Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଖୋଜ ଝିଅ ୧୦ ବର୍ଷ ପରେ ଘରକୁ ଫେରିଲା: ଅପହରଣ କରି ନେଇଥିବା ମହିଳା ନାମରେ ଥାନାରେ ଅଭିଯୋଗ
ଆଜିର ଖବର

ନିଖୋଜ ଝିଅ ୧୦ ବର୍ଷ ପରେ ଘରକୁ ଫେରିଲା: ଅପହରଣ କରି ନେଇଥିବା ମହିଳା ନାମରେ ଥାନାରେ ଅଭିଯୋଗ

November 10, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ନିଖୋଜ ହେବାର ଦଶବର୍ଷ ପରେ ଜଣେ ଏଗାର ବର୍ଷ ବୟସର ବାଳିକା ନିଜର ଜନ୍ମ ମାଟିକୁ ଫେରିଛନ୍ତି। ଅପହରଣ କରିନେଇଥିବା ମହିଳାଙ୍କ ନାମରେ ଏନେଇ ରେଢାଖୋଲ ଥାନାରେ ଏକ ଗୁରୁତର ଅଭିଯୋଗ ହୋଇଛି। ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ଲୁହାପଙ୍କ ପଂଚାୟତର ଖରସାଳି ଗ୍ରାମରେ ଏପରି ଘଟଣା ସାମ୍ନା ଆସିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଲୁହାପଙ୍କ ପଂଚାୟତର ଖରସାଳି ଗ୍ରାମର ଆଦିବାସୀ ବାଳିକା ସବିତା କିସାନ୍। ସେ ୧୦ ବର୍ଷ ତଳେ ରେଢାଖୋଲ ବଜାରକୁ ଯାଇଥିବା ବେଳେ ତାଙ୍କର ଜଣେ ସଂପର୍କିୟା ମହିଳା ନିଶା ବଟିକା ଦେଇ ତାଙ୍କୁ ଅପହରଣ କରିନେଇଥିଲେ। ସେ ବାଳିକାକୁ ଗୋପାଳ ସାହୁ ନାମକ ବ୍ୟକ୍ତିଙ୍କ ଠାରେ କିଛି ଟଙ୍କା ବିନିମୟରେ ବିକ୍ରି କରିଥିଲେ ବୋଲି ବାଳିକା ଜଣଙ୍କ ଅଭିଯାଗ କରିଛନ୍ତି। ସେଇ ସମୟରେ ନାବାଳିକାର ବୟସ ମାତ୍ର ୧୧ ବର୍ଷ ହୋଇଥିଲା। ବାଳିକାର ପରିବାର ଲୋକେ ବହୁ ଯାଗା ଖୋଜା ଖୋଜି କରିଥିଲେ ମଧ୍ୟ ଝିଅକୁ ପାଇ ନ ଥିଲେ। ଏପରିକି ଥାନାରେ ମଧ୍ୟ ଅଭିଯୋଗ କରି ନ ଥିବା ଜଣା ପଡିଛି। ନିଖୋଜ ବାଳିକାର ପରିବାର ଲୋକେ ଝିଅ ନିଖୋଜ ସଂପର୍କରେ କାହିଁକି ଥାନାରେ ଅଭିଯୋଗ କରି ନ ଥିଲେ ତାହା ହିଁ ବଡ ପ୍ରଶ୍ନ !

ବାଳିକାଟି ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ସେ ଏବଂ ଆଉ ଚାରିଜଣ ଝିଅ କୁ ମଧ୍ୟ ଗୋପାଳ ତାମିଲନାଡୁରେ ରଖି କୌଣସି ଏକ ଜାଗାରେ କାମ କରାଉଥିଲେ ବୋଲି ବାଳିକା ପ୍ରକାଶ କରିଛି। ଗୋପାଳର ଘର ସୋନପୁର ଜିଲ୍ଲାରେ ବୋଲି ଜଣା ପଡିଛି। ସେ ଅସୁସ୍ଥତା କାରଣରୁ ଓଡିଶା ଫେରିଆସିଥିବା ବେଳେ ଗତ କିଛିଦିନ ତଳେ ତାର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି। ବାଳିକାକୁ ଗୋପାଳର ମାଆ ନିଜ ଗାଁକୁ ଫେରିଯିବାକୁ କହିଥିଲେ ମଧ୍ୟ ତାର ସାହାସ ନ ଥିବାରୁ ଶନିବାର ଦିନ ଜନୈକ ବ୍ୟକ୍ତିଙ୍କ ସହାୟତାରେ ସେ ଓଡିଶାକୁ ଫେରି ଆସିଥିଲେ। ଏନେଇ ଗତକାଲି ସେରେଢାଖୋଲ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ବୋଲି ଜଣାପଡିଛି। ଖାଲି ଯେ ସବିତା ଭଳି ଝିଅ ନିଖୋଜ ହୋଇଯାଉଛନ୍ତି ତା ନୁହଁ ଏମିତି ଅଗୋଚରରେ ଅନେକ ଝିଅ ରେଢାଖୋଲ ଅଂଚଳରୁ ନିଖୋଜ ହେଇଯାଉଥିବା ଶୁଣିବାକୁ ମିଳୁଛି। ଥାନାରେ ମଧ୍ୟ ନିଖୋଜ ସଂପର୍କରେ କୌଣସି ଅଭିଯୋଗ ନ ଥିବାରୁ ପୋଲିସ୍ କିଛି କରିପାରୁ ନ ଥିବା ଜଣା ପଡିଛି। ବାହର ରାଜ୍ୟକୁ ଯାଇ ବହୁ ଝିଅ ବହୁ ଅପରାଧିକ କାର୍ଯ୍ୟକଳାପରେ ସାମିଲ ହେଉଛନ୍ତି। ଏପରିକି ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ରହି ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି। ହେଲେ ଏସବୁର ତଥ୍ୟ ପୋଲିସ୍ ପାଖରେ ନାହିଁ। କେତେକ ସ୍ଥଳରେ ପରିବାର ଲୋକେ ମଧ୍ୟ ଝିଅକୁ ବାହାର ରାଜ୍ୟକୁ ପଠାଇ ଦେଉଛନ୍ତି ଟଙ୍କା ରୋଜଗାର ପାଇଁ।

ଅପହରଣ ଥାନାରେ ଅଭିଯୋଗ
Share. Facebook Twitter LinkedIn Email WhatsApp Copy Link

Related Posts

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026

ବଡ଼ ଆଶ୍ୱସ୍ତି ଦେଲେ କେନ୍ଦ୍ର ସରକାର: ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ

August 1, 2026

‘ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବବର୍ଗ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 1, 2026
Latest News

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026

ବଡ଼ ଆଶ୍ୱସ୍ତି ଦେଲେ କେନ୍ଦ୍ର ସରକାର: ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ

August 1, 2026

‘ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବବର୍ଗ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ଗସ୍ତ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.