ବ୍ୟାଂକକ୍ : ଥାଇଲାଣ୍ଡରେ ଟ୍ରେନ୍ ଓ ବସ୍ ମଧ୍ୟରେ ଧକ୍କା ହେବା ପରେ ଅତିକମ୍ରେ 17ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଥାଇଲାଣ୍ଡରେ ରବିବାର ଦିନ ସକାଳ ସମୟରେ ଏହି ଘଟଣାଟି ଘଟିଛି । 65 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଏକ ଟ୍ରେନ୍ ସହ ଧକ୍କା ଦେବାପରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ତେବେ ବର୍ଷା ଯୋଗୁଁ ଦୃଶ୍ୟ କମ୍ ହେବା ଯୋଗୁଁ ଟ୍ରେନ୍ ଆସିବାର ସିଗନାଲ୍ ନ ଦେଖାଯିବା ଯୋଗୁଁ ଏପରି ଏକ ଅଘଟଣ ଘଟିଯାଇଛି । ଏହି ଘଟଣାଟି ବ୍ୟାଙ୍କକ୍ଠାରୁ 80 କିଲୋମିଟର ଦୂର ପୂର୍ବ ଅଞ୍ଚଳରେ ଘଟିଛି । ଏହି ଦୁର୍ଘଟଣାରେ 17 ଜଣଙ୍କ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ 30ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନାରହିଛି ।
Author: Samikhsya Bureau
ଗଞ୍ଜାମ : ଗଞ୍ଜାମ ଗ୍ରାସିମ୍ ପ୍ଲାଣ୍ଟରେ ଷ୍ଟିମ୍ ପାଇପ ଫାଟିବା ଘଟଣାରେ ଆଉ ଜଣକର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବାର ସୂଚନା ରହିଛି । ମୃତକ ଜଣକ ଚିକିତ୍ସାଧୀନ ଇଞ୍ଜିନିୟର ବୋଲି ଜଣାପଡିଛି । ଗ୍ରାସିମ୍ ପ୍ଲାଣ୍ଟ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 2କୁ ବୃଦ୍ଧି ହୋଇଛନ୍ତି । ପୂର୍ବରୁ ଚିକିତ୍ସାଧୀନ ଅବସ୍ଥାରେ ଜଣେ ହେଲପର୍ଙ୍କ ମୃତ୍ୟୁ ଘଟିଥିଲା । ସୂଚନାଯୋଗ୍ୟ, ଗତ 6 ତାରିଖ ମଙ୍ଗଳବାର ଦିନ ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀରେ ଏକ ଅଘଟଣ ଘଟିଥିଲା । କମ୍ପାନୀର ଷ୍ଟିମ ପାଇପ ବେଲ୍ ଫାଟିଯିବା ଫଳରେ ସେଠାରେ ଜଣେ ଇଂଜିନିୟରସମତେ ତିନି ଜଣ ଠିକା କର୍ମଚାରୀ ଗୁରୁତର ହୋଇଥିଲେ।
ନୂଆଦିଲ୍ଲୀ : ଦେଶରେ କରୋନା ମୃତ୍ୟୁସଂଖ୍ୟା 1ଲକ୍ଷ 8 ହଜାର 334କୁ ବୃଦ୍ଧି । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 70 ଲକ୍ଷ 53 ହଜାର 807କୁ ବୃଦ୍ଧି ହୋଇଛି । ଦିନକରେ 74 ହଜାର 383 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 918ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ଦେଶରେ ମୋଟ୍ ଆକ୍ଟିଭ୍ କେସ୍ 8 ଲକ୍ଷ 67 ହଜାର 496 ରହିଛି । ସୁସ୍ଥଙ୍କ ସଂଖ୍ୟା 60 ଲକ୍ଷ 77 ହଜାର 977ରେ ପହଞ୍ଚିଛି। ଗତ ତିନି ସପ୍ତାହ ଧରି ଦେଶରେ ସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡୁରୁ ଦେଶର ମୋଟ ଆକ୍ଟିଭ୍ କେସ୍ର 61% ମାମଲା ରହିଛି। ଆଇସିଏମ୍ଆର ସୂଚନା ମୁତାବକ ଅକ୍ଟୋବର 10 ସୁଦ୍ଧା ଦେଶରେ ମୋଟ୍ 8 କୋଟି 68 ଲକ୍ଷ ନମୁନା ପରୀକ୍ଷଣ ହୋଇଛି । ଗତକାଲି 11 ଲକ୍ଷ ନମୁନା ପରୀକ୍ଷଣ ହୋଇଥିବାବେଳେ ପଜିଟିଭିଟି ରେଟ୍…
ପୁରୀ, ଆଜି ପ୍ରଖ୍ୟାତ ଅଭିନେତା ଅମିତାଭ ବଚନ 78 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେଥିପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଆସିବାରେ ଲାଗିଛି। ଏହି ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମଧ୍ୟ ତାଙ୍କ ଆକର୍ଷଣୀୟ କଳାରେ ଅଭିନନ୍ଦନ ଜଣାଇଛନ୍ତି। ସୁଦର୍ଶନ ପୁରୀ ବେଳାଭୂମିରେ ଅମିତାଭଙ୍କ ଏକ ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ସେଥିରେ ସେ 78 ବର୍ଷରେ ପଦାର୍ପଣ କରିବା କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ଏହା ବାଲୁକା କଳା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
କୋଲକାତା: ଆଜି ପ୍ରଖ୍ୟାତ ଅଭିନେତା ଅମିତାଭ ବଚ୍ଚନ ୭୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତାଙ୍କର ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଆସିବାରେ ଲାଗିଛି। ତେବେ କୋଲକାତାରେ ଥିବା “ଅମିତାଭ ବଚ୍ଚନ ମନ୍ଦିର”ରେ ଏଥର କରୋନା ପାଇଁ ଧୂମଧାମରେ ଜନ୍ନ ଦିନ ପାଳନ ହୋଇପାରି ନାହିଁ। ଏହି ମନ୍ଦିରର ମୁଖ୍ୟ ପ୍ରତିଷ୍ଠାତା ଏକାକୀ ଯାଇ ଅମିତାଭ ବଚ୍ଚନଙ୍କ ପ୍ରତିମୂର୍ତ୍ତି ଆଗରେ ଆଳତି କରି ଫେରିଛନ୍ତି। ଏହି ଆଳତିଙ୍କୁ ସେହି ମନ୍ଦିର ସହିତ ଜଡିତ ଥିବା ଭକ୍ତମାନେ ସୋସିଆଲ ମିଡିଆରେ ଲାଇଭ ଦେଖିଛନ୍ତି। ଦକ୍ଷିଣ କୋଲକାତାର ବଲ୍ୟାଗୁଂଗି ଫାରି ନିକଟସ୍ଥ ଏକ ସ୍ଥାନରେ ନିର୍ମାଣ ହୋଇଛି ଏହି “ଅମିତାଭ ବଚ୍ଚନ ମନ୍ଦିର”। ଅମିତାଭଙ୍କ ବହୁ ପ୍ରଶଂସକଙ୍କ ବଦାନ୍ୟରେ ଏହି ମନ୍ଦିର ୨୦୦୧ ମସିହାରେ ନିର୍ମାଣ କରାଯାଇଛି। ଏହି ମନ୍ଦିରରେ ଅମିତାଭ ବଚ୍ଚନଙ୍କ ଏକ ଷ୍ଚାଇଲିସ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ସେହି ମୂର୍ତ୍ତିଙ୍କୁ ସମସ୍ତେ ଗୁରୁ ବୋଲି ସମ୍ବୋଧନ କରୁଛନ୍ତି। ଏହି ମନ୍ଦିରରେ ପ୍ରତ୍ୟେକ ଦିନ…
ମୁମ୍ବାଇ, ଆଜି ବିଗ ବି, ସେହେନଂସା, କୁଲି ଯାହା ବି କହନ୍ତୁ, ଅମିତାଭ ବଚ୍ଚନ ୭୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଭାରତୀୟ ସିନେମା ଜଗତ ପାଇଁ ଅମିତାଭଙ୍କ ଯେଉଁ ଅବଦାନ ତାହା ସାରା ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ତାଙ୍କର ଏହି ଜନ୍ମ ଦିବସରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ପହଁଚିବାରେ ଲାଗିଛି। ତେବେ ଏହି ବାର୍ତ୍ତା ପହଁଚିବା ସହିତ ତୁରନ୍ତ ଅମିତାଭ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଟ୍ବୁଇଟରେ ସେ ଜନ୍ମଦିନ ଉପଲକ୍ଷେ ଯେଉଁମାନେ ଶୁଭେଚ୍ଛା କରିଛନ୍ତି ସେମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଏହି ଧନ୍ୟବାଦ ସାଧାରଣ ଭାବେ ଦିଆଯାଇ ନାହିଁ। ଏଥିପାଇଁ ଅମିତାଭ ଧନ୍ୟବାଦ ଲେଖାଥିବା ତିନୋଟି ଟେମ୍ପଲେଟ ତିଆରି କରି ପୋଷ୍ଟିଂ କରିଛନ୍ତି। ଗୋଟିଏରେ ଧନ୍ୟବାଦ ଶଦ୍ଦର ବିଭିନ୍ନ ବିକଳ୍ପ ଶଦ୍ଦ ଲେଖି ନିଜର ନମସ୍କାର ଭଙ୍ଗିର ଏକ ଟେମ୍ପଲେଟ କରିଛନ୍ତି। ସେହିପରି ଆଉ ଦୁଇଟି ଇଂରାଜୀ ଓ ହିନ୍ଦିରେ ଧନ୍ୟବାଦ…
ଭୁବନେଶ୍ୱର, ଯେଉଁମାନଙ୍କର ଆତ୍ମହତ୍ୟା ମାନସିକତା ଆସେ ସେମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଖୋଲିଲା ୨୪ ଘଣ୍ଟିଆ ନିଶୁଳ୍କ ଲାଇଫ୍ ଲାଇନ ନମ୍ବର। ପିପୁଲସ ଫୋରମ ସଂସ୍ଥା ତରଫରୁ ଏହି ସେବା ଆରମ୍ଭ କରାଯାଇଛି। ଯାହାର ନମ୍ବର ହେଉଛି ୧୮୦୦-୧୨୦-୨୨-୩୩୩୩ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହାକୁ ଲୋକାର୍ପଣ କରିଛନ୍ତି ଚଳଚ୍ଚିତ୍ର ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ମିଶ୍ର। ଏଥିରେ ପ୍ରଫେସର ନୀଳମାଧବ ରଥ, ଆଶ୍ରା ମୁମ୍ବାଇର ପ୍ରତିଷ୍ଠାତା ଜଙ୍କସନ ଥୋମାସ, ସିଷ୍ଟର ଲିଭିଙ୍ଗର ପ୍ରତିଷ୍ଠାତା ଶ୍ରୀମତୀ କେତକୀସଙ୍ଗବି ଉଦ୍ଘାଟନ କରି ଆତ୍ମହତ୍ୟା ପ୍ରବଣ ବ୍ୟକ୍ତିମାନଙ୍କ ପାଇଁ ପରିବାର ଓ ବନ୍ଧୁମାନଙ୍କୁ ସ୍ନେହ ଏକ ସୁରକ୍ଷା କବଚ ବୋଲି ମତବ୍ୟକ୍ତ କରିଛନ୍ତି।
ଭୁବନେଶ୍ବର, କଟକ ସହର ରୂପାନ୍ତରୀକରଣ ପ୍ରକ୍ରିୟାର ପ୍ରଥମ ପାହାଚ ସ୍ବରୂପ ଆଜି ଶ୍ରୀରାମଚନ୍ଦ୍ରଭଂଜ ମେଡିକାଲ କଲେଜକୁ ସଂଯୋଗ କରୁଥିବା ରାସ୍ତା ଜୋବ୍ରାରୁ ରାଣୀହାଟ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବରୁ ନିର୍ମିତ ତିନି ଥାକିଆ ରାସ୍ତାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି।ରେକର୍ଡ ୭ ମାସ ସମୟ ମଧ୍ୟରେ ଶେଷ ହୋଇଥିବା ୧୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନୂଆ ରାସ୍ତା ଦ୍ବାରା କଟକ ବାହାରୁ ଆସୁଥିବା ରୋଗୀମାନେ ବିନା ଟ୍ରାଫିକ ସମସ୍ୟାରେ ସିଧା କଟକ ବଡ ମେଡିକାଲରେ ପହଞ୍ଚିପାରିବେ ଏବଂ ତୁରନ୍ତ ଚିକିତ୍ସା ସୁବିଧା ପାଇ ପାରିବେ। ଏହି ନୂଆ ରାସ୍ତାକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ହଜାର ବର୍ଷର ଏହି କଟକ ସହରର ମୁଖ୍ୟ ସମସ୍ୟା ହେଉଛି ଗହଳିପୂର୍ଣ୍ଣ ସଂକୀର୍ଣ୍ଣ ରାସ୍ତା ଯାହା କି ଯାତାୟତରେ ଆସୁବିଧା ସୃଷ୍ଟି କରିଥାଏ। ତେଣୁ ଏହାକୁ ଆଧୁନିକ ରୂପ ଦେବା ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଇ…
ଆମେରିକା : ଆମେରିକାର ଉଟାହ ଓ ଓ୍ବିସ୍କନ୍ସିରେ 10 ହଜାର ମିଙ୍କ୍ଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । କରୋନା ଭାଇରସ୍ ଯୋଗୁଁ ଏହି ପ୍ରାଣୀଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଉଟାହ୍ରେ 8 ହଜାର ମିଙ୍କ୍ ଓ ଓ୍ବସ୍କୋନ୍ସିନ୍ରେ 2ହଜାର ମିଙ୍କ୍ଙ୍କର ମୃତ୍ୟୁ ହୋଇଛି । ମିଙ୍କ୍ ଏକ ନେଉଳ ପ୍ରଜାତିର ପ୍ରାଣୀ। ଏମାନେ ଦେଖିବାକୁ ବହୁତ ଛୋଟ ହୋଇଥା’ନ୍ତି କିନ୍ତୁ ଏମାନଙ୍କର ଚର୍ମରେ ରେଶମୀ ବାଳ ଥାଏ । ଏହି ବାଳରେ ବିଭିନ୍ନ ପ୍ରକାରର ଡିଜାଇନ୍ ପ୍ରସ୍ତୁତ କରାଯାଇଥାଏ । ଜୁଲାଇ ମାସରେ ପ୍ରଥମ ଥର ପାଇଁ ଏହି ଦୁଇ ପ୍ରାନ୍ତରେ ପଶୁଙ୍କଠାରେ କରୋନା ଦେଖିବାକୁ ମିଳିଥିଲା । ମଣିଷଙ୍କଠାରୁ ପଶୁଙ୍କ ଶରୀରରେ କରୋନା ପ୍ରବେଶ କରିଛି । ତେବେ ଏତେ ସଂଖ୍ୟକ ମିଙ୍କ୍ଙ୍କର କିପରି ମୃତ୍ୟୁ ହେଲା, ସେନେଇ ଯାଞ୍ଚ ଚାଲିଛି । ସୂଚନାଯୋଗ୍ୟ ଉଟ୍ହାରେ ପ୍ରଥମଥର ପାଇଁ କରୋନାରେ ମିଙ୍କ୍ମାନେ ସଂକ୍ରମିତ ହୋଇ ମୃତ୍ୟୁବରଣ…
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 3216ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ 321 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 83 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 238 ଜଣ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି । ପଟିଆରୁ 19ଜଣ, ଓଲ୍ଡ ଟାଉନ୍ରୁ 12 ଜଣ, ରସୁଲଗଡରୁ 13 ଜଣ, ବମିଖାଲ, ନୀଳାଦ୍ରି ବିହାର, ଶୈଳଶ୍ରୀ ବିହାର, ମଞ୍ଚେଶ୍ବରରୁ 9 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚନ୍ଦ୍ରଶେଖରପୁର, ନୟାପଲ୍ଲୀ, ବରମୁ୍ଣ୍ଡାରୁ 7ଜଣ ଲେଖାଏଁ ରହିଛନ୍ତି । ସୁନ୍ଦରପଦା, ଆଚାର୍ଯ୍ୟ ବିହାରରୁ 6 ଜଣ ଲେଖାଏଁ ରହିଛନ୍ତି । ସେହିପରି ଡୁମୁଡୁମାରୁ 5ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।4ଜଣ ସହିଦନଗରରୁ ଚିହ୍ନଟ ହୋଇଛନ୍ତି । https://twitter.com/bmcbbsr/status/1314887173959639042?s=20 ସେହିପରି ଆଜି 331 ଜଣ ସୁସ୍ଥ ହୋଇଛନ୍ତି । ନୂତନ 316 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 25 ହଜାର 174ରେ…
ମୁମ୍ବାଇ : ବିଶ୍ବ ମହାମାରୀ କରୋନାର ମୁକାବିଲା ଲାଗି ସମେସ୍ତ ନିଜ ନିଜ ଚେଷ୍ଟାରେ ଅନ୍ୟମାନଙ୍କର ସାହାଯ୍ୟ କରୁଥିଲେ । ଅଭିନେତ୍ରୀ ଶିଖା ମାଲହୋତ୍ରା କରୋନା କାଳରେ ଜଣେ ନର୍ସ ରୂପେ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ସେବା କରୁଥିଲେ । କିନ୍ତୁ ବର୍ତ୍ତମାନ ଏହି ଅଭିନେତ୍ରୀ ଜଣକ ଏବେ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ଶିଖା ମାଲହୋତ୍ରା ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଥିବବେଳେ ତାଙ୍କର କରୋନା ଚିକିତ୍ସା ଜାରି ରହିଛି । ସେ ନିଜର ଏକ ଫଟୋକୁ ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି । ସେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ଏବେ ଅକ୍ସିଜେନ୍ର କମ୍ ଅନୁଭବ କରୁଛନ୍ତି ବୋଲି ପୋଷ୍ଟ କରିଛନ୍ତି । ସେ ଏହି ପୋଷ୍ଟ ସେମାନଙ୍କ ପାଇଁ କରିଛନ୍ତି, ଯେଉଁମାନେ କହୁଛନ୍ତି ଯେ, କରୋନା କିଛି ନୁହେଁ । ଶିଖା ଆହୁରି ମଧ୍ୟ ଲେଖିଛନ୍ତି ଯେ, ଆପଣ…
ମିର୍ଜାପୁର,ସାଧାରଣତଃ ଦେହ ଖରାପ ହେଲେ ଲୋକମାନେ ଡାକ୍ତରଙ୍କ ପାଖକୁ ଯାଆନ୍ତି। ହେଲେ ଯେଉଁମାନେ ଅନ୍ଧବିଶ୍ବାସର ବଶବର୍ତ୍ତି ସେମାନେ ଗୁଣି ଗାରେଡିକୁ ବିଶ୍ବାସ କରନ୍ତି। ହେଲେ ପରିଶେଷରେ ସେହି ଗୁଣିଆମାନଙ୍କ ଦ୍ବାରା ସେମାନେ ପ୍ରତାରିତ ହୁଅନ୍ତି। ଏହିପରି ଏକ ଘଟଣା ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାରେ ଘଟିଛି। ସେଠାରେ ଜଣେ ବାଳିକା ରୋଗ ଭଲ ହେବା ପାଇଁ ଜଣେ ଗୁଣିଆ ପାଖକୁ ଆସିଥିଲେ। ହେଲେ ଗୁଣିଆ ଝଡାଫୁଙ୍କା ନାମରେ ବାଳିକାଙ୍କୁ ଏକାନ୍ତ ସ୍ଥାନରେ ନେଇ ଦୁଷ୍କର୍ମ କରିଛି। ଏ ନେଇ ବାଳିକା ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ଗୁଣିଆକୁ ଗିରଫ କରାଯାଇଛି।
ଝାରଖଣ୍ଡ : କାଜୁ ଏକ ମହଙ୍ଗା ଖାଦ୍ୟ । ଯାହାକୁ ଖାଇବା ସାଧାରଣ ଲୋକଙ୍କ ପକ୍ଷରେ ଟିକେ କଷ୍ଟକର ହୋଇଥାଏ । କାଜୁର ଦାମ ସବୁବେଳେ ଉଚ୍ଚ ରହିଥାଏ । କାଜୁର ଦାମ କିଲୋ ପିଛା 800 ରୁ 1000 ଟଙ୍କା ରହିଥାଏ । କିନ୍ତୁ ଭାରତରେ ଏପରି ଏକ ଜାଗା ଅଛି ଯେଉଁଠାରେ ଆଳୁ-ପିଆଜର ଦାମଠାରୁ ମଧ୍ୟ କମ୍ ଦାମରେ କାଜୁ ମିଳିଥାଏ । ଝାରଖଣ୍ଡର ଜାମାତାଡା ଜିଲ୍ଲାରେ କାଜୁ କିଲୋ ପ୍ରତି 10ରୁ 20 ଟଙ୍କାର ବିକ୍ରି ହୋଇଥାଏ । ଜାମାତାଡାର ନାଲା ନିକଟରେ ପ୍ରାୟ 49 ଏକର କାଜୁ ବଗିଚା ରହିଛି । ଏହି ବଗିଚାଟି ବ୍ଲକ ମୁଖ୍ୟାଳୟଠାରୁ ଚାରି କିମି ଦୂରରେ ରହିଛି । ଏହି ବଗିଚାର ପ୍ରତିବର୍ଷ ହଜାର ହଜାର କୁଇଣ୍ଟାଲର କାଜୁ ଫଳିଥାଏ । କିନ୍ତୁ ଏହି ବଗିଚାର ରକ୍ଷଣାବେକ୍ଷଣ ତଥା ଦେଖରେଖ ଅଭାବରୁ ଏହା ସ୍ଥାନୀୟ ଲୋକେ ଏହି କାଜୁକୁ ଶାଗମାଛ…
ଲାହୋର, ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଜାଭେଦ୍ ମିଆଁଦାଦ ଦେଶରେ କ୍ରିକେଟ୍ ଭବିଷ୍ୟତ ନେଇ ଚିନ୍ତା ପ୍ରକଟ କରିଛନ୍ତି। ମିଆଁଦାଦ୍ କହିଛନ୍ତି ଯେ ଏହି ଖେଳର ତୃଣମୂଳ ସ୍ତରରେ କମ୍ପନ ସୃଷ୍ଟି ହୋଇଛି ଏବଂ ବର୍ତ୍ତମାନ ଏଠାରେ ଏପରି ଘଟଣା ଘଟୁଛି ଯାହା ଦୁନିଆର କୈଣସି ସ୍ଥାନରେ ଘଟୁନାହିଁ । ପାକିସ୍ତାନ କ୍ରିକେଟ୍ ଅନୁଯାୟୀ ମିଆଁଦାଦ୍ କହିଛନ୍ତି ଯେ ମୁଁ ପାକିସ୍ତାନ କ୍ରିକେଟ୍ କାର୍ଯ୍ୟରେ ହସ୍ତକ୍ଷେପ କରିବାକୁ ଚାହୁଁ ନାହିଁ। ବୋର୍ଡ ଯାହା ବି କରୁଛି, ତାହା ଠିକ କି ଭୁଲ ସମୟ କହିବ। ମିଆଁଦାଦ୍ ଆହୁରି କହିଛନ୍ତି, ବିଗତ 20 ବର୍ଷ ମଧ୍ୟରେ ଆମ ଦେଶରେ କ୍ରିକେଟ୍ ସମ୍ବନ୍ଧରେ ଅନେକ ପରିବର୍ତ୍ତନ ହୋଇଛି। ତେବେ ବର୍ତ୍ତମାନ ଯେପରି ଘଟୁଛି ପୂର୍ବରୁ କେବେ ଘଟୁ ନଥିଲା। ସମଗ୍ର ବିଶ୍ୱରେ ମୂଳଦୁଆ କେବେ ପରିବର୍ତ୍ତିତ ହୁଏ ନାହିଁ କିନ୍ତୁ ଏହା ଆମ ଦେଶରେ ଏହା ଘଟୁଛି। ମିଆଣ୍ଡାଦ୍ ପାକିସ୍ତାନ ପାଇଁ 124…
ଭରତପୁର : ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ରାଜସ୍ଥାନର ଭରତପୁରର ଏକ ଘଟଣାରେ ଏହି ଉକ୍ତିଟି ସମ୍ପୂର୍ଣ୍ଣ ରୂପେ ପ୍ରତିପାଦିତ ହୋଇଛି । ଏଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାଇକରେ ବସିଥିବା ବାପା-ମା’ଙ୍କ ଦୁଃଖଦ ମୃତ୍ୟୁ ହୋଇଥିବାବେଳେ ତାଙ୍କ କୋଳରେ ରହିଥିବା ଏକ ବର୍ଷର ଶିଶୁଟି ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ରହିଛି । ଏପରିକି କୌଣସି ପ୍ରକାରର ଆଘାତ ମଧ୍ୟ ହୋଇନାହିଁ । ମିଳିଥିବା ସୂଚନା ଅନୁସାରେ ଭରତପୁର ରୂପବାସ ରୋଡ୍ ନିକଟ ଜରେଲା ପେଟ୍ରୋଲ୍ ପମ୍ପ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ ଟ୍ରେଲର୍ ସହିତ ବାଇକର ଧକ୍କା ହୋଇଥିଲା । ଫଳରେ ବାଇକ ଆରୋହୀ ସ୍ବାମୀ-ସ୍ତ୍ରୀ ଦୁହିଁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମାତ୍ର ବାଇକ୍ରେ ରହିଥିବା 1 ବର୍ଷର ଶିଶୁ କନ୍ୟା ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଟ୍ରଲରରେ…
ନୂଆଦିଲ୍ଲୀ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏବେ ପ୍ରାୟତଃ କମ୍ପାନୀ ଓ୍ବାର୍କ ଫ୍ରମ୍ ହୋମ୍ର ସୁବିଧା ଦେଇଛନ୍ତି । ତେବେ ବିଶ୍ୱର ଅନ୍ୟତମ ଟେକ୍ନୋଲୋଜି କମ୍ପାନୀ “ମାଇକ୍ରୋସପ୍ଟ” ନିଜ କର୍ମଚାରୀଙ୍କ ପାଇଁ ଏକ ନୂଆ ସୁଯୋଗ ଆଣିଛି । ଏଣିକି କମ୍ପାନୀର କର୍ମଚାରୀ ମାନେ ନିଜ ରିଟାୟାରମେଣ୍ଟ ଯାଏଁ ଘରୁ କାମ କରିପାରିବେ । କୌଣସି କର୍ମଚାରୀ ଘରୁ କାମ କରିବାକୁ ଚାହୁଁଥିଲେ ତାଙ୍କୁ କମ୍ପାନୀ ତରଫରୁ କୌଣସି ବିରୋଧ କରାଯିବ ନାହିଁ । କହିରଖିବା ଉଚିତ ହେବଯେ, ସମସ୍ତ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ | କମ୍ପାନୀ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, କାମ କରିବାକୁ ଚାହୁଁଥିବା କର୍ମଚାରୀଙ୍କୁ ନିଜ ଅଫିସ ସିଟ ଛାଡିବାକୁ ବାଧ୍ୟତା ମୂଳକ କରାଯାଇଛି । ଏହି ସୁବିଧା ନେବାକୁ ଚାହୁଁଥିବା କର୍ମଚାରୀଙ୍କ ଦରମାରେ କିଛି ହ୍ରାସ କରାଯିବ ବୋଲି ସୂଚନା ରହିଛି । ସୂଚନାଯୋଗ୍ୟ, କରୋନା ମହାମାରୀ…
ମୁମ୍ବାଇ, ଅଭିନେତ୍ରୀ ରବିନା ଟଣ୍ଡନ୍ କରୋନା ମହାମାରୀ ମଧ୍ୟରେ ଏକ ୱେବ୍ ସିରିଜ୍ ପାଇଁ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ହିମାଚଳ ପ୍ରଦେଶର ଡାଲହାଉସୀରେ ଏହାର ସୁଟିଂ କରାଯିବ। ଏହି ୱେବ୍ ସିରିଜ୍ ବିଷୟରେ ବର୍ତ୍ତମାନ ସୁଦ୍ଧା ଅଧିକ କିଛି ପ୍ରକାଶ କରାଯାଇ ନାହିଁ। ରବିନା କହିଛନ୍ତି, ମୁଁ ସୁଟିଂ ଆରମ୍ଭ କରିବାକୁ ଆଗ୍ରହୀ, କିନ୍ତୁ ଆମ ପାଇଁ ସତର୍କ ରହିବା ଜରୁରୀ ଅଟେ। କୋଭିଡ -୧୯ ନିର୍ଦ୍ଦେଶାବଳୀ ଅନୁସରଣ କରି ଆମେ ସମସ୍ତେ ହିମାଚଳରେ ପହଁଚିଛୁ। ବ୍ୟକ୍ତିଗତ ଭାବରେ ମୁଁ କୋଭିଡ ମହାମାରୀ ସମୟରେ ନିରାପତ୍ତା ଏବଂ ସ୍ୱଚ୍ଛତା ବିଷୟରେ ସଚେତନ ଅଟେ ଏବଂ ୟୁନିଟ୍ ର ସମଗ୍ର ସଦସ୍ୟ କଠୋର ସାମାଜିକ ଦୂରତା ନିୟମ ପାଳନ କରି ଏହି ସୁଟିଂ କରିବେ।
ଭୁବନେଶ୍ବର : ସାଂସଦ ଅପରାଜିତାଙ୍କ ଅଫିସ୍ ସିଲ୍ ହେବା ପରେ ଅପରାଜିତା ଏନେଇ ପ୍ରତିକ୍ରିୟା ରଖିଛନ୍ତି । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ବିଜେଡି ପାର୍ଟି ଅଫିସ୍ କେବେ ସିଲ୍ ହେବ ସେନେଇ ପ୍ରଶ୍ନ କରିଛନ୍ତି । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିବେ ବୋଲି କହିଛନ୍ତି । ନିୟମ ଭାଙ୍ଗୁଥିବା ବିଜେଡି ନେତାଙ୍କ କେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ସରକାର 15 ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁବୋଲି କହିଛନ୍ତି ଅପରାଜିତା । ଅଫିସ୍ ସିଲ୍ ହେବା ପରେ ଅଫିସ୍ସାମ୍ନାରେ ବାହାରେ ବସି ପ୍ରେସ୍ମିଯ୍ କରିଛନ୍ତି ଅପରାଜିତା । ଏହି ଅବସରରେ 17ଟି ଫଟୋ ଏବଂ ଗୋଟିଏ ଭିଡିଓ ଦେଖାଇଛନ୍ତି ଅପରାଜିତା । ବିଜେଡି ଅଫିସ୍, ମହାରଥୀଙ୍କ ଶେଷକୃତ୍ୟ ଗହଳିର ଫଟୋ ଦେଖାଇଛନ୍ତି । ମହାରଥୀଙ୍କ ଶେଷ ଦର୍ଶନଙ୍କ ଯାଇଥିବା ମନ୍ତ୍ରୀ ସମୀର ଦାଶ ମାସ୍କ ପିନ୍ଧିନଥିଲେ । ସେହିପରି ତିର୍ତ୍ତୋଲ ବିଜେଡି…
ଭୁବନେଶ୍ବର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନିଭୂତ ହେବାରେ ଲାଗିଛି । ୱେଲ ମାର୍କଡ ଲୋ ପ୍ରେସର ବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ଚଳିତ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଓ୍ବେଲମାର୍କରେ ପରିଣତ ହୋଇଛି। 24 ଘଣ୍ଟା ମଧ୍ୟରେ ଲଘୁଚାପଟି ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ପରବର୍ତ୍ତୀ 24 ଘଣ୍ଟାରେ ଏହା ତୀବ୍ର ଅବପାତର ରୂପ ନେବା ସମ୍ଭାବନା ରହିଛି । ପରେ ପଶ୍ଚିମ – ଉତ୍ତର ପଶ୍ଚିମକୁ ଗତି କରି 12ରେ ଆନ୍ଧ୍ର ଉପକୂଳ ଛୁଇଁବ। ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ ଅବପାତରେ ପରିଣତ ହୋଇ ପଶ୍ଚିମ – ଉତ୍ତର ପଶ୍ଚିମକୁ ଗତି କରି 12ରେ ଆନ୍ଧ୍ର ଉପକୂଳ ଛୁଇଁବ । ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ…
ନୂଆଦିଲ୍ଲୀ: ଦିଲ୍ଲୀର ଆଦର୍ଶ ନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଏହି ଅଞ୍ଚଳରେ ଜଣେ ଯୁବକକୁ ପିଟି ପିଟି ହତ୍ୟା କରାଯାଇଥିବାର ଅଭିଯୋଗ ରହିଛି । ତେବେ ଏହି ହତ୍ୟା ଘଟଣା ଜଣେ କିଶୋରୀ ବା ଯୁବତୀ ସହିତ ବନ୍ଧୁତା କରିବା ଯୋଗୁଁ ତାଙ୍କୁ ହତ୍ୟା କରାଯାଇଥିବାର ସୂଚନା ରହିଛି । ପୋଲିସ୍ ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ ଆଦର୍ଶ ନଗର ଅଞ୍ଚଳରେ ରହୁଥିବା 18 ବର୍ଷୀୟ ରାହୁଲ୍ ନାମକ ଯୁବକ ରହୁଥିଲେ । ସେ ଯୁକ୍ତ ତିନିର ଦ୍ବିତୀୟ ବର୍ଷର ଛାତ୍ର ଥିବାର ସୂଚନା ରହିଛି । ସେ ପଢିବା ସହିତ ଟିଉସନ୍ କରୁଥିଲେ । ତାଙ୍କ ପିତା ଜଣେ ଡ୍ରାଇଭର । ରାହୁଲ୍ଙ୍କ ମା’ଙ୍କ କହିବାନୁସାରେ କେହି ଟ୍ୟୁସନ୍ ନେଇ କଥାବାର୍ତ୍ତା କରିବାକୁ ରାହୁଲ୍କୁ ଘରୁ ବାହାରକୁ ଡାକିଲେ । ଘରଠାରୁ କିଛି ଦୂରରେ ରାହୁଲ୍ ସହିତ ମାରପିଟ୍…
ବେଙ୍ଗାଲୁରୁ : 2020 ମସିହା ଚଳଚ୍ଚିତ୍ର ଜଗତ, ରାଜନୀତି ତଥା ଦେଶ ପାଇଁ ଅପୂରଣୀୟ କ୍ଷତି ସୃଷ୍ଟି କରିଛି । ବହୁ ବଡ ବଡ ନେତା, ଅଭିନେତା ଆଦି ଆମକୁ ଛାଡି ଚାଲିଯାଇଛନ୍ତି । ପ୍ରସିଦ୍ଧ କନ୍ନଡ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିଜୟ ରେଡ୍ଡିଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 84 ବର୍ଷ ବୟସ ହୋଇଥିଲା । 1970 ମସିହାରେ ‘ରଙ୍ଗମହଲ୍ ରହସ୍ୟ’ ଫିଲ୍ମଟିରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଥିଲେ । 1973 ମସିହାରେ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗନ୍ଧାରା ଗୁଡି’ ତାଙ୍କ କ୍ୟାରିଅରରେ ଟର୍ଣ୍ଣିଂ ପଏଣ୍ଟ ଆଣିଥିଲା । ତାଙ୍କ ନିର୍ଦ୍ଦେଶିତ ଅନ୍ୟତମ ଫିଲ୍ମ ‘ମୌର୍ଯ୍ୟା’ କନ୍ନଡ କ୍ଲାସିକ୍ ସିନେମାର ଏକ ଉଲ୍ଲେଖନୀୟ ଫିଲ୍ମ । 1936 ମସିହାରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ ବିଜୟ ରେଡ୍ଡି । 1953 ମସିହାରେ ବି, ଭିଟ୍ଟଲାଚାର୍ଯ୍ୟଙ୍କ ନିର୍ଦ୍ଦେଶିତ କନ୍ନଡ ଫିଲ୍ମ ‘ମାନେ ତୁମ୍ବୁଡା ହେନୁ’ରେ ସହାୟକ ସମ୍ପାଦକ ଭାବେ…

