Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବନବିଭାଗ ହେପାଜତରେ ଯୁବକଙ୍କ ମୃତ୍ୟୁ ଘଟଣା: ବାଣପୁରରେ ତଦନ୍ତ କଲେ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଏସପି
ଆଞ୍ଚଳିକ

ବନବିଭାଗ ହେପାଜତରେ ଯୁବକଙ୍କ ମୃତ୍ୟୁ ଘଟଣା: ବାଣପୁରରେ ତଦନ୍ତ କଲେ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଏସପି

October 17, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ବନବିଭାଗ ହେପାଜତରେ ଥିବା ଯୁବକର ସନ୍ଦେହଜନକ ମୃତ୍ୟୁ ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଆଜି ଜିଲ୍ଲାପାଳ ସନତ କୁମାର ମହାନ୍ତି ଏବଂ ଏସପି ଅଜେୟ ପ୍ରତାପ ସ୍ୱାଇଁ ବାଣପୁର ଗସ୍ତରେ ଆସି ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, କାଠ ଚୋର ସନ୍ଦେହରେ ନୟାଗଡ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ଗୋଲଗାଁର ବଳଭଦ୍ର ବେହେରାଙ୍କୁ ବାଣପୁର ବନ ବିଭାଗ ଅଟକ ରଖିଥିଲା। କିନ୍ତୁ ବନ ବିଭାଗ ହେପାଜତରେ ଥିବା ବେଳେ ବଳଭଦ୍ରଙ୍କ ମୃତ୍ୟୁ ହୋଇଥିଲା। ତେବେ ଏନେଇ ବନବିଭାଗ କର୍ମଚାରୀ ତାଙ୍କୁ ପିଟିପିଟି ମାରି ଦେଇଥିବାର ବଳଭଦ୍ରଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ତାଙ୍କର ମୃତ୍ୟୁକୁ ନେଇ ପରିବାର ଏବଂ ଗ୍ରାମବାସୀ ଦୁଇ ଦିନ ଧରି ବାଣପୁର ମେଡ଼ିକାଲରେ ଧାରଣାରେ ବସିଥିଲେ।

ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ପ୍ରକୃତ ଘଟଣା ଜଣାପଡିବ ଏବଂ ଯଦି ରିପୋର୍ଟ ରେ ଯୁବକଙ୍କ ପରିବାର ବର୍ଗଙ୍କ ଅଭିଯୋଗ ମୁତାବକ କିଛି ତଥ୍ୟ ଆସେ, ତାହାଲେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଣପୁର ପ୍ରଶାସନ ପ୍ରତିଶୃତି ଦେବା ପରେ ବୁଧବାର ସନ୍ଧ୍ୟାରେ ଧାରଣାରୁ ଉଠିଥିଲେ ମୃତକଙ୍କ ପରିବାର ଏବଂ ଗ୍ରାମବାସୀ। ଏହା ସହିତ ବାଣପୁର ବନବିଭାଗର କେତେକ କର୍ମଚାରୀଙ୍କ ବିରୁଦ୍ଧରେ ବାଣପୁର ଥାନାରେ କେସ ନମ୍ବର ୩୧୯/୨୦ ରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ମୃତକଙ୍କ ପତ୍ନୀ ପ୍ରତିମା ବେହେରା।

ଆଜି ସକାଳେ ଏହି ଘଟଣାର ଟିକିନିକି ତଦନ୍ତ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାଣପୁର ପ୍ରଶାସନ ସହ ଧୂଆଁନଳୀ ଫରେଷ୍ଟ ସେକ୍ସନ ଅଞ୍ଚଳରେ ପହଞ୍ଚିଥିଲେ l ତଦନ୍ତ ସାରି ବାଣପୁର ଫେରିବାପରେ ଏହାର ଫଳାଫଳ ବିଷୟରେ ଆମ ପ୍ରତିନିଧି ଜିଲ୍ଲାପାଳଙ୍କୁ ପଚାରିବାରୁ ଉଭୟ ଜିଲ୍ଲପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉକ୍ତ ଘଟଣାର ତଦନ୍ତ କରିବା ସହ ବିଭିନ୍ନ ବନ ବିଭାଗ ଅଧିକାରୀ ଏବଂ କର୍ମଚାରୀଙ୍କୁ ଏ ବାବଦରେ ପଚରାଉଚୁରା କରିଛନ୍ତି। ଏହାର ଏକ ଯୁଗ୍ମ ରିପୋର୍ଟ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଦାଖଲ କରିବେ ବୋଲି ସୂଚନା ଦେଇଥିଲେ ଉଭୟ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।

ଶେଷରେ ଜିଲ୍ଲାପାଳ ସ୍ଥାନୀୟ ପ୍ରଶାସନ ସହ ଏକ ବୈଠକରେ ଭାଗ ନେଇ କରୋନା ସ୍ଥିତି ସମୀକ୍ଷା କରିଥିଲେ। ବର୍ତ୍ତମାନ ଚିଲିକାରେ କୋଭିଡ ସ୍ଥିତି ବହୁତ ସୁଧୁରୁଛି ଏବଂ ଖୁବ କମ ସକ୍ରିୟ କେସ ଅଛି ବୋଲି କହିଥିଲେ ଜିଲ୍ଲାପାଳ। ଏଥିପାଇଁ ଜିଲ୍ଲାପାଳ ଗଣମାଧ୍ୟମକୁ ପ୍ରଶାସନର ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଥିଲେ। ହେଲେ ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସମସ୍ତ ଜନସାଧାରଣଙ୍କୁ ଆହୁରି ଅଧିକ ସତର୍କ ରହିବାକୁ ପଡିବ ଅନ୍ୟଥା କୋଭିଡ କେସ ପୁନର୍ବାର ବଢିପାରେ ବୋଲି ଜିଲ୍ଲାପାଳ ମତ ରଖିଥିଲେ। ଏହାସହ ଜିଲ୍ଲାପାଳ ଏନ୍ଫୋର୍ସମେଣ୍ଟକୁ କଡାକଡି କରିବା ଲାଗି ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବାର ଆମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ। ଜିଲ୍ଲାପାଳ ଏବଂ ଏସପିଙ୍କ ଉକ୍ତ ଗସ୍ତ ସମୟରେ ଖୋର୍ଦ୍ଧା ଏ.ସି.ଏଫ.ଓ, ବାଣପୁର ତହସିଲଦାର, ବାଲୁଗାଁ ଏସ.ଡ଼ି.ପି.ଓ, ବାଣପୁର ଆଇ.ଆଇ.ସି ପ୍ରମୁଖ ଉପସ୍ଥିତ ଥିଲେ।

ଜିଲ୍ଲାପାଳ ସନତ କୁମାର ମହାନ୍ତି ବନ ବିଭାଗ ବାଣପୁର ସନ୍ଦେହଜନକ ମୃତ୍ୟୁ
Share. Facebook Twitter LinkedIn Email WhatsApp Copy Link

Related Posts

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

ବନ ବିଭାଗ ଚଢ଼ାଉ: ୧୧୩୦ଟି ବଜ୍ରକାପ୍ତା କାତି ଜବତ, ୩ ଗିରଫ

October 11, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026
Latest News

ଭାରତ ଗସ୍ତରେ ଆସିବେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ

October 14, 2026

ଦିଲ୍ଲୀ କ୍ୟାପିଟାଲ୍ସର ଆସିଷ୍ଟାଣ୍ଟ୍ ଓ ବ୍ୟାଟିଂ କୋଚ୍ ହେଲେ ଯୁବରାଜ ସିଂହ

October 14, 2026

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ହକି ଟିମ୍ ଘୋଷିତ

October 14, 2026

ନବରାତ୍ରୀ ସମୟରେ ଆପଣ ଏହି ସବୁ ସ୍ଵପ୍ନ ଦେଖୁଛନ୍ତି କି?: ତେବେ ମାତା ଦୂର୍ଗାଙ୍କ ପାଇବେ ଆଶୀର୍ବାଦ

October 14, 2026

ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ୧୯ ରୁ ୨୪ ପର୍ଯ୍ୟନ୍ତ ନୂଆ ଟ୍ରାଫିକ୍ କଟକଣା

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.