ଆଜି ଭୋରରୁ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ, ତେବେ ଟିଆରପି ମାମଲାରେ ନୁହେଁ

Published: Nov 4, 2020, 10:26 am IST

ମୁମ୍ବାଇ, ସାମ୍ବାଦିକ ତଥା ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଆଜି ସକାଳେ ମୁମ୍ବାଇ ପୋଲିସ ଗିରଫ କରିଛି। କ୍ୟାମେରାରୁ ଦୂରରେ ରଖିବା ପାଇଁ ତାଙ୍କ ଘର ଆଗରେ ବହୁ ପୋଲିସ ଭ୍ୟାନ ରଖାଯାଇ ଏହି ଗିରଫ କରାଯାଇଛି। ତେବେ ଏହା ଟିଆରପି ସ୍କାମ ମାମଲାରେ କରାଯାଇ ନାହିଁ। 2018 ମସିହାରେ ଜଣେ ଇଣ୍ଟିରିୟର ଡିଜାଇନରଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କୁ ଗିରଫ କରାଯାଇଛି। ତେବେ ପୋଲିସ ତରଫରୁ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ।

2018 ମସିହାରେ ଅର୍ଣ୍ଣବ ନାଭିୟା ନାୟକଙ୍କର ଇଣ୍ଟିରିୟର ଡିଜାଇନର ପ୍ରାୟ ଦୁଇ କୋଟି ଟଙ୍କା ବାକି ରଖିଛନ୍ତି। ସେ ସେହି ଟଙ୍କା ନ ଦେବାରୁ ନାଭିୟା ଏବଂ ତାଙ୍କ ମା ବହୁ ଆର୍ଥିକ ଅନାଟନରେ ଗତି କରିଥିଲେ। ଶେଷରେ ଉଭୟ ଅତ୍ୟାହତ୍ୟା କରିଥିଲେ। ସୁଇସାଇଡିୟାଲ ନୋଟରେ ତାଙ୍କ ଆତ୍ମହତ୍ୟା ପାଇଁ ଅର୍ଣ୍ଣବ ଦାୟି ବୋଲି ଉଲ୍ଲେଖ କରିଥିଲେ। ସେହି ମାମଲାରେ ପୋଲିସ ତାଙ୍କୁ ଗିରଫ କରିଥିବାର ଜଣାପଡିଛି।

Related posts