ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଚାଲିଛି ଭୋଟଗଣତି, ତଥାପି ଲୋକଙ୍କ ମୁଡ୍‌ ନାହିଁ ଫଳାଫଳରେ, ଖୋଜୁଛନ୍ତି କିଛି ଅଲଗା ଜିନିଷ

Published: Nov 4, 2020, 12:31 pm IST

ନ୍ୟୁୟର୍କ : ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଜାରି ରହିଛି । ତେବେ ଆମେରିକୀୟ ବାସୀ ନିର୍ବାଚନ ଅପେକ୍ଷା ନିଜ ଘର ନିକଟରେ ରହିଥିବା ମଦ ଦୋକାନ ସମ୍ପର୍କରେ ଜାଣିବା ପାଇଁ ଅଧିକ ଉତ୍ସାହ ଦେଖାଇଛନ୍ତି ।  ରାଷ୍ଟ୍ରପତି ନିର୍ବାଚନରେ ଦୁଇ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବିଡେନଙ୍କ ମଧ୍ୟରେ କଡା ଟକ୍କର ହେଉଥିବା ବେଳେ ଆମେରିକୀୟ ବାସୀ କିନ୍ତୁ ଏହାକୁ ନେଇ କୌଣସି ଉତ୍ସାହ ଦେଖାଉନାହାନ୍ତି । ଆମେରିକୀୟ ନ୍ୟୁଜ ୱେବସାଇଟ ବ୍ଲୁମବର୍ଗ ପକ୍ଷରୁ ଏକ ରୋଚକ ତଥ୍ୟ ପ୍ରକାଶ ପାଇଛି । ଏହି ତଥ୍ୟ ଅନୁଯାୟୀ ଲୋକ ରାଷ୍ଟ୍ରପତି ନିର୍ବାଚନ ଅପେକ୍ଷା ନିଜ ଅଞ୍ଚଳରେ ରହିଥିବା ମଦ ଦୋକାନ ସମ୍ପର୍କରେ ଜାଣିବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରିବା ସହିତ ଗୁଗୁଲ ସର୍ଚ୍ଚ କରିଛନ୍ତି । ଚଳିତ ବର୍ଷ ରାଷ୍ଟ୍ରପତି ନିର୍ବାଚନରେ କଲରାଡୋ ସମେତ 6 ରାଜ୍ୟରେ ପ୍ରାୟ 10 କୋଟି ଲୋକ ଅଧିକ ଭୋଟ କରିଛନ୍ତି । ତଥାପି ବି ନିର୍ବାଚନୀ ଫଳାଫଳ ପାଇଁ ଆଗ୍ରହ ପ୍ରକାଶ ନକରିବା ଆଶ୍ଚର୍ଯ୍ୟଜନକ । ଅପରପକ୍ଷରେ ନିର୍ବାଚନୀ ଫଳାଫଳ ପ୍ରକାଶ ପରେ ଆମେରିକାରେ ହିଂସା ସୃଷ୍ଟି ହେବା ନେଇ ସମ୍ଭାବନା ଥିବାରୁ ହ୍ୱାଇଟ ହାଉସରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । (ଏଜେନ୍ସି)

Related posts