ମୁମ୍ବାଇ, କେତେକ ଗଣମାଧ୍ୟମରେ କୁହାଯାଇଛି ଯେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ରିୟା ଚକ୍ରବର୍ତ୍ତୀଙ୍କୁ ଯେପରି ଟାର୍ଗେଟ କରାଯାଉଛି, ସେହିଭଳି ଭେଟେରାନ ଅଭିନେତ୍ରୀ ରେଖାଙ୍କୁ ମଧ୍ୟ ତାଙ୍କ ସ୍ୱାମୀ ମୁକେଶ ଅଗ୍ରୱାଲଙ୍କ ଆତ୍ମହତ୍ୟା ପରେ ଟାର୍ଗେଟ କରାଯାଇଥିଲା। ଏପରି ଖବରରେ ରେଖା କୌଣସି ପ୍ରକିତ୍ରିୟା ଦେଇ ନାହାଁନ୍ତି ସତ, ହେଲେ ତାଙ୍କର ଘନିଷ୍ଠ ବାନ୍ଧବୀ ହେମାମଳିନୀ କିନ୍ତୁ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ରେଖାଙ୍କୁ ରିୟା ଚକ୍ରବର୍ତ୍ତୀ ସହ ତୁଳନା ସମ୍ପୂର୍ଣ୍ଣ ଭିତ୍ତିହୀନ। ଏପରି ସମାଲୋଚାନାରୁ ‘ରେଖାକୁ ଦୂରରେ ରଖ’ ବୋଲି ହେମାମାଳିନୀ କହିଛନ୍ତି। ରେଖାଙ୍କୁ ସମର୍ଥନ କରି ହେମାମାଳିନୀ ଆହୁରି କହିଛନ୍ତି ଯେ ବିଚରା ରେଖା ଏ ଭିତରକୁ କେମିତି ଆସିଲେ। ଏପରି ବିବାଦ ଭିତରକୁ ଜଣେ ବରିଷ୍ଠ ତଥା ସମ୍ମାନସ୍ପଦ ଅଭିନେତ୍ରୀଙ୍କୁ ଟାଣିବା ଆଦୌ ଠିକ୍ ନୁହେଁ। ” ଏ କ୍ଷେତ୍ରରେ ଗଣମାଧ୍ୟମକୁ ଆତ୍ମ ନିୟନ୍ତ୍ରଣ କରିବାକୁ ହେମା ଅନୁରୋଧ କରିଥିଲେ। “ଦୟାକରି 30 ବର୍ଷ…
Author: Samikhsya Bureau
ମଥୁରା, ଯୋଗଗୁରୁ ବାବା ରାମଦେବ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛନ୍ତି। ସେ ହାତୀ ପିଠିରୁ ହଠାତ ତଳକୁ ଖସି ପଡିଥିଲେ। ତେବେ ଦୈବାତ ତାଙ୍କର କୌଣସି କ୍ଷୟକ୍ଷତି ହୋଇ ନାହିଁ। ଏହି ଘଟଣାଟି ଉତ୍ତରପ୍ରଦେଶର ମଥୁରା ନିକଟରେ ଥିବା ମହାବାନ ରାମନାରେତି ଆଶ୍ରମରେ ଘଟିଛି । ଘଟଣାରୁ ଜଣାପଡିଛି ଯେ, ବାବା ରାମଦେବ ଆଶ୍ରମ ପରିସରରେ ଏକ ହାତୀ ପିଠିରେ ବସି ଯୋଗ କରୁଥିଲେ। ହାତୀଟି ଚାଲୁଥିବା ସମୟରେ ସେ ଏହି ଯୋଗ ଅଭ୍ୟାସ କରୁଥିଲେ। ତେବେ ହାତୀର ଚଳପ୍ରଚଳ ସହ ତାଙ୍କର ଯୋଗ ଅଭ୍ୟାସ ଭାରସାମ୍ୟ ରହିଲା ନାହିଁ। ଫଳରେ ସେ ହଠାତ ହାତୀ ପିଠିରୁ ତଳକୁ ଖସିପଡିଲେ। ତେବେ ହାତୀଟି କୌଣସି ପ୍ରତିକ୍ରିୟା ନ କରିବାକୁ ରାମଦେବ ଅଳ୍ପକେ ରକ୍ଷା ପାଇଗଲେ। ତଳେ ପଡିବା ପରେ ରାମଦେବ ହସିହସି ଉପରକୁ ଉଠିଥିଲେ।
ସୀତାରାମ ଅଗ୍ରୱାଲ ବାଣପୁର: ବନ ବିଭାଗ ହେପାଜତରେ ଥିବା ଜଣେ ବ୍ୟକ୍ତିଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି। କାଠ ଚୋର ସନ୍ଦେହରେ ବାଣପୁର ବନ ବିଭାଗ ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଥିଲା। ମୃତକ ଜଣକ ନୟାଗଡ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ଗୋଲଗାଁର ବଳଭଦ୍ର ବେହେରା ବୋଲି ଜଣାପଡିଛି। କିନ୍ତୁ ବଳଭଦ୍ରଙ୍କୁ ବନବିଭାଗ କର୍ମଚାରୀ ପିଟିପିଟି ମାରି ଦେଇଥିବାର ଅଭିଯୋଗ କରିଛନ୍ତି ପରିବାର ଲୋକେ। ତାଙ୍କର ମୃତ୍ୟୁକୁ ନେଇ ବାଣପୁର ମେଡ଼ିକାଲରେ ମୃତକଙ୍କ ପରିବାର ଏବଂ ଗ୍ରାମବାସୀ ଆଜି ଧାରଣା ଦେବାସହ ପାଟି ତୁଣ୍ଡ କରିଛନ୍ତି। ଏହି ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଫଳରେ ଆଜି ବାଣପୁର ମେଡିକାଲ ପରିସରରେ ଖୋର୍ଦ୍ଧା ଏଚ.ଆର.ପି.ସି ଡ଼ି.ଏସ.ପି ଓମ ପ୍ରକାଶ ପାତ୍ର, ବାଲୁଗାଁ ଏସ.ଡ଼ି.ପି.ଓ ସୁରେଶ କୁମାର ଦାସ, ବାଣପୁର ଆଇ.ଆଇ.ସି ସଞ୍ଜୟ ପଟ୍ଟନାୟକ, ବାଣପୁର ତହସିଲଦାର ମନ୍ମଥ ବେହେରା ଓ ବାଣପୁର, ବାଲୁଗାଁ ଏବଂ ଟାଙ୍ଗୀ ଥାନାର ସମସ୍ତ କର୍ମଚାରୀମାନେ ଉପସ୍ଥିତ…
ଭୁବନେଶ୍ବର: ଆଜି ରାଜ୍ୟରୁ 2796 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ 582 ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ 179 ଜଣ, ଯାଜପୁରରୁ 148, ଅନୁଗୁଳରୁ 135, ପୁରୀରୁ 127 ଜଣ, ନବରଙ୍ଗପୁରରୁ 120, ବଲାଙ୍ଗିରରୁ 107ଜଣ, ସମ୍ବଲପୁରରୁ 106 ଜଣ, କେନ୍ଦ୍ରାପଡାରୁ 102 ଜଣ, ବରଗଡ ଓ ନୂଆପଡାରୁ 97 ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ ମୟୂରଭଞ୍ଜରୁ 96ଜଣ, ସୁନ୍ଦରଗଡରୁ 77ଜଣ, କଳାହାଣ୍ଡିରୁ 76 ଜଣ, ବାଲେଶ୍ବରରୁ 75 ଜଣ, ସୋନପୁରରୁ 71 ଜଣ, ଜଗତସିଂହପୁରରୁ 52 ଜଣ, କନ୍ଧମାଳରୁ 50 ଜଣ, କୋରାପୁଟରୁ 47 ଜଣ, ଭଦ୍ରକରୁ 42 ଜଣ, କେଉଁଝରରୁ 41 ଜଣ, ମାଲ୍କାନଗିରିରୁ 41 ଜଣ, ନୟାଗଡରୁ 37 ଜଣ, ଗଞ୍ଜାମରୁ ଚ34 ଜଣ, ଢେଙ୍କାନାଳରୁ 33 ଜଣ, ଝାରସୁଗୁଡାରୁ 31 ଜଣ, ଦେବଗଡରୁ 17 ଜଣ, ଗଜପତିରୁ…
ଭୁବନେଶ୍ବର : ଦୀର୍ଘ 25 ବର୍ଷ ପରେ ପୋଲିସ୍ କର୍ମଚାରୀଙ୍କୁ ନ୍ୟାୟ ମିଳିଛି । ଚାକିରିରୁ ବହିଷ୍କୃତ ପୋଲିସ୍ କନଷ୍ଟେବଳଙ୍କୁ ନ୍ୟାୟ ମିଳିଛି । ଗତ 25 ବର୍ଷ ଧରି ଅଦାଲତରେ ସଂଘର୍ଷ କରିବା ପରେ ବିଜୟ ଲାଭ କରିଛନ୍ତି ଦୋଳମଣି ବିଶି । ଚାକିରୀରୁ ବହିଷ୍କାର ହେବାର 25 ବର୍ଷ ପରେ ତାଙ୍କୁ ଚାକିରୀରେ ପୁନଃ ଅବସ୍ଥାପିତ କରିବାକୁ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ତେବେ ନୋ ଓ୍ବାର୍କ ନୋ ପେ’ ନୀତିରେ ତାଙ୍କୁ ଆର୍ଥିକ ସୁବିଧା ମିଳିବନି । ସୂଚନାଯୋଗ୍ୟ, 1993 ମସିହାରେ ଦୋଳମଣି ବିଶି କନେଷ୍ଟବଳ ଭାବେ ଚାକିରି ପାଇଥିଲେ । କିନ୍ତୁ ଉଚ୍ଚତା 1 ସେମି କମ୍ ରହିଥିବା ଦର୍ଶାଇ 1994 ମସିହାରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା । ଏହାକୁ ନେଇ ସେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଦ୍ବାରସ୍ଥ ହେବା ସହିତ ବିଭିନ୍ନ ଫୋରମ୍ ଯଥା ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ୍ ମଧ୍ୟ ନିଜର…
ବ୍ରହ୍ମପୁର : ଆନ୍ଧ୍ର ପ୍ରଦେଶ ଉପକୂଳ କାକିନାଡ଼ାଠାରେ ଅବପାତ ସ୍ଥଳଭାଗ ଛୁଇଁଛି । ଏହାର ପ୍ରଭାବରେ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାର ଅଧକାଂଶ ଜିଲ୍ଲାରେ ବର୍ଷା ହେଉଛି । ଲଗାଣ ବର୍ଷା ଯୋଗୁଁ ସୋରଡା ବ୍ଲକ ବରଦା ପଞ୍ଚାୟତର ଖାରିଗୁଡାରେ ନିର୍ମିତ ବ୍ରିଜ୍ ଭାସିଯାଇଛି । ଫଳରେ 15 ଖଣ୍ଡ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ବ୍ରିଜ୍ଟି ଗୋକୁଳପୁର-ଖାରିଗୁଡାକୁ ସଂଯୋଗ କରୁଥିଲା । ଅପରପକ୍ଷରେ ଲଗାଣ ବର୍ଷା ଯୋଗୁଁ ବ୍ରହ୍ମପୁର ଅଞ୍ଚଳର ପାତ୍ରପୁର ବ୍ଲକ ଅନ୍ତର୍ଗତ 5ଟି ଗାଁ ଜଳ ମଗ୍ନ ହୋଇପଡ଼ିଛି । ଆଙ୍ଗୁଲି ଓ ବୁରାତାଲ ପଞ୍ଚାୟତର 5ଟି ଗାଁ ଜଳମଗ୍ନ ହୋଇଛି । ଅବପାତଜନିତ ବର୍ଷା, ଝରଣା ପାଣି ଓ ବାଘଲଟି ଜଳ ପ୍ରକଳ୍ପ ପାଣିରେ ସମ୍ପୃକ୍ତ ଗାଁଗୁଡ଼ିକ ବୁଡ଼ି ଯାଇଛି। ସେହିପରି ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତରେ ଅଘଟଣ ଘଟିଛି । ତଡ଼କାସାହି ଓ ଚରିଆବାଡ଼ ରାସ୍ତାରେ ପାହାଡ଼ ଧସି ପଡ଼ିଥିବା ଜଣାଯାଇଛି। ପାହାଡ଼ରୁ…
ଶ୍ରୀନଗର : ଜମ୍ମୁ କାଶ୍ମୀରର ଗୋଟିଏ ସ୍କୁଲର 13 ଜଣ ଛାତ୍ର ଆତଙ୍କୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ନେଇ ଖବର ମିଳିବା ପରେ ତିନିଜଣ ଶିକ୍ଷକଙ୍କୁ ଗିରଫ କରାଯାଇଛି । ସୋପିଆନ ଜିଲ୍ଲାରେ ଅବସ୍ଥିତ ଇସଲାମିକ ସ୍କୁଲ ସିରାଜ ଉଲୁମ ଇମାମର ଛାତ୍ର ମାନେ ବିଭିନ୍ନ ଆତଙ୍କୀ ସଙ୍ଗଠନରେ ଯୋଗ ଦେଉଥିଲେ । ପୁଲୱାମା ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ସଜ୍ଜାଦ ଭଟ୍ଟ ମଧ୍ୟ ଏହି ସ୍କୁଲର ଛାତ୍ର ରହିଥିଲେ । ଏହି ସ୍କୁଲର ଜମାତ ଏ ଇସଲାମୀ ସଙ୍ଗଠନ ସହିତ ସମ୍ପର୍କ ରହିଥିବା ନେଇ ଆଇଜିପି ବିଜୟ କୁମାର ସୂଚନା ପ୍ରଦାନ କରିଥିଲେ । ତିନି ଶିକ୍ଷକଙ୍କୁ ପିଏସଏ ଆଇନ ଆଧାରରେ ଗିରଫ କରାଯାଇଛି । ଏହି ଆଇନ ଅନୁଯାୟୀ ଦୁଇ ବର୍ଷ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗୃହବନ୍ଦୀ ଭାବରେ ରଖାଯାଇ ପାରିବ । ତିନି ଗିରଫ ଶିକ୍ଷକଙ୍କ ନାମ ଅବଦୁଲ ଆହଦ ଭଟ୍ଟ, ରୌଫ ଭଟ୍ଟ ଏବଂ ମହମ୍ମଦ ୟୁସୁଫ ୱାନି…
ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଉପକୂଳ କାକିନାଡ଼ା ଠାରେ ଅବପାତ ସ୍ଥଳଭାଗ ଛୁଇଁଛି। ଏହାର ପ୍ରଭାବରେ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାର ଅଧକାଂଶ ଜିଲ୍ଲାରେ ବର୍ଷା ହେଉଛି । ଅନ୍ୟପକ୍ଷରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଆସନ୍ତାକାଲି ସକାଳ ଯାଏଁ 10 ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ରାୟଗଡ଼, ଖୋର୍ଦ୍ଧା, ପୁରୀ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ । ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ ବ୍ରହ୍ମପୁର ଅଞ୍ଚଳର ପାତ୍ରପୁର ବ୍ଲକ ଅନ୍ତର୍ଗତ 5ଟି ଗାଁ ଜଳ ମଗ୍ନ ହୋଇପଡ଼ିଛି । ଆଙ୍ଗୁଲି ଓ ବୁରାତାଲ ପଞ୍ଚାୟତର 5ଟି ଗାଁ ଜଳମଗ୍ନ ହୋଇଛି । ଅବପାତଜନିତ ବର୍ଷା, ଝରଣା ପାଣି ଓ ବାଘଲଟି ଜଳ ପ୍ରକଳ୍ପ ପାଣିରେ ସମ୍ପୃକ୍ତ ଗାଁଗୁଡ଼ିକ ବୁଡ଼ି ଯାଇଛି ।
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 2816ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 281 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 89 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 192 ଜଣ ଲୋକାଲ କଣ୍ଟାକ୍ଟ କେସ୍ ରହିଛି । ବିଜେବି ନଗର, ଚନ୍ଦ୍ରଶେଖରପୁରରୁ 9 ଜଣ ଲେଖାଏଁ ରହିଥିବାବେଳେ ପଟିଆ, ଚିନ୍ତାମଣିଶ୍ବର, ଝାରପଡାରୁ 8 ଜଣ ଲେଖାଏଁ ରହିଛନ୍ତି । ନୟାପଲ୍ଲୀରୁ 7ଜଣ ଆଦି ରହିଛନ୍ତି । ସେହିପରି ଆଜି 315 ଜଣ ସୁସ୍ଥ ହୋଇଛନ୍ତି । ନୂତନ 281 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 26 ହଜାର 16ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 22 ହଜାର 525ଜଣ ସୁସ୍ଥ ହୋଇଥିବାବେଳେ 122ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 3 ହଜାର 348ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।
ଭୁବନେଶ୍ୱର: ଓଡ଼ିଶାକୁ ସହରାଞ୍ଚଳ ବିକାଶ ପାଇଁ 5 ବର୍ଷରେ ମୋଟ 885.58 କୋଟି ଟଙ୍କା ମିଳିଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଟଳ ମିଶନ ‘ଅମୃତ’ ଯୋଜନାରେ ଏହି ଟଙ୍କା ମିଳିଥିବା ଶ୍ରୀ ପ୍ରଧାନ କହିଛନ୍ତି । ସେ କହିଛନ୍ତି ଯେ, ‘ଅମୃତ’ ଯୋଜନାରେ ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ବ୍ରହ୍ମପୁର, କଟକ, ପୁରୀ, ରାଉରକେଲା ଓ ସମ୍ବଲପୁର ପାଇଁ ବି ଅର୍ଥ ମିଳିଛି । ରାଜ୍ୟ ବାର୍ଷିକ କାର୍ୟ୍ୟ ଯୋଜନା(ସାପ) ଅଧୀନରେ 1599କୋଟି ମଞ୍ଜୁର ହୋଇଛି । ଏହି ଯୋଜନା ଅଧୀନରେ ଓଡିଶାକୁ 191ଟି ପ୍ରକଳ୍ପ ମଞ୍ଜୁର କରାଯାଇଥିବା ବେଳେ ସେଥିମଧ୍ୟରୁ 152ଟି ପ୍ରକଳ୍ପ ସମାପ୍ତ ହୋଇଛି ଓ ଅବଶିଷ୍ଟ 39 ପ୍ରକଳ୍ପର କାମ ଜାରି ରହିଛି। ଭୁବନେଶ୍ୱର ଓ ରାଉରକେଲାରେ ସ୍ମାର୍ଟ ସିଟି ମିଶନ ସହ ସ୍ୱୟଂଚାଳିତ ଜଳ ବିଶୋଧନ ପ୍ଲାଣ୍ଟ, ପାର୍କର ବିକାଶ, ଜରୁରୀକାଳୀନ ସୌରଚାଳିତ ପମ୍ପ ସ୍ଥାପନ ଭଳି ପ୍ରକଳ୍ପ…
ନୂଆଦିଲ୍ଲୀ : ଆପଣଙ୍କ ପାଖରେ ଏକ ଟଙ୍କିଆ ମୁଦ୍ରା ଅଛି କି , ତା’ହେଲେ ଆପଣ ଲକ୍ଷପତି ହୋଇପାରିବେ । କଥାଟି ଅଜବ ଲାଗୁଥିଲେ ବି କଥାଟି ପୂରା ସତ୍ୟ । ପୁରୁଣା ଜିନିଷ ବଦଳରେ ଆପଣଙ୍କୁ ଅଧିକ ଫାଇଦା ମିଳିବ । ଯଦି ଆପଣଙ୍କ ପାଖରେ 1913 ମସିହାର ଏକ ଟଙ୍କିଆ କଏନ ଅଛି ତେବେ ଆପଣ ଏହା ଜରିଆରେ 25ଲକ୍ଷ ଟଙ୍କା ପାଇପାରିବେ । ଦୁନିଆରେ ବହୁତ ଧନୀ ଲୋକେ ଆଣ୍ଟିକ୍ ବା ପ୍ରାଚୀନ ଜିନିଷର ସଂଗ୍ରହ କରିବାକୁ ବେଶ୍ ଭଲ ପାଇଥା’ନ୍ତି । ଯଦି ଆପଣଙ୍କ ପାଖରେ 1913 ମସିହାର 1ଟଙ୍କିଆ କଏନ୍ ରହିଛି, ତେବେ ଆପଣ ଘରେ ବସି ଲକ୍ଷପତି ହୋଇପାରିବେ । 1913 ମସିହାରେ ପ୍ରସ୍ତୁତ ହୋଇଥିବା ଏହି ରୂପାର କଏନ୍ର ମୂଲ୍ୟ ବଜାରରେ ଅଧିକ ରହିଛି । ଏହାକୁ ବିକ୍ରି କରି ଆପଣ 25 ଲକ୍ଷ ଟଙ୍କା ହାସଲ କରିପାରିବେ । ଭିକ୍ଟୋରିଆନ୍…
ପିପିଲି, ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଆଜି ହେଉଛି ଦଶାହ କାର୍ଯ୍ୟ। ତାଙ୍କର ଅକ୍ଟୋବର 3 ତାରିଖରେ ଭୁବନେଶ୍ବରର ଏକ ହସପିଟାଲରେ ପରଲୋକ ଘଟିଥିଲା। ଏହି ଦଶାହ କାର୍ଯ୍ୟରେ ତାଙ୍କର ଶହଶହ ସମର୍ଥକ ତିଳତର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ତେବେ ତାଙ୍କର ପ୍ରାୟ 4 ଶହ ଯୁବ ସମର୍ଥକ ଲଣ୍ଡା ହୋଇ ଏହି ଶ୍ରଦ୍ଧାଞ୍ଜଳୀ ଦେଇଥିବାର ଜଣାପଡିଛି। ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳିର ବିଭିନ୍ନ ପଞ୍ଚାୟତର ସମର୍ଥକମାନେ ଲଣ୍ଡା ହୋଇ ଦିବଗଂତ ନେତାଙ୍କୁ ସ୍ମରଣ କରିଛନ୍ତି।
ଭୋଗରାଇ: ବ୍ୟାଙ୍କରୁ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଚୌକିସ୍ଥିତ ୟୁକୋ ବ୍ୟାଙ୍କ ଶାଖାରୁ ଏହି ଲୁଟ ହୋଇଛି । ବନ୍ଧୁକ ମୁନରେ ଦୁର୍ବୃତ୍ତମାନେ ଏହି ଟଙ୍କା ଲୁଟି ନେଇଛନ୍ତି । 6ଜଣ ଦୁର୍ବୃତ୍ତ ପ୍ରଥମେ ବନ୍ଧୁକ ଧରି ବ୍ୟାଙ୍କ ଭିତରେ ପଶିଥିଲେ । ପରେ ସେମାନେ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ମୁନରେ ଧମକାଇଥିଲେ । ପରେ ବ୍ୟାଙ୍କରୁ 20 ଲକ୍ଷ ଟଙ୍କା ନେଇ ଦୁଇଟି ବାଇକରେ ଚମ୍ପଟ ହୋଇଯାଇଥିଲେ । ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଭୁବନେଶ୍ବର, ଆଜି ପ୍ରବଳ ବର୍ଷା ସତ୍ବେ ବିଡିଏ ବିଏମସି ଏବଂ ପୋଲିସ ସହାୟତାରେ ଭୁବନେଶ୍ବର ତମାଣ୍ଡୋ ଅଞ୍ଚଳରେ ଚାଲିଛି ଜବର ଦଖଲ ଉଚ୍ଛେଦ। ସେଠାରେ ଏକ ଶାରିରୀକ ପ୍ରଶିକ୍ଷଣ ସଂସ୍ଥା କରିବା ପାଇଁ ସରକାରଙ୍କର ରହିଛି ଯୋଜନା।
ରମେଶ ମହାନ୍ତି ଜଗତସିଂହପୁର : ପାରାଦ୍ବୀପ ଦୋଛକି ଠାରୁ ଅଠରବାଙ୍କି ପର୍ଯ୍ୟନ୍ତ ଅଢେଇ କି.ମି ରାସ୍ତାରେ ଓଭରବ୍ରିଜ୍ ନିର୍ମାଣ କରିବା ପାଇଁ ଉପକୂଳ ଓଡ଼ିଶା ବିକାଶ ପରିଷଦ ଜଗତସିଂହପୁର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପାରାଦ୍ଵୀପ ବନ୍ଦର ପୃଥିବୀର ବୃହତ ବନ୍ଦର ତାଲିକାରେ ସ୍ଥାନ ପାଇଛି। ବନ୍ଦର ଉପକଣ୍ଠରେ ଅନେକ ବୃହତ୍ତ ଶିଳ୍ପ ଗଢି ଉଠିଥିବାରୁ ସମଗ୍ର ପାରାଦ୍ବୀପ ଅଞ୍ଚଳ ଅଧିକ ଚଳଚଞ୍ଚଳ ହୋଇପଡ଼ିଛି। କଟକ-ପାରାଦ୍ୱୀପ ଜାତୀୟ ରାଜପଥ ଓ ଚଣ୍ଡିଖୋଲ-ପାରାଦ୍ବୀପ ଜାତୀୟ ରାଜପଥ ପାରାଦ୍ବୀପର ଦୋଛକି ଠାରେ ମିଳିତ ହୋଇ ପ୍ରାୟ ଅଢେଇ କି.ମି ଦୂରତା ପରେ ଅଠରବାଙ୍କି ଠାରେ ବନ୍ଦର ଅଞ୍ଚଳକୁ ପ୍ରବେଶ କରିଛି। ଏହି ରାସ୍ତାରେ ଦୈନିକ ୮ହଜରରୁ ଉର୍ଦ୍ଧ ଭାରିଯାନ ମାଲ ପରିବହନ କରନ୍ତି। ତେଣୁ ରାସ୍ତାଟି ସର୍ବଦା ବ୍ୟସ୍ତ ବହୁଳ ରହିବା ସହିତ ଯାତ୍ରୀମାନଙ୍କ ପାଇଁ ମରଣଯନ୍ତା ପାଲଟିଛି। ଦୋଛକିରୁ ଅଠରବାଙ୍କି ପର୍ଯ୍ୟନ୍ତ ଓଭରବ୍ରିଜ୍ ନିର୍ମାଣ କରାଗଲେ…
ଭୁବନେଶ୍ୱର: ଗଞ୍ଜେଇ ଓ ବ୍ରାଉନସୁଗାର ବିରୋଧରେ ଅଭିଯାନ ଜାରି ରହିବ । ଚାଲାଣ ରୋକିବାକୁ ଆହୁରି କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ ଡିଜି ଅଭୟ । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି ଯେ, ଚଳିତ ବର୍ଷ ସେପ୍ଟେମ୍ବର ଯାଏ 1054 କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଅର୍ଥାତ୍ 9 ମାସ ମଧ୍ୟରେ 1054 କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଗତ 10 ବର୍ଷର ଡାଟା ଦେଖିଲେ ବର୍ଷକୁ ହାରାହାରି 312 କୁଇଣ୍ଟାଲ୍ ଗଞ୍ଜେଇ ଜବତ ହୋଇଛି । ଗତ 5 ବର୍ଷର ହାରାହାରି ଦେଖିଲେ ବର୍ଷକୁ 414 କୁଇଣ୍ଟାଲ୍ ଗଞ୍ଜେଇ ଜବତ ହୋଇଛି । କିନ୍ତୁ ଚଳିତ ବର୍ଷ ସେପ୍ଟେମ୍ବର ମଧ୍ୟରେ 1054 କୁଇଣ୍ଟାଲ୍ ଗଞ୍ଜେଇ ଜବତ ହୋଇଛି । କୋରାପୁଟରୁ 413, ମାଲକାନଗିରିରୁ 240, ଗଜପତିରୁ 126 କୁଇଣ୍ଟାଲ୍ ଗଞ୍ଜେଇ ଜବତ ହୋଇଛି ।…
ନୂଆଦିଲ୍ଲୀ : ଗାଇ ଗୋବରରୁ ନିର୍ମିତ ଚିପ୍ ମୋବାଇଲରୁ ନିର୍ଗତ ବିକିରଣ (ରାଡିଏସନ୍) ଦାଉରୁ ସୁରକ୍ଷା ଦେବ । ଏଭଳି ଯୁକ୍ତି ଉପସ୍ଥାପନ କରିଛନ୍ତି ରାଷ୍ଟ୍ରୀୟ କାମଧେନୁ ଆୟୋଗ ଚେୟାରମ୍ୟାନ ବଲ୍ଲଭଭାଇ କାଠିରିଆ ପ୍ରକାଶ କରିଛନ୍ତି । ଗାଇ ଗୋବରର ଅନେକ ଫାଇଦା ରହିଥାଏ । ମୋବାଇଲରୁ ସୃଷ୍ଟି ହେଉଥିବା ବିକିରଣକୁ ରୋକିବାରେ ଗୋବର ସକ୍ଷମ ବୋଲି ବିଜ୍ଞାନ ମଧ୍ୟ ପ୍ରମାଣ କରିଛି ବୋଲି କାଠିରିଆ ପ୍ରକାଶ କରିଛନ୍ତି । ମୋବାଇଲ ବିକିରଣରୁ ରକ୍ଷା କରୁଥିବା ଏହି କବଚର ନାମ ଗୌସତ୍ୱ କବଚ ରଖାଯାଇଛି । ଏହି ଚିପ୍ ରାଜକୋଟରେ ଅବସ୍ଥିତ ଶ୍ରୀଜି ଗୋଶାଳାରେ ନିର୍ମାଣ କରାଯାଉଛି । ଏହା ସହିତ କାମଧେନୁ ଦୀପାବଳି ଅଭିଯାନ କରାଯାଉଛି । ଦୀପାବଳି ଅବସରରେ କେବଳ ଭାରତୀୟ ଉତ୍ପାଦ ବ୍ୟବହାର କରିବା ପାଇଁ ଲୋକଙ୍କୁ ପ୍ରବର୍ତ୍ତାଇବା ଏହି ମିଶନର ଲକ୍ଷ୍ୟ ବୋଲି କାଠିରିଆ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରାଷ୍ଟ୍ରୀୟ କାମଧେନୁ ଆୟୋଗ…
ମଧ୍ୟପ୍ରଦେଶ : ହାଥରସ୍ରେ ଘଟିଥିବା ବର୍ବରତା କାଣ୍ଡର ନିଆଁ ନ ଲିଭୁଣୁ ଦେଶରେ କୋଣ ଅନୁକୋଣରେ ଦୁଷ୍କର୍ମ ପରି ଘଟଣା ମାନ ସାମ୍ନାକୁ ଆସୁଛି । ଦେଶରେ ମହିଳାଙ୍କ ସ୍ଥିତିରେ କୌଣସି ସୁଧାର ଆସିଥିବା ଦେଖାଯାଉନାହିଁ । ଏବେ ମଧ୍ୟପ୍ରଦେଶର ରୀବାରେ ଜନ୍ମଦିନ ପାର୍ଟିରୁ ଫେରୁଥିବା ଜଣେ ଆଦିବାସୀ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବାର ଘଟଣା ସାମ୍ନାକୁ ଆସିଛି । ପୀଡ଼ିତା ସମ୍ପର୍କୀୟଙ୍କ ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ଯୁବକମାନେ ଦୁଷ୍କର୍ମ କରିବା ସହିତ ତାଙ୍କ ପ୍ରାଇଭେଟ୍ ପାର୍ଟକୁ ଛୁରୀ ଦ୍ବାରା ଆକ୍ରମଣ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ରୀବା ଜିଲ୍ଲା ଅଞ୍ଚଳରେ ଏହି ଘଟଣାଟି ଘଟିଛି । ଅକ୍ଟୋବର 8ତାରିଖ ସନ୍ଧ୍ୟାବେଳେ ନାବାଳିକା ଯୁବତୀ ଜଣକ ଜନ୍ମଦିନ ପାର୍ଟିରୁ ଫେରୁଥିବାବେଳେ ଏହି ସମୟରେ ଦୁଇ ଯୁବକ ତାଙ୍କୁ ଅପହରଣ କରି ନେଇଯାଇଥିଲେ । ଏହାପରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଘଟଣା ପରେ ପୀଡିତାଙ୍କୁ ଚିକିତ୍ସା ପାଇଁ ଉତ୍ତରପ୍ରଦେଶର…
ଭୁବନେଶ୍ୱର: ରାଜ୍ୟରେ ‘ସୁଜଳ’ ଯୋଜନାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ସହର ଓ ଭୁବନେଶ୍ୱର ସାଲିଆ ସାହିରେ ଡିଙ୍ଗ ଫ୍ରମ୍ ଟ୍ୟାପ୍ ମିଶନର କାର୍ୟ୍ୟକାରୀ ହୋଇଛି । ମୋଟ 12ଟି ସ୍ଥାନରେ ଏହା ଲୋକାର୍ପିତ ହୋଇଛି । ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଣିକି ଟ୍ୟାପ୍ ଯୋଗେ ସହର ଓ ବସ୍ତି ବାସିନ୍ଦାମାନେ ବିଶୁଦ୍ଧ ପାଣି ପାଇପାରିବେ । ଏହି ଯୋଜନା ଯୋଗୁଁ ପ୍ରାୟ 15 ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । ଏହି ଯୋଜନା ଜରିଆରେ ଭୁବନେଶ୍ବର ଓ ପୁରୀ ସହରରେ 1.8 ଲକ୍ଷ ଲୋକ ଉପକୃତ ହେବେ ।
ଭୁବନେଶ୍ବର : ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୟୂରଭଞ୍ଜରୁ ସର୍ବାଧିକ 4 ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ 3 ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ପୁରୀ ଓ ସୁନ୍ଦରଗଡରୁ 2 ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସମ୍ବଲପୁର, କେନ୍ଦ୍ରାପଡା, ଝାରସୁଗୁଡା, ଜଗତସିଂହପୁର, ବଲାଙ୍ଗିର ଓ ବାଲେଶ୍ବରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା 1057କୁ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି। ମୟୂରଭଞ୍ଜର ଚାରି ମୃତକ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ, 53, 65, 55 ଓ 48 ବର୍ଷ । ଭୁବନେଶ୍ବରର ତିନି ମୃତକ ପୁରୁଷଙ୍କ ବୟସ ଯଥାକ୍ରମେ 70, 87, 38 ବର୍ଷ । ସୁନ୍ଦରଗଡର 66 ବର୍ଷୀୟ ପୁରୁଷ ଓ 62 ବର୍ଷୀୟ…
ପାଟନା: ଦେଶରେ ପୁଣି ନିର୍ବାଚନର ତାତି। ବିହାର ବିଧାନସଭା ସହିତ ଦେଶରେ ହେବାକୁ ଥିବା ଉପନିର୍ବାଚନ ଲାଗି ଉଷ୍ମତା ସୃଷ୍ଟି ହୋଇଛି। ତେବେ ବିହାର ନିର୍ବାଚନ ଲାଗି ସବୁ ରାଜନୈତିକ ଦଳ ନିଜ ନିଜ ସ୍ତରରେ ରଣନୀତି ପ୍ରସ୍ତୁତି କରି ଭୋଟ ହାତେଇବାକୁ ଚେଷ୍ଟା ଜାରି ରଖିଛନ୍ତି। ଚଳିତ ଥର ବିହାରର ଏକ ଭିନ୍ନ ଧରଣର ରାଜନୀତି ଦେଖିବାକୁ ମିଳିଛି। ଚଳିତ ଥର କିଛି ପାର୍ଟି ଏକାକୀ ନିର୍ବାଚନ ନ ଲଢି ମେଣ୍ଟ କରି ନିର୍ବାଚନ ଲଢୁଛନ୍ତି ତ ଆଉ କିଏ ମେଣ୍ଟରୁ ବାହାରି ଏକାକୀ ନିର୍ବାଚନ ଲଢୁଛି। ତେବେ ବିହାର ରାଜନୀତିର ଛକାପଞ୍ଚା ଭିତରେ ଚଳିତ ଥର ତିନୋଟି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉଭା ହୋଇଛନ୍ତି। ପ୍ରଥମ ଥର ପାଇଁ ଏଲ୍ଜେପିର ଅଧ୍ୟକ୍ଷ ତଥା ଯୁବ ନେତା ଚିରାଗ ପାଶଓ୍ବାନ୍ ନୂତନ ମୁଖ୍ୟମନ୍ତ୍ରୀ ଚେହେରା ରୂପେ ଉଭା ହୋଇଛନ୍ତି। ଅପରପକ୍ଷରେ ବିହାର ରାଜନୀତିରେ ପାଞ୍ଚୋଟି ମେଣ୍ଟ ମଧ୍ୟ ରହିଛି। ନୀତିଶ୍ ବନାମ…

