ଆଜି ରାଜ୍ୟରୁ ଆରୋଗ୍ୟ ଲାଭ କଲେ ଆଉ ୧ ହଜାର ୮୧୫ ଜଣ କରୋନା ଆକ୍ରାନ୍ତ

Published: Nov 1, 2020, 8:20 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୮୧୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବଧିକ ୨୨୦ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ କଟକରୁ ୧୫୨, ଅନୁଗୁଳରୁ ୧୪୮, ସୁନ୍ଦରଗଡରୁ ୯୭, ପୁରୀରୁ ୯୬, ମୟୂରଭଞ୍ଜରୁ ୮୩, ବଲାଙ୍ଗିରିରୁ ୭୬, ଯାଜପୁରରୁ ୭୬, କେନ୍ଦୁଝରରୁ ୬୮, ଭଦ୍ରକରୁ ୬୭, କେନ୍ଦ୍ରାପଡାରୁ ୬୨, ବରଗଡରୁ ୬୧, ଜଗତସିଂହପୁରରୁ ୬୦, ନୂଆପଡ଼ାରୁ ୫୮, କୋରାପୁଟରୁ ୪୯, କଳାହାଣ୍ଡିରୁ ୪୫, ବାଲେଶ୍ବରରୁ ୪୨, ନବରଙ୍ଗପୁରରୁ ୩୯, ସମ୍ବଲପୁରରୁ ୩୯, ଝାରସୁଗୁଡାରୁ ୩୫, ମାଲକାନଗିରିରୁ ୩୪, ନୟାଗଡରୁ ୩୦, ବୌଦ୍ଧରୁ ୨୩, ଗଞ୍ଜାମରୁ ୨୩, ଢେଙ୍କାନାଳରୁ ୨୧, କନ୍ଧମାଳରୁ ୧୮, ଗଜପତିରୁ ୧୫, ରାୟଗଡାରୁ ୧୨, ସୋନପୁରରୁ ୧୫, ଦେବଗଡରୁ ୭, ଏବଂ ଷ୍ଟେଟ ପୁଲରୁ ୪୪ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୭୭ ହଜାର ୫୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୧ ହଜାର ୮୨୫ ମଧ୍ୟରୁ ୧୨ ହଜାର ୮୭୭ ଜଣ ଚିକିତ୍ସିଧୀନ ଥିବା ବେଳେ ୧୩୩୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

 

Related posts