ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1152କୁ ବୃଦ୍ଧି

Published: Oct 19, 2020, 11:43 am IST

ଭୁବନେଶ୍ବର : ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।  କଟକ ଓ ଭୁବନେଶ୍ବରରୁ ସର୍ବାଧିକ 3 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ସୁବର୍ଣ୍ଣପୁର, ବଲାଙ୍ଗିର, ଝାରସୁଗୁଡା, ଜିଲ୍ଲାରୁ 2 ଜଣ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।  ବୌଦ୍ଧ, ବରଗଡ, ମୟୂରଭଞ୍ଜ, ଜଗତସିଂହପୁର ନୂଆପଡା ଆଦି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ମୃତକଙ୍କ ସଂଖ୍ୟା 1152କୁ ବୃଦ୍ଧି ହୋଇଛି ।

ଭୁବନେଶ୍ବରର ତିନି ମୃତକ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ, 54,75 ଓ 65 । କଟକର ତିନି ମୃତକ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 60 41, 47 ବର୍ଷ ବୋଲି ସୂଚନା ରହିଛି ।

ସେହିପରି ସୁବର୍ଣ୍ଣପୁରରୁ  ଜଣେ 64 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଆନ୍ୟ ଜଣେ 71 ବର୍ଷୀୟ ପୁରୁଷଆକ୍ରାନ୍ତ ରହିଛନ୍ତି । ଝାରସୁଗୁଡାରୁ 54 ବର୍ଷ ଓ 52 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ବଲାଙ୍ଗିରରୁ 70 ବର୍ଷ ଓ 55 ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।  ସେହିପରି ବୌଦ୍ଧରୁ 40 ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବଳେ ବରଗଡରୁ 52 ବର୍ଷୀୟ ପୁରୁଷ, ମୟୂରଭଞ୍ଜରୁ 45 ବର୍ଷ ପୁରୁଷ, ନୂଆପଡାରୁ 82 ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।  ଜଗତସିଂହପୁରରୁ ଜଣେ 82 ବର୍ଷୀୟ ବୃଦ୍ଧ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

Related posts