Author: Samikhsya Bureau

ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀର ଉପନିର୍ବାଚନ ନିମନ୍ତେ ୯ଜଣ ପ୍ରାର୍ଥୀ ନିଜର ନାମାଙ୍କନପତ୍ର ଦାଖଲ କରିଥିଲେ। ସୋମବାର ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବାବେଳେ କୌଣସି ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନାହାନ୍ତି। ପ୍ରାର୍ଥୀପତ୍ର ଦାଖଲ କରିଥିବା ପ୍ରାର୍ଥୀମାନେ ହେଲେ- ବିଜେଡି ଦଳରୁ ବିଜୟ ଶଙ୍କର ଦାସ , ବିଜେପି ଦଳରୁ ରାଜକିଶୋର ବେହେରା , କଂଗ୍ରେସ ଦଳରୁ ହିମାଂଶୁ ଭୂଷଣ ମଲ୍ଲିକ , ଭାରତୀୟ କମ୍ୟୁନିଷ୍ଟ ପାର୍ଟିରୁ ବିଜୟ କୁମାର ଭୋଇ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ଅର୍ଜୁନ ଚରଣ ବେହେରା , ରବିନ୍ଦ୍ର ନାଥ ସେଠୀ , ରମେଶ ଚନ୍ଦ୍ର ମଲ୍ଲିକ , ସଚିତ୍ର ମଲ୍ଲିକ , ଗୋଲାପ ମଞ୍ଜରୀ ଭୋଇ ।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୯୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୧୧୫ ଜଣ ଚିହ୍ନଟ ହୋଇଥିବାବେଳେ ୭୮୯ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୨ହଜାର ୨୫୦କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୪୯ ହଜାର ୫୭୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୨ହଜାର ୩୦୪ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୧୫୨ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୧ ହଜାର ୯୮୨ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୨୧ ଜଣ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଗ୍ରାଫ୍‌ ଏବେ ତଳମୁହାଁ ହୋଇଛି । ଗତ କିଛି ଦିନ ଦୈନିକ ଆକ୍ରାନ୍ତ ଓ ଦୈନିକ କରୋନା ମୃତ୍ୟୁ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହେଉଛି। କେନ୍ଦ୍ର ସ୍ବାସ୍ଥ୍ୟ  ଓ ପରିବାର କଲ୍ୟାଣ ବିଭଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 46 ହଜାର 790 ନୂତନ ମାମଲା ଆସିଥିବାବେଳେ  587 ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା  75 ଲକ୍ଷ 97 ହଜାର 64ରେ ପହଞ୍ଚିଥିବାବେଳେ କରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 15 ହଜାର 197କୁ ବୃଦ୍ଧି ହୋଇଛି । ଏବେ ସୁଦ୍ଧା ଦେଶରେ ମୋଟ୍‌ ଆକ୍ଟିଭ୍‌ କେସ୍‌ 7 ଲକ୍ଷ 48 ହଜାର 538 ରହିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 67 ଲକ୍ଷ 33 ହଜାର 328 ରହିଛି । ସକ୍ରିୟ ମାମଲା ତୁଳନାରେ ସୁସ୍ଥ ହାର ଆଠ ଗୁଣା ରହିଛି । ଆଇସିଏମ୍ଆରର…

Read More

ପୁରୀ: ଖାଲି ବଗି ଥିବା ଏକ ଟ୍ରେନ୍‌ର ଗୋଟିଏ ଇଞ୍ଜିନ୍‌ ଲାଇନ ଚ୍ୟୁତ ହୋଇଛି । ମିଳିଥିବା ସୂଚନା ଅନୁସାରେ ପୁରୀ ଜିଲ୍ଲା ଚନ୍ଦନପୁର-ତୁଳସୀଚଉରା ମଝିରେ ଖାଲି ବଗି ନେଇ ଯାଉଥିବା ଟ୍ରେନ୍‌ର ଏକ ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ଇଞ୍ଜିନ୍‌ର ଆଗ ତିନୋଟି ଚକ ସହ ପଛର ଗୋଟିଏ ଚକ ଲାଇନଚ୍ୟୁତ ହୋଇଛି। ଖୋର୍ଦ୍ଧା ରୋଡ୍‌ରୁ ଆସୁଥିବା ବେଳେ ଇଞ୍ଜିନ୍‌ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି।ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ରେଲୱେ ବୈଷୟିକ ଟିମ୍ ମରାମତି କାର୍ଯ୍ୟ କରିଥିଲେ। ତେବେ କାହିଁକି ଲାଇନଚ୍ୟୁତ ହେଲା ତାହା ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ଅଧିକାରୀ ।

Read More

ଭୁବନେଶ୍ବର : ବୃଦ୍ଧାଙ୍କଠାରୁ କାନଫୁଲ ଝାମ୍ପିନେଇ ଦୁଇ ଦୁର୍ବୃତ୍ତ ଚମ୍ପଟ ମାରିଥିବାର ସୂଚନା ରହିଛି । ଶୈଳଶ୍ରୀ ବିହାର ଅଞ୍ଚଳରେ ଜଣେ ବୃଦ୍ଧାଙ୍କଠାରୁ ଦୁର୍ବୃ୍ତ୍ତମାନେ କାନଫୁଲ ଝାମ୍ପି ନେଇଛନ୍ତି । ବୃ୍ଦ୍ଧାଜଣକ ଫୁଲ ତୋଳିବାକୁ ଯାଉଥିବାବେଳେ ଦୁର୍ବୃତ୍ତମାନେ ତାଙ୍କଠାରୁ କାନଫୁଲ ଝାମ୍ପି ନେଇଯାଇଛନ୍ତି । ସୂଚନାଯୋଗ୍ୟ,ଗତ କିଛି ଦିନ ହେବ ରାଜଧାନୀରେ ଲୁଟେରା ମାତିଛନ୍ତି । ଲକ୍‌ଡାଉନ୍‌ ସମୟରେ ଜଣେ ମହିଳା ଡିଏସ୍‌ପିଙ୍କ ଘରୁ ଚୋରମାନେ  ବନ୍ଧୁକ ଦେଖାଇ ସୁନା ଅଳଙ୍କାର ଲୁଟି ନେଇଥିବାବେଳେ ଜଣେ ସାମ୍ବାଦିକଙ୍କ ଘରେ ମଧ୍ୟ କଳାକନା ବୁଲାଇଥିଲେ। ଅବଶ୍ୟ କମିଶନରେଟ୍‌ ପୋଲିସ୍‌ କିଛି ଚୋରଙ୍କୁ କାବୁ କରିବାରେ ସଫଳ ମଧ୍ୟ ହୋଇଛି ।

Read More

ବାରିପଦା : ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ହୋଇଛନ୍ତି । ମୃତାହତମାନେ ରାସଗୋବିନ୍ଦପୁର ରେଞ୍ଜ ତୁକ ପଳାସିଆ ଗାଁର ବୋଲି ସୂଚନା ରହିଛି । ରବିବାର ଦିନ ମଧ୍ୟ ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ ଜଣଙ୍କୁ ହାତୀ ଦଳି ମାରିଦେଇଥିଲା। ଜିଲ୍ଲାର କରଞ୍ଜିଆ ବ୍ଲକ ଅଞ୍ଚଳରେ ମଧ୍ୟ ହାତୀପଲ ଧାନକ୍ଷେତ ନଷ୍ଟ କରିଛନ୍ତି।

Read More

ଜାକର୍ତ୍ତା, ପ୍ରଥମ ପର୍ଯ୍ୟାୟରେ ଇଣ୍ଡୋନେସିଆ ୯୧ ଲକ୍ଷ ଲୋକଙ୍କୁ କୋଭିଡ -୧୯ ଟିକା ଯୋଗାଇବ | ରୋଗ ନିୟନ୍ତ୍ରଣ ଏବଂ ସ୍ୱାସ୍ଥ୍ୟ ନିରାକରଣର ମହାନିର୍ଦ୍ଦେଶକ ଅହମ୍ମଦ ଉରିଏଣ୍ଟୋ ଏହି ସୂଚନା ଦେଇଛନ୍ତି। ସୋମବାର ଦିନ ସ୍ଥାନୀୟ ଗଣମାଧ୍ୟମରର ରିପୋର୍ଟରୁ ଜଣାପଡିଛି ଯେ, କୋଭିଡ -୧୯ ସଂକ୍ରମଣ ହେବାର ଆଶଙ୍କା ଥିବା ଲୋକଙ୍କ ଉପରେ ପ୍ରଥମ ପର୍ଯ୍ୟାୟ ଟୀକାକରଣ କରାଯିବ। ବିଶେଷକରି ବିମାନବନ୍ଦର କର୍ମଚାରୀ, ସୈନିକ ଏବଂ ପୋଲିସ କର୍ମଚାରୀଙ୍କ ସମେତ ଡାକ୍ତରୀ ତଥା ଜନସେବା କର୍ମଚାରୀଙ୍କୁ ଏହା ଦିଆଯିବ। ଉରିଏଣ୍ଟୋ କହିଛନ୍ତି ଯେ ଏହି ଟିକା କେବଳ ୧୮ ରୁ ୫୯ ବର୍ଷ ବୟସର ଲୋକଙ୍କୁ ଦିଆଯିବ।

Read More

ନାଗପୁର, ମୁଣ୍ଡବିନ୍ଧାକୁ କେବେ ବି ଅଣଦେଖା କରିବା ଅନୁଚିତ। କାରାଣ ହୁଏତ ଏହା କିଛି ବଡ ରୋଗର କାରଣ ହୋଇପାରେ। ତେଣୁ ଏହି ରୋଗର ଲକ୍ଷଣ ଭଲ ଭାବରେ ଜାଣି ଚିକିତ୍ସା ହେବା ଉଚିତ। ଆଜି ଆମେ ଆପଣଙ୍କୁ ଏପରି କିଛି ଲକ୍ଷଣ ବିଷୟରେ କହିବୁ, ଯାହା ମୁଣ୍ଡବିନ୍ଧାର କାରଣ ହୋଇପାରେ। ଷ୍ଟ୍ରୋକ: ହଠାତ୍ ମୁଣ୍ଡବିନ୍ଧା ଏବଂ ଯଦି ଶରୀରର ଗୋଟିଏ ଅଂଶ କାମ ବନ୍ଦ କରିଦିଏ, ତେବେ ଏହା ଷ୍ଟ୍ରୋକର ଲକ୍ଷଣ ହୋଇପାରେ। ମସ୍ତିଷ୍କ ଟ୍ୟୁମର୍: ବିନା କାରଣରେ ମୁଣ୍ଡବିନ୍ଧା କ୍ରମାଗତ ଭାବରେ ଲାଗିରହିବା ଯଦି ସାଧାରଣ ଚିକିତ୍ସାରେ ଭଲ ନ ହୁଏ ତେବେ ଏହା ମସ୍ତିଷ୍କ ଟ୍ୟୁମରର ସଙ୍କେତ ହୋଇପାରେ। ମସ୍ତିଷ୍କ ଆଘାତ: ଯଦି ଆପଣଙ୍କ ମୁଣ୍ଡରେ ପ୍ରବଳ ଯନ୍ତ୍ରଣା ହୁଏ, ତେବେ ଏହା ମଧ୍ୟ ମସ୍ତିଷ୍କରେ କୈଣସି ପ୍ରକାରର ଆଘାତ ହେତୁ ହୋଇପାରେ। ଚାପ: କ୍ରମାଗତ ଚାପ ଯୋଗୁଁ ଶରୀରର ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ। ଯାହା…

Read More

ନୂଆଦିଲ୍ଲୀ, ପ୍ରାୟ ୬୨ ବର୍ଷ ପରେ ଏହି ୬ ଟି ରାଶିରେ ହେଉଛି ବଡ ପରିବର୍ତ୍ତନ। ଏହି ରାଶିଗୁଡିକ ଉପରେ ଦେବଦେବ ମହାଦେବ ବେଶ୍ ପ୍ରସନ୍ନ ଅଛନ୍ତି। ଫଳରେ ସେହି ରାଶିର ବ୍ୟକ୍ତିମାନଙ୍କ କ୍ଷେତ୍ରରେ କେତେକ ପରିବର୍ତ୍ତନ ଆସୁଛି। ଜାଣନ୍ତୁ ତାହା କଣ ମେଷ, ବୃଷ, ମିଥୁନ: – ସାବଧାନ ରୁହ, ତୁମର ଲକ୍ଷ୍ୟ ହାସଲ କରିବା ପାଇଁ ତୁମେ ହୁଏତ ନିର୍ଦ୍ଦୟ ହୋଇଯିବ। ସମୟ ହେଉଛି ସବୁକିଛି। ଦୁଇଟି କାରଣ ପାଇଁ ରାଜନୀତି, ଧର୍ମ ଏବଂ ଜାତିଗତ ପ୍ରସଙ୍ଗ ଉପରେ ଆଲୋଚନା କରିବା ଏକ ଭୟଙ୍କର ସାବସ୍ତ୍ୟ ହୋଇପାରେ। କାରଣ ମଙ୍ଗଳ ଏବଂ ପ୍ଲୁଟୋ ସମତୁଲ ହୋଇଥିବାରୁ ଅନେକ ଜିନିଷଗୁଡିକ ହାତରୁ ଚାଲିଯିବ, ଫଳରେ ହିଂସାତ୍ମକ ଭାବ ଉଦ୍ରେଗ ହେବ। ଦ୍ୱିତୀୟ କାରଣ ହେଉଛି ଚନ୍ଦ୍ର ଚେତାବନୀ ହେତୁ କିଛି ସଫଳ ହେବ ନାହିଁ । ଅଂଶୀଦାର ସମ୍ପତ୍ତି, ବୀମା ବସ୍ତି ଏବଂ ଉତ୍ତରାଧିକାରୀ ବିଷୟରେ ବିବାଦରେ ଜଡିତ ହୁଅନ୍ତୁ…

Read More

ନୂଆଦିଲ୍ଲୀ, କର୍ପୋରେଲ ୱାଙ୍ଗ ୟା ଲୋଙ୍ଗ ନାମକ ଜଣେ ପିଏଲଏ ସୈନିକ ଆଜି ଅର୍ଥାତ ୧୯ ଅକ୍ଟୋବର ୨୦୨୦ରେ ପୂର୍ବ ଲଦାଖର ଡେମଚୋକ ସେକ୍ଟରରେ ନିୟନ୍ତ୍ରଣ ରେଖା ପାର ହେବା ପରେ ଗିରଫ ହୋଇଛନ୍ତି । ଅତ୍ୟଧିକ ଉଚ୍ଚତା ଏବଂ କଠିନ ଜଳବାୟୁ ପରିସ୍ଥିତିରୁ ରକ୍ଷା କରିବା ପାଇଁ ପିଏଲଏ ସୈନିକଙ୍କୁ ଅମ୍ଳଜାନ, ଖାଦ୍ୟ ଏବଂ ଶୀତ ପୋଷାକ ସହିତ ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି । ନିଖୋଜ ସୈନିକଙ୍କ ସୂଚନା ସମ୍ପର୍କରେ ପିଏଲଏ ପକ୍ଷରୁ ଦିଆଯାଇଥିବା ଏକ ଅନୁରୋଧକୁ ମଧ୍ୟ ଗ୍ରହଣ କରାଯାଇଛି । ପ୍ରୋଟୋକଲ ଅନୁଯାୟୀ, ପ୍ରକ୍ରିୟା ସମାପ୍ତ ହେବା ପରେ ସେହି ସୈନିକଙ୍କୁ ଚୁସୁଲ – ମୋଲଡୋ ବୈଠକ ସ୍ଥାନରେ ଚୀନ ଅଧିକାରୀଙ୍କୁ ଫେରାଇ ଦିଆଯିବ।

Read More

ନୂଆଦିଲ୍ଲୀ, ଆଜି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ‘ଆୟୁଷ୍ମାନ ସହକାର’ ନାମରେ ଏକ ଅନୁପମ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଦେଶର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟି କରିବାରେ ସମବାୟ ସଂସ୍ଥାଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ । ଏଥିପାଇଁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ଜାତୀୟ ସମବାୟ ବିକାଶ ନିଗମ (ଏନ୍‌ସିଡିସି) ମିଳିତଭାବେ ଏକ ବିତ୍ତୀୟ ପ୍ରତିଷ୍ଠାନ ଗଠନ କରିଛନ୍ତି; ଯାହା ବିକାଶ କାର‌୍ୟ୍ୟ ପାଇଁ ଅର୍ଥ ଯୋଗାଇ ଦେବ । ଆଜି ଏ ସଂପର୍କରେ ଘୋଷଣା କରି ମନ୍ତ୍ରୀ କହିଛନ୍ତି ଯେ ଏନ୍‌ସିଡିସି ଦେଶର ଯୋଗ୍ୟ ସମବାୟ ସଂସ୍ଥାଗୁଡିକୁ ଆସନ୍ତା ବର୍ଷଗୁଡିକ ପାଇଁ ୧୦ ହଜାର କୋଟି ଟଙ୍କାର ଋଣ (ଟର୍ମ ଲୋନ) ଯୋଗାଇ ଦେବ। ବର୍ତ୍ତମାନର କରୋନା ମହାମାରୀ ଫଳରେ ଅଧିକରୁ ଅଧିକ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସୃଷ୍ଟିର ଆବଶ୍ୟକତା ଅନୁଭୂତ ହେଉଛି । ଏହାକୁ ପୂରଣ କରିବା ପାଇଁ ଏନ୍‌ସିଡିସି ଏକ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧୀନସ୍ଥ କାଳୁପଡା ଘାଟ ବଜାରରୁ ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ବ୍ୟକ୍ତିଜଣଙ୍କ ଗୁରୁତର ଆହତ ହୋଇ ଏକ ଘଞ୍ଚ ବୁଦା ଭିତରେ ପଡିଥିଲେ। ସ୍ଥାନୀୟ ଯୁବକମାନେ ଆହତ ବ୍ୟକ୍ତିଙ୍କୁ ଏକ ସୁରକ୍ଷିତ ସ୍ଥାନରେ ରଖି ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୟ ଜଗନ୍ନାଥ ସଂଗଠନର ନଜରକୁ ଆଣିଥିଲେ। ସଂଗଠନର ଅଧ୍ୟକ୍ଷ ଶିଵ ଶଙ୍କର ଦାସଙ୍କ ତତ୍ୱାବଧାନରେ ଏକ ଦଳ କାଳୁପଡା ଘାଟ ଅଞ୍ଚଳର କିଛି ସ୍ଥାନୀୟ ଲୋକଙ୍କ ସହ ମିଶି ସମୃକ୍ତ ରୋଗୀକୁ ସଫା କରିବା ସହ ନୂତନ ବସ୍ତ୍ର ପରିଧାନ କରାଇଥିଲେ। ତାପରେ ତାଙ୍କର ପ୍ରାଥମିକ ଚିକିତ୍ସା କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଏହାପରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବର୍ତ୍ତମାନ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଅଛି। ଅପର ପକ୍ଷରେ ରୋଗୀର ସମ୍ପୁର୍ଣ୍ଣ…

Read More

ଭୁବନେଶ୍ବର, ଏଣିକି ଓଡିଶାର ବିଦ୍ୟୁତ ଗ୍ରାହକ ଘରେ ବସି ବିଭିନ୍ନ ସେବା ହାସଲ କରି ପାରିବେ। ସେଥିପାଇଁ ଆଜି ଲୋକାର୍ପଣ ହୋଇଛି ‘ମୋ ବିଦ୍ୟୁତ୍‌’ ପୋର୍ଟାଲ ଏବଂ ମୋବାଇଲ ଆପ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହାର ଲୋକାର୍ପଣ କରିଛନ୍ତି। ଯେଉଁମାନେ ପୋର୍ଟଲ ମାଧ୍ୟମରେ ସୁବିଧା ନେବେ ସେମାନେ www.mobidyut.com କୁ କ୍ଲିକ କରି ଏହି ସୁବିଧା ହାସଲ କରିପାରିବେ। ବିଦ୍ୟୁତ ଉପଭୋକ୍ତାଙ୍କୁ ସେବା ଯୋଗାଇଦେବାରେ ସାହାଯ୍ୟ କରିବ ଏହି ପୋର୍ଟାଲ ଏବଂ ଆପ୍। ବିଦ୍ୟୁତ ସେବା ଅତ୍ୟାବଶ୍ୟକ ହୋଇଥିବାରୁ ଏହାକୁ ମୋ ସରକାର ଅଧୀନ ଆସିଛି। ଏଥିଦ୍ୱାରା ରାଜ୍ୟର ୮୯ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଉପକୃତ ହେବେ। ଏଥିରେ ଥିବା ସୁବିଧାଗୁଡିକ ହେଲା 1-ବିଦ୍ୟୁତ୍ ଗ୍ରାହକମାନେ ବିଦ୍ୟୁତ୍‌ ସଂଯୋଗ ପାଇଁ ଆବେଦନ, ବିଲ ପୈଠ, ବିଦ୍ୟୁତ ସେବା ସଂପର୍କିତ ଅଭିଯୋଗ ଦାଖଲ ଆଦି ପାଇପାରିବେ। 2–ଯେଉଁମାନେ ୫ କିଲୋୱାଟ ଯାଏଁ ବିଜୁଳି ବ୍ୟବହାର କରିବେ ସେମାନଙ୍କୁ…

Read More

ପାଟନା, ବିହାର ନିର୍ବାଚନର ଦିନ ପାଖେଇ ଆସୁଥିବାରୁ ଦଳଗୁଡ଼ିକ ପରସ୍ପରର ଦୁର୍ବଳତାକୁ ଜନସାଧାରଣଙ୍କ ନିକଟକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ଆଜି ଭାରତୀୟ ଜନତା ପାର୍ଟି ଆରଜେଡିର ସଭାପତି ଲାଲୁ ପ୍ରସାଦ ଯାଦବଙ୍କ 15 ବର୍ଷର ଶାସନ ବିଷୟରେ ଟୁଇଟ୍ କରାଯାଇଛି। ବିଜେପି ତରଫରୁ କୁହାଯାଇଛି ଯେ 1990 ରୁ 2005 ମଧ୍ୟରେ ଲାଲୁରାଜ ଚାଲିଥିଲା । ସେତେବେଳେ ଲାଲୁଙ୍କ ଏକ ନୂଆ ଅଭିଧାନ ଥିଲା। ସେହି ଅଭିଧାନରେ ଲେଖାଥିଲା ‘କ’ ଫର କ୍ରାଇମ   ‘ଖ’ ଫର ଖତରା     ‘ଗ’ ଫର ଗୁଳି ସେହିପରି ବିଜେପି, ଆରଜେଡି ର ନାମକୁ ମଧ୍ୟ ସମାଲୋଚନା କରି କହିଛି ଆରଜେଡି ଫୁଲଫର୍ମ ହେଲା ‘ଆର’ ଫର ରଂଗରାଜ   ‘ଜେ’ଫର ଜଙ୍ଗଲରାଜ   ‘ଡି’ଫର ଦାଦାଗିରି ଏହାକୁ ନେଇ ବିହାର ବିଜେପି କର୍ମିଙ୍କ ଭିତରେ ବେଶ୍ ଉତ୍ସାହ ସୃଷ୍ଟି ହୋଇଛି।

Read More

ଦୁବାଇ : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଉ ଏକ ରେକର୍ଡ ନିଜ ନାମରେ କରିବାକୁ ଯାଉଛନ୍ତି । ପ୍ରଥମ ଖେଳାଳି ଭାବରେ ଆଇପିଏଲରେ 200 ମ୍ୟାଚ ଖେଳିବାକୁ ଯାଉଛନ୍ତି ଧୋନୀ । ଆଜି ରାଜସ୍ଥାନ ରୟାଲ୍ସ ବିପକ୍ଷ ମୁକାବିଲାରେ ଧୋନୀ ଏହି ମାଇଲଖୁଣ୍ଟ ହାସଲ କରିବେ । ଏହା ପୂର୍ବରୁ ଧୋନୀ ସମସ୍ତ ସିଜିନ ଚେନ୍ନାଇ ପାଇଁ ଖେଳିଥିବା ବେଳେ କେବଳ ଦୁଇ ସିଜିନ ଆରପିଏସ ପାଇଁ ଖେଳିଥିଲେ। ଆଇପିଏଲର ଅନ୍ୟତମ ସଫଳ ଅଧିନାୟକ ଧୋନୀ ଚେନ୍ନାଇକୁ ପ୍ରତି ସିଜିନରେ ପ୍ଲେଅଫକୁ ନେଇଥିବା ବେଳେ ଅଧିନାୟକ ଭାବରେ 169 ମ୍ୟାଚରୁ 102 ମ୍ୟାଚରେ ବିଜୟୀ ହୋଇଛନ୍ତି ।  ଧୋନୀ ଆଇପିଏଲର 4568 ରନ ସଂଗ୍ରହ କରିଥିବା ବେଳେ ସିଏସକେ ପକ୍ଷରୁ 3994 ରନ ସଂଗ୍ରହ କରିଛନ୍ତି । ଧୋନୀଙ୍କ ନେତୃତ୍ୱରେ ସିଏସକେ ତିନିଥର ଆଇପିଏଲ ଟ୍ରଫି ହାସଲ କରିଛି । ଧୋନୀଙ୍କ ବ୍ୟତୀତ ଏକାଧିକ ଖେଳାଳି 200…

Read More

ଗୁରୁଗାଓଁ : ଏବେ ଅନଲାଇନ୍‌ର ସମୟ । ସ୍ମାର୍ଟ ଫୋନ୍‌ ଯୋଗୁଁ ଲୋକେ ଏବେ ପ୍ରାୟ ସବୁ ଅନଲାଇନ୍‌ରେ କରିବାକୁ ଭଲପାଉଛନ୍ତି ।ଏବେ ଅନଲାଇନ୍‌ ଡେଟିଂ ଆପ୍‌ର ମଧ୍ୟ ଲୋକପ୍ରିୟତା ବଢିଛି । ତେବେ ଏହି ଡେଟିଂ ଆପ୍‌ ଯୋଗୁଁ ପାର୍ଟନର୍‌ ଖୋଜିବା ସହଜ ହେଉଛି । କିନ୍ତୁ ଏହି ଅନଲାଇନ୍‌ ଡେଟିଂ ଆପ୍‌ ଯୋଗୁଁ କିଛି ଲୋକଙ୍କ ଜୀବନ ବରବାଦ ହେଉଥିବାବେଳେ କିଛି ଲୋକେ ଏହାର ଫାଇଦା ଉଠାଉଛନ୍ତି । ଡେଟିଂ ଆପ୍‌ର ଫାଇଦା ଉଠାଇ ଜଣେ ମହିଳା ଜଣେ ବ୍ୟକ୍ତିଙ୍କୁ ବ୍ଲାକ୍‌ମେଲ୍‌ କରିଥିବାର ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଗୁରୁଗାଓଁର ଜଣେ ମହିଳା ଡେଟିଂ ଆପ୍‌ ଜରିଆରେ ଜଣେ ବ୍ୟକ୍ତିଙ୍କୁ ଫସାଇ ବ୍ଲାକମେଲ କରିଛନ୍ତି । ଡେଟିଂ ଆପ୍‌ ଜରିଆରେ ଦୁହେଁ ପରିଚିତ ହୋଇଥିବାବେଳେ ଦୁହେଁ ନିଜ ଫୋନ ନମ୍ବର ଦିଆନିଆ ହୋଇଥିଲେ । କିଛି ସମୟଦୁହେଁ ଚାର୍ଟିଂ କରିବା ପରେ ଫୋନ୍‌ ନମ୍ବର…

Read More

ଯାଜପୁର, ଯେଉଁମାନେ ଜର୍ଦ୍ଦା ଖାଉଛନ୍ତି, ସେମାନେ ସାବଧାନ। କାରଣ ପ୍ରଥମତଃ ଜର୍ଦ୍ଦା ଖାଇବା ସ୍ବାସ୍ଥ୍ୟ ପାଇଁ ହୀନକାର। ହେଲେ ଏବେ ଆମେ ଯେଉଁକଥା କହୁଛୁ ତାହା ହେଉଛି ତିବ୍ର ବିଶାକ୍ତ ଜର୍ଦ୍ଦା। ଯାଜପୁର ପୋଲିସ ଆଜି ବିଷାକ୍ତ ଜିନିଷ ମିଶାଇ ନକଲି ଜର୍ଦ୍ଦା ପ୍ରସ୍ତୁତ କରୁଥିବା 3 ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ପୋଲିସ ଏମାନଙ୍କଠାରୁ ବିପୁଳ ପରିମାଣ ଜର୍ଦ୍ଦା ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ବିଷାକ୍ତ ଜିନିଷ ଜବତ କରିଛି। ସେହି ସ୍ଥାନରେ ବହୁ ବର୍ଷ ଧରି ବିଭିନ୍ନ ନାମଜାଦା ବ୍ରାଣ୍ଡର ନକଲି ଜର୍ଦ୍ଦା ପ୍ରସ୍ତୁତ କରାଯାଉ ଥିଲା। ଏ ନେଇ ଜେନାପୁର ଥାନାରେ ଏକ ମାମଲା ଋଜୁ କରାଯାଇଛି। ତେବେ ଏ ସଂପର୍କରେ ଅଧିକ ଅନୁସନ୍ଧାନ ଚାଲିଛି ବୋଲି ପୋଲିସ କହିଛି।

Read More

ଶ୍ରୀନଗର : ଜମ୍ମୁ କାଶ୍ମୀର କ୍ରିକେଟ ସଂଘର ଏକ ଦୁର୍ନୀତି ମାମଲାରେ ଫାରୁକ ଅବଦୁଲ୍ଲାଙ୍କୁ ପଚରା ଉଚୁରା କରିଛି ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ । ଶ୍ରୀନଗର ସ୍ଥିତ ଇଡି କାର୍ଯ୍ୟାଳୟରେ ଅବଦୁଲ୍ଲାଙ୍କୁ ଜେରା କରାଯାଉଥିବା ବେଳେ ଓମାର ଅବଦୁଲ୍ଲା ଏହି ଘଟଣାକୁ ନିନ୍ଦା କରିଛନ୍ତି । ଜମ୍ମୁ କାଶ୍ମୀରରେ କ୍ରିକେଟର ବିକାଶ ପାଇଁ 112 କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଏହା ମଧ୍ୟରୁ 43 କୋଟି ହେରଫେର ହୋଇଥିବା ନେଇ ଅଭିଯୋଗ ଆସିଥିଲା । ଏହି ଦୁର୍ନୀତି ମାମଲାକୁ ନେଇ 2019ରୁ ଇଡି ପକ୍ଷରୁ ପଚରାଉଚୁରା କରାଯାଉଛି । 2002ରୁ 2011 ମଧ୍ୟରେ ଅବଦୁଲ୍ଲା କ୍ରିକେଟ ବୋର୍ଡର ଚେୟାରମ୍ୟାନ ରହିଥିବା ସମୟରେ ଏହି ହେରଫେର ହୋଇଥିବା ଜଣାପଡିଛି । ତେବେ ଫାରୁକଙ୍କ ପୁଅ ଓମାର ଅବଦୁଲ୍ଲା ଏହି ଘଟଣାରେ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଗୁପକାର ରାଜିନାମାରେ ଭୟଭୀତ ହୋଇ କେନ୍ଦ୍ର ସରକାର ଇଡି ଜରିଆରେ ପ୍ରତିଶୋଧପରାୟଣ ରାଜନୀତି କରୁଛି…

Read More

ପାଟନା, ଧିରେ ଧିରେ ବିହାର ନିର୍ବାଚନ ତାତି ବଢିବାରେ ଲାଗିଛି। ଆଜି ଏକ ନିର୍ବାଚନୀ ସଭାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଲାଲୁଙ୍କୁ କଡା କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ ଏପରି ଘଟଣା ଘଟିଛି ଯାହା ଏକ ଇତିହାସ ସୃଷ୍ଟି କରିଛି। ତାହା ହେଉଛି ଯେତେବେଳେ ସ୍ବାମୀ ଜେଲ ଭିତରେ ସେତେବେଳେ ସ୍ତ୍ରୀ ମୁଖ୍ୟମନ୍ତ୍ରୀ। ଏହା କହି ସେ ଜୋରରେ ହସିଥିଲେ। ତେବେ ନୀତିଶ ଏହି କଟାକ୍ଷ ସିଧା ଆରଜେ଼ଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଥିଲେ ମଧ୍ୟ ସେ ତାଙ୍କର ନାମ ନେଇ ନ ଥିଲେ। ବିହାର ନିର୍ବାଚନ ଯେତିକି ପାଖେଉଛି ସେତିକି ରାଜନୈତିକ ବୟାନବାଜି ସୃଷ୍ଟି ହେବାରେ ଲାଗିଛି।

Read More

ଭୁବନେଶ୍ୱର:  ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ ଭିଡିଓକୁ ନେଇ ପୁଲିସର ତତ୍ପରତା ପ୍ରସଙ୍ଗରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏକ ବଡ଼ ବୟାନ ଦେଇଛନ୍ତି। ଚନ୍ଦ୍ରାଣୀଙ୍କ ସରଳତାର ସୁଯୋଗ ନେଇ ତାଙ୍କୁ ବ୍ୟବହାର କରାଯାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି ଯେ, ବିଭିନ୍ନ ସମୟରେ ଚନ୍ଦ୍ରାଣୀଙ୍କ ସରଳତାର ସୁଯୋଗ ନେଇ ତାଙ୍କୁ ବ୍ୟବହାର କରାଯାଉଛି। ଏହା ଉପରେ ଆଦିବାସୀ ସମାଜ କଠୋର ଅଭିମୁଖ୍ୟ ନେବାକୁ ନିଷ୍ପତ୍ତି ନେଇଛି। ଆଗାମୀ ଦିନରେ ନବୀନ ନିବାସ ଘେରାଉ ପାଇଁ ଆଦିବାସୀ ସମାଜ ପକ୍ଷରୁ  ନିଷ୍ପତ୍ତି  ନିଆଯାଇଛି।  ଚନ୍ଦ୍ରମା ଭୂମିଆ ଓ ଚନ୍ଦ୍ରାଣୀ ମୁର୍ମୁଙ୍କୁ ନ୍ୟାୟ ଦେବାକୁ ନବୀନ ନିବାସ ଘେରାଉ ନିଷ୍ପତ୍ତି  ନିଆଯାଇଥିବା କଥା ଶ୍ରୀ ମାଝୀ କହିଛନ୍ତି। ସେହିପରି ଗଣମାଧ୍ୟମ ପ୍ରତି ଆକ୍ରୋଶମୂଳକ ପଦକ୍ଷେପକୁ ପ୍ରଦୀପ ମାଝୀ ନାପସନ୍ଦ କରି କହିଛନ୍ତି ଯେ, ଆଇନ ପରିସରରେ ରହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ଫେକ ଭିଡିଓ କିଏ…

Read More

ପୁରୀ : ପୁରୀ ସ୍ବର୍ଗଦ୍ବାରରୁ ଶବ ସଂସ୍କାର ନେଇ କଟକଣା ହଟିଲା । ପୁରୀ ଜିଲ୍ଲା ବାହାରର ଯେକେହି ଆତ୍ମୀୟଙ୍କ ସଂସ୍କାର କରିପାରିବେ ।କଟକଣା ହଟିବା ନେଇ ପୁରୀ ଜିଲ୍ଲାପାଳଙ୍କ ବଲଓ୍ବନ୍ତ ସିଂହ ସୂଚନା ଦେଇଛନ୍ତି । ଜିଲ୍ଲାରେ ସଂକ୍ରମଣ ହାର କମିଥିବାରୁ ସ୍ବର୍ଗଦ୍ବାରରୁ କଟକଣା ହଟାଗଲା । ତେବେ ଶବ ସତ୍କାର ବେଳେ କୋଭିଡ୍‌ ଗାଇଡଲାଇନ୍‌ ପାଳନ କରିବାକୁ ସୂଚନା ଦିଆଯାଇଛି । ସଂସ୍କାର କାର୍ଯ୍ୟକ୍ରମରେ 20 ଜଣରୁ ଅଧିକ ଯିବେନି । ସମସ୍ତେ ମାସ୍କ ପିନ୍ଧିବା ସହିତ କୋଭିଡ୍‌ ଗାଇଡଲାଇନ୍‌ ପାଳନ କରିବାକୁ ନିର୍ଦ୍ଦେଶ ଜାରି ରହିଛି । ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ମାମଲାକୁ ଦେଖି ଗତ ଜୁଲାଇ 8 ତାରିଖରୁ ପୁରୀ ଜିଲ୍ଲା ବାହାରର କୌଣସି ବ୍ୟକ୍ତି ବା ପରିବାରକୁ ପୁରୀର ସ୍ୱର୍ଗଦ୍ୱାରରେ ଶବ ଦାହ କରିବାକୁ ବାରଣ କରାଯାଇଥିଲା ।

Read More