ଗାଇଡଲାଇନ…

Read More

ଭୁବନେଶ୍ୱର: ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କୁ ମିଳିବ ଚୁନା ମାଛ। ଅଙ୍ଗନଓ୍ବାଡି ପିଲାଙ୍କୁ ସୁଷମ ଖାଦ୍ୟ ଦିଆଯାଉଥିଲା। ତେବେ ପୃଷ୍ଟି ପାଇଁ ସେମାନଙ୍କୁ ଅଣ୍ଡା, ଛତୁଆ ଦିଆଯାଉଥିବା ବେଳେ ଏହି ତାଲିକାରେ ବର୍ତ୍ତମାନ ଚୁନାମାଛ ସାମିଲ୍‌ ହେବାକୁ ଯାଉଛି। ଏଣିକି ଅଙ୍ଗନଓ୍ବାଡି କେନ୍ଦ୍ରରେ 3ରୁ 6 ବର୍ଷ ବୟସର ଗର୍ଭବତୀ, ପ୍ରସୂତୀ ଓ କିଶୋରୀଙ୍କୁ ଏହା ଦିଆଯିବ। ଅଙ୍ଗନଓ୍ବାଡି ଖାଦ୍ୟ ତାଲିକାରେ ଏହାକୁ ସାମିଲ କରାଯିବ। ପାଇଲଟ ପ୍ରକଳ୍ପ ଭାବେ ପ୍ରଥମେ ମୟୂରଭଞ୍ଜ ଜିଲାରେ ଏହି ଯୋଜନା ଆରମ୍ଭ କରାଯିବ। ପରେ ଜିଲାର 50ଟି ଅଙ୍ଗନଓ୍ବାଡି କେନ୍ଦ୍ରରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ଏ ନେଇ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଭର୍ଚୁଆଲ ବୈଠକ ବସିଥିଲା । ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି, ମତ୍ସ୍ୟ ଉତ୍ପାଦାନ, ୱାଲର୍ଡ ଫିସ୍‌ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ ହୋଇଛି । ଖୁବ ଶୀଘ୍ର ସମଗ୍ର ରାଜ୍ୟରେ…

Read More