Author: Samikhsya Bureau

ଭୁବନେଶ୍ବର :  2021 ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ନିମେନ୍ତ ପୂରଣ ଓ ପରୀକ୍ଷା ଫିସ୍‌ ଦାଖଲ ସମ୍ପର୍କିତ ସୂଚନା ପ୍ରଦାନ କରିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ।  ଆସନ୍ତା 2021 ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ (ରେଗୁଲାର୍‌ଓ ଏକ୍ସ-ରେଗୁଲାର) ପରୀକ୍ଷା ପାଇଁ ଫର୍ମ ପୂରଣ ଓ ପରୀକ୍ଷା ଫିସ୍‌ ଦାଖଲ ଅନୁଷ୍ଠିତ ହେବ । 2021 ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ନିମେନ୍ତ ବିଦ୍ୟାଳୟରେ ପଢୁଥିବା ଛାଛାତ୍ରୀମାନେ ଅନଲାଇନ୍‌ ମାଧ୍ୟମରେ ଫର୍ମ ପୂରଣ କରିପାରିବେ । ରେଗୁଲାର୍‌ ପରୀକ୍ଷାର୍ଥୀ  ଏବଂ ଏକ୍ସ ରେଗୁଲାର୍‌ ପରୀକ୍ଷାର୍ଥୀମାନେ ସେମାନଙ୍କ ବିଦ୍ୟାଳୟର ମୁଖ୍ୟ  ଫର୍ମପୂରଣ କରିବେ। ସେହିପରି କରସେପଣ୍ଡେନ୍ସ କୋର୍ସ ରେଗୁଲାର୍‌  ପରୀକ୍ଷାର୍ଥୀ ଓ କରେସପଣ୍ଡେନ୍ସ କୋର୍ସ ଏକ୍ସ ରେଗୁଲାର୍‌ ପରୀକ୍ଷାର୍ଥୀମାନଙ୍କର ଫର୍ମପୂରଣ  ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟରେ ହେବ । ଫର୍ମ ପୂରଣ କରିବାର ଧାର୍ଯ୍ୟ ତାରିଖ  ଓ ସମୟ 1-ଆସନ୍ତା 9 /11.2020ରିଖ ସକାଳ 10 ଘଟିକାରୁ ଫର୍ମ ପୂରଣ…

Read More

ଅମରାବତୀ, କରୋନା ସଂକ୍ରାମଣ ଭୟରେ ସ୍କୁଲ ବନ୍ଦ ଥିଲା। ହେଲେ ସରକାର ନିଷ୍ପତି କଲେ ସ୍କୁଲ ଖୋଲାଯାଉ। ସେହି ଅନୁସାରେ ସ୍କୁଲ ଖୋଲିଲା। ପିଲାମାନେ ମଧ୍ୟ ଆସିଲେ। ହେଲେ ତିନିଦନ ପରେ ବିଭିନ୍ନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲକ୍ଷଣ ଦେଖାଦେଲା। ସ୍କୁଲ କର୍ତ୍ତୁପକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ ସେମାନଙ୍କର କରୋନା ଟେଷ୍ଟ ହେଲା। ଏହିପରି ବିଭିନ୍ନ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କର କରୋନା ଟେଷ୍ଟ କରାଗଲା। ଆଉ ରିପୋର୍ଟ ଆସିଲା ଯେ, 262 ଛାତ୍ରଛାତ୍ରୀ ଏବଂ 160 ଜଣ  ଶିକ୍ଷକଙ୍କୁ କୋଭିଡ ପଜେଟିଭ ହୋଇଛି। ଏହା ହେଉଛି ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍କୁଲର ସ୍ଥିତି। ତେବେ ଏହାକୁ ନେଇ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଅଦ୍ଭୁତ ଯୁକ୍ତି କରିଛି। ତାଙ୍କ ହିସାବରେ ଗତକାଲି ରାଜ୍ୟର ବିଭିନ୍ନ ସ୍କୁଲକୁ ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଆସିଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର 262 ଜଣଙ୍କର କରୋନା ପଜେଟିଭ ହୋଇଛି। ତେଣୁ ଏହା ଏକ 0.1 ପ୍ରତିଶତ ମଧ୍ୟ ନୁହେଁ।…

Read More

ଭୁବନେଶ୍ବର: ରାଜ୍ୟରେ ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଓ ସମ୍ବଲପୁର ଜିଲ୍ଲାରୁ ତିନିଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ମୟୂରଭଞ୍ଜ ଓ ବରଗଡ ଜିଲ୍ଲାରୁ 2 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି କଟକ, ମାଲକାନଗିରି ଓ ବଲାଙ୍ଗିର, ପୁରୀ ଓ ବାଲେଶ୍ବରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂତନ ମୃତକଙ୍କ ମିଶାଇରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 1393କୁ ବୃଦ୍ଧି ହୋଇଛି।

Read More

କଟକ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସ୍ବାମୀ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ କଳି ଛିଣ୍ଡୁନାହିଁ । ବର୍ଷା ଶାଶୁ ଘରୁ ନ୍ୟାୟିକ ଲଢେଇ ଜାରି ରଖିଥିବାବେଳେ   ଅଭିନେତ୍ରୀ ବର୍ଷା ଏବଂ ତାଙ୍କ ଶାଶୁ ଥାନାର ଦ୍ବାରସ୍ଥ ହୋଇଛନ୍ତି । କଟକ ପୁରୀଘାଟ ଥାନାରେ ଉଭୟଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ଘରୁ ତଡ଼ି ଦେବାକୁ ଉଦ୍ୟମ କରାଯାଉଥିବା ବର୍ଷା ଅଭିଯୋଗ ଆଣିଛନ୍ତି। ରହିବା ପାଇଁ କୌଣସି ବିକଳ୍ପ ନ ଥିବା ଏତଲାରେ ଉଲ୍ଲେଖ କରିଛନ୍ତି। ଅପରପକ୍ଷରେ ବର୍ଷାଙ୍କ ବିରୋଧରେ ତାଙ୍କ ଶାଶୁ ମଧୁସ୍ମିତା ମହାନ୍ତି ପାଲଟା ଅଭିଯୋଗ କରିଛନ୍ତି। ଘର ମରାମତି ହେବା ପାଇଁ ଘରର ସମସ୍ତ ସଦସ୍ୟ 10 ଦିନ ପାଇଁ ବାହାରେ ରହିବେ । ଘର ଖାଲି କରିବାକୁ ବର୍ଷା ରାଜି ହେଉନଥିବାର କହିଛନ୍ତି ମଧୁସ୍ମିତା । 60 ବର୍ଷର ତଳର ଘରକୁ ମରାମତି ପାଇଁ ବର୍ଷା ଘର ଖାଲି କରିବାକୁ କୁହାଯାଇଥିବାବେଳେ…

Read More

ଭୁବନେଶ୍ୱର: ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ୭ ଜଣ ବିଶିଷ୍ଟ ଗବେଷକଙ୍କ ନାମ ସ୍ଥାନ ପାଇଛି। ୟୁଏସ୍‌ଏର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ  ବୈଜ୍ଞାନିକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ଏହି ର‌୍ୟାଙ୍କିଙ୍ଗ୍‌ରେ ଓଡ଼ିଶା ପାଇଁ ଗୋରବ ଆଣିଛନ୍ତି ସୋଆର ଏହି ୭ ଜଣ ଗବେଷକ। ଏହି ଗବେଷକମାନେ ହେଉଛନ୍ତି ପ୍ରଫେସର (ଡଃ) ପ୍ରଦୀପ୍ତ କିଶୋର ଦାସ, ପ୍ରଫେସର କୁଳମଣି ପରିଡା, ପ୍ରଫେସର ଲାଲା ବିହାରୀ ଶୁକ୍ଳା, ପ୍ରଫେସର (ଡଃ) ଅଶୋକ କୁମାର ମହାପାତ୍ର, ପ୍ରଫେସର ଆର୍‌.ଏନ୍‌.ପି. ଚୌଧୁରୀ, ପ୍ରଫେସର ଜେ.ସି. ମିଶ୍ର ଏବଂ ଡଃ ନିହାରବାଳା ଦେବୀ। ଷ୍ଟାନ୍‌ଫୋର୍ଡ ପକ୍ଷରୁ ବିଷୟକ୍ରମେ ବିଶ୍ୱର ଶ୍ରେଷ୍ଠ ୧ ଲକ୍ଷ ବୈଜ୍ଞାନିକମାନଙ୍କୁ ନେଇ ଏହି ର‌୍ୟାଙ୍କିଙ୍ଗ କରାଯାଇଥିଲା। ମାନଯୁକ୍ତ ସନ୍ଦର୍ଭ ଆଧାର ଯେପରିକି ସନ୍ଦର୍ଭ ସମ୍ପର୍କିତ ସୂଚନା, ଏଚ୍ ଇଣ୍ଡେକ୍ସ, କୋ- ଅଥରିସିପ୍ ଏବଂ ସମଗ୍ର ସୂଚକକୁ ଆଧାର…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୪୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୮୬୭ ଜଣ ଚିହ୍ନଟ ହୋଇଥିବାବେଳେ ୬୨୭ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୮ହଜାର ୭୬୮କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୮୩ ହଜାର ୫୩୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୩ ହଜାର ୭୮୯ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୩୭୮ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୧ ହଜାର ୪୯୪ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୫୩…

Read More

ଝାଡଖଣ୍ଡ : ଝାଡଖଣ୍ଡର ଚତରାଠାରେ ଜଣେ ସ୍ବାମୀ ମୋବାଇଲ୍‌ ସ୍ତ୍ରୀକୁ ହତ୍ୟା କରିଥିବାର ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ବ୍ୟକ୍ତିଙ୍କର ମୋବାଇଲ୍‌ ହଜିଯିବାରୁ ନିଜ ସ୍ତ୍ରୀକୁ ଘରେ ଫାଶୀରେ ଝୁଲାଇ ହତ୍ୟା କରିଛନ୍ତି । ତେବେ ଅଭିଯୁକ୍ତ ସ୍ବାମୀ ଜଣଙ୍କୁ ପୋଲିସ୍‌ ଗିରଫ କରିଛି । ଅଭିଯୁକ୍ତ ସ୍ବାମୀ ଜଣକ ହେଉଛନ୍ତି ଉମେଶ ଭୂୟାଁ ।  ମୋବାଇଲ୍‌ ଫୋନ୍‌ ହଜିଯିବା ପରେ ରାଗରେ ନିଜ ସ୍ତ୍ରୀ ଡଲି ଦେବୀଙ୍କୁ ଘରେ ଫାଶୀରେ ଝୁଲାଇଦେଇଛନ୍ତି । ଏହି ଘଟଣା ଚତରା ସଦର ଥାନା ଅନ୍ତର୍ଗତ ହାସବୋ ଗ୍ରାମରେ ହୋଇଛି । ଦୁଇ ଦିନ ପୂର୍ବରୁ ଅଭିଯୁକ୍ତ ସ୍ବାମୀ ଜଣକ ଶଶ୍ବୁର ଘରକୁ ଯାଇଥିଲେ । ସେଠାରେ ତାଙ୍କ ମୋବାଇଲ ହଜି ଯାଇଥିଲା । ତା’ ପରଦିନ ଯେତେବଳେ ସେ ଘରକୁ ଫେରିଲେ ମୋବାଇଲ ହଜିଥିବା ଘଟଣାକୁ ନେଇ ସ୍ତ୍ରୀଙ୍କ ସହ ଝଗଡା କରିଥିଲେ । ରାଗରେ ସ୍ବାମୀ ଜଣକ…

Read More

ଭୁବନେଶ୍ୱର : ଆଉ କିଛି ଦିନ ପରେ ଲର୍ଣ୍ଣସ୍‌ ଲାଇସେନ୍ସ ପାଇଁ ସ୍ଲଟ୍ ବୁକିଂ ଏବଂ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି। କରୋନା କଟକଣା ମଧ୍ୟରେ ଏହା ଆରମ୍ଭ ହେବ। ସୂଚନା ଅନୁସାରେ, ନଭେମ୍ବର 12 ତାରିଖରୁ ସ୍ଲଟ୍ ବୁକିଂ ହେବାକୁଥିବାବେଳେ 16ରୁ ଟେଷ୍ଟ ଆରମ୍ଭ ହେବ। 12ତାରିଖ ଦିନ 11ଟାଠାରୁ ସ୍ଲଟ୍ ବୁକିଂ ଆରମ୍ଭ ହେବ। ପ୍ରତିଦିନ ସକାଳ 7ଟାରୁ ରାତି 10ଟା ପର୍ଯ୍ୟନ୍ତ ସ୍ଲଟ୍ ବୁକିଂ କରାଯିବ। ପୂର୍ବରୁ ଲର୍ଣ୍ଣସ୍‌ ଲାଇସେନ୍ସ ପାଇଁ ଆବେଦନ କରିଥିବା ବ୍ୟକ୍ତି ହିଁ ସ୍ଲଟ୍ ବୁକିଂ କରିପାରିବେ। ପରିବହନ କମିଶନରଙ୍କ ଅଫିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

Read More

ନୂଆଦିଲ୍ଲୀ : ଦେଶରେ ବିଗତ 24 ଘଣ୍ଟା ମଧ୍ୟରେ 47 ହଜାର 638 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 670 ଜଣଙ୍କର ମୃତ୍ୟୁ ଘଟିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 84 ଲକ୍ଷ 11 ହଜାର 274ରେ ପହଞ୍ଚିଛି । ବିଗତ 24 ଘଣ୍ଟା ମଧ୍ୟରେ 54ହଜାର 157 ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ବେଳେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 77 ଲକ୍ଷ 65 ହଜାର 966ରେ ପହଞ୍ଚିଛି । 670 ମୃତ୍ୟୁକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା 1 ଲକ୍ଷ 24 ହଜାର 985ରେ ପହଞ୍ଚିଛି । ଆଜିର ସମସ୍ତ ପରିସଂଖ୍ୟାନକୁ ମିଶାଇ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 5 ଲକ୍ଷ 20 ହଜାର 773ରେ ପହଞ୍ଚିଛି ।

Read More

ଭୁବନେଶ୍ୱର:  ରାଜ୍ୟରେ ଏବେ ଖୋଲିବନି ସ୍କୁଲ । ଏ ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଚଳିତ ମାସରେ ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ନେଇ ସରକାର ନିଷ୍ପତ୍ତି ନିଆଇଥିଲା । କିନ୍ତୁ ଏହାକୁ ବର୍ତ୍ତମାନ ପରିସ୍ଥିତିରେ ସ୍ଥଗିତ ରଖାଯାଇଛି । ଡିସେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣର ଆଶଙ୍କା ଥିବାରୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି । ତେବେ ସ୍ବାସ୍ଥ୍ୟ ବିଭାଗର ପରବର୍ତ୍ତୀ ଗାଇଡ୍‌ଲାଇନ୍‌ ଅନୁସାରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ,  ଆନ୍ଧ୍ରପ୍ରଦେଶରେ ସ୍କୁଲ ଖୋଲିବା ପରେ ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକମାନେ କରୋନାରେ ସଂକ୍ରମିତ ହେବା ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍କୁଲ ଖୋଲିବା ପ୍ରକ୍ରିୟାକୁ ସାମୟିକ ସ୍ଥଗିତ ରଖାଯାଇଛି ।

Read More

ଜୟପୁର, ଆଜି ସଫଳ ବ୍ୟକ୍ତିଙ୍କ ଅପେକ୍ଷା ଅସଫଳ ଲୋକଙ୍କ ସଂଖ୍ୟା ଅଧିକ। କିନ୍ତୁ ବହୁତ ଲୋକ ଅଛନ୍ତି ଯେଉଁମାନେ ଅନେକ ଚେଷ୍ଟା ପରେ ମଧ୍ୟ ସଫଳତା ପାଇପାରୁ ନାହାଁନ୍ତି। ତେବେ ଏପରି କ୍ଷେତ୍ରରେ ସଫଳତା ହାସଲ କରିବାକୁ, ଫେଙ୍ଗ୍ ଶୁଇ ଶାସ୍ତ୍ର ସାହାଯ୍ୟ ନିଆଯାଇପାରେ। ଏହାଦ୍ବାରା ପରିବର୍ତ୍ତନ ଆସିବାର ସମ୍ଭାବ ଯଥେଷ୍ଠା ରହିଛି। ଏପରି ପରିସ୍ଥିତିରେ, ଯଦି ଆପଣଙ୍କ ଜୀବନରେ ବାରମ୍ବାର ଅସୁବିଧା ଏବଂ ବାଧା ଉପୁଜେ, ତେବେ ଫେଙ୍ଗ୍ ଶୁଇ ଶାସ୍ତ୍ରର ସାହାଯ୍ୟରେ ଆପଣ ଦୁର୍ଭାଗ୍ୟକୁ ଭାଗ୍ୟରେ ପରିଣତ କରିପାରିବେ। ସ୍ଥାପତ୍ୟ ବିଜ୍ଞାନରେ ଫେଙ୍ଗ୍ ସୁଇଙ୍କ ଅନୁଯାୟୀ, ଚାକିରି, ବୃତ୍ତିଗତ ତଥା ଅର୍ଥନୈତିକ ପ୍ରତିବନ୍ଧକ ହଟାଇବାରେ ଓଟ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି। ଫେଙ୍ଗ୍ ସୁଇରେ ଓଟକୁ ନେଇ ଅନେକ ଏପରି ବିଶ୍ବାସ ରହିଛି। କାରଣ ଓଟ ହେଉଛି ଦୃଢତା ଏବଂ ସଂଗ୍ରାମର ପ୍ରତୀକ। ମରୁଭୂମି ଅଞ୍ଚଳରେ ମଣିଷକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବା ବ୍ୟତୀତ…

Read More

ହାଇଦ୍ରାବାଦ, କୋଭିଡ ଆକ୍ରାନ୍ତ 27 ବର୍ଷ ବୟସ୍କା ଜଣେ ମହିଳା ତିନୋଟି ଛୁଆ ଜନ୍ମ କରିଛନ୍ତି। ସହାୟକ ପ୍ରଜନନ ପ୍ରଯୁକ୍ତିବିଦ୍ୟା (ART) ସାହାଯ୍ୟରେ ଗର୍ଭବତୀ ହୋଇଥିବା ନାସରିନ୍ ଅକ୍ଟୋବର 22 ରେ ସିଜରିଆନ୍ ସର୍ଜରୀ ମାଧ୍ୟମରେ ଦୁଇଟି ପୁଅ ଏବଂ ଗୋଟିଏ ଝିଅକୁ ପ୍ରସବ କରିଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାର ଏକ ସରକାରୀ ହସପିଟାଲରେ ଘଟିଛି। ବୁଧବାର ବିଳମ୍ବିତ ରାତିରେ ଯେତେବେଳେ ମା ଏବଂ ନବଜାତ ଶିଶୁମାନଙ୍କୁ ଡିସଚାର୍ଜ କରାଗଲା ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା। ନିଜାମାବାଦର ସରକାରୀ ଜେନେରାଲ ହସ୍ପିଟାଲର ଡାକ୍ତରଙ୍କ ଅନୁଯାୟୀ, ଅକ୍ଟୋବର 21 ରେ ମହିଳା ଜଣକ ଦ୍ରୁତ ଆଣ୍ଟିଜେନ ପରୀକ୍ଷଣରେ କୋଭିଡ ପଜିଟିଭ ଥିବା ଜଣାପଡିଥିଲା। ଡେଲିଭରୀ ପାଇଁ ନାସିରିନଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ କରୋନା ପଜେଟିଭ୍ ଯୋଗୁଁ ତାଙ୍କୁ ସେଠାରେ ଭର୍ତ୍ତି କରାଇ ଦେଇ ନ ଥିଲେ।ଏହା ପରେ ତାଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି…

Read More

କୋଲକାତା, ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ଆଜି ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ସାହା ତୀବ୍ର ସମାଲୋଚନା କରିଛନ୍ତି। କୋଲକାତାରେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ତେଜସ୍ବୀଙ୍କୁ ବିହାର ବଜେଟ କେତେ ଜଣା ନାହିଁ। ନିର୍ବାଚନ ପ୍ରଚାର ବେଳେ ତେଜସ୍ବୀ ଭୋଟରଙ୍କୁ 10 ଲକ୍ଷ ଚାକିରୀ ଦେବେ ବୋଲି କହିଛନ୍ତି। ଯଦି ପ୍ରକୃତରେ ତେଜେସ୍ବୀଙ୍କୁ ବିହାର ବଜେଟ ବିଷୟର ଜ୍ଞାନ ଥାଆନ୍ତା ତେବେ ସେ ଏପରି କହି ନ ଥାଆନ୍ତେ। ତେଜସ୍ବୀ ବର୍ତ୍ତମାନ ସୁଦ୍ଧା ରାଜନୀତିରେ ପରିପକ୍ବ ହୋଇ ନାହାଁନ୍ତି ବୋଲି ସାହା କହିଛନ୍ତି। ସେ କୌଣସି କଥା କହିବା ପୂର୍ବରୁ ଅନ୍ତତଃ ପକ୍ଷେ ପାଠ ପଢିକି ଆସିବା ଦରକାର। ନଚେତ ବିହାରବାସୀ ତାଙ୍କୁ କେବେ ହେଲେ କ୍ଷମା ଦେବେ ନାହିଁ। ସେ କହିଲେ ଯେ ବିହାରରେ ଏନଡିଏ ବହୁମତରେ ଜିତି ଆସିବ। ପୁଣିଥରେ ନୀତିଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ହେବେ। ଏଥିରେ କୌଣସି ସନ୍ଦେହ…

Read More

ଚେନ୍ନାଇ, ଏଥର ହ୍ବାଟସଆପରେ ମଧ୍ୟ ଆପଣ ପେମେଣ୍ଟ କରିପାରିବେ। ତେବେ ଏବେ ନୁହେଁ କିଛି ମାସ ଅପେକ୍ଷା କରିବାକୁ ପଡିବ। କାରଣ ଭାରତରେ ଅନଲାଇନ ବା ମୋବାଇଲ ଟଙ୍କା କାରବାର କରିବା ପାଇଁ ଏହି ବହୁଦେଶୀୟ କଂପାନୀକୁ ଅନୁମତି ମିଳିଛି। ନାସନାଲ ପେମେଣ୍ଟ କରର୍ପୋରେସନ ଅଫ ଇଣ୍ଡିଆ ଏହି ଅନୁମତି ପ୍ରଦାନ କରିଛି। ବର୍ତ୍ତମାନ ଭାରତର ଗୁଗୁଲ ପେ, ଫୋନପେ, ପେଟିଏମ ପରି କଂପାନୀ ସହିତ ଏହା ପ୍ରତିଯୋଗୀତା କରିବ। ତେବେ ହ୍ବାଟସଅପ ଏହି ଅନଲାଇନ ପେମେଣ୍ଟ ବଜାରକୁ ମାଡି ବସିବ ବୋଲି ଅନୁମାନ କରାଯାଉଛି। ଅର୍ଥନୈତିକ ବିଶେଷଜ୍ଞଙ୍କ ଅନୁସାରେ ଭାରତରେ ବର୍ତ୍ତମାନ ହ୍ବାଟସଆପର ପ୍ରାୟ 400 ମିଲିୟନ ବ୍ୟବହାରକାରୀ ଅଛନ୍ତି। ତାଙ୍କ ପାଖରେ ଥିବା ଏକ ଆପ ମାଧ୍ୟମରେ ଏହି ସୁବିଧା ହାସଲକୁ ନେଇ ସେମାନେ ନିଶ୍ଚିତ ଆଗ୍ରହୀ ହେବେ। ଫଳରେ  ହ୍ବାଟସଆପ ପେମେଣ୍ଟ ଅନ୍ୟ ମୋବାଇଲ ପେମେଣ୍ଟ କଂପାନୀ ପାଇଁ ଏକ ଚ୍ୟାଲେଞ୍ଜ ହେବ।

Read More

ଭୁବନେଶ୍ୱର: ଗତ କିଛିଦିନ ହେଲା ରାଜ୍ୟ ପ୍ରତିଷ୍ଠିତ ମିଡିଆ ହାଉସ ଓ ଟିଭି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ବିରୋଧୀ ଦଳର ନେତାମାନେ ହଜମ କରି ପାରୁ ନାହାନ୍ତି। ବିରୋଧୀଙ୍କ ଭାଷାରେ ସରକାର ଜାଣିଶୁଣି ଏଭଳି କରୁଛନ୍ତି। ତେବେ ଦୋଷୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବା ବିରୋଧୀଙ୍କ ଭାଷାରେ ବୋଧହୁଏ ଭୁଲ। ଅନ୍ୟପକ୍ଷରେ ତଥ୍ୟ ଅନୁଶୀଳନ କରି ସରକାର ଯଥାର୍ଥ ପଦକ୍ଷେପ ନେଉଛନ୍ତି ବୋଲି କୁହାଯିବ ନାହିଁ କାହିଁକି। ସରକାର କେବେ ତ୍ରୁଟି ନଥାଇ ଆକ୍ରୋଶ ମୂଳକ ପଦକ୍ଷେପ ନିଅନ୍ତି ନାହିଁ। ବରଂ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସର୍ବଦା ଜନକଲ୍ୟାଣ କାର୍ଯ୍ୟ କରି ସାଧରଣ ଲୋକଙ୍କୁ ନ୍ୟାୟ ଦେବା ପାଇଁ କାର୍ଯ୍ୟ କରନ୍ତି। ଦୀର୍ଘ ବର୍ଷର ଧରି ବିଜେଡି ସରକାରକୁ ବଦନାମ କରିବାକୁ ବିରୋଧୀଙ୍କ ଚକ୍ରାନ୍ତ ଅନେକବାର ଭଣ୍ଡୁର ହୋଇଛି। ତଥାପି ବିଜେଡି କିମ୍ବା ଦଳର ମୁଖିଆ ସେଭଳି କାହାର କ୍ଷତି କରି ନାହାନ୍ତି। ଯେହେତୁ ବର୍ତ୍ତମାନ ବିରୋଧୀଙ୍କ ପାଖରେ ସରକାର ବିରୋଧରେ…

Read More

ନୂଆଦିଲ୍ଲୀ, ବିହାରର ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରବାସୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ମୋଦୀ କହିଛନ୍ତି ଯେ ଆମେ କେବଳ ପୂର୍ବ ବର୍ଷରେ ଏନଡିଏ ସରକାର କରିଥିବା କାର୍ଯ୍ୟର ରିପୋର୍ଟ କାର୍ଡ ଉପସ୍ଥାପନ କରିନାହୁଁ, ବରଂ ଲୋକଙ୍କ ସାମ୍ନାରେ ଏକ ଭିଜନ ମଧ୍ୟ ରଖିଛୁ। ଖୁସିର କଥା ଲୋକମାନେ ବିଶ୍ୱାସ କରୁଛନ୍ତି ଯେ କେବଳ ଏନଡିଏ ସରକାର ହିଁ ବିହାରର ବିକାଶ କରିପାରିବ। ଏହି ଚିଠିକୁ ନେଇ ବିହାର ନିର୍ବାଚନ ମୌସୁମୀ ସରଗରମ ହୋଇ ଉଠିଛି। ବିହାର ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ପ୍ରଚାର ଗୁରୁବାର ସନ୍ଧ୍ୟା 6 ଟାରେ ଶେଷ ହୋଇଛି।ଏହି ରାଉଣ୍ଡରେ 7 ନଭେମ୍ବରରେ 78 ଟି ସିଟ୍ ଉପରେ ଭୋଟ୍ ଦିଆଯିବ। ଏହି ଆସନଗୁଡିକ ରାଜ୍ୟର 15 ଟି ଜିଲ୍ଲାରେ ଅଛି। ଭୋଟ ଗଣତି ଆସନ୍ତା ନଭେମ୍ବର 10 ରେ କରାଯିବ। ବିହାର ବିଧାନସଭା ନିର୍ବାଚନର ପ୍ରଥମ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାର ଜମିକୁ ଚକ ମୁକ୍ତ କରିବା ଏବଂ ବ୍ରହ୍ମପୁର ସ୍ଥିତ ଯୁଗ୍ମ କମିଶନରଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ଆଜି ଚକବନ୍ଦୀ ଉଚ୍ଛେଦ ସଂଘର୍ଷ ସମିତି ପକ୍ଷରୁ ଆର୍‌ଡ଼ିସି କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ କରିବା ସହ ଏନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଶେଷ ଭାବେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଶେରଗଡ଼ ତହସିଲ୍ ଅନ୍ତର୍ଗତ ନରେନ୍ଦ୍ରପୁର ଅଧୀନରେ କିପରି ପ୍ରଜା ବା ଚାଷୀମାନେ ହଇରାଣ ହେଉଛନ୍ତି। ୨ ବର୍ଷ ହେଲା ଚାଷୀ ଚକବନ୍ଦୀ ଉଚ୍ଚେଦ ପାଇଁ ନବୀନ ନିବାସ ଠାରୁ ଆରମ୍ଭ କରି ରାଜସ୍ୱ ପରିଷଦ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାପାଳ, ରାଜସ୍ୱ ମନ୍ତ୍ରୀ, ରାଜସ୍ୱ ସଚିବ, ତହସିଲ୍‌ଦାର ଶେରଗଡ଼, ମୁଖ୍ୟମନ୍ତ୍ରୀଙ୍କ ସଚିବ ସବୁ ଅଧିକାରୀଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ୩୪ ବର୍ଷ ପୂର୍ବେ ଚକବନ୍ଦୀ କାର୍ଯ୍ୟକାରୀ ହୋଇ ପଟା ପ୍ରଦାନ କରାଯାଇଥିଲା। ସଂପୃକ୍ତ ଚକ ଅନୁସାରେ ପ୍ରସ୍ତାବିତ ପଟା ଅନୁଯାୟୀ ଏହା କୌଣସି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଆଜି ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କରୋନା କାଳରେ କୋଟି କୋଟି ଲୋକ ବେରୋଜଗାର ହୋଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭୁଲ ନୀତି ଯୋଗୁଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ଲୋକଙ୍କର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ଶ୍ରମ ଆଇନର ସଂଶୋଧନ କରି ସରକାର ମାଲିକଙ୍କ ବୋଲକରା ସାଜିଛନ୍ତି। କରୋନା ସଂକ୍ରମଣ ସମୟରେ ଶ୍ରମିକ ମାନେ ନିଜ ମାତୃଭୂମିକୁ ଫେରିଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କୁ କାମ ଯୋଗାଇବାରେ ବିଫଳ ହୋଇଛନ୍ତି। ରାଜ୍ୟ ସରକାର ବିଦ୍ୟୁତ ଶୁଳ୍କ ଛାଡ଼ କରିବା ପରିବର୍ତ୍ତେ ବୃଦ୍ଧି କରିବା ବିଦ୍ୟୁତ କଂପାନୀର ଏଜେଣ୍ଟ ପରି କାମ କରୁଥିବା ଅଭିଯୋଗ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ବଡ଼ ବଡ଼ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଂଜି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବିଭିନ୍ନ ଦାବି ନେଇ ଆଜି କୃଷକ ସଂଗଠନମାନଙ୍କ ପକ୍ଷରୁ ବ୍ରହ୍ମପୁର ସ୍ଥିତ ଇଂଜିନିୟରିଂ ସ୍କୁଲ ଛକଠାରେ ଶାନ୍ତିପୂର୍ଣ୍ଣ ରାସ୍ତାରୋକ ଅନୁଷ୍ଠିତ ହୋଇଥିଲା। କୃଷି ଏବଂ କୃଷକ ଧ୍ୱଂସକାରୀ କୃଷି ଆଇନ ୨୦୨୦ ପ୍ରତ୍ୟାହାର କରିବା, ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ, ନୂତନ ବିଦ୍ୟୁତ ଆଇନ ୨୦୨୦ ରବ୍ଦ କରିବା, ଘରୋଇ ମଣ୍ଡି ଆଇନକୁ ରବ୍ଦ କରି ସରକାରୀ ନିୟନ୍ତ୍ରିତ ମଣ୍ଡି ବ୍ୟବସ୍ଥାକୁ ସୁଦୃଢ଼ କରିବା, ଡ. ସ୍ୱାମୀନାଥନ କମିଶନ ସୁପାରିଶ ଅନୁଯାୟୀ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିବା, ଆଳୁ-ପିଆଜ ସମେତ ଅନ୍ୟାନ୍ୟ ନିତ୍ୟବିବହାର୍ଯ୍ୟ ଜିନିଷର ଦରବୃଦ୍ଧି ହ୍ରାସ କରିବା, ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ଦେବା, ଚାଷୀର ଋଣଛାଡ଼ କରିବା ପ୍ରଭୃତି ଦାବି କରି ୧ ଘଣ୍ଟା ଧରି ଜାତୀୟ ରାଜପଥକୁ ଅବରୋଧ କରିବାକୁ ପୋଲିସ୍ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା। ଆଇନ ପ୍ରତ୍ୟାହାର ନ ହେଲା ପର୍ଯ୍ୟନ୍ତ ପ୍ରତିବାଦ ଆନ୍ଦୋଳନକୁ ଜୋରଦାର କରାଯିବ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ମୁମ୍ବାଇ ଗ୍ଲୋବାଲ୍ ଇଣ୍ଡିଆ ୨୦୨୦ ତରଫରୁ ହୋଇଥିବା ମିସେସ୍ ଗ୍ଲୋବାଲ୍ ଇଣ୍ଡିଆ ୨୦୨୦ ସିଜନ ୩ ଜାତୀୟସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଶାର ବ୍ରହ୍ମପୁରର ରାମେଶ୍ୱରୀ ନନ୍ଦ ଫାଇନାଲିଷ୍ଟ ଭାବେ ଓଡ଼ିଶାରୁ ସେ କେବଳ ଜଣେ ହିଁ ମନୋନୀତ ହୋଇଛନ୍ତି। ଗୋଟିଏ ପରେ ଗୋଟିଏ ରାଉଣ୍ଡରେ ନିଜର ପ୍ରତିଭା ଓ ଦକ୍ଷତାର ପ୍ରମାଣ ପ୍ରତିପାଦନ କରି ରାମେଶ୍ୱରୀ ଫାଇନାଲ୍ ରାଉଣ୍ଡରେ ପହଞ୍ଚିଛନ୍ତି। ସୁନ୍ଦର ଚେହେରା ସାଙ୍ଗକୁ ବେଶଭୂଷା ଓ ନିଜର ବୁଦ୍ଧିମତୀର ନିଆରା ଶୈଳୀ ଦୃଷ୍ଟିରୁ ସେ ବେଶ୍ ପ୍ରଶଂସାର ପାତ୍ର ହୋଇଛନ୍ତି। ପ୍ରତିଯୋଗିତାର ବିଚାରକମାନେ ରାମେଶ୍ୱରୀଙ୍କ ନିଆରା ଷ୍ଟାଇଲ୍‌ର ଖୁବ୍ ପ୍ରଶଂସା କରିଛନ୍ତି। ଫାଇନାଲ୍ ରାଉଣ୍ଡ ଡ଼ିସେମ୍ବରରେ ଅନୁଷ୍ଠିତ ହେବ। ସେ ବ୍ରହ୍ମପୁର ସ୍ଥିତ ଏମ୍‌ଏଭି ସ୍କୁଲରେ ଶିକ୍ଷୟିତ୍ରୀ ଏବଂ ଜଳାଞ୍ଜଳି ଅନୁଷ୍ଠାନର ସଂପାଦିକା ଅଟନ୍ତି। ପୂର୍ବରୁ ସେ ରଜ କୁଇନ୍ ୨୦୧୯, ସ୍ୱୟଂସିଦ୍ଧା, ଶ୍ରେଷ୍ଠ ଶିକ୍ଷୟିତ୍ରୀ, ୟଙ୍ଗ ଆଚଭିର ଆୱାର୍ଡ଼ ସହ ବିଭିନ୍ନ ସମ୍ମାନରେ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କବିସୂର୍ଯ୍ୟନଗର ଥାନା ଅଂଚଳରେ ଗତ ୧୩.୧୦.୨୦୨୦ ତାରିଖରେ ଜଣେ ଫିଲ୍‌କାର୍ଟ ଡ଼େଲିଭେରୀ ବଏକୁ ଛୁରି ଭୁଷି ତା’ ନିକଟରେ ମୋବାଇଲ୍ ଲୁଟି ନେବା ମାମଲାରେ କବିସୂର୍ଯ୍ୟନଗର ପୋଲିସ୍ ୩ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲଣ କରିଛି। ଗିରଫ ୩ ଜଣ ହେଲେ ଆଲୋକ ପଲେଇ, ରୁଦ୍ର ପଲେଇ ଏବଂ ବିଷୋୟୀ। ପୋଲିସ୍ ଅଭିଯୁକ୍ତଙ୍କ ନିକଟରୁ ୨ଟି ମୋବାଇଲ୍ ଫୋନ୍‌, ଚାକୁ ଏବଂ ଘଟଣାରେ ବ୍ୟବହୃତ ସ୍କୁଲକୁ ଜବତ କରିଛି। ଘଟଣାରୁ ପ୍ରକାଶ ଯେ ଅଭିଯୁକ୍ତ ତିନିଜଣ ଏକ ମିଛ ଠିକଣା ନେଇ ଫିଲପାର୍ଟରୁ କେସ ଅନ୍ ଡ଼େଲିଭେରୀରେ ମୋବାଇଲ୍ ବୁକ୍ କରିଥିଲେ। ଫିଲ୍ପକାର୍ଟ ଏଜେଣ୍ଟ କାହ୍ନୁ ସାହୁ ଯେତେବେଳେ ଏମାନଙ୍କ ନିକଟକୁ ଆସିଥିଲା ସେମାନେ ତାକୁ ଛୁରି ଭୁଷି ମୋବାଇଲ୍ ଛଡ଼ାଇ ଲୁଟ୍ କରି ଚମ୍ପଟ ମାରିଥିଲେ। ଏନେଇ ଥାନା କେସ ନଂ ୨୮୩ରେ ମାଲାଲା ରୁଜୁ ହୋଇଥିବାବେଳେ ଅଭିଯୁକ୍ତମାନଙ୍କୁ କୋର୍ଟଚାଲଣ କରାଯାଇଛି।

Read More