ତିର୍ତ୍ତୋଲ : ଅବକାରୀ ବିଭାଗର ଗୁମର ନ୍ୟୁଜ୍ ପ୍ରସାର କରିବାରୁ ସାମ୍ବାଦିକଙ୍କ ନାଁରେ ମିଥ୍ୟା କେସ୍ ଦେବାକୁ ଧମକ

Published: Nov 4, 2020, 5:35 pm IST

ରମେଶ ମହାନ୍ତି

ଜଗତସିଂହପୁର : ତିର୍ତ୍ତୋଲ ଅବକାରୀ ବିଭାଗର କାର୍ଯ୍ୟ ଦକ୍ଷତାକୁ ନ୍ୟୁଜ୍ ମାଧ୍ୟମରେ ଲୋକଲୋଚନକୁ ଆଣିବାରୁ ସାମ୍ବାଦିକଙ୍କ ନାଁରେ ମିଥ୍ୟା କେସ୍ ଦେବାକୁ ଧମକ ଦେଉଛନ୍ତି ଜନୈକ କନେଷ୍ଟବଳ। ସୂଚନାନୁଯାୟୀ  ତିର୍ତ୍ତୋଲ ଅବକାରୀ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ କିଛିମାସ ହେବ ଏକାଧିକ ନ୍ୟୁଜ୍ – ତିର୍ତ୍ତୋଲ ପୋଲିସ୍ ପକ୍ଷରୁ ଚୋରା ମଦ ଗଞ୍ଜେଇ ବେପାରୀଙ୍କ ଉପରେ ଘନ ଘନ ଚଢାଉ ଶୋଇଛି ଅବକାରୀ ବିଭାଗ , ଅବକାରୀ ଆଇନକୁ ଉଲଘଂନ କରି ସଂନ୍ଧ୍ଯାରେ ଶଙ୍ଖେଶ୍ୱର ବଜାରର ଚୋରା ଗଞ୍ଜେଇ ବେପାରୀ ଉପରେ ଚଢାଉ କରିବା ସହିତ ଜବତ କରାଯାଇଥିବା ଗଞ୍ଜେଇକୁ ରାତିସାରା ଅବକାରୀ ଅଫିସରେ ରଖିବା ପରି ନ୍ୟୁଜ୍ କରାଯାଇ ବିଭାଗର କାର୍ଯ୍ୟ ଦକ୍ଷତାକୁ ଲୋକଲୋଚନକୁ ଆଣିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଜୈନିକ କନେଷ୍ଟବଳ ଆକ୍ରୋଶ ମୂଳକ ଭାବେ ସାମ୍ବାଦିକଙ୍କ ନାଁରେ ମିଥ୍ୟା କେସ୍ ଦେଇ ଫସେଇ ଦେବାକୁ ଧମକ ଦେଉଛନ୍ତି।

ଏମିତିକି ଉକ୍ତ ଅବକାରୀ କାର୍ଯ୍ୟାଳୟର ଜନୈକ କନଷ୍ଟେବଳ ଜଣକ ଯୋଜନାବଦ୍ଧ ଭାବେ ତାଙ୍କର ସାଥି କନେଷ୍ଟବଳଙ୍କ ଫୋନରୁ ସାମ୍ବାଦିକଙ୍କୁ ତାଙ୍କ ସହିତ କଥା କରାଇବା ଏବଂ ସଂନ୍ଧ୍ଯାରେ ଉକ୍ତ କନେଷ୍ଟବଳ ଜଣକ ସାମ୍ବାଦିକଙ୍କ ମୋବାଇଲକୁ ଫୋନକରି ମିଥ୍ୟା କେସ୍ ରେ ଫସାଇ ଦେବାକୁ ଧମକ ଦେଉଛନ୍ତି। ଏଭଳି ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଉଥିବା ଚର୍ଚ୍ଚା ହେଉଛି। ଏଥିପ୍ରତି ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Related posts