ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପକ୍ଷରୁ ଆଜି ଏକ ପ୍ରେସମିଟ କରାଯାଇଛି । ଜିଏସଟି ବୈଠକ ପୂର୍ବରୁ କେନ୍ଦ୍ର ସରକାରଙ୍କ ସମସ୍ତ କର୍ମଚାରୀଙ୍କୁ 10 ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ । ଏହା ସହିତ ଏହି ଅର୍ଥରାଶିକୁ ବିନା ସୁଧରେ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । ରୁପେ କାର୍ଡ ଜରିଆରେ ଏହି ଅର୍ଥ ମିଳିବ ଏବଂ ମାର୍ଚ୍ଚ 31, 2021 ସୁଦ୍ଧା ଏହି ଅର୍ଥ ଖର୍ଚ୍ଚ କରିବାକୁ ପଡିବ ବୋଲି ଜଣାପଡିଛି । ପୂଜା ପୂର୍ବରୁ ରୁପେ କାର୍ଡ ଜରିଆରେ ଏହି ଅର୍ଥରାଶି ପ୍ରଦାନ କରାଯିବ। ସ୍ୱତନ୍ତ୍ର ପୂଜା ଆଡଭାନ୍ସ ଯୋଜନା ନିମନ୍ତେ ରାଜ୍ୟ ମାନଙ୍କ ପାଇଁ 12 ହଜାର କୋଟିର ସୁଧ ବ୍ୟବସ୍ଥା କରାଯାଇଛି । । ଆସନ୍ତା 50 ବର୍ଷ ପାଇଁ ଏହି ଅର୍ଥରାଶି ବିନା ସୁଧରେ ପ୍ରଦାନ କରାଯିବ । ନର୍ଥଇଷ୍ଟ, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶ ପାଇଁ 2500…
Author: Samikhsya Bureau
ଭୁବନେଶ୍ବର : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ବାଲେଶ୍ବର ସଦର ଓ ତିର୍ତ୍ତୋଲ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ତିର୍ତ୍ତୋଲ ପାଇଁ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଥିବାବେଳେ ବାଲେଶ୍ବର ସଦର ପାଇଁ ସ୍ବରୂପ ଦାସଙ୍କୁ ପ୍ରାର୍ଥୀ କରିଛି । ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ହୋଇଥିବା ବିଜୟ ଶଙ୍କର ଦାସ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ବିଷ୍ଣୁଦାସଙ୍କ ପୁଅ। ଗତକାଲି ବିଜେପି ପ୍ରାର୍ଥୀ ଘୋଷଣା କରିଥିଲା ।ବିଜେପି ତରଫରୁ ବାଲେଶ୍ବର ସଦରର ପ୍ରାର୍ଥୀ ହୋଇଛନ୍ତି ମାନସ କୁମାର ଦତ୍ତ । ସେହିପରି ତିର୍ତ୍ତୋଲ ପାଇଁ ବିଜେପି ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ କରିଛି ସୂଚନାଯୋଗ୍ୟ, ନଭେମ୍ବର ତିନି ତାରିଖରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ନଭେମ୍ବର 10 ତାରିଖରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ। କରୋନା କଟକଣା ମଧ୍ୟରେ ମତଦାନ କରିବେ ଭୋଟର ।
ଭୁବନେଶ୍ବର, ସମସ୍ତେ ଜାଣନ୍ତି ଯେ ଓଡିଶା ରାଜ୍ୟ ଖଣିଜ ସମ୍ପଦରେ ଭରପୁର। ହେଲେ ଓଡିଶାର ମାଟି ଭିତରେ କେତେ ଖଣିଜ ସଂପଦ ରହିଛି ତାହାର କୌଣସି ହିସାବ ନାହିଁ। ଏପରିକି ରାଜ୍ୟ ସରକାରଙ୍କ ପାଖରେ ଏ ନେଇ କୌଣସି ସଠିକ ସୂଚନା ମଧ୍ୟ ନାହିଁ। କାରଣ, କେବେ ବି ପୁରା ରାଜ୍ୟର ମାଟି ତଳେ କେତେ ଖଣିଜ ପଦାର୍ଥ ଅଛି ତାହାର କୌଣସି ଭୂତତ୍ବ ସର୍ବେକ୍ଷଣ କରାଯାଇ ନାହିଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବେ ସଂପୂର୍ଣ୍ଣ ଓଡିଶାର କେଉଁ ସ୍ଥାନରେ କଣ କଣ ଖଣିଜ ପଦାର୍ଥ ରହିଛି ତାହା ଅନୁସନ୍ଧାନ କରିବେ। ଏପରିକି କେତେ ପରିମାଣର ଏହି ପ୍ରାକୃତିକ ସଂପଦ ରହିଛି ତାହାର ମଧ୍ୟ ବ୍ୟବଛେଦ ହେବ। ଏଥିପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ କମିଟ ଗଠନ କରାଯାଇଛି। ବର୍ତ୍ତମାନ ରାଜ୍ୟରେ ଯେତିକି ଖଣି ଚାଲୁ ରହିଛି ସେଗୁଡିକର କେବଳ ପରିମାଣ ମପା ଯାଇଛି।…
ନୂଆଦିଲ୍ଲୀ : ରାଜମାତା ବିଜୟା ରାଜେ ସିନ୍ଧିଆଙ୍କ ଜନ୍ମଜୟନ୍ତୀ ଅବସରରେ କେନ୍ଦ୍ର ସରକାର 100 ଟଙ୍କିଆ ନୋଟ୍ ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜମାତା ସିନ୍ଧିଆଙ୍କ ଜୟନ୍ତୀ ଅବସରରେ 100ଟଙ୍କିଆ ସ୍ବତନ୍ତ୍ର ମୁଦ୍ରା ଜାରି କରିଛନ୍ତି। ରାଜମାତା ବିଜୟା ରାଜେ ସିନ୍ଧିଆଙ୍କର ଆଜି 101 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମୁଦ୍ରାକୁ ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାରି କରିଛନ୍ତି । 1919 ମସିହା ଅକ୍ଟୋବର 12 ତାରିଖରେ ବିଜୟା ରାଜେ ସିନ୍ଧିଆ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରକୃତ ନାଁ ହେଉଛି ଦେବୀଶ୍ବରୀ ଦେବୀ । ତେବେ ସେ ଗ୍ବାଲିୟରର ରାଜମାତା ଭାବେ ବେଶ୍ ଲୋକପ୍ରିୟ । ଭାରତୀୟ ରାଜବଂଶର ରାଣୀ ହେବା ସହିତ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିତ୍ବ ଭାବେ ମଧ୍ୟ ସେ ବେଶ୍ ପରିଚିତି ହାସଲ କରିଥିଲେ । ଅର୍ଥ ମନ୍ତ୍ରଣାଳୟ ତରଫରୁ ଜାରି ହୋଇଥିବା ଏହି ନୂତନ 100 ଟଙ୍କିଆ ମୁଦ୍ରାରେ ଦୁଇ ପାର୍ଶ୍ବକୁ…
ଗୁଣା : ଭାରତରେ ଗୋତି ଶ୍ରମିକ ପ୍ରଥା କେବେ ଠୁ ଉଚ୍ଛେଦ ହୋଇଯାଇଛି । କିନ୍ତୁ ଆଜି ବି ଅନେକ ଜାଗାରେ ଏହି ପ୍ରଥା ରହିଆସିଛି । ଏହିପରି ଏକ ରୋଚକ ଘଟଣା ମଧ୍ୟପ୍ରଦେଶ ଗୁନା ଜିଲ୍ଲାରୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଜଣେ ବ୍ୟକ୍ତି ମହାଜନଙ୍କଠାରୁ 20 ହଜାର ଟଙ୍କା ଧାର ନେଇଥିଲେ । ଉକ୍ତ ଟଙ୍କା ପରିଶୋଧ କରିବାରେ ବିଫଳ ହେବାରୁ ଉକ୍ତ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହ ଗତ 15 ମାସ ଧରି ମହାଜନଙ୍କଠାରେ ଗୋତି ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ । ଉଭୟ ସ୍ବାମୀ-ସ୍ତ୍ରୀ ଗୋତି ଶ୍ରମିକ ଭାବେ ଖଟୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କ ଋଣ ସୁଝି ହୋଇନାହିଁ। ବରଂ ଲୋଭୀ ମହାଜନ ଋଣ ଟଙ୍କାକୁ ସୁଧ ସହ ମିଶାଇ 50 ହଜାର ଟଙ୍କା କରି ଦେଇଥିଲେ । ତେବେ ଘଟଣାଟି ଲୋକଲୋଚନକୁ ଆସିବା ପରେ ତାଙ୍କୁ ଏହି ଗୋତି ଶ୍ରମିକରୁ…
ମୁମ୍ବାଇ : ଜୀଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଅଲିଟି ଶୋ’ ‘ସାରେଗାମାପା – ଲିଟିଲି ଚାମ୍ପସ୍’-2020ର ବିଜୟିନୀ ହୋଇଛନ୍ତି କେରଳର ଆର୍ଯ୍ୟାନନ୍ଦା ବାବୁ । ନିଜର ସ୍ବରର ଯାଦୁରେ ବିଚାରକ ସମେତ ସମସ୍ତ ଦେଶବାସୀଙ୍କୁ ସେ ମୁଗ୍ଧ କରିଛନ୍ତି । କେରଳର ଏହି କୁନି ଝିଅ ଜଣକ ଠିକ୍ରେ ହିନ୍ଦୀ କହିପାରୁନଥିବାବେଳେ ସ୍ବରରେ ତାଙ୍କର ଯାଦୁ ରହିଛି । ରବିବାର ଦିନ ଏହି ରିଅଲିଟି ଶୋ’ର ବିଜେତା ଘୋଷଣା କରାଯାଇଥିଲା । ଚଳିତ ସିଜିନ୍ରେ ଆର୍ଯ୍ୟାନନ୍ଦା ବାବୁ ବିଜୟିନୀ ହୋଇଥିବାବେଳେ ଏହି ଶୋ’ର ଅନ୍ୟତମ ପ୍ରତିଯୋଗୀ ରଣିତା ବାନାର୍ଜୀ ଓ ଗୁରୁକ୍ରିତ୍ ସିଂଙ୍କ ମଧ୍ୟରେ କଡ୍ଡା ଟକ୍କର ହୋଇଥିଲୋ। ଆର୍ଯ୍ୟାନନ୍ଦା ବାବୁ ଶୋ’ର ବିଜୟିନୀ ହେବା ସହିତ ସାରେଗାମାପା ଟ୍ରଫି ସହିତ ନଗଦ 5 ଲକ୍ଷଟଙ୍କାର ପୁରୁସ୍କାର ରାଶି ମଧ୍ୟ ଜିତିଛନ୍ତି । ରବିବାର ଦିନ ଏହି ସୋ’ର ବିଜେତା ଘୋଷଣା କରାଯାଇଥିଲା ଯେଉଁଥିରେ ଆର୍ଯ୍ୟନନ୍ଦା ବାବୁ ଏହି…
ଭୁବନେଶ୍ବର : ରାଜ୍ୟରେ ଆଉ 18 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକ ଜିଲ୍ଲାରୁ ସର୍ବାଧିକ 4 ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବର ଓ ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଯାଜପୁର ଓ ସୁନ୍ଦରଗଡରୁ 2 ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଜଗତସିଂହପୁର, ମୟୂରଭଞ୍ଜ, ନବରଙ୍ଗପୁର ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା 1040କୁ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି। କଟକଜିଲ୍ଲାର ଚାରି ମୃତକ ପୁରୁଷହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 55, 68, 53 ଓ 66 ବର୍ଷ । ବାଲେଶ୍ବରର ତିନି ମୃତକଙ୍କ ମଧ୍ୟରେ ଜଣେ 55 ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଦୁଇ ପୁରୁଷଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 60…
ଝାନସୀ, ଉତ୍ତରପ୍ରଦେଶର ଝାନସୀ କଲେଜ ପରିସରରେ ରାଜ୍ୟର ଏକ ପଲିଟେକ୍ନିକ୍ କଲେଜର ଜଣେ ଛାତ୍ର 17 ବର୍ଷର ଜଣେ ବାଳିକାକୁ ଦୁଷ୍କର୍ମ କରିଛି। ସେହି ଦଶ୍ୟକୁ ଆଉ 10 ଜଣ ଛାତ୍ର ଦେଖିବା ସହିତ ଆପତ୍ତିଜନକ ଭିଡିଓ ମଧ୍ୟ କରିଥିଲେ । ଏ ଭଳି ଏକ ଘଟଣାକୁ ନେଇ ଝାନସୀ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। କାରଣ ଏହି ସମୟରେ କଲେଜରେ ପୋଲିସର କଡା ସୁରକ୍ଷା ଭିତରେ ସିଭିଲ ସର୍ଭିସ ପରୀକ୍ଷା ଚାଲିଥିଲା। ପୀଡିତା ଅଭିଯୋଗ କରିଛନ୍ତି ଯେ ରବିବାର ଦିନ ପଲିଟେକ୍ନିକ୍ କଲେଜର ପ୍ରାୟ 10 ଜଣ ଛାତ୍ର ତାଙ୍କୁ କ୍ୟାମ୍ପସ ଭିତରକୁ ନେଇ ଯାଇଥିଲେ। ସେଠାରେ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ଦୁଷ୍କର୍ମ କରିଥିଲେ। ପୋଲିସର ପ୍ରବଳ ସୁରକ୍ଷା ମଧ୍ୟରେ ରାଜ୍ୟ ସିଭିଲ ସେବା (ପିସିଏସ୍) ପରୀକ୍ଷା କରାଯାଉଥିବା ବେଳେ କ୍ୟାମ୍ପସ ଭିତରେ ଏହି ଘଟଣା ଘଟିଛି। ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି ବୋଲି…
ଭୁବନେଶ୍ବର : ରାଜ୍ୟରେ ଆଜି 2ହଜାର 423କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1417ଜଣ ଚିହ୍ନଟ ହୋଇଥିବାବେଳେ 1006ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 54ହଜାର662କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 2 ଲକ୍ଷ 27 ହଜାର 615ଜଣ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 25ହଜାର954ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 1006ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍ 2ହଜାର 423ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 359ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ 229, ବାଲେଶ୍ବରରୁ…
ବଲାଙ୍ଗିର : ବାରମ୍ବାର ବାହାଘର ଭାଙ୍ଗିବାରୁ ଜଣେ ଯୁବତୀ ଚରମ ନିଷ୍ପତ୍ତି ନେଇଛନ୍ତି । ନିଆରେ ପୋଡି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଶେଷରେ ଆଜି ଯୁବତୀ ଜଣଙ୍କର ମୃତ୍ୟୁ ହୋଇଛି । ବଲାଙ୍ଗିର ମେଡିକାଲରେ ଯୁବତୀଜଣକ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ମୃତ ଯୁବତୀଙ୍କ ଘର ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା କୁଲିତାଯୋର ଗାଁରେ । କିରୋସିନି ଢାଳି ହୋଇ ପୋଡି ମରିବାକୁ ଯୁବତୀ ଜଣକ ଉଦ୍ୟମ କରିଥିବାର ଅଭିଯୋଗ କରିଛନ୍ତି ତାଙ୍କ ବାପା । ଜଣେ ଯୁବକ ବାରମ୍ବାର ବାହାଘର ଭାଙ୍ଗୁ ଥିବାରୁ ଯୁବତୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି କରିଛନ୍ତି ମୃତ ଯୁବତୀଙ୍କ ବାପା ।
ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ସହରରେ ବଡ ଧରଣର ଗ୍ରୀଡ୍ ଫେଲ୍ ହୋଇଛି । ଏହା ଯୋଗୁଁ ମୁମ୍ବାଇର ବ୍ୟାପକ ଅଞ୍ଚଳରେ ଦିନ 10ଟାରୁ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିଛି । ବିଦ୍ୟୁତ ବିଭ୍ରାଟ ପାଇଁ ମୁମ୍ବାଇ ଉପନଗରୀ ଅଞ୍ଚଳରେ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଛି । ଟାଟା ତରଫରୁ ହେଉଥିବା ବିଦ୍ୟୁତ୍ ଯୋଗାଣ ବିଫଳ ହୋଇଥିବାରୁ ରାଜଧାନୀରେ ବିଦ୍ୟୁତ୍ ଯୋଗାଣ ବ୍ୟାହତ ହୋଇଛି ବୋଲି ମୁମ୍ବାଇ ବିଦ୍ୟୁତ ଯୋଗାଣ ଓ ପରିବହନ ତରଫରୁ ସୂଚନା ଦିଆଯାଇଛି । ଏହି କାରଣରୁ ସହରର ପୂର୍ବ, ପଶ୍ଚିମ, ଉପନଗର ଓ ଥାନେର କିଛି ଅଂଶରେ ବିଜୁଳି ଯୋଗାଣ ବନ୍ଦ ରହିଛି । ଗ୍ରୀଡ୍ ଫେଲ୍ ହେବା କାରଣରୁ ମୁମ୍ବାଇରେ ଲୋକାଲ୍ ଟ୍ରେନ୍ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ବାନ୍ଦ୍ରା, କୋଲାବ୍, ମାହିମା ଆଦି ଅଞ୍ଚଳରେ ସକାଳ 10ଟାରୁ ବିଜୁଳି ଯୋଗାଣ ବନ୍ଦ ରହିଛି ।
ନୂଆଦିଲ୍ଲୀ : ଗତ 24 ଘଣ୍ଟାରେ 66 ହଜାର 732 ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ଥଳେ 816ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 9 ହଜାର 150କୁ ବୃଦ୍ଧି ହୋଇଥିବାବେଳେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 71 ଲକ୍ଷ 20 ହଜାର 539କୁ ବୃଦ୍ଧି ହୋଇଛି । ଦେଶରେ ଏବେ ସୁଦ୍ଧା 8 ଲକ୍ଷ 61 ହଜାର 853ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 61 ଲକ୍ଷ 49 ହଜାର 535ଜଣ । ଦେଶରେ କରୋନା ମୃତ୍ୟୁହାର ରହିଛି 1.53% ରହିଥିବାବେଳେ ଅଧିକ ଲୋକ ଆରୋଗ୍ୟ ଲାଭ କରୁଛନ୍ତି । ସାରା ଦେଶରେ ବର୍ତ୍ତମାନ ସୁଦ୍ଧା 8 କୋଟି 78 ଲକ୍ଷ 72 ହଜାର କୋଭିଡ୍ ଟେଷ୍ଟ କରାଗଲାଣି । ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଆଦି ପାଞ୍ଚୋଟି ରାଜ୍ୟରେ ଅଧିକସଂଖ୍ୟକ କରୋନା ମାମଲା ଚିହ୍ନଟ ହେଉଛି । (ଏଜେନ୍ସି)
ଭୁବନେଶ୍ୱର : ଓଡ଼ିଶାରେ ଉପନିର୍ବାଚନ ତାତି ଅନୁଭୂତ ହେଲାଣି । ଉପନିର୍ବାଚନ ପାଇଁ ସବୁ ଦଳ ଭିତରେ କସରତ ଆରମ୍ଭ ହେଲାଣି । ତେବେ ଉପ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଗତକାଲି ବିଜେପି ଉଭୟ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଆଜି ପ୍ରଚାର କମିଟି ଘୋଷଣା କରାଯାଇଛି । ତେର ଜଣିଆ ପ୍ରଚାର କମିଟି ଘୋଷଣା କରାଯାଇଥିବା ବେଳେ ରଘୁନାଥ ମହାନ୍ତିଙ୍କୁ ପ୍ରଚାର କମିଟିର ଦାୟିତ୍ୱ ନ୍ୟସ୍ତ କରାଯାଇଛି । ବାଲେଶ୍ବର ସଦରର ପ୍ରାର୍ଥୀ ହୋଇଛନ୍ତି ମାନସ କୁମାର ଦତ୍ତ । ଅପରପକ୍ଷରେ ବିଜେଡି ଓ କଂଗ୍ରେସର ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ସୂଚନାଯୋଗ୍ୟ, ନଭେମ୍ବର ତିନି ତାରିଖରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ନଭେମ୍ବର 10 ତାରିଖରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ। କରୋନା କଟକଣା ମଧ୍ୟରେ ମତଦାନ କରିବେ ଭୋଟର।
ଚେନ୍ନାଇ : ତାମିଲନାଡୁରେ ସିନେଷ୍ଟାର୍ମାନେ ରାଜନୀତିରେ ପ୍ରବେଶ କରିବା ପରମ୍ପରା ବେଶ୍ ପୁରୁଣା । ଏଠାରେ ବହୁ ଅଭିନେତା, ଅଭିନେତ୍ରୀମାନେ ରାଜନୀତିରେ ନିଜର ଜଲ୍ଓ୍ବା ଦେଖାଇଛନ୍ତି । ଏହିକ୍ରମରେ ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ଖୁସୁବୁ ମଧ୍ୟ ରାଜନୀତିର ଏକ ଚର୍ଚ୍ଚିତ ଚେହେରା । ତେବେ ନିର୍ବାଚନ ପୂର୍ବରୁ ଦଳ ଡିଆଁ ଏକ ସ୍ବାଭାବିକ ପ୍ରକ୍ରିୟା ହୋଇଗଲାଣି । ତାମିଲନାଡୁ କଂଗ୍ରେସର ନେତ୍ରୀ ଖୁସୁବୁ କିନ୍ତୁ କଂଗ୍ରେସର ହାତ ଛାଡି ବିଜେପିର ଯୋଗଦେବାର ସୂଚନା ରହିଛି। ଖୁସୁବୁ ସୁନ୍ଦର 2014 ମସିହାରେ ଡିଏମ୍କେ ଛାଡି କଂଗ୍ରେସର ହାତ ଥରିଥିଲେ। ତେବେ 2014 କଂଗ୍ରେସ କ୍ଷମତାରୁ ବାହାରିବା ପରେ ତାଙ୍କ ରାଜନୈତିକ କ୍ୟାରିଅରରେ ବିଶେଷ କିଛି ଉନ୍ନତି ହୋଇପାରିନଥିଲା । ଅପରପକ୍ଷରେ 2021ରେ ତାମିଲନାଡୁ ବିଧାନସଭା ପାଇଁ ବିଜେପି ଚେହେରା ଅନ୍ବେଷଣରେ ରହିଛି । ତେବେ ଏହି ସମୟରେ ଖୁସୁବୁ କଂଗ୍ରେସ ଛାଡି ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ସୃଷ୍ଟି ହୋଇଛି ।…
ଉତ୍ତରାଖଣ୍ଡ, ରାଗରେ ପତ୍ନୀ ବିଷ ଖାଇବା ପରେ ବିଲଡର ଚନ୍ଦ୍ରପ୍ରକାଶ ଶ୍ରୀବାସ୍ତବ ରବିବାର ଅପରାହ୍ନରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ନୈନିତାଲ ନିକସ୍ଥ ରାମପୁର ରୋଡରେ ଥିବା କେ.ଆର ଗାର୍ଡେନରେ ଏହି ଡବଲ ଆତ୍ମହତ୍ୟା ଘଟଣା ଘଟିଛି। ଘଟଣାସ୍ଥଳରେ ବ୍ୟବହୃତ ରାଇଫଲ, ବିଷାକ୍ତ ପାତ୍ର, ବିଷ ପ୍ୟାକେଟ ଏବଂ କାଚ ଗ୍ଲାସକୁ ପୋଲିସ ଉଦ୍ଧାର କରିଛି। ଗ୍ଲାସରେ ବିଷର କେତେକ ଅଂଶ ଲାଗି ରହିଥିଲା। ପ୍ରାଥମିକ ଅନୁସନ୍ଧାନ ଆଧାରରେ ପୋଲିସ ଏହି ଦମ୍ପତିଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ହତ୍ୟାକାଣ୍ଡର କାରଣ ବୋଲି ଅନୁମାନ କରିଛି। 46 ବର୍ଷିୟ ଚନ୍ଦ୍ରପ୍ରକାଶ ଶ୍ରୀବାସ୍ତବ ପରିବାର ସହିତ ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାରେ ରହୁଥିଲେ। ରବିବାର ଅପରାହ୍ନରେ ତାଙ୍କ ମା ସନ୍ନା ଦେବୀ ତାଙ୍କୁ ଖାଦ୍ୟ ଦେବା ପାଇଁ କୋଠରୀକୁ ଯାଇଥିବାବେଳେ ଚନ୍ଦ୍ରପ୍ରକାଶ ଏବଂ ବୋହୂ ଦୀପା ଶ୍ରୀବାସ୍ତବଙ୍କ ଶବ ବିଛଣାରେ ପଡ଼ି ରହିଥିଲା। ଚନ୍ଦ୍ରପ୍ରକାଶଙ୍କ କୋଠରୀରେ ଛିନ୍ନଛତ୍ର ହୋଇଯାଇଥିଲା। କୋଠରୀର ଦୃଶ୍ୟ ଦେଖିବା ପରେ…
ଭୁବନେଶ୍ବର : ଅବପାତର ରୂପ ନେଇଛି ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ । ଆଗାମୀ କିଛି ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ସମ୍ଭାବନା ରହିଛି । ଏହା ବିଶାଖାପାଟଣାରୁ ଦକ୍ଷିଣ- ଦକ୍ଷିଣ ପୂର୍ବ 280 କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଆଜି ମଧ୍ୟରାତ୍ରିରେ ନାର୍ସାପୁର ଓ ବିଶାଖାପାଟଣା ମଧ୍ୟ ଦେଇ ଅତିକ୍ରମ କରିବ । ଏବେ ଘଣ୍ଟାକୁ 4 କିଲୋମିଟର ବେଗରେ ଗତି କରୁଛି ଅବପାତ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନ ସମ୍ଭାବନା ରହିଛି । ବର୍ଷା ସହ 45ରୁ 55 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି ବୋଲି ପାଣିପାଗ କେନ୍ଦ୍ର ତରଫରୁ ସୂଚନା ରହିଛି ।
ବିହାର, ଆଜିଠାରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଦୁଇ ଦିନିଆ ପ୍ରଚାର ଆରମ୍ଭ କରିବେ। ଏହି ଦୁଇ ଦିନରେ ନୀତୀଶ କୁମାର ଭର୍ଚୁଆଲ୍ ମିଟିଂ ମାଧ୍ୟମରେ ୩୫ ଟି ବିଧାନସଭା ଆସନରେ ଥିବା ଲୋକଙ୍କ ସହ ଯୋଗାଯୋଗ କରିବେ। ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ନୀତୀଶ କୁମାର ଏକ ଭର୍ଚୁଆଲ ରାଲି କରିବେ ଯେଉଁଥିରେ ସେ ୬ଟି ଜିଲ୍ଲାର ୧୧ ଟି ଆସନରେ ଭୋଟରଙ୍କ ସହ ଯୋଗାଯୋଗ କରିବେ। ସେହିପରି ଅକ୍ଟୋବର ୧୩ରୁ ନୀତୀଶ କୁମାର ହେଲିକପ୍ଟର ଯୋଗେ ରାଜ୍ୟର ବିଭିନ୍ନ ସଭାକୁ ଯିବେ। ଜନତା ଦଳ ୟୁନାଇଟେଡ ମୁଖପାତ୍ର ରାଜୀବ ରଂଜନ କହିଛନ୍ତି, “ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ୍ତା ଦୁଇ ଦିନ ମଧ୍ୟରେ ୩୫ ଟି ବିଧାନସଭା ନିର୍ବାଚନରେ ଏକ ଭର୍ଚୁଆଲ ରାଲିରେ ସମ୍ବୋଧିତ କରିବେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ନୀତୀଶ କୁମାରଙ୍କ ମିଳିତ ଏନଡିଏ ରାଲି ଅନୁଷ୍ଠିତ ହେବ। ବର୍ତ୍ତମାନ…
ଭୁବନେଶ୍ବର, ଆଜିଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ଆରମ୍ଭ ହେବ। ଏହା ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ସିଟିଂ ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ୧୧ଟାରେ ସରିବ। ଦ୍ୱିତୀୟ ସିଟିଂ ମଧ୍ୟାହ୍ନ ସାଢେ ୧୨ଟାରୁ ଅପରାହ୍ଣ ୨.୩୦ମିନିଟ୍ ଏବଂ ତୃତୀୟ ସିଟିଂ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୬ଟା ଯାଏଁ ଚାଲିବ। ଅନ୍ଲାଇନ୍ରେ ପରୀକ୍ଷା ହେବ। ;ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ପରୀକ୍ଷା ଓଡିଶା ବାହାରେ କରାଯାଇଛି। ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ବିହାରର ତିନିଟି ସହରରେ ୫ କେନ୍ଦ୍ର କରିଛି। ସେହିପରି ଓଡ଼ିଶାର ୨୧ଟି ସହରରେ ୫୪ ପରୀକ୍ଷାକେନ୍ଦ୍ର କାରଯାଇଛି। ଚଳିତ ବର୍ଷ ସର୍ବାଧିକ ୭୯,୭୮୮ ବିଦ୍ୟାର୍ଥୀ ପ୍ରବେଶିକା ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି।
ଭୁବନେଶ୍ବର, ରାଜ୍ୟର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମଲେଖା ଲାଗି ଆଜିଠାରୁ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏହା ଅକ୍ଟୋବର ୨୨ ପର୍ଯ୍ୟନ୍ତ ୨୬ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବା। ସକାଳ 10ଟାରୁ ୩ଟି ସିଟିଙ୍ଗରେ ପରୀକ୍ଷା କରାଯିବ। ପ୍ରତ୍ୟେକ ସିଟିଂ ମଧ୍ୟରେ ଏକ ଘଣ୍ଟାର ବ୍ୟବଧାନ ରହିବ। ପ୍ରତି ବିଷୟର ପରୀକ୍ଷା ୯୦ ମିନିଟ୍ ଅବଧିର ହେବ। ରାଜ୍ୟର ୬୮ଟି ଶିକ୍ଷାନୁଷ୍ଠାନ ନିମନ୍ତେ ଏହି ପରୀକ୍ଷା ପାଇଁ ୬୨ ହଜାର ୧୮୯ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି।
ଭୁବନେଶ୍ୱର: ସମ କୋଭିଡ ହସ୍ପିଟାଲ ର ଚିକିତ୍ସା ତଥା ଡାକ୍ତରଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମହାମାରୀକୁ ପ୍ରତିହତ କରିବା ନିମନ୍ତେ ଏହି ହସ୍ପିଟାଲର ଦାୟିତ୍ବରେ ଥିବା ଡାକ୍ତରମାନେ ଯେଉଁଭଳି ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ ସଂପାଦନ କରୁଛନ୍ତି ଏଥିରେ ସେ ଖୁବ ପ୍ରଭାବିତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଶେଷ କରି ହସ୍ପିଟାଲ୍ ରେ ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତର ପ୍ରଦୀପ୍ତ ପାତ୍ର ଓ ଡାକ୍ତର ଈଶ୍ବର ବେହେରାଙ୍କ କର୍ତ୍ତବ୍ୟ ସଂପାଦନାକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ଆଜି ଉଭୟ ଡାକ୍ତରଙ୍କୁ ଟେଲିଫୋନ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ। କରୋନା ମହାମାରୀର ପ୍ରଭାବ ଓଡିଶାରେ ଆରମ୍ଭ ହେବା ପରଠାରୁହିଁ ଆଇଏମଏସ ଓ ସମ୍ ହସ୍ପିଟାଲର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଭୁବନେଶ୍ବରରେ ସମ୍ କୋଭିଡ ହସ୍ପିଟାଲ ସହିତ କେନ୍ଦ୍ରାପଡ଼ା ତାଳଚେର ଓ ଚାନ୍ଦପୁର ଠାରେ କୋଭିଡ ହସ୍ପିଟାଲ କାର୍ଯ୍ୟ କରୁଛି ଯେଉଁଠାରେ ଶହଶହ କରୋନା ରୋଗୀ ଚିକିତ୍ସିତ ହୋଇପାରୁଛନ୍ତି। ସେହିପରି ସମ ତତ୍ତ୍ଵାବଧାନରେ…
ଭୁବନେଶ୍ୱର: କରୋନା ମହାମାରୀ ଭଳି ଅଦୃଶ୍ୟ ଓ ଭୟଙ୍କର ଶତ୍ରୁକୁ ବୟୋଜ୍ୟେଷ୍ଠ ମାନେଯେ ଖୁବ ଅନାୟସରେ ପରାସ୍ତ କରିପାରିବେ ଏହାକୁ ପୁଣି ଥରେ ପ୍ରମାଣ କରିଛନ୍ତି ଜଣେ ୯୩ ବର୍ଷୀୟା ମହିଳା। ଉପଯୁକ୍ତ ଚିକିତ୍ସା ଓ ଯତ୍ନ ଦ୍ୱାରା ବରିଷ୍ଠ ନାଗରିକ ମାନେ କରୋନାରୁ ସୁସ୍ଥ ହୋଇପାରିବେ। ଏହା ପୁଣି ଥରେ ସାବ୍ୟସ୍ତ ହୋଇଛି ସମ୍ କୋଭିଡ ହସପିଟାଲରେ। କରୋନା ସଂକ୍ରମିତ ହୋଇଥିବା ୯୩ ବର୍ଷୀୟା ବାସନ୍ତୀ ପାତ୍ର ସମ୍ କୋଭିଡ ହସପିଟାଲ୍ରୁ ଚିକିତ୍ସା ପାଇବା ପରେ ରବିବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ମାତା ଶ୍ରୀମତି ବାସନ୍ତୀ ପାତ୍ର ଗତ ଅକ୍ଟୋବର ୨ ତାରିଖରେ କରୋନା ସଂକ୍ରମିତ ହୋଇଥିବାବେଳେ ୫ ତାରିଖରେ ଭୁବନେଶ୍ୱରସ୍ଥିତ ସମ୍ କୋଭିଡ ହସପିଟାଲରେ ଭର୍ତି ହୋଇଥିଲେ। ଏହି ବୟୋଜ୍ୟେଷ୍ଠ ମହିଳାଙ୍କ ଶରୀରରେ ହୃଦଜନିତ ଓ କିଡନି ଜନିତ ସମସ୍ୟା ରହିଥିବାବେଳେ ପିତକୋଷରେ ପଥର ଥିବା ଜଣା ପଡ଼ିଥିଲା। ଏହାଛଡ଼ା…

