ସ୍ବର୍ଗଦ୍ବାରରୁ କଟକଣା ହଟିଲା

Published: Oct 19, 2020, 3:04 pm IST

ପୁରୀ : ପୁରୀ ସ୍ବର୍ଗଦ୍ବାରରୁ ଶବ ସଂସ୍କାର ନେଇ କଟକଣା ହଟିଲା । ପୁରୀ ଜିଲ୍ଲା ବାହାରର ଯେକେହି ଆତ୍ମୀୟଙ୍କ ସଂସ୍କାର କରିପାରିବେ ।କଟକଣା ହଟିବା ନେଇ ପୁରୀ ଜିଲ୍ଲାପାଳଙ୍କ ବଲଓ୍ବନ୍ତ ସିଂହ ସୂଚନା ଦେଇଛନ୍ତି । ଜିଲ୍ଲାରେ ସଂକ୍ରମଣ ହାର କମିଥିବାରୁ ସ୍ବର୍ଗଦ୍ବାରରୁ କଟକଣା ହଟାଗଲା । ତେବେ ଶବ ସତ୍କାର ବେଳେ କୋଭିଡ୍‌ ଗାଇଡଲାଇନ୍‌ ପାଳନ କରିବାକୁ ସୂଚନା ଦିଆଯାଇଛି । ସଂସ୍କାର କାର୍ଯ୍ୟକ୍ରମରେ 20 ଜଣରୁ ଅଧିକ ଯିବେନି । ସମସ୍ତେ ମାସ୍କ ପିନ୍ଧିବା ସହିତ କୋଭିଡ୍‌ ଗାଇଡଲାଇନ୍‌ ପାଳନ କରିବାକୁ ନିର୍ଦ୍ଦେଶ ଜାରି ରହିଛି ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ମାମଲାକୁ ଦେଖି ଗତ ଜୁଲାଇ 8 ତାରିଖରୁ ପୁରୀ ଜିଲ୍ଲା ବାହାରର କୌଣସି ବ୍ୟକ୍ତି ବା ପରିବାରକୁ ପୁରୀର ସ୍ୱର୍ଗଦ୍ୱାରରେ ଶବ ଦାହ କରିବାକୁ ବାରଣ କରାଯାଇଥିଲା ।

Related posts