କଟକ, ଆଜି ହଠାତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଟ୍ବଇଟର ଆକାଉଣ୍ଟରେ ନିଜର ଏକ ଆକର୍ଷଣୀୟ ଫଟୋ ପକାଇଛନ୍ତି । ଏଥିସହିତ ସେ ଇଂରାଜୀରେ ମାତ୍ର ଅଢେଇ ଧାଡି ଲେଖିଛନ୍ତି। ବର୍ତ୍ତମାନ ସ୍ବାମୀ ଅନୁଭବ ମହାନ୍ତି ଏବଂ ତାଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଏହି ଲେଖାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ବର୍ଷା ଲେଖିଛନ୍ତି ଯେ.. “ଲୋକଙ୍କୁ ଗୋଡ଼ାନ୍ତୁ ନାହିଁ, ଆପଣ ଆପଣଙ୍କର କାର୍ଯ୍ୟ କରନ୍ତୁ ଏବଂ କଠିନ ପରିଶ୍ରମ କରନ୍ତୁ। ଆପଣଙ୍କ ଜୀବନରେ ସଠିକ୍ ବ୍ୟକ୍ତିମାନେ ଆପଣଙ୍କ ନିକଟକୁ ଆସିବେ ଏବଂ ରହିବେ।” ହଠାତ ବର୍ଷା ଏପରି ଉପଦେଶ କଣ ପାଇଁ ଦେଲେ ସେ ନେଇ ବିଭିନ୍ନ ମହଲରେ ସମୀକ୍ଷା ଆରମ୍ଭ ହୋଇଛି। ବିଶେଷ କରି ଶେଷ ଦୁଇ ଧାଡିକୁ ନେଇ ଅଧିକ ଆଲୋଚନା ଚାଲିଛି।
Author: Samikhsya Bureau
କୋଏତ୍ ଗସ୍ତରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିମାନ ବନ୍ଦରରେ ତାଙ୍କୁ କରାଯାଉଛି ସ୍ବାଗତ
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଦମୋହ ଜିଲ୍ଲାର ବାଟିଆଗଡ ଥାନା ନିକଟସ୍ଥ ପାଡାଝିର ଗ୍ରାମ ନିବାସୀ ଜଣେ 45 ବର୍ଷୀୟ ମହିଳା ପ୍ରସବ ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ମହିଳା ଜଣକ ସନ୍ତାନକୁ ଜନ୍ମଦେବା ପରେ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ହଟା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । କିନ୍ତୁ ରାସ୍ତାରେ ଦୁହିଁଙ୍କର ମୃତ୍ୟୁ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ 45 ବର୍ଷୀୟ ମହିଳା ଷୋହଳ ଥର ପାଇ ମା’ ହୋଇଥିଲେ । ମହିଳାଙ୍କର ପୂର୍ବରୁ 15 ସନ୍ତାନ ମଧ୍ୟରୁ ଚାରି ପୁତ୍ର ଓ ଚାରି କନ୍ୟା ଜୀବିତ ଅଛନ୍ତି । ମାତ୍ର ଶେଷ ସାତୋଟି ସନ୍ତାନଙ୍କର ମୃତ୍ୟୁ ହୋଇଛି । ତେବେ ମହିଳାଙ୍କ ମୃତ୍ୟୁ ପରେ ଏହି ଘଟଣାରେ ଯାଞ୍ଚ କରାଯିବା ନେଇ ସୂଚନା ଦେଇଛନ୍ତି ଦମୋହ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ସ୍ବାସ୍ଥ୍ୟ ଅଧିକାରୀ ଡ. ସଂଗୀତା ତ୍ରିବେଦୀ । ପରିବାର ନିୟୋଜନ ପାଇଁ…
ଭୁବନେଶ୍ବର : ସମ୍ଭାବ୍ୟ ଲଘୁଚାପ ବର୍ଷାକୁ ନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଆଲର୍ଟ କରିଛନ୍ତି ଏସ୍ଆରସି । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଲଘୁଚାପ ଅବପାତର ରୂପ ନେଇଥିବାବେଳେ ଆସନ୍ତା 24ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ପରିଣତ ହେବ। ସେହିପରି କାଲି 5ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ପାଞ୍ଚୋଟି ଜିଲ୍ଲା ମଧ୍ୟରେ, ମାଲକାନଗିରି, ରାୟଗଡା, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲା । ସେହିପରି ଆସନ୍ତା 13ରେ 9ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସମସ୍ତ ଜିଲ୍ଲାଗୁଡିକ ମଧ୍ୟରେ ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, କଟକ,କେନ୍ଦ୍ରାପଡା, ନବରଙ୍ଗପୁର, କନ୍ଧମାଳ, ପୁରୀ, ନୟାଗଡ । ପରିସ୍ଥିତି ଉପରେ ନଜର ରଖି ପ୍ରସ୍ତୁତ ରହିବାକୁ ଏସ୍ଆରସି ପରାମର୍ଶ ଦେଇଛନ୍ତି । ସେହିପରି 14 ତାରିଖରେ 7ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ପୁରୀ :ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ଦେଇଛି ଅନ୍ତର୍ଜାତୀୟ ସଂସ୍ଥା । ଡେନମାର୍କର ଏକ ସଂସ୍ଥା ପକ୍ଷରୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ପ୍ରଦାନ କରାଯାଇଛି । ଦିଗବାରେଣୀ ଖୁଣ୍ଟିରୁ ମେ ଫାୟାର ହୋଟେଲ ବେଳାଭୂମି ଯାଏଁ ମିଳିଛି ଏହି ମାନ୍ୟତା । 860 ମିଟର ବ୍ୟାପ୍ତି ବେଳାଭୂମିକୁ ପ୍ରଦୂଷଣ ମୁକ୍ତ ଭାବେ ଏହି ମାନ୍ୟତା ପ୍ରଦାନ କରାଯାଇଛି । ଦେଶରେ ପୁରୀ ବେଳାଭୂମି ବେଷ୍ଟ ପ୍ରାକ୍ଟିସ ଆୱାର୍ଡରେ ତୃତୀୟ ସ୍ଥାନ ଅଧିକାର କରିଛି ।
ଇନ୍ଦୋର୍ :କରୋନା ପ୍ରକୋପ ଯୋଗୁଁ ଦେଶରେ ପର୍ବ ପର୍ବାଣୀର ଚମକ ପୂରା ଫିକା ପଡିଯାଇଛି । ସାର୍ବଜନିକ ପୂଜାକୁ ବାରଣ କରାଯାଇଥିବାବେଳେ ସମସ୍ତ ପର୍ବ ପର୍ବାଣୀକୁ କଟକଣା ଭିତରେ ପାଳନ କରାଯାଉଛି । କିନ୍ତୁ କରୋନାକୁ ଦୃଷ୍ଟିରେ ରଖି କେହି କେହି ପର୍ବ ପର୍ବାଣୀ ମନାଇବା ପାଇଁ ଏହାର ଅନନ୍ୟ ଉପାୟ ମଧ୍ୟ ବାହାର କରୁଛନ୍ତି । ଅପରପକ୍ଷରେ, କରୋନା ଯୋଗୁଁ ଡିଜିଟାଲ୍ ବ୍ୟବହାର ବହୁଳ ମାତ୍ରାରେ ବଢିଛି । ଅନଲାଇନ୍ କିଣା ବିକାଠାରୁ ଆରମ୍ଭ କରି ଅନଲାଇନ୍ ପାଠପଢା, ଅନଲାଇନ୍ ବିବାହ । ଏବେ ଅନଲାଇନ୍ରେ ଗର୍ବା ପ୍ରତିଯୋଗିତା ହେବାନେଇ କେହି କେହି ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଶାରଦୀୟ ନବରାତ୍ରିରେ ଗର୍ବା ଏକ ପ୍ରମୁଖ ବିଷୟ ହୋଇଥିବାବେଳେ କରୋନା କାଳରେ ସାମୂହିକ ଗର୍ବା ପାଇଁ ବାରଣ କରାଯାଇଛି । କରୋନାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶର ଉତ୍ସର୍ବଧର୍ମୀ ସହର ଇନ୍ଦୋରରେ ଆଗାମୀ ନବଦୁର୍ଗୋତ୍ସବ ପାଇଁ ଅନ୍ଲାଇନ୍ ଗର୍ବା କାର୍ଯ୍ୟକ୍ରମ ପ୍ରସ୍ତୁତ…
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 2906ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ 290 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 79 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 211 ଜଣ ଲୋକାଲ କଣ୍ଟାକ୍ଟ କେସ୍ ରହିଛି । ବରମୁଣ୍ଡା, ସତ୍ୟନଗର, ଚନ୍ଦ୍ରଶେଖରପୁରରୁ 11 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ନୟାପଲ୍ଲୀ. ଲକ୍ଷ୍ମୀସାଗର ଓ ଓଲ୍ଡ ଟାଉନ୍ରୁ 10 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରସୁଲଗଡରୁ 6ଜଣ, ଶହିଦ ନଗରରୁ 5ଜଣ, ୟୁନିଟ୍ 9ରୁ 3ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି 352 ଜଣ ସୁସ୍ଥ ହୋଇଛନ୍ତି । ନୂତନ 290 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 25 ହଜାର 464ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 21 ହଜାର 897ଜଣ ସୁସ୍ଥ ହୋଇଥିବାବେଳେ 117ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 3 ହଜାର 429ଜଣ ସକ୍ରିୟ ଆକ୍ରାନ୍ତ…
ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସଂକ୍ରମଣ ମାମଲାକୁ ଦେଖି ସ୍କୁଲ ଶିକ୍ଷା ମନ୍ତ୍ରୀ ବର୍ଷା ଗାୟକଓ୍ବାଡ କହିଛନ୍ତି ଯେ, ଦିଓ୍ବାଲୀ ପୂର୍ବରୁ ରାଜ୍ୟରେ ସ୍କୁଲ ଖୋଲା ଯିବ ନାହିଁ। ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ମୋଟ୍ 15 ଲକ୍ଷ 17 ହଜାର 434 ସଂକ୍ରମିତ ମାମଲା ସାମ୍ନାକୁ ଆସିଥିବାବେଳେ ମୃତ୍ୟୁ ସଂଖ୍ୟା 40 ହଜାର 40ରେ ପହଞ୍ଚିଛି । ତେବେ ରାଜ୍ୟରେ କରୋନା ସ୍ଥିତି ଦେଖି ରାଜ୍ୟ ସରକାର ଏନେଇ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି ଶିକ୍ଷା ମନ୍ତ୍ରୀ । କେନ୍ଦ୍ର ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ 16 ତାରିଖରୁ ସମସ୍ତ ଶିକ୍ଷଣ ସଂସ୍ଥା ବନ୍ଦ କରିବାକୁ ଆଦେଶ ଦେଇଥିଲେ । ତେବେ ଅକ୍ଟୋବର 15 ତାରିଖରୁ ପର୍ଯ୍ୟାୟକ୍ରମେ କରୋନା କଟକଣା ସହିତ ସ୍କୁଲ ଖୋଲିବାକୁ ରାଜ୍ୟସରକାରଙ୍କୁ ଗୁଡିକୁ ଅନୁମତି ଦେଇଛନ୍ତି । ତେବେ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଆଦେଶ ରହିଛି ।…
ଅଗରତାଲା: ପୂର୍ବୋତ୍ତର ବିଜେପି ଶାସିତ ରାଜ୍ୟ ତ୍ରିପୁରାରେ ରାଜନୈତିକ ସଂକଟ ସୃଷ୍ଟି ହୋଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ବିରୋଧରେ ଅସନ୍ତୋଷ ସୃଷ୍ଟି ହୋଇଛି। ଶାସକ ଦଳର 11 ଜଣ ଅସନ୍ତୁଷ୍ଟ ବିଧାୟକ ଦିଲ୍ଲୀରେ ହାଇକମାଣ୍ଡଙ୍କ ସହିତ ସାକ୍ଷାତ୍ କରିବା ଲାଗି ଡେରା ପକାଇ ରହିଛନ୍ତି। ବିଧାୟକମାନେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଅଭିଯୋଗ କରିବାକୁ ଯୋଜନା କରିଛନ୍ତି। ଅସନ୍ତୁଷ୍ଟ ବିଧାୟକଙ୍କୁ କେତେକ କ୍ୟାବିନେଟ୍ ମନ୍ତ୍ରୀଙ୍କ ସମର୍ଥନ ରହିଥିବା ନେଇ ରାଜ୍ୟରେ ଚର୍ଚ୍ଚା ହେଉଛି। ବିଧାୟକମାନେ ଦଳ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଆସ୍ଥା ରହିଥିବା କହିଛନ୍ତି। ତେବେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବିପ୍ଲବଙ୍କ କାର୍ଯ୍ୟ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା କୁହାଯାଉଛି। ଶନିବାର ଦିନ ତ୍ରିପୁରାର ସୂର୍ଯ୍ୟମଣି ନଗର ବିଧାୟକ ରାମପ୍ରସାଦ ପାଲ୍ ରାଷ୍ଟ୍ରୀୟ ମହାସଚିବ ବି.ଏଲ୍ ସନ୍ତୋଷଙ୍କ ସହିତ ସାକ୍ଷଶତ କରିଛନ୍ତି । ରାମପ୍ରସାଦ…
ଭୁବନେଶ୍ବର : ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ବର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ତିର୍ତ୍ତୋଲରୁ ବିଜେପି ତରଫରୁ ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ବାଲେଶ୍ବର ସଦରର ପ୍ରାର୍ଥୀ ହୋଇଛନ୍ତି ମାନସ କୁମାର ଦତ୍ତ । ଏନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ । ସୂଚନାଯୋଗ୍ୟ, ନଭେମ୍ବର ତିନି ତାରିଖରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ନଭେମ୍ବର ୧୦ ତାରିଖରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ। କରୋନା କଟକଣା ମଧ୍ୟରେ ମତଦାନ କରିବେ ଭୋଟର ।
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରଠାରେ ଏଟିଏମ୍ ତାଡି ଲକ୍ଷାଧିକ ଲୁଟ୍ ହୋଇଥିବାର ସୂଚନା ରହିଛି। ଗତକାଲି ବିଳମ୍ବିତ ରାତିରେ ଏକ ଏଟିଏମରୁ ପ୍ରାୟ 28 ଲକ୍ଷ ଟଙ୍କା ଲୁଟ ହୋଇଛି । ଇନଫୋସିଟି ଥାନା ପଟିଆ ଷ୍ଟେସନ ରାସ୍ତାର ପିଏନବି ଏଟିଏମରୁ ଏହି ଲୁଟ ହୋଇଛି । ଲୁଟେରାମାନେ ଗ୍ୟାସ କଟରରେ ଏଟିଏମକୁ କାଟି ଟଙ୍କା ଲୁଟି ନେଇଛନ୍ତି । ଲୁଟ ଅଭିଯୋଗ ପରେ ଇନଫୋସିଟି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଛି । ସାଇଣ୍ଟିଫିକ ଟିମ ସହ ପୁଲିସ ଏହି ଘଟଣାର ଖୋଳତାଡ଼ କରୁଛି ।
ବାଙ୍ଗାଲୁରୁ, କେହି ଜଣେ ବିରିୟାନି ଖାଇବା ପାଇଁ କେତେ ସମୟ ଅପେକ୍ଷା କରିପାରିବ। 30 ମିନଟ୍, ଏକ ଘଣ୍ଟା ନା ଦେଢ ଘଣ୍ଟା। ହେଲେ ଏତିକି ସମୟ ନୁହେଁ ବିରିୟାନି ଖାଇବା ପାଇଁ ଲୋକେ ପ୍ରାୟ ଦୁଇରୁ ତିନି ଘଣ୍ଟା ଅପେକ୍ଷା କରୁଛନ୍ତି। ତାହା ପୁଣି ପ୍ରାୟ ଦେଢ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନରେ ଛିଡା ହୋଇ। ଏହା ବିଶ୍ବାସ ନ ହେଲେ ମଧ୍ୟ ସତକଥା। ଏହିପରି ଦୃଶ୍ୟ ଆଜି ରବିବାର ସକାଳୁ ସକାଳୁ ଦେଖାଯାଇଛି। ବାଙ୍ଗାଲୁରୁର ହୋଷ୍ଟକୋଟ୍ ଅଞ୍ଚଳରେ ଅବସ୍ଥିତ ଅନନ୍ଦ ବିରିୟାନି ଦୋକାନରେ ଏପରି ଭିଡ ପରିଲକ୍ଷିତ ହୋଇଛି। ଦୀର୍ଘଦିନ ପରେ ବାଙ୍ଗାଲୁରୁ ପ୍ରଶାସନ ହୋଟେଲଗୁଡିକ ଖୋଲିବାକୁ ଅନୁମତି ପ୍ରଦାନ କରିବା ପରେ ଏହି ଭିଡ ହୋଇଛି। ଅନ୍ୟପଟେ ଆଜି ରବିବାର ଥିବାରୁ ଏହି ବିରିୟାନି ଦୋକାନରେ ଲୋକଙ୍କ ଲମ୍ବା ଲାଇନ ପରିଲକ୍ଷିତ ହୋଇଛି। ଠିକ୍ ରବିବାର ପୂର୍ବଦିନ ସରକାରଙ୍କ ଅନୁମତି ମିଳିବା ତାଙ୍କ ପାଟିର ଲାଲ ଆହୁରି…
ବିହାର : ବିହାର ଜଣେ ମହିଳା ନିଜ ପରିବାରର ସମସ୍ତ ସଦସ୍ୟଙ୍କୁ ଚା’ରେ ବିଷ ଦେଇଛନ୍ତି । ନିଜେ ମଧ୍ୟ ବିଷମିଶ୍ରିତ ଚା’ ପିଇଛନ୍ତି । ତେବେ ଅବୈଧ ସମ୍ପର୍କ କାରଣରୁ ପରିବାରର ସମସ୍ତଙ୍କୁ ବିଷ ମିଶ୍ରିତ ଚା’ ଦେଇଥିବାର ଖବର ରହିଛି। ଏହି ଘଟଣାରେ ଅଭିଯୁକ୍ତା ମହିଳାଙ୍କ ଦିଅରଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ସମସ୍ତ ସଦସ୍ୟଙ୍କ ଅବସ୍ଥା ବେଶ୍ ଗୁରୁତର ରହିଛି । ପୋଲିସ୍ ଏହି ଘଟଣାର ଯାଞ୍ଚ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ ମଧୁବନୀ ଜିଲ୍ଲାର ବିସ୍ଫି ଥାନା ସ୍ଥିତ ସାଦୁଲ୍ଲାପୁର ଅଞ୍ଚଳରେ ଏପରି ଏକ ଅଘଟଣ ଘଟିଛି । ଏଠାରେ ରହୁଥିବା ଜନୈକ ମହିଳା ଅବୈଧ ସମ୍ପର୍କ ପାଇଁ ନିଜ ଶାଶୁ ଓ ଦିଅରଙ୍କ ସହିତ ତିନି ପୁଅଙ୍କୁ ମଧ୍ୟ ଚା’ରେ ବିଷ ମିଶାଇ ପିଆଇଦେଇଛନ୍ତି । ଏହା ସହିତ ନିଜେ ମଧ୍ୟ ଏହି ବିଷ ମିଶ୍ରିତ ଚା’ ପିଇଛନ୍ତି। ଚା’ ପିଇବା ପରେ…
ଉତ୍ତରପ୍ରଦେଶ : ରାଜସ୍ଥାନ ପରେ ଏବେ ଉତ୍ତରପ୍ରଦେଶରୁ ପୁଣି ଜଣେ ପୂଜକଙ୍କ ମରଣାନ୍ତକ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ୟୁପିର ଗୋଣ୍ଡା ଜିଲ୍ଲାର କିଛି ବଦମାସମାନେ ମନ୍ଦିରର ମହନ୍ତଙ୍କୁ ଗୁଳି କରିଛନ୍ତି । ରାମ ଜାନକୀ ମନ୍ଦିରର ମହନ୍ତଙ୍କୁ ଶୋଇଥିବା ସମୟରେ ଆକ୍ରମଣକାରୀ ମାନେ ତାଙ୍କୁ ଗୁଳି କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ତେବେ ଏହି ଘଟଣା ପଛରେ ମନ୍ଦିରର ଜମି ବିବାଦ ଘଟଣା ରହିଥିବାର ସୂଚନା ରହିଛି । ମନ୍ଦିରର ଜମି ଉପରେ ମାଫିଆମାନଙ୍କର ନଜର ରହିଥିଲା । ମିଳିଥିବା ସୂ ଚନା ଅନୁସାରେ ଶନିବାର ବିଳମ୍ବିତ ରାତ୍ରିରେ ମନ୍ଦିର ପରିସରରେ ମହନ୍ତଙ୍କୁ ଗୁଳି କରି ହତ୍ୟା ଉଦ୍ୟମ କରାଯାଇଛି। ରାମଜାନକୀ ମନ୍ଦିରର ମହନ୍ତ ସମ୍ରାଟ୍ ଦାସଙ୍କ ଅବସ୍ଥା ଏବେ ସଂକଟାପନ୍ନ ରହିଛି । ତାଙ୍କୁ ଚିକିତ୍ସା କରିବା ପାଇଁ ଲକ୍ଷ୍ନୌକୁ ସ୍ଥାନାନ୍ତର କରାଯାଇଛି । ସୂଚନାଯୋଗ୍ୟ, ରାମ ଜାନକୀ…
ଭୋପାଳ, ମଧ୍ୟ ପ୍ରଦେଶର ରିୱା ସହରରେ ଜଣେ ନାବାଳିକାକୁ ଜଣେ ନାବାଳକ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଦୁଷ୍କର୍ମ ପରେ ନାବାଳିକା ନିଜ ଦେହରେ ନିଆଁ ଲଗାଇଥିବାର ଜଣାପଡିଛି। ଏହି ଘଟଣାରେ ପୋଲିସ ନାବାଳକ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ଘଟଣାରୁ ପ୍ରକାଶ ଯେ, ଉଭୟ ନାବାଳକ ଏବଂ ନାବାଳିକାଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି। ଗତକାଲି ନାବାଳକ ପିଡିତାଙ୍କୁ ଭୁଲେଇ ଆଣି ଦୁଷ୍କର୍ମ କରିଛି। ଏଥିରେ ପିଡିତା ରାଜି ନ ଥିଲେ ମଧ୍ୟ ନାବାଳକର ଧମକରେ ସେ ଭୟଭିତ ହୋଇପଡିଥିଲା। ତେବେ ଏ ସଂପର୍କରେ ଅଧିକ ତଦନ୍ତ ଚାଲିଛି ବୋଲି ରିୱା ଡିଏସପି ବିପି ସିଂ କହିଛନ୍ତି। ନାବାଳିକା ଜଣଙ୍କ ବର୍ତ୍ତମାନ ଡାକ୍ତଖାନାରେ ଚିକିତ୍ସିତ ହେଉଛନ୍ତି।
ବିହାର, ଗତକାଲି କେନ୍ଦ୍ରମନ୍ତ୍ରୀ ତଥା ଦେଶର ବରିଷ୍ଠ ନେତା ରାମବିଳାଶ ପାଶୱାନଙ୍କ ଶେଷକୃତ ସଂପର୍ଣ୍ଣ ହୋଇଥିଲା। ବିହାରର ଦିଗା ପଡ଼ିଆ ନିକଟସ୍ଥ ଗଙ୍ଗା କୂଳରେ ଥିବା ଜନାର୍ଦ୍ଦନ ଘାଟରେ ଏହି ସତ୍କାର କରାଯାଇଥିଲା। ହଜାର ହଜାର ସମର୍ଥଙ୍କ ଗହଣରେ ଏହି ସତ୍କାର କରାଯାଇଥିଲା। ପୁତ୍ର ଚିରାଗ ପାଶୱାନ ବାପାଙ୍କୁ ମୁଖାଗ୍ନୀ ଦେଇଥିଲେ। ତେବେ ଦୁଃଖରେ ଦୁର୍ବଳ ହୋଇପଡିଥିବା ଚିରାଗ ମୁଖାଗ୍ନୀ ଦେଇସାରିବା ପରେ ହଠାତ୍ ତଳେ ପଡିଗଲେ। ସେତେବେଳେ ତାଙ୍କ ପାଖରେ ତାଙ୍କ ମାଆ ଏବଂ ଜଣେ ସଂପର୍କୀୟ ଥିଲେ। ସେ ତଳେ ପଡିଯିବା ବେଳକୁ ସେମାନେ ତାଙ୍କୁ ଧରି ନେଲେ। ଚିରାଗଙ୍କ ଏପରି ପରିସ୍ଥିତି ଦେଖି ସେଠାରେ ଉପସ୍ଥିତ ଥିବା ହଜାର ହଜାର ସମର୍ଥକ ଦୁଃଖରେ ଭାଙ୍ଗି ପଡିଥିଲେ।
ଭୁବନେଶ୍ବର : ରାଜ୍ୟରେ ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 5 ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବର ଜିଲ୍ଲାରୁ ତିନି କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଢେଙ୍କାନାଳରୁ 2 କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଗଜପତି, କେନ୍ଦ୍ରାପଡା, କୋରାପୁଟ, ପୁରୀ, କଳାହାଣ୍ଡିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା 1022କୁ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 5 ମୃତକଙ୍କ ମଧ୍ୟରୁ ଭୁବନେଶ୍ବରର ତିନିଜଣ ରହିଛନ୍ତି । ଭୁବନେଶ୍ବରର 65 ଓ 67 ବର୍ଷୀୟା ମହିଳା, 69 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାର ଅନ୍ୟ ଦୁଇ ମୃତକ ମଧ୍ୟରେ ଜଣେ 60 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 70 ବର୍ଷୀୟ…
ବ୍ରହ୍ମଗିରି : ଦୁଇ ପରିବାର ମଧ୍ୟର ରକ୍ତାକ୍ତ ସଂଘର୍ଷ ହୋଇଛି । ଦୁଇ ପରିବାର ମଧ୍ୟରେ ଚାଲିଥିବା ଝଗଡା ଯୋଗୁଁ ତେଣ୍ଟା ମାଡରେ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଛଅ ଜଣ ଆହତ ହୋଇଛନ୍ତି । ମୃତକ ଦ୍ବୟ ହେଲେ କାଳିଆ ଭୋଇ, ସୁରିଆ ଭୋଇ । ମିଳିଥିବା ସୂଚନା ଅନୁସାରେ ବ୍ରହ୍ମଗିରି ଥାନା ଡିମିରିଶେଣା ହରିଜନ ସାହିରେ ଜମିବାଡି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏହି ଘଟଣାରେ ଗୁରୁତର ଛଅଜଣଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ପୁରୀକୁ ସ୍ଥାନାନ୍ତର କରାଯାଇଥିବାର ଖବର ମିଳିଛି । ପାଣି ପାଇପ ପକାଇବାକୁ ନେଇ ଦୁଇ ଗୋଷ୍ଠୀ ସଂଘର୍ଷ ହୋଇଥିବାର ସୂଚନା ରହିଛି ।
ଭୁବନେଶ୍ବର : ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି । ଆଜି ସକାଳ 5ଟା 30ରେ ଅବପାତର ରୂପନେଇଛି ସୃଷ୍ଟ ଲଘୁଚାପ । ଏହା ଅଧିକ ଘନୀଭୂତ ହୋଇ 24 ଘଣ୍ଟାରେ ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଛି । ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ବିଶାଖାପାଟଣାରୁ 430 କିମି ଦୂରରେ ଏହା କେନ୍ଦ୍ରୀଭୂତ ହୋଇଛି । ଆସନ୍ତା 12 ତାରିଖ ରାତ୍ରି ସୁଦ୍ଧା ବିଶାଖାପାଟଣା ଓ ନରସାପୁର ମଝିରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରୟାଲମୀମା, କର୍ଣ୍ଣାଟକ, ମରାଠାଓ୍ବାଡାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜିଠାରୁ 13 ତାରିଖ ଯାଏଁ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ…
ଭୁବନେଶ୍ବର : ରାଜ୍ୟରେ ଆଜି 2ହଜାର 546କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1504ଜଣ ଚିହ୍ନଟ ହୋଇଥିବାବେଳେ 1042ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 52ହଜାର239କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 2 ଲକ୍ଷ 24 ହଜାର 273ଜଣ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 26ହଜାର891ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 1006ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍ 2ହଜାର 546ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 410ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ 208, ବାଲେଶ୍ବରରୁ…
ମୁମ୍ବାଇ, ସୁନାରେ ବିନିଯୋଗ ସର୍ବଦା ଏକ ଲାଭଜନକ କାରବାର। ବର୍ତ୍ତମାନ ସୁନା କିଣିବା ପରିବର୍ତ୍ତେ, ଆପଣ ସରକାରୀ ସୁନା ବଣ୍ଡରେ ବିନିଯୋଗ କରି ଲାଭ ପାଇପାରିବେ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ସୋଭେରିନ ଗୋଲ୍ଡ ବଣ୍ଡ ଜାରି କରିଛି। ଏଥିରେ ଆପଣଙ୍କ ସକ୍ଷମ ଅନୁସାରେ ସୁନା କିଣି ପକାଇପାରିବେ। ତେବେ ସୁନା ବଦଳରେ ସରକାର ଆପଣଙ୍କୁ ଏକ ବଣ୍ଡ ପେପର ଦେବେ। ଏହି ସୁନା ବଣ୍ଡରେ ରିଜର୍ଭ ବ୍ୟାଙ୍କ ଇସ୍ୟୁ ମୂଲ୍ୟ ସ୍ଥିର କରିଛି। ସେହି ମୂଲ୍ୟରେ ଆପଣ ସୁନା କିଣି ରଖିବେ, ପାଞ୍ଚ ବର୍ଷ ପରେ ବିକ୍ରି କରିପାରିବେ। ଏହାର ମୂଲ୍ୟ କ’ଣ ଏବଂ ଆପଣ ଏଥିରେ କେମିତି ବିନିଯୋଗ କରି ପାରିବେ ଜାଣନ୍ତୁ। ଗ୍ରାମ ପିଛା ମୂଲ୍ୟ ୫୦୫୧ ଟଙ୍କା ଧାର୍ଯ୍ୟ କରାଯାଇଛି ରିଜର୍ଭ ବ୍ୟାଙ୍କ ସୋଭେରିନ ଗୋଲ଼୍ଡ ବଣ୍ଡ ଇସ୍ୟୁ ମୂଲ୍ୟ ୯ ଅକ୍ଟୋବରରେ ଗ୍ରାମ ପିଛା ୫୦୫୧ ଟଙ୍କା ସ୍ଥିର କରିଛି। ରିଜର୍ଭ ବ୍ୟାଙ୍କ…

