Author: Samikhsya Bureau

ମୁମ୍ବାଇ, ପ୍ରଖ୍ୟାତ ଅଭିନେତା ଅମିର ଖାନଙ୍କ ଝିଅଙ୍କ ଏକ ଖୋଲାସକୁ ନେଇ ଚାରିଆଡେ ବର୍ତ୍ତମାନ ଚର୍ଚ୍ଚା ଚାଲିଛି। ଅମିରଙ୍କ ଝିଅ ଇରା ଖାନ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟିଂକୁ ନେଇ ଏହି ଚର୍ଚ୍ଚା ଚାଲିଛି। ଇରା କହିଛନ୍ତି ଯେ, ସେ ଚଉଦ ବର୍ଷ ବୟସ ବେଳେ ଯୌନ ଶୋଷଣର ଶିକାର ହୋଇଥିଲେ। ଏହାକୁ ନେଇ ପୁରା ବଲିଉଡ ପଡୁଛୁ ଉଠୁଛି। ବିଶ୍ବ ଅବସାଦ ଦିବସ ଉପଲକ୍ଷେ ଇରା ଏହି ପୋଷ୍ଟିଂ କରିଛନ୍ତି। ସେଥିରେ ସେ କହିଛନ୍ତି ଯେ, ମୋ ବାପାମାଙ୍କ ଛାଡପତ୍ର ନେଇ ମୁଁ ଅବସାଦ ଗସ୍ତ ହୋଇ ନାହିଁ। ପଇସାପତ୍ର ନେଇ ଅବସାଦ ଗସ୍ତ ହୋଇ ନାହିଁ। ଶେଷରେ ସେ କହିଛନ୍ତି ଯେ 14 ବର୍ଷ ବୟସରେ ଯୌନ ଶୋଷଣର ଶିକାର ହୋଇଥିଲି। ତେବେ ତାହା ଯୋଗୁଁ ଅବସାଦ ହୋଇଥିଲେ କି ନାହିଁ ଇରା ଉଲ୍ଲେଖ କରି ନାହିାଁନ୍ତି।

Read More

ଦୁବାଇ: ଚଳିତ ଆଇପିଏଲର ଅନ୍ତିମ ଲିଗ ମ୍ୟାଚରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ  ଲଢେଇ ହେବ। କର ବା ମର ପରିସ୍ଥିତିରେ ହାଇଦ୍ରାବାଦ। ହାଇଦ୍ରାବାଦକୁ ନିଶ୍ଚିତ ବିଜୟ ଆବଶ୍ୟକ କରୁଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ବାଙ୍ଗାଲୋର ବିପକ୍ଷରେ ଖେଳିବା ପାଇଁ ହାଇଦ୍ରାବାଦକୁ ସୁଯୋଗ ମିଳିବ। ଯଦି ମୁମ୍ବାଇ ଠାରୁ ପରାଜିତ ହୁଏ, ଟୁର୍ଣ୍ଣାମେଣ୍ଟରୁ ବିଦା ନେବା ସହିତ କୋଲକୋତା ପାଇଁ ଏକ ସୁଯୋଗ ସୃଷ୍ଟି କରିବ। ଯଦିବା ମୁମ୍ବାଇ ପାଇଁ ଆଜିର ମ୍ୟାଚଟି ସେତେ ଗୁରୁତ୍ୱପୂର୍ଣ୍ଣ ନୁହଁ, କିନ୍ତୁ ଉଭୟ ହାଇଦ୍ରାବାଦ ଏବଂ କୋଲକୋତା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୁମ୍ବାଇର ବିଜୟ ପାଇଁ କୋଲକୋତା ଦଳ ଏବଂ ତାଙ୍କର ସମର୍ଥକ ଆଶାବାନ୍ଧି ବସିଥିବା ବେଳେ ହାଇଦ୍ରାବାଦ ବିଜୟ ଲାଭ କରିବା ପାଇଁ ନିଜର ଶତ ପ୍ରତିଶତ କୌଶଳ ଲଗାଇବ। ସୂଚନା ଯୋଗ୍ୟ ଯେ, ପ୍ଲେ ଅଫ ରେ ଚାରୋଟି ଦଳ ମଧ୍ୟରୁ ତିନୋଟି ଦଳ ସ୍ଥାନ…

Read More

ଭୁବନେଶ୍ବର, ଦୁଇ ଉପନିର୍ବାଚନରେ ହେଉଥିବା ମତଦାନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପ୍ରତିଶତ ଆସିଛି। ଏଥିରେ ଦୁଇ ନିର୍ବାଚନ ମଣ୍ଡଳୀରେ ଅପରାହ୍ନ ଗୋଟାଏ ସୁଦ୍ଧା 40.51 ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି। ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।  ତେବେ ଏହି ପର୍ଯ୍ୟାୟରେ ବାଲେଶ୍ବରରେ 41.36 ପ୍ରତିଶତ ମତଦାନ ହୋଇଥିବା ବେଳେ ତିର୍ତ୍ତୋଲରେ 39.68 ପ୍ରତିଶତ ହୋଇଛି। ଏହି ମତଦାନ ହାର ପରବର୍ତ୍ତି ସମୟରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Read More

ନାଇଜର: ଫ୍ରାନ୍ସ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ଆରମ୍ଭ କରିଛି। ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଫ୍ରାନ୍ସ ଏୟାର ଷ୍ଟ୍ରାଇକ୍ ଦ୍ୱାରା ୫୦ ଅଲ-କାଏଦା ଆତଙ୍କିଙ୍କୁ ହତ୍ୟା କରିଥିବା ସୂଚନା ରହିଛି। ବୁର୍କିନା ଫାସୋ ଏବଂ ନାଇଜର ସୀମା ନିକଟରେ ଶୁକ୍ରବାର ଦିନ ଏହି ଏୟାର ଷ୍ଟ୍ରାଇକ୍ କରାଯାଇଥିଲା। ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଫ୍ରାନ୍ସ ସରକାର ଏବେ ଆତଙ୍କବାଦୀଙ୍କୁ ସଫା କରିବା ପାଇଁ ଅପରେସନ ଆରମ୍ଭ କରିଛି। ଅକ୍ଟୋବର ୩୦ତାରିଖରେ ଆତଙ୍କବାଦୀଙ୍କ ଉପରେ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଯେଉଁଥିରେ ୫୦ରୁ ଉର୍ଦ୍ଧ୍ଵ ଆତଙ୍କବାଦୀ ନିହତ ହେବା ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ୩୦ଟି ମୋଟରସାଇକେଲ ସହିତ କେତେଜଣ ଆତଙ୍କିଙ୍କୁ ଗିରଫ ମଧ୍ୟ କରାଯାଇଛି। ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲ କହିଛନ୍ତି ଯେ ଯେତେବେଳେ ଡ୍ରୋନ୍ ମାଧ୍ୟମରେ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଏକ ବଡ଼ ଗୋଷ୍ଠିକୁ ଠାବ କରାଯାଇଥିଲା ସେତେବେଳେ…

Read More

ନୂଆଦିଲ୍ଲୀ: ବିଶ୍ବରେ ଜଳ ସଙ୍କଟ ବଢିବାକୁ ନେଇ ସତର୍କତା ସ୍ୱରୂପ ଏକ ତଥ୍ୟ ଜାରି କରିଛି ୱାର୍ଲଡ ୱାଇଡ୍‌ ଫଣ୍ଡ। ଏହି ସଂଗଠନର ତଥ୍ୟ ଅନୁଯାୟୀ ୨୦୫୦ ମସିହା ସୁଦ୍ଧା ବିଶ୍ଵର ୧୦୦ଟି ବଡ ବଡ ସହରରେ ଜଳର ଅଭାବ ପରିଲିକ୍ଷିତ ହେବ। କିନ୍ତୁ ଭାରତରେ ଏହି ଜଳ ସଙ୍କଟ ଅଧିକ ପରିମାଣରେ ଦେଖାଯିବ। ବିଶ୍ଵର ୧୦୦ଟି ସହର ମଧ୍ୟରୁ କେବଳ ଭାରତରେ ୩୦ ଟି ସହରରେ ଜଳର ଅଭାବ ଦେଖାଯିବ। ଯଦି ଏବେଠାରୁ ଜଳ ସଙ୍କଟର ମୁକାବିଲା ଲାଗି ପଦକ୍ଷେପ ଗ୍ରହଣ କରା ନଯିବ ତେବେ ଭବିଷ୍ୟତ ଅତ୍ୟନ୍ତ ଭୟାନକ ହେବ ବୋଲି କୁହାଯାଇଛି। ତେବେ ଉକ୍ତ ତାଲିକାରେ ସ୍ଥାନ ପାଇଥିବା ଭାରତର ୩୦ ପ୍ରମୁଖ ସହର ମଧ୍ୟରେ ରହିଛି ଜୟପୁର, ଇନ୍ଦୋର, ଅମୃତସର, ପୁନେ, ଶ୍ରୀନଗର, କୋଲକାତା, ବେଙ୍ଗାଲୁରୁ, ମୁମ୍ବାଇ, କୋଝିକୋଡ୍‌, ବିଶାଖାପଟନମ୍‌, ଥାନେ, ବଡୋଦରା, ରାଜକୋଟ୍‌, କୋଟା, ନାସିକ, ଅହମ୍ମଦାବାଦ, ଜବଲପୁର, ହୁବଲି-ଧରୱାଡ, ଭୋପାଳ, ଗ୍ୱାଲିୟର, ସୁରଟ,…

Read More

ବାଲେଶ୍ବର, ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ପୁଲିଂ ବୁଥ ମଧ୍ୟରୁ କେତେକ ଆଦର୍ଶ ବୁଥ କରାଯିବ। ଯେଉଁଥିରେ ଭୋଟରଙ୍କ ଭୋଟ ଦେବାକୁ ଆସିଲେ ସ୍ବାଗତ କରାଯିବ। ସେହି ଅନୁସାରେ ବାଲେଶ୍ବର ଏବଂ ତିର୍ତ୍ତୋଲର ବିଭିନ୍ନ ବୁଥକୁ ଆଦର୍ଶ ବୁଥ ଭାବେ କରାଯାଇଛି। କେନ୍ଦ୍ରକୁ ବେଲୁନରେ ସଜାଯିବା ସହିତ ଭୋଟରଙ୍କୁ ଫୁଲ ଦେଇ ଭୋଟ ଗ୍ରହଣ ଭିତରକୁ ନିଆଯାଉଛି। ଏଥିସହିତ ସେମାନେ ଅପେକ୍ଷା କରିବା ପାଇଁ ମଧ୍ୟ ବସିବାର ବନ୍ଦୋବସ୍ତ କରାଯାଇଛି। ଏହାଦ୍ବାରା ଭୋଟରମାନେ ଭୋଟ ଗ୍ରହଣ କେନ୍ଦ୍ରକୁ ଆଗ୍ରହରେ ଆସିବେ ବୋଲି ଆଶା କରାଯାଇଛି।

Read More

ଭୁବନେଶ୍ବର, ଓଡିଶାରେ ଦୁଇଟି ବିଧାନସଭା କ୍ଷେତ୍ରରେ ଚାଲିଥିବା ମତଦାନରେ ବାଲେଶ୍ବର ସଦରରେ ସର୍ବାଧିକ ମତଦାନ ହୋଇଛି। ଦ୍ବିତୀୟ ରାଉଣ୍ଡ ସୁଦ୍ଧା ୨୭.୬ ପ୍ରତିଶତ ମତଦାନ ହୋଇଥ୍ବାର ଜଣାପଡିଛି। ସେହିପରି ତିର୍ତ୍ତୋଲରେ ଏହି ରାଉଣ୍ଡରେ ମାତ୍ର ୨୪.୯୩ ପ୍ରତିଶତ ହୋଇଛି। ତେବେ ଏହି ଭୋଟ ହାର ଧିରେ ଧିରେ ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଚାଲିଥିବାର ଜଣାପଡିଛି। କରୋନା ପାଇଁ ମତଦାତାଙ୍କୁ ସୁରକ୍ଷିତ ଭାବେ ଭୋଟ ଦେବା ପାଇଁ ନିଆଯାଉଛି। ଥର୍ମାଲ ସ୍କାନିଂ ସହିତ ସାନିଟାଇଜେସନ କରାଯାଉଛି। ଏଥିପାଇଁ ଆଶାକର୍ମିଙ୍କୁ ନିଯୁକ୍ତି ଦିଆଯାଇଛି।

Read More

ଭୁବନେଶ୍ୱର: ଆଜି ରମାଦେବୀ ବିଶ୍ବବିଦ୍ୟାଳୟର ଟପ୍ପର ତାଲିକା ପ୍ରକାଶ ପାଇଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ୟୁଜି ଓ ପିଜି ବର୍ଗର ଟପ୍ପର ତାଲିକା ପ୍ରକାଶ ପାଇଛି। ଯୁଜିର ସୁଶ୍ରୀ ଶୁଭସ୍ମିତା ନାୟକ ଶ୍ରେଷ୍ଠ ଗ୍ରାଜୁଏଟ ହୋଇପାରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଗତ ଅକ୍ଟୋବର ୩୦ ତାରିଖରେ ବିଶ୍ଵବିଦ୍ୟାଳୟର ପ୍ରକାଶ ପାଇଥିଲେ ମଧ୍ୟ ଟପ୍ପର ତାଲିକା ଘୋଷଣା କରାଯାଇ ପାରିନଥିଲା। ଏନେଇ ବହୁ ବାଦ ବିବାଦ ଲାଗିରହିଥିଲା। ଛାତ୍ର ସଂଗଠନ ପକ୍ଷରୁ ଦୃଢ ପ୍ରତିବାଦ କରାଯାଇଥିଲା। କିନ୍ତୁ ଶେଷରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଛି।

Read More

ପୁରୀ, ଆଜି ଓଡିଶାରେ ଦୁଇଟି ଉପନିର୍ବାଚନ ଏବଂ ବିହାର ନିର୍ବାଚନରେ ଲୋକେ ଭୋଟ ଦେଇ ଗଣତନ୍ତ୍ର ପର୍ବରେ ସାମିଲ ହେବା ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସଚେତନତା ବାଲୁକା କଳା।

Read More

ରମେଶ ମହାନ୍ତି ଜଗତସିଂହପୁର: ଆଜି ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଉକ୍ତ ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ନାମ ଅଛି କି ନାହିଁ ତାହା ଜାଣିବା ପାଇଁ ‘ନ୍ୟାସନାଲ ଭୋଟର୍ସ ସର୍ଭିସ୍ ପୋର୍ଟାଲ’ କୁ ଯାଇ ଯେକୌଣସି ଭୋଟର ତାଙ୍କର ନାମ ଯାଂଚ କରିପାରିବେ। ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଏହି ସେବା ଯୋଗାଇ ଦିଆଯାଇଛି। କେଉଁ ବୁଥ୍‌ରେ ଆପଣଙ୍କ ନାମ ଭୋଟର ତାଲିକାରେ ଅଛି ତାହା ଜାଣି ପାରିବେ। ଏହି ପୋର୍ଟାଲରେ ନିଜ ରାଜ୍ୟର ନିର୍ବାଚନୀୟ ତଥ୍ୟ ଯଥା – ନାମ, ପିତାଙ୍କ ନାମ, ରାଜ୍ୟ, ନିର୍ବାଚନମଣ୍ଡଳୀ, ବୟସ, ଲିଙ୍ଗକୁ ଉପଯୋଗ କରି ଯେକୌଣସି ଭୋଟର ତାଙ୍କର କେଉଁ ବୁଥ୍‌ରେ ନାମ ଅଛି ତାହା ଜାଣିପାରିବେ। ଏତଦ୍‌ବ୍ୟତୀତ ନିଶୁକ୍ଳ ନମ୍ବର ୧୮୦୦୩୪୫୧୨୭୯ ଜଗତସିଂହପୁରକୁ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଜଣାଇଛନ୍ତି। ଏହାସହିତ ମତଦାନ ପାଇଁ କେବଳ ଚିରିକୁଟି କିମ୍ବା ଫଟୋ ଭୋଟର…

Read More

ଭୁବନେଶ୍ବର: ରାଜ୍ୟରେ ଆଉ ୧୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ବରରୁ ଜଣେ ୭୫ ବର୍ଷିୟା ମହିଳା ହୋଇଥିବା ବେଳେ ଆଉ ଜଣେ ୭୨ ବର୍ଷୀୟ ପୁରୁଷ ଏବଂ ଖୋର୍ଦ୍ଧାରୁ ଜଣେ ୫୯ ବର୍ଷିୟା ମହିଳା। ସେହିପରି ଢେଙ୍କାନାଳରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୪୨ ବର୍ଷିୟା ମହିଳା ଏବଂ ଜଣେ ୬୮  ବର୍ଷିୟା ମହିଳା। ନୂଆପଡାରୁ ଜଣେ ୬୯ ବର୍ଷୀୟ ପୁରୁଷ, ସୁନ୍ଦରଗଡରୁ ଜଣେ ୭୦ ବର୍ଷିୟା ମହିଳା, କଟକରୁ ଜଣେ ୪୫ ବର୍ଷୀୟ ପୁରୁଷ, ଜଗତସିଂହପୁରରୁ ଜଣେ ୮୨ ବର୍ଷୀୟ ପୁରୁଷ,  ଭଦ୍ରକରୁ ଜଣେ ୬୧ ବର୍ଷୀୟ ପୁରୁଷ, ବାଲେଶ୍ବରରୁ ଜଣେ ୬୮ ବର୍ଷୀୟ ପୁରୁଷ, କଳାହାଣ୍ଡିରୁ ଜଣେ, ୩୬ ବର୍ଷୀୟ ପୁରୁଷ, । ଏନେଇ  ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୨୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୬୯୭ ଜଣ ଚିହ୍ନଟ ହୋଇଥିବାବେଳେ ୫୦୪ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୪ ହଜାର ୪୧୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୭୯ ହଜାର ୯୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୩ ହଜାର ୯୧୯ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୩୪୦ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୧ ହଜାର ୨୦୧ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ନାଚୁଣୀ ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଆମ୍ବୁଲାନସ୍ ଓଲଟି ୫ ଜଣ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ପଶ୍ଚିମବଙ୍ଗ ରାଜ୍ୟ ନର୍ଥ ୨୪ ପ୍ରଗଣାର ତ୍ରୁପ୍ତି ମୁଣ୍ଡା ତାଙ୍କ ସ୍ୱାମୀ ଦିଲିପ ମୁଣ୍ଡାଙ୍କ ମୃତ ଶରୀର ଧରି ଏକ ଆମ୍ବୁଲାନସ୍ ଯୋଗେ ତାମିଲନାଡୁରୁ ନିଜ ଗ୍ରାମକୁ ଯାଉଥିଲେ।  ଉକ୍ତ ଆମ୍ବୁଲାନସ୍ ରେ ତୃପ୍ତିଙ୍କ ସହ ତାଙ୍କ ପରିବାରର ଅନ୍ୟ ଚାରି ଜଣ ସଦସ୍ୟ ମଧ୍ୟ ଥିଲେ। ହେଲେ ନାଚୁଣୀ ଫାଣ୍ଡି ନିକଟରେ ଆମ୍ବୁଲାନ୍ସର ଚକା ଫାଟିଯିବାରୁ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଓଲଟିପଡିଥିଲା। ଖବର ପାଇ ନାଚୁଣୀ ପୋଲିସ ଏବଂ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ଆମ୍ବୁଲାନ୍ସ ରୁ ସମସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଆହତ ହୋଇଥିବାସ୍ଥଳେ ଅନ୍ୟ ତିନି ଜଣ…

Read More

ଭୁବନେଶ୍ବର, ଓଡିଶାର ଦୁଇ ନିର୍ବାଚନ ମଣ୍ଡଳୀ ତିର୍ତ୍ତୋଲ ଏବଂ ବାଲେଶ୍ବରରେ ଚାଲିଛି ମତଦାନ। ଆଜି ସକାଳ ସାତଟାରୁ ଏହି ମତଦାନ ପକ୍ରିୟା ଆରମ୍ଭ ହୋଇଛି। ସକାଳୁ ସକାଳୁ ଭିଡ ପରିଲକ୍ଷିତ ନ ହେଉଥିଲେ ମଧ୍ୟ ଧିରେ ଧିରେ ଗହଳି ବୃଦ୍ଧି ପାଉଛି। ତେବେ କରୋନା ସଂକ୍ରାମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଭୋଟରମାନେ ବୁଥ ଭିତରକୁ ପ୍ରବେଶ ପୂର୍ବରୁ ଥର୍ମାଲ ସ୍କାନିଂ କରାଯାଉଛି। ଏହାପରେ ସାନିଟାଇଜର କରି ଭୋଟ ଦେଉଛନ୍ତି। ଏଥିପାଇଁ ଆଶା କର୍ମି ଏବଂ ଏସଏଚଜି ମହିଳାମାନଙ୍କୁ ନିୟୋଜିତ କରାଯାଇଛି। ଆଜି ଏହି ମତଦାନ ପକ୍ରିୟା ଅପରାହ୍ନ 6 ଟା ପର୍ଯ୍ୟନ୍ତ ଚାଲିବ। କରୋନା ସୁରକ୍ଷା ସହିତ ଆଇନ ଶୃଙ୍ଖଳା ପାଇଁ ମଧ୍ୟ କଡା ବ୍ୟବସ୍ଥା କରାଯାଇଛି।

Read More

ନୂଆଦିଲ୍ଲୀ: ଭାରତରେ କରୋନା ଗ୍ରାଫ୍‌ ତଳମୁହାଁ ହୋଇଛି। କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ଆଶ୍ବସ୍ତି ମିଳିଛି। ଗତ ୨୪ ଘଣ୍ଟାରେ ୩୮ ହଜାର ୩୧୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ୪୯୦ ଜଣଙ୍କର ମୃତ୍ୟୁ ହୋଇଛି। ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଲକ୍ଷ ୬୭ ହଜାର ୬୨୩ରେ ପହଞ୍ଚିଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ହଜାର ୨୩ ହଜାର ୯୭କୁ ବୃଦ୍ଧି ପାଇଛି। ଦେଶରେ ଏବେ ୫ ଲକ୍ଷ ୪୧ ହଜାର ୪୦୫ ଜଣ ସକ୍ରିୟ ରୋଗୀ ଥିବାବେଳେ ୭୬ ଲକ୍ଷ ୩ ହଜାର ୧୨୧ ଜଣ ସୁସ୍ଥ ହୋଇଛନ୍ତି।

Read More

ଭୁବନେଶ୍ବର, ଅମୃତଭଣ୍ଡା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। କିନ୍ତୁ ଆଶ୍ଚର୍ଯ୍ୟ ହେବେ ଅମୃତଭଣ୍ଡାର ମଞ୍ଜି ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଅମୃତଭଣ୍ଡା ମଞ୍ଜିରେ ବହୁ ପରିମାଣର ଲୌହ, କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଅଛି। ଯାହା ଆମ ଶରୀରରେ ଅତିରିକ୍ତ ଚର୍ବି ଜମା ହେବାକୁ ଦେଇନଥାଏ। ଅମୃତଭଣ୍ଡା ମଞ୍ଜି ଖାଇବା ଯକୃତ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଯଦି ଆପଣ ନିୟମିତ ଭାବେ ଏହି ମଞ୍ଜି ସହିତ ଲେମ୍ବୁ ରସ ମିଶାଇ ଖାଆନ୍ତି, ତେବେ ଏହା ଯକୃତକୁ ସିରୋସିସ୍ ରୋଗରୁ ମୁକ୍ତି ଦେଇଥାଏ। ଯଦି ଆପଣଙ୍କର ତ୍ୱଚା ଖରାପ ଦେଖାଯାଏ ତେବେ ଏହି ମଞ୍ଜିକୁ ଗ୍ରାଇଣ୍ଡ୍ କରି ଚର୍ମରେ ଲଗାନ୍ତୁ। ଅମୃତଭଣ୍ଡା ମଞ୍ଜିରେ ପ୍ରଚୁର ଆଣ୍ଟିଭାଇରାଲ୍ ଗୁଣ ରହିଛି। ଯଦି ଆପଣ ପ୍ରତିଦିନ ଅମୃତଭଣ୍ଡା ମଞ୍ଜି ଖାଆନ୍ତି, ତେବେ ଭାଇରାଲ୍ ଜ୍ୱର ହେବାର ସମ୍ଭାବନା କମ ରହିବ।

Read More

ଭୁବନେଶ୍ୱର: ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ମଇଦାନକୁ ସମସ୍ତେ ଓଲ୍ହାଇ ପାରିବେ। ଏହି ଅଧିକାର ଦେଶର ସମସ୍ତ ନାଗରିକଙ୍କ ପାଇଁ ସମ୍ବିଧାନ ସ୍ୱୀକୃତ। ହେଲେ ବାଲେଶ୍ୱର ଉପ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ଓରଫ ବେଣୁ ମଉସାଙ୍କ ପ୍ରାର୍ଥୀତ୍ବ କିନ୍ତୁ ଯେତିକି ବିସ୍ମୟ ସୃଷ୍ଟି କରିଛି ସେତିକି ପ୍ରଶ୍ନବାଚୀ ଠିଆ କରିଛି। ଆସନ୍ତାକାଲି ରାଜ୍ୟର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହେବ। ଗୋଟିଏ ହେଉଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବିଧାନସଭା ଆସନ ଓ ଅନ୍ୟଟି ବାଲେଶ୍ୱର ସଦର। ଗୋଟିକରେ ଶାସକ ବିଜେଡିର ବିଧାୟକ ରହିଥିଲେ ଓ ଅନ୍ୟଟିରେ ବିଜେପି ବିଧାୟକ। ଉଭୟ ଆସନରେ ଜିତିଥିବା ଦୁଇ ବିଧାୟକଙ୍କ ଅକାଳ ବିୟୋଗ ପରେ ଏଠାରେ ଉପ ନିର୍ବାଚନ ହେଉଛି। ଉଭୟ ଆସନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନିର୍ବାଚନ ଲଢୁଥିଲେ ବି ବାଲେଶ୍ୱର ସଦର ଆସନକୁ ନେଇ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସୁଛି। ତାହା ପୁଣି…

Read More

ଦିଲ୍ଲୀପ ହାଲି ଓଡିଆ ଚଳଚିତ୍ରର ଜଗତରେ ଏକ ନୂଆ ଯୁଗର ଅୟାରମ୍ଭ କରି ଯଦି ଦୀର୍ଘ ବର୍ଷ ଧରି କିଏ ରାଜ୍ କରିଥାଏ ତେବେ ସେ ହେଉଛନ୍ତି ରାଜୁ ମିଶ୍ର। ସିନେମାଟୋଗ୍ରାଫିରେ ନିଜର କ୍ୟାରିୟର ଆରମ୍ଭ କରି ସେ ନିର୍ଦ୍ଦେଶକ ସୋପାନକୁ ଯାଇ ପାରିଥିଲେ। ସେ ଏକାଧାରରେ ଥିଲେ ସିନେମାଟୋଗ୍ରାଫର, ସ୍କ୍ରିନ ପ୍ଲେ ଏବଂ କାହାଣୀ ଲେଖକ, ସଂଗୀତ ନିର୍ଦ୍ଦେଶକ, ଗାୟକ ଏବଂ ନିର୍ଦ୍ଦେଶକ। ସେ ଓଡିଆ ଚଳଚିତ୍ର ଜଗତରେ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କୁ ସୁଯୋଗ ଦେଇ ସେମାନଙ୍କୁ ପ୍ରତିଷ୍ଠିତ କରାଇ ପାରିଛନ୍ତି। ସେମାନଙ୍କ ମଧ୍ୟରେ ଅପରାଜିତା ମହାନ୍ତି, ରଚନା ବାନାର୍ଜି, ଅଶ୍ରୁମୋଚନ ମହାନ୍ତି, ଚୈଧୁରୀ ବିକାଶ ଦାସ, ହର ପଟ୍ଟନାୟକ ପରି ଅନେକ। ସେ ନିଜେ ଜଣେ ଚିତ୍ରଗ୍ରହଣକାରୀ ହୋଇଥିବାରୁ ଚରିତ୍ରମାନଙ୍କୁ କିପରି ପରଦାରେ ଉପସ୍ଥାପିତ ଯାଇପାରିବ ସେ କଳା କେବଳ ରାଜୁ ମିଶ୍ର ଜାଣିଥିଲେ। ଫଳରେ ଅନେକ ନୂଆ ପୁରୁଣା କଳାକାର ତାଙ୍କ ଚଳଚିତ୍ରରେ ଅଭିନୟ କରି…

Read More

ରମେଶ ମହାନ୍ତି ଜଗତସିଂହପୁର: ରାତି ପାହିଲେ ଭୋଟ ଦେବେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ବାସୀ। ଭୋଟ ଗ୍ରହଣ ପାଇଁ ବିଭିନ୍ନ ପଞ୍ଚାୟତରେ ପହଞ୍ଚି ଗଲେଣି ପୁଲିଂ ଅଧିକାରୀଙ୍କ ସହିତ ସୁରକ୍ଷା ବାହିନୀ ମାନେ। ହେଲେ ଆଜି ସଂଧ୍ୟାରୁ ଗାଁ ଗହଳିରେ ବିଭିନ୍ନ ଦଳ ପକ୍ଷରୁ ଭୋଜିଭାତର ଆସର ଚାଲିଥିବା ଦେଖିବାକୁ ମିଳିଛି। ସକ୍ରିୟ ହୋଇ ଉଠିଥିବା ପଞ୍ଚାୟତର କୁଜିନେତା ମାନେ ରାତି ପାହିବା ପୂର୍ବରୁ ଭୋଟରଙ୍କୁ ବଶୀଭୂତ କରି ଭୋଟ ହାତେଇବା ପାଇଁ ଅନ୍ଧାରି ବିଜେ କରିବେ ବୋଲି କୁହାଯାଉଛି। ସୂଚନାନୁଯାୟୀ ଏକ ନିର୍ଦ୍ଦିଷ୍ଟ ଦଳ ମହିଳା ଗୋଷ୍ଠୀଙ୍କ ଭୋଟ ହାତେଇବା ପାଇଁ ଏକ ଅଭିନବ ଯୋଜନା ଅବଲମ୍ବନ କରିଥିବା ଏବେ ତିର୍ତ୍ତୋଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଯେଉଁ ମହିଳା ଗୃପ୍ ତାଙ୍କ ଦଳକୁ ଭୋଟ ଦେବ ସହି ମହିଳା ଗୃପ୍ ପିଛା ୪ହଜାର ଲେଖାଏଁ ବଣ୍ଟା ହେଉଛି ବୋଲି କୁହାଯାଉଛି। ଏନେଇ ଅନ୍ୟ ମହିଳା ଗୃପ୍ ଭୋଟରଙ୍କ ମଧ୍ୟରେ ତୀବ୍ର…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଅଧିକାଂଶ ଦେଶରେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ କୋଭିଡ଼୍ ସଂକ୍ରମଣ ପ୍ରବାହ ଆରମ୍ଭ ହୋଇଛି। ଯାହାକି ଭିନ୍ନ ଧରଣର ପ୍ରବାହ। ଏହି ପ୍ରବାହରେ ସଂକ୍ରମିତ ହେଲେ ନିଶ୍ଚିତ ରୂପେ ଜୀବନ ପ୍ରତି ବିପଦ ଦେଖାଦେଉଛି। ଯଦି ଏହି ପ୍ରବାହ ଗଂଜାମ ଜିଲ୍ଲାରେ ଆରମ୍ଭ ହୁଏ ତେବେ ତାହାକୁ ସମ୍ଭାଳିକା କଷ୍ଟକର ହୋଇଯି। ବର୍ତ୍ତମାନ ଉନ୍ନୟନ କାର୍ଯ୍ୟ କରିବାର ସମୟ ଆସୁଛି। ଏହି ସମୟରେ ଯଦି ଦ୍ୱିତୀୟ ପ୍ରବାହ ଯୋଗୁଁ ସଂକ୍ରମିତ ସଂଖ୍ୟା ବଢ଼େ ତେବେ ଏହାକୁ ପରିଚାଳନା କରିବା ଦିଗରେ ପୁଣି ସମସ୍ତ ପ୍ରଶାସନିକ ଶକ୍ତି ବିନିଯୋଗ ହେବ। ଯା’ ଦ୍ୱାରା ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି ହେବ। ଜିଲ୍ଲାବାସୀଙ୍କୁ ସତର୍କତା ଏବଂ ସଚେତନତା ସୃଷ୍ଟି ଦିଗରେ ଆଜି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ବ୍ଲକ୍‌ସ୍ତରୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ଅଧିକାରୀ ପର୍ଯ୍ୟନ୍ତ ଭି.ସି. ଜରିଆରେ ଆଲୋଚନା କରି ଏହି କଥା…

Read More