Author: Samikhsya Bureau

ପୁରୀ, ଆଜି ହେଉଛି ବିରାଟ କୋହଲିଙ୍କର 32 ତମ ଜନ୍ମଦିନ। କୋହଲି 5 ନଭେମ୍ବର 1988 ରେ ଜନ୍ମ ହୋଇଥିଲେ।ତାଙ୍କର ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ତେବେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର କଳାମାଧ୍ୟମରେ ଜଣାଇଛନ୍ତି ଅଭିନନ୍ଦନ। ସୁଦର୍ଶନ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ଏକ ସ୍ଥାପତ୍ୟ। ଯେଉଁଥିରେ ସୁଦର୍ଶନ ବିରାଟଙ୍କ ଏକ ପ୍ରତିମୂର୍ତ୍ତି ସହିତ ବ୍ୟାଟବଲର ସ୍ଥାପତ୍ୟ କରିଛନ୍ତି। ସେହି ବ୍ୟାଟ ଉପରେ ସେ ହାପି ବାର୍ଥ ଡେ ଲେଖିଛନ୍ତି। ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ କୋହିଲି କ୍ରିକେଟ୍ ଜଗତରେ ବେଶ୍ ଜଣାଶୁଣା। ଟେଷ୍ଟ କ୍ରିକେଟ୍ ହେଉ କିମ୍ବା ଦିନିକିଆ କିମ୍ବା ଟି20, ଏହି ତିନୋଟି ଫର୍ମାଟରେ କୋହଲି ପୁରା ଫିଟ। କ୍ରିକେଟର ଯେ କୌଣସି ଭାଗ ବିଷୟରେ ଆଲୋଚନା କର କୋହଲିଙ୍କ ରେକର୍ଡ ସେଠାରେ ନିଶ୍ଚିତ ମିଳିବ।

Read More

ନୂଆଦିଲ୍ଲୀ, ଆଜି ହେଉଛି ବିରାଟ କୋହଲିଙ୍କର 32 ତମ ଜନ୍ମଦିନ। କୋହଲି 5 ନଭେମ୍ବର 1988 ରେ ଜନ୍ମ ହୋଇଥିଲେ। ମୁଖ୍ୟତଃ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ କୋହିଲି କ୍ରିକେଟ୍ ଜଗତରେ ବେଶ୍ ଜଣାଶୁଣା। ଟେଷ୍ଟ କ୍ରିକେଟ୍ ହେଉ କିମ୍ବା ଦିନିକିଆ କିମ୍ବା ଟି20, ଏହି ତିନୋଟି ଫର୍ମାଟରେ କୋହଲି ପୁରା ଫିଟ। କ୍ରିକେଟ୍ ର ଯେ କୌଣସି ଭାଗ ବିଷୟରେ ଆଲୋଚନା କର କୋହଲିଙ୍କ ରେକର୍ଡ ସେଠାରେ ନିଶ୍ଚିତ ମିଳିବ। ଏପର୍ଯ୍ୟନ୍ତ ଖେଳାଯାଇଥିବା 86 ଟି ଟେଷ୍ଟରେ କୋହଲି ହାରାହାରି 53.62 ରେ 7240 ରନ୍ ସଂଗ୍ରହ କରିଥିବାବେଳେ 248 ଟି ODI ରେ ସେ ହାରାହାରି 59.33 ଏବଂ 1197 ରନ୍ ସଂଗ୍ରହ କରି 82 ଟି ଟି-20 ରେ ହାରାହାରି 50.80 ରନ୍ କରିଛନ୍ତି। କୋହଲି ଏକମାତ୍ର ବ୍ୟାଟ୍ସମ୍ୟାନ୍ ଯିଏ ଟେଷ୍ଟ କ୍ରିକେଟ୍ ଇତିହାସରେ ଲଗାତାର ଚାରି ସିରିଜରେ ଚାରି ଡବଲ୍ ଶତକ ହାସଲ କରିଛନ୍ତି। 2016 ଏବଂ…

Read More

ଅଯୋଧ୍ୟା, ଆମର ହିନ୍ଦୁ ଧର୍ମରେ ପ୍ରଭୁଙ୍କୁ ପରିକ୍ରମା ରହିବାର ବିଧି ରହିଛି। ବିଶ୍ବାସ ରହିଛି ଯେ ଠାକରୁଙ୍କ ଚାରିପାଖରେ ପରିକ୍ରମା କଲେ ସବୁ ପାପର ବିନାସ ହୋଇଥାଏ। ତେବେ ଏହି ପରିକ୍ରମା ଠାକୁର ଦର୍ଶନର ଏକ ଅପରିହାର୍ଯ୍ୟ ପରମ୍ପରା ଏବଂ ଆଜି ମଧ୍ୟ ପୂଜା ବେଳେ ଏହା ପାଳନ କରାଯାଏ। ଏଥି ସହିତ, ଯଦି ଆମେ ଏହାକୁ ବିଜ୍ଞାନ ଦୃଷ୍ଟିକୋଣରୁ ଦେଖିବା, ତେବେ ଶାରୀରିକ ଶକ୍ତି ବିକାଶରେ ମନ୍ଦିର ଚାରିପଟେ ଚାଲିଚାଲି ବୁଲିବା ବିଶେଷ ମହତ୍ବ ରହିଛି। କେଉଁ ମନ୍ଦିରରେ କେତେ ଥର ପରିକ୍ରମା କରିବା ଆବଶ୍ୟକ: ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ପରିକ୍ରମା କରିବାର ବିଭିନ୍ନ ନିୟମ ବା ବିଧି ରହିଛି। ଅର୍ଥାତ ପୁରାଣରେ କେଉଁ ମନ୍ଦିର ଚାରିପଟେ କେତେଥର ପରିକ୍ରମା କରିବା ତାହା ଉଲ୍ଲେଖ କରାଯାଇଛି। ସେହି ଅନୁସାରେ ସୂର୍ଯ୍ୟ ଭଗବାନଙ୍କର 7 ଥର , ଶ୍ରୀ ଗଣେଶଙ୍କ 4 ଥର, ଭଗବାନ ବିଷ୍ଣୁଙ୍କ ଏବଂ ତାଙ୍କର ସମସ୍ତ ଅବତାରଙ୍କ…

Read More

ମୁମ୍ବାଇ, ଆଜି ଦୀର୍ଘ ସମୟ ଶୁଣାଣି ପରେ ରିପବ୍ଲିକ ଟିଭିର ମୁଖ୍ୟ ସଂପାଦକ ତଥା ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କୁ 14 ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି। ଏ ନେଇ ମୁମ୍ବାଇର ଆଲିବାଗ ଜିଲ୍ଲା କୋର୍ଟ ଏହି ରାୟ ଦେଇଛନ୍ତି। ହେଲେ ଆସନ୍ତାକାଲି ଏହା ଉପରେ ଉଚ୍ଚ ନ୍ୟାୟାଳୟରେ ଶୁଣାଣି ରହିଛି ବୋଲି ଅର୍ଣ୍ଣବଙ୍କ ଓକିଲ କହିଛନ୍ତି। ଆଜି ଭୋରରୁ ଅର୍ଣ୍ଣବଙ୍କୁ ମୁମ୍ବାଇର ରାୟଗଡ ପୋଲିସ ତାଙ୍କ ବାସ ଭବନରୁ ଉଠାଇ ନେଇଥିଲେ। ଥାନାରେ ପଚାରାଉଚୁରା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ଏହା ଉପରେ ଦୀର୍ଘ ଶୁଣାଣି କରାଯାଇଥିଲା। ତେବେ ଅର୍ଣ୍ଣବଙ୍କୁ ପୋଲିସ ଖରାପ ବ୍ୟବହାର ପ୍ରଦର୍ଶନ କରିଛି ବୋଲି ଜାତୀୟ ମାନବିକ ଅଧିକାରଙ୍କ ନିକଟରେ ମଧ୍ୟ ଏକ ଅଭିଯୋଗ କରାଯାଇଛି। ସେପଟେ ମହିଳା ପୋଲିସକୁ ଅର୍ଣ୍ଣବ ଖରାପ ବ୍ୟବହାର କରିଛନ୍ତି ବୋଲି ମଧ୍ୟ ମାନବିକ ଅଧିକାର କମିଶନରଙ୍କ ନିକଟରେ ଆଉ ଏକ ଅଭିଯୋଗ କରାଯାଇଛି।

Read More

ଭୁବନେଶ୍ବର: ଇଉରୋପ ଓ ଅନ୍ୟ ପାଶ୍ଚାତ୍ୟ ଦେଶ ମାନଙ୍କରେ ପ୍ରଥମ ପର୍ଯ୍ୟାୟ କୋଭିଡ ସଂକ୍ରମଣ ପରେ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଚାଲିଛି। ଓଡିଶାରେ ଡିସେମ୍ବର ଦ୍ବିତୀୟ ସପ୍ତାହ ପରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଥିବାରୁ ଆମକୁ ଏବେଠୁ ସତର୍କ ରହି କାର୍ଯ୍ୟ କରିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି କୋଭିଡ ମୁକାବିଲା କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଏଡାଇବାକୁ ହେଲେ ଆମକୁ କୋଭିଡ ନିୟମ ଯଥା – ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ହାତ ଧୋଇବା ଆଦି ବ୍ୟବସ୍ଥାକୁ କଡାକଡି ଭାବରେ ଜାରି ରଖିବାକୁ ପଡିବ। ଏଥିରେ ଆଦୌ କୋହଳ କରାଯାଇପାରିବ ନାହିଁ। କାରଣ ଲକ୍‌ଡାଉନ ପରି କଠିନ ପରିସ୍ଥିତିକୁ ଏଡାଇବା ପାଇଁ ଏହାହିଁ ଶ୍ରେଷ୍ଠ ଉପାୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହାର କମି ଥିବାରୁ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୫୨୦ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ୧୧୩, କଟକରୁ ୧୦୨, ଜଗତସିଂହପୁରରୁ ୯୪, ଅନୁଗୁଳରୁ ୮୯, ନୂଆପଡ଼ାରୁ ୭୦, ଝାରସୁଗୁଡାରୁ ୬୮, ସୁନ୍ଦରଗଡରୁ ୬୫, ବଲାଙ୍ଗିରିରୁ ୬୩, କେନ୍ଦ୍ରାପଡାରୁ ୫୩, ବାଲେଶ୍ବରରୁ ୫୦, ଯାଜପୁରରୁ ୪୮, ବରଗଡରୁ ୪୬, ପୁରୀରୁ ୪୫, ଗଞ୍ଜାମରୁ ୩୬, କେନ୍ଦୁଝରରୁ ୩୦, ସମ୍ବଲପୁରରୁ ୨୭, ଭଦ୍ରକରୁ ୨୬, ଢେଙ୍କାନାଳରୁ ୨୫, ସୋନପୁରରୁ ୨୫, କଳାହାଣ୍ଡିରୁ ୨୪, କୋରାପୁଟରୁ ୨୪, ବୌଦ୍ଧରୁ ୧୭, ନବରଙ୍ଗପୁରରୁ ୧୬, ନୟାଗଡରୁ ୧୬, ଦେବଗଡ଼ରୁ ୧୧, ରାୟଗଡ଼ାରୁ ୧୦, କନ୍ଧମାଳରୁ ୮, ମାଲକାନଗିରିରୁ ୮, ଗଜପତିରୁ ୫ ଏବଂ ଷ୍ଟେଟ ପୁଲରୁ ୨୧ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହି ସୁସ୍ଥ…

Read More

ଭୁବନେଶ୍ବର : ବିଧାନସଭାର ଶୀତ ଅଧିବେଶନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର 20ରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ। ନଭେମ୍ବର 20ରୁ ଡିସେମ୍ବର 31 ପର୍ଯ୍ୟନ୍ତ ବିଧାନସଭାର ଶୀତ ଅଧିବେଶନ ଅନୁଷ୍ଠିତ ହେବ। ନଭେମ୍ବର 20ରେ ଆଗତ ହେବ ଅତିରିକ୍ତ ବଜେଟ୍‌। ନଭେମ୍ବର 26, 27, 28 ତାରିଖରେ ଅତିରିକ୍ତ ବଜେଟ୍‌ ଖର୍ଚ୍ଚ ଦାବି ଆଲୋଚନା ହେବ। ନଭେମ୍ବର 29ରେ ଆସିବ ଅତିରିକ୍ତ ବଜେଟ୍‌ ବ୍ୟୟ ମଞ୍ଜୁରୀ ବିଲ୍‌। ସୂଚନାଯୋଗ୍ୟଯେ, କରୋନା ଯୋଗୁଁ ବଜେଟ ଅଧିବେଶନରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇପାରିନଥିଲା। ସେହିପରି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ମୌସୁମୀ ଅଧିବେଶନ ବି ସ୍ୱଳ୍ପକାଳୀନ ହୋଇଥିଲ। ତେବେ କରୋନାକୁ ଦୃଷ୍ଟିରେ ରଖି ଶୀତକାଳୀନ ଅଧିବେଶନ ପାଇଁ ବ୍ୟାପକ ସତର୍କତା ଅବଲମ୍ବନ କରାଯିବ। ବିଧାୟକ, ବିଧାନସଭା କର୍ମଚାରୀ, ପୋଲିସ ଓ ସାମ୍ବାଦିକମାନଙ୍କର କରୋନା ପରୀକ୍ଷା କରାଯିବ।

Read More

ଭୁବନେଶ୍ୱର: ଚଳିତ ଦୀପାବଳି ଅବସରରେ ବାଣ ବିକ୍ରି ଓ  ବାଣ ଫୁଟାଯିବ ନାହିଁ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।  ବାଣ ଫୁଟା ବନ୍ଦ ପରେ ଏବେ ଦୀପ ଦୋକାନ ଉପରେ ବି କଟକଣା ଲଗାଇଲା ବିଏମ୍‌ସି। ରାସ୍ତା କଡ଼ରେ ଅସ୍ଥାୟୀ ଦୀପ ଦୋକାନକୁ ବାରଣ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଦୀପାବଳିରେ ବାଣ ବିକ୍ରି ଏବଂ ବାଣ ଫୁଟାଇବା ବ୍ୟାନ୍ କରିଛନ୍ତି ରାଜ୍ୟ ସରକାର। ତେବେ ଦୀପାବଳି ପାଇଁ ଅସ୍ଥାୟୀ ଦୋକାନୀ ଦୀପ ବିକ୍ରି କରିଥାନ୍ତି। ତେଣୁ ଏଥର ଭିଡ଼ ଏଡ଼ାଇବାକୁ ରାସ୍ତା କଡ଼ରେ ଅସ୍ଥାୟୀ ଦୀପ ଦୋକାନକୁ ବାରଣ କରାଯାଇଛି। ତେବେ ଦୀପ ଦୋକାନ ପାଇଁ ନିର୍ଦ୍ଦିଷ୍ଟ ଜାଗା ଚିହ୍ନଟ କରାଯିବ। ବ୍ୟବସାୟୀ ଅନୁମତି ନେଇ ଦୋକାନ ଖୋଲିବେ। ପୂର୍ବରୁ ରହିଥିବା ଦୋକାନ ସାମାଜିକ ଦୂରତ୍ୱ ରଖି ବିକ୍ରି କରିପାରିବେ ବୋଲି ସେ ସୂଚନା ଦେଇଛନ୍ତି।

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର :  ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଏବଂ ନାଚୁଣୀ ଅଞ୍ଚଳରେ ପୃଥକ ପୃଥକ ଭାବେ  ଦୁଇଗୋଟି ସଡ଼କ ଦୁର୍ଘଟଣା ଘଟିଯାଇଛି ଯେଉଁଥିରେ ଚାରି ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସତ ହେଉଛନ୍ତି । ସୂଚନା ମୁତାବକ ଆଜି ଅପରାହ୍ନରେ ଚିଲିକା ବ୍ଲକ ସୋରଣ ଗ୍ରାମର ଦୁଇ ଜଣ ଯୁବତୀ ଏକ ସ୍କୁଟି(OD33B8795)ଯୋଗେ ନାଚୁଣୀ ବଜାର ଦେଇ ଘରକୁ ଫେରିବା ସମୟରେ କଉଡ଼ିଖଣି ଛକରେ ବୁଲାଣି ରାସ୍ତା ଅତିକ୍ରମ କଲା ବେଳକୁ  ବିପରୀତ ଦିଗରୁ ଗଞ୍ଜାମ ଯାଉଥିବା ଏକ ବାଇକ(ODO7AF0663) ସ୍କୁଟି କୁ ଶକ୍ତ ଧକା ଦେଇଥିଲା ଫଳରେ ଘଟଣାସ୍ଥଳରେ ଉଭୟେ ସ୍କୁଟି ଏବଂ ବାଇକ ଚାଳକ ରାସ୍ତାରେ  ଛିଟିକିହୋଇ ପଡ଼ିବା ସହ ଗାଡ଼ି ଦୁଇଟି ଭାଙ୍ଗିରୁଜିଯାଇଛି । ଖବର ପାଇ ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ପହଁଚି ତିନି ଜଣଙ୍କୁ  ଗୁରୁତର ଭାବେ ଉଦ୍ଧାର କରି 108…

Read More

ନୂଆପଡା : ରାସ୍ତା ମଝିରେ ଦୁଇ ଯୁବତୀଙ୍କୁ ଛୁରାମାଡ ହୋଇଥିବାର ସୂଚନା ରହିଛି। ଏକତରଫା ପ୍ରେମକୁ ନେଇ ଏହି ଛୁରାମାଡ ହୋଇଥିବାର ଅଭିଯୋଗ ହୋଇଛି । ବୋଡେନ୍‌ ବଜାର ରାସ୍ତାରେ ଛୁରାମାଡ କରିଛି ଯୁବକ । ଛୁରାମାଡ କରିଥିବା ଯୁବକକୁ ଅଟକ ରଖିଛି ପୋଲିସ୍‌ । ଯୁବତୀଙ୍କ ଅଣ୍ଟା, ବେକ, ହାତକୁ ଯୁବକ ଜଣକ ଛୁରାମାଡ କରିଛି । ଛୁରାମାଡରେ ଦୁଇ ଯୁବକ ଗୁରୁତର ହୋଇଥିବାବେଳେ ଦୁହିଁଙ୍କୁ ବୋଡେନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Read More

ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ଅବକାରୀ ବିଭାଗର କାର୍ଯ୍ୟ ଦକ୍ଷତାକୁ ନ୍ୟୁଜ୍ ମାଧ୍ୟମରେ ଲୋକଲୋଚନକୁ ଆଣିବାରୁ ସାମ୍ବାଦିକଙ୍କ ନାଁରେ ମିଥ୍ୟା କେସ୍ ଦେବାକୁ ଧମକ ଦେଉଛନ୍ତି ଜନୈକ କନେଷ୍ଟବଳ। ସୂଚନାନୁଯାୟୀ  ତିର୍ତ୍ତୋଲ ଅବକାରୀ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ କିଛିମାସ ହେବ ଏକାଧିକ ନ୍ୟୁଜ୍ – ତିର୍ତ୍ତୋଲ ପୋଲିସ୍ ପକ୍ଷରୁ ଚୋରା ମଦ ଗଞ୍ଜେଇ ବେପାରୀଙ୍କ ଉପରେ ଘନ ଘନ ଚଢାଉ ଶୋଇଛି ଅବକାରୀ ବିଭାଗ , ଅବକାରୀ ଆଇନକୁ ଉଲଘଂନ କରି ସଂନ୍ଧ୍ଯାରେ ଶଙ୍ଖେଶ୍ୱର ବଜାରର ଚୋରା ଗଞ୍ଜେଇ ବେପାରୀ ଉପରେ ଚଢାଉ କରିବା ସହିତ ଜବତ କରାଯାଇଥିବା ଗଞ୍ଜେଇକୁ ରାତିସାରା ଅବକାରୀ ଅଫିସରେ ରଖିବା ପରି ନ୍ୟୁଜ୍ କରାଯାଇ ବିଭାଗର କାର୍ଯ୍ୟ ଦକ୍ଷତାକୁ ଲୋକଲୋଚନକୁ ଆଣିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଜୈନିକ କନେଷ୍ଟବଳ ଆକ୍ରୋଶ ମୂଳକ ଭାବେ ସାମ୍ବାଦିକଙ୍କ ନାଁରେ ମିଥ୍ୟା କେସ୍ ଦେଇ ଫସେଇ ଦେବାକୁ ଧମକ ଦେଉଛନ୍ତି। ଏମିତିକି ଉକ୍ତ ଅବକାରୀ କାର୍ଯ୍ୟାଳୟର ଜନୈକ…

Read More

ପୁରୀ: ଆଜି ଶ୍ରୀମନ୍ଦିର ବାଇଶି ପାହାଚକୁ ଏଏସଆଇର ସୁପରିଟେଣ୍ଡେଣ୍ଟ ଅନୁଧ୍ୟାନ କରିଛନ୍ତି। ବାଇଶି ପାହାଚର ଦୁର୍ବଳ ପଥର ଓ ଯୋଡେ଼ଇ ଆଦିକୁ ଯାଞ୍ଚ କରାଯାଇଛି। ଏଥିସହ ମହାଲକ୍ଷ୍ମୀ ମନ୍ଦିରରେ ପାଣି ଗଳୁଥିବା ବିମ୍ ଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଇଛି। ଏଏସଆଇର ଯାଞ୍ଚ ପରେ ଏ ସମ୍ପର୍କିତ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ଦେବା ପରେ ଖୁବ ଶୀଘ୍ର ମରାମତି ହେବା ନେଇ ସମ୍ଭାବନା ରହିଛି। ପ୍ରତ୍ନତତ୍ତ୍ୱ ବିଭାଗର ଟିମ ଅନୁଧ୍ୟାନ କରିବା ବେଳେ ପାହାଚର ଦୁର୍ବଳ ପଥରକୁ ଚିହ୍ନଟ କରିଛନ୍ତି। ବାଇଶି ପାହାଚର ମରାମତି କରାଯିବାବେଳେ ଆବଶ୍ୟକ ପଡ଼ିଲେ ଦୁର୍ବଳ ପଥରକୁ ପରିବର୍ତ୍ତନ କରାଯିବାକୁ ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

Read More

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 75 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ 75 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 14ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 61 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି। https://twitter.com/bmcbbsr/status/1323931156773916672?s=20 ସେହିପରି ଆଜି 142 ଜଣ ସୁସ୍ଥ ହୋଇଛନ୍ତି । ନୂତନ 75 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 29 ହଜାର 454ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 28 ହଜାର 280ଜଣ ସୁସ୍ଥ ହୋଇଥିବାବେଳେ 172ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 9813ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Read More

ଉତ୍ତରପ୍ରଦେଶ : ସାଧାରଣତଃ ମହିଳାମାନେ ଶୃଙ୍ଗାରପ୍ରିୟ । ତେବେ ଏହି ଶୃଙ୍ଗାର ସାମଗ୍ରୀ ପାଇଁ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ଏପରି ଏକ ଅଜବ ମାମଲା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶରେ ପୋଲିସ୍‌ ମହିଳା ଉତ୍ପୀଡନ ମାମଲାର ତ୍ବରିତ ଶୁଣାଣି ତଥା ସମାଧାନ ପାଇଁ ପ୍ରତ୍ୟେକ ଥାନାରେ ମହିଳା ହେଲ୍ପ ଡେସ୍କ ସ୍ଥାପନ କରିଛନ୍ତି । ମିଶନ ଶକ୍ତି ଆଧାରରେ ସ୍ଥାପିତ ହୋଇଥିବା ଏହି ମହିଳା ଡେସ୍କ କିଛି ଦିନ ଭିତରେ ଆରମ୍ଭ ହୋଇଛି । ଏଠାକୁ ପ୍ରତ୍ୟେହ ମହିଳାମାନେ ନିଜ ନିଜ ସମସ୍ୟାକୁ ନେଇ ପହଞ୍ଚି ଅଭିଯୋଗ କରିଥଶ’ନ୍ତି । ତେବେ ଏଠାରେ ପ୍ରାୟତଃ ଘରୋଇ ହିଂସାର ମାମଲା ଆସିଥିଲା । କିନ୍ତୁ ଚନ୍ଦୌଲୀ ଥାନା ସ୍ଥାପିତ ମହିଳା ହେଲ୍ପ ଡେସ୍କକୁ ଏମିତି ଏକ ମାମଲା ଆସିଛି, ଯାହାକୁ ଶୁଣି ସମେସ୍ତ ଆଶ୍ଚର୍ଯ୍ୟ ହୋଇଛନ୍ତି । ଅଭିଯୋଗକାରିଣୀ ନିଜ ସ୍ବାମୀଙ୍କ ନାମରେ…

Read More

ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ବିଧାନସଭା ଉପ-ନିର୍ବାଚନର ମତଦାନ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି। ଭୋଟ୍ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା। ଅପରାହ୍ନ ୫ଟା ଠାରୁ ସଂଧ୍ୟା ୬ଟା ମଧ୍ୟରେ ୮୦ ବର୍ଷରୁ ଅଧିକ ଭୋଟର ,କରୋନା ସଂକ୍ରମିତ ଏବଂ କରୋନା ସନ୍ଦିଗ୍ଧ ଭୋଟର ମାନେ ବିଭିନ୍ନ ଭୋଟ ଗ୍ରହଣ କେନ୍ଦ୍ରକୁ ଯାଇ ସେମାନଙ୍କର ମତଦାନ ସାବ୍ୟସ୍ତ କରିଥିଲେ। ସଂଧ୍ୟା ୬ଟା ସୁଦ୍ଧା ୬୯.୬୦ ଶତକଡ଼ା ମତଦାନ ହୋଇଥିବା ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ନିର୍ବାଚନମଣ୍ଡଳୀର ମୋଟ୍ ୨ଲକ୍ଷ ୩୭ହଜାର ୨୮୨ ଭୋଟରଙ୍କ ମଧ୍ୟରୁ ଭୋଟ ଦେଇଛନ୍ତି ସମୁଦାୟ ୧ଲକ୍ଷ ୬୫ହଜାର ୧୫୮ଜଣ ଭୋଟର ମତଦାନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୮୪ହଜାର ୬୯୧ ଜଣ ପୁରୁଷ ଭୋଟର ହୋଇଥିବା ବେଳେ ୮୦ହଜାର ୪୬୫ଜଣ ମହିଳା ଭୋଟର ଓ ଅନ୍ୟାନ୍ୟ ୨ଜଣ ଭୋଟର ଅଟନ୍ତି। ଏଥିସହିତ ବିରିଡ଼ି ବ୍ଲକରୁ ସମୁଦାୟ ୪୭ହଜାର…

Read More

ଭୁବନେଶ୍ୱର: ମାସ୍କ ଓ ପିପିଇ କିଟ କିଣାରେ ଦୁର୍ନୀତି ଅଭିଯୋଗ ମାମଲାରେ ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେ ଦୁଇ ବରିଷ୍ଠ ଆଇଏଏସ । ଦୁଇ ଜଣ ବରିଷ୍ଠ ଆଇଏଏସ ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇଥିବା ନେଇ ମାମଲାର ଆବେଦନକାରୀ କଂଗ୍ରେସ ନେତା ସୁଦର୍ଶନ ଦାସଙ୍କ ପକ୍ଷରୁ ସୂଚନା ମିଳିଛି । କରୋନା ମହାମାରୀ ସମୟରେ ମାସ୍କ ଓ ପିପିଇ କିଟ କିଣାରେ ଦୁର୍ନୀତି ଅଭିଯୋଗ କରି ଏହି ଦୁର୍ନୀତିର ତଦନ୍ତ ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗତ ଜୁନ 17 ତାରିଖ ଦିନ ସୁଦର୍ଶନ ଦାସ ଲୋକାୟୁକ୍ତଙ୍କ ପାଖରେ ଏକ ମାମଲା ଦାୟର କରିଥିଲେ । ପରେ ସେପ୍ଟେମ୍ବର 14 ତାରିଖ ଦିନ ଲୋକାୟୁକ୍ତଙ୍କ ପାଖରେ ହାଜର ହୋଇଥିଲେ ତତ୍କାଳୀନ କ୍ରୟ କମିଟି ମୁଖ୍ୟ ତଥା ବରିଷ୍ଠ ଆଇଏଏସ ଅଧିକାରୀ ହେମନ୍ତ ଶର୍ମା ଓ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷ ଯାମିନୀ ଷଡ଼ଙ୍ଗୀ ଲୋକାୟୁକ୍ତଙ୍କ ପାଖରେ ହାଜର ହୋଇଥିଲେ ।

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟର କିରାଣୀ ମନମୋହନ ପ୍ରଧାନ ଗତକାଲି କଟକର ଏକ ଘରୋଇ ଡାକ୍ତରଖାନାରେ ସଂଧ୍ୟାରେ ମ୍ରୁତ୍ୟୁ ବରଣ କରିଥିବା ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି । ପ୍ରକାଶ ଯେ ୩ ଦିନ ତଳେ ମନମୋହନ ପ୍ରଧାନ ନାକଟିଦେଉଳରୁ ରେଢ଼ାଖୋଲକୁ ସଂଧ୍ୟାରେ ଫେରୁଥିଲେ। ଡିମିରିକୁଦା ନିକଟସ୍ଥ ଏକ ପୋଲ ପାଖରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲେ । ଡିମିରିକୁଦାରୁ କେତେଜଣ ବ୍ୟକ୍ତି ମାଛ ମାରିବାକୁ ସେଇ ନାଳ ପାଖକୁ ଯାଇଥିଲେ। ସେମାନେ କେହିଜଣେ ପୋଲ ତଳେ ପଡ଼ିଥିବାର ଦେଖି ରେଢ଼ାଖୋଲ ଥାନାକୁ ଫୋନ୍ କରିଥିଲେ । ରେଢ଼ାଖୋଲ ପୋଲିସ୍ ମନମୋହନକୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାକୁ ପଠାଇଥିଲେ। ରେଢ଼ାଖୋଲରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲାକୁ ପଠାଯାଇଥିଲା । ହେଲେ ଅବସ୍ଥା ଉଦବେଗକ ଜନକ ହେବାରୁ କଟକର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ସଂଧ୍ୟାରେ ମ୍ରୁତ୍ୟୁବରଣ କରିଥିଲେ…

Read More

ମୁମ୍ବାଇ :  ଚଳିତ ବର୍ଷ ବହୁ ଲୋକପ୍ରିୟ, ସ୍ବନାମଧନ୍ୟ ନେତା, ଅଭିନେତା, ଗୀତିକାର,ସାହିତ୍ୟିକଙ୍କୁ  ଆମେ ହରାଇଛି । କରୋନା ଯୋଗୁଁ ବହୁ ମୂଲ୍ୟବାନ ଜୀବନ ହରାଇଛୁ ଆମେ । ଅଭିନେତା ଫରାଜ୍‌ ଖାନ୍‌ଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । 50 ବର୍ଷୀୟ ଏହି  ଅଭିନେତାଜଣକ ବାଙ୍ଗାଲୋରଠାରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ଧରି ଅସୁସ୍ଥ ରହିଥିବା ଫରାଜ୍‌ଙ୍କ ମୃତ୍ୟୁ ହୋଇଛି । ଫରାଜଙ୍କ ମୃତ୍ୟୁ ଖବରକୁ ଅଭିନେତ୍ରୀ ପୂଜା ଭଟ୍ଟ ସୋସିଆଲ ମିଡିଆରେ ଟୁଇଟ୍‌ କରିବା ସହ ଶୋକପ୍ରକଟ କରିଛନ୍ତି । ବଲିଉଡ୍‌ର ଜଣେ ଜଣାଶୁଣା ଅଭିନେତା ଥିଲେ ଫରାଜ ଖାନ୍‌ । ’ମେହେନ୍ଦୀ,’ ଫରେବ୍‌, ଦୁଲହନ୍‌ ବନୁ ମେଁ ତେରୀ, ଚାନ୍ଦ ବୁଝ୍‌ ଗୟା, ଲଭ୍‌ ଷ୍ଟୋରୀ 98, ଦିଲ୍‌ନେ ଫିଲ୍‌ ୟାଦ୍‌ କିୟା, ବାଜାରା ଆଦି ଫିଲ୍ମରେ କାମ କରିଥିଲେ ଫରାଜ୍‌ । କେବଳ ଫିଲ୍ମ ନୁହେଁ, ଛୋଟ ପରଦାରେ ମଧ୍ୟ ବେଶ୍‌ ଲୋକପ୍ରିୟ ଥିଲେ…

Read More

କେରଳ : ଆଜିକାଲି ବିବାହ ଲାଗି ପ୍ରସ୍ତାବ ଖୋଜିବା ପାଇଁ ଓ୍ବେବସାଇଟ୍‌ର ସାହାଯ୍ୟ ନେଉଛନ୍ତି । କିନ୍ତୁ ଏମିତି କିଛି ଯୁବକ / ଯୁବତୀ ଅଛନ୍ତି ଯେଉଁମାନେ ବହୁ ଖୋଜାଖୋଜି ପରେ ବି ପରଫେକ୍ଟ ପାର୍ଟନର୍‌ ଖୋଜି ପାଉନାହାନ୍ତି । ଏହା ପରେ ବି ସେମାନେ ହାର୍‌ ମାନୁନାହାନ୍ତି । ଏମିତି ନିଜ ବିବାହକୁ ନେଇ ବ୍ୟତିବ୍ୟସ୍ତ ରହିଥିବାର କେରଳର ଜଣେ ଯୁବକ ଏମିତି କିଛି କରିଛନ୍ତି, ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ଯୁବକ ଜଣକ ବହୁ ଦିନ ଧରି ନିଜ ପାଇଁ ଜୀବନସାଥୀ ଖୋଜୁଥିବାବେଳେ ତାଙ୍କୁ ତାଙ୍କ ପସନ୍ଦ ମୁତାବକ ସାଥୀ ମିଳୁନଥିଲେ ଏଥିପାଇଁ ଯୁବକ ଜଣକ ପୂରା ସହରରେ ନିଜ ନାମର ବଡ ବଡ ହୋର୍ଡିଂ ଲଗାଇଛନ୍ତି । ଏହି ହୋର୍ଡିଂରେ ସେ ନିଜର ଫଟୋ, ନିଜ ନାମ, ମୋବାଇଲ ନମ୍ବର, ଇମେଲ ଆଇଡି ଆଦି ଲେଖା ହୋଇଛି । କେରଳର ଏହି ଯୁବକ ଜଣକ ହେଉଛନ୍ତି…

Read More

ନୂଆଦିଲ୍ଲୀ : କିସ୍‌ ବା ଚୁମ୍ବନ ପ୍ରେମ ପରିପ୍ରକାଶ କରିବାର ଅନ୍ୟ ଏକ ମାଧ୍ୟମ । ପ୍ରେମୀ ପ୍ରେମିକାକୁ, ସ୍ବାମୀ ସ୍ତ୍ରୀଙ୍କୁ ଚୁମ୍ବନ କରିଥା’ନ୍ତି । ବନ୍ଧୁମାନେ ମଧ୍ୟ ବନ୍ଧୁତ୍ବ କିସ୍‌ ଦେଇ ନିଜର ଭାବ ପରିପ୍ରକାଶ କରିଥା’ନ୍ତି । କିନ୍ତୁ ଆପଣ କେବେ ଶୁଣିଛନ୍ତି ଯେ, ଜଣେ କିସ୍‌ କରି ଲକ୍ଷ ଟଙ୍କା ଓ ହୀରାର ମୁଦି ଜିତିପାରିଛନ୍ତି ବୋଲି । ଥାଇଲାଣ୍ଡରେ ରହୁଥିବା ଏକ କପଲ୍‌ ପୂରା 58 ଘଣ୍ଟା କିସ୍‌ କରି ନିଜ ନାମରେ ଏକ ଅନନ୍ୟ ରେକର୍ଡ କରିଛନ୍ତି। ଏହା ସହିତ ଆକର୍ଷଣୀୟ ଉପହାର ମଧ୍ୟ ପାଇଛନ୍ତି । ଥାଇଲାଣ୍ଡର ଏହି କପଲ୍‌ 10 -15 ମିନିଟ୍‌ ନୁହେଁ, ପୂରା 58 ଘଣ୍ଟା 35 ମିନିଟ୍‌ 58 ସେକେଣ୍ଡ ପର୍ଯ୍ୟନ୍ତ ଦୁହେଁ ଦୁହିଁଙ୍କୁ ଚୁମ୍ବନ ଦେଇ ରେକର୍ଡର ଅଧିକାରୀ ହୋଇଛନ୍ତି । ଏହି ଚୁମ୍ବନକୁ ଦୁନିଆର ସବୁଠୁ ଦୀର୍ଘ ଚୁମ୍ବନ ବା କିସ୍‌ ବୋଲି ଅଭିହିତ…

Read More