Author: Samikhsya Bureau

ଭୁବନେଶ୍ବର : ଭୁଲ୍‌ ମାଗିଲେ ସତ୍ୟବାଦୀ ବିଜେଡି ବିଧାୟକ ଉମା ସାମନ୍ତରାୟ । କୋଭିଡ୍‌ ପଜିଟିଭ୍‌ ଥାଇ ସୁଦ୍ଧା ସ୍ବର୍ଗଦ୍ବାରରେ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଇଥିଲେ । ମହାରଥୀଙ୍କ ବିୟୋଗରେ ଭାବବିହ୍ବଳ ହୋଇ ସ୍ବର୍ଗଦ୍ବାର ଯାଇଥିଲେ, ଏହା ତାଙ୍କର  ଭୁଲ୍‌ ବୋଲି ସେ ସ୍ବୀକାର କରିଛନ୍ତି । ସରକାରଙ୍କ ଆଇନ୍‌ର ଉର୍ଦ୍ଧ୍ବରେ କେହି ନୁହଁନ୍ତି ବୋଲି  ସେ କହିଛନ୍ତି । ଏଥିପାଇଁ ଯାହା ବି କାର୍ଯ୍ୟାନୁଷ୍ଠାନ ହେବ, ତାହା ମାନିନେବେ ବୋଲି କହିଛନ୍ତି ବିଧାୟକ । ସୂଚନାଯୋଗ୍ୟ, କୋଭିଡ୍‌ -19 ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ବିଧାୟକଙ୍କ ନାମରେ ଏତଲା ଦେଇଥିଲା ଶ୍ରୀଜଗନ୍ନାଥ ସେନା । ଏନେଇ ମାମଲା ରୁଜୁ ହୋଇଥିଲା ।

Read More

ଅଯୋଧ୍ୟା, ରାମ ମନ୍ଦିର ନିର୍ମାଣ କାମ ଦ୍ରୁତ ଗତିରେ ଚାଲିଛି। ବର୍ତ୍ତମାନ ରାମ ମନ୍ଦିରରେ ଖୋଦିତ ପଥର ସ୍ଥାନାନ୍ତର କରିବାର କାର୍ଯ୍ୟ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଏହି ପଥରଗୁଡିକ ବଢେଇ କର୍ମଶାଳାରୁ ମନ୍ଦିର ପରିସରକୁ ନିଆଯାଉଛି। ବ୍ରାହ୍ମଣମାନେ ପଥର ବଦଳାଇବା ପୂର୍ବରୁ ଏକ ବିଶେଷ ପୂଜା ମଧ୍ୟ କରିଥିଲେ। ପ୍ରକୃତରେ, ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ତରଫରୁ ଶୁକ୍ରବାର ଦିନ ଏକ ଟ୍ୱିଟ୍ କରି ଏହି ବିଷୟରେ ସୂଚନା ଦିଆଯାଇଛି। ଟ୍ୱିଟରେ ଲେଖାଯାଇଛି ଯେ, “ଜୟ ଶ୍ରୀରାମ! ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ ପାଇଁ କର୍ମଶାଳାରୁ ମନ୍ଦିର ପରିସରକୁ ଖୋଦିତ ପଥର ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପଥରଗୁଡ଼ିକ ସହିତ ଏକ ମହାନ୍ ଏବଂ ଇଶ୍ୱରୀୟ ଶକ୍ତି ରହିଛି। ଯାହାକୁ ନେଇ ରାମ ମନ୍ଦିର ନିର୍ମାଣ ହେବ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ରାମ ମନ୍ଦିର ନିର୍ମାଣର ନୂତନ ପ୍ରସ୍ତାବିତ ଡିଜାଇନ୍ ଅନୁଯାୟୀ ରାମ ମନ୍ଦିରରେ ବର୍ତ୍ତମାନ ଦୁଇ ମହଲା…

Read More

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟକୁ ସିଲ୍‌ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସାଂସଦଙ୍କ ପଳାସପଲ୍ଲୀ ସ୍ଥିତ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି। କମିଶନରେଟ ପୋଲିସ ସହାୟତାରେ କାର୍ଯ୍ୟାଳୟ ସିଲ୍‌ କରିଛି। କାର୍ଯ୍ୟାଳୟରେ କୋଭିଡ୍ ନିୟମ ଉଲଂଘନ ଜନ୍ମଦିନ ପାଳନ କରିଥିଲେ ସାଂସଦ। ଏନେଇ ସାଂସଦ ଅପରାଜିତାଙ୍କ ନାଁରେ କୋଭିଡ୍‌ ଯୋଦ୍ଧା ଅଭିଯୋଗ ଆଣିଛନ୍ତି । ଜନ୍ମଦିନ ପାର୍ଟିରେ ସମର୍ଥକଙ୍କ ସହ ମାସ୍କ ନପିନ୍ଧି ନାଚ, ଗୀତ ଓ ଗହଳି ଭିତରେ ସାମିଲ ହୋଇଥିଲେ ଅପରାଜିତା ବୋଲି ମଧ୍ୟ ଅଭିଯୋଗ ହୋଇଛି । ଏନେଇ କୋଭିଡ୍ ଯୋଦ୍ଧା ଲିଖିତ ଭାବେ ଭୁବନେଶ୍ୱର ଡିସିପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ମେଡିକାଲ ଷ୍ଟାଫ୍‌, ସଫେଇ କର୍ମଚାରୀ, ଆଶା କର୍ମୀ ଓ କୋଭିଡ୍‌ ସଚେତକମାନେ ଫେରାଦ ହୋଇଥିଲେ। ସାଂସଦଙ୍କ ବେପରୁଆ କାର୍ଯ୍ୟ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇଛି। ସାଂସଦଙ୍କ ବିରୋଧରେ କ‌‌ଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Read More

ଭୁବନେଶ୍ବର : ରାଜ୍ୟରେ ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 5 ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଟକରୁ ଦୁଇ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ବାଲେଶ୍ବର, ବଲାଙ୍ଗିର, ଗଞ୍ଜାମ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ସୁନ୍ଦରଗଡ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1006କୁ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 5 ମୃତକଙ୍କ ମଧ୍ୟରୁ ଭୁବନେଶ୍ବରର ତିନିଜଣ ରହିଛନ୍ତି । ଭୁବନେଶ୍ବରର ତିନି ମୃତକଙ୍କ ବୟସ ଯଥାକ୍ରମେ  62, 66, 78ପୁରୁଷ । ସେହିପରି ଖୋର୍ଦ୍ଧାର ଅନ୍ୟ ଦୁଇ ମୃତକ ହେଲେ 51 ଓ 62 ବର୍ଷୀୟ ପୁରୁଷ । କଟକ ଜିଲ୍ଲାର ଦୁଇ ମୃତକ ହେଲେ…

Read More

ନୂଆଦିଲ୍ଲୀ, ଭାରତରେ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ସର୍ବଦା ଯୁଦ୍ଧ ହୋଇଆସୁଛି। ଭାରତ ଏପରି ଏକ ଦେଶ ଯେଉଁଠାରେ ପ୍ରତ୍ୟେକ ଧର୍ମର ଲୋକ ବାସ କରନ୍ତି। କିନ୍ତୁ ଏହା ମଧ୍ୟ ସତ ଯେ, ଭାରତର ମୁସଲମାନମାନେ ବିଶ୍ୱର ସବୁଠାରୁ ସନ୍ତୁଷ୍ଟ ମୁସଲମାନ। ହେଲେ କହିବାକୁ ଗଲେ ଆମ ପଡ଼ୋଶୀ ଦେଶ ପାକିସ୍ଥାନ ଅନ୍ୟ ଧର୍ମକୁ ଅଧିକାର ଦେଇନାହିଁ। କେତେକ ହିନ୍ଦୁ ପାକିସ୍ତାନରେ ଅଛନ୍ତି। କିନ୍ତୁ ପାକିସ୍ତାନ ସରକାର ସେମାନଙ୍କ ସହ ଅସଦାଚରଣ କରୁଛନ୍ତି। ଆରଏସଏସ ମୁଖ୍ୟ ମୋହନ ଭଗବତ ଏକ ସାକ୍ଷାତକାରରେ କହିଛନ୍ତି ଯେ ଦେଶର ରାମ ମନ୍ଦିରଗୁଡ଼ିକ ଜାତୀୟ ମୂଲ୍ୟବୋଧ ଏବଂ ମର୍ଯ୍ୟଦାର ପ୍ରତୀକ ଅଟେ। କେବଳ ଏତିକି ନୁହେଁ ଭାଗବତ ଅନେକ କଥା କହିଥିଲେ ଯାହା ଶୁଣି ସମଗ୍ର ଦେଶ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମୋହନ ଭାଗବତ କହିଛନ୍ତି ଯେ ଲୋକମାନଙ୍କୁ ନିୟନ୍ତ୍ରଣ କରୁଥିବା ବିଦେଶୀ ଧର୍ମ କେବଳ ଭାରତରେ ଅଛି। ସେ କହିଛନ୍ତି ଯେ ଯେଉଁଠାରେ ଏକ ବିଦେଶୀ…

Read More

ମୁମ୍ବାଇ: ଟିଭି ରେଟିଂ ସ୍କାମ ମାମଲାରେ ପଚରାଉଚରା ପାଇଁ ମୁମ୍ବାଇ ପୋଲିସ ଆଜି ରିପବ୍ଲିକ୍ ଟିଭିର ସିଏଫ୍ଓଙ୍କୁ ଡାକିଛନ୍ତି। ଗତ ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ମୁମ୍ବାଇ ପୋଲିସ ଏହି ମାମଲାରେ ରିପବ୍ଲିକ ଟିଭି ସମେତ ତିନି ଚ୍ୟାନେଲ ବିରୋଧରେ ମାମଲା କରାଯିବ ବୋଲି କୁହିଥିଲେ। ଏହି ତିନି ଚ୍ୟାନେଲ ସେମାନଙ୍କ ଟିଆରପି ବଢାଇବା ପାଇଁ ଦର୍ଶକଙ୍କୁ ଲାଞ୍ଚ ଦେଉଥିଲେ।

Read More

ଭୁବନେଶ୍ବର :  ରାଜ୍ୟରେ ଆଜି  2ହଜାର 854କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1659ଜଣ ଚିହ୍ନଟ ହୋଇଥିବାବେଳେ 1195ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 49ହଜାର693କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 2 ଲକ୍ଷ 20 ହଜାର 388ଜଣ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 28ହଜାର246ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 991ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍‌ 2ହଜାର 854ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 393ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ 131, ବାଲେଶ୍ବରରୁ…

Read More

ମଦୁରାଇ : ଚୋରି କରି ମାଲିକଙ୍କ ପାଇଁ  କ୍ଷମା ପତ୍ର ଦେଇଛି ଚୋର । ଏପରି ଏକ ଘଟଣା ଘଟିଛି ମଦୁରାଇର ଉସ୍‌ଲାମପଟ୍ଟିଠାରେ । ଉସିଲାମପଟ୍ଟିର ଏକ ସୁପରମାର୍କେଟର ଏକ ଦୋକାନରୁ ଜଣେ ଚୋର 65000 ଟଙ୍କାର ସାମଗ୍ରୀ ଚୋରି କରିଛି । ସାମଗ୍ରୀ ସହିତ ନଗଦ 5ହଜାର ଟଙ୍କା ମଧ୍ୟ ଚୋରି କରିଛି । ଚୋରି ଜଣକ ସେହି ଦୋକାନରେ ପୂର୍ବରୁ କାମ କରୁଥିବାର ସୂଚନା ରହିଛି । ଚୋରି କରିନେବା ପରେ ମାଲିକଙ୍କୁ ପାଇଁ କ୍ଷମା ପତ୍ର ବା  ସରି ନୋଟ୍‌ ଛାଡି ଯାଇଛନ୍ତି । ତେବେ ଏହି ଚିଠିରେ ଚୋର ଜଣକ ଲେଖିଛନ୍ତି ଯେ,- ମୋତେ କ୍ଷମା କରିଦେବେ । ଏହି ଚୋରିରେ ଆପଣଙ୍କର ଏକମାସର ରାଜସ୍ବ କ୍ଷତି ହେବ । କିନ୍ତୁ ଏହା  ମୋ’ ପାଇଁ ପ୍ରାୟ ତିନି ମାସର ପାରିଶ୍ରମିକ । ଏଥିପାଇଁ ମୋତେ କ୍ଷମା କରିଦେବେ । ମିଳିଥିବା ସୂଚନା ଅନୁସାରେ ଉସ୍‌ଲୀମପଟ୍ଟି-ମୁଦୈର…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ କରୋନା ସଂକ୍ରମଣ କିଛି ମାସ ପୂର୍ବେ ଏକ ନମ୍ବର ସ୍ଥାନରେ ରହିଥିବାବେଳେ ବର୍ତ୍ତମାନ ଧୀରେ ଧୀରେ ଏହା ତଳକୁ ଖସିବାରେ ଲାଗିଛି। ଉଭୟ ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ ଏହାକୁ ଅତି ଗମ୍ଭୀରତାର ସହ ନେଉଛନ୍ତି ଏବଂ ଏନ୍ଫୋର୍ସମେଣ୍ଟ କଡ଼ାକଡ଼ି ମଧ୍ୟ କରୁଛନ୍ତି। ବାଣପୁରରେ କରୋନାକୁ କମାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛି ସ୍ଥାନୀୟ ପ୍ରଶାସନ। ଏହି ପରିପ୍ରେକ୍ଷୀରେ ଗତକାଲି ବାଣପୁର ତହସିଲଦାର ମନ୍ମଥ ବେହେରାଙ୍କ ନେତୃତ୍ୱରେ ଗଠନ ହୋଇଥିଲା ଏକ ବିଶାଳ ଏନ୍ଫୋର୍ସମେଣ୍ଟ ଟିମ ଯେଉଁଥିରେ ତହସିଲଦାରଙ୍କ ସହ ଚିଲିକାରେ କୋଭିଡ ମନିଟରିଂ ପାଇଁ ସ୍ୱତନ୍ତ୍ର ଭାବେ ସରକାରଙ୍କ ଦ୍ୱାରା ନିଯୁକ୍ତି ହୋଇଥିବା ଟି.ଆର.ଓ ସାଗର ପାଲୋ, ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନିଆଲ, ତହସିଲ କର୍ମଚାରୀ, ଏନ.ଏ.ସି କର୍ମଚାରୀ ଏବଂ ବାଣପୁର ପୋଲିସ ପ୍ରମୂଖ ସାମିଲ ଥିଲେ। ଦିନ ୧୧ ଘଟିକା ସମୟରେ ଉକ୍ତ ଟିମ ଦ୍ୱାରା…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଜଣେ କର୍ତ୍ତବ୍ୟରତ କର୍ମଚାରୀଙ୍କୁ ମିଲ ମାଲିକଙ୍କ ପୁଅ ମାଡ଼ ମାରିବା ଘଟଣା ଜିଲ୍ଲାରେ ଆଲୋଚନାର ବିଷୟବସ୍ତୁ ହୋଇଛି। ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଜୁନାଗଡ ସ୍ଥିତ ଓଡିଶା ରାଜ୍ୟ ପଣ୍ୟଗାର ନିଗମ ଠାରେ କାର୍ଯ୍ୟରତ କର୍ମଚାରୀ ଶଙ୍କର ରାଓ ଜୟପାଟଣା ଏସଏମ ରାଇସ ମିଲ୍ ଯୋଗେଇ ଥିବା ଚାଉଳକୁ ନିମ୍ନ ମାନର ଥିବା କହି ଗ୍ରହଣ କରିବାକୁ ମନା କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଏସଏମ ରାଇସ ମିଲ୍ ମାଲିକଙ୍କ ପୁଅ ସନତ୍ କୁମାର ପଣ୍ଡା ସମ୍ପୃକ୍ତ କର୍ମଚାରୀ ଶ୍ରୀ ରାଓଙ୍କୁ ଅତି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ତାଙ୍କୁ ମାଡ ମାରିଥିବା ସମ୍ପର୍କରେ ଜୁନାଗଡ ଥାନାରେ ଲିଖିତ ଅଭିଯୋଗ ହେବାପରେ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ଜୁନାଗଡ ଥାନା ମକଦ୍ଦମା ସଂଖ୍ୟା ୨୮୫/୨୦୨୦ ଅନୁଯାୟୀ ମାମଲା ରୁଜୁ କରି ପୀଡିତଙ୍କୁ ଜୁନାଗଡ଼ ଡାକ୍ତରଖାନାକୁ ପ୍ରେରଣ କରିବା ସହ ଘଟଣାର ତଦନ୍ତ…

Read More

ସମ୍ବଲପୁର : ଆସନ୍ତା 12 ତାରିଖରୁ ସୋମବାର ସହ ତିନି ଦିନ ବନ୍ଦ ରହିବ ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ  (ଭିସୁଟ୍‌) । ପୂର୍ବ ଛୁଟି ଘୋଷଣା ମୁତାବକ ଶନିବାର ଓ ରବିବାର ମଧ୍ୟ ଭିସୁଟ୍‌ ବନ୍ଦ ରହିବ । କରୋନା ସଂକ୍ରମଣ ଦୂର ପାଇଁ ଭିସୁଟ୍‌ ପରିସରକୁ ସାନିଟାଇଜ୍‌ କରାଯିବ । ମୋଟ୍‌ ତିନି ଦିନ ପାଇଁ ଭିସୁଟ୍‌ ବନ୍ଦ ରହିବା ନେଇ ଘୋଷଣା କରିଛନ୍ତି କର୍ତ୍ତୃପକ୍ଷ । ଆଜି, କାଲି ଓ ସୋମବାର ଦିନ ଭିସୁଟ୍‌ ବନ୍ଦ ରହିବା ନେଇ ଚିଠି ଜାରି କରିଛି ଭିସୁଟ୍‌ ରେଜିଷ୍ଟ୍ରାର୍‌ । ବିଶୋଧନ କରିବା ପାଇଁ କ୍ୟାମ୍ପସ୍‌ ବନ୍ଦ ରହିବ ତେବେ ଅଧ୍ୟାପକ, ଅଧ୍ୟାପିକା ଅନଲାଇନ୍‌ରେ ପାଠ ପଢାଇବେ ବୋଲି ସୂଚନା ରହିଛି ।

Read More

ରାୟଗଡା : ବିଦ୍ୟୁତ୍‌ ଆଘାତରେ ଶ୍ବଶୁର ବୋହୂଙ୍କ ମୃତ୍ୟୁ ହୋଇଛି । ଏପରିଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକର ଠଙ୍ଗପଡା ଗ୍ରାମରେ । ଶନିବାର ସକାଳୁ ଏହି ଦୁର୍ଘଟଣା ଘଟିଥିବାର ସୂଚନା ରହିଛି । ମୃତକ ଶ୍ବଶୁର ହେଉଛନ୍ତି ଦହନୀ ମାଣ୍ଡଙ୍ଗୀ  ଓ ତାଙ୍କ ବୋହୂ ହେଉଛି ମାଣ୍ଡାଙ୍ଗୀ । ବୋହୂ ଜଣକ  ଚାରି ମାସର ଗର୍ଭବତୀ ଥିବାର ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଘର ବାଡିପଟରେ ବିଦ୍ୟୁତ୍‌ ତାର ଛିଣ୍ଡି ଗ୍ରିଲ୍‌ ଉପରେ ପଡିଯାଇଥିଲା । ବୋହୂ ସୁମିତ୍ରା ବାଡିପଟରୁ ପାଣି ନେଇ ଆସୁଥିଲାବେଳେ ବିଦ୍ୟୁତ ତାରସଂସ୍ପର୍ଶରେ ଆସିଥିଲେ । ବୋହୂଙ୍କୁ ବଞ୍ଚାଇବାକୁ ଯାଇ ଶ୍ବଶୁର ମଧ୍ୟ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ । ତେବେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତତ୍‌କ୍ଷଣାତ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଦୁହିଁଙ୍କ ମୃତ୍ୟୁ ଘଟିଥିବାର ସୂଚନା ରହିଛି ।

Read More

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୭୩ ହଜାର ୨୭୨ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୯୨୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଲକ୍ଷ ୮୩ ହଜାର ୧୮୫ ଜଣ ଚିକିତ୍ସାଧୀନ ଥିବା ବେଳେ ୫୯ ଲକ୍ଷ ୮୮ ହଜାର ୮୨୨ ଜଣ ଆରୋଗ୍ୟ ଲାଭ କରିଛନ୍ତି ଏବଂ ୧ ଲକ୍ଷ ୭ ହଜାର ୪୧୬ ଜଣ କରୋନା ଯୁଦ୍ଧରେ ହାରିଯାଇଛନ୍ତି। ସୁସ୍ଥ ହାର ୮୫.୫୨ ପ୍ରତିଶତ ଥିବାବେଳେ ମୃତ୍ୟୁ ହାର ୧.୫୪ ପ୍ରତିଶତ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟରେ କୁହାଯାଇଛି। ବର୍ତ୍ତମାନ ସକ୍ରିୟ ମାମଲାଗୁଡ଼ିକର ମୋଟ ପ୍ରତିଶତ ୧୨.୯୪ ପ୍ରତିଶତ ରହିଛି।

Read More

ମୁମ୍ବାଇ, ବଲିଉଡର ସ୍ୱର୍ଗତ ଅଭିନେତା ଇରଫାନ ଖାନଙ୍କ ଦେହାନ୍ତ ହେବାର ଅନେକ ମାସ ବିତିଗଲା। କିନ୍ତୁ ତାଙ୍କ ବଡ ପୁଅ ବାବିଲ ତାଙ୍କୁ ସର୍ବଦା ମନେ ରଖନ୍ତି ଏବଂ ସୋସିଆଲ ମିଡିଆରେ ନିଜର ପୁରୁଣା ଚିତ୍ର ସେୟାର କରିଥା’ନ୍ତି। ଏଥର ବାବିଲ ତାଙ୍କ ଇନଷ୍ଟାଗ୍ରାମରେ ଇରାଫାନଙ୍କ କବରର ଫଟୋ ସେୟାର କରିଛନ୍ତି, ଯେଉଁଠାରେ ଅଭିନେତାଙ୍କ କବର ଚାରିପାଖରେ ଗୋଲାପ ଦେଖିବାକୁ ମିଳୁଛି। ବାବିଲ ବଡ ଦୁଃଖରେ ଲେଖିଛନ୍ତି, ଯେତେବେଳେ ଜଣେ ବ୍ୟକ୍ତି ଜନ୍ମ ହୁଏ ସେ ଦୁର୍ବଳ ଏବଂ ସ୍ଥିର ଅଟେ। ଯେତେବେଳେ ସେ ମରିଯାଏ ସେ କଠିନ ଏବଂ ସମ୍ବେଦନଶୀଳ ହୋଇଯାଏ। ଯେତେବେଳେ ଏକ ଗଛ ବଞ୍ଚୁଛି ଏହା ନରମ ଏବଂ ସ୍ଥିର ଅଟେ, କିନ୍ତୁ ଶୁଖିଗଲେ ଏବଂ କଠିନ ହେଲେ ଏହା ମରିଯାଏ। କଠିନତା ଏବଂ ଶକ୍ତି ହେଉଛି ମୃତ୍ୟୁର ସାଥୀ। ଯେତେବେଳେ ଅନୁକୂଳତା ଏବଂ ଦୁର୍ବଳତା ହେଉଛି ଅସ୍ତିତ୍ୱର ସତେଜତାର ଅଭିବ୍ୟକ୍ତି। କାରଣ ଯାହା କଠିନ ହୋଇଛି…

Read More

ମୁମ୍ବାଇ, ବଲିଉଡର ଭେଟେରାନ ଦିଲୀପ କୁମାର ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ସାଇରା ବାନୁ ଚଳିତ ବର୍ଷ ଅକ୍ଟୋବର 11 ରେ ବିବାହ ବାର୍ଷିକୀ ପାଳନ କରିବେ ନାହିଁ। କରୋନା ଭାଇରସ୍ ଯୋଗୁଁ ତାଙ୍କର ଦୁଇ ସାନ ଭାଇଙ୍କର ମୃତ୍ୟୁ ହୋଇଥିବାରୁ ସେମାନେ ଏହି ନିଷ୍ପତି କରିଛନ୍ତି। ଏ ନେଇ ସାଇରା ବାନୁ ତାଙ୍କ ଟ୍ବିଟରରେ ଉଲ୍ଲେଖ କରିଛନ୍ତି। ସାଇରା ବାନୁ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଯାହା ଲେଖିଛନ୍ତି ତାହା ହେଲା,  “ସାଇରା  ବାନୁ ଖାନଙ୍କ ବାର୍ତ୍ତା – ଅକ୍ଟୋବର 11 ମୋ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ ଅଟେ। ଏହି ଦିନ ଯେତେବେଳେ ଦିଲୀପ ସାହାବ ମୋତେ ବିବାହ କରିଥିଲେ ଏବଂ ମୋ ଜୀବନର ସ୍ୱପ୍ନ ସାକାର ହେଲା। ହେଲେ ଏହି ବର୍ଷ ଆମେ ବାର୍ଷିକୀ ପାଳନ କରୁ ନାହୁଁ।” “ସମସ୍ତେ ଜାଣନ୍ତି ଯେ ଆମେ ଦୁଇ ଭାଇ ଏହସାନ ଏବଂ ଅସଲମଙ୍କୁ ହରାଇଛୁ। କରୋନା ଭାଇରସ୍ କାରଣରୁ ଅନେକ…

Read More

ଜାମ୍ମୁକାଶ୍ମୀର, ଗତକାଲି ରାତିରୁ ଜାମ୍ମୁକାଶ୍ମୀରର କୁଲଗାଁଓ ଜିଲ୍ଲାର ଚିନଗୁମ ଅଞ୍ଚଳରେ ଚାଲିଛି ଗୁଳି ବିନିମୟ। ଏହି ଅଞ୍ଚଳରେ କେତେକ ସନ୍ତ୍ରାସବାଦୀ ଲୁଚି ରହିଥିବାର ଖବର ମିଳିଥିଲା। ସେହି ଖବର ଅନୁସାରେ ରାତି ଅଧରେ ସୁରକ୍ଷା କର୍ମି ନିର୍ଦ୍ଦିଷ୍ଠ ଅଞ୍ଚଳକୁ ସିଲ୍ କରି ଚଢାଉ ଆରମ୍ଭ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଏନକାଉଣ୍ଟର। ଏଥିରେ ସେଠାରେ ଲୁଚି ରହିଥିବା ଦୁଇଜଣ ଅଜଣା ସନ୍ତ୍ରାସବାଦୀଙ୍କ ମୃତ୍ୟୁ ହୋଇଛି। ତେବେ ସେଠାରେ ଏ ପର୍ଯ୍ୟନ୍ତ ଏନକାଉଣ୍ଟର ଚାଲିଛି ବୋଲି ଜଣାପଡିଛି।

Read More

ନୂଆଦିଲ୍ଲୀ, ଭାରତରେ କରୋନା ସକ୍ରିୟ ମାମଲା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଏକ ମାସ ପରେ, ପ୍ରଥମ ଥର ପାଇଁ ସକ୍ରିୟ ମାମଲା ୯ ଲକ୍ଷ ତଳକୁ ଖସିଛି। ଆଜି ଭାରତରେ ସକ୍ରିୟ ମାମଲା ସଂଖ୍ୟା ୮.୯୩ ଲକ୍ଷ ଥିବା ବେଳେ ସେପ୍ଟେମ୍ବର ୯ ତାରିଖରେ ଏହି ସଂଖ୍ୟା ୮.୯୭ ଲକ୍ଷ ଥିଲା । ଏବେ ସକ୍ରିୟ ମାମଲା ୮,୯୩,୫୯୨ ରହିଛି, ଯାହାକି ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର ୧୨.୯୪% । ମୋଟ ପଜିଟିଭର ପ୍ରତିଶତ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ସୁସ୍ଥତା ହାର କ୍ରମେ ବୃଦ୍ଧି ପାଉଥିବରୁ ସକ୍ରିୟ ମାମଲାର ପ୍ରତିଶତ ନିମ୍ନମୁଖୀ ହେବାରେ ଲାଗିଛି । ମୋଟ ସୁସ୍ଥଙ୍କ ସଂଖ୍ୟା ଏବେ ୫୯,୦୬,୦୬୯ ରହିଛି । ସୁସ୍ଥ ସଂଖ୍ୟା ଓ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ଏବେ ୫୦ ଲକ୍ଷକୁ ଅତିକ୍ରମ (୫୦,୧୨,୪୭୭) କରିଛି। ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ଏହି ପାର୍ଥକ୍ୟ…

Read More

ନୂଆଦିଲ୍ଲୀ, ଲକ୍ଷ ଲକ୍ଷ ଗ୍ରାମାଞ୍ଚଳବାସୀଙ୍କୁ ସଶକ୍ତ କରିବା ପାଇଁ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଏକ ଐତିହାସିକ ଘଟଣାକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଵାମିତ୍ଵ ଯୋଜନା ଅଧୀନରେ ଆସନ୍ତା ୧୧ ତାରିଖ ଦିନ ଭିଡିଓ କନଫରେନ୍ସ ଜରିଆରେ ଜମି ପଟ୍ଟା ବଣ୍ଟନ କରିବେ। ଏହି ପଟ୍ଟା ପ୍ରଦାନ ପରେ ପଟ୍ଟାଧାରୀମାନେ ସେମାନଙ୍କ ମୋବାଇଲ ଫୋନରେ ଦିଆଯାଇଥିବା ଏସଏମଏସ ଲିଙ୍କ ଜରିଆରେ ସେମାନଙ୍କ ପଟ୍ଟାକୁ ଡାଉନଲୋଡ କରିପାରିବେ । ଏହାପରେ ସମ୍ପୃକ୍ତ ରାଜ୍ୟ ସରକାରମାନେ ପଟ୍ଟାକୁ ପ୍ରତ୍ୟକ୍ଷ ଭାବେ ହସ୍ତାନ୍ତର କରିବେ। ଏହି ହିତାଧିକାରୀମାନେ ୬ଟି ରାଜ୍ୟର ୭୬୩ଟି ଗ୍ରାମର ବୋଲି ଜଣାପଡିଛି। ଏଥିରେ ଉତ୍ତରପ୍ରଦେଶରୁ ୩୪୬, ହରିୟାଣାରୁ ୨୨୧, ମହାରାଷ୍ଟ୍ରରୁ ୧୦୦, ମଧ୍ୟପ୍ରଦେଶରୁ ୪୪, ଉତ୍ତରାଖଣ୍ଡରୁ ୫୦ ଓ କର୍ଣ୍ଣାଟକରୁ ୨ ଅନ୍ତର୍ଭୁକ୍ତ । ମହାରାଷ୍ଟ୍ର ବ୍ୟତୀତ ଅନ୍ୟ ରାଜ୍ୟଗୁଡ଼ିକର ହିତାଧିକାରୀମାନେ ସେମାନଙ୍କ ପଟ୍ଟାର ଅବିକଳ ନକଲ ଗୋଟିଏ ଦିନରେ ପାଇବାକୁ ଥିବା ବେଳେ ମହାରାଷ୍ଟ୍ରରେ ପଟ୍ଟା ବାବଦ ଦେୟ…

Read More

ନୂଆଦିଲ୍ଲୀ, ଅତ୍ୟାଧୁନିକ ଆଣ୍ଟି ରେଡିଅସନ କ୍ଷେପଣାସ୍ତ୍ର ରୁଦ୍ରମ ଓଡିଶା ଉପକୂଳର ହ୍ବିଲର ଦୀପପୁଞ୍ଜରେ ଥିବା ରେଡିଅସନ ଲକ୍ଷ୍ୟକୁ ସଫଳତାର ସହ ଭେଦ କରିଛି। ଏସୟୁ-୩୦ ଏମକେଆଇ ଲଢୁଆ ବିମାନରୁ ଏହି କ୍ଷେପଣାସ୍ତ୍ରକୁ ଉତକ୍ଷେପଣ କରାଯାଇଥିଲା। ଭାରତୀୟ ବାୟୁସେନାର ରୁଦ୍ରମ ହେଉଛି ପ୍ରଥମ ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ରେଡିଅସନ କ୍ଷେପଣାସ୍ତ୍ର ଯାହାକି ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ ସଂଗଠନ (ଡିଆରଡିଓ) ପକ୍ଷରୁ ବିକଶିତ ହୋଇଛି। ଏସୟୁ-୩୦ ଏମକେଆଇ ଲଢୁଆ ଯୁଦ୍ଧ ବିମାନକୁ ଉତକ୍ଷେପଣସ୍ଥଳୀ ଭାବେ ବ୍ୟବହାର କରି ଏହାର ପରୀକ୍ଷଣ କରାଯାଇଛି। ଏହା ଆକ୍ରମଣ ପାଇଁ ଆଇଏନଏସ ଜିପିଏସ ଦିଗ ନିର୍ଣ୍ଣାୟକର ବ୍ୟବହାର କରିଥାଏ। ରୁଦ୍ରମ ରେଡିଅସନ ଲକ୍ଷ୍ୟକୁ ସଂପୂର୍ଣ୍ଣ ଦକ୍ଷତାର ସହିତ ନିର୍ଭୁଲ ଭାବେ ଭେଦ କରିଛି। ଏଥିରେ ଥିବା ପାସିଭ ହୋମିଙ୍ଗ ହେଡ ଫ୍ରିକ୍ୟେନ୍ସି ପ୍ରୋଗ୍ରାମ ଅନୁସାରେ ଲକ୍ଷ୍ୟସ୍ଥଳ ଚିହ୍ନଟ କରି ଭେଦ କରିପାରିବ। ଶତ୍ରୁ ପକ୍ଷର ବାୟୁ ପ୍ରତିରକ୍ଷା ପଦ୍ଧତିକୁ ବହୁ ଦୂରରୁ ପ୍ରତିହତ କରିବା ପାଇଁ ଏହା…

Read More

ଭୁବନେଶ୍ବର, ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ସିଙ୍ଗିଲ ୱିଣ୍ଡୋ ବୈଠକରେ ପାଞ୍ଚୋଟି ପ୍ରକଳ୍ପକୁ ମଂଜୁରୀ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡିକରେ ୧୮୫୧.୯୬ କୋଟି ଟଙ୍କା ବିନିଯୋଗ ହେବ। ଏହା ଦ୍ବାରା ପ୍ରତ୍ୟେକ୍ଷ ଭାବେ ୧୬୨୪ ଜଣଙ୍କ ପାଇଂ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଯେଉଁ ପ୍ରକଳ୍ପଗୁଡିକ ମଂଜୁରୀ ହୋଇଛି ସେଗୁଡିକ ହେଲା ୧-ନବଭାରତ ପାୱାର ଆଣ୍ଡ ଷ୍ଟିଲ କଂପାନୀ କେଉଁଝର ଜିଲ୍ଲାରେ ଏକ ପେଲେଟ ପ୍ଲାଣ୍ଟ ପ୍ରତିଷ୍ଠା କରିବେ। ଏଥିରେ ୩୫୦ କୋଟି ବ୍ୟୟ ଅଟକଳ ରଖାଯାଇଥିବା ବେଳେ ୨୫୮ ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ। ୨-ସମ୍ବଲପୁର ଜିଲ୍ଲାରେ ଭିରାଜ ଷ୍ଟିଲ ଆଣ୍ଡ ଏନର୍ଜି ଲିମିଟେଡ ତାହାର ସମ୍ବନିତ ଷ୍ଟିଲ ପ୍ଲାଣ୍ଟର ସଂପ୍ରସାରଣ କରିବେ। ଏଥିରେ ୨୬୧.୭୧ କୋଟି ଟଙ୍କା ବିନିଯୋଗ ହେବା ସହିତ ୩୩୮ ଜଣ ନିଯୁକ୍ତି ପାଇବେ। ୩-ବି.ଆର ସ୍ପଞ୍ଜ ଆଣ୍ଡ ପାୱାର ଲିମିଟେଡ୍ ଏହାର ଡୁମକେଲା ସ୍ଥିତ ଷ୍ଟିଲ ପ୍ଲାଣ୍ଟର…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଭିଡ଼ିଓ କନଫରେନ୍ସ ଦ୍ୱାରା ଦୁଇଗୋଟି ପର୍ଯ୍ୟାୟରେ କୋଭିଡ ସ୍ଥିତିକୁ ନେଇ ସମୀକ୍ଷା ବୈଠକ କରିଥିଲେ। ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ ବ୍ଲକର ବି.ଡ଼ି.ଓ ଏବଂ ସରପଞ୍ଚମାନେ ଅଂଶଗ୍ରହଣ କରିଥିଲେ। କୋଭିଡକୁ ପ୍ରତିହିତ କରିବା ପାଇଁ ଆଜି ଯାଏଁ ନିଜ ନିଜ ପଞ୍ଚାୟତରେ କରିଥିବା କଠିନ ପରିଶ୍ରମ ପାଇଁ ସମସ୍ତ ଜନପ୍ରତିନିଧିମାନଙ୍କୁ ଜିଲ୍ଲାପାଳ ସାଧୁବାଦ ଜଣାଇଥିଲେ। ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ଏବଂ ଚିଲିକା ବ୍ଲକରେ କୋଭିଡ ସ୍ଥିତି ସମୀକ୍ଷା ସମୟରେ ଜିଲ୍ଲପାଳ ଉଭୟ ବ୍ଲକର ଚାରି ଜଣ ସରପଞ୍ଚଙ୍କ ସହ ପ୍ରତ୍ୟେକ୍ଷ ଭାବେ କୋଭିଡ ପରିଚାଳନା ଅନୁଭୂତି ଉପରେ ଆଲୋଚନା କରିଥିଲେ। ଏହା ସହ ସେମାନଙ୍କ ଠାରୁ ବିଭିନ୍ନ ମତାମତ ଏବଂ ଅଭିଯୋଗ ମଧ୍ୟ ଗ୍ରହଣ କରିଥିଲେ। କଣ୍ଟେନମେଣ୍ଟ କଡ଼ାକଡ଼ି, ଷ୍ଟିକରିଂ, ସବୁ ଗ୍ରାମରେ ସି.ଏମ.ସି ବୈଠକ, କରୋନା ସଚେତନତା କାର୍ଯ୍ୟକ୍ରମ ଆଦି କରିବା ପାଇଁ ଜିଲ୍ଲାପାଳ ସମସ୍ତ ସରପଞ୍ଚମାନଙ୍କୁ…

Read More