ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସରକାରଙ୍କ ତଥ୍ୟ ଅନୁସାରେ ଶୀତଦିନେ କରୋନାର ଦ୍ୱିତୀୟ ୱେଭ୍ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଛି। ଏହି ଦ୍ୱିତୀୟ ୱେଭ୍ ସଂକ୍ରମଣ ହେଲେ ଗଂଜାମ ଜିଲ୍ଲାରେ କରୋନା ଅଧିକ କରାଳ ରୂପ ଦେଖାଇବ। ଏଥିନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ହେଉଥିବା ବ୍ରହ୍ମପୁର ମହାନଗର ନିଗମରେ ହେଲ୍ଥ ସ୍କ୍ରିନିଂ ଚାଲୁରହିଛି। ଏଥିନେଇ ଗୋଟିଏ ଗୋଟିଏ ଟିମ୍ ଗଠନ କରାଯାଇ ସହରର ବିଭିନ୍ନ ଅଂଚଳକୁ ପଠାଯାଉଛି। ଏମାନେ ସାହି ସାହି ବୁଲି ତଥା ଦ୍ୱାର ଦ୍ୱାର ଯାଇ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ତାପମାତ୍ରା, ଅକ୍ସିଜେନ୍ ଲେବେଲ୍ ମାପ କରୁଛନ୍ତି। ଯେଉଁମାନଙ୍କ ଅସୁବିଧା ଥିବ ସେମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯିବ। ବ୍ରହ୍ମପୁର ସହରରେ “ଜିରୋ ଆକ୍ଟିଭ୍ କେସ” ପାଇଁ କମିଶନର ଅଣ୍ଟା ଭିଡ଼ିଛନ୍ତି। ଏହା ୧୪ ନଭେମ୍ବର ପର୍ଯ୍ୟନ୍ତ ଜାରି ରହିବ। ଗତକାଲି ଗଂଜାମ ଜିଲ୍ଲାରେ ୩୯୮୦ ଟି ସ୍ୱାବ୍ ପରୀକ୍ଷା କରାଯାଇଥିବାବେଳେ ଆଜି ନୂତନ…
Author: Samikhsya Bureau
ହେମାଙ୍ଗ ରସାଦ ରାଉଳ ବ୍ରହ୍ମପୁର: ଜରଡ଼ ପୋଲିସ୍ ଏବଂ ଅବକାରୀ ବିଭାଗ ମିଳିତ ଚଢ଼ାଉରେ ବିପୁଳ ପରିମାଣରେ ମଦ ଜବତ ସହ ପୋଚକୁ ନଷ୍ଟ କରାଯାଇଛି। ଆଜି ଜରଡ଼ ପୋଲିସ୍, ଏପିଆର୍ ଫୋର୍ସ, ଏକଜ୍କୁଟିଭ୍ ମାଜିଷ୍ଟ୍ରେଟ୍ ମିଳିତ ଭାବେ କନ୍ଧବିଜପୁର ଏବଂ ସୁନାରିବଡ଼ ଗ୍ରାମ ନିକଟସ୍ଥ ଏକ ନିକାଞ୍ଚନ ସ୍ଥାନରେ ଚଢ଼ାଉ ହୋଇଥିଲା। ଚଢ଼ାଉରେ ୬୦୦୦ ଲିଟର ପୋଚ ନଷ୍ଟ କରାଯାଇଥିବାବେଳେ ୨୫୦ ଲିଟର ରନ୍ଧା ମଦ ଜବତ କରାଯାଇଛି। ଏହାସହ ବିପୁଳ ପରିମାଣରେ ମଦ ପ୍ରସ୍ତୁତ ସାମଗ୍ରୀକୁ ଜବତ କରିଛି। ମଦ ଏବଂ ସାମଗ୍ରୀର ଆନୁମାନିକ ମୂଲ୍ୟ ୩ ଲକ୍ଷ ୨୫ ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସଂପ୍ରତି କରୋନା ମହାମାରୀ ଜନିତ ସରକାରୀ କଟକଣା ଭିତରେ ଓଡ଼ିଶାର କଳାକାର ସମାଜ ସଂପୂର୍ଣ୍ଣ ବେରୋଜଗାରୀ ହୋଇ ଆପଣା ଜୀବିକା ସାଧନାଗୁଡ଼ିକ ବ୍ରିକି ବଟା କରିଦେଲେଣି। ଏଣିକି କଳାକାର ମଡ଼କ ଆଶଙ୍କା ବଳବତ୍ତର ହେଲାଣି। ଏଭଳି ଏକ ସଙ୍କଟମୟ ସ୍ଥିତିରେ କଳାକାରଙ୍କୁ ମଂଚ ଦିଆଯାଉ ନଚେତ୍ ସରକାରୀ ସହାୟତା ଦେବାକୁ ବରିଷ୍ଠ କଳାକାର ମହାସଂଘ ଦାବି କରିଛି। ଏନେଇ ଦକ୍ଷିଣାଞ୍ଚଳ ଆର୍ଡ଼ିସିଙ୍କୁ ଏକ ଦାବିପତ୍ର ଦେବାର ଥିଲା। କିନ୍ତୁ ଏ ନ ମିଳିବାରୁ ଆଜି ଏକ ବୈଠକ ହଳଦିଆପଦର ଓଭରବ୍ରିଜ ତଳେ ମହାସଂଘ ସଭାପତି ନାଟ୍ୟଗୌରବ ଡା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସଂପ୍ରତି କଳାକାରଙ୍କୁ ମଂଚ ନତୁବା ସରକାରୀ ପ୍ରଯତ୍ନ ନିତାନ୍ତ ଆବଶ୍ୟକ ଥିବା ମତପ୍ରକାଶ ପାଇଥିଲା। ଏଥିରେ ନାଟ୍ୟ-ବିଦ୍ୟା-ବୁଦ୍ଧି ପ୍ରଫୁଲ ବେହେରା, ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ଲୋକକଳା ନିର୍ଦ୍ଦେଶକ ସଂଘ ସଭାପତି ଜି. ରାଜେନ୍ଦ୍ର ରେଡ୍ଡୀ, କୋଷାଧ୍ୟକ୍ଷ ଦୁର୍ଗା…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ବ୍ରହ୍ମପୁର ବନଖଣ୍ଡ ଏବଂ ଚିଲିକା ୱାଇଲ୍ଡ ଲାଇଫ୍ ବନଖଣ୍ଡର ଦୁଇ ଆକାଉଣ୍ଟାଣ୍ଟ ଘର ଏବଂ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି। ବ୍ରହ୍ମପୁର ଭିଜିଲାନସ କେସ ନଂ ୪/୨୦୨୦ରେ ଚିଲିକା ୱାଇଲ୍ଡ ଲାଇଫ୍ ଡ଼ିଭିଜନ, ବାଲୁଗାଁର ଜୁନିୟର ଆକାଉଣ୍ଟାଣ୍ଟ ନବୀନ ଚନ୍ଦ୍ର ବିଷୋୟୀଙ୍କ ବ୍ରହ୍ମପୁର ନୀଳକଣ୍ଠନଗର ତୃତୀୟ ଲାଇନ୍ ଘର, ବାଲୁଗାଁ କାର୍ଯ୍ୟାଳୟ ଚାମ୍ବର, ଚିଲିକା ଫରେଷ୍ଟ ରେଷ୍ଟ ହାଉସ୍ରେ ଏକକାଳୀନ ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ତାଙ୍କର ସ୍ଥାବର ଓ ଅସ୍ଥାବର ସଂପତ୍ତିର ପରିମାଣ ଭିଜିଲାନସ ବିଭାଗ ପ୍ରଦାନ କରିଛି। ବ୍ରହ୍ମପୁର ନୀଳକଣ୍ଠନଗର ତୃତୀୟ ଗଳିରେ ଥିବା ଘରର ମୂଲ୍ୟ ୯୬ଲକ୍ଷ ୪୦ହଜାର ୫୯୮ ଟଙ୍କା, ଜଟଣି ବଡ଼ରଘୁନାଥପୁର ମୌଜାରେ ଥିବା ୨ଟି ପ୍ଲଟ୍ ଯାହାର ମୂଲ୍ୟ ୩୨ହଜାର, ୫ ଲକ୍ଷ ୯୫ହଜାର ୨ଶହ ଟଙ୍କାର ଘର ସାମଗ୍ରୀ, ୯୦ହଜାର…
ଭୁବନେଶ୍ବର, ଆଜି ସ୍ବତନ୍ତ୍ର ରିଲିଫ କମିଶନର କୋଭଡି19 ଭିତରେ ଆୟୋଜିତ ବାହାଘର ନିୟମରେ କୋହଳ କରିଛନ୍ତି। ପୂର୍ବରୁ ଥିବା ନିୟମକୁ ବାତିଲ କରି ବର୍ତ୍ତମାନ ନୂଆ ନିୟମ ଜାରୀ କରିଛନ୍ତି। ସେହି ଅନୁସାରେ ଯଦି ସ୍ଥାନୀୟ ପ୍ରଶାସକ ଚାହିଁବେ ତେବେ ଅଧିକ ଲୋକଙ୍କୁ ଅନୁମତି ଦେଇପାରିବେ। ହେଲେ ତାହା 200 ରୁ ଅଧିକ ହୋଇପାରିବ ନାହିଁ। ଆଜି ଏ ନେଇ ଏସଆରସି ସଂଶୋଧିତ ବିଜ୍ଞପ୍ତି ଜାରୀ କରିଛନ୍ତି। ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ସ୍ଥାନୀୟ ସଂକ୍ରାମଣକୁ ଧ୍ୟାନ ରଖି ଏହି ନିଷ୍ପତି ସ୍ଥାନୀୟ ପ୍ରଶାସନ ନେଇପାରିବେ। ତେବେ ଏହି ଅନୁମତି କେବଳ ଜିଲ୍ଲାପାଳ କିମ୍ବା ମ୍ୟୁନିସିପାଲ କମିଶନର ଦେଇପାରିବେ। ପୂର୍ବରୁ ଏହା ଶହେ ମଧ୍ୟରେ ସୀମିତ ଥିଲା।
ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୬୪୧ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୧୮୨ ଜଣ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୧୪୯, ଜଗତସିଂହପୁରରୁ ୧୨୨, କଟକରୁ ୧୦୯, ଅନୁଗୁଳରୁ ୮୪, ସୁନ୍ଦରଗଡରୁ ୮୩, ବଲାଙ୍ଗିରିରୁ ୭୮, ବାଲେଶ୍ବରରୁ ୭୬, କେନ୍ଦ୍ରାପଡାରୁ ୬୩, କେନ୍ଦୁଝରରୁ ୫୬, ମାଲକାନଗିରିରୁ ୫୪, କୋରାପୁଟରୁ ୫୧, କଳାହାଣ୍ଡିରୁ ୪୮, ନୂଆପଡାରୁ ୪୮, ପୁରୀରୁ ୪୭, ନବରଙ୍ଗପୁରରୁ ୪୨, ବରଗଡରୁ ୩୯, ନୟାଗଡରୁ ୩୩, ଢେଙ୍କାନାଳରୁ ୩୨, ଗଞ୍ଜାମରୁ ୩୨, ଝାରସୁଗୁଡାରୁ ୩୨, ସମ୍ବଲପୁରରୁ ୨୯, ଭଦ୍ରକରୁ ୨୫, ଯାଜପୁରରୁ ୨୨, ସୋନପୁରରୁ ୧୮, ବୌଦ୍ଧରୁ ୧୭, ଦେବଗଡ଼ରୁ ୧୩, କନ୍ଧମାଳରୁ ୧୨, ରାୟଗଡାରୁ ୮, ଗଜପତି ରୁ ୪ ଏବଂ ଷ୍ଟେଟ ପୁଲରୁ ୩୩ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ…
ଭୁବନେଶ୍ବର, ରାଉରକେଲା-ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ ସପ୍ତାହକୁ ପାଞ୍ଚଦିନ ଚାଲୁଥିଲା। ହେଲେ ଏହା ନଭେମ୍ବର ମାସ ୭ ତାରିଖ ଠାରୁ ଡିସେମ୍ବର ମାସ ୩୧ ତାରିଖ ପର୍ଯ୍ୟନ୍ତ ସବୁଦିନ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। 02861/02862 ରାଉରକେଲା-ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ ରାଉରକେଲାରୁ ସକାଳ ୦୫ଘ.୧୦ମି.ରେ ଛାଡି ଭୁବନେଶ୍ୱରରେ ଅପରାହ୍ନ ୧୨ଘ.୩୦ମି.ରେ ପହଞ୍ଚିବ। ଫେରିବା ପଥରେ, 02862 ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ ଭୁବନେଶ୍ୱରରୁ ଅପରାହ୍ନ ୨ଘ.୧୦ମି. ରେ ଛାଡି ରାଉରକେଲାରେ ରାତ୍ର ୯ଘ.୪୦ମି.ରେ ପହଞ୍ଚିବ। ଏହି ବିଶେଷ ଟ୍ରେନ ପୂର୍ବରୁ ୮ ଟି କୋଚ ପରିବର୍ତ୍ତେ ଏବେ ୧୦ କୋଚ ସହିତ ଚଳାଚଳ କରିବ। ଏହି ଟ୍ରେନ ରେ ଗୋଟିଏ ଏସି-ଚେୟାର କାର ଏବଂ ଗୋଟିଏ ଦ୍ୱିତୀୟ ଶ୍ରେଣୀ ଚେୟାର କାର ଅତିରିକ୍ତ ସଂଯୋଗ ପରେ ଏହା ୦୨ଟି ଏସି ଚେୟାର୍ କାର୍, ୦୬ଟି ସେକେଣ୍ଡ୍ କ୍ଲାସ୍ ଚେୟାର୍ କାର୍ ଏବଂ ୦୨ଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ସହିତ ଚଳାଚଳ କରିବ।…
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ ରହିବ। ରାଜ୍ୟ ସରକାର କୋଭିଡ୍ ସଂକ୍ରମଣକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି। ଗଣଶିକ୍ଷା ବିଭାଗ ପକ୍ଷରୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ହେଲେ ପରୀକ୍ଷା ଓ ମୂଲ୍ୟାଙ୍କନ କାମ ଜାରି ରହିବ। ଏହାସହ ଅନଲାଇନ କ୍ଲାସ ପାଇଁ ଶିକ୍ଷକ ଓ କର୍ମଚାରୀଙ୍କୁ ସ୍କୁଲକୁ ଡକାଯାଇପାରେ। ଡିସେମ୍ବର ଦ୍ଵିତୀୟ ସପ୍ତାହରେ କୋଭିଡ-୧୯ର ୨ୟ ସଂକ୍ରମଣ ଲହର ଆସିବାର ଆଶଙ୍କା ରହିଛି। ଆନ୍ଧ୍ର ପ୍ରଦେଶରେ ସ୍କୁଲରେ କରୋନା ବ୍ୟାପିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସୂଚନା ଯୋଗ୍ୟ ଯେ, ଆନ୍ଧ୍ରପ୍ରଦେଶରେ ସ୍କୁଲ ଖୋଲିବାର ମାତ୍ର ୩ ଦିନରେ ଛାତ୍ର ଓ ଶିକ୍ଷକ ମହାମାରୀ ଦ୍ୱାରା ସଂକ୍ରମିତ ହୋଇଥିଲେ। ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶରେ ୨୬୨ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିଭଳି ୧୬୦ ଶିକ୍ଷକ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ।
କନ୍ଦର୍ପ ବେହେରା ରେଢାଖୋଲ: ଆଜି ରେଢାଖୋଲ ଥାନା କୁଟାସିଂହା ଗ୍ରାମର ଏକ ଢାବା ପଛ ପଟୁ ଜନୈକ ମିସ୍ତ୍ରୀର ମୃତ ଦେହକୁ ଏକ ପୋଲ ପାଖରେ ଝୁଲିକି ରହି ଥିବାର ପୋଲିସ୍ ସୂତ୍ରରୁ ଜଣାପଡିଛି। ପ୍ରକାଶ ଯେ ,ଅନୁଗୋଳ ଜିଲ୍ଲା ଜରପଡା ଥାନା ମରାତିରା ଗ୍ରାମର କୁତାର୍ଥ ସ୍ୱାଇଁ (୬୫) ନାମକ ବୃଦ୍ଧଙ୍କ ମୃତ ଦେହ ରେଢାଖୋଲ ଥାନା ଲୁହାପଙ୍କ ପଂଚାୟତର କୁଟାସିଂହା ଗ୍ରାମର ମାହେଶ୍ୱରୀ ହୋଟେଲ ପଛପଟେ ଥିବା ଏକ ପୋଲରେ ଝୁଲିକି ଥିବାର ରେଢାଖୋଲ ପୋଲିସ୍ ସୂତ୍ରରୁ ପ୍ରକାଶ। ଆସନ୍ତା କାଲି ସମ୍ବଲପୁରରୁ ସାଇଂଟିଫିକ୍ ଟିମ୍ ଆସି ତଦନ୍ତ କରିବେ ବୋଲି ପୋଲିସ୍ ସୂତ୍ରରୁ ଜଣାପଡିଛି। ଯାହା ଜଣା ପଡୁଛି ମାହେଶ୍ୱରୀ ହୋଟେଲ ରେ ମିସ୍ତ୍ରୀ ଭାବରେ କାମ କରୁଥିଲେ ମୃତ ବ୍ୟକ୍ତି ଜଣଙ୍କ। ଆସନ୍ତାକାଲି ମୃତ ବ୍ୟକ୍ତିର ଶବକୁ ଜବତ କରାଯିବ ବୋଲି ପୋଲିସ୍ କହିଛି। ପୋଲିସ୍ ଏହାର ତଦନ୍ତ କରୁଥିବା ଜଣା ପଡିଛି। ଖବର ଲେଖା…
ଶ୍ରୀନଗର: ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ପମ୍ପୋରରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଏହା ସହିତ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି। ସୂଚନା ଯୋଗ୍ୟ ଯେ, ଗୁରୁବାର ରାତିରେ ଲାଲପୋରା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଖବର ପାଇ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏବଂ ପରେ ସୁରକ୍ଷା ବାହିନୀଙ୍କ ଦ୍ଵାରା ଏନକାଉଣ୍ଟର ଆରମ୍ଭ କରାଯାଇଥିଲା। ଦୁଇଦିନ ଧରି ଚାଲିଥିବା ଏହି ଏନକାଉଣ୍ଟରରେ ଦୁଇ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରାଯାଇଛି। ଏହି ମୁହାଁମୁହିଁ ଆକ୍ରମଣ ସମୟରେ ଆବିଦ୍ ମିର ନାମକ ଜଣେ ୨୨ ବର୍ଷୀୟ ଯୁବକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।
ଭୁବନେଶ୍ବର: ଆଜି ଭୁବନେଶ୍ୱରରୁ ୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ୧୩ ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୪୮ ଜଣ ଲୋକାଲ କେସ ଅଛନ୍ତି। ସେହିଭଳି ଆଜି ୯୧ ଜଣ କରୋନା ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ଭୁବନେଶ୍ୱରରୁ ମୋଟ ୨୯ ହଜାର ୫୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮ ହଜାର ୪୮୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ୮୯୯ ଜଣ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୭୭ ଜଣଙ୍କର ମୃତ୍ୟୁ ହୋଇଛି।
ଭୁବନେଶ୍ବର: ଆଜି ଚଳିତ ବର୍ଷର ଓଜେଇଇ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ଦ୍ଵାରା ଫଳ ପ୍ରକାଶ ପାଇଛି। ପରୀକ୍ଷା ଦେଇଥିବା ୪୯ ହଜାର ୨୬୭ ଜଣ ପରୀକ୍ଷାର୍ଥୀଙ୍କୁ ମିଳିଲା ର୍ୟାଙ୍କ୍। ଶୋଭିତ ପଟେଲ ବି.ଟେକ ଟପ୍ପର ହୋଇଥିବା ବେଳେ ଶ୍ୟାମସୁନ୍ଦର ପଟେଲ ଏମ.ଟେକ ଟପ୍ପର ହୋଇଛନ୍ତି। ସେହିପରି ଶୁଭକାନ୍ତ ସାହୁ ଏମବିଏରେ ଟପ୍ପର ହୋଇଥିବା ବେଳେ ଜୟଦୀପ ଦେ ଏମସିଏ ରେ ଟପ୍ପର ହୋଇଛନ୍ତି। ସୌମ୍ଯରଞ୍ଜନ ରାଉତରାୟ ବି ଫାର୍ମାରେ ଏବଂ ପରିମିତା ସାହୁ ଏମ ଫାର୍ମାରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି।
ବାଲେଶ୍ବର : ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଜୀବନ ପ୍ରଦୀପ ଦାସ । ବାଲେଶ୍ବର ପ୍ରେସ୍ ମିଟ୍ରେ ନିଜ ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି ଜୀବନ ପ୍ରଦୀପ ଦାସ । ଅଭିଯୋଗ ଉପରେ ପକ୍ଷ ରଖିବାକୁ ସୁଯୋଗ ନ ଦିଆଯାଇଥିବାରୁ ଜୀବନ ଦଳରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି । ବାଲେଶ୍ବର ସଦର ଉପନିର୍ବାଚନରେ ଦଳ ଯାହା ଦାୟିତ୍ବ ଦେଇଥିଲା, ତାହାକୁ ସୁଚାରୂରୂପେ ତୁଲାଇଥିଲେ ବୋଲି କହିଛନ୍ତି ଜୀବନ । ଗତକାଲି ଜୀବନଙ୍କୁ ଦଳ ସସ୍ପେଣ୍ଡ କରିଥିଲା । ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ରହିଥିବା କାରଣରୁ ଜୀବନ ପ୍ରଦୀପଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା ।
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 61 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ 61 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 13 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 48 ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି। https://twitter.com/bmcbbsr/status/1324661524057661441?s=20 ସେହିପରି ଆଜି 91ଜଣ ସୁସ୍ଥ ହୋଇଛନ୍ତି । ନୂତନ 61 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 29 ହଜାର 583ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 28 ହଜାର 486ଜଣ ସୁସ୍ଥ ହୋଇଥିବାବେଳେ 177ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 899ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଅନ୍ଧାରୀ ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ରକ ଭାରସାମ୍ୟ ହରାଇ ଗଛକୁ ପିଟି ଓଲଟି ପଡିବା ଫଳରେ 2ଜଣ ମୃତ୍ୟୁବରଣ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ମୋରଡା ରାସ୍ତାରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ଆଉ ଏକ ଗଛକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ 2 ଜଣ ମୃତ୍ୟୁବରଣ କରିବା ସହ ତିନିଜଣ ଗୁରୁତର ହୋଇଛନ୍ତି ।ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଭୁବନେଶ୍ବର: ରାଜଧାନୀରେ ମନ୍ଦିର ଖୋଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ରାଜଧାନୀରେ ଏବେ ମନ୍ଦିର ଖୋଲିବା ଆଶା କ୍ଷୀଣ। ବୋଲି କହିଛନ୍ତି ବିଏମ୍ସି କମିଶନର । ମନ୍ଦିର ଖୋଲିବ କି ନାହିଁ ସେ ନେଇ ବିଭିନ୍ନ ଦିଗକୁ ଆଲୋଚନା ଓ ବିଚାର ବିମର୍ଷ ଚାଲିଛି। ବିଶେଷଜ୍ଞ ଓ ଡାକ୍ତରୀଟିମ ଠାରୁ ପରାମର୍ଶ ନିଆଯାଉଛି। ଭୁବନେଶ୍ୱରରେ ଯେହେତୁ ସଂକ୍ରମଣ ହାର ବଢୁଛି, ତେଣୁ ଏବେ ରାଜଧାନୀରେ ମନ୍ଦିର ଖୋଲିବା ଆଶା କ୍ଷୀଣ। ସ୍ଥିତିର ସମୀକ୍ଷା ପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ବିଏମସି କମିଶନର କହିଛନ୍ତି। ସୂଚନାଯୋଗ୍ୟ, ମନ୍ଦିର ଖୋଲିବା ନେଇ ଆଜି ସକାଳେ ଭୁବନେଶ୍ବର ରାମମନ୍ଦିର ସମ୍ମୁଖରେ ଓଡ଼ିଶା ସେବାୟତ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା ।
ସୀତାରାମ ଅଗ୍ରଓ୍ବାଲ ବାଣପୁର : ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରିପବ୍ଲିକ ଟିଭିର ଚିଫ ଏଡିଟର ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ଏବଂ ଘରୁ ଘୋଷାଡ଼ି ଘୋଷାଡ଼ି ନେବା ଘଟଣାକୁ ଏବିଭିପି ବାଣପୁର-ବାଲୁଗାଁ ନଗର ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ନିଜ ବାସଭବନରୁ ଅର୍ଣ୍ଣବ ଗୋସ୍ବାମୀଙ୍କୁ ବିନା ନୋଟିସରେ ସକାଳୁ ସକାଳୁ ଗିରଫ କରିବା ମୌଳିକ ସ୍ୱାଧୀନତା ଉପରେ ଜରୁରୀକାଳୀନ ଆକ୍ରମଣ ଏବଂ ଫ୍ରିଡମ ଅଫ ସ୍ପିଚକୁ ହତ୍ୟା କରିଛି । ମୁକ୍ତ ଗଣମାଧ୍ୟମକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ଏହା ମହାରାଷ୍ଟ୍ର ସରକାରଙ୍କ ପ୍ରତିଶୋଧ ପରାୟଣ ପଦକ୍ଷେପ ଵୋଲି ବିବେଚିତ ହୋଇଛି। ମହାରାଷ୍ଟ୍ର ପୋଲିସ୍ ଦ୍ୱାରା ଅର୍ଣ୍ଣବଙ୍କୁ ଦୁର୍ବ୍ୟବହାର କରାଯାଇଥିଲା ଏବଂ ଜରୁରୀକାଳୀନ ସମୟରେ ଅନୁଭୂତ ହୋଇଥିବା ମୁକ୍ତ ସ୍ୱରର ନିଷ୍ଠୁର ଦମନ ପରି ଏହି ଘଟଣା ଘଟିଥିଲା ।…
ଆଠଗଡ : ଧବଳେଶ୍ବର ପୀଠରେ ବଡଓଷା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ବିନା ଭକ୍ତରେ ବଡଓଷା ପାଳନ ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି। କୋଭିଡ୍ ନିୟମ ମାନି ମନ୍ଦିରର ସମସ୍ତ ନୀତିକାନ୍ତି କରାଯିବ। ବଡଓଷା ଦିନ ଧବଳେଶ୍ବର ପୀଠର ଆଖପାଖରେ ଜାରି ହେବ 144 ଧାରା। ବୈଠକ ଶେଷରେ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ : ଅନୂସୂଚିତ ଜାତି ଏବଂ ଜନଜାତି ଆଇନକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ କୋର୍ଟ । ଘରର ଚାରିକାନ୍ଥ ମଧ୍ୟରେ କରାଯାଇଥିବା ଅପମାନକୁ ଅନୂସୂଚିତ ଜାତି ଓ ଜନଜାତି ଆଇନରେ ସାମିଲ କରାଯାଇପାରିବ ନାହିଁ ବୋଲି କୋର୍ଟ ରାୟ ଦେଇଛନ୍ତି । ସର୍ବସାଧାରଣ ସ୍ଥାନରେ କରାଯାଇଥିବା ଅପମାନ ସୂଚକ ମନ୍ତବ୍ୟ ତଥା ମାନହାନି ପାଇଁ ଅନୂସୂଚିତ ଜନଜାତି ଆଇନ ଲାଗୁ କରାଯାଇପାରିବ । ଜଷ୍ଟିସ ଏଲ ନାଗେଶ୍ୱର ରାଓ, ହେମନ୍ତ ଗୁପ୍ତା ଏବଂ ଅଜୟ ରସ୍ତୋଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ହିତେଶ ବର୍ମା ନାମକ ଜଣେ ବ୍ୟକ୍ତିଙ୍କ ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି। ଡିସେମ୍ବର 10, 2019ରେ ହିତେଶ ବର୍ମା ଏବଂ ଜଣେ ମହିଳାଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡା କାରଣରୁ ଡିସେମ୍ବର 11 ତାରିଖରେ ହିତେଶଙ୍କ ବିରୋଧରେ…
ସୀତାରାମ ଅଗ୍ରଓ୍ବାଲ ଚିଲିକା: କାର୍ଯ୍ୟାନୁଷ୍ଠାନ ଭୟରେ ରାତାରାତି ଅନ୍ଧାରରେ କାମ ସାରିଦେଲେ। ଏଠି ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ହରିପୁର ପଞ୍ଚାୟତ ଅନ୍ତର୍ଗତ ପରବଳ ଗ୍ରାମ କଥା। ପରବଳ ଅଙ୍ଗନବାଡି କେନ୍ଦ୍ରରୁ ମା ଉତ୍ତରାୟିଣି ମନ୍ଦିର ଯାଏଁ ଅନୁମୋଦିତ ହୋଇଥିବା ମୋରମ ରୋଡ଼ ପାଇଁ ଆସିଥିବା ୨ ଲକ୍ଷ ଅର୍ଥରାଶିରୁ କିପରି ବିନା କାମରେ ୭୬ ହଜାର ୭୯୭ ଟଙ୍କା ଉଠାଯାଇଛି ତାହା ପ୍ରମାଣ ସହ ଗତ ଦୁଇଦିନ ତଳେ ସମୀକ୍ଷା ସମେତ ଅନ୍ୟ ଗଣମାଧ୍ୟମରେ ଏନେଇ ଏକ ଖବର ପ୍ରସାରଣ କରାଯାଇଥିଲା। ଖବର ପ୍ରସାରିତ ହେବାପରେ ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଭୟରେ ଜନୈକ ଜି.ଆର.ଏସ ଦୁଇ ରାତି ହେଲା ଲୁଚା ଚୋରାରେ ଉକ୍ତ ରୋଡରେ ଜେସିବି ଏବଂ ଟ୍ରାକ୍ଟର ଦ୍ୱାରା ମାଟିପକାଉଥିବାର ସୂଚନା ମିଳିଛି। ତେବେ ଆମ ପ୍ରତିନଧି ଗତକାଲି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତଙ୍କୁ ଏ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ପଚାରିବାରୁ ଆଜି ସମ୍ପୃକ୍ତ…
ମୁମ୍ବାଇ : ବଲିଉଡର ଆକ୍ସନ ଷ୍ଟାର ଟାଇଗର ଶ୍ରଫ ନିଜର ଅପକମିଙ୍ଗ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି । ଏହି ଫିଲ୍ମରେ ଟାଇଗରଙ୍କୁ ଆଉଥରେ ଆକ୍ସନ ଅବତାରରେ ଦେଖିବାକୁ ମିଳିବ । ଗୁରୁବାର ଟାଇଗର ଏହି ଫିଲ୍ମର ମୋସନ ପୋଷ୍ଟର ସେୟାର କରିଛନ୍ତି । ବିକାଶ ବହଲ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ବହଲ ପୂର୍ବରୁ କ୍ୱୀନ ଏବଂ ସୁପର 30 ପରି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମର ମୋସନ ପୋଷ୍ଟରରେ ଟାଇଗର ସମ୍ପୁର୍ଣ୍ଣ ସାର୍ଟଲେଶ ଲୁକରେ ନଜର ଆସିଛନ୍ତି । ଟାଇଗର ଏକ ଭଙ୍ଗା କୋଠା ଉପରେ ଛିଡା ହୋଇଥିବା ପୋଷ୍ଟରକୁ ଟାଇଗର ନିଜେ ସେୟାର କରିଛନ୍ତି । ଏହି ଫିଲ୍ମଟି ଆସନ୍ତା 2022ରେ ପରଦାକୁ ଆସିବ । ସେହିପରି ଫିଲ୍ମର ନାମ ଗଣପତ ପାର୍ଟ-1 ରହିଥିବାରୁ ଫିଲ୍ମର ସିକ୍ୱେଲ ନିର୍ମାଣର ସମ୍ଭାବନା ମଧ୍ୟ ରହିଛି । ଏହା ବ୍ୟତିତ ଟାଇଗର ବାଗୀ-4 ଏବଂ ହିରୋପନତି-2ରେ ମଧ୍ୟ…

