ବରଲେୀ : ଅବୈଧ ସମ୍ପର୍କ ପାଇଁ ଜଣେ ସ୍ତ୍ରୀ ସ୍ବାମୀଙ୍କୁ 5 ଲକ୍ଷଟଙ୍କାର ସୁପାରୀ ଦେଇ ମର୍ଡର କରିଛି । ସ୍ତ୍ରୀଜଣକ ନିଜ ପ୍ରେମିକଙ୍କସହିତ ମିଶି ଏଭଳି କାଣ୍ଡ ଘଟାଇଛନ୍ତି । ପୋଲିସ୍ ଏହି ଘଟଣାରେ ଅଭିଯୁକ୍ତା ସ୍ତ୍ରୀଙ୍କ ସମେତ ତିନିଜଣଙ୍କୁ ଗିରଫ କରିଛି । ନିଜର ସୁନ୍ଦରତା ପାଇଁ ଗର୍ବ କରୁଥିବା ହତ୍ୟାକାରୀ ସ୍ତ୍ରୀ ଜଣ ଅତ୍ୟନ୍ତ ନିର୍ଦ୍ଦୟ ଭାବରେ ନିଜ ପ୍ରେମିକ ସହିତ ମିଶି ସ୍ବାମୀଙ୍କୁ ହତ୍ୟା କରିଛି । ଏପରି ଏକ ଅଭାବନୀୟ ଘଟଣା ଇଜ୍ଜତନଗର ଥାନା ଅଞ୍ଚଳ କର୍ମଚାରୀ ନଗରରେ ଘଟିଛି । ଏହି ନଗରରେ ବାସ କରୁଥିବା ଇଣ୍ଟର କଲେଜର ପ୍ରବକ୍ତାଙ୍କୁ ତାଙ୍କ ସ୍ତ୍ରୀ ସୁପାରୀ ଦେଇ ମର୍ଡର କରିଛନ୍ତି । ସେ ତାଙ୍କ ସ୍ତ୍ରୀଙ୍କଠାରୁ 10 ବର୍ଷ ବଡ ଥିଲେ । ବୟସ ଅଧିକ କାରଣରୁ ସ୍ତ୍ରୀ ଜଣକ ତାଙ୍କ ସ୍ବାମୀଙ୍କୁ ପସନ୍ଦ କରୁନଥିଲେ । ନିଜ ପ୍ରେମିକ ସହିତ ମିଶି ସ୍ବାମୀକୁ…
Author: Samikhsya Bureau
ମୁମ୍ବାଇ: ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଜି ଏନ୍ସିବି ଏକ ବଡ କାର୍ଯ୍ୟାନୁ୍ଷ୍ଠାନ କରିଛି । ଏନ୍ସିବି ବଲିଉଡ୍ ଅଭିନେତାଙ୍କ ଘରେ ଚଢାଉ କରିଛି । ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ବଲିଉଡରେ ଡ୍ରଗ୍ସ ଲିଙ୍କ୍ ଘଟଣା ସାମ୍ନକୁ ଆସିଥିଲା। ଡ୍ରଗ୍ସ ଲିଙ୍କ୍ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଖୋଳତାଡ଼ ଜାରି ରଖିଛି। ଆବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ଚଢାଉ କରିଛି ଏନସିବି। ଅର୍ଜୁନଙ୍କ ମୁମ୍ବାଇ ସ୍ଥିତ ଘରେ ଚଢାଉ କରିବା ସହ ଅଫିସରରେ ସର୍ଚ୍ଚ ଅପରେସନ ଜାରି ରଖିଛି ଏନସିବି। ଏନସିବିରୁ ମିଳିଥିବା ସୂଚନା ମୁତାବକ, ଅର୍ଜୁନ ରାମପାଲଙ୍କ ଡ୍ରାଇଭରକୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଗତକାଲି ଏନସିବି ଫିଲ୍ମ ନିର୍ମାତା ଫିରୋଜ ନାଦିୱାଦୱାଲାଙ୍କ ପତ୍ନୀଙ୍କୁ ନିଶା କାରବାର ଓ ବ୍ୟବହାର ଅଭିଯୋଗରେ ଗିରଫ କରିଛି। ଯାଞ୍ଚ ବେଳେ ଫିରୋଜଙ୍କ ଘରୁ ଡ଼୍ରଗ୍ସ ଜବତ କରିଥିଲା ଏନସିବି।
ଭୁବନେଶ୍ବର : ଆସନ୍ତାକାଲି ରାଜ୍ୟର ଦୁଇଟି ଉପନିର୍ବାଚନର ଭୋଟ ଗଣତି ହେବ। ସକାଳ 8ଟାରୁ ଭୋଟ ଗଣତି ହେବ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଭୋଟ ଗଣତି ପାଇଁ 14ଟି ଟେବୁଲ ରହିବ। ପ୍ରଥମେ ପୋଷ୍ଟାଲ ବାଲାଟ ପରେ ଇଭିଏମ ଗଣତି ହେବ। ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩ଟି କାଉଟିଂ ହଲ ରହିଛି । ପ୍ରତି ରାଉଣ୍ଡ ଅନୁସାରେ ରେଜଲ୍ଟ ଜାଣିହେବ । ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଜଗତସିଂହପୁର ଏସଭିଏମ କଲେଜର ଭୋଟ ଗଣନା ହେବ। କୋଭିଡ ନିୟମ ମାନି ଭୋଟ ଗଣତି ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ରେଜଲ୍ଟ ପ୍ରଦର୍ଶନ ପାଇଁ କ୍ୟାମେରା ଡିସ୍ପ୍ଲେ ବ୍ୟବସ୍ଥା କରାଯାଇଛି ।
ଭୁବନେଶ୍ୱର : ଚାଷୀଙ୍କ ହକ୍ ପାଇଁ କଂଗ୍ରେସ ଦେଶବ୍ୟାପୀ ଳଢେଇ ଆରମ୍ଭ କରିଛି। ଏହି କ୍ରମରେ ଆଜି ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ଏକ ଟ୍ରାକ୍ଟର ରାଲି ଶୋଭାଯାତ୍ରା କରାଯାଇଛି । କେନ୍ଦ୍ର ସରକାରଙ୍କ ନୂତନ କୃଷି ବିଲ ବିରୋଧରେ ଏହି ଆନେ୍ଦାଳନ କରାଯାଉଛି । ଏହି ଶୋଭାଯାତ୍ରାରେ କଂଗ୍ରେସର ଓଡିଶା ପ୍ରଭାରୀ ଡ. ଏ ଚେଳ୍ଲା କୁମାର ଯୋଗ ଦେଇଥିଲେ । ଏହା ସହିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ସୁରେଶ କୁମାର ରାଉତରାୟ ଏବଂ ତାରା ପ୍ରସାଦ ବାହିନୀପତି ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଛନ୍ତି । ଶୋଭାଯାତ୍ରା କଟକ ନିକଟରେ ପହଞ୍ଚିବା ପରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଶୋଭାଯାତ୍ରାକୁ ସ୍ୱାଗତ କରିଥିଲେ । ଏହି ଶୋଭାଯାତ୍ରା ଭୁବନେଶ୍ୱର କଂଗ୍ରେସ ଭବନ ଠାରୁ କଟକ କଂଗ୍ରେସ ଭବନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ନେଇ ସୂଚନା…
ହାଇଦ୍ରାବାଦ : ସାଉଥ ଫିଲ୍ମର ସୁପରଷ୍ଟାର ଚିରଞ୍ଜିବୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏହା ସହିତ ସେ ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ କରୋନା ଟେଷ୍ଟ କରାଇବାକୁ ଅନୁରୋଧ କରିଛନ୍ତି। ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ନିଜକୁ ହୋମ୍ କ୍ବାରେଣ୍ଟାଇନ୍ କରିଛନ୍ତି । ତାଙ୍କଠାରେ କୌଣସି ଲକ୍ଷଣ ନଥିବାସତ୍ତ୍ବେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଅପକମିଂ ଫିଲ୍ମ ‘ଆଚାର୍ଯ୍ୟ‘ର ସୁଟିଂ ପୂର୍ବରୁ ସେ କରୋନା ଟେଷ୍ଟ କରାଇଥିଲେ । ଏଥିରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ଏହି ଖବର ଶୁଣିବାପରେ ତାଙ୍କ ପ୍ରଶଂସକମାନେ ତାଙ୍କର ଆରୋଗ୍ୟ କାମନା କରିଛନ୍ତି । ତେବେ ନିକଟରେ ଚିରଞ୍ଜିବୀ ଓ ନାଗାର୍ଜୁନ୍ ତେଲେଙ୍ଗନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କୁ ସାକ୍ଷାତ କରିଥିଲେ । (ଏଜେନ୍ସି)
ଭୁବନେଶ୍ୱର: ବାଣ ବିକ୍ରି ଓ ବ୍ୟବହାର ଉପରେ ଏନଜିଟି ପକ୍ଷରୁ ରୋକ ଲଗାଯାଇଛି। ବାଣ ବିକ୍ରି ଓ ବ୍ୟବହାର ଉପରେ ରୋକ୍ ଲଗାଇଛି ଏନ୍ଜିଟି। ଏନସିଆର ଦିଲ୍ଲୀରେ ନଭେମ୍ବର 10ରୁ ନଭେମ୍ବର 30 ପର୍ଯ୍ୟନ୍ତ ବାଣ ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଯାଇଛି । ବାଣ ବିକ୍ରି ଓ ବ୍ୟବହାରକୁ ସମ୍ପୂର୍ଣ୍ଣଭାବେ ବ୍ୟାନ କରାଯାଇଛି। ଶୀତ ସମୟରେ ବାୟୁ ପ୍ରଦୂଷଣ ଅଧିକ ହେଉଥିବାରୁ ଏନଜିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । କେବଳ ସେତିକି ନୁହେଁ ଦେଶର ଯେଉଁ ସବୁ ସହରରେ ବାୟୁ ପ୍ରଦୂଷଣ ଉତ୍କଟ ହୋଇ ରହିଛି ସେଠି ବି ଏହି କଟକଣା ଜାରି କରାଯାଇଛି। କରୋନା ସମୟରେ ଲୋକେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଭିତରେ ଗତି କରୁଛନ୍ତି। ବିଶେଷ କରି ଫୁସଫୁସ ରୋଗର ଅଧିକ ଶିକାର ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବାଣ ବିକ୍ରି ଓ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ତେବେ ସହରରେ…
ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ମହାନଦୀରୁ ଚୋରା ବାଲି ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା।ଏନେଇ ତତ୍ପର ହୋଇ ଉଠିଛି ତିର୍ତ୍ତୋଲ ତହସିଲ। ରବିବାର ସଂନ୍ଧ୍ୟା ପ୍ରାୟ ୭ଟା ବେଳେ ବେଆଇନ୍ ଭାବେ ଚାଲାଣ ହେଉଥିବା ଏକ ବାଲି ବୋଝେଇ ହାଇୱାକୁ କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତାର ତିର୍ତ୍ତୋଲ ବଜାର ନିକଟରେ ତହସିଲଦାର ନିଜେ ଉପସ୍ଥିତ ରହି ପୋଲିସ୍ ସହଯୋଗରେ ଜବତ କରିଛନ୍ତି । ବାଲି ନେଇ ଯାଉଥିବା ଉକ୍ତ ହାଇୱା ଗାଡି ପାଖରେ ୱାଇ ଫର୍ମ ନଥିବାରୁ ଏନେଇ ଗାଡିକୁ ଜବତ କରାଯାଇଛି ବୋଲି ଜଣାପଡିଛି। ପରେ ଉକ୍ତ ବେଆଇନ୍ ବାଲି ବୋଝେଇ ହାଇୱାଟିକୁ ତିର୍ତ୍ତୋଲ ଥାନାକୁ ନିଆଯାଇଛି। ସୂଚନାନୁଯାୟୀ ତିର୍ତ୍ତୋଲ ବାଲିଯାତ୍ରା ପଡିଆ ନିକଟସ୍ଥ ମହାନଦୀର ଓଳଗଦା ଘାଟରୁ ଉକ୍ତ ହାଇୱାରେ ବାଲି ଲୋଡ୍ ହୋଇ ପାରାଦ୍ବୀପ ଅଭିମୁଖେ ଚାଲାଣ ହେଇଥିଲା ବୋଲି ଶୁଣିବାକୁ ମିଳୁଛି।
କଟକ : କଟକରେ ଦୁର୍ଗା ପୂଜା ଭଳି କାଳୀ ପୂଜା ଆୟୋଜିତ ହେବ । କଟକରେ କାଳୀ ପୂଜାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ । କାଳୀ ପୂଜା ସମୟରେ 15 ପ୍ଲାଟୁନ୍ ପୋଲିସ ଫୋର୍ସ ସହ 50 ଅଫିସର ମୁତୟନ ହେବେ । ସେହିପରି ମୂର୍ତ୍ତି ବିସର୍ଜନ ପାଇଁ 11ଟି ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯିବ । ଦୀପାବଳୀରେ ବାଣ ଫୁଟାରେ କଟକଣା ଲାଗିଥିବାରୁ ସ୍ୱତନ୍ତ୍ର ଡ୍ରାଇଭ ବ୍ୟବସ୍ଥା କରାଯାଇଛି । ପୋଲିସ ପାଟ୍ରୋଲିଂ ସହ ବିଭିନ୍ନ ସ୍ଥାନରେ ଏଡ୍ ପୋଷ୍ଟ ହେବ । ଏସଆରସିଙ୍କ ଗାଇଡଲାଇନ୍ ଅନୁଯାୟୀ ପୂଜା ହେବ ।
ଭୁବନେଶ୍ବର: ରାଜ୍ୟରେ ଆଉ 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଓ କେନ୍ଦୁଝର ଜିଲ୍ଲାରୁ ସର୍ବାଧିକ ତିନିଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ସମ୍ବଲପୁର ଜିଲ୍ଲାରୁ 2 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ବାଲେଶ୍ବର, ବରଗଡ଼, ବୌଦ୍ଧ, କଟକ, ଯାଜପୁର, ମୟୂରଭଞ୍ଜ, ନୟାଗଡ଼, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂତନ ମୃତକଙ୍କ ମିଶାଇରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 1441 ବୃଦ୍ଧି ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ତିନି ମୃତକ ରହିଥିବାବେଳେ 65 ବର୍ଷୀୟ ପୁରୁଷ, 62 ବର୍ଷୀୟ ପୁରୁଷ, 53 ବର୍ଷୀୟ ଜଣେ ବୟସ୍କଙ୍କ ମୃତ୍ୟୁ ହୋଇଛି । କେଉଁଝରରୁ 80 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଦୁଇ ମୃତକଙ୍କ ମଧ୍ୟରେ 55 ବର୍ଷୀୟ ପୁରୁଷ ଓ 38 ବର୍ଷୀୟ ପୁରୁଷ ରହିଛନ୍ତି । ସମ୍ବଲପୁରୁରୁ 70…
ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୨୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୭୦୮ ଜଣ ଚିହ୍ନଟ ହୋଇଥିବାବେଳେ ୫୧୧ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨ହଜାର ୭୯୩କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୮୮ ହଜାର ୧୬୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୩ ହଜାର ୧୩୧ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୪୨୫ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍ ୧ ହଜାର 219 ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ ଓ ବାଲେଶ୍ବରରୁ…
ନୂଆଦିଲ୍ଲୀ: ଗତ 24 ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି 45 ହଜାର 903 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 490ଜଣଙ୍କ ମୃତ୍ୟୁ ହୋଇଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶର ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 85 ଲକ୍ଷ 53 ହଜାର 657କୁ ବୃଦ୍ଧି ହୋଇଛି । ସେହିପରି ମୋଟ୍ ମୃତ୍ୟୁ ସଂଖ୍ୟା 1 ଲକ୍ଷ 26 ହଜାର 611କୁ ବୃଦ୍ଧି ହୋଇଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଏବେ ସୁଦ୍ଧା ଦେଶରେ 79 ଲକ୍ଷ 17 ହଜାର ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ 48 ହଜାର 405 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ଏବେସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 5 ଲକ୍ଷ 11 ହଜାରରେ ରହିଛି । ଆଇସିଏମ୍ଆରର ସୂଚନା ଅନୁସାରେ ଏବେ ସୁଦ୍ଧା ଦେଶରେ 11 କୋଟି 85 ଲକ୍ଷ…
ଭଦ୍ରକ : ନିଆଁରେ ପୋଡ଼ି ହୋଇ ତିନି ଓଏସ୍ଏପି ଯବାନ ଗୁରୁତର ହୋଇପଡ଼ିଛନ୍ତି। ଗୁରୁତରମାନେ ହେଲେ ପୁରୁଣା ବଜାର ଥାନାରେ ଡ୍ୟୁଟି କରୁଥିବା ତିନି ଓଏସ୍ଏପି ଯବାନ । ଗୁରୁତର ଅବସ୍ଥାରେ ତିନି ଯବାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଶରୀରର ବହୁ ଅଂଶ ପୋଡ଼ିଯାଇଛି। ଗୁରୁତର ତିନି ଓଏସ୍ଏପି ଯବାନ ବାରିପଦା 5ମ ବାଟାଲିୟନର ବୋଲି ସୂଚନା ମିଳିଛି। ରାତିରେ ଶୋଇଥିବା ବେଳେ ମଶା ଧୂପରୁ ନିଆଁ ଲାଗି ଏପରି ପରିସ୍ଥିତି ଉପୁଜିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ସୀତାରାମ ଅଗ୍ରଓ୍ବାଲ ବାଣପୁର : ଗତକାଲି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ଟାଙ୍ଗୀ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି ଯେଉଁଥିରେ ଜଳାଶୟରେ ବୁଡି ପ୍ରାଣ ହରାଇଛନ୍ତି ଜଣେ ନାବାଳକ। ସୂଚନା ମୁତାବକ ଗତକାଲି ଦିବା ୧୧ ଘଟିକା ସମୟରେ ନାଚୁଣୀ ଟାଙ୍ଗୀ ସାହିର ପ୍ରଫୁଲ୍ଲ ମହାରଣା ଙ୍କ ପୁତ୍ର ଦେବାଶିଷ ମହାରଣା(୪) ଗ୍ରାମର ଅନ୍ୟଜଣେ ନାବାଳକଙ୍କ ସହ ନିକଟସ୍ଥ ଖଣି ଅଞ୍ଚଳକୁ ଶୌଚ ପାଈଁ ଯାଇଥିଲେ । ହେଲେ ଶୌଚ ସାରି ଘରକୁ ଫେରିବା ସମୟରେ ଅସାବଧାନତା ବଶତଃ ଦେବାଶିଷ ଙ୍କ ଗୋଡ ଖସିଯିବାରୁ ସେ ନିକଟସ୍ଥ ଜଳାଶୟ ଭିତରେ ପଡ଼ି ବୁଡିଯାଇଥିଲେ। ଏହା ଦେଖି ସଙ୍ଗେ ସଙ୍ଗେ ଅନ୍ୟ ନାବାଳକ ଜଣକ ଦୌଡ଼ି ଯାଇ ଦେବାଶିଷଙ୍କ ଜେଜେମା ଙ୍କୁ ଜଣାଇଥିଲେ ଏବଂ ପରବର୍ତୀ ସମୟରେ ତାଙ୍କ ଜେଜେବାପା ରାଜକିଶୋର ମହାରଣା ଏବଂ ଅନ୍ୟମାନେ ଜଳାଶୟ ନିକଟରେ ପହଁଚିଲା ବେଳକୁ ଦେବାଶିଷ ଙ୍କ ଶରୀର ପାଣିରେ…
ଭୁବନେଶ୍ବରେ, ଗତ କିଛି ଦିନ ଧରି ସାରା ଓଡିଶାରେ ଶୀତ ଅନୁଭୂତ ହେବାରେ ଲାଗିଛି। ଏହି ଶୀତ ଆଉ ଗୋଟିଏ ଦିନ ହେବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏହାପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ। ତେବେ ଗତକାଲିର ତାପମାତ୍ରା ଏନୁସାରେ ସୋନପୁରରେ ସର୍ବାଧିକ ଶୀତ ଅନୁଭୂତ ହୋଇଛି। ପାଣିପାଗର ରେକର୍ଟ ଅନୁସାରେ ସୋନପୁରରେ ତାପମାତ୍ରା ଥିଲା 9.6 ଡିଗ୍ରୀ। ସେହିପରି ଫୁଲବାଣୀ ଓ ଦାରିଙ୍ଗୀବାଡିରେ 10.5, ଅନୁଗୁଳରେ 11, କୋରାପୁଟରେ 11.6, ଭବାନୀପାଟଣାରେ 12.2 ତାପମାତ୍ରା ରହିଛି। ଭୁବନେଶ୍ବର, ପୁରୀ, ବାଲେଶ୍ବରର ତାପମାତ୍ରା 18.00 ଡିଗ୍ରୀ ଥିଲା।
ଭୁବନେଶ୍ବର, ଆଜି ସୋମବାର ଚାରୋଟି ରାଶି ପାଇଁ ରହିଛି ଶୁଭ ଫଳ। ଏହି ଚାରୋଟି ରାଶିର ବ୍ୟକ୍ତିମାନଙ୍କୁ ହଠାତ ଏକ ଶୁଭ ଖବର ମିଳିବାପର ସମ୍ଭାବନା ରହିଛି। ଆପଣ ଆରମ୍ଭ କରିଥିବା ନୂତନ କାର୍ଯ୍ୟରେ ସଫଳ ହେବେ। ଆପଣ ସାମାଜିକ କ୍ଷେତ୍ରରେ ଅଧିକ ସକ୍ରିୟ ରହିବା ସହିତ ସ୍ଥିତି ମଧ୍ୟ ବୃଦ୍ଧି ପାଇବ। ଆପଣଙ୍କର ଚିରାଚରିତ ଶତ୍ରୁ ଆପଣଙ୍କଠାରୁ ଦୂରେଇ ଯିବେ। ଦାମ୍ପତ୍ୟ ଜୀବନରେ ସୁଖୀ ରହିବେ। ବାଣିଜ୍ୟ ବ୍ୟବସାୟ ଭଲ ରହିବ। ଆପଣ ସାମାଜିକ କାର୍ଯ୍ୟକଳାପରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଏହି ସମୟରେ ଆପଣଙ୍କ ଆୟ ବୃଦ୍ଧି ପାଇବ। ପରିବାରର ଆର୍ଥିକ ଅବସ୍ଥା ଦୃଢ ରହିବ। ଆପଣ ଆପଣଙ୍କ ଦାୟିତ୍ବକୁ ଭଲ ଭାବରେ ପୂରଣ କରିବାରେ ସକ୍ଷମ ହେବେ। ଏହି ଚାରୋଟି ଭାଗ୍ୟଶାଳୀ ରାଶି ହେଲା ମେଷ, ବୃଷ, କନ୍ୟା ଏବଂ ମୀନ। ଏମାନଙ୍କର ପରିବାରରେ ଶାନ୍ତିର ବାତାବରଣ ବଜାୟ ରହିବ। ଏହି ରାଶି ବ୍ୟକ୍ତିମାନଙ୍କର ପ୍ରେମ…
ନୂଆଦିଲ୍ଲୀ, ଆଜି ସଂଧ୍ୟାରେ ଆଫଗାନିସ୍ଥାନ କନ୍ଦାହାରରେ ଥିବା ସୁରକ୍ଷା କର୍ମି ଆଉଟ ପୋଷ୍ଟ ନିକଟରେ ଏକ ବଡଧରଣର କାର ବୋମା ବିସ୍ପୋରଣ ଘଟିଛି। ଏହାଫଳରେ ଆଠଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ପାଞ୍ଚଜଣ ଶିଶୁ ଥିବା ବେଳେ ତିନିଜଣ ମହିଳା ଅଛନ୍ତି। ତେବେ ଏଥିରେ ଅନେକ ଆହାତ ହୋଇଥିଲେ ମଧ୍ୟ ସେମାନଙ୍କର ସଂଖ୍ୟା ଜଣାପଡି ନାହିଁ। ଏହି ବିସ୍ପୋରଣରେ ପଛରେ କେଉଁ ସଂଗଠନର ହାତ ଅଛି ତାହା କେହି ଦାବୀ କରି ନାହାଁନ୍ତି।
ଭୋପାଳ, କୋହିଫିଜା ଥାନା ଅଞ୍ଚଳର ଏକ କୋଲନୀରୁ ଚୋରୀ ହୋଇଥିବା ଏକ ସାଇକେଲ ଜବତ କରିବାରେ ପୋଲିସ ସଫଳ ହୋଇଛି। ତେବେ ଏହି ଚୋରୀ ଯେତେ ଗୁରୁତ୍ବ ପୂର୍ଣ୍ଣ ନୁହେଁ ହେଲେ ଚୋରୀର ତରିକା ଏବଂ କାରଣ ସବୁଠାରୁ ଆଶ୍ଚର୍ଯ୍ୟ ଜନକ। ପୋଲିସର ସୂଚନା ଅନୁସାରେ ନଅ ହଜାର ଟଙ୍କାର ଏକ ସାଇକେଲ ଚୋରୀ ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ଉଭୟ ହେଉଛନ୍ତି ଗୋଟିଏ ଇଂଜିନିୟରିଂ କଲେଜର ଛାତ୍ର। ଉଭୟ ନିଶା ଖାଇବା ପାଇଁ ଜଣଙ୍କଠାରୁ 3 ହଜାର ଟଙ୍କା ଧାର ଆଣିଥିଲେ। ତାଙ୍କ ଟଙ୍କା ଫେରାଇବା ପାଇଁ ସେମାନେ ନଅ ହଜାର ଟଙ୍କାର ସାଇକେଲକୁ ଚୋରୀ କରିଥିଲେ। ଏହାକୁ ସେମାନେ ଓଏଲଏକ୍ସ ମାଧ୍ୟମରେ ସାଢେ ତିନି ହଜାର ଟଙ୍କାରେ ବିକ୍ରି କରିଥିଲେ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ସାଇକେଲ ଚୋରୀ କରିବା ପାଇଁ ସେମାନେ ଗୋଟିଏ 20 ଲକ୍ଷ ଟଙ୍କାର କାର ବ୍ୟବହାର କରିଥିଲେ। ସାଇକେଲ ଚୋରୀ ଅଭିଯୋଗ…
ପୁରୀ, ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ୍ ଏବଂ ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କୁ ନିଜର ବାଲୁକା କଳାରେ ଅଭିନନ୍ଦନ। ପୁରୀ ବେଳାଭୂମିରେ ଏହି ଅଭିନନ୍ଦନ କଳାକୁ ନିର୍ମାଣ କରିଛନ୍ତି ଆନ୍ତର୍ଜାତୀୟ ଖ୍ୟାତି ସଂପର୍ଣ୍ଣ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ 25 ଫୁଟ ଉଚ୍ଚତାର ଏହି ବାଲୁକା କଳାରେ ଉଭୟ ବିଡେନ ଏବଂ କମଳାଙ୍କ ପ୍ରତିକୃତି କରିଛନ୍ତି। ଏଥିପାଇଁ ସେ 10 ଟନ ବାଲି ବ୍ୟବହାର କରିଛନ୍ତି। ଏହି ବାଲୁକାକଳାରେ ସେ ବିଭିନ୍ନ ରଂଗର ଉପଯୋଗ କରିଛନ୍ତି ଯାହା ବେଶ୍ ଜୀବନ୍ତ ହୋଇ ଉଠିଛି। ଉଭୟ ବିଜେତାଙ୍କ କଳାକୃତି ମଝିରେ ଇଂରାଜୀରେ ଅଭିନନ୍ଦନ ଲେଖିଛନ୍ତି। ପୂର୍ବରୁ ନିର୍ବାଚନ ସମୟରେ ସୁଦର୍ଶନ ଉଭୟ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ ଏକ ବାଲୁକା କଳା କରିଥିଲେ।
କର୍ଣ୍ଣାଟକ: ଅଶ୍ଳୀଳ ଫଟୋ ପଠାଇ ଗିରଫ ହୋଇଛନ୍ତି 54 ବର୍ଷୀୟ ରାମକୃଷ୍ଣ । ବ୍ୟକ୍ତିଜଣକ ଶତାଧିକ ମହିଳାଙ୍କୁ ନିଜର ଅଶ୍ଳୀଳ ଫଟୋ ପଠାଇଛନ୍ତି । 6 ମାସ ମଧ୍ୟରେ ବ୍ୟକ୍ତି ଜଣକ 120 ଜଣ ମହିଳାଙ୍କ ସମେତ 200ରୁ ଅଧିକ ବ୍ୟକ୍ତିଙ୍କୁ ପଠାଇଛନ୍ତି । ଏହି ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିଛି । ପୋଲିସ ତାଙ୍କୁ ଗିରଫ କରିବା ପରେ ରାମକୃଷ୍ଣ ଅଶ୍ଳୀଳ ଫଟୋ ପଠାଇବା ଅଭିଯୋଗକୁ ସ୍ୱୀକାର କରିଛନ୍ତି। ପୋଲିସ ସୂଚନା ଅନୁଯାୟୀ, ରାମକୃଷ୍ଣ ଜାଣିନଥିବା ଲୋକଙ୍କ ନମ୍ବରକୁ ମଧ୍ୟ ଫଟୋ ପଠାଇଥିଲେ । ଚଲ୍ଲକେରେର ପ୍ରାୟ 50 ମହିଳାଙ୍କ ପାଖକୁ ମଧ୍ୟ ସେ ,ସେହି ଫୋଟ ପଠାଇଥିଲେ। କେବଳ ସେତିକି ନୁହେଁ କିଛି ମହିଳାଙ୍କୁ ମଧ୍ୟ ସେ ତାଙ୍କ ଫଟୋ ପଠାଇବାକୁ କହୁଥିଲେ। (ଏଜେନ୍ସି)
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 57 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 88 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 13 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 44ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି। ସେହିପରି ଆଜି 97 ଜଣ ସୁସ୍ଥ ହୋଇଛନ୍ତି । ନୂତନ 57 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 29 ହଜାର 704ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 28 ହଜାର 670ଜଣ ସୁସ୍ଥ ହୋଇଥିବାବେଳେ 181ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 832ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । https://twitter.com/bmcbbsr/status/1325398723963183106?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1325398723963183106%7Ctwgr%5Eshare_3&ref_url=https%3A%2F%2Fm.dailyhunt.in%2Fnews%2Findia%2Foriya%2Fthesamajaodia-epaper-samajod%2Fbhubaneshbararuaau57kareanapajitibhchihnata-newsid-n227961054
ଭୁବନେଶ୍ବର: ଆଜି ରାଜ୍ୟର ସବୁ ବାର୍ ଆସୋସିଏସନ୍ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ବାର ଆସୋସିଏସନ୍ ନିର୍ବାଚନ ଡିସେମ୍ବର 12ରେ ଅନୁଷ୍ଠିତ ହେବ। ରାଜ୍ୟର ସବୁ ବାର୍ ଆସୋସିଏସନ୍ ନିର୍ବାଚନ ଲାଗି ରାଜ୍ୟ ବାର୍ କାଉନ୍ସିଲ୍ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି କରାଯାଇଛି। ସୂଚନା ଯୋଗ୍ୟ ଯେ ଗତ ମାର୍ଚ୍ଚରେ ହେବାକୁ ଥିବା ନିର୍ବାଚନ କରୋନା ଯୋଗୁ ବନ୍ଦ ରହିଥିଲା।

