Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଚାଲିଛି ଭୋଟଗଣତି, ତଥାପି ଲୋକଙ୍କ ମୁଡ୍‌ ନାହିଁ ଫଳାଫଳରେ, ଖୋଜୁଛନ୍ତି କିଛି ଅଲଗା ଜିନିଷ

ନ୍ୟୁୟର୍କ : ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଜାରି ରହିଛି । ତେବେ ଆମେରିକୀୟ ବାସୀ ନିର୍ବାଚନ ଅପେକ୍ଷା ନିଜ ଘର ନିକଟରେ ରହିଥିବା ମଦ ଦୋକାନ ସମ୍ପର୍କରେ ଜାଣିବା ପାଇଁ ଅଧିକ ଉତ୍ସାହ ଦେଖାଇଛନ୍ତି ।  ରାଷ୍ଟ୍ରପତି ନିର୍ବାଚନରେ ଦୁଇ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବିଡେନଙ୍କ ମଧ୍ୟରେ କଡା ଟକ୍କର ହେଉଥିବା ବେଳେ ଆମେରିକୀୟ ବାସୀ କିନ୍ତୁ ଏହାକୁ ନେଇ କୌଣସି ଉତ୍ସାହ ଦେଖାଉନାହାନ୍ତି । ଆମେରିକୀୟ ନ୍ୟୁଜ ୱେବସାଇଟ ବ୍ଲୁମବର୍ଗ ପକ୍ଷରୁ ଏକ ରୋଚକ ତଥ୍ୟ ପ୍ରକାଶ ପାଇଛି । ଏହି ତଥ୍ୟ ଅନୁଯାୟୀ ଲୋକ ରାଷ୍ଟ୍ରପତି ନିର୍ବାଚନ ଅପେକ୍ଷା ନିଜ ଅଞ୍ଚଳରେ ରହିଥିବା ମଦ ଦୋକାନ ସମ୍ପର୍କରେ ଜାଣିବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରିବା ସହିତ ଗୁଗୁଲ ସର୍ଚ୍ଚ କରିଛନ୍ତି । ଚଳିତ ବର୍ଷ ରାଷ୍ଟ୍ରପତି ନିର୍ବାଚନରେ କଲରାଡୋ ସମେତ 6 ରାଜ୍ୟରେ ପ୍ରାୟ 10 କୋଟି ଲୋକ ଅଧିକ ଭୋଟ କରିଛନ୍ତି । ତଥାପି ବି ନିର୍ବାଚନୀ ଫଳାଫଳ ପାଇଁ ଆଗ୍ରହ ପ୍ରକାଶ ନକରିବା ଆଶ୍ଚର୍ଯ୍ୟଜନକ । ଅପରପକ୍ଷରେ ନିର୍ବାଚନୀ ଫଳାଫଳ ପ୍ରକାଶ ପରେ ଆମେରିକାରେ ହିଂସା ସୃଷ୍ଟି ହେବା ନେଇ ସମ୍ଭାବନା ଥିବାରୁ ହ୍ୱାଇଟ ହାଉସରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଗୁଗୁଲ୍‌ ସର୍ଚ୍ଚ କରିବା ସମୟରେ ସାବଧାନ ରୁହନ୍ତୁ : ଜାଣି ରଖନ୍ତୁ କ’ଣ ଗୁଗୁଲ୍‌ରେ କ’ଣ ସର୍ଚ୍ଚ କରିବେ କ’ଣ କରିବେ ନାହିଁ

ନୂଆଦିଲ୍ଲୀ :  ଆଜିର ଜାମାନା ହେଉଛି ଗୁଗୁଲ୍‌ର । ଆପଣଙ୍କର ଯଦି କିଛି ପ୍ରଶ୍ନ ଅଛି ତେବେ ତତ୍‌କ୍ଷଣାତ୍‌ ଗୁ୍ଗୁଲ୍‌କୁ ପଚାରି ଦେଉଛନ୍ତି । କେବେ କେବେ ଗୁଗୁଲରେ‌ ବହୁତ ଅଜବ ଜିନିଷ ମଧ୍ୟ ସର୍ଚ୍ଚ ହୋଇଥିବାର ଜଣାଯାଇଛି । ଯଦି ଆପଣ ମଧ୍ୟ ଗୁଗୁଲ୍‌ ସର୍ଚ୍ଚ କରୁଛନ୍ତି, ତେବେ ସାବଧାନ ରହୁନ୍ତୁ । ଆପଣଙ୍କର ଗୋଟିଏ ଭୁଲ୍‌ ଯୋଗୁଁ ଆପଣ ଜେଲ୍‌ର ଚାରି କାନ୍ଥ ଭିତରେ ରହିଯିବେ ।

ଆପଣ ଗୁଗୁଲ୍‌ ସର୍ଚ୍ଚ କରିବା ସମୟରେ ସାବଧାନ ରୁହନ୍ତୁ, ଜାଣି ରଖନ୍ତି ଗୁଗୁଲ୍‌ରେ କେଉଁ ବିଷୟରେ ସର୍ଚ୍ଚ କଲେ ଆପଣଙ୍କୁ ଏପରି କଠୋର ଦଣ୍ଡ ମିଳିବ । ଗୁଗୁଲ୍‌ରେ କଦାପି ବମ୍‌ ପ୍ରସ୍ତୁତି ସମ୍ପର୍କରେ ସର୍ଚ୍ଚ କରନ୍ତୁ ନାହିଁ । ଏହା ଆପଣଙ୍କୁ ବେଶ୍‌ ମହଙ୍ଗା ପଡିବ । ଆପଣ ଏହା ସମ୍ପର୍କରେ ସର୍ଚ୍ଚ କଲେ, କମ୍ପାନୀ ତୁରନ୍ତ ଆପଣଙ୍କ ଆଇପି ଆଡ୍ରେସ  ସୁରକ୍ଷା ଏଜେନ୍ସିଙ୍କ ନିକଟକୁ ପଠାଇ ଦେବ । ଏହାପରେ ସୁରକ୍ଷା ଏଜେନ୍ସି ଆଲର୍ଟ ହୋଇଟିବେ । ଏବଂ ତତକ୍ଷଣାତ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବେ । ତେଣୁ ବମ୍‌ ପ୍ରସ୍ତୁତି ସମ୍ପର୍କରେ କୌଣସି ପ୍ରକାରର ସର୍ଚ୍ଚ ଗୁଗୁଲ୍‌ରେ କରନ୍ତୁ ନାହିଁ ।

ଏତଦ୍‌ବ୍ୟତୀତ ଗୁଗୁଲ୍‌ରେ କଦାପି ଔଷଧ ସମ୍ପର୍କରେ ସର୍ଚ୍ଚ କରନ୍ତୁ ନାହିଁ । କେହି କେହି ଗୁଗୁଲ୍‌ ସର୍ଚ୍ଚ କରି ଔଷଧ ଖାଇଥା’ନ୍ତି । ଏହା ଆପଣଙ୍କୁ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ । କେବେ କେବେ ଗୁଗୁଲ୍‌ ସର୍ଚ୍ଚରେ ଭୁଲ୍‌ ଔଷଧ ସମ୍ପର୍କରେ ସୂଚନା ମିଳିଯାଏ, ଏହା ଆପଣଙ୍କ ପାଇଁ ବିପଦ ହୋଇପାରେ ।

ସେହିପରି ଯଦି ଆପଣ କିଛି ପ୍ରଡକ୍ଟ ବ୍ୟବହାର କରୁଛନ୍ତି । ଏବଂ ଏଥିରେ ଅସୁବିଧାର ସମ୍ମୁଖୀନ ହୋଇ କଷ୍ଟମର କେୟାରକୁ ଫୋନ୍‌ କରିବା ପାଇଁ ଗୁଗୁଲ୍‌ରୁ ନମ୍ବର ଖୋଜୁଛନ୍ତି, ତେବେ ସାବଧାନ ରୁହନ୍ତୁ । ଏହା ଦ୍ବାରା ଆପଣ ଅସୁବିଧାରେ ପଡି ପାରନ୍ତି । ଗୁଗୁଲ୍‌ରେ ସାଇବର କ୍ରାଇମ୍‌ ହ୍ୟାକର୍ସ କିଛି କମ୍ପାନୀର ଫେକ୍‌ ହେଲପଲାଇନ୍‌ ନମ୍ବର ଫ୍ଲୋଟ୍‌ କରି ଥା’ନ୍ତି । ଏହା ଦ୍ବାରା ଆପଣ ଭୁଲ୍‌ ନମ୍ବର ପାଇ ହ୍ୟାକର୍ସ ପାଖରେ ପହଞ୍ଚିପାରନ୍ତି । ଏହା ଦ୍ବାରା ହ୍ୟାକର୍ସ ଆପଣଙ୍କ ଅନଲାଇନ୍‌ ବ୍ୟାଙ୍କି ପରି ସୁବିଧା ଉପଯୋଗ କରି ଆପଣଙ୍କ ଆକାଉଣ୍ଟରୁ ପଇସା ଗାଏବ କରିପାରନ୍ତି । ଏହା ବ୍ୟତୀତ ଆପଣ କେବେ ବି ନିଜ ପର୍ସନାଲ୍‌ ଇମେଲ୍‌ ଗୁଗୁଲ୍‌ରେ ସର୍ଚ୍ଚ କରନ୍ତୁ ନାହିଁ । ଏହା ଦ୍ବାରା ଆପଣଙ୍କ ଆକାଉଣ୍ଟ ଓ ପାସଓ୍ବାର୍ଡ ଲିକ୍‌ ହୋଇପାରେ । ଗୁଗୁଲ୍‌ ସର୍ଚ୍ଚ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । (ଏଜେନ୍ସି)