ଭୁବନେଶ୍ବର: ରାଜ୍ୟରେ ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ 4 ଓ କଟକରୁ 3ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ 2 ଜଣ ଲେଖାଏଁ , ଖୋର୍ଦ୍ଧା, ଅନୁଗୁଳ, ମୟୁରଭଞ୍ଜ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂତନ ମୃତକଙ୍କ ମିଶାଇରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 1469 ବୃଦ୍ଧି ହୋଇଛି।
Author: Samikhsya Bureau
ଭୁବନେଶ୍ବର : ରାଜ୍ୟରେ ଦୁଇଟି ଉପନିର୍ବାଚନ ଫଳାଫଳ ଆସିସାରିଛି । ଦୁଇଟି ଯାକ ଆସନରେ ବିଜେଡି ବାଜିମାତ୍ କରିଛି । ଏହି ଦୁଇଟି ଆସନରେ ବିଜେପିକୁ ଦ୍ବିତୀୟ ସ୍ଥାନ ମିଳିଥିବାବେଳେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି । ତେବେ ଉପନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କିଛି ନେତାଙ୍କ ଅନ୍ତର୍ଘାତୀ କାର୍ଯ୍ୟ ଯୋଗୁଁ କଂଗ୍ରେସ ଉଭୟ ଆସନରେ ହାରିଲା ବୋଲି କହିଛନ୍ତି ସୁର ରାଉତରାୟ । ତେବେ ଏହି ଦୁଇ ଉପନିର୍ବାଚନରେ ଅର୍ଥ ମୁଖ୍ୟ ଫ୍ୟାକ୍ଟର ହେଲା ବୋଲି କହିଛନ୍ତି ସୁର ରାଉତରାୟ । ବିଜେଡି ଓ ବିଜେପି ପ୍ରବଳ ଖର୍ଚ୍ଚ କଲେ । ସେହିପରି ବାଲେଶ୍ବରରେ ଠିକ୍ ଭାବେ ପ୍ରଚାର ନକରି ହୋଟେଲରେ ଶୋଇଲେ। ଏହା ସହିତ ତିର୍ତ୍ତୋଲରେ ବି ଅଧିକ ଭଲ ହୋଇଥାନ୍ତା। କିଛି କର୍ମୀ କାମ ଠିକ୍ରେ କଲେନି। ନିରଞ୍ଜନଙ୍କ ସଭାପତି ପଦରୁ…
ଭୁବନେଶ୍ବର: ରାଜ୍ୟରେ ଆଜି ୧୨୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୭୦୩ ଜଣ ଚିହ୍ନଟ ହୋଇଥିବାବେଳେ ୫୧୭ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫ହଜାରକୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୯୧ ହଜାର ୧୩୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୨ ହଜାର ୩୪୧ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୪୫୪ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍ ୧୨୨୦ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୩୪ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୫୮,…
ଓ୍ବାଶିଂଟନ : ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ପୁଣି ଥରେ କରୋନାର ତାଣ୍ଡବ ଦେଖିବାକୁ ମିଳିଛି । ଗତ 24 ଘଣ୍ଟାରେ ଆମେରିକାରେ 2 ଲକ୍ଷରୁ ଅଧିକ ନୂତନ ମାମଲା ଚିହ୍ନଟ ହୋଇଛି । ଦେଶରେ ସର୍ବମୋଟ୍ ସଂକ୍ରମିତଙ୍କ ସଂଖ୍ୟା 10 କୋଟି 55 ଲକ୍ଷ 9 ହଜାର 184ରେ ପହଞ୍ଚିଛି । ମିଳିଥିବା ସୂଚନା ଅନୁସାରେ ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଦୁଇ ଲକ୍ଷ 45 ହଜାର 799ରେ ପହଞ୍ଚିଛି । ସେହିପରି 66 ଲକ୍ଷ 1 ହଜାର 331 ଜଣ ସୁସ୍ଥ ହୋଇଥିବାବେଳେ ଏପର୍ଯ୍ୟନ୍ତ 37 ଲକ୍ଷ 12 ହଜାର 54 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ଏହି ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ 19 ହଜାର 374 ଜଣ ଗୁରୁତର ରହିଛନ୍ତି ।
ରାଜସ୍ଥାନ : ରାଜସ୍ଥାନ ଯୋଧପୁରରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ରାଜସ୍ଥାନ ଯୋଧପୁରସ୍ଥିତ ବସ୍ତି ଶିଳ୍ପାଞ୍ଚଳରେ ଥିବା ଏକ ନିର୍ମାଣଧିନ ଫାକ୍ଟ୍ରିର କାନ୍ଥ ଭୁଶୁଡିବାରୁ 8 ଜଣଙ୍କର ମୃତ୍ୟୁ ହୋଇଛି । ଭଗ୍ନାବଶେଷ ତଳେ 10ରୁ ଅଧିକ ଲୋକ ଚାପି ହୋଇ ରହିଥିବା ଜଣାପଡିଛି । ଯେବେକି ଏହି ଦୁର୍ଘଟଣାରେ 6 ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣା କିପରି ଘଟିଲା, ତାହା ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ ଟୁଇଟ୍ କରି ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ 2 ଲକ୍ଷଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ସେହିପରି ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ସେମାନଙ୍କ ଚିକିତ୍ସା ପାଇଁ 40 ହଜାର…
ନୂଆଦିଲ୍ଲୀ, ଆସନ୍ତା ୧୪ ନଭେମ୍ବର ଶନିବାର ଦିନ ପଡୁଛି ଚଳିତ ବର୍ଷର ଦୀପାବଳି। ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ ଏଥର ଦୀପାବଳିରେ ୪୯୯ ବର୍ଷ ପରେ କେତେକ ଗ୍ରହମାନଙ୍କର ଏକ ବିରଳ ସଂଯୋଗ ସୃଷ୍ଟି ହେଉଛି। ପୂର୍ବେ ଏପରି ବିରଳ ସଂଯୋଗ ୧୫୨୧ ମସିହାରେ ଦେଖା ଦେଇଥିଲା। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଦେବଗୁରୁ ବୃହସ୍ପତି ଧନୁ ରାଶି ଏବଂ ଶନି ମକର ରାଶିରେ ରହିବେ। ସେହିପରି ଶୁକ୍ର କନ୍ୟା ରାଶିରେ ରହିବେ। ଏହି ଗ୍ରହଙ୍କର ଏପରି ରାଶିରେ ରହିବା ପରି ବିରଳ ସଂଯୋଗ ୧୫୨୧ ମସିହାର ଦୀପାବଳିରେ ସଂଗଠିତ ହୋଇଥିଲା। ନିଜ ନିଜ ରାଶିରେ ଦେବଗୁରୁ ବୃହସ୍ପତି ଏବଂ ଶନିଙ୍କ ଉପସ୍ଥିତି ହେତୁ ଏହା ଅନେକ ଦେଶବାସୀଙ୍କ ପାଇଁ ଏକ ଶୁଭ ସମୟ ହେବ। ଦେବଗୁରୁ ବୃହସ୍ପତି ଧନୁ ରାଶିରେ ଏବଂ ଶନି ମକର ରାଶିରେ ଏହି ଦିୱାଲୀରେ ରହିବା ଦ୍ବାରା କେତେକ ରାଶିର ବ୍ୟକ୍ତିମାନଙ୍କ ପାଇଁ ସୁଖ ଏବଂ ସମୃଦ୍ଧତା…
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪ ହଜାର ୨୮୧ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୨ ଜଣଙ୍କ ମୃତ୍ୟୁ ହୋଇଛି। ଭାରତର ମୋଟ ଆକ୍ରାନ୍ତ ସଂଖ୍ୟା ୮୬ ଲକ୍ଷ ୩୫ ହଜାର ୯୨୧ରେ ପହଞ୍ଚିଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୭ ହଜାର ୫୭୧ କୁ ବୃଦ୍ଧି ହୋଇଛି। ତେବେ ଦେଶରୁ ମୋଟ ୮୦ ଲକ୍ଷ ୧୩ ହଜାର ୭୮୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪ ଲକ୍ଷ ୯୪ ହଜାର ୬୫୭ ଟି ସକ୍ରିୟ ମାମଲା ରହିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି।
ଅନୁଗୋଳ : ଅଜଣା ଗାଡି ଧକ୍କାରେ ଦୁଇ ମୃତ। ରେଙ୍ଗାଳି ରାସ୍ତାରେ ଫୁଲଝରୀ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ କୁଳୁମା ଗ୍ରାମର ସଞ୍ଜୟ ବେହେରା ଓ ହେସମୁଳୁ ଗ୍ରାମର ଲୁଲୁ ଦେହୁରୀ। ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତ୍ରରେ କୁଳୁମା ଗ୍ରାମର ସଞ୍ଜୟ ବେହେରା ଓ ହେସମୁଳୁ ଗ୍ରାମର ଲୁଲୁ ଦେହୁରୀ ଏକ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ସେମାନଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଯୁବକଙ୍କର ମୃତ୍ୟୁ ହୋଇଛି।
ପାଟଣା: ବିହାର ବିଧାନସଭା ନିର୍ବାଚନରେ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି। ନିତୀଶ କୁମାର ପୁନର୍ବାର ମୁଖ୍ୟମନ୍ତ୍ରୀ ହେବାର ଏକ ପ୍ରକାର ନିଶ୍ଚିତ ହୋଇଛି। ହେଲେ ଏନଡିଏକୁ ମହାଗଠବନ୍ଧନ କଡା ଟକ୍କର ଦେଇଛି। ବିହାର ବିଧାନସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଅନୁଯାୟୀ, ଏନଡ଼ିଏକୁ ୧୨୫ ଆସନ ମିଳିଥିବାବେଳେ ମହାଗଠବନ୍ଧନକୁ ୧୧୦ଟି ଆସନ ମିଳିଛି। ବିହାର ବିଧାନ ସଭାର ମୋଟ ୨୪୩ ଆସନ ମଧ୍ୟରୁ ସରକାର ଗଢ଼ିବା ପାଇଁ ୧୨୨ ଆସନ ଆବଶ୍ୟକ ଥିବାବେଳେ ଏନଡ଼ିଏ ଏହାଠାରୁ ଅଧିକ ୩ ଆସନ ହାସଲ କରିଛି। ତେବେ ବିହାରରେ ରାଷ୍ଟ୍ରୀୟ ଜନତା ଦଳ ସର୍ବାଧିକ ୭୫ ଟି ଆସନ ହାସଲ କରିଥିବା ବେଳେ ମହାଗଠବନ୍ଧନର କଂଗ୍ରେସକୁ ୧୯, ସିପିଆଇଏମଏଲକୁ ୧୨, ସିପିଆଇକୁ ୨ ଓ ସିପିଆଇକୁ ୨ ଟି ଆସନ ମିଳିଛି। ଅପରପକ୍ଷରେ ଏନଡ଼ିଏରେ ବିଜେପିକୁ ସର୍ବାଧିକ ୭୪ ଟି ଆସନ ମିଳିଥିବାବେଳେ ଜେଡ଼ିୟୁକୁ ୪୩ ଆସନ ମିଳିଛି। ସେହିପରି ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାକୁ ୪…
ଭୁବନେଶ୍ବର: ରାଜ୍ୟର ଦୁଇ ଉପନିର୍ବାଚନରେ ବିଜେଡି ବାଜି ମାରିଛି। ଉଭୟ ତିର୍ତ୍ତୋଲ ଓ ବାଲେଶ୍ବର ସଦରରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ନେଇ ଅନୌପଚାରିକ ଭାବେ ସିଏଇଓ ସୂଚନା ଦେଇଛନ୍ତି। ହେଲେ ଏନେଇ ରିଟର୍ନିଙ୍ଗ ଅଫିସର ବିଦ୍ଧିବଦ୍ଧ ଭାବେ ଫଳ ଘୋଷଣା କରିବେ ବୋଲି ସିଏଇଓ କହିଛନ୍ତି। ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୪୧ ହଜାର ୭୦୩ ଭୋଟ୍ ଅଧିକ ପାଇଥିବା ବେଳେ ବାଲେଶ୍ବରରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାଶ ୧୩ ହଜାର ୩୯୫ ଭୋଟ୍ ଅଧିକ ପାଇଛନ୍ତି। ବିଷ୍ଣୁ ଦାସଙ୍କ ମୃତ୍ୟୁ ପରେ ତିର୍ତ୍ତୋଲ ଆସନ ପାଇଁ ବିଜେଡି ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଥିଲା। ୨୦୧୯ ନିର୍ବାଚନରେ ବିଜେଡି ବିଷ୍ଣୁ ଚରଣ ଦାସଙ୍କୁ ପ୍ରାର୍ଥୀ କରିଥିଲା। ବିଷ୍ଣୁ ଚରଣ ଦାସ ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇଙ୍କ ଠାରୁ ୩୫ ହଜାର ୪୪୮ ଖଣ୍ଡ ଭୋଟ୍ ପାଇଁ ନିର୍ବାଚିତ ହୋଇଥିଲେ। ତେବେ ତାଙ୍କ ରେକର୍ଡକୁ…
କନ୍ଦର୍ପ ବେହେରା ରେଢାଖୋଲ: ନିଖୋଜ ହେବାର ଦଶବର୍ଷ ପରେ ଜଣେ ଏଗାର ବର୍ଷ ବୟସର ବାଳିକା ନିଜର ଜନ୍ମ ମାଟିକୁ ଫେରିଛନ୍ତି। ଅପହରଣ କରିନେଇଥିବା ମହିଳାଙ୍କ ନାମରେ ଏନେଇ ରେଢାଖୋଲ ଥାନାରେ ଏକ ଗୁରୁତର ଅଭିଯୋଗ ହୋଇଛି। ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ଲୁହାପଙ୍କ ପଂଚାୟତର ଖରସାଳି ଗ୍ରାମରେ ଏପରି ଘଟଣା ସାମ୍ନା ଆସିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଲୁହାପଙ୍କ ପଂଚାୟତର ଖରସାଳି ଗ୍ରାମର ଆଦିବାସୀ ବାଳିକା ସବିତା କିସାନ୍। ସେ ୧୦ ବର୍ଷ ତଳେ ରେଢାଖୋଲ ବଜାରକୁ ଯାଇଥିବା ବେଳେ ତାଙ୍କର ଜଣେ ସଂପର୍କିୟା ମହିଳା ନିଶା ବଟିକା ଦେଇ ତାଙ୍କୁ ଅପହରଣ କରିନେଇଥିଲେ। ସେ ବାଳିକାକୁ ଗୋପାଳ ସାହୁ ନାମକ ବ୍ୟକ୍ତିଙ୍କ ଠାରେ କିଛି ଟଙ୍କା ବିନିମୟରେ ବିକ୍ରି କରିଥିଲେ ବୋଲି ବାଳିକା ଜଣଙ୍କ ଅଭିଯାଗ କରିଛନ୍ତି। ସେଇ ସମୟରେ ନାବାଳିକାର ବୟସ ମାତ୍ର ୧୧ ବର୍ଷ ହୋଇଥିଲା। ବାଳିକାର ପରିବାର ଲୋକେ ବହୁ ଯାଗା ଖୋଜା…
ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୪୪୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୧୬୧ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୦୭, ବରଗଡରୁ ୯୯, ସୁନ୍ଦରଗଡରୁ ୯୮, କଳାହାଣ୍ଡିରୁ ୭୨, ଜଗତସିଂହପୁରରୁ ୭୦, ନୂଆପଡ଼ାରୁ ୬୮, କେନ୍ଦୁଝରରୁ ୬୬, ମୟୂରଭଞ୍ଜରୁ ୬୬, ବାଲେଶ୍ବରରୁ ୫୮, ପୁରୀରୁ ୫୭, ଅନୁଗୁଳରୁ ୫୩, ଭଦ୍ରକରୁ ୪୯, ବଲାଙ୍ଗିରିରୁ ୪୯, କେନ୍ଦ୍ରାପଡ଼ାରୁ ୪୯, ସମ୍ବଲପୁରରୁ ୪୩, ଯାଜପୁରରୁ ୪୧, ଝାରସୁଗୁଡ଼ାରୁ ୨୯, ମାଲକାନଗିରିରୁ ୨୮, ନବରଙ୍ଗପୁରରୁ ୨୮, ଢେଙ୍କାନାଳରୁ ୨୩, ସୋନପୁରରୁ ୨୨, ଗଞ୍ଜାମରୁ ୧୯, କୋରାପୁଟରୁ ୧୭, କନ୍ଧମାଳରୁ ୧୨, ନୟାଗଡରୁ ୧୨, ରାୟଗଡାରୁ ୭, ଗଜପତିରୁ ୬, ଦେବଗଡ଼ରୁ ୫ ଏବଂ ଷ୍ଟେଟ ପୁଲରୁ ୩୪ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ…
ନୂଆଦିଲ୍ଲୀ : ବିହାର ବିଧାନସଭା ସହିତ ଦେଶର 11ଟି ରାଜ୍ୟର 58ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା। ତେବେ ଏବେ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ 58ଟି ଆସନରେ ବିଜେପି 44ଟି ଆସନରେ ଅଗ୍ରଣୀ ଥିବାବେଳେ କଂଗ୍ରେସ 9ଟି ଆସନରେ ଆଗୁଆ ରହିଛି। ମଧ୍ୟପ୍ରଦେଶରେ ବିଜେପି 28ଟି ଆସନରୁ 21ଟି ଆସନରେ ଆଗୁଆ ରହିଥିବାବେଳେ ମଣିପୁରରେ 4ଟି ଆସନରେ ବିଜୟୀ ହୋଇଛି ବିଜେପି। ସେହିପରି ଗୁଜୁରାଟରେ 8ଟି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ଏଠାରେ ତିନୋଟି ଆସନରେ ବିଜେପି ବିଜୟୀ ହୋଇଥିବାବେଳେ ଅନ୍ୟ 5ଟି ଆସନରେ ଆଗୁଆ ରହିଛି। କର୍ଣ୍ଣାଟକର ଦୁଇଟି ଯାକ ଆସନରେ ବିଜେପି ବାଜିମାତ୍ ମାରିଛି। ହରିୟାଣାରେରେ ବିଜେପି ପ୍ରାର୍ଥୀ ଯୋଗେଶ୍ବର ଦତ୍ତଙ୍କୁ ହରାଇଛନ୍ତି କଗ୍ରେସ ପ୍ରାର୍ଥୀ ଇନ୍ଦୁ ରାଜ ନରଓ୍ବାଲ। ତେବେ ତେଲେଙ୍ଗାନାରେ ବିଜେପି ବାଜି ପାରିଥିବବେଳେ ନାଗାଲାଣ୍ଡରେ ସ୍ବାଧୀନ ପ୍ରାର୍ଥୀ ଆଗୁଆ ରହିଛନ୍ତି। ଓଡ଼ିଶାର ଦୁଇଟି ଆସନରେ ବିଜେଡି ବାଜି ମାରିଛି। ଝାରଖଣ୍ଡରେ ବିଜେପି…
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 63 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ 63କରୋନା ଆକ୍ରାନ୍ତଙ୍କ ମଧ୍ୟରେ 15 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 48 ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି। https://twitter.com/bmcbbsr/status/1326112883705405441?s=20 ସେହିପରି ଆଜି 93 ଜଣ ସୁସ୍ଥ ହୋଇଛନ୍ତି । ନୂତନ 63 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 29 ହଜାର 837ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 28 ହଜାର 853ଜଣ ସୁସ୍ଥ ହୋଇଥିବାବେଳେ 184ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 779 ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।
ବାଲେଶ୍ବର : ଆଜି ରାଜ୍ୟର ଦୁଇଟି ଉପନିର୍ବାଚନର ଭୋଟ୍ ଗଣତିଚାଲିଛି । ଉଭୟ ବାଲେଶ୍ବର ସଦର ଓ ତିର୍ତ୍ତୋଲ୍ରେ ବିଜେଡି ଆଗୁଆ ରହିଛି । 15 ରାଉଣ୍ଡ ସୁଦ୍ଧା ବାଲେଶ୍ବରରେ ବିଜେଡି 6251 ଭୋଟ୍ରେ ଆଗୁଆ ରହିଛି । ବିଜେଡି 53ହଜାର 718 ଭୋଟ୍ ପାଇଥିବାବେଳେ ବିଜେପି 47ହଜାର 467 ଓ କଂଗ୍ରେସ 3 ହଜାର 593ଟି ଭୋଟ୍ ପାଇଛି । ବାଲେଶ୍ୱରରେ ବିଜେଡ଼ିରୁ ସ୍ୱରୂପ ଦାସ, ବିଜେପିରୁ ମାନସ ଦତ୍ତ ଓ କଂଗ୍ରେସରୁ ମମତା କୁଣ୍ଡୁ ଲଢ଼ୁଛନ୍ତି ।
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଓଡିଶା ସରକାରଙ୍କ ଦ୍ୱାରା ପ୍ରାୟୋଜିତ ସହରାଂଚଳ ଜାଗା ମିଶନ ଅନୁସାରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ସହରାଂଚଳ ଜାଗା ମିଶନ ଯୋଜନାରେ ବସ୍ତିବାସିନ୍ଦା ମାନଙ୍କୁ ଜମି ପଟ୍ଟା ବଂଟନ ଯୋଜନା ରହିଛି। ଜୁନାଗଡ ସହରାଂଚଳରେ ବସବାସ କରୁଥିବା ନିଃସହାୟ ଘରଡିହ ହୀନ ବାସିନ୍ଦା ମାନଙ୍କୁ ଚିହ୍ନଟ କରାଯାଇ ଜାଗା ମିଶନ କାର୍ଯୟକ୍ରମରେ ଜମିପଟ୍ଟା ବଂଟନ କରାଯାଇଛି। ଏହି ଯୋଜନାରେ ଜୁନାଗଡ ଏନଏସି ର ୧୨ ଗୋଟି ୱାର୍ଡ ମଧ୍ୟରେ ଥିବା ୧୮ ଟି ବସ୍ତିକୁ ଚିହ୍ନଟ କରାଯାଇ ୧୩୭୫ ଜଣଙ୍କୁ ଯୋଗ୍ୟ ବିବେଚିତ କରାଯାଇଛି। ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଶିଳ୍ପ, ଶକ୍ତି ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ୨୦୦ ଜଣ ହିତାଧିକାରିଙ୍କୁ ପ୍ରଥମ ପର୍ଯ୍ୟାୟରେ ଜମି ପଟ୍ଟା ବଂଟନ କରିଥିବା ବେଳେ ଏହି ଯୋଜନା ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପବୋଲି କହିଛନ୍ତି। ଏହି…
ମଣିପୁର :ବିହାର ବିଧାନସଭା ସହିତ ଦେଶରେ ଅନେକ ସ୍ଥାନରେ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି । ଆଜି ମଣିପୁରରେ ବାଜିମାତ୍ କରିଛି ବିଜେପି । ବିଜେପି ଦେଇଥିବା ସମସ୍ତ 4ଟି ବିଧାନସଭା କ୍ଷେତ୍ରରେ ଜିତାପଟ ହାସଲ କରିଛି । ମଣିପୁରରେ ପ୍ରଚାର ଦାୟିତ୍ବ ତୁଲାଇଥିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ମଣିପୁର ବିଧାନସଭାର 4ଟି ଯାକ ଆସନ ଅକ୍ତିଆର କଲା ବିଜେପି । ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ସିଂଘଟ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଗିନସୁହାନଉ ବିଜୟୀ ହୋଇଛନ୍ତି । ଏହାସହ ଓଇନମ ଲୁଖୋଇ ୱାଙ୍ଗୋଇ ଆସନରୁ ବାଜିମାତ କରିଛନ୍ତି । ନଭେମ୍ବର 7ରେ ମଣିପୁରରେ 5ଟି ଆସନ ପାଇଁ ଉପନିର୍ବାଚନ ହୋଇଥିଲା ।
କଟକ: ଦାଦାବଟି ମାଗିବା ଅଭିଯୋଗରେ ପୁଲିସ ଜଣେ ପୂର୍ବତନ କର୍ପୋରେଟରଙ୍କୁ ଗିରଫ କରିଛି । ଗିରଫ ଜଣକ ହେଉଛନ୍ତି ରଞ୍ଜିତା ବିଶ୍ୱାଳ । ଦାଦାବଟି ମାଗିବା ଅଭିଯୋଗରେ ରଞ୍ଜିତାଙ୍କ ସହ ମୋଟ ତିନିଜଣଙ୍କୁ ଗିରଫ କରାଯାଇଛି । ଜଣେ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି । ଏନେଇ ବ୍ୟବସାୟୀ ଜଣକ ପୁଲିସ ଦ୍ୱାରସ୍ଥ ହୋଇଥିଲେ । ପରେ ପୁଲିସ ଅଭିଯୁକ୍ତ ତିନି ଜଣଙ୍କୁ ଗିରଫ କରିଛି । ଅନ୍ୟପକ୍ଷରେ ଜେଲରେ ଥିବା ଧଳସାମନ୍ତଙ୍କ ଘରୁ 1 ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଥିବା ଜଣାଯାଇଛି ।
ମସ୍କୋ : ଋଷର ଏକ ନଦୀ ଆଶ୍ଚର୍ଯ୍ୟଜନକ ଭାବେ ଲାଲ୍ ରଙ୍ଗରେ ରୂପାନ୍ତରିତ ହୋଇଛି । ତେବେ ପ୍ରଦୂଷଣ ଯୋଗୁଁ ଉକ୍ତ ନଦୀର ଜଳ ଆଶ୍ଚର୍ୟ୍ୟଜନକ ଭାବେ ଲାଲ ରଙ୍ଗରେ ରୂପାନ୍ତରିତ ହୋଇଚି । ରୁଷ୍ର ଦକ୍ଷିଣ ଅଂଶରେ ଅବସ୍ଥିତ ଏହି ନଦୀର ଜଳ ଅଚାନକ ଲାଲ୍ ହୋଇଛି । ସ୍ଥାନୀୟ ବାସିନ୍ଦା କହୁଛନ୍ତି, ନଦୀର ଜଳ ପ୍ରାକୃତିକ ରୂପେ ବିଷାକ୍ତ ହୋଇଯାଇଛି । ବତକ ଭଳି ପକ୍ଷୀ ଏହି ନଦୀରେ ପହଁରିବାକୁ ମଧ୍ୟ ମଙ୍ଗୁନାହାନ୍ତି । ନଦୀର ଫଟୋ ସୋସିଆଲ ମିଡିଆରେ ସେୟାର ହେବା ପରେ ପରେ ଭାଇରାଲ ହେଉଛି । ଏକ ନିର୍ଦ୍ଧିଷ୍ଟ ପ୍ରଦୂଷକ ସ୍ଥାନୀୟ ଇସକିତିମା ନଦୀ ଜଳ ସଂସ୍ପର୍ଶରେ ଆସିବା ଦ୍ୱାରା ଏହାର ରଙ୍ଗ ନୀଳରୁ ହଠାତ ବିଟ୍ ଭଳି ଲାଲ ରଙ୍ଗରେ ରୂପାନ୍ତରିତ ହୋଇଛି । ଏହି ସ୍ଥିତି ପାଇଁ ଦାୟୀ ରସାୟନ ବିଷୟରେ ଜାଣିବାକୁ ଅଧିକାରୀମାନେ ଚେଷ୍ଟା ଚଳାଇଛନ୍ତି । ସ୍ଥାନୀୟ ଅଞ୍ଚଳ…
ଭୁବନେଶ୍ବର : ଆସନ୍ତା 20 ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିବେଶନ ପୂର୍ବରୁ ବିଧାନସଭାର ସମସ୍ତ ସଦସ୍ୟ, ବ୍ୟକ୍ତିଗତ ସଚିବ ଓ କର୍ମଚାରୀମାନଙ୍କ କୋଭିଡ୍ ଟେଷ୍ଟ କରାଯିବ। ସମ୍ପୂର୍ଣ୍ଣ କରୋନା କଟକଣା ସହିତ ଅଧିବେଶନ ହେବ। ଏନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ବାଚସ୍ପତିଙ୍କ ସୂଚନା ଅନୁଯାୟୀ, ମୌସୁମୀ ଅଧିବେଶନ ଭଳି ଏଥର ମଧ୍ୟ କରୋନାକୁ ଦୃଷ୍ଟିରେ ରଖି ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା 17, 18 ଓ 19 ତାରିଖରେ ବିଧାନସଭା ସଦସ୍ୟ ଓ ବ୍ୟକ୍ତିଗତ ସଚିବମାନଙ୍କର କରୋନା ଟେଷ୍ଟ ହେବ। ଏହାପରେ ବିଧାୟକମାନଙ୍କ ସହାୟକ ଓ ବିଧାନସଭା କର୍ମଚାରୀମାନଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ ବୋଲି ବାଚସ୍ପତି କହିଛନ୍ତି। ଶୀତ ଅଧିବେଶନ ରିପୋର୍ଟିଂ ପାଇଁ ବିଧାନସଭା ଯିବାକୁ ଥିବା ସାମ୍ବାଦିକମାନଙ୍କର ମଧ୍ୟ କୋଭିଡ୍ ଟେଷ୍ଟ ହେବ। ସାମ୍ବାଦିକମାନଙ୍କୁ ମାସ୍କ ଓ ସାନିଟାଇଜର…
ଭୋପାଳ : ବିହାର ବିଧାନସଭା ସହିତ ଦେଶରେ ଅନେକ ସ୍ଥାନରେ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି । ମଧ୍ୟପ୍ରଦେଶରେ ଅନୁଷ୍ଠିତ ହେଉଥିବା ଉପ ନିର୍ବାଚନରେ ଶାସକ ଦଳର ଦବଦବା ଜାରି ରହିଛି । ମଧ୍ୟପ୍ରଦେଶର 28ଟି ଆସନରୁ 20ଟିରେ ବିଜେପି ଆଗୁଆ ଥିବାବେଳେ ଗୋଟିଏରେ ବିଜୟୀ ହୋଇଛି । ସେହିପରି କଂଗ୍ରେସ 6ଟି ଓ ବିଏସ୍ପି ଗୋଟିଏ ଆସନରେ ଆଗୁଆ ରହିଛି । 230 ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ବିଜେପ ନିକଟରେ 107 ବିଧାୟକ ରହିଛନ୍ତି । ସରକାର ବଞ୍ଚାଇବା ପାଇଁ ବିଜେପିକୁ ମାତ୍ର 9ଟି ଆସନର ଆବଶ୍ୟକତା ରହିଥିବା ବେଳେ ବିଜେପି ସରକାର ବଞ୍ଚାଇବାରେ ସକ୍ଷମ ହେବ ବୋଲି ପୂର୍ବାନୂମାନ ଲଗାଯାଉଛି । ଉଲ୍ଲେଖଯୋଗ୍ୟ ଯେ,କଂଗ୍ରେସରୁ 22 ଜଣ ସଦସ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ୱରେ ବିଜେପିରେ ସାମିଲ ହେବା ପରେ କମଲନାଥ ସରକାର ଭାଙ୍ଗି ଯାଇଥିଲା । ବିଧାନସଭାରେ କଂଗ୍ରେସର 88 ଆସନ ରହିଥିବା ବେଳେ ସରକାର ଗଠନର ଦାବି…

