ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀ ଏବଂ ଶ୍ୱଶୁରଙ୍କ ପ୍ରରୋଚନାରେ ମା’ କୁ ଜିଅନ୍ତା ଜାଳିଲା ପୁଅ

Published: Nov 2, 2020, 10:26 pm IST

ଶାହାଜାହାନପୁର (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ଶାହାଜାହାନପୁରର ଜଣେ ୫୮ ବର୍ଷୀୟା ମହିଳାଙ୍କ ଦେହରେ ନିଆଁ ଲଗାଇ ମାରିଦେଇଥିବା ଅଭିଯୋଗ ହୋଇଛି। ପାରିବାରିକ କଳହକୁ ନେଇ ମୃତକ ମହିଳାଙ୍କ ଦେହରେ ତାଙ୍କ ପୁଅ, ବୋହୂ ଏବଂ ବୋହୂଙ୍କ ସମ୍ପର୍କୀୟଙ୍କ ଦ୍ୱାରା ନିଆଁ ଲଗାଇ ମାରିଦେଇଥିବା ଅଭିଯୋଗ ହୋଇଛି।

ପୀଡିତାଙ୍କ ସାନ ପୁଅ କିଶାନ ଗୁପ୍ତାଙ୍କ ଅଭିଯୋଗ ଅନୁଯାୟୀ, ଆଜି ସକାଳେ ରତ୍ନା ଦେବୀ ଶୋଇଥିବା ସମୟରେ ତାଙ୍କ ଭାଇ ଆକାଶ, ଭାଉଜ ଦୀପଶିଖା, ଶ୍ୱଶୁର ଅଚ୍ଛେଲାଲ ଏବଂ ସମ୍ପର୍କୀୟ ବିନୋଦ ତାଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ।

ତାଙ୍କ ଚିତ୍କାର ଶୁଣି ପଡୋଶୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ପୋଲିସକୁ ସୂଚନା ଦେଇଥିଲେ। ପରେ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ପୋଲିସ ଅଧୀକ୍ଷକ ଅପର୍ଣ୍ଣା ଗୌତମ କହିଛନ୍ତି ଯେ, ଆକାଶ ଗୁପ୍ତା, ଅଚ୍ଛେଲାଲ ଏବଂ ବିନୋଦଙ୍କୁ ପଚରାଉଚରା ପାଇଁ ଥାନାରେ ଅଟକ ରଖାଯାଇଛି। ଏବଂ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ପଠାଯାଇଛି।

Related posts