ଆମେରିକା : ଆମେରିକାରେ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । କିନ୍ତୁ ନିର୍ବାଚନ ଆଗରେ ଜୀବନ ଫିକା ପଡିଥିବାର ଦେଖାଯାଇଛି । ଆମେରିକାରେ କରୋନା ସଂକ୍ରମଣ ବଢୁଥିବାବେଳେ ନିର୍ବାଚନୀ ରାଲି ମଧ୍ୟ ଚାଲିଛି । ତେବେ ଏନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ନିର୍ବାଚନ ପାଇଁ ଟ୍ରମ୍ପ କରିଥିବା 18ଟି ରାଲିରେ ଯୋଗ ଦେଇ ପ୍ରାୟ 30,000 ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଏହା ସହ 700 ଲୋକ ସଂକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି ବୋଲି ସୁଚନା ଦେଇଛନ୍ତି ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ । ଏହି ୟୁନିଭର୍ସିଟି ଗବେଷକମାନେ କିଛି ଦିନ ପୂର୍ବରୁ ସାମୂହିକ ଲୋକଙ୍କୁ ନେଇ କରାଯାଉଥିବା ସଭାରେ କୋଭିଡ୍ର ପ୍ରଭାବ ଶୀର୍ଷକ ଅଧ୍ୟୟନ ଆରମ୍ଭ କରିଥିଲେ।
Author: Samikhsya Bureau
ଭୁବନେଶ୍ୱର: ଓଟିଭି ସିଏଫ୍ଓଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ସିଏଫ୍ଓ ମନୋରଂଜନ ଷଡ଼ଙ୍ଗୀଙ୍କୁ ଗିରଫ କ୍ରାଇମବ୍ରାଞ୍ଚ କରିଛି। ସାରୁଅ ଜମି କିଣାବିକା ମାମଲାରେ ଗିରଫ କରିଛି କ୍ରାଇମବ୍ରାଞ୍ଚ। ସକାଳେ ମନୋରଂଜନଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିଲା। ବିନା କୌଣସି ନୋଟିସରେ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ। ଦଫା 420, 423, 467, 468, 471, 120 ବିର ସେକ୍ସନ 3 (1) (ଜି,କ୍ୟୁ) ଏସ୍ସି/ଏସ୍ଟି ଆଇନରେ ଗିରଫ କରାଯାଇଥିବା ଜଣାପଡ଼ିଛି।
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲରେ ଦିନକୁ ଦିନ ହାତୀ ପ୍ରାଦୁର୍ଭାବରେ ଲୋକମାନେ ଅତିଷ୍ଠ ହୋଇପଡୁଥିବା ବେଳେ ବହୁ ଧନ ଜୀବନ ତଥା ଫସଲ ହାନୀ ହେଉଛି । ଏ ଦିଗରେ ବନ ବିଭାଗ ଆଖିଦୃଷ୍ଟିଆ ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି । କେଉଁଠି ହାତୀକୁ ମଣିଷ ମାରୁଛି ତ ଆଉ କେଉଁଠି ହାତୀ ମଣିଷକୁ ମାରୁଛି । ଏପରିକି ହାତୀ ମାନେ ପରିତ୍ୟକ୍ତ କୁଅରେ ପଡୁଛନ୍ତି । ଏଭଳି ଏକ ଘଟଣା ଘଟିଛି ଗତକାଲି ରାତି ୮ ଟାରେ ରେଢାଖୋଲ ବନଖଣ୍ଡ ବଡବାହାଳ ରେଞ ଅଧିନସ୍ଥ କୁକୁଡାବାହାଳୀ ପଂଚାୟତର ବଡକଷିବାହାଳ ଗ୍ରାମରେ । ପ୍ରକାଶ ଯେ , ବଡକଷିବାହାଳ ଗ୍ରାମରେ ପାଖାପାଖି ରାତି ୮ ଟାରେ ଗ୍ରାମର ଜଙ୍ଗଲ ସନ୍ନିକଟ ଏକ ପରିତ୍ୟକ୍ତ କୂଅ ଭିତରେ ଏକ ଛୋଟ ମାଈ ହାତୀ ପଡିଯାଇଥିଲା । ବହୁ ଚେଷ୍ଟା ସତ୍ୱେ ସେ ବାହାରକୁ ଆସିବାରେ ସକ୍ଷମ ହୋଇପାରି ନ ଥିଲା…
ଭୁବନେଶ୍ବର, ସାଧାରଣତଃ ଘରର ଶାନ୍ତି ସମୃଦ୍ଧି ପାଇଁ ଅନେକ ମନି ପ୍ଲାଣ୍ଟ ଲଗାଇଥାନ୍ତି। ଏହାଦ୍ବାରା ଅନେକ ଫାଇଦା ମିଳିଥାଏ ସତ ହେଲେ ତାହା ଠିକ୍ ଦିଗରେ ରହିବା ଦରକାର। ଅନେକ ଘରେ ମନି ପ୍ଲାଣ୍ଟକୁ ଠିକ୍ ଭାବରେ ନ ରଖିଲେ ତାହା ଅନିଷ୍ଟ କରିଥାଏ। ସେଥିପାଇଁ ମନି ପ୍ଲାଣ୍ଟ ଘରେ ରଖିଲା ବେଳେ ଦୟାକରି ଏହି କଥାଗୁଡିକ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ୧-ଘରେ ମନି ପ୍ଲାଣ୍ଟ ଅଗ୍ନି କୋଣ ଅର୍ଥାତ୍ ଦକ୍ଷିଣ-ପୂର୍ବ ଦିଗ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । କାରଣ ଯଦି ମନି ପ୍ଲାଣ୍ଟ ଆପଣଙ୍କ ଘରର ଏହି ଦିଗରେ ରହେ ତେବେ ଆପଣଙ୍କ ଘରେ ଗଣେଶଙ୍କର ଆଶୀର୍ବାଦ ପ୍ରାପ୍ତ ହେବ। ୨-ସେହି ଅଗ୍ନି କୋଣ ଭଗବାନ ଗଣେଶଙ୍କର ହୋଇ ଥିବାବେଳେ ତାଙ୍କର ପ୍ରତିନିଧୀ ଗ୍ରହ ଶୁକ୍ର ମଧ୍ୟ ସେଠାରେ ଥାଆନ୍ତି। ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ଭଗବାନ ଗଣେଶ ଅମଙ୍ଗଳଙ୍କୁ ଧ୍ୱଂସ କରୁଥିବାବେଳେ ଶୁକ୍ର…
ବାରିପଦା, କରୋନା ପାଇଁ ଦର୍ଘ ସାତମାସ ଧରି ବନ୍ଦ ଥିବା ଶିମିଳିପାଳ ଅଭୟାରଣ୍ୟ ଆଜି ବହୁ କଟକଣା ଭିତରେ ଖୋଲିଛି। ପ୍ରଥମ ଦିନରେ 258 ଜଣ ପର୍ଯ୍ୟଟକ 40ଟି ଯାନରେ ଅଭୟାରଣ୍ୟ ଭିତରେ ପଶିଛନ୍ତି। ଏହି ପର୍ଯ୍ୟଟକମାନେ ଦୁଇଟି ପ୍ରବେଶ ପଥ ମାଧ୍ୟମରେ ଭିତରକୁ ପ୍ରବେଶ କରିଛନ୍ତି। 25ଟି ଯାନରେ 175 ଜଣ ପିଠବାଟ, 83 ଜଣ 15ଟି ଯାନରେ କାଳିଆନି ପ୍ରବେଶ ପଥ ଦେଇ ପ୍ରବେଶ କରିଛନ୍ତି। ପ୍ରବେଶ ପଥରେ ଏହି ପର୍ଯ୍ୟଟକଙ୍କୁ ଥର୍ମାଲ ସ୍କାନ କରାଯିବ ସହିତ ସାନିଟାଇଜ କରାଯାଇଥିଲା। ଆଜି ଖୋଲାଯିବାର ଜଣାଥିବାରୁ ପର୍ଯ୍ୟଟକମାନେ ସକାଳୁ ଲମ୍ବା ଲାଇନରେ ଛିଡା ହୋଇଥିଲେ। ସେହି ସମୟରେ ସେମାନଙ୍କୁ ସାନିଟାଇଜ କରାଯାଇଥିଲା। ଏଥିସହିତ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏହି ପର୍ଯ୍ୟଟକଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ସମଦା ରୋଡସ୍ଥିତ ନ୍ୟୁ ତେଜାମାଟି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜ୍ୱର ପୀଡିତାଙ୍କୁ ଦୁଷ୍କର୍ କରିବା ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଡାକ୍ତରଖାନା ଅଧିକାରୀ ତଥା କିଛି ବାହାର କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଭରୱାରୀ ଅଞ୍ଚଳର ଏକ ଗ୍ରାମରେ ରହୁଥିବା ନାବାଳିକାଙ୍କୁ ଜ୍ୱର ହେତୁ ମନଞ୍ଜପୁରର ସମଦା ରୋଡରେ ଥିବା ନ୍ୟୁ ତେଜାମାଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯୁବତୀଙ୍କ ପିତା ଅଭିଯୋଗ କରିଛନ୍ତି ଯେ ଡାକ୍ତରଖାନା ଅପରେଟର ତାଙ୍କଠାରୁ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ତିନି କିସ୍ତିରେ ଜମା କରିଛନ୍ତି। ଏପରିକି ଝିଅର ଅବସ୍ଥା ନ ସୁଧୁରିବା ପରେ ମଧ୍ୟ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି ବୋଲି ଡାକ୍ତରମାନେ କହିଛନ୍ତି। ଅପରପକ୍ଷରେ ଯୁବତୀଙ୍କ ପିତା ଅଭିଯୋଗ କିରି କହିଛନ୍ତି ଯେ, ଡାକ୍ତରଖାନାର ଷ୍ଟାପ୍ମାନେ ଦୁଷ୍କର୍ମ କରିବା ପରେ ଘଟଣା ପ୍ରଘଟ ହେବା ଭୟରେ ତାଙ୍କ ଝିଅର ହତ୍ୟା କରିଛନ୍ତି ।…
ଆମେରିକା : ଆମେରିକୀୟ ଗାୟିକା, ଗୀତିକାର, ଲେଖିକା ତଥା ଅଭିନେତ୍ରୀ ମାର୍ଗାରେଟ୍ ଲିଏନ୍ ରାଇମ୍ସ ସିବ୍ରାୟନ୍ ନିକଟରେ ନିଜ ଇନ୍ଷ୍ଟାଗ୍ରାମ ପୋଷ୍ଟରେ ଚର୍ମ ରୋଗକୁ ନେଇ ସଚେତନତା କରୁଛନ୍ତି । ଏଥିପାଇଁ ସେ ନିଜ ଇନ୍ଷ୍ଟାଗ୍ରାମ ରେ ନିଜର କିଛି ନୁଡ୍ ଫୋଟ୍ ପୋଷ୍ଟ କରିଛନ୍ତି । ଏହି ଫଟୋରେ ତାଙ୍କ ତ୍ବଚାରେ କିଛି ଚିହ୍ନ ଥିବାର ଦେଖାଯାଉଛି । ମାର୍ଗ୍ରେଟ୍ ଏହି ପୋଷ୍ଟରେ ଲେଖିଛନ୍ତି ଯେ, ସେ ସିରୋସିସ୍ ରୋଗରେ ପୀଡ଼ିତ ଅଛନ୍ତି । ଏହି ରୋଗରେ ଲକ୍ଷଣ ଅନୁସାରେ ଶରୀରରେ କୁଣ୍ଢେଇ ହେବା ସହିତ ଲାଲ୍ ଲାଲ୍ ଚିହ୍ନ ହୋଇଯାଉଛି ।ମାର୍ଗାରେଟ୍ ଏହି ପୋଷ୍ଟରେ ନିଜ ଫଟୋ ଦେଇ ନିଜ ରୋଗ ସମ୍ପର୍କରେ ଅନ୍ୟମାନଙ୍କୁ ଜଣାଇବା ସହ ସଚେତନ ମଧ୍ୟ କରାଉଛନ୍ତି । ସୂଚନାଯୋଗ୍ୟ, ସିରୋସିସ୍ ରୋଗର ସମ୍ପୂର୍ଣ୍ଣ ଚିକିତ୍ସା ନାହିଁ । କିନ୍ତୁ ଏହି ରୋଗରେ ଲକ୍ଷଣକୁ ଦେଖି କିଛିକାଂଶରେ ଏହାକୁ କଣ୍ଟ୍ରୋଲ୍ କରାଯାଇପାରିବ। ମାର୍ଗାରେଟ୍ ଆମେରିକାର…
ରମେଶ ମହାନ୍ତି ଜଗତସିଂହପୁର: ୧୦୨-ତିର୍ତୋଲ(ସଂ) ବିଧାନସଭା ଉପ-ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ ଆଚରଣବିଧି ଓ ରାଜ୍ୟ ସରକାରଙ୍କ କୋଭିଡ-୧୯ ମାର୍ଗଦର୍ଶିକା ଉଲ୍ଲଘଂନ ତଥା ଫ୍ଲାଇଙ୍ଗ୍ ସ୍କ୍ୱାର୍ଡକୁ ଦୁଃବ୍ୟବହାର ଅଭିଯୋଗରେ ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବିରିଡ଼ି ବ୍ଲକ୍ ମଧ୍ୟଶାସନ ଗ୍ରାମର ୮ ଜଣ ବ୍ୟକ୍ତିଙ୍କୁ ଜିଲ୍ଲା ପୋଲିସ୍ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିରିଡ଼ି ପୋଲିସ୍ ପକ୍ଷରୁ ଅପରାଧିଙ୍କ ବିରୋଧରେ କେଶ୍ ନଂ.୧୮୮ ତା.୨୯.୧୦.୨୦୨୦ରିଖରେ ଧାରା ୩୨୨/୩୪୧/୩୪୨/୧୮୮/୧୮୬/୫୦୬/୩୩/୩୫୩/୩୫୪-ଇ/୩୭୯/୨୦୧/୩୪ ଓଚଉ/୩ ମହାମାରୀ ରୋଗ ଅଧିନିୟମ-୧୮୯୭/୫୧(ବ)/୫୧(ଭ) ମହାମାରୀ ଅଧିନିୟମ -୨୦୨୦ ଅନୁଯାୟୀ ମାମଲା ଦାୟର କରାଯାଇଛି। ଗିରଫ ହୋଇଥିବା ୮ ଜଣ ବ୍ୟକ୍ତିଙ୍କୁ ଅକ୍ଟୋବର ୩୦ ତାରିଖରେ କୋର୍ଟ ଚାଲାଣ କରାଯାଇଛି ଏବଂ ଫେରାର୍ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି। ଏଠାରେ ପ୍ରକାଶ ଥାଉକି ଭାରପ୍ରାପ୍ତ ଅଧିକାରୀ ନିର୍ବାଚନ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ନଂ.୩ ଅକ୍ଟୋବର ୨୮ ତାରିଖ ରାତି ଘ.୧୦.୩୦ମି.ରେ ଜିଲ୍ଲା…
କ୍ୟୁବେକ୍: ଫ୍ରାନ୍ସ ପରେ ଏବେ କାନଡାର କ୍ୟୁବେକ୍ ଅଞ୍ଚଳରେ ଛୁରୀ ଆକ୍ରମଣର ସୂଚନା ରହିଛି । ଗହଳିପୂର୍ଣ୍ଣ ସ୍ଥାନରେ ଆକ୍ରମଣକାରୀଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ଦୁଇଜଣଙ୍କ ମତ୍ୟୁ ଘଟିଥିବା ବେଳେ 5ଜଣ ଆହତ ହୋଇଛନ୍ତି। ପୁଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି। ପୁଲିସ୍ ସନ୍ଦିଗ୍ଧ ଆକ୍ରମଣକାରୀକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ମଧ୍ୟଯୁଗୀୟ ପୋଷାକ ପିନ୍ଧିଥିବା ବେଳେ ତାଙ୍କ ନିକଟରୁ ଲମ୍ବା ଓ ଧାରୁଆ ଚାକୁ ପୁଲିସ ଜବତ କରିଛି। ଅଭିଯୁକ୍ତ ବୟସ 20 ବର୍ଷ ମଧ୍ୟରେ ହେବ ବୋଲି ସୂଚନା ରହିଛି । ତେବେ ଏହି ଆକ୍ରମଣ ପଛରେ କାରଣ କ’ଣ ରହିଛି ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । (ଏଜେନ୍ସି)
ଶାରଜା: ଏପର୍ଯ୍ୟନ୍ତ ଚଳିତ ଆଇପିଏଲରେ ୫୨ ଟି ଲିଗ୍ ମ୍ୟାଚ୍ ର ଖେଳ ଶେଷ ହୋଇଯାଇଥିବା ବେଳେ କେବଳ ମୁମ୍ବାଇ ଇଡିଆନ୍ସ ପ୍ଲେ ଅଫ ପାଇଁ ଯୋଗ୍ୟତା ହାସଲ କରିପାରିଛି। ଆଇପିଏଲ ଇତିହାସରେ ଏହା ଏକ ପ୍ରଥମ ଘଟଣା ହେବ। ଲିଗ୍ ମ୍ୟାଚ୍ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିଲେ ମଧ୍ୟ ପ୍ଲେ ଅଫ ପର୍ଯ୍ୟାୟ ପାଇଁ ୬ ଟି ଦଳ ସଂଘର୍ଷ କରୁଛି। ଏକମାତ୍ର ଦଳ ଭାବେ ତିନି ଥର ଚମ୍ପିୟାନ ହୋଇଥିବା ଚେନ୍ନାଇ ସୁପରକିଙ୍ଗ୍ସ ଟୁର୍ଣ୍ଣାମେଣ୍ଟର ପ୍ଲେ ଅଫରୁ ବିଦା ନେଇସାରିଛି। ବାକି ୬ ଟି ଦଳ ମଧ୍ୟରେ ଦ୍ଵିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ଆଜି ଠାରୁ ଲଢେଇ ହେବାକୁ ଯାଉଛି। ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଏହି ୬ଟି ଦଳକୁ ଯୋଗ୍ୟତା ହାସଲ କରିବା ପାଇଁ ଗୋଟିଏ ଲେଖାଏଁ ମ୍ୟାଚ ବାକି ରହିଛି। ସେଥିପାଇଁ ଏହି ଦଳଗୁଡିକୁ ଆଗାମୀ ପର୍ଯ୍ୟାୟ ଖେଳିବା ପାଇଁ ବଡ ବ୍ୟବଧାନରେ ନିଶ୍ଚିତ…
ଚେନ୍ନାଇ : ଦେଶରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଭାରତରେ ଏବେସୁଦ୍ଧା 1 ଲକ୍ଷ 22 ହଜାରରୁ ଅଧିକ ଆକ୍ରାନ୍ତ ଜୀବନ ହାରିଲେଣି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଡ ବଡ ନେତା ଅଭିନେତା ମଧ୍ୟ ପ୍ରାଣ ହରାଇଛନ୍ତି । ସେହିପରି ଶନିବାର ତାମିଲନାଡୁର କୃଷିମନ୍ତ୍ରୀ ଆର ଦୋରାଇକାନ୍ନୁ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ 72 ବର୍ଷ ବୟସ ହୋଇଥିଲା । ଗତ 13 ତାରିଖରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କୁ କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ରବିବାର ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଥିଲା । କରୋନା ସହ ନିମୋନିଆରେ ମଧ୍ୟ ସେ ଆକ୍ରାନ୍ତ ଥିଲେ । (ଏଜେନ୍ସି)
ନୂଆଦିଲ୍ଲୀ : ସାଧାରଣତଃ ଯୁବକମାନେ ଚାକିରି ନ ପାଇ ଦୁଃଖରେ ଆତ୍ମହତ୍ୟା କରନ୍ତି । କିନ୍ତୁ ଜଣେ ସରକାରୀ ଚାକିରି ପାଇବା ପରେ ଆତ୍ମହତ୍ୟା କରିଛନ୍ତି । କଥାଟା ଅବିଶ୍ବାସ ହେଉଥିଲେ ବି ସତ । ତାମିଲନାଡୁର କନ୍ୟାକୁମାରୀଠାରେ ଏହିପରି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକ ସରକାରୀ ଚାକିରି ପାଇବା କାରଣରୁ ଆତ୍ମହତ୍ୟା କରିଛନ୍ତି । ଯୁବକ ଜଣକ ଭଗବାନଙ୍କ ନିକଟରେ ପ୍ରତିଜ୍ଞା ମାଗିଥିଲେ ଯେ, ଯଦି ତାଙ୍କର ସରକାରୀ ଚାକିରି ହେଇଯିବ ତେବେ ସେ ନିଜ ଜୀବନ ତ୍ୟାଗ କରି ଭଗବାନଙ୍କ ଶରଣକୁ ଚାଲିଯିବେ । ଯେଉଁଦିନ ତାଙ୍କର ପ୍ରତିଜ୍ଞା ପୂର୍ଣ୍ଣ ହେଲା ସେଦିନ ସେ ମୃତ୍ୟକୁ କୋଳେଇ ନେଲେ । ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲା ନାଗରକୋଇଲ ଅଞ୍ଚଳରେ ରହୁଥିବା 32 ବର୍ଷୀୟ ଯୁବକ ନବୀନଙ୍କ ଏପରି ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ମୁମ୍ବାଇରେ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ତାଙ୍କର ଚାକିରି…
ମୟୁରଭଞ୍ଜ: ପାରିବାରିକ କଳହରୁ କରୁଣ ପରିଣତି । ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ବଇଦପୁର ଗାଁରେ ପାରିବାରିକ କଳହରୁ ଅଘଟଣ ଘଟିଥିବା ଜଣା ପଡ଼ିଛି। ନିଆଁରେ ପୋଡି ହୋଇ ପରିବାରର ତିନିଜଣ ଗୁରୁତର ହୋଇଛନ୍ତି। ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅନ୍ତର୍ଗତ ବୈଦପୁର ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ।ପାରିବାରିକ କଳହରୁ ପ୍ରଥମେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା। ମହିଳାକୁ ବଞ୍ଚାଇବାକୁ ଯାଇ ସ୍ବାମୀ ଓ ମାଆ ମଧ୍ୟ ଗୁରୁତର ହୋଇଥିବା ସୂଚାନ ମିଳିଛି। ତିନି ଜଣ ଗୁରୁତରଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ବାରିପଦା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଭୁବନେଶ୍ବର : ରାଜ୍ୟରେ ଆଉ 11କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ 3 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଅନୁଗୁଳ, କଟକ, ଦେବଗଡ, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ନୂଆପଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା 1331କୁ ବୃଦ୍ଧି ହୋଇଛି ।
ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୭୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୯୮୫ ଜଣ ଚିହ୍ନଟ ହୋଇଥିବାବେଳେ ୭୨୪ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୧ ହଜାର ୮୨୫କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୭୫ ହଜାର ୭୪୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୪ ହଜାର ୬୯୨ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୩୨୦ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍ ୧ ହଜାର ୭୦୯ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ…
ନୂଆଦିଲ୍ଲୀ : ଆଜିଠାରୁ ଦେଶରେ ବଦଳିବାକୁ ଯାଉଛି କେତେକ ନିୟମ। ନୂତନ ନିୟମଗୁଡିକ ସିଧାସଳଖ ଆମ୍ଆଦମୀର ଜୀବନ ଓ ପକେଟ ଉପରେ ପଡିବ । ଆଜିଠାରୁ ଗ୍ୟାସ୍ ବୁକିଂ ଠାରୁ ଆରମ୍ଭ କରି ବ୍ୟାଙ୍କ ଚାର୍ଜରେ ପରିବର୍ତ୍ତନ ସହ ରେଳ ସମୟ ସାରଣୀ କ୍ଷେତ୍ରରେ ଲାଗୁହେବ ନୂଆ ନିୟମ। ଆଜିଠାରୁ ଏଲ୍ପିଜି ସିଲିଣ୍ଡର ହୋମ୍ ଡେଲିଭରି ଓ ବୁକିଂ ପ୍ରକ୍ରିୟା ବଦଳୁଛି । ତୈଳ କମ୍ପାନୀ ଗୁଡିକ ଗ୍ରାହକଙ୍କ ପାଇଁ ଡେଲିଭରି ଅଥେଣ୍ଟିକେସନ୍ କୋଡ୍(ଡିଏସି) ଲାଗୁ କରିବାକୁ ଯାଉଛନ୍ତି। ଏଥିରେ ଗ୍ରାହକ ଏଲ୍ପିଜି ସିଲିଣ୍ଡର ହୋମ୍ ଡେଲିଭରି ପାଇଁ ଏକ ଓଟିପି ନମ୍ବର ପାଇବେ। ସିଲିଣ୍ଡର ଡେଲଭରୀ ସମୟରେ ଏହି ଓଟିପି ନମ୍ବର ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି । ସିଲିଣ୍ଡର ହୋମ୍ ଡେଲିଭରି ନେବା ସମୟରେ ଗ୍ରାହକ ପ୍ରଥମେ ନିଜର ପଞ୍ଜିକୃତ ମୋବାଇଲ ନମ୍ବରରୁ ଏକ କୋଡ୍ ପାଇବେ। ଯେତେବେଳେ ଗ୍ରାହକ ଓଟିପି ନମ୍ବର ସୁନିଶ୍ଚିତ କରିବେ ସେତବେଳେ ତାଙ୍କ ନିକଟରେ…
ନୂଆଦିଲ୍ଲୀ : ଭାରତରେ କରୋନା ଗ୍ରାଫ୍ ତଳମୁହାଁ ହୋଇଛି। କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ଆଶ୍ବସ୍ତି ମିଳିଛି। ଗତ 24 ଘଣ୍ଟାରେ 46 ହଜାର 964 କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ 470ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 81 ଲକ୍ଷ 84 ହଜାର 82ରେ ପହଞ୍ଚିଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା 1 ଲକ୍ଷ ହଜାର 22 ହଜାର 111କୁ ବୃଦ୍ଧି ପାଇଛି। ଦେଶରେ ଏବେ 5 ଲକ୍ଷ 70 ହଜାର 458 ଜଣ ସକ୍ରିୟ ରୋଗୀ ଥିବାବେଳେ 74 ଲକ୍ଷ 91 ହଜାର 513 ଜଣ ସୁସ୍ଥ ହୋଇଛନ୍ତି ।
ଲଣ୍ଡନ : ବିଶ୍ବର ବିଭିନ୍ନ ପ୍ରାନ୍ତରେ କରୋନାର ଦ୍ବିତୀୟ ଲହର ଦେଖିବାକୁ ମିଳିଛି । କରୋନାର ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି କିଛି ଦେଶ ପୁନର୍ବାର ଦେଶରେ ତାଲାବନ୍ଦ କରିଛନ୍ତି । ପୂର୍ବରୁ ୟୁରୋପ, ଫ୍ରାନ୍ସ,, ଜର୍ମାନୀରେ ଲକ୍ଡାଉନ୍ ଘୋଷଣା କରାଯାଇଥିବାବେଳେ ଏବେ ବ୍ରିଟେନ୍ରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ହୋଇଛି । ଶୀତ ଯୋଗୁଁ ସଂକ୍ରମଣ ବଢିଥିବାବେଳେ ଦେଶରେ ପୁନର୍ବାର ଲକ୍ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ନଭେମ୍ବର 1ରୁ ଡିସେମ୍ବର 2 ତାରିଖ ପର୍ଯ୍ୟନ୍ତ ଏକମାସ ଧରି ବ୍ରିଟେନ୍ରେ ଲକ୍ଡାଉନ୍ ଘୋଷଣା କରାଯାଇଛି । ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଲକ୍ଡାଉନ୍ ଘୋଷଣା କରିବା ସହ କହିଛନ୍ତି ଏବେ ଦ୍ବିତୀୟ ବିକଳ୍ପ କିଛି ନାହିଁ । ଏବେ ଲକ୍ଡାଉନ୍ ସହିତ ସମସ୍ତଙ୍କୁ ଘରେ ରହିବାକୁ ପଡିବ । କେବଳ ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟ ଦରକାରୀ କାରଣ ଯୋଗୁଁ ଘରୁ ବାହାରି ହେବ । ସୂଚନାଯୋଗ୍ୟ ବ୍ରିଟେନ୍ରେ ଏପର୍ଯ୍ୟନ୍ତ…
ଭୁବନେଶ୍ବର, ଯଦି ଘରେ ସଠିକ୍ ଦିଗରେ କାନ୍ଥ ବା ଟେବୁଲ ଘଣ୍ଟା ନ ଥାଏ କିମ୍ବା ଭୁଲ ଭାବେ ରଖା ଯାଇଥାଏ, ତେବେ ତାହା ଘର ପାଇଁ ଅମଙ୍ଗଳ ସାବସ୍ତ ହୁଏ। ଆପଣ ସମସ୍ତ ଚେଷ୍ଟା ସତ୍ତ୍ବେ କୌଣସି କାର୍ଯ୍ୟ ଠିକରେ ହୋଇପାରିବ ନାହିଁ। ପ୍ରତ୍ୟେକ କାର୍ଯ୍ୟ ବାଧା ପ୍ରାପ୍ତ ହେବ। ଯେତେବେଳେ ଆପଣ ବାସ୍ତୁ ଶାସ୍ତ୍ରବିତଙ୍କ ନିୟମ ଅନୁଯାୟୀ ଘରର କାନ୍ଥ ଘଣ୍ଟାକୁ ଠିକ୍ ଦିଗରେ ରଖିବେ, ସେତେବେଳେ ଆପଣଙ୍କୁ ସକରାତ୍ମକ ଶକ୍ତି ମିଳିବ। ଅଟକି ରହିଥିବା କାର୍ଯ୍ୟ ଶିଘ୍ର ସମାପ୍ତ ହେବ। ପ୍ରାୟତଃ ଲୋକମାନେ ନିଜ ସୁବିଧା ଅନୁଯାୟୀ ଘରର ଯେ କୌଣସି ସ୍ଥାନରେ କାନ୍ଥ ଘଣ୍ଟା ଟାଙ୍ଗନ୍ତି। କିନ୍ତୁ ବାସ୍ତୁ ଶାସ୍ତ୍ରବିତଙ୍କ ଅନୁଯାୟୀ, କିଛି ସ୍ଥାନ ଏବଂ ଦିଗ ଅଛି, ଯେଉଁଠାରେ ଘଣ୍ଟା ଶୁଭ ଫଳାଫଳ ଦେଇଥାଏ। ସେମାନଙ୍କ ଅନୁଯାୟୀ, ଦକ୍ଷିଣ ଦିଗରେ ଥିବା କାନ୍ଥରେ ଭୁଲରେ ସୁଦ୍ଧା କାନ୍ଥ ଘଣ୍ଟା ଲଗାନ୍ତୁ ନାହିଁ। କାରଣ ନକାରାତ୍ମକ…
Fit India Mission 200 KMs walkathon was joined by DG @ITBP_official Sh S S Deswal, Fitness icon and extremely talented martial artist film actor @VidyutJammwal and officials of CAPFs and State Police launched on #NationalUnityDay2020 from Nathuwala, Jaisalmer.
ନୂଆଦିଲ୍ଲୀ, ଡାକ୍ତରୀ ଶିକ୍ଷାକୁ ସୁଲଭ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରି ଜାତୀୟ ମେଡିକାଲ କମିଶନ (ଏନ୍ଏମ୍ସି) ତାହାର ପ୍ରଥମ ବଡ଼ଧରଣର ନୀତିନିୟମ ଆଜି ଘୋଷଣା କରିଛନ୍ତି। ବାର୍ଷିକ ଏମ୍ବିବିଏସ୍ ନାମଲେଖା ନିୟମ ୨୦୨୦ ପାଇଁ ସର୍ବନିମ୍ନ ଆବଶ୍ୟକତା ଶୀଷର୍କରେ ପ୍ରକାଶିତ ଏକ ବିଜ୍ଞପ୍ତିରେ ପୂର୍ବର ଭାରତୀୟ ଭେଷଜ ପରିଷଦ ବା ଏମ୍ସିଆଇର ବାର୍ଷିକ ନାମଲେଖା ସଂକ୍ରାନ୍ତ ୧୯୯୯ର ନିୟମକୁ ରଦ୍ଦ କରାଯାଇଛି । ଏମ୍ସିଆଇ ପକ୍ଷରୁ ୧୯୯୯ ଆଇନ (୫୦/୧୦୦/୧୫୦/୨୦୦/୨୫୦ ବାର୍ଷିକ ନାମଲେଖା) ପାଇଁ ଯେଉଁ ସର୍ବନିମ୍ନ ମାନ ଧାର୍ଯ୍ୟ କରାଯାଉଥିଲା ନୂଆ ବିଜ୍ଞପ୍ତି ଅନୁସାରେ ତାହାର ଅବସାନ ଘଟିଛି । ନୂଆ ନିୟମ ଅନୁସାରେ ଏଣିକି ଦେଶର ସମସ୍ତ ନୂତନ ପ୍ରସ୍ତାବିତ ମେଡିକାଲ କଲେଜମାନ ସ୍ଥାପନ ହେବ। ଏହି ଆଇନ ଅନୁସାରେ ମଧ୍ୟ ପ୍ରତିଷ୍ଠିତ ହୋଇଥିବା ମେଡିକାଲ କଲେଜଗୁଡିକର ଏମ୍ବିବିଏସ୍ ଆସନ ସଂଖ୍ୟା ବୃଦ୍ଧି କରାଯିବ। ୨୦୨୧-୨୨ ପାଠ୍ୟକ୍ରମ ବର୍ଷରୁ ଏହି ନୂଆ ନିୟମ ଲାଗୁ…

