ବାଣକାରଖାନାରେ ବିସ୍ଫୋରଣ : ଚାରି ମୃତ

Published: Nov 4, 2020, 12:22 pm IST

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର କୁଶୀନଗର ଜନପଦର କପ୍ତାନଗଞ୍ଜ ଥାନା ସ୍ଥିତ ଏକ ବେଆଇନ ବାଣ କାରଖାନାରେ ବୁଧବାର ସକାଳେ ବିସ୍ଫୋରଣ ଘଟି ଚାରିଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ତେବେ ଏହି ଅଗ୍ନିକାଣ୍ଡରେ ଆଉ କିଛି ଲୋକେ ଫସି ରହିଥିବାର ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ପୋଲିସ୍‌ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଦିପାବଳୀ ପାଇଁ ବାଣ ପ୍ରସ୍ତୁତ କରୁଥିବା ସମୟରେ ଅଚନାକ ବିସ୍ଫୋରଣ ହୋଇଥିଲା । କପ୍ତାନଗଞ୍ଜ ଥାନା ନିକଟ ଓ୍ବାର୍ଡ ନମ୍ବର 11ରେ ଏକ ଅବୈଧ ବାଣ କାରଖାନା ଚାଲୁଥିଲା । ବାଣକାରଖାନାରେ ବିସ୍ଫୋରଣ ହେବା ପରେ ଆଖପାଖରେ ଥିବା ତିନୋଟି ଘର ମଧ୍ୟ ଏହି ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହି ଘଟଣାରେ 4ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 6ଜଣଙ୍କୁ ଅତି ଗୁରୁତର ଭାବେ ଉଦ୍ଧାର କରାଯାଇଛି । ତେବେ ଏହି ଘଟଣାରେ ଅନେକେ ଫସି ରହିଥିବାରୁ ମୃତକଙ୍କସଂଖ୍ୟା ଆଗକୁ ବଢିପାରେ ବୋଲି ସୂଚନା ରହିଛି । (ଏଜେନ୍ସି)

Related posts