Author: Samikhsya Bureau

ଭୁବନେଶ୍ବର : 2020 ବର୍ଷ ପାଇଁ 28ତମ ଏକଲବ୍ୟ ପୁରସ୍କାର ପାଇବେ ନମିତା ଟୋପ୍ପୋ । ଜୁରୀ କମିଟି ବୈଠକରେ ସର୍ବସମ୍ମତିକ୍ରମେ ଏହି ପୁରସ୍କର ପାଇଁ ମନୋନୀତ ହୋଇଛନ୍ତି ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟୋପ୍ପୋ । ପୁରସ୍କାର ବାବଦରେ 5 ଲକ୍ଷ ଟଙ୍କା ଓ ମାନପତ୍ର ପାଇବେ ନମିତା । ଭାରୋତ୍ତୋଳନକାରୀ ସ୍ନେହା ସୋରେନ୍‌ ଓ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଋତୁପର୍ଣ୍ଣା ପଣ୍ଡା ଦୁହେଁ ଉପବିଜେତା ହୋଇଛନ୍ତି । ଦୁହେଁ ପୁରସ୍କାର ବାବଦକୁ 50 ହଜାର ଲେଖାଏଁ ପାଇବେ ।  ସୂଚନାଯୋଗ୍ୟ, ‘ଇମ୍ପାକ୍ଟ’ ପକ୍ଷରୁ 1993 ମସିହାରୁ ଏହି ପୁରସ୍କାର ଦିଆଯାଇଆସୁଛି। ଜଣେ ଭାରତୀୟ ମହିଳା ଫିଲ୍ଡ୍ ହକି ଖେଳାଳି ଭାବେ ନମିତା ନିଜ ଦେଶ ତଥା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ସେ 97ଟି ଆନ୍ତର୍ଜାତୀୟ ପ୍ରତିଯୋଗିତା ଖେଳି 4ଟି ଗୋଲ୍ ଦେଇଛନ୍ତି ।

Read More

ମୁମ୍ବାଇ: ଅଭିନେତ୍ରୀ କାଜଲ୍‌ ଅଗ୍ରଓ୍ବାଲ୍‌ ବିବାହ ପରେ ନିଜର ନାମ ବଦଳାଇଛନ୍ତି। କାଜଲ୍‌ ଶନିବାର ଦିନ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏ ସମ୍ପର୍କରେ ଫଟୋ ପୋଷ୍ଟ କରି ଅପଡେଟ୍‌ ଦେଇଛନ୍ତି। ଅଭିନେତ୍ରୀ କାଜଲ୍‌ ବିବାହ ପରେ ଗୌତମଙ୍କ ସହ ହନିମୁନ୍‌ରେ ବାହାରିଛନ୍ତି। ଅଭିନେତ୍ରୀ କାଜଲ୍‌ ଇନ୍‌ଷ୍ଟାଗ୍ରାମରେ ଫଟୋ ସେୟାର କରି ଏହା ସମ୍ପର୍କରେ ସୂଚନା ଦେବା ସହ ନିଜ ନାମ ପରିବର୍ତ୍ତନ କରିଥିବାର ସୂଚନା ଦେଇଛନ୍ତି। କାଜଲ୍‌ ସେୟାର କରିଥିବା  ଏହି ଫଟୋର ତାଙ୍କ କଷ୍ଟମ୍‌ ମେଡ କଭର ଲଗେଜ୍‌ ବ୍ୟାଗ୍‌ ଦେଖାଇଛନ୍ତି। ଅନ୍ୟ ଏକ ଫଟୋରେ କଷ୍ଟମ ମେଡ୍‌ କଭର୍‌ ପାସପୋର୍ଟ ନଜର ଆସିଛି। ଏଥିରେ ଦୁଇଜଣ ନିଜ ନିଜ ବ୍ୟାଗ୍‌ ଓ ପାସ ପୋର୍ଟରେ ନାମ ଲେଖିଛନ୍ତି। ଏହି ଫଟୋରେ କାଜଲଙ୍କ ନାମ କାଜଲ୍‌ ଅଗ୍ରଓ୍ବାଲ ବଦଳରେ କାଜଲ୍‌ କିଚଲୁ ଲେଖାହୋଇଛି। କାଜଲ୍‌ ସେୟାର କରିଥିବା ଗୋଟିଏ ଫଟୋରେ ରେଡି ଟୁ ଗୋ ଲେଖା ହୋଇଥିବାବେଳେ ସେଥିରେ ଦୁଇଟି ପାସ୍‌ପୋର୍ଟ…

Read More

ଜମ୍ମୁକାଶ୍ମୀର : ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନ ଚାଲିଛି । ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାର କିରନ୍‌ ସେକ୍ଟରରେ ଏଲଓସି ନିକଟରେ ହୋଇଥିବା ଅପରେସନରେ ତିନି ଆତଙ୍କୀ ନିହତ ହୋଇଛନ୍ତି । ଗୁଳି ବିନିମୟ ବେଳେ ଜଣେ ସେନା ଅଧିକାରୀ ଓ 2 ଯବାନ ଶହୀଦ୍‌ ହୋଇଛନ୍ତି । ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଯୋଜନାକୁ ପଣ୍ଡ କରିବା ପାଇଁ ଅପରେସନ ଜାରି ରଖିଛି ସେନା।

Read More

ଗୁଜୁରାଟ : ତିନି ତଲାକକୁ ଅପରାଧ ଶ୍ରେଣୀଭୁକ୍ତ କରାଯିବା ସହ ଏନେଇ ଦଣ୍ଡ ବିଧାନ ମଧ୍ୟ ରହିଛି । ତିନି ତଲାକ୍‌ ଆଇନରେ ପରିଣତ ହେବା ପରେ ବି ଭାରତରେ କେଉଁଠି ନା କେଉଁଠି ତିନି ତଲାକ୍‌ର ମାମଲା ଦେଖିବାକୁ ମିଳିଛି । ଗୁଜୁରାଟରୁ ତିନିତଲାକ୍‌ର ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳାଙ୍କ ପ୍ରାଇଭେଟ୍‌ ପାର୍ଟରେ ଇନ୍‌ଫେକସନ୍‌ ହେବା କାରଣରୁ ତାଙ୍କ ସ୍ବାମୀ ତାଙ୍କୁ ତିନି ତଲାକ୍‌ ଦେଇଛନ୍ତି । ଏହାପରେ ମହିଳା ଜଣକ ତାଙ୍କ ସ୍ବାମୀଙ୍କ ବିରୋଧରେ ପୋଲିସ୍‌ରେ ଏତଲା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ମଧ୍ୟ ମହିଳାଙ୍କ ସ୍ବାମୀ ତାଙ୍କୁ ବହୁତ ହଇରାଣ କରିବା ସହ ଦୁର୍ବ୍ୟବହାର କରୁଥିଲେ । ଛୋଟ ଛୋଟ ଭୁଲ୍‌ରେ ତାଙ୍କୁ ଛାଡି ଦେବାର ଧମକ ଦେଇଥିଲେ । ମହିଳାଜଣଙ୍କୁ 24 ବର୍ଷ ହୋଇଥିବାବେଳେ ଗତ ବର୍ଷ ସେ ଏକ ଘରୋଇ କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କୁ…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ 93 ତମ ଜନ୍ମଦିନରେ କେକ କାଟି ନିଜ ହାତରେ ଖୁଆଇ ଦେଉଛନ୍ତି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ

Read More

ଭୁବନେଶ୍ବର : ଏସ୍‌ସି/ଏସ୍‌ଟି ପିଲାଙ୍କ ପୋଷ୍ଟ ମାଟ୍ରିକ୍‌ ସ୍କଲାରସିପ୍‌ରେ ପରିବର୍ତ୍ତନ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ବର୍ତ୍ତମାନର ପ୍ରଚଳିତ ହାରରେ ପିଲାମାନଙ୍କୁ ଛାତ୍ରବୃତ୍ତି ଦିଆଯିବ ବୋଲି କହିଛନ୍ତି ନବୀନ । ଛାତ୍ରବୃତ୍ତି ଅପରିବର୍ତ୍ତିତ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ରହିଛି । ଏସ୍‌ସି/ଏସ୍‌ଟି ଉନ୍ନୟନ ବିଭାଗ ଦ୍ବାରା ଏ ସମ୍ପର୍କରେ ପ୍ରକାଶିତ ପ୍ରସ୍ତାବକୁ ସ୍ଥଗିତ ରଖିବା ପାଇଁ  ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଏ ସମ୍ପର୍କୀତ ଫାଇଲଟିକୁ ବିଶଦ ଅନୁଧ୍ୟାନ ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯାଳୟକୁ ପଠାଇବା ପାଇଁ  ସେ ଆଦେଶ ଦେଇଛନ୍ତି ନବୀନ ପଟ୍ଟନାୟକ ।

Read More

ନୋଏଡା: ପୁଣି ଥରେ ସେଲ୍‌ଫି କାଳ ହୋଇଛି । ସେଲ୍‌ଫି ନେବା ପାଇଁ ଆଜିକାଲିର ଯୁବପିଢି ମାନେ ବିପଦକୁ ବରଣ କରୁଛନ୍ତି। ପ୍ରାୟ ସବୁଦିନେ ସେଲ୍‌ଫି ନେଇ ଜୀବନ ଯାଉଥିବାର ଖବର ଶୁଣିବାକୁ ମିଳିଛି । ନୋଏଡାର ଜଣେ 22 ବର୍ଷୀୟ ଯୁବକ ଗୁଳି ଭର୍ତ୍ତି ପିସ୍ତଲ ସହ ସେଲ୍‌ଫି ନେଇ ମୃତ୍ୟୁବରଣ କରିଛନ୍ତି । ସେଲ୍‌ଫି ନେବା ସମୟରେ ପିସ୍ତଲରୁ ଗୁଳି ଯୁବକଙ୍କୁ ବାଜି ଥିଲା । ତାଙ୍କୁ ତତ୍‌କ୍ଷଣାତ୍‌ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଯୁବକ ଜଣକ ବଞ୍ଚିନଥିଲେ । ତେବେ ଯୁବକ ଜଣ ସେଲ୍‌ଫି ନେବାବେଳେ ତାଙ୍କ ସାଙ୍ଗରେ ତାଙ୍କର ଜଣେ ବନ୍ଧୁ ରହିଥିଲେ । ପୋଲିସ୍‌ ଯୁବକଙ୍କ ମୃତଦେହକୁ ଜବତ କରିବା ସହ ତାଙ୍କ ବନ୍ଧୁଙ୍କୁ ପଚରାଉଚୁରା କରୁଛି । ଉକ୍ତ ପିସ୍ତଲର ମଧ୍ୟ ଫରେନସିକ୍‌ ଯାଞ୍ଚ ହେଉଛି । ମିଳିଥିବା ସୂଚନା ଅନୁସାରେ ମୃତକ ଜଣକ ଗ୍ରେଟର ନୋଏଡା ବାଦଲପୁରର 22 ବର୍ଷୀୟ ସୌରଭ…

Read More

ନୂଆଦିଲ୍ଲୀ : ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ଦିନ ଧନତେରାସ ପର୍ବ ପାଳିତ ହୋଇଥାଏ । ଏହି ଦିନଟିକୁ ଧନ୍ବନ୍ତରୀ ଜୟନ୍ତୀ ରୂପେ ମଧ୍ୟ ପାଳନ କରାଯାଏ ।  ଧନତେରାସ୍‍ ଦିନ ଲୋକେ ଧନର ଦେବୀ ମା’ଲକ୍ଷ୍ମୀ ଓ କୁବେର, ଭଗବାନ ଧନ୍ବନ୍ତରୀଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟରେ ପୂଜାର୍ଚ୍ଚନା କରିଥାଆନ୍ତି। ଏହି ଦିନ ମା’ଙ୍କୁ ଭକ୍ତି ଭାବନା ସହ ପୂଜାର୍ଚ୍ଚନା କଲେ ମା’ଙ୍କର ବିଶେଷ କୃପା ପ୍ରାପ୍ତି ହେବା ସହ ଧନ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ ବୋଲି କୁହାଯାଏ। ସଭିଏଁ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରିଥାଆନ୍ତି। ଏହି କାରଣରୁ ଧନତେରାସ ଦିନ ସୁନା-ଚାନ୍ଦି, ବହୁ ଧାତୁ ଓ ଅନ୍ୟାନ୍ୟ ଜିନିଷ କିଣିଥାଆନ୍ତି। ତେବେ ସୁନା ରୂପାର ଅହେତୁକ ମୂଲ୍ୟ ଯୋଗୁଁ ସୁନା ରୂପା କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବପର ହେଉନାହିଁ । ତେବେ ଧନତେରାସ ଦିନ ସୁନା ରୂପା…

Read More

ନୂଆଦିଲ୍ଲୀ, ବିଜେପିର ବରିଷ୍ଠ ନେତା ତଥା ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ଘରେ ଆଜି ସକାଳେ ବିଜେପିର ତୁଙ୍ଗ ନେତାମାନେ ପହଁଚିଗଲେ। ସେମାନଙ୍କ ମଧ୍ୟରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ସାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଆହୁରି ଅନେକ। ସମସ୍ତଙ୍କ ହାତରେ ଫୁଲ ତୋଡା। କାରଣ କଣ ଜାଣିବା ପରେ ଜଣାପଡିଲା ଯେ, ଆଜି ହେଉଛି ଆଡଭାନୀଙ୍କ ଜନ୍ମଦିନ। ଭାରତ ରାଜନୈତିକ ଇତିହାସରେ ଲାଲକୃଷ୍ଣ ଆଡଭାନୀ ହେଉଛନ୍ତି ଜଣେ ନମସ୍ୟ ବ୍ୟକ୍ତିତ୍ବ। ଆଜି ସେ 93 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେଥାପଇଁ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବିଜେପିର ବରିଷ୍ଠ ନେତାଗଣ ତାଙ୍କ ଘରେ ଭିଡ କରିଥିଲେ। ଆଡଭାନୀଙ୍କ ଏହି ଜନ୍ମଦିନରେ କେକ କଟା ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଦୀଙ୍କ ସହିତ ଅମିତ ସାହା, ଜେପି ନଡ୍ଡା ଏବଂ ତାଙ୍କ ପରିବାର ଲୋକେ ଉପସ୍ଥିତ ଥିଲେ। ଆଡଭାନୀଙ୍କ…

Read More

ଭୁବନେଶ୍ବର: ରାଜ୍ୟରେ ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଓ ସମ୍ବଲପୁର ଜିଲ୍ଲାରୁ ତିନିଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବଲାଙ୍ଗିର, ବରଗଡ ଜିଲ୍ଲାରୁ 2 ଜଣ  ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି କଟକ ସୁନ୍ଦରଗଡ, ଝାରସୁଗୁଡା, ଗଞ୍ଜାମ, ଦେବଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂତନ ମୃତକଙ୍କ ମିଶାଇରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 1425 ବୃଦ୍ଧି ହୋଇଛି। https://twitter.com/HFWOdisha/status/1325324341806985217?s=20 https://twitter.com/HFWOdisha/status/1325324343778308097?s=20 ଖୋର୍ଦ୍ଧାରୁ ଆଜି 3 ଜଣଙ୍କର ମୃତ୍ୟୁ ହୋଇଥିବାବେଳ ଖୋର୍ଦ୍ଧା ଜିଲ୍ଲାରୁ 65 ବର୍ଷୀୟ ପୁରୁଷ ରହିଥିବାବେଳେ ଅନ୍ୟ ଦୁଇ ଜଣଙ୍କ ମଧ୍ୟରେ ଭୁବନେଶ୍ବରର 59 ବର୍ଷ ଓ 45 ବର୍ଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ସମ୍ବଲପୁରରୁ 63 ବର୍ଷୀୟ ପୁରୁଷ, 72 ବର୍ଷୀୟ ପୁରୁଷ, 65 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୪୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୮୩୩ ଜଣ ଚିହ୍ନଟ ହୋଇଥିବାବେଳେ ୬୦୧ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧ହଜାର ୫୭୪କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୮୬ ହଜାର ୮୫୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୩ ହଜାର 239 ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୪୧୦ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୧ ହଜାର ୪୩୪ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୪୪…

Read More

ଭୁବନେଶ୍ୱର: ରାଜ୍ୟରେ ଥଣ୍ଡା ବଢୁଛି । ଆଜି 15 ଡିଗ୍ରୀ ତଳେ 11ଟି ସହରର ତାପମାତ୍ରା ରହିଛି ।  ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, 9.6 ଡିଗ୍ରୀ ସହ ସୋନପୁର ସବୁଠୁ ଥଣ୍ଡା ସହର ହୋଇଥିବା ବେଳେ ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା 10.5 ଡିଗ୍ରୀ ରହିଛି। ସେହିପରି ଅନୁଗୁଳରେ 11 ଡିଗ୍ରୀ, କୋରାପୁଟରେ 11.6 ଡିଗ୍ରୀ, ଭବାନୀପାଟଣାରେ 12.2 ଡିଗ୍ରୀ, ଝାରସୁଗୁଡ଼ାରେ 13 ଡିଗ୍ରୀ, କେନ୍ଦୁଝରରେ 13.8 ଡିଗ୍ରୀ ଓ ବାରିପଦାରେ 14.2 ଡିଗ୍ରୀ ରହିଛି। ବଲାଙ୍ଗିର 14.6 ଡିଗ୍ରୀ ଓ ସମ୍ବଲପୁରରେ 14,7 ଡିଗ୍ରୀ ତାପମାତ୍ରା ରହିଛି । ସେହିପରି  ଭୁବନେଶ୍ବର ତାପମାତ୍ରା 18 ଡିଗ୍ରୀ ଓ କଟକରେ 16.8 ଡିଗ୍ରୀ ରହିଛି ।

Read More

ଯାଜପୁର:  ଯାଜପୁର ଜିଲ୍ଲା ଦେଇ ଯାଇଥିବା 16 ନମ୍ୱର ଜାତୀୟ ରାଜପଥର ରଥିଆ ଛକ ଧର୍ମଶାଳା ରଥିଆ ଛକ ନିକଟର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ ଦୁଇ ଭଉଣୀ ସ୍କୁଟି ଯୋଗେ ଟିଉସନ୍‌ ଯାଉଥିବା ସମୟରେ ରାସ୍ତାକଡରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା ସ୍କୁଟି । ଟ୍ରକ୍‌ ପଛରେ ସ୍କୁଟି ପିଟି ହେବା ଫଳରେ ଜଣକଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ନେଉଳପୁର ଗାଁର ଶ୍ୱେତା ବେହେରା । ଦୁର୍ଘଟଣା ପରେ ଉଭୟ ମୃତାହତଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Read More

ନୂଆଦିଲ୍ଳୀ: ଦେଶରେ ଗତ 24 ଘଣ୍ଟା ମଧ୍ୟରେ ନୂଆ 45ହଜାର 674ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 559ଜଣଙ୍କର ମୃତ୍ୟୁ ହୋଇଛି ।  ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦ‌ାୟ 85 ଲକ୍ଷ 7ହଜାର 754 ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ସେହିପରି ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 16ହଜାର 121ରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏବେ ସୁଦ୍ଧା କରୋନାରୁ ସମୁଦାୟ 79ଲକ୍ଷ 68ହଜାର 968ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ 49 ହଜାର 082ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସକ୍ରିୟ ଅଛନ୍ତି 5 ଲକ୍ଷ 12ହଜାର 665ଜଣ।

Read More

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଭାବେ ଜୋ ବାଇଡେନ ନିର୍ବାଚିତ ହେବା ପରେ ବର୍ତ୍ତମାନ ସାରା ପୃଥିବୀରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ସେହିପରି ଭାରତର ତରଫରୁ ବହୁ ପ୍ରତିଷ୍ଠିତ ବ୍ୟକ୍ତିମାନେ ମଧ୍ୟ ଅଭିନନ୍ଦନ ଦେବାରେ ଲାଗିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଅଭିନନ୍ଦନ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଆଶା କରୁଛି ଯେ ଦୁଇ ଦେଶ ଏକାଠି ହୋଇ କାର୍ଯ୍ୟ କରିବେ, ଭାରତ ଓ ଆମେରିକା ସଂପର୍କ ବୃଦ୍ଧି ପାଇବ। ସେହିଭଳି ଉପ-ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା କମଲା ହାରିସଙ୍କୁ ମଧ୍ୟ ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ସେ କମଲା ହ୍ୟାରିସଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି ଯେ, ତୁମର ସଫଳତା ଏକ ନୂଆ ରାସ୍ତା ଦେଖାଇବାକୁ ଯାଉଛି ଏବଂ ସମସ୍ତ ଭାରତୀୟ-ଆମେରିକୀୟ ନାଗରିକ ଏଥିପାଇଁ ଗର୍ବ ଅନୁଭବ କରିବେ।

Read More

ନୂଆଦିଲ୍ଲୀ, ଯଦି ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆପଣଙ୍କ ଘର କାମ ହୋଇଛି, ତେବେ ସବୁକିଛି ଭଲ ହୋଇପାରେ। କେବଳ ବାସ୍ତୁ ଅନୁସାରେ ଘର କରିଦେଲେ ହେବ ନାହିଁ। ଯଦି ଆପଣ ଘରେ ସବୁକିଛି ସକାରାତ୍ମକ ଚାହୁଁଛନ୍ତି, ତେବେ ଆପଣ ଏହି ଘରକୁ ଏହି ରଙ୍ଗର ପରଦାରେ ମଧ୍ୟ ସଜାଇ ପାରିବେ। କାରଣ ରଙ୍ଗ ମଧ୍ୟ ଆପଣଙ୍କ ଘରକୁ ସକରାତ୍ମକ ଶକ୍ତିରେ ଭରି ଦେଇଥାଏ।  ଆସନ୍ତୁ ଜାଣିବା କେଉଁ ରଙ୍ଗର ପରଦା କେଉଁଠି ଲଗାଇଲେ ଭଲ ଫଳ ଦେଇଥାଏ। ଏହି ବିସ୍ତୃତ ଟିପ୍ସ ଗୁଡିକ ଅନୁସରଣ କରନ୍ତୁ: 1-ଯଦି ଘରର ଦକ୍ଷିଣ କୋଣରେ ଆପଣଙ୍କର ଗୋଟିଏ କୋଠରୀ ଅଛି, ତେବେ ସେଥିରେ ନାଲି ରଂଗର ପରଦା ଲଗାନ୍ତୁ। କାରଣ ଏହା ଘର ଭିତରେ ଭଲ ପାଇବା ବୃଦ୍ଧି କରାଇବ ଏବଂ ଘରେ ଆତ୍ମୀୟତା ସୃଷ୍ଟି କରିବ। 2-ପଶ୍ଚିମ ଦିଗରେ ନିର୍ମିତ କୋଠରୀଗୁଡ଼ିକ ପାଇଁ ଧଳା ପରଦା ଲଗାଇବା ଲାଭ ଦାୟକ ହେବ, ଏହି…

Read More

ନୂଆଦିଲ୍ଲୀ, ବିହାର ନିର୍ବାଚନ ସହିତ ମଧ୍ୟପ୍ରଦେଶ ଉପନିର୍ବାଚନ ଏକଜିଟ ପୋଲ ଫଳାଫଳ ମଧ୍ୟ ଆସିଛି। ବିହାରରେ ବିଜେପିକୁ ନିରାଶ କରିଥିବା ବେଳେ ମଧ୍ୟପ୍ରଦେଶରେ ମିଳୁଛି ଅସ୍ବସ୍ଥି। ବିଭିନ୍ନ ଏକଜିଟ ପୋଲି ଆକଳନ ଅନୁସାରେ ମଧ୍ୟପ୍ରଦେଶରେ ବିଜେପି ସରକାରଙ୍କୁ ବହୁମତ ମିଳିବାରେ କୌଣସି ଅସୁବିଧା ହେବ ନାହିଁ। ମଧ୍ୟପ୍ରଦେଶରେ ମୋଟ 28ଟି ଆସନରେ ଉପନିର୍ବାଚନ ହେଉଥିଲା। ଇଣ୍ଡିଆ ଟୁଡେ ଆକ୍ସିସ ମାଇଁ ଇଣ୍ଡିଆ ସର୍ଭେ ଅନୁସାରେ ମଧ୍ୟପ୍ରଦେଶରେ ଏଥିରେ ବିଜେପିକୁ 16 ରୁ 18 ଆସନ ଏବଂ କଂଗ୍ରେସକୁ 10 ରୁ 12 ଆସନ ମିଳିବ। ତେବେ ଏହି ସର୍ଭେ ମଧ୍ୟ କହୁଛି ଯେ ଏହି ଉପନିର୍ବାଚନରେ ଗୋଟିଏ ଆସନ ବିଏସପିକୁ ମିଳିବାର ସମ୍ଭାବନା ରହିଛି। ମଧ୍ୟ ପ୍ରଦେଶର ବିଧାନସଭାରୁ 25 ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇ ବିଜେପିରେ ମିଶିବା ପରେ ସେଠାରେ ଉପନିର୍ବାଚନ ହେଉଛି। ସେହି 25ଟି ଆସନ ସହିତ ଆଉ ତିନିଜଣ ବିଧାୟକ ମୃତ୍ୟୁବରଣ କରିଥିଲେ। ଫଳରେ ମୋଟ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୬୮୩ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।  ଖୋର୍ଦ୍ଧାରୁ ସର୍ବାଧିକ ୨୧୭ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୧୧୩, କଟକରୁ ୧୦୪, ବୌଦ୍ଧରୁ ୯୧, କଳାହାଣ୍ଡିରୁ ୮୩, ମୟୂରଭଞ୍ଜରୁ ୮୦, ବାଲେଶ୍ବରରୁ ୭୮, ନୂଆପଡ଼ାରୁ ୭୬, ପୁରୀରୁ ୭୬, ଅନୁଗୁଳରୁ ୬୪, କୋରାପୁଟରୁ ୬୧, କେନ୍ଦୁଝରରୁ ୫୯, ଜଗତସିଂହପୁରରୁ ୫୫, ଢେଙ୍କାନାଳରୁ ୫୨, କେନ୍ଦ୍ରାପଡାରୁ ୫୨, ବଲାଙ୍ଗିରିରୁ ୪୬, ଭଦ୍ରକରୁ ୪୦, ଯାଜପୁରରୁ ୩୪, ନୟାଗଡରୁ ୩୪, ମାଲକାନଗିରୁ ୩୩, ବରଗଡରୁ ୩୨, ନବରଙ୍ଗପୁରରୁ ୩୨, ଝାରସୁଗୁଡାରୁ ୨୭, ଗଞ୍ଜାମରୁ ୨୬, ସୋନପୁରରୁ ୨୩, ସମ୍ବଲପୁରରୁ ୨୦, କନ୍ଧମାଳରୁ ୧୨, ରାୟଗଡ଼ାରୁ ୧୪, ଦେବଗଡ଼ରୁ ୭, ଗଜପତିରୁ ୭, ଏବଂ ଷ୍ଟେଟ ପୁଲରୁ ୩୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ…

Read More

ନୂଆଦିଲ୍ଲୀ, ଯଦି ଏକଜିଟ ପୁଲ୍ ରେଜଲଟକୁ ସମୀକ୍ଷା କରାଯାଏ ତେବେ ବିହାରରେ ନୀତିଶଙ୍କ ଦଳ ଜେଡୟୁକୁ ବଡ ଧକ୍କା ମିଳିବ ବୋଲି କୁହାଯାଇପାରେ। କାରଣ ଏହି ଆକଳନ ଅନୁସାରେ ବିହାରରେ ଏକକ ଦଳ ହିସାବରେ ଆରଜେଡି ଆଗରେ ରହିଛି। ଏହାପରେ ବିଜେପି ଦ୍ବୀତିୟ ଦଳ ଭାବେ ଉଭା ହୋଇଛି। ଏହି ନିର୍ବାଚନରେ ନୀତିଶଙ୍କ ଜେଡୟୁ ତୃତୀୟ ସ୍ଥାନରେ ରହିଛି। ସେହିପରି କଂଗ୍ରେସ ଏକକ ଦଳ ହିସାବରେ ଚତୁର୍ଥ ସ୍ଥାନରେ ରହିଛି। ଯଦି ଟାଇମସ ନାୱୋ ସି ଭୋଟରର ସର୍ଭେ ଅନୁସାରେ ମେଣ୍ଟ ବାଦ, ଏକକ ଭାବେ କେଉଁ ଦଳ କେତେ ଆସନ ହାସଲ କରିବ ତାହା ହେଲା.. ଆରଜେଡି- 81 ରୁ 89 ବିଜେପି- 66 ରୁ 74 ଜେଡିୟୁ-38 ରୁ 46 କଂଗ୍ରେସ- 21 ରୁ 29 ବାମ ଦଳ- 6 ରୁ 13 ଟି ଆସନ ହାସଲ କରିବ ବୋଲି କୁହାଯାଉଛି। ସେହିପରି ମୁଖ୍ୟମନ୍ତ୍ରୀ ଭାବେ ବିହାରବାସୀ ନୀତିଶଙ୍କ…

Read More

ନୂଆଦିଲ୍ଲୀ, ଆଜି ସଂଧ୍ୟାରେ ବିହାରର ଶେଷ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଏହା ପରେ ପରେ ଆସିଛି ବିହାରର ଏକଜିଟ ପୁଲ ରେଜଲଟ। ଏହା ବର୍ତ୍ତମାନ ସମସ୍ତଙ୍କୁ ଚମକାଇ ଦେଇଛି। କାରଣ ସବୁ ଏକଜିଟ ପୁଲ ଫଳାଫଳରେ ବର୍ତ୍ତମାନ ଆରଜେଡି ବା ମହାମେଣ୍ଟର ସର୍ବାଧିକ ଆସନରେ ବିଜୟ ଲାଭ କରୁଛି। ଦ୍ବିତୀୟରେ ରହିଛି ନୀତିଶଙ୍କ ଏନଡିଏ ମେଣ୍ଟ। ବିଭିନ୍ନ ଏକଜିଟ ପୁଲର ଫଳାଫଳ ଅନୁସାରେ ବିହାରରେ କେଉଁ ଦଳ କେତେ ଆସନ ପାଇବ ତାହା ଆକଳନ କରାଯାଇଛି। ସେହି ଅନୁସାରେ ଟାଇମସ ନାୱ ସି ଭୋଟର ଏନଡିଏ-116, ମହାମେଣ୍ଟ-120, ଏଲଜେପି-1, ଅନ୍ୟାନ୍ୟ-6 ଜନ୍ କି ବାତ୍ ଏନଡିଏ-104, ମହାମେଣ୍ଟ-120, ଏଲଜେପି-7, ଅନ୍ୟାନ୍ୟ-4 ଟିଭି-9 ଭାରତବର୍ଷ ଏନଡିଏ-115, ମହାମେଣ୍ଟ-120, ଏଲଜେପି-4 , ଅନ୍ୟାନ୍ୟ-4 ଇଟିଜି ଏନଡିଏ-114, ମହାମେଣ୍ଟ-120, ଏଲଜେପି-3, ଅନ୍ୟାନ୍ୟ-6

Read More

ନୂଆଦିଲ୍ଲୀ :  ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ରୀତିନୀତି ରହିଛି । ଆଫ୍ରିକା ମହାଦେଶର ଇରୀଟ୍ରିଆରେ ଜଣ ପୁରୁଷଙ୍କ ଦୁଇଜଣ ସ୍ତ୍ରୀ ରଖିବା ନେଇ ଏକ କଡା ନିୟମ ରହିଛି । ଏଠାକାର ପୁରୁଷ ଦୁଇ ଜଣ ସ୍ତ୍ରୀଙ୍କୁ ବିବାହ କରନ୍ତି ।  ଏହି ଦେଶରେ ପୁରୁଷଙ୍କୁ  ବିବାହ କରିବାକୁ ବାଧ୍ୟ କରାଯିବା ସହ ଜଣେ ପୁରୁଷ ଦୁଇଜଣ ସ୍ତ୍ରୀ ରଖିବାକୁ ନିୟମ ରହିଛି । ଆଫ୍ରିକା ମହାଦ୍ବୀପର ଏହି ଦେଶରେ ପୁରୁଷଙ୍କୁ ଦୁଇଟି ସ୍ତ୍ରୀ କରିବା ନେଇ ଏକ ଅଜବ ଆଇନ ରହିଛି । ଆଫ୍ରିକାର ଇରିଟ୍ରିଆରେ ପ୍ରତ୍ୟେକ ପୁରୁଷଙ୍କୁ ଦୁଇଟି ବିବାହ କରିବାକୁ ବାଧ୍ୟ କରାଯାଇଥାଏ । ଯଦି କୌଣସି ପୁରୁଷ ଦୁଇଜଣ ସ୍ତ୍ରୀ ନରଖନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ । ଦଣ୍ଡ ସ୍ବରୂପ ସେହି ବ୍ୟକ୍ତିଙ୍କୁ ଜେଲ୍‌ଦଣ୍ଡାଦେଶ ହୋଇଥାଏ । ତେବେ ଏହି ଦେଶରେ ପୁରୁଷଙ୍କୁ ଦୁଇଟି ସ୍ତ୍ରୀ ରଖିବାର କାରଣ ରହିଛି…

Read More