Author: Samikhsya Bureau

ସୀତାରାମ ଅଗ୍ରଓ୍ବାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଦେଓଗାଁ ପଞ୍ଚାୟତର ୭୬ଟି ମହିଳା ଏସ୍‌ଏଚ୍‌ଜି ଗ୍ରୁପର ପ୍ରାୟ ଶତାଧିକ ମହିଳା ସଦସ୍ୟା ବାଣପୁର ବ୍ଲକକୁ ଘେରାଉ କରିବା ସହ ଧାରଣାରେ ବସିଛନ୍ତି। ଧାରଣରତ ମହିଳାମାନେ ମହିଳା ମହାସଂଘର ଏମ୍‌ବିକେ, ସିଆରପି, ମହାସଂଘ ସଭାପତି ଓ ସମ୍ପାଦିକାଙ୍କ ବିରୋଧରେ ଅଭିଯୋଗ ଆଣିବା ସହିତ ସେମାନଙ୍କର ବହିଷ୍କାର ଦାବି କରିଛନ୍ତି। ଅଭିଯୋଗ ଅନୁଯାୟୀ ମହିଳା ମହାସଂଘକୁ ଆସୁଥିବା ସରକାରୀ ଅନୁଦାନ ତଥା ଏହି ମହାସଂଘର ଆୟବ୍ୟୟର ହିସାବକୁ ଏହି ମହାସଂଘର ଏମ୍‌ବିକେ କଲ୍ୟାଣୀ ପରିଡା, ସାତ ଜଣ ସିଆରପି, ମହାସଂଘ ସଭାପତି ଗୀତାଞ୍ଜଳି ପରିଡା ଓ ସମ୍ପାଦିକା ଲିଲି ସାମନ୍ତରାୟ ମହିଳା ସଭ୍ୟ ତଥା ଇସି ମେମ୍ବରମାନଙ୍କୁ ଜଣାଉନାହାନ୍ତି। ଏ ସମ୍ପର୍କରେ ମହିଳାମାନେ ସମ୍ପାଦିକାଙ୍କୁ ଅଭିଯୋଗ କଲେ ସେ ସେମାନଙ୍କୁ ଦୁର୍ବ୍ୟବହାର ଦେଖାଇବା ସହ ଗାଳି ଗୁଲଜ କରୁଛନ୍ତି। ଅପରପକ୍ଷରେ ଏମ୍‌ବିକେ ଏବଂ ସିଆରପିମାନେ ଅନୁରୂପ ଭାବେ ମହିଳାମାନଙ୍କୁ ଦୁର୍ବ୍ୟବହାର କରିବା ସହ…

Read More

ଭୁବନେଶ୍ବର : ରାଜ୍ୟରେ ଆଉ 9 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ 3 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ସମ୍ବଲପୁର, ଭୁବନେଶ୍ବର, କଟକ, କନ୍ଧମାଳ, ପୁରୀ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ  ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ମୃତକଙ୍କ ସଂଖ୍ୟା 1340କୁ ବୃଦ୍ଧି ହୋଇଛି ।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୩୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୭୯୮ ଜଣ ଚିହ୍ନଟ ହୋଇଥିବାବେଳେ ୫୯୧ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୩ ହଜାର ୨୧୪କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୭୭ ହଜାର ୫୬୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୪ ହଜାର ୨୫୭ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୩୨୦ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୧ ହଜାର ୩୮୯ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ…

Read More

ନୂଆଦିଲ୍ଲୀ : କ୍ବାରେଣ୍ଟାଇନ୍‌ରେ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ।  କରୋନା ସଂକ୍ରମିତ ବ୍ୟକ୍ତିଙ୍କସଂସ୍ପର୍ଶରେ ଆସିବା ପରେ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରୋସ ଆଧାନୋମ ଗ୍ରେବେସିୟସ ଏବେ କ୍ୱାରାଣ୍ଟାଇନରେ ରହିଛନ୍ତି । ଏନେଇ ସେ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଡବ୍ଲୁଏଚ୍‌ଓ ମୁଖ୍ୟ ଟୁଇଟ କରି କହିଛନ୍ତି ଯେ ସେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି। ଏବେ ସେ ସମ୍ପୂର୍ଣ୍ଣ ଭଲ ଅଛି ଏବଂ ତାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ନାହିଁ। କିନ୍ତୁ ଡବ୍ଳୁଏଚ୍‌ଓ ପ୍ରୋଟୋକଲ ଅନୁଯାୟୀ ସେ ଆଗାମୀ ଦିନରେ କ୍ୱାରାଣ୍ଟାଇନ୍‌ରେ ରହି କାର୍ଯ୍ୟ କରିବେ।

Read More

ଭୁବନେଶ୍ବର :  ରାଜ୍ୟପାଳଙ୍କୁ କରୋନା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ରାଜ୍ୟପାଳଙ୍କ ପତ୍ନୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଛି । ଏନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ରିପୋର୍ଟ ପିଜିଟିଭ୍‌ ଆସିବା ପରେ ତାଙ୍କ ସହ ନିକଟ ଅତୀତରେ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କୋଭିଡ୍‌ ପରୀକ୍ଷା କରାଇନେବାକୁ ରାଜ୍ୟପାଳ ଅନୁରୋଧ କରିଛନ୍ତି । https://twitter.com/GovernorOdisha/status/1323118313661063168?s=20

Read More

ନୂଆଦିଲ୍ଲୀ: ଭାରତରେ କରୋନା ଗ୍ରାଫ୍‌ ତଳମୁହାଁ ହୋଇଛି। କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ଆଶ୍ବସ୍ତି ମିଳିଛି। ଗତ ୨୪ ଘଣ୍ଟାରେ ୪୫ ହଜାର ୨୩୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ୪୯୬ ଜଣଙ୍କର ମୃତ୍ୟୁ ହୋଇଛି। ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଲକ୍ଷ ୨୯ ହଜାର ୩୧୩ରେ ପହଞ୍ଚିଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ହଜାର ୨୨ ହଜାର ୬୦୭କୁ ବୃଦ୍ଧି ପାଇଛି। ଦେଶରେ ଏବେ ୫ ଲକ୍ଷ ୬୧ ହଜାର ୯୦୮ ଜଣ ସକ୍ରିୟ ରୋଗୀ ଥିବାବେଳେ ୭୫ ଲକ୍ଷ ୪୪ ହଜାର ୭୯୮ ଜଣ ସୁସ୍ଥ ହୋଇଛନ୍ତି।

Read More

ନୂଆଦିଲ୍ଲୀ, ୨୦୨୦ ଅକ୍ଟୋବରର ମାସରେ ଓଡିଶା ସମେତ ସମଗ୍ର ଦେଶରେ ମୋଟ ଜିଏସ୍‌ଟି ରାଜସ୍ୱ ସଂଗ୍ରହ ୧,୦୫,୧୫୫ କୋଟି ଟଙ୍କା ହୋଇଛି । ସେଥିମଧ୍ୟରୁ ସିଜିଏସ୍‌ଟି ପରିମାଣ ୧୯,୧୯୩ କୋଟି ଟଙ୍କା, ଏସ୍‌ଜିଏସ୍‌ଟି ୨୫,୪୧୧ କୋଟି ଓ ଆଇଜିଏସ୍‌ଟି ପରିମାଣ ୫୨,୫୪୦ କୋଟି ଟଙ୍କା ଥିବା ସରକାରୀଭାବେ ଜଣାପଡିଛି । ଏଥିରେ ଆମଦାନୀ ସାମଗ୍ରୀ ଉପରୁ ସଂଗୃହୀତ ଟିକସ ରାଜସ୍ୱର ପରିମାଣ ୨୩,୩୭୫ କୋଟି ଟଙ୍କା ଅନ୍ତର୍ଭୁକ୍ତ । ଏହାଛଡା ଏହି ମାସରେ ସାମଗ୍ରୀ ରପ୍ତାନୀ ଉପରୁ ଆଦାୟ ୯୩୨ କୋଟି ଟଙ୍କାର ରାଜସ୍ୱ ସମେତ ମୋଟ ୮,୦୧୧କୋଟି ଟଙ୍କାର ସେସ୍ ବା ଉପକର ସଂଗୃହୀତ ହୋଇଛି । ଚଳିତବର୍ଷ ଅକ୍ଟୋବରର ୩୧ ସୁଦ୍ଧା ୮୦ ଲକ୍ଷ ଜିଏସ୍‌ଟିଆର-୩ବି ରିଟର୍ଣ୍ଣ ଫାଇଲ କରାଯାଇଛି । ଓଡ଼ିଶାରୁ ଏହି ମାସରେ ମୋଟ ୨,୪୧୯ କୋଟି ଟଙ୍କାର ଜିଏସ୍‌ଟି ସଂଗୃହୀତ ହୋଇଛି । ଗତବର୍ଷ ଅକ୍ଟୋବରର ତୁଳନାରେ ଏହି ଜିଏସ୍‌ଟି ସଂଗ୍ରହ ୨୧ ପ୍ରତିଶତ…

Read More

ନୂଆଦିଲ୍ଲୀ, ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଦୁଇ ଖଣ୍ଡ ବା ଦୁଇ କୂଳ ରସୁଣ ଆପଣଙ୍କର ମୁହଁର ବ୍ରଣକୁ କୁଆଡେ ଉଭାଇ ଦେବ। ମୁହଁରେ ବ୍ରଣ ହେବା ଦ୍ବାରା ସମସ୍ତଙ୍କୁ ବଡ ଅସୁବିଧା ଅନୁଭବ ହୁଏ। କାରଣ ଅନ୍ୟ କେଉଁଠି କିଛି ହେଲେ ତାହା ଘୋଡେଇ ହେବ। ହେଲେ ମୁହଁରି କିଛି ହେଲେ ତାହାକୁ ଲୁଚେଇବା ସମ୍ଭବ ନୁହେଁ। ଏଥିପାଇଁ ଅନେକ ଲୋକ ଅନେକ ପଇସା ଖର୍ଚ୍ଚ କରନ୍ତି ହେଲେ ସେଥିରେ ବ୍ରଣ ଯିବାର ନା ଧରେ ନାହିଁ। କିନ୍ତୁ ପ୍ରାଚୀନ ଯୁଗରୁ ଆୟୁର୍ବେଦ ଶାସ୍ତ୍ରରେ ଏହାର ଉପାଚାର ରହିଛି। ଜାଣନ୍ତୁ କଣ 1- ଗୋଟା ରସୁଣରୁ ଦୁଇ ଖଣ୍ଡ ବାହାର କରି ଭଲଭାବରେ ଚୋପା ଛଡାଇ ଦିଅନ୍ତୁ। ତାହାକୁ ଭଲଭାବରେ ବାଟି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାପରେ 10 ମିନିଟ ପାଇଁ ତାହାକୁ ସେମିତି ଛାଡି ଦିଅନ୍ତୁ। ତାପରେ ବ୍ରଣ ଉପରେ ଏହାକୁ ଲଗାନ୍ତୁ। 10ରୁ 15 ମିନିଟ୍…

Read More

ନୂଆଦିଲ୍ଲୀ, ଆଜି ହେଉଛି ଇଂରେଜମାସର ଦ୍ବିତୀୟ ଦିନ। ଏହି ଦିନରେ ଆମେ ଏପରି ତିନୋଟି ରାଶି ବିଷୟରେ କହିବୁ ଯାହା ବେଶ୍ ସଶକ୍ତ ରହିଛି। ଏହି ତିନି ରାଶିର ବ୍ୟକ୍ତିମାନେ ବ୍ୟବସାୟ କ୍ଷେତ୍ରରେ ବିପୁଳ ସଫଳତା ହାସଲ କରିବେ। ଯାହା ସେମାନେ କେବେ ବିଶ୍ବାସ କରି ନ ଥିବେ। ଏହା ଦ୍ବାରା ବିପୁଳ ପରିମାଣର ଅର୍ଥ ଲାଭ ହେବାର ଗଣନା କହୁଛି। ଆପଣଙ୍କର ସମସ୍ତ ବିଧାବିଘ୍ନ ଏହି ସମୟରେ ସମାପ୍ତ ହେବ। ଆପଣଙ୍କର ବହୁଦିନର ପୁରୁଣା ବାକିଥିବା କାମ ହଠାତ୍ ତାହା ସମାପ୍ତ ହେବ। ଏହିରାଶିର ବ୍ୟକ୍ତିମାନଙ୍କର ବୈବାହିକ ଜୀବନ ବେଶ ସୁଖମୟ ହେବ। ଆପଣ ହଠାତ୍ ସାଙ୍ଗମାନଙ୍କ ସହିତ ବହୁ ଦୂରକୁ ଯାତ୍ରା କରିବାର ସମ୍ଭାବନା ରହିଛି। ଏହି ଯାତ୍ରା ଆପଣଙ୍କ ପାଇଁ ବେଶ ଲାଭଦାୟକ ହେବ। ଏହି ତିନିରାଶିର ବ୍ୟକ୍ତିମାନେ ତିନିଦନ ମଧ୍ୟରେ ଭଲ ଖବର ପ୍ରାପ୍ତ ହେବେ। ଆପଣଙ୍କ ମନ ଭିତରେ ବହୁ ଧରି ଉଙ୍କି ମାରୁଥିବା…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ଗ୍ରାମରେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଚାରି ଜୁଆଡ଼ି ଙ୍କୁ ଗିରଫ କରିବା ସହ ଟଙ୍କା ଏବଂ ବାଇକ ଜବତ କରିଛି ଟାଙ୍ଗୀ ପୋଲିସ। ସୂଚନା ଅନୁସାରେ କୌଣସିମତେ ଖବର ପାଇ ଟାଙ୍ଗୀ ପୋଲିସ ସୋରଣ ଗ୍ରାମ ମାନସିଂହପୁର ରେ ଜୁଆ ଖେଳ ଚାଲିଥିବା ବେଳେ ଅତର୍କିତ ଭାବରେ ଚଢ଼ାଉ କରି ଚାରି ଜଣ ଜୁଆଡ଼ିଙ୍କୁ କାବୁ କରି ଗିରଫ କରିଥିଲା। ସେମାନଙ୍କ ନିକଟରୁ ନଗଦ ପାଞ୍ଚ ହଜାର ତିରିଶ ଟଙ୍କା , ୭ ଗୋଟି ମଟର ସାଇକେଲ ସହ ବ୍ୟବହାର ହେଉଥିବା ପାଲି ଜବତ କରାଯାଇଛି। ସେହି ଚାରି ଜୁଆଡିଙ୍କ ବିରୁଦ୍ଧରେ ଓ.ପି.ଜି ଆକ୍ଟ ଅନୁଯାୟୀ କେସ ନମ୍ବର ୩୩୨/୨୦ ରେ ମାମଲା ରୁଜୁକରି ତଦନ୍ତ ଜାରିରହିଛି ବୋଲି ଟାଙ୍ଗୀ ଥାନାଧିକାରୀ ସରୋଜ ଉପାଧ୍ୟାୟ ସୂଚନା ଦେଇଛନ୍ତି।

Read More

ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ବର୍ତ୍ତମାନ ନିର୍ବାଚନର ପ୍ରଚାର ପ୍ରସାର ସମୟ ସୀମା ଶେଷ ହୋଇ ଯାଇଥିବାରୁ ସମସ୍ତ ରାଜନୈତିକ କର୍ମକର୍ତ୍ତା, ଦଳୀୟ କର୍ମୀ ଯେଉଁମାନେ ଏହି ନିର୍ବାଚନ ମଣ୍ଡଳୀର ଭୋଟର ନୁହଁନ୍ତି କିନ୍ତୁ କେବଳ ପ୍ରଚାର ପ୍ରସାର ନିମନ୍ତେ ଏହି ନିର୍ବାଚନ ମଣ୍ଡଳୀକୁ ଆସିଥିଲେ ସେମାନଙ୍କ ଉପସ୍ଥିତି ଉପରେ କଟକଣା ଜାରି କରାଯାଇଛି। ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ତିର୍ତ୍ତୋଲ ବଜାର ସ୍ଥିତ ଆନନ୍ଦମଣ୍ଡପ (କଲ୍ୟାଣମଣ୍ଡପ)ରେ ଚଢ଼ାଉ କରିଥିଲେ। ହେଲେ ଚଢାଉ ସମୟରେ ଏଠାରେ କୌଣସି ରାଜନୈତିକ ଦଳର କର୍ମକର୍ତ୍ତା ନଥିଲେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଥିସହିତ ଜିଲ୍ଲାପାଳ ଓ ଏସ୍.ପି ତାରପୁର ପୋଲିସ୍ ଚେକ୍ ପୋଷ୍ଟରେ ଇନସପେକ୍ଟେଡ କରିବା ସହିତ ନୁଆପୋଖରୀ ସ୍ଥିତ ମଦଦୋକାନ ପରିଦର୍ଶନ କରିଥିଲେ।

Read More

ହାଇଦ୍ରାବାଦ, ଆଜି ଅପରାହ୍ନରେ ହାଇଦ୍ରାବାଦ ପୋଲିସ ଏକ କାର ଭିତରୁ ଏକ କୋଟି ଟଙ୍କା ଜବତ କରିଛି। ଏହି ଟଙ୍କା ତେଲଙ୍ଗାନା ଡୁବୁକା ବିଧାନସଭାର ବିଜେପି ପ୍ରାର୍ଥୀ ଏମ ରଘୁନନ୍ଦନ ରାଓଙ୍କ ଶଳାଙ୍କ ଗାଡିରୁ ଜବତ କରାଯାଇଛି। ତାଙ୍କ ନାମ ହେଉଛି ଶ୍ରୀନିବାସ ରାଏ। ଡୁବୁକାରେ ଆସନ୍ତା ନଭେମ୍ବର 3 ତାରିଖରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ହାଇଦ୍ରାବାଦ ପୋଲିସ କମିଶନର ଅଞ୍ଜନୀ କୁମାର କହିଛନ୍ତି ଯେ, ଏହି ବିପୁଳ ପରିମାଣର ଟଙ୍କା ଭୋଟରମାନଙ୍କୁ ବାଣ୍ଟିବା ପାଇଁ ନିଆଯାଉଥିଲା। ପୋଲିସ ଏକ ଖବର ପାଇ ଏହି କାରର ପିଛା କରି ବେଗମପେଟ୍ ଫ୍ଲାଏଓଭରରୁ ଧରିଥିଲା। ପୋଲିସକୁ ଶ୍ରୀନିବାସ କହିଛନ୍ତି ଯେ ଏହି ଟଙ୍କା ବିଶାଖା ଇନଣ୍ଡଷ୍ଟ୍ରୀର ମାଲିକ ଜି ବିବେକଙ୍କଠାରୁ ଅଣାଯାଇଥିଲା। ଜି ବିବେକ ହେଉଛନ୍ତି ଜଣେ ପୂର୍ବତନ ବିଜେପି ସାଂସଦ। ଭୋଟ ପ୍ରଚାର ସରିବାର ମାତ୍ର କେଇ ମିନିଟ ମଧ୍ୟରେ ଏପରି ଟଙ୍କା ଜବତ ହେବା ରାଜ୍ୟ ରାଜନୀତିକୁ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ଦୁଇଦିନ ମଧ୍ୟରେ ଦୁଇଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ଖବର ଗଂଜାମବାସୀଙ୍କୁ ଆତଙ୍କିତ କରିଥିôବାବେଳେ ଆଜି କିନ୍ତୁ କାହାରି ମୃତ୍ୟୁ ହୋଇନଥିବାରୁ ଲୋକେ ଆଶ୍ୱସ୍ତି ଅଛନ୍ତି। ଗତକାଲି ୩୫୦୭ ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୧୯ ଜଣ ନୂତନ ଆକ୍ରାନ୍ତ ଚିିହ୍ନଟ ହୋଇଛନ୍ତି। ସମୁଦାୟ ୫୪୭୫୬୯ଟି ସ୍ୱାବ୍ ପରୀକ୍ଷା କରାଯାଇଥିବାବେଳେ ୯୮.୨ ପ୍ରତିଶତ ସୁସ୍ଥତା ହାର ରହିଛି। ଆଜି ମଧ୍ୟ ୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସଂକ୍ରମିତ ମଧ୍ୟରେ ୧୭ ଜଣ ସ୍ଥାନୀୟ ସଂକ୍ରମିତ ଥିବାବେଳେ ୨ ଜଣ କରୋନା ଯୋଦ୍ଧା ଅଛନ୍ତି। ଆଜି ମଧ୍ୟ ସର୍ବାଧିକ ବ୍ରହ୍ମପୁର ମହାନଗର ନିଗମରେ ୭ ଜଣ ସ୍ଥାନୀୟ ଏବଂ ଜଣେ କରୋନା ଯୋଦ୍ଧା ଚିହ୍ନଟ ହୋଇଛନ୍ତି। ଆସିକା ବ୍ଳକ୍‌, ହିଂଜିଳିକାଟୁ, କୁକୁଡ଼ାଖଣ୍ଡି, ପାତ୍ରପୁର, ଅନ୍ୟାନ୍ୟ ସ୍ଥାନରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଗଂଜାମ ବ୍ଳକ୍‌ରୁ ୨, ରଙ୍ଗେଇଲୁଣ୍ଡାରୁ ୩ ଜଣ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତକାଲି କୂମାରପୂର୍ଣ୍ଣିମା ଥିବାବେଳେ ଜୁଆଖେଳ ଶୀର୍ଷରେ ପହଞ୍ଚିଥିଲା। ଗଂଜାମ ଜିଲ୍ଲାରେ ଗତ ଦୁଇଦିନ ମଧ୍ୟରେ ବହୁ ଜୁଆଡ଼ିକୁ ଗଂଜାମ ଜିଲ୍ଲା ପୋଲିସ୍ ଗିରଫ କରିଥିବାବେଳେ ଗତକାଲି ଏବଂ ଆଜି ମଧ୍ୟ ଜୁଆଆଡ୍ଡା ଚଢ଼ାଉ ଜାରି ରଖିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଗ୍ରାମର ୮ଟି ଜୁଆଆଡ୍ଡା ଚଢ଼ାଉ କରି ୪୬ ଜଣ ଜୁଆଡ଼ିକୁ ଗିରଫ କରିଛି ଗଂଜାମ ଜିଲ୍ଲା ପୋଲିସ୍ ଏହା ସହ ୨ ଲକ୍ଷ ୧୫ହଜାର ୬୩୫ ଟଙ୍କା ଏବଂ ଖେଳସାମଗ୍ରୀ ଜବତ କରିଛି। ତେବେ ଚଳିତବର୍ଷ ଦାଦାବଟି ମାଗିବା ନେଇ ପୋଲିସ୍ ପକ୍ଷରୁ ମଧ୍ୟ ଏକ ସ୍ୱତନ୍ତ୍ର ଧରପଗଡ଼ ଚାଲିଥିଲା। ଏହିକ୍ରମରେ ଚଳିତବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ୧୩ଟି ଦାଦାବଟି ମାଗିବା ଅଭିଯୋଗରେ ୨୬ ଜଣକୁ ଗିରଫ କରିଛି ଗଂଜାମ ଜିଲ୍ଲା ପୋଲିସ୍।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ଏକ ଅଭାବନୀୟ ନିଷ୍ପତ୍ତି କ୍ରମେ ସରକାରୀ ସ୍କୁଲଗୁଡ଼ିକ ବନ୍ଦ ଏବଂ ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ସାରା ରାଜ୍ୟରେ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ସୂଚନାଯୋଗ୍ୟ ରାଜ୍ୟ ସରକାର ନିଷ୍ପତ୍ତି କ୍ରମେ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ କ୍ଷେତ୍ରରେ ୨୦ରୁ କମ୍ ଛାତ୍ରଛାତ୍ରୀ ଥିଲେ ସ୍କୁଲ ବନ୍ଦ ହେବ। ଯଦି ୨୦ରୁ ସାମାନ୍ୟ ଅଧିକ ପିଲା ଥିବେ ଓ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ ହେବ। ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଥା କହିଲେ ୫୦ରୁ କମ୍ ଛାତ୍ରଛାତ୍ରୀ ଥିଲେ ତାହାକୁ ବନ୍ଦ କରିବା ବା ଅନ୍ୟ ସ୍କୁଲ ସହ ମିଶ୍ରଣ ପ୍ରସ୍ତାବ ରହିଛି। ଏହି ନିର୍ଦ୍ଦେଶ ସରକାର ମାର୍ଚ୍ଚ ମାସଠାରୁ ଦେଇଥିଲେ ମଧ୍ୟ କରୋନା ଯୋଗୁଁ ଏହା ସାମୟିକ ପାଇଁ ସ୍ଥଗିତ ଥିବାବେଳେ ବର୍ତ୍ତମାନ ଏହା ଜୋର୍‌ସୋର୍‌ରେ ଆରମ୍ଭ ହେବାରେ ଲାଗିଛି। ଏହିକ୍ରମରେ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୮୧୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବଧିକ ୨୨୦ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ କଟକରୁ ୧୫୨, ଅନୁଗୁଳରୁ ୧୪୮, ସୁନ୍ଦରଗଡରୁ ୯୭, ପୁରୀରୁ ୯୬, ମୟୂରଭଞ୍ଜରୁ ୮୩, ବଲାଙ୍ଗିରିରୁ ୭୬, ଯାଜପୁରରୁ ୭୬, କେନ୍ଦୁଝରରୁ ୬୮, ଭଦ୍ରକରୁ ୬୭, କେନ୍ଦ୍ରାପଡାରୁ ୬୨, ବରଗଡରୁ ୬୧, ଜଗତସିଂହପୁରରୁ ୬୦, ନୂଆପଡ଼ାରୁ ୫୮, କୋରାପୁଟରୁ ୪୯, କଳାହାଣ୍ଡିରୁ ୪୫, ବାଲେଶ୍ବରରୁ ୪୨, ନବରଙ୍ଗପୁରରୁ ୩୯, ସମ୍ବଲପୁରରୁ ୩୯, ଝାରସୁଗୁଡାରୁ ୩୫, ମାଲକାନଗିରିରୁ ୩୪, ନୟାଗଡରୁ ୩୦, ବୌଦ୍ଧରୁ ୨୩, ଗଞ୍ଜାମରୁ ୨୩, ଢେଙ୍କାନାଳରୁ ୨୧, କନ୍ଧମାଳରୁ ୧୮, ଗଜପତିରୁ ୧୫, ରାୟଗଡାରୁ ୧୨, ସୋନପୁରରୁ ୧୫, ଦେବଗଡରୁ ୭, ଏବଂ ଷ୍ଟେଟ ପୁଲରୁ ୪୪ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ…

Read More

ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ଉପ-ନିର୍ବାଚନ ନିମନ୍ତେ ସମସ୍ତ ପୋଲିଂ ପାର୍ଟିଙ୍କୁ ଆଜି ସମସ୍ତ ବୁଥ୍‌କୁ ପ୍ରେରଣ କରାଯାଇଛି। ସ୍ଥାନୀୟ ଏସ୍‌.ଭି.ଏମ୍ କଲେଜରେ ଏଥିନିମନ୍ତେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ବୁଥ୍ ସଂଖ୍ୟା ୨୬୫ ରୁ ୩୭୩କୁ ବୃଦ୍ଧି କରାଯାଇଛି। ୧୯୪୦ ଜଣ ପ୍ରିଜାଇଡିଙ୍ଗ୍ ପୋଲିଂ ଅଧିକାରୀ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ପୋଲିଂ ପାର୍ଟିକୁ ନେବା ଆଣିବା ପାଇଁ ୧୫୭ଟି ବସ୍‌ର ବ୍ୟବସ୍ଥା କରାଯାଇଛି। ଉପ-ନିର୍ବାଚନ ନିମନ୍ତେ ୬୨ ଜଣ ସି.ଏ.ପି.ଏଫ୍‌, ୩୭ ଜଣ ୱେବ୍ କାଷ୍ଟିଙ୍ଗ୍‌, ୪୦ ଜଣ ମାଇକ୍ରୋ ଅବଜରଭର୍‌, ୫ଟି ଭିଡ଼ିଓ ଗ୍ରାଫି ନିୟୋଜିତ ହୋଇଛନ୍ତି। ଉପ-ନିର୍ବାଚନ ନିମନ୍ତେ ୩୩ ଜଣ ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି। ଆଜି ପୋଲିଂ ପାର୍ଟିଙ୍କୁ ୩୭ଟି ଡିସ୍‌ପରସାଲ କାଉଟଂର ମାଧ୍ୟମରେ ପୋଲିଂ ସାମଗ୍ରୀ ପ୍ରଦାନ କରାଯାଇଛି। ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଏବଂ ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର୍…

Read More

ଭୁବନେଶ୍ବର, ପୂର୍ବ ତଟ ରେଳ ଅଧୀନରେ ଥିବା ସମ୍ବଲପୁର ଡିଭିଜନର ଟିଟିଲାଗଡ-ରାୟପୁର ରେଳ ସେକ୍ସନର ତୁରେକେଲା ରୋଡ୍-ହରିଶଙ୍କର ରୋଡ୍ ଏବଂ ଲଖନା ଷ୍ଟେସନ୍ ମଧ୍ୟରେ ତୁରେଇକେଲା ରୋଡ୍-ହରିଶଙ୍କର ରୋଡ୍-ଲଖନା ଷ୍ଟେସନ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର‌୍ୟ୍ୟ ପାଇଁ ନିମ୍ନଲିଖିତ ଅନୁଯାୟୀ ଦୁଇଟି ଟ୍ରେନ୍ ପ୍ରଭାବିତ ହେବ – ଟ୍ରେନର ବାତିଲ୍: ୦୨୮୮୭/୦୨୮୮୮ ବିଶାଖାପାଟଣା-ନିଜାମୁଦ୍ଦିନ-ବିଶାଖାପାଟଣା ବିଶେଷ ଟ୍ରେନ ଭାୟା ରାୟଗଡା-ଟିଟିଲାଗଡ-ରାୟପୁର ଚଳିତ ମାସ ୩ ନଭେମ୍ବର ରୁ ୮ ନଭେମ୍ବର, ୨୦୨୦ ମଧ୍ୟରେ ଏବଂ ନିଜାମୁଦ୍ଦିନ ଠାରୁ ୨ ନଭେମ୍ବର ରୁ ୭ ନଭେମ୍ବର, ୨୦୨୦ ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ। ଟ୍ରେନର ଆଂଶିକ ବାତିଲ୍: ୦୮୪୨୫/୦୮୪୨୬ ପୁରୀ-ଦୁର୍ଗ-ପୁରୀ ବିଶେଷ ଟ୍ରେନ ପୁରୀ ଠାରୁ ୨ ରୁ ୮ ନଭେମ୍ବର, ୨୦୨୦ ମଧ୍ୟରେ ଏବଂ ଦୁର୍ଗ ଠାରୁ ୩ ରୁ ୯ ନଭେମ୍ବର, ୨୦୨୦ ମଧ୍ୟରେ ଉଭୟ ଦିଗରୁ ପୁରୀ ଏବଂ ଟିଟିଲାଗଡ ମଧ୍ୟରେ ଚଳାଚଳ କରିବ ଏବଂ ଟିଟିଲାଗଡ…

Read More

ମାଲାକାନାଗିର, ବିଏସଏଫର ଲଢୁଆ ସୁରକ୍ଷା କର୍ମିଙ୍କୁ ନେଇ ମାଲାକାନାଗିରିର ସ୍ବାଭିମାନ ଅଞ୍ଚଳରେ ଏକ ନୂଆ କ୍ୟାମ୍ପ କରାଯାଇଛି। ଏହି କ୍ୟାମ୍ପ ଗୁରାସେତୁ ନିକଟରେ କରାଯାଇଛି। ମାଓବାଦୀଙ୍କ ଭୟରେ ସେଠାକାର ଅଞ୍ଚଳବାସୀ ବାହାରୁ ଯିବା ପାଇଁ ଭୟ କରିଥାନ୍ତି। ଫଳରେ ଦୀର୍ଘଦିନରୁ ସେଠାରେ ଏକ ସୁରକ୍ଷା କ୍ୟାମ୍ପ କରିବା ପାଇଁ ଯୋଜନା ଚାଲିଥିଲା। ଗତକାଲି ବିଏସଏଫ ଡିଆଇଜି, ଏସଓଜି, ଆଇଆର ବ୍ୟାଟେଲିୟାନ ଏବଂ ମାଲାକାନାଗିରି ଏସପି ବିଏସଏପର ସିଓବି କୁ ପତାକା ପୋତି ଉଦଘାଟନ କରିଥିଲେ। ଏହା ନୂଆ ସିଓବି ବା କଂପାନୀ ଅପରେଟିଂ ବେସ୍ ପ୍ରତିଷ୍ଠା ନେଇ ଓଡିଶା ପୋଲିସ ଡିଜି ଅଭିନନ୍ଦନ ଜଣାଇଛନ୍ତି।

Read More

ଭୁବନେଶ୍ୱର : ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଉଭୟ ନିର୍ବାଚନ ମଣ୍ଡଳୀକୁ ପୋଲିଂ ପାର୍ଟି ପଠାଯାଇ ସାରିଥିବା ସୂଚନା ମିଳିଛି ।ଆଜି ସନ୍ଧ୍ୟା 6ଟା ପରେ ଉଭୟ ଆସନରେ ନିର୍ବାଚନ ପ୍ରଚାର ବନ୍ଦ ହେବ । ସନ୍ଧ୍ୟା 6ଟା ପରେ ବାହାର ଲୋକଙ୍କୁ ବାଲେଶ୍ୱର ଓ ତିର୍ତ୍ତୋଲ ଯିବା ମନା । ବାଲେଶ୍ୱରରେ 346 ଓ ତିର୍ତ୍ତୋଲରେ 373ଟି ବୁଥ ହୋଇଛି । ବାଲେଶ୍ୱରରେ 1800 ଓ ତିର୍ତ୍ତୋଲରେ 1900 କର୍ମଚାରୀ ନିୟୋଜିତ ହୋଇଛନ୍ତି । ପ୍ରଚାର ବେଳେ କୋଭିଡ ନିୟମ ଭାଙ୍ଗ ଅଭିଯୋଗରେ 52ଟି ମାମଲା ରୁଜୁ ହୋଇଛି । ବାଲେଶ୍ଵର ସଦର ଓ ତିର୍ତ୍ତୋଲ ଉପନିର୍ବାଚନର ପାଇଁ ପ୍ରଚାର ଶେଷ । ସଂଧ୍ୟା 6ଟା ପୂର୍ବରୁ ଅଣ ଭୋଟରମାନଙ୍କୁ ନିର୍ବାଚନ ମଣ୍ଡଳୀ ଛାଡିବାକୁ ନିର୍ଦ୍ଦେଶ ଦେଇଛି । ଏନେଇ ସାମ୍ବାଦିକ ସମ୍ମିଳନୀ କରି…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ୮୩ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨୦ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୬୩ ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି। https://twitter.com/bmcbbsr/status/1322871295411855360?s=20 ସେହିପରି ଆଜି ୨୦୧ ଜଣ ସୁସ୍ଥ ହୋଇଛନ୍ତି। ନୂତନ ୮୩ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯ ହଜାର ୨୩୬ ରେ ପହଞ୍ଚିଛି। ସେହିପରି ଏବେ ସୁଦ୍ଧା ୨୭ ହଜାର ୭୪୪ ଜଣ ସୁସ୍ଥ ହୋଇଥିବାବେଳେ ୧୬୭ ଜଣଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ବର ମହାନଗରରେ ଏବେବି ୧ ହଜାର ୩୦୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

Read More