ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକ ଭାରତ ଓ ଜାପାନ ମଧ୍ୟରେ ସାଇବର ସୁରକ୍ଷା ନେଇ ବୁଝାମଣା ପତ୍ର ସ୍ଵାକ୍ଷର କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଏହି ବୁଝାମଣା ସ୍ଵାକ୍ଷରିତ ହେବା ଫଳରେ ଉଭୟ ଦେଶ ମଧ୍ୟରେ ସାଇବର ସ୍ପେସରେ ସାମର୍ଥ୍ୟ ବୃଦ୍ଧି, ଭିତ୍ତିଭୂମି ସୁରକ୍ଷା, ନୂଆ ନୂଆ ପ୍ରଯୁକ୍ତି ବିଦ୍ୟା, ସାଇବର ସୁରକ୍ଷା ପ୍ରତି ସୃଷ୍ଟି ହେଉଥିବା ବିପଦର ମୁକାବିଲା ଇତ୍ୟାଦିରେ ସହଯୋଗ ବୃଦ୍ଧି ପାଇବ। ସୂଚନା ଓ ପ୍ରଯୁକ୍ତି ତଥା ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ଉଭୟ ଦେଶ ମିଳିମିଶି କାର୍ଯ୍ୟ କରିବେ। ଭାରତ ଓ ଜାପାନ ଏକ ଅବାଧ, ନିରପେକ୍ଷ ଓ ନିର୍ଭରଶୀଳ ସାଇବର ସ୍ପେସ ବାତାବରଣ ପାଇଁ ପ୍ରତିଶ୍ରୁତିବଦ୍ଧ । ଏହାଛଡା ଉଦ୍ଭାବନ, ଆର୍ଥିକ ଅଭିବୃଦ୍ଧି, ବେପାର ବଣିଜ ଇତ୍ୟାଦି ପାଇଁ ଆବଶ୍ୟକ ଇଣ୍ଟରନେଟର ସହାୟତା ନେଇ ମଧ୍ୟ ଦୁଇ ଦେଶ କାର୍ଯ୍ୟ କରିବେ।ଉଭୟ ଦେଶ ଏହି ବୁଝାମଣା ଜରିଆରେ ଜାତିସଂଘ…
Author: Samikhsya Bureau
ଭୁବନେଶ୍ଵର ରାଜଭବନ ସାମ୍ନା ପେଟ୍ରୋଲ ପମ୍ପରେ ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ଘଟିଛି। ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ହୁ ହୁ ହୋଇ ଜଳୁଥିବା ବେଳେ ଘଟଣାସ୍ଥଳରେ ୩ ଗୋଟି ଅଗ୍ନିଶମ ବିଭାଗର ଗାଡି ପହଞ୍ଚିଛି, ନିଆଁକୁ ଶୀଘ୍ର ଆୟତ୍ତ କରିବା ପାଇଁ ଚାଲିଛି ପଦକ୍ଷେପ
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବାଲିକୁଦା ବ୍ଲକରୁ ୪ ଜଣ, ବିରିଡ଼ି ବ୍ଲକରୁ ଜଣେ, ଏରସମା ବ୍ଲକରୁ ୮ ଜଣ ,କୁଜଙ୍ଗ ବ୍ଲକରୁ ୪ଜଣ, ତିର୍ତ୍ତୋଲ ବ୍ଲକରୁ ୧୨ଜଣ, ନାଉଗାଁ ବ୍ଲକରୁ ଜଣେ, ରଘୁନାଥପୁର ବ୍ଲକରୁ ଜଣେ, ଜଗତସିଂହପୁର ବ୍ଲକରୁ ୯ ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୧୨ଜଣ ଓ ପାରାଦ୍ବୀପରୁ ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହିତ ଆଜି ଜଗତସିଂହପୁର ଜିଲ୍ଲାରୁ ୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୫୭୮୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫୧୪୭ ଜଣ ସୁସ୍ଥ ହୋଇଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ଜିଲ୍ଲାରେ ୬୨୭ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିଥିଲେ। ଗତ ୮ ମାସ ଧରି କୋଭିଡ ବିରୁଦ୍ଧରେ ଚାଲିଥିବା ଏହି ଲଢେଇରେ କାମ କରିଚାଲିଥିବା କୋଭିଡ ଯୋଦ୍ଧା ମାନଙ୍କ ନିଷ୍ଠାର ଉଚ୍ଚପ୍ରଶଂସା କରିବା ସହିତ ସହିଦ୍ କୋଭିଡ ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ଅନୁକମ୍ପା ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ସୂଚନାଯୋଗ୍ୟ ଯେ ସହିଦ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ତଦ୍ନୁଯାୟୀ ରାଜ୍ୟ ସରକାର କୋଭିଡ ନିୟନ୍ତ୍ରଣ କାର୍ଯ୍ୟ କରୁଥିବା ସମୟରେ ସହିଦ୍ ହୋଇଥିବା ୬୦ ଜଣ ଯୋଦ୍ଧାଙ୍କର ନାମ ତାଲିକା ଭାରତ ସରକାରଙ୍କ ନିକଟକୁ ପଠାଇଥିଲେ । କିନ୍ତୁ ଭାରତ ସରକାର ମାତ୍ର ଜଣେ ସହିଦ୍ଙ୍କୁ ସହାୟତା ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି ।…
ନୂଆଦିଲ୍ଲୀ: କରୋନା ସମୟରେ ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ ବଡ ଘୋଷଣା କରାଯାଇଛି। ଭାରତୀୟ ରେଳବାଇ ୩୯ ଟି ନୂତନ ଟ୍ରେନ ଚଳାଇବା ପାଇଁ ଘୋଷଣା କରିଛି। ରେଳବାଇ ଦ୍ୱାରା ଘୋଷଣା କରାଯାଇଥିବା ଏ ସମସ୍ତ ଟ୍ରେନରେ ଶୀତତାପ ନିୟନ୍ତ୍ରିତ କୋଚ୍ ରହିବ। ହେଲେ କେବେ ଏହି ନୂତନ ଟ୍ରେନ ଚଳାଚଳ କରିବ ଏନେଇ ସମୟ ନିର୍ଦ୍ଧାରଣ କରାଯାଇନାହିଁ। ତେବେ ଟ୍ରେନ ଚାଲିବାର ନିର୍ଦ୍ଦିଷ୍ଟ ସମୟ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ନୂତନ ଟ୍ରେନ ପାଇଁ କୋଭିଡ଼ ନିୟମକୁ କଡାକଡି କରିବା ସହିତ କିଛି ନୂଆ ନିୟମ କରାଯାଇଛି। ଟ୍ରେନ ଯାତ୍ରୀଙ୍କ ପାଇଁ କ’ଣ ରହିବ କଟକଣା ଓ ନିୟମ ୧-ସାମାଜିକ ଦୁରତ୍ଵକୁ ପାଳନ କରି ଗୋଟିଏ ପରେ ଗୋଟିଏ ସିଟକୁ ଖାଲି ରଖାଯିବ ୨-ଯାତ୍ରୀ ଗୋଟିଏ ସିଟରେ ଥରେ ବସିବା ପରେ ଆଉ ସିଟ୍ ବଦଳିବାର ଅନୁମତି ମିଳିବ ନାହିଁ। ୩-ଯାତ୍ରୀ ଓ…
ବାଲେଶ୍ଵର: ଉପନିର୍ବାଚନ ଯେତିକି ନିକଟ ହେଉଛି ନେତାମାନଙ୍କର ଦଳ ଡିଆଁ ସେତିକି ବଢୁଛି। ଏହି ଧାରାରେ ଯୋଡି ହୋଇଛନ୍ତି ବାଲେଶ୍ଵର ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ। ସେ ବିଜେଡ଼ି ଛାଡି ବିଜେପିରେ ସାମିଲ ହୋଇଛନ୍ତି। ବିଧିବଦ୍ଧ ଭାବେ ଦଳ ଛାଡି ବିଜେପିରେ ସାମିଲ ହେଲେ ନାରାୟଣ। କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ସାଂସଦ ବିଶ୍ଵେଶ୍ବର ଟୁଡୁଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଲେ ନାରାୟଣ। ବିଜେଡି ଉପରୁ ଆସ୍ଥା ହରେଇଥିବାରୁ ଦଳ ଛାଡିଥିବା କହିଲେ ନାରାୟଣ।
ନୂଆଦିଲ୍ଲୀ / ଭୁବନେଶ୍ୱର: ଭାରତ ତାହାର ଡିଜିଟାଲ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଥିବାବେଳେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏହାର ଅବିଚ୍ଛେଦ୍ୟ ଅଂଶ ଅଟେ। ଇତିମଧ୍ୟରେ ଭାରତର ୯୯%ରୁ ଅଧିକ ଲୋକଙ୍କୁ ୪ଜି ବ୍ରଡବ୍ୟାଣ୍ଡ୍ ସେବା ଉପଲବ୍ଧ କରାଯାଇସାରିଛି। ଡାଟା ବ୍ୟବହାରରେ ଭାରତ ବିଶ୍ୱରେ ଏକନମ୍ବର ସ୍ଥାନ ଦଖଲ କରିଛି। ତାହାସହିତ ଦେଶରେ ଅପ୍ଟିକାଲ ଫାଇବର ନେଟୱର୍କ ସମ୍ପ୍ରସାରଣ ଦ୍ରୁତଗତିରେ ଚାଲିଛି। ସମସ୍ତ ନଗର ଓ ସହର ସମେତ ୬ଲକ୍ଷ ଗ୍ରାମ ମଧ୍ୟରୁ ପ୍ରତ୍ୟେକକୁ ଏଥିରେ ସଂଯୁକ୍ତ କରିବା ପ୍ରଚେଷ୍ଟା କରାଯାଉଛି। ଏହାଦ୍ୱାରା ଫିକ୍ସଡ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ମଧ୍ୟ ଭାରତ ବିଶ୍ୱର ଶୀର୍ଷ ରାଷ୍ଟ୍ରଗୁଡିକ ମଧ୍ୟରେ ରହିବ। ବିଶ୍ୱସ୍ତରୀୟ ଡାଟା ସେଣ୍ଟର ସ୍ଥାପନ ସହିତ ଭାରତ କଂପ୍ୟୁଟର ଶକ୍ତିରେ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ଭାବେ ଉଭା ହେଉଛି। ଆମର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟ ବ୍ୟାପକ ଡାଟା ସୃଷ୍ଟି କରିବାକୁ ଯାଉଛି। ଏଭଳି ପରିସ୍ଥିତିରେ ଡାଟାର ଗୋପନୀୟତାକୁ ନିଶ୍ଚିତ କରିବା ଏବଂ ଦେଶର…
ଭୁବନେଶ୍ବର: ଆଜି ରାଜ୍ୟରୁ ୩୪୫୫ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୫୭୧ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୨୯୨ ଜଣ, ବରଗଡରୁ ୧୫୧, ବାଲେଶ୍ବରରୁ ୧୪୬, ନୂଆପଡାରୁ ୧୩୫, ଜଗତସିଂହପୁରରୁ ୧୨୪, ଅନୁଗୁଳରୁ ୧୨୨, ସମ୍ବଲପୁରରୁ ୧୧୮, ପୁରୀରୁ ୨୫୪, ଅନୁଗୁଳରୁ ୧୭୫, ଯାଜପୁରରୁ ୧୬୬, ବରଗଡରୁ ୧୩୩, ମୟୂରଭଞ୍ଜରୁ ୧୨୬, ବାଲେଶ୍ବରରୁ ୧୨୦, ସମ୍ବଲପୁରରୁ ୧୧୬, ବଲାଙ୍ଗିରିରୁ ୧୦୪, କେନ୍ଦୁଝରରୁ ୧୦୧, ଜଗତସିଂହପୁରରୁ ୮୪, କେନ୍ଦ୍ରାପଡାରୁ ୯୯, ଝାରସୁଗୁଡାରୁ ୮୪, ନୂଆପଡାରୁ ୭୨, ନବରଙ୍ଗପୁରରୁ ୭୧, ନୟାଗଡରୁ ୭୦, ଢେଙ୍କାନାଳରୁ ୬୧, କନ୍ଧମାଳରୁ ୬୧, ମାଲକାନଗିରିରୁ ୫୮, ଭଦ୍ରକରୁ ୫୬, ସୋନପୁରରୁ ୫୬, ସୁନ୍ଦରଗଡରୁ ୫୪, କଳାହାଣ୍ଡିରୁ ୪୧, ରାୟଗଡାରୁ ୪୧, କୋରାପୁଟରୁ ୩୫, ଗଜପତିରୁ ୩୩, ବୌଦ୍ଧରୁ ୩୧, ଦେବଗଡରୁ ୧୩ ଏବଂ ଷ୍ଟେଟ ପୁଲରୁ ୨୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ୩୧୪ ଆକ୍ରାନ୍ତଙ୍କ ମଧ୍ୟରେ ୮୪ ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ଲୋକାଲା କଣ୍ଟାକ୍ଟ କେସ୍ରୁ ୨୩୦ଜଣ ରହିଛନ୍ତି। ସେହିପରି ଆଜି ଭୁବନେଶ୍ବରରୁ ୩୫୪ ଜଣ ସୁସ୍ଥ ହୋଇଛନ୍ତି। ନୂତନ ୩୧୪ ଜଣ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୪ ହଜାର ୨୨୮ ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି ୨୦ ହଜାର ୫୭୧ ଜଣ। ସେହିପରି ଭୁବନେଶ୍ବରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୫କୁ ବୃଦ୍ଧି ହୋଇଥିବାବେଳେ ଏବେ ସୁଦ୍ଧା ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୫୩୧ଜଣ।
ଚଣ୍ଡିଗଡ଼: ଆଜି ଆନ୍ତର୍ଜାତୀୟ ରେସଲର ବବିତା ଫୋଗାଟ ହରିୟାଣାର କ୍ରୀଡା ବିଭାଗର ଡେପୁଟି ଡାଇରେକ୍ଟର ପଦରୁ ଇସ୍ତଫା ଦେଇଛନ୍ତି। ଗତ ୨୦୧୯ ବିଧାନସଭା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ପ୍ରତିଦ୍ୱନ୍ଦିତା କରି ପରାଜିତ ହୋଇଥିଲେ। ରାଜ୍ୟରେ ହେବାକୁ ଥିବା ଆସନ୍ତା ଉପନିର୍ବାଚନରେ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି। ସେ ଇସ୍ତଫା ଦେବା ପରେ ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ବିହାରରେ ବିଧାନସଭା ନିର୍ବାଚନ ବ୍ୟତୀତ ବରୋଦା ବିଧାନସଭା ଉପନିର୍ବାଚନରେ (ରାଜ୍ୟରେ) ରାଜନୀତିରେ ସକ୍ରିୟ ଅଭିଯାନ କରିବାକୁ ଯାଉଛି। ତାଙ୍କୁ ଏବଂ କବାଡି ଖେଳାଳି କବିତା ଦେବୀଙ୍କୁ ଜୁଲାଇ ୩୦ ରେ କ୍ରୀଡ଼ା ବିଭାଗରେ ଡେପୁଟି ଡାଇରେକ୍ଟର ଭାବେ ନିଯୁକ୍ତି ଦିଆଯାଇଥିଲା। ଏହାପୂର୍ବରୁ ସେ ବିଜେପିରେ ଯୋଗଦେବାର ଗୋଟିଏ ଦିନ ପରେ ସେ ଅଗଷ୍ଟ ୧୩, ୨୦୧୯ ରେ ପୋଲିସ ସବ-ଇନ୍ସପେକ୍ଟର ପଦରୁ ଇସ୍ତଫା ଦେଇଥିଲେ।
ଭୁବନେଶ୍ୱର: ସାରା ବିଶ୍ୱରେ ଜାରି ରହିଥିବା କୋଭିଡ -୧୯ ମହାମାରୀ ସହ ଲଢ଼ି ଏହାକୁ ପରାଜିତ କରିଛନ୍ତି ଜଣେ ୯୬ ବର୍ଷୀୟ ସ୍ୱାଧିନତା ସଂଗ୍ରାମୀ। ସମ୍ କୋଭିଡ ହସ୍ପିଟାଲ୍ରେ ସଫଳ ଚିକିତ୍ସା ପାଇବା ପରେ ଏହି ବର୍ଷୀୟାନ୍ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଚାରିଆଡେ ଆନନ୍ଦର ଲହରୀ ଖେଳିଯାଇଛି। ଭୁବନେଶ୍ୱରର ଶ୍ରୀ ଲୋକନାଥ ନାୟକ ଗତ ସେପ୍ଟେମ୍ବର ୨୯ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେହି ଦିନ ହିଁ ସମ୍ କୋଭିଡ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ତାଙ୍କୁ ଜ୍ୱର ରହିଥିବା ବେଳେ ସେ ଖୁବ୍ ଦୁର୍ବଳ ହୋଇପଡ଼ିଥିଲେ ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ସମ୍ କୋଭିଡ୍ ଟିମ ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ତାଙ୍କ ଶରୀରରେ ଜଟିଳ କିଡ୍ନୀ ରୋଗ ଓ ଡାଏବେଟିସ୍ ଭଳି ସମସ୍ୟା ମଧ୍ୟ ରହିଥିଲା। ତୁରନ୍ତ ହସ୍ପିଟାଲ୍ରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା। ଶ୍ରୀ ନାୟକଙ୍କୁ…
ଭୁବନେଶ୍ୱର: ଅକ୍ଟୋବର ପହିଲାରୁ ଲଘୁଚାପ ଯୋଗୁଁ ଲାଗି ରହିଥିବା ବର୍ଷା ନସରୁଣୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି। ତେବେ ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। କିନ୍ତୁ ଦାନା ବାନ୍ଧୁଥିବା ଲଘୁଚାପ ବଳରେ ୧୦ ତାରିଖରୁ ପୁଣି ଥରେ ରାଜ୍ୟରେ ବର୍ଷା ହେବା ନେଇ ସମ୍ଭାବନା ଦେଖାଦେଇଛି। ଉତ୍ତର ଆଣ୍ଡାମାନ ଓ ପାର୍ଶ୍ୱବର୍ତ୍ତି କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୧୦ରୁ ୧୩ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।
ଭୁବନେଶ୍ୱର: ଆଜି ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଏ.ଚେଲ୍ଲା କୁମାର ଓଡିଶା ଗସ୍ତରେ ଆସିଛନ୍ତି। ଏ.ଚେଲ୍ଲାଙ୍କ ଏହି ଗସ୍ତରେ କଂଗ୍ରେସ କର୍ମୀମାନେ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ନୂଆ ରାଜ୍ୟ ପ୍ରଭାରୀ ଏ.ଚେଲ୍ଲା କୁମାର ଆସନ୍ତା ସାଧାରଣ ନିର୍ବାଚନରେ ଆମେ କ୍ଷମତାକୁ ଆସିବୁ ବୋଲି କହିଥିଲେ। ସେ କଂଗ୍ରେସ ଭବନ ଠାରେ ପହଞ୍ଚି କହିଥିଲେ ଯେ, ଆସନ୍ତା ଉପନିର୍ବାଚନ ପାଇଁ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବ। ଦଳରେ ଦକ୍ଷ ନେତାଙ୍କ ଅଭାବ ନାହିଁ। ଭୋଟରଙ୍କ ପାଖରେ ପହଞ୍ଚି କଂଗ୍ରେସର ଭଲ କାମ ବିଷୟରେ ଅବଗତ କରାଇବୁ ବୋଲି ଏ.ଚେଲ୍ଲା କୁମାର ତାଙ୍କ ମନ୍ତବ୍ୟରେ କହିଛନ୍ତି।
ଭୁବନେଶ୍ବର: ଭୁବନେଶ୍ଵର ରାଜଭବନ ସାମ୍ନା ପେଟ୍ରୋଲ ପମ୍ପରେ ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ଘଟିଛି। ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ହୁ ହୁ ହୋଇ ଜଳୁଥିବା ବେଳେ ଘଟଣାସ୍ଥଳରେ ୩ ଗୋଟି ଅଗ୍ନିଶମ ବିଭାଗର ଗାଡି ପହଞ୍ଚିଛି। ନିଆଁକୁ ଶୀଘ୍ର ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ ଜୋର ଲଗାଇଥିବା ବେଳେ ଆଉ ଏକ ବଡ ବିସ୍ଫୋରଣରୁ ବଞ୍ଚିବା ପାଇଁ ଟିମ ପ୍ରୟାସ ଜାରି ରଖିଛି। ତେବେ ଗ୍ୟାସ ଟାଙ୍କି ଫାଟି ଯିବାର ସମ୍ଭାବନା ଥିବାରୁ ଲୋକଙ୍କୁ ଏକ କିଲୋମିଟରରୁ ଅଧିକ ଦୂରକୁ ପଳାଇଯିବା ପାଇଁ ଅନୁରୋଧ କରାଯାଇଛି। ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଭୁବନେଶ୍ବର: ରାଜ୍ୟରେ ଆଉ ୧୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବାଲେଶ୍ବରରୁ ସର୍ବାଧିକ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ନୟାଗଡ ଜିଲ୍ଲାରୁ ୨ ଜଣ, ପୁରୀ ଜିଲ୍ଲାରୁ ୨ ଜଣ ଏବଂ ସୁନ୍ଦରଗଡରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବୌଦ୍ଧରୁ ଜଣେ, ଦେବଗଡରୁ ଜଣେ, ଯାଜପୁରରୁ ଜଣେ, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ଜଣେ, କୋରାପୁଟରୁ ଜଣେ, ମୟୂରଭଞ୍ଜରୁ ଜଣେ, ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୫୮କୁ ବୃଦ୍ଧି ହୋଇଛି। ବାଲେଶ୍ବରର ୪ ମୃତକଙ୍କ ବୟସ ଯଥାକ୍ରମେ ୭୨, ୬୬, ୭୦ ବର୍ଷୀୟ ପୁରୁଷ ଓ ଜଣେ ୯୪ ବର୍ଷୀୟ ମହିଳା। ସେହିପରି ବୌଦ୍ଧରୁ ଜଣେ ୬୦ ବର୍ଷୀୟ ପୁରୁଷ, ଦେବଗଡରୁ ଜଣେ ୭୦ ବର୍ଷୀୟ ପୁରୁଷ, ଯାଜପୁରରୁ ଜଣେ ୬୨ ବର୍ଷୀୟ ପୁରୁଷ, କନ୍ଧମାଳରୁ ଜଣେ ୭୨ ବର୍ଷୀୟ ପୁରୁଷ, ଖୋର୍ଦ୍ଧାରୁ ଜଣେ ୬୨ ବର୍ଷୀୟ…
ଭୁବନେଶ୍ବର: ରାଜ୍ୟରେ ଆଜି ୨ ହଜାର ୯୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୭୩୭ ଜଣ ଚିହ୍ନଟ ହୋଇଥିବାବେଳେ ୧୨୫୮ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୦ ହଜାର ୯୯୮କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୧୦ ହଜାର ୨୧୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୯ ହଜାର ୭୭୦ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି ୯୪୦ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ ଟି ଜିଲ୍ଲାରୁ ମୋଟ୍ ୨ ହଜାର ୯୯୫ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୫୬୮…
ନୂଆଦିଲ୍ଲୀ: ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ଆୟୁର୍ବେଦ ଓ ଯୋଗ ଉପରେ ପର୍ଯ୍ୟବେଶିତ କୋଭିଡ-୧୯ ପରିଚାଳନା ସଂକ୍ରାନ୍ତ ଜାତୀୟ କ୍ଲିନିକାଲ ପ୍ରବନ୍ଧନ ନିୟମାବଳୀ ଉନ୍ମୋଚନ କରିଛନ୍ତି। କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ) ଶ୍ରୀପଦ ୟେଶୋ ନାଏକ, ନୀତି ଆୟୋଗ ଉପାଧ୍ୟକ୍ଷ ଡଃ ରାଜୀବ କୁମାର, ନୀତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡଃ ଭି.କେ. ପଲଙ୍କ ଭର୍ଚୁଆଲ ଉପସ୍ଥିତିରେ ଏହା ଉନ୍ମୋଚିତ ହୋଇଛି। ପୂର୍ବତନ ଆଇସିଏମଆର ମହାନିର୍ଦ୍ଦେଶକ ଡଃ ଭି.ଏମ.କାଟୋଚଙ୍କୁ ନେଇ ଗଠିତ ଏକ ବିଶେଷଜ୍ଞ ଦଳ କୋଭିଡ ଉପରେ ଆୟୁର୍ବେଦ ଓ ଯୋଗ ସମ୍ବଳିତ ଜାତୀୟ କ୍ଲିନିକାଲ ପ୍ରବନ୍ଧନ ନିୟମାବଳୀ ପ୍ରସ୍ତୁତ କରିଥିଲେ। ଏହି ରିପୋର୍ଟରେ ଔଷଧର ସୁରକ୍ଷା ଓ ହିତ ସମ୍ପର୍କିତ ସୁପାରିଶଗୁଡିକୁ କୋଭିଡ-୧୯ ନିମନ୍ତେ ଗଠିତ ଜାତୀୟ ଟାସ୍କଫୋର୍ସ ଏବଂ ଯୁଗ୍ମ ନିରୀକ୍ଷଣ ଗ୍ରୁପ ଦ୍ଵାରା ପ୍ରସ୍ତୁତ କରାଯିବା ପରେ ନୀତି ଆୟୋଗ ପକ୍ଷରୁ ଏହି ମାର୍ଗଦର୍ଶିକାର ସୁପାରିଶଗୁଡିକ ମଧ୍ୟ…
ମୁମ୍ବାଇ: ରିୟା ଚକ୍ରବର୍ତ୍ତୀଙ୍କୁ ବମ୍ବେ ଉଚ୍ଚ ନ୍ୟାୟାଳୟରୁ ମିଳିଲା ଜାମିନ। ବମ୍ବେ ଉଚ୍ଚ ନ୍ୟାୟାଳୟରୁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ହେଲେ ତାଙ୍କ ଭାଇ ସୌଭିକଙ୍କ ଜାମିନ ଆବେଦନ ଖାରଜ ହୋଇଛି। ତେବେ ରିୟାଙ୍କୁ ଏକ ଲକ୍ଷ ଟଙ୍କା ଓ ପାସପୋର୍ଟ ଜମା କରିବା ପାଇଁ ଉଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେଇଛି। ଏହା ସହିତ ବମ୍ବେ ସହରରୁ ବାହାରକୁ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ଉଲ୍ଲେଖ ଯୋଗ୍ୟ ଯେ, ସେପ୍ଟେମ୍ବର ୯ ତାରିଖରେ ରିୟାଙ୍କୁ ଡ୍ରଗ୍ସ ଲିଙ୍କ ମାମଲାରେ ଏନସିବି ଗିରଫ କରିଥିଲା। ୨୮ ଦିନ ବିଚାରବିଭାଗୀୟ ହାଜତରେ ରହିବା ପରେ ରିୟାଙ୍କୁ ଜାମିନ ମିଳିଛି।
ଭୁବନେଶ୍ବର: ସୋମବାରଦିନ ରାଜ୍ୟରେ ୪୧୮୪୦ଟି କରୋନା ପରୀକ୍ଷା କରାଯାଇଥିଲା। କିନ୍ତୁ ମଙ୍ଗଳବାର ଦିନ କରୋନା ପରୀକ୍ଷାରେ ବୃଦ୍ଧି ଘଟିଛି। ଗତକାଲି ରାଜ୍ୟରେ ୪୫ ହଜାର ୩୫୮ କରୋନା ପରୀକ୍ଷା କରାଯାଇଛି। ମୋଟ ପରୀକ୍ଷା ମଧ୍ୟରୁ ୭ ହଜାର ୮୮୫ ଟି ଆରଟିପିସିଆର ପରୀକ୍ଷା ହୋଇଥିବା ବେଳେ ୩୭ ହଜାର ୩୪୦ ଟି ଆଣ୍ଟିଜେନ ପରୀକ୍ଷା ହୋଇଛି ଏବଂ ୧୩୩ଟି ଟ୍ରୁନଟ୍ ପରୀକ୍ଷା ହୋଇଛି। ସୂଚନା ଯୋଗ୍ୟ ଯେ, ସୋମବାର ଦିନ କରାଯାଇଥିବା ମୋଟ ପରୀକ୍ଷା ମଧ୍ୟରୁ ୬,୧୮୫ଟି ଆରଟି-ପିସିଆର ଏବଂ ୩୫,୫୫୦ଟି ଆଣ୍ଟିଜେନ ଟେଷ୍ଟ ଓ ୧୦୫ଟି ଟ୍ରୁନାଟ୍ ପରୀକ୍ଷା ଅନ୍ତର୍ଭୁକ୍ତ ଥିଲା।
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭୨ ହଜାର ୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୮୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭ ଲକ୍ଷ ୫୭ ହଜାର ୧୩୨ କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪ ହଜାର ୫୫୫ ରେ ପହଞ୍ଚିଛି। ତେବେ ସକ୍ରିୟ ମାମଲା ୯ ଲକ୍ଷ ୭ ହଜାର ୮୮୩ ରହିଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୫୭ ଲକ୍ଷ ୪୪ ହଜାର ୬୯୩ ଆକ୍ରାନ୍ତ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
ସୀତାରାମ ଅଗ୍ରୱାଲ ଟାଙ୍ଗୀ: କିଛି ମାସର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇଉଠିଛନ୍ତି ଟାଙ୍ଗୀରେ ଖଣି ମାଫିଆ ଏବଂ ବେଆଇନ ମାଙ୍କଡା ପଥର ଚାଲାଣକାରୀ। ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ତହସିଲ ଏବଂ ଟାଙ୍ଗୀ ପୋଲିସର ମିଳିତ ସହଯୋଗରେ ବେଆଇନ ମାଙ୍କଡାପଥର ଚାଲାଣ ଗାଡ଼ିଗୁଡ଼ିକ ଉପରେ ଚଢ଼ାଉ କରାଯାଇ ଦୁଇ ଗୋଟି ଜେ.ସି.ବି ଏବଂ ଗୋଟିଏ ମାଙ୍କଡାପଥର ବୋଝେଇ ଟ୍ରକ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଟାଙ୍ଗୀ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଟାଙ୍ଗୀ ତହସିଲ କର୍ମଚାରୀ, ଟାଙ୍ଗୀ ଥାନା ଆଇ.ଆଇ.ସି ଏବଂ ଭୂଷଣ୍ଡପୁର ଫାଣ୍ଡି ଅଧିକାରୀଙ୍କ ମିଳିତ ସହଯୋଗରେ ଏକ ଟିମ ଗଠନ କରାଯାଇ ଟାଙ୍ଗୀ ତହସିଲ ଅନ୍ତର୍ଗତ ପାତ୍ରପଡ଼ା ଜଙ୍ଗଲରେ ଚଢ଼ାଉ କରାଯାଇଥିଲା। ସେହି ଅଞ୍ଚଳରୁ ଦୁଇ ଗୋଟି ଜେ.ସି.ବି ମେସିନ ସହ ଗୋଟାଏ ମାଙ୍କଡାପଥର ବୋଝେଇ ଟ୍ରକକୁ ଉକ୍ତ ଟିମ ଜବତ କରିଛି। ଜବତ ହୋଇଥିବା ଗାଡ଼ି ଏବଂ ଜେ.ସି.ବି ମେସିନ ବର୍ତ୍ତମାନ ଟାଙ୍ଗୀ…

