Author: Samikhsya Bureau

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ଗଂଜାମ ଜିଲ୍ଲା ଶାଖା ପକ୍ଷରୁ ମଧ୍ୟବିତ୍ତ ପରିବାରର ବିଭିନ୍ନ ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆର୍‌ଡ଼ିସିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଦାବି ମଧ୍ୟରେ ସରକାର ମଧ୍ୟବିତ୍ତ ବର୍ଗଙ୍କୁ ଚିହ୍ନଟ କରି ଏକ ତାଲିକା ପ୍ରକାଶ କରନ୍ତୁ, ସେମାନଙ୍କ ଆର୍ଥିକ ଅବସ୍ଥା ଉନ୍ନତି ତଥା ଜୀବନ ଜୀବିକା ପାଇଁ ଏକ ଆଇନ ଆଣନ୍ତୁ ଏବଂ ଏକ କମିଟି ଗଠନ କରି ସେମାନଙ୍କ ଆର୍ଥିକ ସ୍ଥିତି ଅନୁସାରେ ବର୍ଗୀକରଣ କରାଯାଉ, କେତେକ ମଧ୍ୟବିତ୍ତ ରାସନ କାର୍ଡ଼, ବିପିଏଲ୍ କାର୍ଡ଼, ଶ୍ରମିକ କାର୍ଡ଼ ପାଇବାରୁ ବଂଚିତ ହୋଇଛନ୍ତି। ସେମାନଙ୍କୁ ପକ୍ଷପାତ ନକରି ତୁରନ୍ତ ଆର୍ଥିକ ପ୍ୟାକେଜ ଘୋଷଣା କରନ୍ତୁ, ପ୍ରତ୍ୟେକ ମଧ୍ୟବିତ୍ତ ପରିବାରକୁ ୬ ମାସ ପାଇଁ ବିଜୁଳି ଦେୟ, ଜଳକର ଛାଡ଼ କରାଯିବା ସହ ପରିବାରକୁ ମାସକୁ ୨୦୦ ୟୁନିଟ ମାଗଣା ବିଜୁଳି ଯୋଗାଇ ଦିଆଯାଉ, ୨୦୧-୪୦୧ ୟୁନିଟ ପ୍ରର୍ଯ୍ୟନ୍ତ ବିଜୁଳି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗରିବ ମେଧାବୀ ଛାତ୍ରୀଛାତ୍ରୀମାନଙ୍କୁ ସହଯୋଗର ହାତ ବଢ଼ାଇ ଆସିଛି ପିପୁଲ୍ସ ଫର୍ ଦି ପବ୍ଲିକ୍ ଅନୁଷ୍ଠାନ। ଯାହାକି ଯେଉଁ ଛାତ୍ରଛାତ୍ରୀମାନେ ଅର୍ଥ ଅଭାବ ଯୋଗୁଁ ମାଟ୍ରିକ ପାସ୍ କଲା ପରେ ଉଚ୍ଚଶିକ୍ଷାରୁ ବଂଚିତ ହେଉଛନ୍ତି ଏବଂ ଅଧାରୁ ପାଠଛାଡ଼ି ନିଜର ସ୍ୱପ୍ନକୁ ସାକାର କରିପାରନ୍ତି ନାହିଁ ସେମାନଙ୍କ ପାଇଁ ପିପୁଲ୍ସ ଫର୍ ଦ ପବ୍ଲିକ୍ ଅନୁଷ୍ଠାନ ସର୍ବଦା ଛିଡ଼ା ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ଜଣେ ମେଧାବୀ ଛାତ୍ରୀ ବ୍ରହ୍ମପୁର ଅଶୋକନଗର ନିବାସୀ ବାପା କୃଷ୍ଣଚନ୍ଦ୍ର ପରିଡ଼ା ଓ ମାତା ପିନାକୀ ପରିଡ଼ାଙ୍କ ଝିଅ ସାନିଆ ପରିଡ଼ାଙ୍କୁ ଆଜି ଉଚ୍ଚଶିକ୍ଷା ପାଇଁ ସହଯୋଗର ହାତ ବଢ଼ାଇଛି ପିପୁଲ୍ସ ଫର୍ ଦ ପବ୍ଲିକ୍। ତଳ ଦିନେ ପିପୁଲ୍ସ ଫର ଦି ପବ୍ଲିକ୍ ତରଫରୁ ଏହି ପରିପ୍ରେକ୍ଷୀରେ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଯାହାକି ଭିତ୍ତିକରି ସାନିଆ ପରିଡ଼ାଙ୍କ ମା’ ପିନାକୀ ପରିଡ଼ା ଅନୁଷ୍ଠାନ ସହ ଯୋଗାଯୋଗ କରିଥିଲେ।…

Read More

ଶାହାଜାହାନପୁର (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ଶାହାଜାହାନପୁରର ଜଣେ ୫୮ ବର୍ଷୀୟା ମହିଳାଙ୍କ ଦେହରେ ନିଆଁ ଲଗାଇ ମାରିଦେଇଥିବା ଅଭିଯୋଗ ହୋଇଛି। ପାରିବାରିକ କଳହକୁ ନେଇ ମୃତକ ମହିଳାଙ୍କ ଦେହରେ ତାଙ୍କ ପୁଅ, ବୋହୂ ଏବଂ ବୋହୂଙ୍କ ସମ୍ପର୍କୀୟଙ୍କ ଦ୍ୱାରା ନିଆଁ ଲଗାଇ ମାରିଦେଇଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ସାନ ପୁଅ କିଶାନ ଗୁପ୍ତାଙ୍କ ଅଭିଯୋଗ ଅନୁଯାୟୀ, ଆଜି ସକାଳେ ରତ୍ନା ଦେବୀ ଶୋଇଥିବା ସମୟରେ ତାଙ୍କ ଭାଇ ଆକାଶ, ଭାଉଜ ଦୀପଶିଖା, ଶ୍ୱଶୁର ଅଚ୍ଛେଲାଲ ଏବଂ ସମ୍ପର୍କୀୟ ବିନୋଦ ତାଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କ ଚିତ୍କାର ଶୁଣି ପଡୋଶୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ପୋଲିସକୁ ସୂଚନା ଦେଇଥିଲେ। ପରେ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଅଧୀକ୍ଷକ ଅପର୍ଣ୍ଣା ଗୌତମ କହିଛନ୍ତି ଯେ, ଆକାଶ ଗୁପ୍ତା, ଅଚ୍ଛେଲାଲ ଏବଂ…

Read More

ନୂଆଦିଲ୍ଲୀ, ଜିଏସ୍‌ଟି କ୍ଷତିପୂରଣ ପାଇଁ ଦ୍ୱିତୀୟ ଦଫାରେ 16ଟି ରାଜ୍ୟ ଓ 3ଟି କେନ୍ଦ୍ର ଶାସିତ ଅଞ୍ଚଳକୁ 6 ହଜାର କୋଟି ଟଙ୍କା ଆଜି ଯୋଗାଇ ଦିଆଯିବ। ଏହାର ସ୍ପେଶାଲ ବରୋଇଂ ୱିଣ୍ଡୋ ବ୍ୟବସ୍ଥାରେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏହା ପ୍ରଦାନ କରିବ। ଏହା ଋଣ ଆକାରରେ 4.42 ଶତାଂଶ ସୁଧରେ ଋଣ କରି କେନ୍ଦ୍ର ସରକାର ସଂଗ୍ରହ କରିଛନ୍ତି । ସମାନ ସୁଧ ହାରରେ ଏହି ଅର୍ଥ ସଂପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଯୋଗାଇ ଦିଆଯିବ। ଏହି ସୁଧହାର ସଂପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ କରୁଥିବା ଋଣର ସୁଧ ହାରଠାରୁ କମ୍‌। ଏହି କମ୍‌ ସୁଧ ଯୋଗୁଁ ସଂପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଉପକୃତ ହେବେ । ଏ ପର୍ଯ୍ୟନ୍ତ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସ୍ପେଶାଲ ୱିଣ୍ଡୋ ବ୍ୟବସ୍ଥାରେ 12 ହଜାର କୋଟି ଟଙ୍କାର ଋଣ କରି ରାଜ୍ୟ ଓ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୫୨୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ବାଲେଶ୍ବରରୁ ଏବଂ ସୁନ୍ଦରଗଡରୁ ୧୨୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ବେଳେ ଖୋର୍ଦ୍ଧାରୁ ୧୧୫, କଟକରୁ ୧୦୭, ନୂଆପଡ଼ାରୁ, ୧୦୪, ଜଗତସିଂହପୁରରୁ ୮୯, ଅନୁଗୁଳରୁ ୭୦, ଯାଜପୁରରୁ ୬୦, ବରଗଡରୁ ୫୬, ପୁରୀରୁ ୪୬, ମୟୂରଭଞ୍ଜରୁ ୪୫, ଢେଙ୍କାନାଳରୁ ୪୪, କେନ୍ଦୁଝରରୁ ୪୪, ବଲାଙ୍ଗିରିରୁ ୪୨, ଭଦ୍ରକରୁ ୪୧, କେନ୍ଦ୍ରାପଡାରୁ ୪୧, ସମ୍ବଲପୁରରୁ ୪୧, କଳାହାଣ୍ଡିରୁ ୩୬, କୋରାପୁଟରୁ ୩୪, ମାଲକାନଗିରିରୁ ୩୨, ସୋନପୁରରୁ ୨୮, ନୟାଗଡରୁ ୨୬, କନ୍ଧମାଳରୁ ୨୩, ଝାରସୁଗୁଡାରୁ ୨୨, ଗଞ୍ଜାମରୁ ୨୦, ନବରଙ୍ଗପୁରରୁ ୨୦, ବୌଦ୍ଧରୁ ୧୬, ରାୟଗଡାରୁ ୧୫, ଦେବଗଡ଼ରୁ ୧୩, ଗଜପତିରୁ ୬ ଏବଂ ଷ୍ଟେଟ ପୁଲରୁ ୩୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହି ସୁସ୍ଥ…

Read More

ଭୁବନେଶ୍ବର: ଯୁକ୍ତ ତିନି ପ୍ରଥମ ବର୍ଷରେ ସ୍ପଟ ଆଡମିଶନ ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୯ ତାରିଖରେ ଖାଲିଥିବା ସିଟ୍‌ ନେଇ ଓ୍ବେବସାଇଟ୍‌ରେ ସୂଚନା ମିଳିବ। ନଭେମ୍ବର ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ଡ୍ରପ୍‌ ବକ୍ସରେ ଆବେଦନ ପତ୍ର ପକାଇ ହେବ ବୋଲି ସୂଚନା ରହିଛି। ୧୭ ତାରିଖରେ କଲେଜରେ ପ୍ରକାଶ ପାଇବ ଆଡମିଶନ ପାଇଁ ଚୟନ ତାଲିକା। ୨୧ ତାରିଖରେ ଆଡମିଶନ ଫି’ ଦାଖଲ ହେବ। ୨୩ ତାରିଖରେ ଆଡମିଶନ ଡାଟା ଅପଡେଟ୍‌ ହେବ ବୋଲି ସୂଚନା ରହିଛି।

Read More

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଅମ୍ରିତା ରାଓ ଏକ ଶିଶୁ ପୁତ୍ରର ଜନନୀ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଅଭିନେତ୍ରୀ ଅମ୍ରିତା ଓ ତାଙ୍କ ସ୍ବାମୀ ଆର୍‌ଜେ ଅନମୋଲ୍‌। ମା’ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି । ଅମୃତା ରାଓ ଗର୍ଭବତୀ  ହୋଇଥିବା କଥାକୁ ବେଶ୍‌ ସିକ୍ରେଟ୍‌ ରଖିଥିଲେ । ଶେଷ ସମୟରେ ସେ ବେବି ବମ୍ପ୍‌  ଆଉଟିଂ କରିଥିବାର ନଜର ଆସିଥିଲେ । 2016 ମସିହାରେ ଅମ୍ରିତା ରାଓ ଆରଜେ ଅନମୋଲଙ୍କୁ ବିବାହ କରିଥିଲେ । ‘ଇଶ୍କ ଭିସ୍କ’, ‘ମୈ ହୁଁ ନା’, ‘ବିବାହ’  ଆଦି ଫିଲ୍ମରେ ଅଭିନୟ କରି ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ ଅଭିନେତ୍ରୀ ଅମ୍ରିତା । ଶେଷଥର ପାଇଁ ତାଙ୍କୁ ‘ଥାକ୍‌ରେ’ଫିଲ୍ମରେ ଦେଖିବାକୁ ମିଳିଥିଲା । (ଏଜେନ୍ସି)

Read More

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 74 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ 88 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 16 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 58 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି। https://twitter.com/bmcbbsr/status/1323222964834238465?s=20 ସେହିପରି ଆଜି 214 ଜଣ ସୁସ୍ଥ ହୋଇଛନ୍ତି । ନୂତନ 74 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 29 ହଜାର 310ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 27 ହଜାର 958ଜଣ ସୁସ୍ଥ ହୋଇଥିବାବେଳେ 168ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 1 ହଜାର 163ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Read More

ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଆହୁରି ଏକ ମାସ ଯାଏଁ ମନ୍ଦିର ବନ୍ଦ ରହିବ । ମନ୍ଦିରରେ ସର୍ବସାଧାରଣଙ୍କୁ ଦର୍ଶନ ପାଇଁ ବାରଣ କରାଯାଇଛି । କରୋନା କଟକଣାକୁ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି। ଡିସେମ୍ବର ପହିଲା ପର୍ଯ୍ୟନ୍ତ ମନ୍ଦିର ଗୁଡିକ ଖୋଲାଯିବ ନାହିଁ। ଜିଲ୍ଲାବାସୀଙ୍କୁ ସତର୍କତା ଏବଂ ସଚେତନତା ସୃଷ୍ଟି ଦିଗରେ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ବ୍ଲକ୍‌ ସ୍ତରୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ ଅଧିକାରୀ ପର୍ଯ୍ୟନ୍ତ ଭିଡିଓ କନଫରେନ୍‌ସିଂ ଜରିଆରେ ଆଲୋଚନା କରି ଏହି କହିଛନ୍ତି। ସେହିପରି ପିକ୍‌ନିକ୍‌ ସ୍ପଟ୍‌ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ବଣଭୋଜି ସ୍ଥଳୀରେ ଗହଳିପୂର୍ଣ୍ଣ ବଣଭୋଜି, ମ୍ୟୁଜିକ୍‌କୁ ଜିଲ୍ଲା ପ୍ରଶାସନ ଦ୍ଵାରା ବାରଣ କରାଯାଇଛି। ପିକନିକ୍‌ ସ୍ଥାନକୁ ସ୍ୱଳ୍ପ ଲୋକଯାଇ ସେଠାକାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ଏହି କାର୍ଯ୍ୟରେ ତହସିଲଦାରଗଣ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।  ସେହିପରି…

Read More

ନୂଆଦିଲ୍ଲୀ : ଭାରତୀୟ ବ୍ୟାଡମିଣ୍ଟନ ଖେଳାଳୀ ପିଭି ସିନ୍ଧୁଙ୍କ ଟୁଇଟ୍‌କୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି ।  ସୋମବାର ନିଜର ଟ୍ୱିଟ୍ଟର ଟାଇମଲାଇନରେ ‘ଆଇ ରିଟାୟର’ ବୋଲି ଏକ ପୋଷ୍ଟ କରିବା ସହିତ ଏକ ଚିଠି ମଧ୍ୟ ପୋଷ୍ଟ କରିଛନ୍ତି । ଏକମାତ୍ର ଭାରତୀୟ ସଟଲର ଭାବରେ ଅଲମ୍ପିକ୍ସ ରେ ରୌପ୍ୟ ପଦକ ବିଜୟିନୀ ସିନ୍ଧୁଙ୍କ ଏହି ନିଷ୍ପତ୍ତି ଫ୍ୟାନ ମାନଙ୍କୁ ଚକିତ କରି ଦେଇଛି । ଏହି ପୋଷ୍ଟଟି ତୁରନ୍ତ ଭାଇରାଲ ହେବା ସହିତ ଅନେକ ପ୍ରଶଂସକ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି । ସେ ଏହି ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ‘ନିଜ ମନ ମଧ୍ୟରେ ରହିଥିବା ଭାବନାରୁ ବାହାରିବା ପାଇଁ ବିଗତ କିଛି ଦିନ ହେବା ଚେଷ୍ଟା କରୁଛି, ତେବେ ଏହା ସହ ମୁକାବିଲା କରିବା ସହଜ ମନେ ହେଉନାହିଁ, ତେଣୁ ଆଜି ଏହା ଲେଖୁଛି । ପଡିଆରେ ପ୍ରତିପକ୍ଷଙ୍କୁ ହରାଇବା ପାଇଁ ସାରା ଜୀବନ ଚେଷ୍ଟା କରିହେବ…

Read More

ଭୁବନେଶ୍ବର : ରାତି ପାହିଲେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ-ନିର୍ବାଚନ। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ପାଇଁ କରାଯାଇଥିବା ସ୍ବତନ୍ତ୍ର ବ୍ୟବସ୍ଥା ବିଷୟରେ ଅବଗତ କରାଇଛନ୍ତି । ସୂଚନା ଅନୁଯାୟୀ, ଆସନ୍ତାକାଲି ସକାଳ 7ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ। ତେବେ ଏହା ପୂର୍ବରୁ ପୋଲିଂ ବୁଥଗୁଡ଼ିକ ସାନିଟାଇଜ କରାଯାଉଛି ଏବ୍ଂ ଭୋଟରଙ୍କ ସୁବିଧା ପାଇଁ ବୁଥ ସଂଖ୍ୟା ବଢ଼ାଯାଇଛି। ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମତଦାନ ପାଇଁ ମତଦାତାମାନେ ନିଜର ଆଧାର କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ଦେଖାଇ ପାରିବେ। କରୋନା ଆକ୍ରାନ୍ତଙ୍କୁ ମତଦାନ କେନ୍ଦ୍ରକୁ ନଆସିବା ପାଇଁ କୁହାଯାଇଥିବା ବେଳେ ଥଣ୍ଡା, ଛିଙ୍କ ଓ କାଶ ହେଉଥିଲେ ଟୋକନ ନେଇ ଶେଷ ସମୟରେ ଭୋଟ ଦେବାକୁ କୁହାଯାଇଛି। ମତଦାନ ସମୟରେ ବୁଥରେ ଆଶାକର୍ମୀ ଓ ସ୍ବେଚ୍ଛାସେବୀ ଉପସ୍ଥିତ ରହିବେ। ସାମାଜିକ ଦୂରତା ରକ୍ଷା…

Read More

ଜୟପୁର : ଦୀପାବଳିରେ ବାଣ ବିକ୍ରି ଉପରେ କଟକଣା ଜାରି କରିଛି ରାଜସ୍ଥାନ । ଏନେଇ ଗେହଲଟ ଟ୍ୱିଟ କରି ସୂଚନା ଦେଇଛନ୍ତି । ରାଜ୍ୟରେ ବାୟୁ ପ୍ରଦୂଷଣ ଅଧିକ ରହିଥିବାରୁ ସରକାର ଦୀପାବଳିରେ ବାଣ ଫୁଟାଇବାକୁ ଅନୁମତି ଦେବେ ନାହିଁ ବୋଲି ଗେହଲଟ କହିଛନ୍ତି । ଶୁଦ୍ଧ ଏବଂ ସ୍ୱଚ୍ଛ ବାୟୁମଣ୍ଡଳ ପାଇଁ ରାଜସ୍ଥାନ ସରକାରଙ୍କ ପକ୍ଷରୁ “ଶୁଦ୍ଧ କେଲିଏ ୟୁଦ୍ଧ” ମିଶନର ପ୍ରାରମ୍ଭ ମଧ୍ୟ କରାଯାଇଛି। ଅପରପକ୍ଷରେ ରାଜସ୍ଥାନରେ ମାସ୍କ ବାଧ୍ୟତାମୂଳକ ପାଇଁ ଆଇନ ମଧ୍ୟ ପ୍ରଣୟନ କରିଛି । କରୋନା ସଂକ୍ରମଣ ଦେଶରେ ଲାଗି ରହିଥିବା କାରଣରୁ ମାସ୍କ ପିନ୍ଧିଲେ ଫାଇନ ଆଦାୟ କରାଯାଉଛି । ତେବେ ମାସ୍କ ପିନ୍ଧିବାକୁ ବାଧ୍ୟତା ମୂଳକ କରାଯାଇନାହିଁ  କିମ୍ବା ଏହାକୁ ନେଇ କୌଣସି ଆଇନ ପ୍ରଣୟନ କରାଯାଇନାହିଁ । ପ୍ରଥମ ରାଜ୍ୟ ଭାବରେ ରାଜସ୍ଥାନ ଏ ସମ୍ପର୍କିତ ଏକ ଆଇନ ପ୍ରଣୟନ କରାଯାଇଛି । ଏହି ନୂତନ ଆଇନ ଅନୁଯାୟୀ…

Read More

ଭୁବନେଶ୍ବର, ଓଡିଶାର ଦୁଇ ଉପନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ ଗ୍ରହଣ ହେବ। ସେହି ଦୁଇଟି ହେଲା ତିର୍ତ୍ତୋଲ ଓ ବାଲେଶ୍ବର। ସେଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି। କୋଭିଡ19 ପରେ ଓଡିଶାରେ ଏହା ହେଉଛି ପ୍ରଥମ ନିର୍ବାଚନ। ଭୋଟରମାନେ କିପରି ସୁରକ୍ଷିତ ଭାବେ ଭୋଟ ଦେବେ ସେ ନେଇ ବନ୍ଦୋବସ୍ତ କରାଯାଇଛି। ଗତକାଲି ଭୋଟ ପ୍ରଚାରର ଥିଲା ଶେଷ ଦିନ। ଶେଷ ଦିନରେ ପ୍ରାର୍ଥୀମାନେ ସେମାନଙ୍କର ରଣ କୌଶଳ ସବୁ ଆପଣେଇଛନ୍ତି। ତେବେ ଆଜି ରାତିଟି ହେଉଛି ସବୁଠାରୁ ବେଶୀ ଗୁରୁତ୍ବ ପୂର୍ଣ୍ଣ। କାରଣ ନିର୍ବାଚନ ଇତିହାସ କହୁଛି ଯେ, ଭୋଟ ଗ୍ରହଣ ପୂର୍ବଦିନ ସବୁକିଛି ଏପଟ ସେପଟ ହୋଇଯାଏ। ଟଙ୍କା କାରାବାର ଠିକ ଏହି ପୂର୍ବ ରାତିରେ ହୋଇଥାଏ। ଯାହାକୁ କୁହାଯାଏ ଅନ୍ଧାରୀ ବିଜେ। ହେଲେ ବର୍ତ୍ତମାନ ବିଭିନ୍ନ କଟକଣା ଯୋଗୁଁ ନେତାମାନଙ୍କର ଅନ୍ଧାରୀ ବିଜେ କଷ୍ଟକର ହେଉଛି। ସାଧାରଣତଃ କିଏ କେଉଁ ୱାର୍ଡରେ ଟଙ୍କା…

Read More

ମୁମ୍ବାଇ :  ଜଣେ ସ୍ତ୍ରୀ ନିଜ ସ୍ବାମୀଙ୍କ ବିରୋଧରେ ଏକ ଅଜବ ମାମଲା ରୁଜୁ କରିଛନ୍ତି। ତାଙ୍କ ସ୍ବାମୀ ଚନ୍ଦା ଏବଂ ସେ ଓ୍ବିଗ୍‌ ବ୍ୟବହା କରୁଛନ୍ତି । ତାଙ୍କ ସ୍ବାମୀ ଚନ୍ଦା ହେବା କଥା ନ କହି ଲୁଚାଇ ରଖିଥିଲେ । ଏପରି ଏକ ଅଜବ ମାମଲା ମହାରାଷ୍ଟ୍ରର ରାଜଧାନୀ ମୁ୍ମ୍ବାଇରୁ ଆସିଛି । ଏଠାରେ ଜଣେ ମହିଳା ଚନ୍ଦାପଣ ପାଇଁ ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଅଭିଯୋଗ କରିଥିବା ମହିଳାଙ୍କ ବୟସ 27 ବର୍ଷ। ସେ ଜଣେ ଚାଟାର୍ଡ ଆକାଉଣ୍ଟ ।  ତାଙ୍କ ସ୍ବାମୀଙ୍କ ବୟସ 29 ବର୍ଷ  । ସେ ଏକ ପ୍ରାଇଭେଟ୍‌ ଫାର୍ମରେ କାମ କରନ୍ତି । ନିକଟରେ ତାଙ୍କର ବିବାହ ହୋଇଥିବାବେଳେ ସେ ଚନ୍ଦା ଏବଂ ଓ୍ବିଗ୍‌ ବ୍ୟବହାର କରନ୍ତି ବୋଲି ତାଙ୍କ ସ୍ତ୍ରୀଙ୍କୁ କହିନଥିଲେ । ଏକଥା ଜାଣିବା ପରେ ସ୍ତ୍ରୀଜଣକ ସ୍ବାମୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ।…

Read More

ନୂଆଦିଲ୍ଲୀ, ଇଣ୍ଡିଆନ ଅଏଲ ଦ୍ବାରା ଦିଆଯାଉଥିବା ଇନଣ୍ଡେନ ଗ୍ୟାସର ବୁକିଂ ମାଧ୍ୟମ ଆଜିଠାରୁ ଅର୍ଥାତ ନଭେମ୍ବର ଏକ ତାରିଖରୁ ପରିବର୍ତ୍ତନ ହେଲା। ପୂର୍ବରୁ ଗ୍ରାହକମାନେ ବୁକିଂ କରିବା ପାଇଁ ଯେଉଁ ନମ୍ବର ବ୍ୟବହାର କରୁଥିଲେ ତାହା ବନ୍ଦ କରାଯାଇଛି। ଅକ୍ଟୋବର 31 ତାରିଖରୁ ଇନଣ୍ଡେନ ଗ୍ୟାସ ତାହାର ପୁରୁଣା ନମ୍ବରକୁ ଅଚଳ କରିଦେଇଛି। ବର୍ତ୍ତମାନ ଗ୍ରାହକମାନେ ସେହି ନମ୍ବରରେ ବୁକିଂ କଲେ ତାହା ଗ୍ରହଣୀୟ ହେବ ନାହିଁ। ବୁକିଂ ପାଇଁ ବର୍ତ୍ତମାନ ନୂଆ ନମ୍ବର ଜାରୀ କରାଯାଇଛି। ଇଣ୍ଡିଆନ ଅଏଲ ସାରା ଭରତର ବର୍ଷର ଇନଣ୍ଡେନ ଗ୍ରାହକଙ୍କ ପାଇଁ ଗୋଟିଏ  ନମ୍ବର ଜାରୀ କରିଛି। ଏହି ନମ୍ବରଟି ଦିନରାତି 24 ଘଣ୍ଟା କାର୍ଯ୍ୟ କରିବ। ହେଲେ ପ୍ରଥମେ ଆପଣ ଆପଣଙ୍କର ଗ୍ରାହକ ନମ୍ବରୁ ପୁଣି ଥରେ ସେହି ନମ୍ବରରେ ଯୋଡିବାକୁ ପଡିବ। ଏହି ନୂଆ ନମ୍ବରଟି ଦୟାକରି ଆପଣଙ୍କ ରେଜିଷ୍ଟ୍ରେସନ ମୋବାଇଲ ନମ୍ବରରେ ସଂରକ୍ଷିତ କରି ନିଅନ୍ତୁ। ସେହି ନମ୍ବରଟି ହେଲା-7718955555…

Read More

ଭୁବନେଶ୍ବର : ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ ହୋଇଯାଇଛି । ଘରେ ବସିଥିବାବେଳେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । 72 ବର୍ଷ ବୟସରେ ଜଟଣୀସ୍ଥିତ ଘରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ । କେବଳ ନିର୍ଦ୍ଦେଶକ ନୁହେଁ ବରଂ ଚିତ୍ରନାଟ୍ୟ ଲେଖକ, ସଙ୍ଗୀତ ନିର୍ଦ୍ଦେଶକ, ଅଭିନେତା ଆଦି ଭାବେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ ରାଜୁ ମିଶ୍ର । ପୁନରେ ଫିଲ୍ମ ଏଣ୍ଡ୍‌ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆରେ ଚିତ୍ରାେତ୍ତଲନରେ ସ୍ବର୍ଣ୍ଣପଦକ ଲାଭ କରିଥିଲେ । ଓଡ଼ିଆ ଚଳଚ୍ଚିତ୍ରରେ ‘ଉଲ୍‌କା’ରେ ଅଭିନୟ କରିବା ସହ ରାଜୁ ମିଶ୍ର ଚିତ୍ରୋତ୍ତଳକ ଓ ସଙ୍ଗୀତକାର ଭାବରେ କାର୍ଯ୍ୟ କରିଥିଲେ । ସେ 20ରୁ ଉର୍ଦ୍ଧ୍ବ ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି । ‘ଜୋର୍‌ ଯା’ର ମୁଲକ ତା’ର’ ତାଙ୍କର ପ୍ରଥମ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ଥିଲା । ଓଡ଼ିଆ ସିନେଜଗତର…

Read More

ୟକଟକ : ଆଗକୁ କାଳୀ ପୂଜା ଓ ଦୀପାବଳି ଥିବା ବେଳେ କୋଭିଡ କଟକଣା ଭିତରେ ପାଳିତ ହେବ ଏହି ସବୁ ପର୍ବ। ଚଳିତ ବର୍ଷ କୋଭିଡ କଟକଣା ସତ୍ତ୍ୱେ କଟକବାସୀ ଉତ୍ସାହର ସହ ପାଳନ କରିବେ ଆଲୋକର ପର୍ବ। କଟକରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଣ ଦୋକାନ ଖୋଲିବାକୁ ଅନୁମତି ମିଳିଛି।ହେଲେ କେଉଁଠି ବାଣ ଦୋକାନ କରାଯିବ ତାହା ସ୍ଥିର କରାଯିବ ବୋଲି ଡିସିପି କହିଥିବା ବେଳେ ବାଣ ଦୋକାନରେ ସାମାଜିକ ଦୂରତା ଓ ମାସ୍କକୁ କିନ୍ତୁ ବାଧ୍ୟତାମୂଳକ କରାଯିବ। ଅପରପକ୍ଷେ, ଦୁର୍ଗାପୂଜା ଭଳି କାଳୀପୂଜା ମଧ୍ୟ କୋଭିଡ କଟକଣାରେ ପାଳିତ ହେବ ବୋଲି ସୂଚନା ଦେଇଛନ୍ତି ଡିସିପି ।

Read More

ଦୁବାଇ: ଆଇପିଏଲ୍ ୧୩ତମ ସଂସ୍କରଣର ଲିଗ ପର୍ଯ୍ୟାୟ ଅନ୍ତିମ ଚରଣରେ ପହଞ୍ଚି ସାରିଛି। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟ ତଥା ପ୍ଲେ ଅଫ୍ ରେ ଖେଳିବା ପାଇଁ କେବଳ ମୁମ୍ବାଇ ଇଣ୍ଡିଆନ୍ସ ଯୋଗ୍ୟତା ଅର୍ଜ୍ଜନ କରିଥିବା ବେଳେ ଆଉ ତିନୋଟି ଦଳ ସ୍ଥାନ ପାଇବା ବାକି ରହିଛି। ଲିଗ ପର୍ଯ୍ୟାୟରେ ଆଉ ମାତ୍ର ଦୁଇଟି ମ୍ୟାଚ ଖେଳାଯିବାକୁ ବାକି ଥିଲା ବେଳେ କେଉଁ ତିନୋଟି ଦଳ ପ୍ଲେ ଅଫରେ ସ୍ଥାନ ପାଇବେ ଏନେଇ ଅନିଶ୍ଚିତତା ଜାରି ରହିଛି। ଆଜି ଖେଳାଯିବାକୁ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରୁ ଯେଉଁ ଦଳ ବିଜୟ ଲାଭ କରିବ, ସେହି ଦଳ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସ୍ଥାନକୁ ଉନ୍ନୀତ ହେବ। ଏବଂ ଯେଉଁ ଦଳ ପରାଜିତ ହେବ, ସେହି ଦଳକୁ ଆସନ୍ତାକାଲି ହେବାକୁ ଥିବା ମୁମ୍ବାଇ ଇଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ। ଯଦି ଏହି ଶେଷ ଲିଗ…

Read More

ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶର ବହରାଇଚ ଜିଲ୍ଳାର ପୟାଗପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 10 ଜଣ ଆହତ ହୋଇଛନ୍ତି। ଆହତଙ୍କ ଭିତରେ 5 ଜଣଙ୍କର ସ୍ଥିତି ଖୁବ୍ ଗମ୍ଭୀର ରହିଛି। ସମସ୍ତ ଆହତଙ୍କୁ ପୋଲିସ ଗାଡି ଯୋଗେ ହସ୍ପିଟାଲରେ ପହଁଞ୍ଚାଇଛି। ମିଳିଥିବା ସୂଚନା ଅନୁସାରେ, ସମସ୍ତ ମୃତକ ଓ ଆହତ ଲକ୍ଷ୍ମୀପୁର ଖିରି ଜିଲ୍ଲାର ତୁକନିଆ ଓ ସିଙ୍ଗାହିରେ ରୁହନ୍ତି। ପୋଲିସର ସୂଚନା ଅନୁସାରେ, ଜଣେ ମହିନ୍ଦ୍ରା ଗାଡିରେ ବସି 16 ଜଣ ଯାତ୍ରୀ ଆମ୍ବେଦକରନଗର ସ୍ଥିତ କିଛୌଛ ଶରିଫର ଦର୍ଶନ କରି ଫେରୁଥିଲେ। ପ୍ରୟାଗପୁର ଥାନାର ଶିବ ଦହା ମୋଡ ନିକଟରେ କୌଣସି ଅଜଣା ଗାଡି ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ 6ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସୂଚନା ପାଇ ପୋଲିସ ମୃତଦେହ ଗୁଡିକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। (ଏଜେନ୍ସି)

Read More

ସ୍ପେନ : ଦୁନିଆରେ ବହୁତ କିଛି ଅଜବ ଜିନିଷ ରହିଥାଏ, ଯାହାକୁ ଜାଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗିଥାଏ । ଆସନ୍ତୁ ଜାଣିବା ଏକ ଅଜବ ରେଷ୍ଟୁରାଣ୍ଟ ବିଷୟରେ । ଯେଉଁଠାରେ ଖାଦ୍ୟ ଖାଇଲେ ଭୟରେ ଥରିଯିବେ । ଏହି ରେଷ୍ଟୁରାଣ୍ଟରେ ଖାଦ୍ୟ ପରିବେଷଣ କୌଣସି ମନୁଷ୍ୟ ନୁହେଁ ବରଂ ଭୂତମାନେ କରିଥା’ନ୍ତି । ଏହି ରେଷ୍ଟୁରାଣ୍ଟରେ ଅତିଥିମାନଙ୍କୁ ସ୍ବାଗତ ରକ୍ତରେ ଜୁଡୁବୁଡ ଛୁରୀ ଦ୍ବାରା କରାଯାଇଥାଏ ।  ଏହି ପରି ଏକ ରେଷ୍ଟୁରାଣ୍ଟ ସ୍ପେନ୍‌ ଲା ମାସିଆ ଏଙ୍କାଟେଣ୍ଡାରେ ରହିଛି । ଐତିହାସିକ ବସ୍ତୁ ଦ୍ବାରା ପ୍ରେରିତ ଏହି ରେଷ୍ଟୁରାଲ୍‌ରେ କନସ୍ପେଟ । ତେବେ ଏଠାରେ କୌଣସି ଅସଲି ଭୂତ ନାହାନ୍ତି ବରଂ ଏଠାକାର କର୍ମଚାରୀମାନେ ନିଜକୁ ଭୂତ ବେଶରେ ସଜ୍ଜାଇ ଥା’ନ୍ତି । ଲୋକଙ୍କୁ ହରର୍‌ର ପୂରା ତ୍‌ଡକା ଦେବା ପାଇଁ ଏଠାରେ ସମସ୍ତ ପ୍ରକାରର ବ୍ୟବସ୍ଥାକରାଯାଇଥାଏ । 17ଶତାବ୍ଦୀରେ ଜୋସେଫ୍‌ ମା ରିଏସ୍‌  ମାସିଆ ଓ ସୁରୋକା ନେ…

Read More

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଖୋଲିଲା ସାଇବର କମ୍ପ୍ଲେକ୍ସ। ଆଜି ପୋଲିସ ଡିଜି ଅଭୟ ସାଇବର କମ୍ପ୍ଲେକ୍ସର ଶୁଭାରମ୍ଭ କରିଛନ୍ତି। ସାଇବର କମ୍ପ୍ଲେକ୍ସରେ ସାଇବର କ୍ରାଇମର ତଦନ୍ତ ପାଇଁ ଟ୍ରେନିଂ ଦିଆଯିବ। 6 ମାସ ମଧ୍ୟରେ ରାଜ୍ୟ ପୋଲିସର ସୋସିଆଲ ମିଡିଆ ସେଲ୍‌ କାମ କରିବ। 200 ଜଣ ପୋଲିସଙ୍କୁ ଏଠି ଟ୍ରେନିଂ ଦିଆଯିବ। ସାଇବର କ୍ରାଇମରେ ନୂଆ ଟେକନୋଲୋଜି ବ୍ୟବହାର କରାଯିବ। ଏବେ ରାଜ୍ୟରେ 4ଟି ସାଇବର କ୍ରାଇମ୍‌ ଥାନା ଅଛି। ସବୁ ଥାନାରେ ସାଇବର କ୍ରାଇମ୍‌ ତଦନ୍ତ ହେବ। ଏଥିପାଇଁ ଜଣେ ଲେଖାଏଁ ଅଫିସରଙ୍କୁ ଟ୍ରେନିଂ ଦିଆଯିବ। ଚଳିତ ବର୍ଷ 2 ହଜାର ଅଧିକ ମାମଲା ରୁଜୁ ହୋଇଛି।କଟକରେ ଥିବା ସାଇବର ଥାନା ଏଠାରୁ ଅପରେଟ୍‌ ହେବ ।

Read More