ଡେଟିଂ ଆପ୍‌ ଜରିଆରେ ବ୍ୟକ୍ତିଙ୍କୁ ଫସାଇଲେ ମହିଳା, ତା’ପରେ କରିଲେ ଏହି କାମ

Published: Oct 19, 2020, 5:56 pm IST

ଗୁରୁଗାଓଁ : ଏବେ ଅନଲାଇନ୍‌ର ସମୟ । ସ୍ମାର୍ଟ ଫୋନ୍‌ ଯୋଗୁଁ ଲୋକେ ଏବେ ପ୍ରାୟ ସବୁ ଅନଲାଇନ୍‌ରେ କରିବାକୁ ଭଲପାଉଛନ୍ତି ।ଏବେ ଅନଲାଇନ୍‌ ଡେଟିଂ ଆପ୍‌ର ମଧ୍ୟ ଲୋକପ୍ରିୟତା ବଢିଛି । ତେବେ ଏହି ଡେଟିଂ ଆପ୍‌ ଯୋଗୁଁ ପାର୍ଟନର୍‌ ଖୋଜିବା ସହଜ ହେଉଛି । କିନ୍ତୁ ଏହି ଅନଲାଇନ୍‌ ଡେଟିଂ ଆପ୍‌ ଯୋଗୁଁ କିଛି ଲୋକଙ୍କ ଜୀବନ ବରବାଦ ହେଉଥିବାବେଳେ କିଛି ଲୋକେ ଏହାର ଫାଇଦା ଉଠାଉଛନ୍ତି । ଡେଟିଂ ଆପ୍‌ର ଫାଇଦା ଉଠାଇ ଜଣେ ମହିଳା ଜଣେ ବ୍ୟକ୍ତିଙ୍କୁ ବ୍ଲାକ୍‌ମେଲ୍‌ କରିଥିବାର ଘଟଣା ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ଅନୁସାରେ ଗୁରୁଗାଓଁର ଜଣେ ମହିଳା ଡେଟିଂ ଆପ୍‌ ଜରିଆରେ ଜଣେ ବ୍ୟକ୍ତିଙ୍କୁ ଫସାଇ ବ୍ଲାକମେଲ କରିଛନ୍ତି । ଡେଟିଂ ଆପ୍‌ ଜରିଆରେ ଦୁହେଁ ପରିଚିତ ହୋଇଥିବାବେଳେ ଦୁହେଁ ନିଜ ଫୋନ ନମ୍ବର ଦିଆନିଆ ହୋଇଥିଲେ । କିଛି ସମୟଦୁହେଁ ଚାର୍ଟିଂ କରିବା ପରେ ଫୋନ୍‌ ନମ୍ବର ଦିଆନିଆ ହୋଇଥିଲେ । ଏହାପରେ ଦୁହେଁ ଭିଡିଓ କଲ୍‌ରେ ମଧ୍ୟ କଥାବାର୍ତ୍ା ହୋଇଥିଲେ । କିନ୍ତୁମହିଳା ଜଣକ ଏହାର ଫାଇଦା ଉଠାଇ ବ୍ୟକ୍ତିଙ୍କର ନ୍ୟୁଡ୍‌ ଭିଡିଓ ବନାଇଥିବାର ଅଭିଯୋଗ କରିଛନ୍ତି ବ୍ୟକ୍ତି ଜଣକ । ଏହା ପରେ ମହିଳା ଜଣକ ତାଙ୍କୁ ବ୍ଲାକ୍‌ମେଲ୍‌ କରି 5000ଟଙ୍କା ମାଗିଥିଲେ ।

ଏହା ପରେ ମହିଳା ଜଣକ ଆହୁରି ଟଙ୍କା ଦାବି କରିଥିଲେ । ବ୍ୟକ୍ତିଜଣକ ଦେବାକୁ ମନା କରିବାରୁ ମହିଳା ଜଣଙ୍କ ତାଙ୍କ ବିରୋଧରେ ‘ଅନଲାଇନ୍‌ ଦୁଷ୍କର୍ମ’ର ମାମଲା କରିବେ ବୋଲି ଧମକ ଦେଇଥିଲେ । ଏହାପରେ ବ୍ୟକ୍ତିଙ୍କ ନ୍ୟୁଡ୍‌ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହାପରେ ବ୍ୟକ୍ତିଜଣକ ଉକ୍ତ ମହିଳାଙ୍କ ବିରୋଧରେ ପୋଲିସ୍‌ରେ ଅଭିଯୋଗ କରିଥିଲେ । ପୋଲିସ୍‌ ଏହି ମାମଲାକୁ ଗ୍ରହଣ କରି ଆଇପିସି ଓ ଆଇଟି ଆକ୍ଟର ବିଭିନ୍ନ ଧାରା ଆଧାରରେ ମୋକଦ୍ଦମା ଦାଏର କରି ଯାଞ୍ଚ ଆରମ୍ଭ କରିଛି । (ଏଜେନ୍ସି)

Related posts