Author: Samikhsya Bureau

ନୂଆଦିଲ୍ଲୀ, ଦୁଇହଜାର ସହର ଏବଂ ନଗରରେ ୫କୋଟି ଘରକୁ ଜିଓଫାଇବର ଜରିଆରେ ସଂଯୁକ୍ତ କରିବା ପାଇଁ ଜିଓ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଜିଓ ଭାରତରେ ଖୁବଶୀଘ୍ର ୫ଜି ସେବା ପ୍ରଚଳନ କରିବ ବୋଲି ସେ ପ୍ରକାଶ କରିଥିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି। ଭର୍ଚୁଆଲ ପଦ୍ଧତିରେ ଆୟୋଜିତ ଡିଜିଟାଲ ଟ୍ରାନ୍‌ସଫର୍ମେସନ ୱାର୍ଲଡ ସିରିଜ ୨୦୨୦ରେ ଗୁରୁବାର ଉଦ୍‌ବୋଧନ ଦେଇ ଅମ୍ବାନି କହିଛନ୍ତି, ଭାରତ ଚତୁର୍ଥ ଔଦ୍ୟୋଗିକୀ ବିପ୍ଳବର ଶୁଭାରମ୍ଭ କରିବ। ଡିଜିଟାଲ ସଂଯୋଗୀକରଣ, କ୍ଲାଉଡ କମ୍ପ୍ୟୁଟିଙ୍ଗ୍‌, ଇଣ୍ଟରନେଟ ଅଫ୍ ଥିଙ୍ଗ୍‌ସ, ସ୍ମାର୍ଟ ଡିଭାଇସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ରୋବୋଟିକ୍ସ ଭଳି ଡିଜିଟାଲ ପ୍ରଯୁକ୍ତି ଚତୁର୍ଥ ଔଦ୍ୟୋଗିକୀ ବିପ୍ଳବର ଆଧାର ହେବ ବୋଲି ସେ ଦୃଢ ଆଶା ପୋଷଣ କରିଛନ୍ତି। ଭାରତକୁ ନେତୃତ୍ୱ ସ୍ଥାନ ନେବାକୁ ହେଲେ ତାହାକୁ ଅଲ୍‌ଟ୍ରା ହାଇସ୍ପିଡ କନେକ୍ଟିଭିଟି, ସୁଲଭ ସ୍ମାର୍ଟ ଡିଭାଇସ ଏବଂ ଉନ୍ନତ ଡିଜିଟାଲ ଆପ୍ଲିକେସନ ତଥା ସଲ୍ୟୁସନ…

Read More

ଭୁବନେଶ୍ବର, ଉତ୍ତର ରେଳପଥର ଲକ୍ଷ୍ନୋ ରେଳମଣ୍ଡଳ ଅନ୍ତର୍ଗତ ଗୌରୀଗଞ୍ଜ ଓ ଜାଇଶ ରେଳସେକ୍ସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ଚାଲିଥିବାରୁ କେତେକ ଟ୍ରେନ ପରିବର୍ତ୍ତନ କରାଯାଇଛି। ସେହିପରି ଦକ୍ଷିଣ କେନ୍ଦ୍ରୀୟ ରେଳପଥର ସିକନ୍ଦରାବାଦ ରେଳମଣ୍ଡଳ ଅନ୍ତର୍ଗତ କାଜିପେଟ-ବଲ୍ଲାହରସା ରେଳ ସେକ୍ସନ ର ରାଘବପୁରମ ଓ କୋଳାଣୁର ଷ୍ଟେସନ ଏବଂ ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ବଲାଙ୍ଗୀର ଓ ଲୋଇସିଂହା ରେଳ ଷ୍ଟେସନ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର‌୍ୟ୍ୟକୁ ଦୃଷ୍ଟିରେ ପୂର୍ବତଟ ରେଳପଥରୁ ଏବଂ ଏହା ମଧ୍ୟ ଦେଇ ଚଳାଚଳ କରୁଥିବା କେତେକ ଟ୍ରେନ ର ମାର୍ଗ ପରିବର୍ତ୍ତନ ଓ ଆଂଶିକ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଅଛି। ପରିବର୍ତ୍ତିତ ମାର୍ଗରେ ଯିବାକୁ ଥିବା ଟ୍ରେନ ଗୁଡିକ ନିମ୍ନଲିଖିତ ଅନୁଯାୟୀ ଚଳାଚଳ କରିବ। 1-ଭୁବନେଶ୍ୱର-ବାଲାଙ୍ଗୀର ବିଶେଷ ଟ୍ରେନ ଭୁବନେଶ୍ୱର ଏବଂ ବରଗଡ ରୋଡ଼ ମଧ୍ୟରେ ଚଳାଚଳ କରିବ। 2-ବାଲାଙ୍ଗୀର ଏବଂ ଲୋଇସିଂହା ମଧ୍ୟରେ ଦୋହରୀକରଣ କାର‌୍ୟ୍ୟକ୍ଷମ ପାଇଁ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର‌୍ୟ୍ୟକୁ ଦୃଷ୍ଟିରେ ରଖି…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକା ନିର୍ବାଚନ ମଣ୍ଡଳୀରେ କିଛି ଅଞ୍ଚଳରେ ବିଦ୍ୟୁତ ସରବରାହ ନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ ରହିବା ନେଇ ସୂଚନା ମିଳିଛି। ବାଣପୁର ଗ୍ରାମାଞ୍ଚଳ, ସହରାଞ୍ଚଳ ଏବଂ ଚିଲିକା ବ୍ଲକର କିଛି ଗ୍ରାମଗୁଡିକରେ ଆଜିଠାରୁ ଅକ୍ଟୋବର ୨୫ ଯାଏଁ ପର୍ଯ୍ୟାୟକ୍ରମେ ବିଦ୍ୟୁତ ସରବରାହ ବନ୍ଦ ରହିବ। ଏ ନେଇ ସୂଚନା ଦେଇଛନ୍ତି ଟି.ପି.ସି.ଓ.ଡ଼ି.ଏଲ ବାଲୁଗାଁ ଇଲେକ୍ଟ୍ରିକ ଡିଭିଜନ ନିର୍ବାହୀ ଅଧିକାରୀ ଜିତେନ୍ଦ୍ର ପାତ୍ର। ବାଣପୁର ୧ ଏବଂ ବାଣପୁର ୨ ଫିଡ଼ର ଅଧୀନରେ ଥିବା ସବୁ ଗ୍ରାମ ଏବଂ ସହରରେ ଆଜିଠାରୁ ଦିନେ ଛଡା ଦିନେ ଅକ୍ଟୋବର ୨୫ ଯାଏଁ ସକାଳ ୭ ଘଟିକାରୁ ୧୧ ଘଟିକା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ। ଫିଡ଼ରର ରକ୍ଷଣାବେକ୍ଷଣ ବିଶେଷକରି ଗଛ ଡାଳ କଟାଯିବା ପାଇଁ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ପାତ୍ର। ଏବଂ ଅଗାମୀଦିନରେ ବାଣପୁରରେ ନିରବଚ୍ଚିନ୍ନ ବିଦ୍ୟୁତ ପ୍ରବାହ ଜାରି ରଖିବାକୁ ହେଲେ ଏହିପରି…

Read More

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଖାଦ୍ୟ ଓ ଖାଉଟି କଲ୍ୟାଣ ତଥା ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାଶ ପାଶୱାନଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ସେ ଅସୁସ୍ଥତା ଯୋଗୁଁ ନୂଆଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ରାତି ୮ଟା ୨୦ ମିନିଟରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ପୁତ୍ର ଚିରାଗ ପାଶୱାନ ଟୁଇଟ କରି ସୂଚନା ଦେଇଛନ୍ତି। ଟୁଇଟରେ ସେ କହିଛନ୍ତି ଯେ, ବାପା ତୁମେ ବର୍ତ୍ତମାନ ଆଉ ଏହି ଦୁନିଆରେ ନାହଁ। ହେଲେ ଆପଣ ଯେଉଁଠି ଥାଆନ୍ତୁ ମୋ ସହିତ ରହନ୍ତୁ। ରାମ ବିଳାସ ପାଶାୱାନ ୮ ଥର ଲୋକସଭା ଏବଂ ଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ଆସିଥିଲେ। ସେ ପୂର୍ବରୁ ଅଟଳ ବିହାରୀ ବାଜପେୟୀ ଏବଂ ବର୍ତ୍ତମାନ ନରେନ୍ଦ୍ର ମୋଦୀଙ୍କ ସରକାରରେ ମନ୍ତ୍ରୀ ହୋଇ ନିଜର ଦକ୍ଷତା ପ୍ରତିପାଦନ କରାଇଛନ୍ତି। ଗତକାଲି ତାଙ୍କ ପୁତ୍ର ତଥା ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ବିହାରରେ…

Read More

ସୀତାରାମ ଅଗ୍ରୱାଲ  ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନ.ଏ.ସି ରେ ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ହୋଇନଥିବାରୁ ଜନସାଧାରଣ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅସରାଏ ବର୍ଷା ହେଲେ ସହରର ମୁଖ୍ୟ ରାସ୍ତାରେ କୃତ୍ରିମ ହ୍ରଦ ପରି ପରିସ୍ଥିତି ସୃଷ୍ଟି ହେଉଛି। ଆଜି ସକାଳ ପାଖାପାଖି ଅଧ ଘଣ୍ଟା ବର୍ଷା ହେବା ଫଳରେ ବାଣପୁର ବଜାର ରାସ ମଣ୍ଡପ ଠାରୁ ପଲଟନ ପଡିଆ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାରେ ଜମି ରହିଥିଲା ଫୁଟେ ଫୁଟେ ପାଣି। ପାଣି ସାହି ଛକରୁ ଗାଲୁଆ ଛକ ଏବଂ ପାଣ୍ଡିରିପଦର ଛକରୁ ଚିଆଁଙ୍କସାହି ଛକ ଯାଏଁ ଘଣ୍ଟା ଘଣ୍ଟା ଧରି ଜମି ରହିଥିଲା ପାଣି। ଯାହାଫଳରେ ଦୀର୍ଘ ଘଣ୍ଟା ପାଇଁ ଅଞ୍ଚଳବାସୀ ଏକ ପ୍ରକାର ଜଳବନ୍ଦୀ ହୋଇ ରହିଯାଇଥିଲେ। ତେବେ ପାଣି ସାହି ଠାରୁ ଗାଲୁଆ ଛକ ମଧ୍ୟରେ ବାଣପୁର ଥାନା, ମେଡିକାଲ, ଏନ.ଏ.ସି କାର୍ଯ୍ୟାଳୟ, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ,…

Read More

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 309 ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 309 ଆକ୍ରାନ୍ତଙ୍କ ମଧ୍ୟରୁ 83 ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ 226 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ସୂଚନା ରହିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ନୟାପଲ୍ଲୀରୁ 21ଜଣ ରହିଥିବାବେଳେ ଓଲ୍ଡ ଟାଉନ୍‌ରୁ 10 ଜଣ, ଶୈଳଶ୍ରୀ ବିହାରରୁ 8 ଜଣ, ପଟିଆରୁ 10 ଜଣ, ଭିଏସ୍‌ଏସ ନଗରରୁ 7ଜଣ, କଳିଙ୍ଗ ନଗରରୁ 7ଜଣ, ଚନ୍ଦ୍ରଶେଖରପୁର ଓ ପାତ୍ରପଡାରୁ 5 ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ଆଜି ଭୁବନେଶ୍ବରରୁ 317ଜଣ ସୁସ୍ଥ ହୋଇଥିବାବେଳେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 24 ହଜାର 537ରେ ପହଞ୍ଚିଛି । ସୁସ୍ଥହୋଇଛନ୍ତି 20 ହଜାର 888ଜଣ । ସେହିପରି ରାଜଧାନୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 109କୁ ବୃଦ୍ଧି ହୋଇଥିବାବେଳେ ଏବେ ସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିିଛି 3ହଜାର 519 ।…

Read More

ଭୁବନେଶ୍ବର : ପୂଜା ଛୁଟି ପରେ ସ୍କୁଲ ଖୋଲିପାରେ । କରୋନାକୁ ଆଖି ଆଗରେ ରଖି ଛଅ ମାସରୁ ଉର୍ଦ୍ଧ୍ବ ହେବ ସ୍କୁଲଗୁଡିକ ବନ୍ଦ ରହିଛି । ତେବେ ପୂଜା ଛୁଟି ପରେ ସ୍କୁଲ ଖୋଲିବା ନେଇ ଆଶା ଉଜ୍ଜ୍ବଳ ହୋଇଛି । ଛଅ ମାସ ଧରି ସ୍କୁଲ ବନ୍ଦ ରହିଥିବା ଯୋଗୁଁ ସ୍କୁଲ ପରିସରକୁ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ଏବଂ ଆସବାବପତ୍ରକୁ ସଫା କରିବାକୁ ନିର୍ଦ୍ଦେଶ ରହିଛି।  ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ  ବନ୍ଦ ରହିବା ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପୂଜା ଛୁଟି ପରେ ସ୍କୁଲ ଖୋଲିବା ନେଇ ବିଚାର କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ସୂଚନା ଦେଇଥିଲେ । ସୂଚନାଯୋଗ୍ୟ, ଅନଲକ୍‌ 5ରେ  ଅକ୍ଟୋବର 15 ପରେ ବିଦ୍ୟାଳୟ ଓ କୋଚିଂ ପ୍ରତିଷ୍ଠାନ ଖୋଲିବାକୁ ନିଷ୍ପତ୍ତି ରାଜ୍ୟ ସରକାରଙ୍କୁ ଦିଆଯାଇଛି ।

Read More

ଭୁବନେଶ୍ୱର: ମହିଳାମାନେ ଯେ ସମାଜରେ ପକ୍ଷପାତିତାର ଶିକାର ହୁଅନ୍ତି ଏହି ପୁରୁଣା କାଳିଆ ଚିନ୍ତାଧାରାକୁ ପଛରେ ପକାଇ ସେମାନେ ନିଜ ଅଧିକାର ସାବ୍ୟସ୍ତ କରିବା ସହ ଅନ୍ୟମାନଙ୍କୁ ଏଥିପାଇଁ ପ୍ରେରଣା ଦେବା ଉଚିତ୍ ବୋଲି ସାଂସଦ ମାନେକା ଗାନ୍ଧୀ କହିଛନ୍ତି। ପ୍ରତ୍ୟେକ ମହିଳା ଅନ୍ୟ ମହିଳାମାନଙ୍କୁ ପ୍ରେରଣା ଯୋଗାଇବା ସହ ଉତ୍ସାହିତ ଓ ପ୍ରୋତ୍ସାହିତ କରିବା ଉଚିତ୍। ସେମାନେ ନିଜକୁ ସମାଜର ଆକ୍ରୋଶର ଶିକାର ହେଉଛନ୍ତି ବୋଲି ଭାବିବା ବନ୍ଦ କରିବା ଜରୁରୀ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଓ ଅବ୍‌ଜରଭ୍‌ନାଓ ମିଡିଆର ମିଳିତ ସହଭାଗିତାରେ ଆୟୋଜିତି ଭର୍ଚୁଆଲ୍ ମହିଳା ନେତୃତ୍ୱ ସମ୍ମିଳନୀରେ ଶ୍ରୀମତି ଗାନ୍ଧୀ ମହିଳାମାନଙ୍କୁ କହିଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀମତି ଗାନ୍ଧୀ କହିଛନ୍ତି ଯେ ମହିଳାମାନେ ଖୁବ୍ ରଚନାତ୍ମକ ଏବଂ ବହୁ କାର୍ଯ୍ୟ ଏକାସାଙ୍ଗେ କରିବାରେ ସେମାନଙ୍କର କ୍ଷମତା ଅଦ୍ଭୁତପୂର୍ବ। ଏହି ସମ୍ମିଳନୀ ଅବସରରେ ମାନବସମ୍ବଳ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଅବଦାନ ଥିବା…

Read More

ନୂଆଦିଲ୍ଲୀ : ସାହିତ୍ୟ କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଆମେରିକା କବୟିତ୍ରୀ ଲୁଇସ୍‌ ଗ୍ଲୁକ୍‌ଙ୍କୁ ଚଳିତ ବର୍ଷ ପାଇଁ ସାହିତ୍ୟରେ ସମ୍ମାନଜନକ ନୋବେଲ୍‌ ପୁରସ୍କାର ମିଳିବ ନେଇ ଘୋଷଣା କରାଯାଇଛି । ଲୁଇସ୍‌ଙ୍କ ଅନନ୍ୟ କାବ୍ୟାତ୍ମକ ସ୍ବର ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ସୂଚନାଯୋଗ୍ୟ 1901 ମସିହାରୁ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯାଉଛି । 1901 ମସିହାରୁ ନୋବେଲ୍‌ ଫାଉଣ୍ଡେସନ୍‌ ଦ୍ବାରା ଏହି ଆଓ୍ବାର୍ଡ ପ୍ରଦାନ କରାଯାଇଥାଏ। ସ୍ବିଡେନ୍‌ର ବୈଜ୍ଞାନିକ ଆଲଫ୍ରଡ୍‌ ବର୍ଣ୍ଣାଡ୍‌ ନୋବେଲ୍‌ଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଆଲଫ୍ରଡ୍‌ ନୋବେଲ୍‌ଙ୍କ ମୃତ୍ୟୁ ପୂର୍ବରୁ ନିଜ ସମ୍ପତ୍ତିର ଏକ ବଡ ଅଂଶ ଏହି ଟ୍ରଷ୍ଟ ପାଇଁ ସୁରକ୍ଷିତ ରଖାଯାଇଛି । 1901 ମସିହାରେ ପ୍ରଥମେ ନୋବେଲ୍‌ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ନୋବେଲ୍‌ ପୁରସ୍କାରର 119 ବର୍ଷ ମଧ୍ୟରେ ଦୁଇ ଥର ସାହିତ୍ୟରେ ନୋବେଲ୍‌ ପୁରସ୍କାରକୁ ସ୍ଥଗିତ…

Read More

ଭୁବନେଶ୍ବର : ଭୁବନେଶ୍ବର ରାଜଭବନ ନିକଟ ପେଟ୍ରୋଲ ପମ୍ପ ନିକଟରେ ବିସ୍ଫୋରଣ ଘଟଣାରେ ମୃତାହତଙ୍କ ପ୍ରତି ସହାୟତା ଘୋଷଣା କଲା ଇଣ୍ଡିଆନ ଅଏଲ୍‌।  ମୃତକଙ୍କ ପରିବାରକୁ 8ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରାଯାଇଥିବାବେଳେ  ଗୁରୁତର ଆହତଙ୍କୁ 4 ଲକ୍ଷ, ଆହତଙ୍କୁ 1ଲକ୍ଷଟଙ୍କା ସହାୟତା ରାଶି ଯୋଗାଇ ଦିଆଯିବ । ଏନେଇ ପେଟ୍ରୋଲିୟମ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଘୋଷଣା କରିଛି ଆଇଓସିଏଲ୍‌ । ସୂଚନାଯୋଗ୍ୟ, ଗତକାଲି ଘଟିଥିବା ଏହି ଭୟାନକ ବିସ୍ଫୋରଣରେ କଟକ ଏସ୍‌ସିବି ମେଡ଼ିକାଲରେ ଆଜି ସକାଳୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳ ଅନ୍ୟ ଜଣେ ଗୁରୁତର ରହିଛନ୍ତି । ସେହିପରି ଅନ୍ୟ 8 ଜଣ କ୍ୟାପିଟାଲ୍‌ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ସେହିପରି ଏହି ବିସ୍ଫୋରଣରେ ଜଣେ ନିଖୋଜ ହୋଇଥିବାର ସୂଚନା ରହିଛି ।

Read More

ଭୁବନେଶ୍ବର : କୋଭିଡ୍‌ ସୁପରିଚାଳନା ପାଇଁ ଗଞ୍ଜାମକୁ ମିଳିଲା ବିଦେଶରୁ ସାବାସୀ। ଗଞ୍ଜାମ ପ୍ରଶାସନକୁ ପ୍ରଶଂସା କରିଛି ଅକ୍ସଫୋର୍ଡ ୟୁନିଭର୍ସିଟି । ଅକ୍ସଫୋର୍ଡ ୟୁନିଭର୍ସିଟିର ପ୍ରଶଂସା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ରୁ ସୂଚନା ମିଳିଛି । ପୂର୍ବରୁ ଓଡିଶାର କରୋନା ମୁକାବିଲା ରଣନୀତିକୁ ଡବ୍ଲୁଏଚଓ ପ୍ରଶଂସା କରିଥିଲା । ଆଉ ଏବେ ଓଡିଶା ଦ୍ୱିତୀୟ ପ୍ରଶଂସା ସାଉଁଟିଛି । ପ୍ରବାସୀ ଫେରିବା ପରେ ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଅଣାୟତ୍ତ ରହିଥିଲା । କିନ୍ତୁ ଏହାକୁ ମୁକାବିଲା କରିବା ପାଇଁ ସ୍ବତନ୍ତ୍ର ରଣନୀତି ଅପଣାଯାଇଥିଲା । ଏବେ ଗଞ୍ଜାମରେ ସ୍ଥିତି ସୁଧାର ଆସିଛି । https://twitter.com/CMO_Odisha/status/1314099413296590848?s=20 ସବୁଠୁ ବଡ କଥା ରାଜ୍ୟ ସରକାର ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିବା, ଗାଁ ଗାଁରେ କମିଟି ଗଠନ କରି ସ୍କ୍ରିନିଂ ଓ ସଚେତନ କରିବାର ରଣନୀତିକୁ ବିଶ୍ୱବିଦ୍ୟାଳୟ ଖୁବ୍ ପ୍ରଶଂସା କରିଛି । ସେହିପରି ମୁମ୍ବାଇର ଧରାବି ବସ୍ତିର ମଡେଲକୁ ମଧ୍ୟ ପ୍ରଶଂସା କରିଛି…

Read More

ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ଉପନିର୍ବାଚନର ତାତି ଦିନକୁ ଦିନ ବୃଦ୍ଧି ପାଇବା ସହିତ ଦଳୀୟ କନ୍ଦଳ ମଧ୍ୟ ବଢୁଥିବା ଦେଖିବାକୁ ମିଳୁଛି ।ବୁଧବାର ଦିନ ତିର୍ତ୍ତୋଲ ବ୍ଲକ ଆନନ୍ଦ ମଣ୍ଡପ ଠାରେ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ଦଳୀୟ ମିଶ୍ରଣ ପର୍ବ ଓ ଦଳୀୟ କାର୍ଯ୍ୟାଳୟ ଉଦଘାଟନ ସଭାରେ ମହାଭାରତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ଯାହାକି ଅଧାରୁ ସଭା ଭଣ୍ଡୁର୍ ହେବା ସହ ରାଜ୍ୟ ଉପସଭାପତି ଓ ପ୍ରଭାରୀ ସଭାଛାଡି ପଳାଇଥିଲେ ବୋଲି କୁହାଯାଉଛି। https://www.youtube.com/watch?v=czOnB1LMVys ସୂଚନାନୁଯାୟୀ ବୁଧବାର ଦିନ ତିର୍ତ୍ତୋଲ ସ୍ଥିତ ଆନନ୍ଦମଣ୍ଡପ ଠାରେ ବିଜେପି ଦଳ ପକ୍ଷରୁ ନୂତନ ଅଫିସ୍ ଉଦଘାଟନ ଓ ମିଶ୍ରଣପର୍ବ ନିମନ୍ତେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭା ଆରମ୍ଭ ହେବା କ୍ଷଣି କିଛି ଦଳୀୟ ଯୁବକ ହୋ ହାଲ୍ଲା କରିବା ସହିତ ଦଳୀୟ ନେତାମାନେ ତାଙ୍କପ୍ରତି ଅନ୍ୟାୟ କରିଛନ୍ତି, ବିଗତ ଦିନରେ…

Read More

ଭୁବନେଶ୍ବର : ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାକୁ ନେଇ ପୋଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ବିସ୍ଫୋରଣ ଘଟଣାକୁ ନେଇ କ୍ୟାପିଟାଲ ଥାନାରେ ବିଭିନ୍ନ ଦଫାରେ ମାମଲା ହୋଇଛି। ପ୍ରାଥମିକ ତଦନ୍ତ ଅନୁସାରେ ସେଠାରେ ଚାରି ଜଣ କାମ କରୁଥିଲେ। ଚାରି ଜଣଙ୍କ ମଧ୍ୟରୁ ଜଣଙ୍କର କଟକ ଏସ୍‌ସିବିରେ ଆଜି ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଏସ୍‌ସିବିରେରେ ଚିକିତ୍ସାଧିନ ଅଛନ୍ତି। ତୃତୀୟ ବ୍ୟକ୍ତି ସୁରକ୍ଷିତ ଅଛନ୍ତି, ତାଙ୍କ ସହ ଆମେ କଥା ହୋଇଛୁ। ଚତୁର୍ଥ ବ୍ୟକ୍ତିଙ୍କର କୌଣସି ସୂଚନା ମିଳୁନଥିବାରୁ, ସେ ନିରୁଦ୍ଦିଷ୍ଟ ଥିବା ଜଣାପଡିଛି । ଏହାର ତଦନ୍ତ ପାଇଁ ବିଭିନ୍ନ ଅଫିସରଙ୍କୁ ବିଭିନ୍ନ ଦାୟିତ୍ବ ଦିଆଯାଇଛି । କ’ଣ କାମ ହେଉଥିଲା, କାହା ତତ୍ତ୍ୱାବଧାନରେ ହେଉଥିଲା ତଦନ୍ତ ହେବ। ସେହିପରି ଘଟଣାସ୍ଥଳରୁ ମିଳିଥିବା ମାଂସ ଖଣ୍ଡ ଫୋରେନସିକ୍‌ ଲ୍ୟାବ୍ ପଠାଯାଇଛି। ଆବଶ୍ୟକ ପଡ଼ିଲେ ତାହାର ଡିଏନ୍ଏ ଟେଷ୍ଟ କରାଯିବ।…

Read More

ହାଥରସ, ସାରା ଦେଶରେ ଚାଞ୍ଚଲ୍ୟ ଖେଲାଇଥିବା ହାଥରସ ଦୁଷ୍କର୍ମ ଘଟଣାରେ ଦିନକୁ ଦିନ ନୂଆନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି। ତେବେ ଏହି ଘଟଣାରେ ଗିରଫ ହୋଇଥିବା ଚାରି ଅଭିଯୁକ୍ତ ସ୍ଥାନୀୟ ଏସପି ଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଏହି ହତ୍ୟା ଘଟଣାରେ ସେମାନଙ୍କର ସଂପୃକ୍ତି ନାହିଁ। ହାତରେ ଲେଖାଥିବା ଏବଂ ଟିପ ଚିହ୍ନ ଥିବା ଏହି ଏକ ପୃଷ୍ଠା ବିଶିଷ୍ଠ ଚିଠିର ସେମାନେ ସେଦିନର ଘଟଣା ସଂପର୍କରେ ବର୍ଣ୍ଣନା କରିଛନ୍ତି। ସେମାନେ କହିଛନ୍ତି ଯେ, ମୃତ ପିଡିତା ସହିତ ସେମାନଙ୍କ ବହୁ ଭଲ ସଂପର୍କ। ଆମେ ମଝିରେ ମଝିରେ ତାଙ୍କୁ ଫୋନ କରି ଡାକୁ। ହେଲେ ଏହାକୁ ନେଇ ତାଙ୍କ ପରିବାର ଲୋକ ଖୁସି ନ ଥିଲେ। ଆମ ସହିତ ମିଳାମିଶା ନ କରିବା ପାଇଁ ତାଗିଦ କରୁଥିଲେ। ଯେଉଁଦିନ ଏହି ଘଟଣା ଘଟିଥିଲା ସେଦିନ ମଧ୍ୟ ତାକୁ ଡାକାଯାଇଥିଲା। ହେଲେ…

Read More

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବର ରାଜଭବନ ପେଟ୍ରୋଲ୍‌ ପମ୍ପ ନିକଟରେ ଗତକାଲି ଭୟଙ୍କର ବିସ୍ଫୋରଣ ହୋଇଥିଲା । ତେବେ ଏଲ୍‌ପିଜି ଲିକେଜରୁ ନିଆଁ ଲାଗି ବିସ୍ଫୋରଣ ଘଟିଥିଲା ବୋଲି ଆଜି ପ୍ରାଥମିକ ତଦନ୍ତ ପରେ ପେସୋର ଉପମୁଖ୍ୟ କଣ୍ଟ୍ରୋଲର୍‌ ସୂଚନା ଦେଇଛି । ମିଳିଥିବା ସୂ ଚନା ଅନୁସାରେ ଟାଙ୍କିରେ ନାଇଟ୍ରୋଜେନ୍ ଦେଇ ଏଲ୍‌ପିଜି ଭର୍ତ୍ତି ବେଳେ ଲିକେଜ୍ ହୋଇଥିଲା। ଲିକେଜ୍ ହେବା ପରେ ନିଆଁ ଲାଗି ଯାଇଥିଲା, ପରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ବେଳେ ଟାଙ୍କିରେ ସାଢ଼େ ଚାରି ଟନ୍ ଏଲ୍‌ପିଜି ରହିଥିଲା ପ୍ରାଥମିକ ତଦନ୍ତ ସରିଛି, ବିସ୍ତୃତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବୁ ବୋଲି କହିଛନ୍ତି ପେସୋର ଉପମୁଖ୍ୟ କଣ୍ଟ୍ରୋଲର। ସୂଚନାଯୋଗ୍ୟ, ଗତକାଲି ଘଟିଥିବା ଏହି ଭୟଙ୍କର ବିସ୍ଫୋରଣ ପରେ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଏସ୍‌ସିବିରେ ଚିକିତ୍ସାଧୀନ ରହିଛନ୍ତି। ସେହିପରି ଅନ୍ୟ 8 ଜଣ କ୍ୟାପିଟାଲ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି…

Read More

ଭୁବନେଶ୍ବର : ରାଜଭବନ ପେଟ୍ରୋଲ୍‌ ପମ୍ପ ବିସ୍ଫୋରଣ ଘଟଣାରେ ଜଣେ ବ୍ୟକ୍ତିଙ୍କର ନିଖୋଜ ନେଇ ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲାର ସୀମାଞ୍ଚଳ ପରିଡା ନାମକ ବ୍ୟକ୍ତି ନିଖୋଜ ହୋଇଥିବାର ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ କରିଛନ୍ତି ସୀମାଞ୍ଚଳଙ୍କ ଭଉଣୀ । ଗଞ୍ଜାମ ଜିଲ୍ଲଶ ଗହଙ୍ଗୁ ଗ୍ରାମରେ ସୀମାଞ୍ଚଳଙ୍କ ଘର । ସେ ଜଣେ ଡିପ୍ଲୋମା ଇଂଜିନିୟର ଏଲପିଜି କାମରେ ସେ ନିୟୋଜିତ ଥିବା ତାଙ୍କ ଭଉଣୀ କହିଛନ୍ତି। କୋଲକାତାରୁ ଆସି ସେ ଭୁବନେଶ୍ୱରରେ ଥିଲେ। ବିସ୍ଫୋରଣ ଖବର ପାଇବା ପରେ ସୀମାଞ୍ଚଳଙ୍କ ସହ ଯୋଗାଯୋଗ କରିବାକୁ ତାଙ୍କ ଭଉଣୀ ଚେଷ୍ଟା କରିଥିଲେ। ଫୋନ ନଲାଗିବାରୁ ସେମାନେ ଭୁବନେଶ୍ୱର ଆସିଛନ୍ତି। କ୍ୟାପିଟାଲ ହସ୍ପିଟାଲ ଏବଂ କଟକ ଏସସିବି ଯାଇ ଆହତ ବ୍ୟକ୍ତିଙ୍କ ସମ୍ପର୍କରେ ପଚାରି ବୁଝିଥିଲେ। ତେବେ ତାଙ୍କ ଭାଇ ବିଷୟରେ କୌଣସି ସୂଚନା ମିଳିନଥିବା ଜଣାପଡିଛି। ବିସ୍ଫୋରଣ ସ୍ଥଳରୁ ସୀମାଞ୍ଚଳଙ୍କ ଏଟିଏମ୍ ଏବଂ ମନିପର୍ସ ମିଳିଥିବା ଆଇଓସିଏଲ୍ ଅଧିକାରୀ…

Read More