Author: Samikhsya Bureau

ଆମେରିକା : ଆମେରିକାରେ ଗନ୍‌ ପଲିସିକୁ ନେଇ ବହୁ ବିବାଦ ଚାଲିଛି । ଏହି ଗନ୍‌ ପଲିସି ଅକାରଣରେ ବହୁ ନିରୀହ ଜୀବନ ବଳି ପଡୁଛି । ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ସାବତ ବାପା ନିଜ 15 ବର୍ଷୀୟ ଝିଅକୁ ଗୁଳିକରିଛନ୍ତି ।  ମିଳିଥିବା ସୂଚନା ଅନୁସାରେ ରାତ୍ରି ସାଢେ ଦୁଇ ଘଟିକା ସମୟରେ ଏହି ଘଟଣା ଘଟିଛି । ଘରେ ଉପସ୍ଥିତ ଥିବା ଅଭିଭାବକମାନେ ଗ୍ୟାରେଜ୍‌ର କବାଟ ଖୋଲିବାର ଶବ୍ଦ ଶୁଣିଥିଲେ । ଏହାପରେ ଯୁବତୀଙ୍କ ପିତା ଅନ୍ଧାରରେ ଜାଣି ନପାରି କେହି ଚୋର ଭାବି ଝିଅ ଉପରକୁ ଗୁଳି ଚଳାଇଥିଲେ । ଯୁବତୀଙ୍କୁ ଚିଲଡ୍ରେନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ୍‌ ଏହି ଘଟଣାର ଯାଞ୍ଚ କରୁଛି । ସୂଚନାଯୋଗ୍ୟ, 2012 ମସିହାରେ ନ୍ୟୁ ଟାଉନ୍‌ର ଏକ ସ୍କୁଲରେ ଜଣେ ବନ୍ଧୁକଧାରୀ 20 ଜଣ ଶିଶୁଙ୍କୁ ଗୁଳି ମାରି ହତ୍ୟା…

Read More

ଭୁବନେଶ୍ବର : ରାଜ୍ୟରେ ସ୍କୁଲ ଖୋଲିବା ନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ଏହି ମାସରେ ଅର୍ଥାତ୍‌ ନଭେମ୍ବରରେ ହିଁ ସ୍କୁଲ ଖୋଲିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ନବମରୁ ଦ୍ବାଦଶ ଯାଏଁ ସମ୍ପୂର୍ଣ୍ଣ କ୍ଲାସ୍‌ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।  ସେହିପରି ଯଦି ପିଲାମାନଙ୍କୁ ଛାଡିବାକୁ ଅଭିଭାବକ ରାଜି ନ ହେବେ, ତେବେ ଅନଲାଇନ୍‌ର ବ୍ୟବସ୍ଥା କରାଯିବ ବୋଲି ସୂଚନା ରହିଛି ।  ସ୍କୁଲ ଖୋଲିବା ନେଇ ଏସ୍‌ଓପି ପ୍ରସ୍ତୁତି ଚାଲିଥିବାର ଜଣାଇଛନ୍ତି ମନ୍ତ୍ରୀ । ଜିଲ୍ଲାପାଳ ଓ ଡିଇଓମାନଙ୍କ ସହ ଏନେଇ ଆଲୋଚନା କରାଯିବ। କରୋନା ପାଇଁ 30 ପ୍ରତିଶତ ସିଲାବସ୍‌ ହ୍ରାସ ହୋଇଛି । ବାକି 70 ପ୍ରତିଶତ ସିଲାବସ୍‌ ପାଇଁ ନୂତନ କ୍ୟାଲେଣ୍ଡର ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

Read More

ନ୍ୟୁୟର୍କ : ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଜାରି ରହିଛି । ତେବେ ଆମେରିକୀୟ ବାସୀ ନିର୍ବାଚନ ଅପେକ୍ଷା ନିଜ ଘର ନିକଟରେ ରହିଥିବା ମଦ ଦୋକାନ ସମ୍ପର୍କରେ ଜାଣିବା ପାଇଁ ଅଧିକ ଉତ୍ସାହ ଦେଖାଇଛନ୍ତି ।  ରାଷ୍ଟ୍ରପତି ନିର୍ବାଚନରେ ଦୁଇ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବିଡେନଙ୍କ ମଧ୍ୟରେ କଡା ଟକ୍କର ହେଉଥିବା ବେଳେ ଆମେରିକୀୟ ବାସୀ କିନ୍ତୁ ଏହାକୁ ନେଇ କୌଣସି ଉତ୍ସାହ ଦେଖାଉନାହାନ୍ତି । ଆମେରିକୀୟ ନ୍ୟୁଜ ୱେବସାଇଟ ବ୍ଲୁମବର୍ଗ ପକ୍ଷରୁ ଏକ ରୋଚକ ତଥ୍ୟ ପ୍ରକାଶ ପାଇଛି । ଏହି ତଥ୍ୟ ଅନୁଯାୟୀ ଲୋକ ରାଷ୍ଟ୍ରପତି ନିର୍ବାଚନ ଅପେକ୍ଷା ନିଜ ଅଞ୍ଚଳରେ ରହିଥିବା ମଦ ଦୋକାନ ସମ୍ପର୍କରେ ଜାଣିବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରିବା ସହିତ ଗୁଗୁଲ ସର୍ଚ୍ଚ କରିଛନ୍ତି । ଚଳିତ ବର୍ଷ ରାଷ୍ଟ୍ରପତି ନିର୍ବାଚନରେ କଲରାଡୋ ସମେତ 6 ରାଜ୍ୟରେ ପ୍ରାୟ 10 କୋଟି ଲୋକ…

Read More

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର କୁଶୀନଗର ଜନପଦର କପ୍ତାନଗଞ୍ଜ ଥାନା ସ୍ଥିତ ଏକ ବେଆଇନ ବାଣ କାରଖାନାରେ ବୁଧବାର ସକାଳେ ବିସ୍ଫୋରଣ ଘଟି ଚାରିଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ତେବେ ଏହି ଅଗ୍ନିକାଣ୍ଡରେ ଆଉ କିଛି ଲୋକେ ଫସି ରହିଥିବାର ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ପୋଲିସ୍‌ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ ଦିପାବଳୀ ପାଇଁ ବାଣ ପ୍ରସ୍ତୁତ କରୁଥିବା ସମୟରେ ଅଚନାକ ବିସ୍ଫୋରଣ ହୋଇଥିଲା । କପ୍ତାନଗଞ୍ଜ ଥାନା ନିକଟ ଓ୍ବାର୍ଡ ନମ୍ବର 11ରେ ଏକ ଅବୈଧ ବାଣ କାରଖାନା ଚାଲୁଥିଲା । ବାଣକାରଖାନାରେ ବିସ୍ଫୋରଣ ହେବା ପରେ ଆଖପାଖରେ ଥିବା ତିନୋଟି ଘର ମଧ୍ୟ ଏହି ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହି ଘଟଣାରେ 4ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 6ଜଣଙ୍କୁ ଅତି ଗୁରୁତର ଭାବେ ଉଦ୍ଧାର କରାଯାଇଛି । ତେବେ ଏହି ଘଟଣାରେ ଅନେକେ ଫସି ରହିଥିବାରୁ…

Read More

ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ଉପ-ନିର୍ବାଚନର ମତଦାନ ଶେଷ ହୋଇଥିବା ବେଳେ ତିର୍ତ୍ତୋଲ ବ୍ଲକର ୨ଟି ପଞ୍ଚାୟତ ୩ଟି ୱାର୍ଡର ୬୦୦ରୁ ଉର୍ଦ୍ଧ ଭୋଟର ଭୋଟ ବର୍ଜନ କରିଥିବା ଜଣାପଡିଛି। ଉକ୍ତ ବ୍ଲକର ଗୋପାଳପୁର, କଟରା ଓ ବିରିତୋଳ ପଞ୍ଚାୟତ ସ୍ଥିତ କେତେକ ଗ୍ରାମର ଭୋଟରମାନେ ଭୋଟ ବର୍ଜନ ପାଇଁ ପୂର୍ବରୁ ଧମକ ଦେଇଥିଲେ। ଏହି ସବୁ ପଞ୍ଚାୟତ ଦେଇ ଯାଇଥିବା ୧୦ନଂ କେନାଲ ବନ୍ଧ ରାସ୍ତା ଗମନାଗମନ ନିମନ୍ତେ ଅନୁପଯୁକ୍ତ ହୋଇଥିବାରୁ ଏହିରାସ୍ତା ନିର୍ମାଣ ନହେଲେ ସେମାନେ ଭୋଟ ବର୍ଜନ କରିବେ ବୋଲି ଜିଲାପାଳଙ୍କୁ ଅଭିଯୋଗ କରିଥିଲେ ବୋଲି ସୂଚନା ମିଳିଥିଲା। ବିରିତୋଳ ପଞ୍ଚାୟତ କଣ୍ଟିଗଡିଆ ଗ୍ରାମର ଲୋକମାନେ ଭୋଟ ବର୍ଜନ ନକରି ଭୋଟ ଦାନ କରିଥିବା ବେଳେ କଟରା ଓ ଗୋପାଳପୁର ପଞ୍ଚାୟତ ୩ଟିୱାର୍ଡର ୬୦୦ରୁ ଉର୍ଦ୍ଧ ଭୋଟର ଭୋଟ ବର୍ଜନ କରିଥିବା ଜଣାପଡିଛି। କଟରା ପଞ୍ଚାୟତ ୧୯ନଂ ୱାର୍ଡ ୧୪୦(ଏ) ବୁଥରେ ହାଜିନଗର ଗାଁର ୫୫୭…

Read More

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ବିଡେନ୍‌ ଓ ଟ୍ରମ୍ପ୍‌ଙ୍କ ମଧ୍ୟରୁ  କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି, ତାହା ଆଜି ସ୍ପଷ୍ଟ ହେବ । ବର୍ତ୍ତମାନ ସୁଦ୍ଧା ଇଲେକ୍ଟୋରାଲ୍ ଭୋଟରେ ଆଗରେ ଅଛନ୍ତି ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଡେନ୍ । ସେ 223ଟି ଇଲେକ୍ଟୋରାଲ ଭୋଟ ସହ ଆଗୁଆ ରହିଥିଲା ବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଛି 148 ଇଲେକ୍ଟୋରାଲ୍ ଭୋଟ୍ ।ପ୍ରାଥମିକ ପର୍ଯ୍ୟାୟରେ ଗଣତିରୁ ଜଣାପଡ଼ିଛି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କର ପ୍ରତିନ୍ଦ୍ୱନ୍ଦୀ ଜୋ ବିଡେନଙ୍କ ମଧ୍ୟରେ କଡ଼ା ମୁକାବିଲା ହେଉଛି ।ତେବେ ଆସନ୍ତୁ ଜାଣିବା ଟ୍ରମ୍ପ୍‌ ଓ ବିଡେନ୍‌ କେଉଁ କେଉଁ ରାଜ୍ୟ ଜିତିଛନ୍ତି । ତେବେ ଏବେସୁଦ୍ଧା 41ଟି ରାଜ୍ୟର ଫଳାଫଳ ଆସିଥିବାବେଳେ ମାତ୍ର 9ଟି ରାଜ୍ୟର ଫଳାଫଳ ଆସିବାକୁ ବାକି ରହିଛି । ପେନ୍‌ସ୍ଲେଭିଆ ଓ ଜର୍ଜିଆରେ ଟ୍ରମ୍ପ୍‌ ଆଗୁଆ ରହିଛନ୍ତି । ମିଳିଥିବା…

Read More

ଭୁବନେଶ୍ବର: ରାଜ୍ୟରେ ଆଉ 12 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମାଲକାନଗିରି ଓ ମୟୂରଭଞ୍ଜରୁ ତିନିଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ 2 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି କେଉଁଝର, ଝାରସୁଗୁଡା, ଯାଜପୁର ଓ ରାୟଗଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂତନ ମୃତକଙ୍କ ମିଶାଇରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 1364କୁ ବୃଦ୍ଧି ହୋଇଛି। https://twitter.com/HFWOdisha/status/1323856102241439745?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1323856102241439745%7Ctwgr%5Eshare_3&ref_url=https%3A%2F%2Fm.dailyhunt.in%2Fnews%2Findia%2Foriya%2Fnews7-epaper-nwsseven%2Frajyareaau12kareanasankramitankamrutyu1364repahagychilamrutakankasankhya-newsid-n226904374 ମୟୂରଭଞ୍ଜରୁ 38 ବର୍ଷୀୟ, 65 ବର୍ଷୀୟ, 60 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ମାଲ୍‌କାନଗିରିରୁ 65 ବର୍ଷୀୟା ମହିଳା, 40 ବର୍ଷୀୟ ମହିଳା ଓ 60 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଭୁବନେଶ୍ବରରୁ 71 ବର୍ଷ ଓ 78 ବର୍ଷ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଝାରସୁଗୁଡାରୁ 65 ବର୍ଷୀୟ ପୁରୁଷ, ଯାଜପୁରରୁ 78…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୪୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୮୫୫ ଜଣ ଚିହ୍ନଟ ହୋଇଥିବାବେଳେ ୬୧୯ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୫ହଜାର ୮୮୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୮୦ ହଜାର ୫୫୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୩ ହଜାର ୯୧୯ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୩୫୨ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୧ ହଜାର ୪୭୪ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ…

Read More

ମୁମ୍ବାଇ, ସାମ୍ବାଦିକ ତଥା ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଆଜି ସକାଳେ ମୁମ୍ବାଇ ପୋଲିସ ଗିରଫ କରିଛି। କ୍ୟାମେରାରୁ ଦୂରରେ ରଖିବା ପାଇଁ ତାଙ୍କ ଘର ଆଗରେ ବହୁ ପୋଲିସ ଭ୍ୟାନ ରଖାଯାଇ ଏହି ଗିରଫ କରାଯାଇଛି। ତେବେ ଏହା ଟିଆରପି ସ୍କାମ ମାମଲାରେ କରାଯାଇ ନାହିଁ। 2018 ମସିହାରେ ଜଣେ ଇଣ୍ଟିରିୟର ଡିଜାଇନରଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କୁ ଗିରଫ କରାଯାଇଛି। ତେବେ ପୋଲିସ ତରଫରୁ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। 2018 ମସିହାରେ ଅର୍ଣ୍ଣବ ନାଭିୟା ନାୟକଙ୍କର ଇଣ୍ଟିରିୟର ଡିଜାଇନର ପ୍ରାୟ ଦୁଇ କୋଟି ଟଙ୍କା ବାକି ରଖିଛନ୍ତି। ସେ ସେହି ଟଙ୍କା ନ ଦେବାରୁ ନାଭିୟା ଏବଂ ତାଙ୍କ ମା ବହୁ ଆର୍ଥିକ ଅନାଟନରେ ଗତି କରିଥିଲେ। ଶେଷରେ ଉଭୟ ଅତ୍ୟାହତ୍ୟା କରିଥିଲେ। ସୁଇସାଇଡିୟାଲ ନୋଟରେ ତାଙ୍କ ଆତ୍ମହତ୍ୟା ପାଇଁ ଅର୍ଣ୍ଣବ ଦାୟି ବୋଲି ଉଲ୍ଲେଖ କରିଥିଲେ। ସେହି ମାମଲାରେ ପୋଲିସ ତାଙ୍କୁ…

Read More

ଭୁବନେଶ୍ୱର: ଦୀର୍ଘ ୨୧ ବର୍ଷର ରାଜ୍ୟ ଶାସନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ଳାନ୍ତ ଓ ଅବଶ କରିପାରିନି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଓଡ଼ିଶାରେ ତିଆରି ହୋଇଥିବା ବିଜୁ ଜନତା ଦଳ ଶାସନକ୍ଷମତାକୁ ଆସିବା ପୂର୍ବରୁ ରାଜ୍ୟରେ ଅନେକ ନେତା ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ନବୀନଙ୍କ ଭଳି ନିରଙ୍କୁସ, ସଂଖ୍ୟା ଗରିଷ୍ଠତା ହାସଲ କରି ଏଭଳି ଦୀର୍ଘ ବର୍ଷ ଶାସନ କ୍ଷମତାରେ ରହିବା ଭଳି ଐତିହାସିକ ସୁଯୋଗ କାହାକୁ ମିଳି ନ ଥିଲା। ଦୁର୍ନୀତି ଯୋଗୁ ଅତୀତର କଂଗ୍ରେସ ଶାସନ ବେଳେ ଯେଭଳି ବିକାଶ ହେବା କଥା ତାହା ହୋଇ ନ ଥିବାରୁ ନବୀନ ପ୍ରଥମେ ଦୁର୍ନୀତି ଉପରେ ରୋକ ଲଗାଇ ଦୁର୍ନୀତିଗ୍ରସ୍ତ ନେତାଙ୍କୁ ଦଳରୁ ତଡି ଦେଲେ। ଫଳରେ ଓଡ଼ିଆ ଲୋକଙ୍କ ଆଶା ଓ ଭରସାର ପ୍ରତୀକ ହୋଇ ଗଲେ ନବୀନ। ପ୍ରଥମ ପାଳି ସରକାର ଗଠନ ବେଳେ ଭାରତୀୟ ଜନତା ପାର୍ଟି ସହ ମେଣ୍ଟ କରିଥିବା…

Read More

ନୂଆଦିଲ୍ଲୀ, ଆଜି 4 ତାରିଖ ବୁଧୁବାର ଛଅଟି ରାଶିର ବ୍ୟକ୍ତିମାନେ ସାବଧାନ ରହିବାର ଆବଶ୍ୟକତା ରହିଛି। କାରଣ ଏହି ରାଶିର ବ୍ୟକ୍ତିମାନଙ୍କ ଗଣନା ଅନୁସାରେ ବୁଧୁବାର ଦିନ 10ଟାରୁ କୌଣସି ଏକ ଅପ୍ରିତିକର ପରିସ୍ଥିତର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ତେବେ ତାହାକୁ ଠିକ୍ ଭାବରେ ସମ୍ମୁଖୀନ ହେଲେ ପରବର୍ତ୍ତି ସମୟରେ ଜବନ ଶାନ୍ତିମୟ ହୋଇ ଉଠିବ। ମେଷ, ସିଂହ, ଧନୁ ରାଶି ଏହି ତିନି ରାଶିର ବ୍ୟକ୍ତିମାନେ ଆଜି ଦିନ 10ଟାଠାରୁ ଟିକିଏ ସାବଧାନ ରହିବେ। ବିଶେଷ କରି ଯେଉଁମାନେ ଅଫିସରେ କାର୍ଯ୍ୟ କରୁଛନ୍ତି ସେମାନେ ଅଧିକ ସାବଧାନ ରହିବା ଆବଶ୍ୟକ। କାରଣ ଗଣନା କହୁଛି ଯେ, ଆଜି ହୁଏତ ଆପଣ ଅଫିସ ରାଜନୀତି ଭିତରେ ଫସି ଯାଇପାରନ୍ତି। ଆପଣଙ୍କ ସହକର୍ମିମାନେ କୌଣସି ଭୁଲ କଥାର ସ୍ବୀକୃତ ନେଇପାରନ୍ତି। ଯାହାଫଳରେ ଆପଣ ପରବର୍ତ୍ତି ସମୟରେ ଅଫିସରେ ନିନ୍ଦିତ ହେବେ। ସେଥିପାଇଁ କୌଣସି ଫାଇଲରେ ଦସ୍ତଖତ କରିବା ପୂର୍ବରୁ ଭଲଭାବରେ ଯାଞ୍ଚ…

Read More

ଭୁବନେଶ୍ବର, ମଣିଷ ଦିନସାରା ଚେୟାରରେ ବସିବସି କାମ କରିଥାଏ। ବେଳେବେଳେ, କମ୍ପ୍ୟୁଟର କିମ୍ବା ଲାପଟପ୍ ରେ ମଧ୍ୟ ଦୀର୍ଘ ସମୟ କାମ କରିବାକୁ ପଡିଥାଏ। ଏହିପରି ସବୁବେଳେ କରିବା ପରେ ବେକ ଯନ୍ତ୍ରଣା ଆରମ୍ଭ ହୁଏ। ଏପରିକି ଭୁଲରେ ଶୋଇବା ଦ୍ୱାରା ବେକ ଯନ୍ତ୍ରଣା ମଧ୍ୟ ହୋଇଥାଏ। ତେବେ ଏପରି ପରିସ୍ଥିତିରେ ଲୋକମାନେ ଔଷଧ ସେବନ କରି ବେକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଚେଷ୍ଠା କରିନ୍ତି। ହେଲେ ଆପଣ ଯଦି ଚାହାଁନ୍ତି, ତେବେ ଔଷଧ ନ ନେଇ ଆପଣ ବେକ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ପାଇପାରିବେ। ସେଥିପାଇଁ କରନ୍ତୁ ଏହି କେତୋଟି ସରଳ ଉପାୟ ବେକ ଯନ୍ତ୍ରଣାରୁ ମୁକ୍ତି ପାଇଁ ଏହି ଚିକିତ୍ସା କରନ୍ତୁ 1-ବେକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଅଦାକୁ ଏକ କପ୍ ପାଣିରେ ଫୁଟାନ୍ତୁ। ଯେତେବେଳେ ଏହା ଭଲ ଭାବେ ଫୁଟିବ ତା’ପରେ ଚା ପତି ଏବଂ ମହୁ ମିଶାଇ ଅଳ୍ପ ଫୁଟାଇ ଓହ୍ଲାଇ ଦିଅନ୍ତୁ।…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବରିଷ୍ଠ ଚିକିତ୍ସକ ତଥା ରାଜ୍ୟର ଜଣାଶୁଣା ସାହିତ୍ୟିକ, ନବୀନ ସାହିତ୍ୟ ପ୍ରତିଷ୍ଠାନର ସାଧାରଣ ସଂପାଦକ ଡ଼ା. ଚନ୍ଦ୍ରମଣି ସ୍ୱାଇଁଙ୍କ ୭୪ ବର୍ଷରେ ଆଜି ହୃଦ୍‌ଘାତରେ ପରଲୋକ ହୋଇଛି। ସ୍ୱର୍ଗତ ସ୍ୱାଇଁ ରାଜ୍ୟର ଏକ ଆଗଧାଡ଼ିର ସାହିତ୍ୟିକ, ଗବେଷକ ଓ ସୁବକ୍ତା ଭାବେ ସୁଖ୍ୟାତି ଅର୍ଜନ କରିଥିଲେ। ସେ ନବୀନ ପ୍ରତିଷ୍ଠାନ ସହିତ ବହୁ ସାହିତ୍ୟ ଅନୁଷ୍ଠାନ ସହିତ ସଂପୃକ୍ତ ଥିଲେ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, କଳିଙ୍ଗ ସାହିତ୍ୟ ସମାଜ ଭଳି ବହୁ ସାହିତ୍ୟ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଥିଲେ। ସେ ଏଗାରଟି ଗ୍ରନ୍ଥ ରଚନା କରି ପାଠକୀୟ ଆଦୃତ ଲାଭ କରିଥିଲେ। ତାଙ୍କର ମୃତ୍ୟୁ ଖବର ପାଇବା ପରେ ବରିଷ୍ଠ ସାମ୍ବାଦିକ ତଥା ନବୀନର ସଂପାଦକ ରବି ରଥ, ଡା. ସଂକର୍ଷଣ ପାତ୍ର, ଡା. ଅମୂଲ୍ୟ ପଟ୍ଟନାୟକ, ଡା. ସାଗର ରଂଜନ ତ୍ରିପାଠୀ, ବହୁମୁଖୀ ଅନୁଷ୍ଠାନର ସଭାପତି କୃଷ୍ଣଚନ୍ଦ୍ର ଦାସ, ସଂପାଦକ ମହମ୍ମଦ ଆସଲାମ୍‌, ନୀବନ ସାହିତ୍ୟ ପ୍ରତିଷ୍ଠାନ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କେ. ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗ୍ରାମର ଦଳିତ ଝିଅ ପ୍ରମୋଦିନୀ ନାୟକଙ୍କୁ ଗତ ମେ ମାସ ୧୦ ତାରିଖ ଦିନ ଅତି ନିର୍ମମ ଭାବେ ଧର୍ଷଣ କରି ହତ୍ୟା କରାଯାଇଥିଲା ବୋଲି ମା’ ରମା ନାୟକ ଅଭିଯୋଗ ଆଣିଥିଲେ। ଏନେଇ ସେ ବହୁବାର ଥାନାଧିକାରୀ, ଏସ୍‌ଡ଼ିପିଓ, ଆରକ୍ଷୀ ଅଧିକ୍ଷକ, ଉପ ଆରକ୍ଷୀ ମହାନିରୀକ୍ଷକ, ଦକ୍ଷିଣାଞ୍ଚଳ ଡ଼ିଆଇଜି, ଅତିରିକ୍ତ ମହାନିର୍ଦ୍ଦେଶକ କ୍ରାଇମଙ୍କୁ ଅଭିଯୋଗ କଲାପରେ ମଧ୍ୟ ଘଟଣା ଘଟିବାର ୧୭୩ ଦିନ ପରେ ସୁଦ୍ଧା ଅପରାଧୀଙ୍କୁ ଗିରଫ କରାନଯିବାରୁ ସେ ଖୋଲା ଆକାଶ ତଳେ ବୁଲୁଛି। ଏହାସହ ସେ କେ. ନୂଆଗାଁ ଥାନାଧିକାରୀଙ୍କ ସହ ଅପରାଧୀଙ୍କ ମଧୁଚନ୍ଦ୍ରିକା ରହିଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି, ଯାହାଫଳରେ ଅପରାଧୀଙ୍କୁ ସେ ଗିରଫ କରୁନାହାନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କୁ ପାଣିରେ ବୁଡ଼ାଇ ମରାଯାଇଥିବା, ୧୦ରୁ ଅଧିକ ବ୍ୟକ୍ତିଙ୍କ ସହ ଧସ୍ତାଧସ୍ତି ହୋଇଥିବାରୁ ଦେହରେ ଅନେକ କ୍ଷତ ସୃଷ୍ଟି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କିଛି ମାସ ମଧ୍ୟରେ ସର୍ବାଧିକ କରୋନା ରୋଗୀ ଆଜି ଗଂଜାମରେ ଚିହ୍ନଟ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ୍ ସତ୍ତ୍ୱେ ଲୋକେ ସଚେତନ ନହେବାରୁ ଗଂଜାମରେ ବୋଧହୁଏ କରୋନାର ଦ୍ୱିତୀୟ ତରଙ୍ଗ ଆରମ୍ଭ ହୋଇଗଲାଣି। ଶୀତଦିନରେ ଅଧିକ ସଚେତନ ରହିବାକୁ ସରକାରଙ୍କ ପକ୍ଷରୁ ବାରମ୍ବାର ତାଗିଦ୍ ସତ୍ତ୍ୱେ କରୋନା ଚାଲିଯାଇଛି ଭାବି ଲୋକେ ସଚେତନ ହେଉନାହାନ୍ତି। ରାସ୍ତା, ଦୋକାନଘାଟ, ବଜାର, ପରିବାର ମାର୍କେଟ, ମାଛ ମାର୍କେଟ, ଅଟୋ, ବସ୍‌, ରିକ୍‌ସା ସବୁଠେ ଅହେତୁକ ଭିଡ଼। ସାମାଜିକ ଦୂରତାକୁ ଫୁ କରି ଲୋକେ ଉଡ଼ାଇ ଦେଇଛନ୍ତି। ଜଣେ ବି ମାସ୍କ ପନ୍ଧୁଥିବା ବଜାର ଘାଟରେ ଦେଖିବାକୁ ମିଳିନାହିଁ। ଫଳରେ ପୁଣିଥରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ୩୯୦୦ଟି ସ୍ୱାବ୍ ପରୀକ୍ଷା କରାଯାଇଥିବାବେଳେ ଆଜି ୬୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫୬ ସ୍ଥାନୀୟ ଓ ୫ ଜଣ କରୋନା ଯୋଦ୍ଧା ଅଛନ୍ତି। ବ୍ରହ୍ମପୁର ମହାନଗର…

Read More

କଟକ, ଆଜି କଟକ ପୋଲିସକୁ ଏକ ବଡ ସଫଳାତ ମିଳିଛି। ବାଦାମବାଡି ପୋଲିସ ଚଢାଉ କରି ଚୋରା ବାଇକ ସହିତ ପାଞ୍ଚଜଣଙ୍କୁ ଧରିବାରେ ସକ୍ଷମ ହୋଇଛି। ସେମାନଙ୍କଠାରୁ ମୋଟ 22 ଟି ଚୋରା ବାଇକ ଉଦ୍ଧାର କରାଯାଇଛି। ସେମାନେ ଏହି ବାଇକଗୁଡିକ ରଂଗ ବଦଳାଇ ବିକ୍ରି କରିବାର ଯୋଜନା କରୁଥିଲେ। ଏହି ପାଞ୍ଚଜଣଙ୍କ ମଧ୍ୟରୁ ଚାରିଜଣ ବାଇକ ଆଣିବା କାମରେ ଥିବା ବେଳେ ଜଣେ ବିକ୍ରୀ କରୁଥିବା ବ୍ୟକ୍ତି ଅନ୍ତର୍ଭୁକ୍ତ। ଗତ ସପ୍ତାହରେ ଜଗତପୁର ପୋଲିସ ମଧ୍ୟ ସେହିପରି ଚଢାଉ କରି 35ଟି ବାଇକ ଜବତ କରିଥିଲା।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଶିକ୍ଷା ମାଫିଆଙ୍କ ଚାପରେ ଆସି ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ଧ୍ୱଂସ କରୁଛନ୍ତି ଖୋଦ୍ ଓଡ଼ିଶା ସରକାର। ଆଉ ଏହାର ଜ୍ୱଳନ୍ତ ପ୍ରମାଣ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରେ ୪୩୩ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି। ଆସନ୍ତା ୨୦୨୧-୨୨ ଶିକ୍ଷାବର୍ଷରୁ ସମଗ୍ର ଜିଲ୍ଲାରେ ୪୩୩ ସ୍କୁଲ ବନ୍ଦ ହେବାକୁ ଥିବା ବେଳେ କେବଳ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ୧୮୬ଟି ସ୍କୁଲ ବନ୍ଦ ହେବାକୁ ଯାଉଛି। କାହା ସ୍ୱାର୍ଥରେ ବିଜେଡ଼ି ନେତୃତ୍ୱାଧିନ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଲେ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା କଂଗ୍ରେସର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡ଼ୁ ପ୍ରଶ୍ନ କରିଛନ୍ତି। ରାଜ୍ୟରେ ଜନସଂଖ୍ୟା ବଢ଼ିଥିଲେ ମଧ୍ୟ ସ୍କୁଲଗୁଡ଼ିକୁ ଛାତ୍ରଛାତ୍ରୀ ନ ଆସିବା ନିଶ୍ଚିତ ଏକ ଉଦ୍‌ବେଗଜନକ ଘଟଣା। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ରାଜ୍ୟର ସରକାରୀ ସ୍କୁଲଗୁଡ଼ିକ ଯୁଗୋପଯୋଗୀ ନୁହେଁ, ଆଧୁନିକ ସମୟରେ ଘରୋଇ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ବିଶ୍ବରେ କରୋନା ଭୂତାଣୁ ୧୨ ଲକ୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ଜୀବନ ନେଇସାରିଥିବା ବେଳେ ଆମ ରାଜ୍ୟରୁ ୧ ହଜାର ୩୫୨ଜଣଙ୍କ  ଜୀବନ ଚାଲିଗଲାଣି। ବର୍ତ୍ତମାନ କରୋନାଜନିତ ମୃତ୍ୟୁ ଠାରୁ ଖାଇବାକୁ ନପାଇ ଅନାହାରରେ କିମ୍ବା ଜୀବିକା ହରାଇ ଲକ୍ଷାଧିକ ଗରିବ ଲୋକଙ୍କ ଜୀବନ ଗଲାଣି। ଯଦିବା ଏହାର କୌଣସି ସରକାରୀ ହିସାବ ନାହିଁ, କିନ୍ତୁ ସରକାର ଏସବୁକୁ ଭଲ ଭାବରେ ଅନୁଭବ କରିପାରୁଛନ୍ତି। ସେଥିପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏନେଇ ଚିନ୍ତା ପ୍ରକଟ କରି ଜୀବନ ଜୀବିକାକୁ ଗୁରୁତ୍ଵ ଦେଉଥିବା ବେଳେ ଏହାକୁ କେତେ ଜଣ ଭ୍ରଷ୍ଟ ନେତା ଓ ସରକାରୀ କର୍ମଚାରୀ ଅଣଦେଖା କରୁଛନ୍ତି। କଙ୍କଡାକୁ ଗୋଳିପାଣି ସୁବିଧା ପରି ଏମାନେ ଏହି ଦୁର୍ଦ୍ଦିନ ସମୟରେ ଗରିବ ନିଷ୍ପେସିତ ଲୋକଙ୍କୁ ଶୋଷଣ କରି ଚାଲିଛନ୍ତି। ଏହି ମହାମାରୀ ସମୟରେ ଜୀବନ ଜୀବିକାକୁ ସୁରକ୍ଷିତ ରଖିବା ପାଇଁ ମନରେଗା ଯୋଜନା ଗରିବ ଲୋକଙ୍କ ପାଇଁ…

Read More

ଭୁବନେଶ୍ବର, ବେଶ୍ ଶାନ୍ତ ଶୃଙ୍ଖଳାର ସହିତ ଶେଷ ହେଲା ଓଡିଶାର ଦୁଇଟି ଆସନର ଉପନିର୍ବାଚନ। ଆଜି ସକାଳ 6 ଟାରୁ ମତଦାନ ପକ୍ରିୟା ଆରମ୍ଭ ହୋଇଥିଲା। ତେବେ ବାଲେଶ୍ବର କେତେକ ଆସନରେ ସଂଧ୍ୟା 6 ଟା ପରେ ମଧ୍ୟ ମତଦାନ ପକ୍ରିୟା ଚାଲୁ ରହିଛି। ତେବେ ସଦ୍ୟ ସୂଚନା ଅନୁସାରେ ବାଲେଶ୍ବରରେ ୭୧ ପ୍ରତିଶତ ଏବଂ ତିର୍ତ୍ତୋଲରେ ୬୯.୯ ପ୍ରତିଶତ ମତଦାନ ହୋଇଛି। ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ତେବେ ଚୁଡାନ୍ତ ମତଦାନ ପ୍ରତିଶତ କେତେ ହେଲା ସଂପୂର୍ଣ୍ଣ ଭୋଟ ଗ୍ରହଣ ସରିବା ପରେ ଆସନ୍ତାକାଲି ଜଣାପଡିବ। ଗତ ସାଧାରଣ ନିର୍ବାଚନ ବେଳେ ବାଲେଶ୍ୱରରେ ୭୧.୨୯ ପ୍ରତିଶତ ଏବଂ ତିର୍ତ୍ତୋଲରେ ୭୪.୦୯ ପ୍ରତିଶତ ମତଦାନ ହୋଇଥିଲା। ଆଜି ଯେଉଁ ବୁଥଗୁଡିକରେ ନିର୍ଦ୍ଧାରିତ ସମୟରେ ମତଦାନ ହୋଇଯାଇଛି ସେହି ଇଭିଏମଗୁଡିକ ଷ୍ଟ୍ରଙ୍ଗରୁମରେ ରଖାଯାଇଛି। ସେଠାରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ଆସନ୍ତା…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୪୬୨ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୧୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୨୮, କେନ୍ଦ୍ରାପଡାରୁ ୧୦୪, ସୁନ୍ଦରଗଡରୁ ୭୭, ଅନୁଗୁଳରୁ ୭୨, ବଲାଙ୍ଗୀରିରୁ ୬୫, ପୁରୀରୁ ୫୬, ବାଲେଶ୍ବରରୁ ୫୪, ଝାରସୁଗୁଡାରୁ ୫୩, ନବରଙ୍ଗପୁରରୁ ୪୭, ଯାଜପୁରରୁ ୪୨, ମୟୂରଭଞ୍ଜରୁ ୪୨, କେନ୍ଦୁଝରରୁ ୪୧, ଗଞ୍ଜାମରୁ ୩୯, ନୂଆପଡ଼ାରୁ ୩୬, କଳାହାଣ୍ଡିରୁ ୩୪, ବୌଦ୍ଧରୁ ୩୨, ସମ୍ବଲପୁରରୁ ୩୨, ମାଲକାନଗିରିରୁ ୨୭, ଭଦ୍ରକରୁ ୨୫, କୋରାପୁଟରୁ ୨୪, ନୟାଗଡରୁ ୨୪, ଦେବଗଡ଼ରୁ ୧୬, ଢେଙ୍କାନାଳରୁ ୧୫, କନ୍ଧମାଳରୁ ୧୫, ସୋନପୁରରୁ ୧୫, ଗଜପତିରୁ ୭ ଏବଂ ଷ୍ଟେଟ ପୁଲରୁ ୬୦ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ…

Read More

ଭୁବନେଶ୍ବର, ଦୁଇ ଉପନିର୍ବାଚନରେ ହେଉଥିବା ମତଦାନର ଚତୁର୍ଥ ପର୍ଯ୍ୟାୟରେ 55.04 ପ୍ରତିଶତ ଭୋଟ ଗ୍ରହଣ ହୋଇଛି। ଏଥିରେ ଦୁଇ ନିର୍ବାଚନ ମଣ୍ଡଳୀରେ ଅପରାହ୍ନ 1 ଟା ସୁଦ୍ଧା 40.51 ପ୍ରତିଶତ ମତଦାନ ହୋଇଥିଲା।  ତେବେ ଏହି ପର୍ଯ୍ୟାୟରେ ବାଲେଶ୍ବରରେ 54.84 ପ୍ରତିଶତ ଏବଂ ତିର୍ତ୍ତୋଲରେ 55.23 ପ୍ରତିଶତ ମତଦାନ ହୋଇଛି। ସଂଧ୍ୟା ଛଅଟା ପର୍ଯ୍ୟନ୍ତ ଏହି ମତଦାନ ପକ୍ରିୟା ଚାଲିବ।

Read More