ନୂଆଦିଲ୍ଲୀ : ନବରାତ୍ରି ଅବସରରେ ସୋସିଆଲ ମିଡିଆରେ ଫଟୋ ସେୟାର କରି ଅଡୁଆରେ ପଡିଛନ୍ତି ଓକିଲ ଦୀପିକା ରାଜାବତ । ହିନ୍ଦୁ ଦେବାଦେବୀଙ୍କ ବିବାଦୀୟ ଫଟୋ ପୋଷ୍ଟ କରି ଅଡୁଆରେ ପଡିଛନ୍ତି ଦୀପିକା । ଏନେଇ ତାଙ୍କୁ ଖୁବ ଶୀଘ୍ର ଗିରଫ କରାଯିବାନେଇ ଦାବି ଜୋର ଧରିଛି । ଦୀପିକା ନବରାତ୍ରିକୁ ନେଇ ସୋଶିଆଲ ମିଡ଼ିଆରେ ଏକ ଫଟୋ ସେୟାର କରିଥିଲେ । ଏହାସହ ସେ ସମାଜର ସ୍ଥିତି ବିଷୟରେ ବଖାଣିବାକୁ ଯାଇ କ୍ୟାପସନ ଦେଇଥିଲେ ଯେ, ନବରାତ୍ରି ଦିନ ମହିଳାଙ୍କ ସ୍ଥିତି କ’ଣ ଥାଏ ଆଉ ବାକି ଦିନମାନଙ୍କରେ କେଉଁ ପରିସ୍ଥିତି ସୃଷ୍ଟି ହୁଏ ସମସ୍ତେ ଜାଣିଛନ୍ତି । ତେଣୁ ସେ ନିଜ ନିଜ ଧର୍ମ ଓ କର୍ମ ଉପରେ ବିଶ୍ୱାସ ରଖିଥାନ୍ତି । ଏହି ଫୋଟ ପୋଷ୍ଟକୁ ଦେଖି ସାଧାରଣ ଲୋକେ ବିରକ୍ତ ପ୍ରକାଶ କରିବା ସହ ଟ୍ୱିଟ ପରେ ଟ୍ୱିଟ କରିଥିଲେ । ସୂଚନାଯାୟୀ 2018 ମସିହାରେ…
Author: Samikhsya Bureau
ସୀତାରାମ ଅଗ୍ରୱାଲ ଚିଲିକା: ରାଜ୍ୟର ମନ୍ଦିର ଗୁଡିକ ଖୋଲିବା ଉପରେ ସରକାର କଟକଣା ଲଗାଇଥିବାବେଳେ ମନ୍ଦିରରେ ଥିବା ପୂଜକମାନେ ମୁଣ୍ଡରେ ହାତଦେଇ ବସିଗଲେଣି। ସରକାରଙ୍କ ନିଷ୍ପତ୍ତି କ୍ରମେ କୋଭିଡ କଟକଣା ଭିତରେ ରେଷ୍ଟୁରାଣ୍ଟ ଓ ବାର ଆଦି ଖୋଲିଥିବାବେଳେ ମନ୍ଦିର ଉପରେ ଏଭଳି କଟକଣାକୁ ନେଇ ଚିଲିକା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଉଛି। ନିକଟରେ କୋଣାର୍କ ମନ୍ଦିରକୁ କେନ୍ଦ୍ରସରକାର ସାଧାରଣ ଲୋକଙ୍କ ପାଇଁ ଖୋଲିଥିବାବେଳେ ଠାକୁରଙ୍କ ମନ୍ଦିର କେବେ ଖୋଲିବ ବୋଲି ପ୍ରଶ୍ନ କରୁଛନ୍ତି ଜନତା। ମନ୍ଦିର ଖୋଲା ନଯିବାକୁ ନେଇ ଚିଲିକା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି। ନିକଟରେ ଦେଶର ବିଭିନ୍ନ ସ୍ଥାନରେ କରୋନା କଟକଣା ନିୟମ ଭିତରେ ମନ୍ଦିର ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ତେବେ ରାଜ୍ୟ ସରକାର ମନ୍ଦିର ଗୁଡିକ ଉପରୁ କଟକଣା ହଟାଉ ନଥିବାରୁ ରାଜ୍ୟର ଶହ ଶହ ମନ୍ଦିରରେ ତାଲା ଝୁଲୁଛି। ଚିଲିକା ନିର୍ବାଚନମଣ୍ଡଳୀର…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ (ଆଇଏମ୍ଏସ୍ ଆଣ୍ଡ ସମ୍) ହସ୍ପିଟାଲରେ ନୂତନ ରେନାଲ୍ ପାଥୋଲୋଜି ବିଭାଗରେ ଅତ୍ୟାଧୁନିକ ଇମୁ୍ୟନୋଫ୍ଲୋରେନସ୍ ମାଇକ୍ରୋସ୍କୋ ଯନ୍ତ୍ର ଉଦ୍ଘାଟିତ ହୋଇଯାଇଛି । ବର୍ତମାନ ସମୟରେ କିଡ୍ନୀ ରୋଗର ଭୟାବହତା ଖୁବ୍ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ରୋଗୀ କିପରି ତତ୍କ୍ଷଣାତ ନିଦାନ ଓ କିଡ୍ନୀ ଜନିତ ସମସ୍ୟାର ଚିକିତ୍ସା କରିପାରିବେ ସେ ଦିଗରେ ଏହି ଯନ୍ତ୍ରଟିର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ରହିବ । ଏହି ଯନ୍ତ୍ରର ବିଶେଷତ୍ୱ ହେଉଛି ବାୟୋପ୍ସି ମାଧ୍ୟମରେ କିଡନୀରୁ ସଂଗୃହିତ ମାଂସ ଏହି ଇମ୍ୟୁନୋଫ୍ଲୋରେନସ୍ ମାଇକ୍ରୋସ୍କୋପ ମାଧ୍ୟମରେ ରୋଗର ସ୍ଥିତିକୁ ସଠିକ୍ ଭାବରେ ପ୍ରଦାନ କରିଥିାଏ । ଯଦ୍ୱାରା ଡାକ୍ତର ଖୁବଶୀଘ୍ର ଚିକିତ୍ସା ପ୍ରଦାନ କରିଥାନ୍ତି । ରୋଗୀ ମଧ୍ୟ ଖୁବ୍ ଶୀଘ୍ର ସୁସ୍ଥ ହୋଇଥାଏ । ସୂଚନାୋଗ୍ୟ ଯେ, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପୂର୍ବ…
ମୟୂରଭଞ୍ଜ : ମୟୂରଭଞ୍ଜର ରରୁଆଁ ନିକଟରେ ଟ୍ରକ୍ ତଳେ ଚାପି ହୋଇ ତିନିଜଣ ମୃତ୍ୟୁବରଣ କରିଛନ୍ତି । ତିନିଜଣ ଗୋଟିଏ ସ୍କୁଟିରେ ଯାଉଥିବାବେଳେ ଟ୍ରକ୍ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଘଟିବା ସମୟରେ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଦୁଇ ଘଣ୍ଟାର ଉଦ୍ୟମ ପରେ ଦୁଇଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲ । ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଏନ୍ଏଚ୍ ଫୁଲଗୋନ୍ଥାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ରାସ୍ତାରେ ଯାଉଥିବା ଏକ ସ୍କୁଟିକୁ ଟ୍ରକ୍ ଧକ୍କା ଦେବା ଫଳରେ ତିନିଜଣଙ୍କର ମୃତ୍ୟୁ ହୋଇଛି । ତିନିଜଣ ଗୋଟିଏ ସ୍କୁଟିରେ ଯାଉଥିବାବେଳେ ଟ୍ରକ୍ ଧକ୍କା ଦେଇଥିଲା । କିଛି ଘଣ୍ଟା ଧରି ଟ୍ରକ୍ର ଚକ ତଳେ ତିନିଜଣ ଚାପି ହୋଇ ରହିଯାଇଥିଲେ । ଜଣକ ଅଣ୍ଟା ଉପରେ ଟ୍ରକ୍ଟି ମାଡିଯାଇଥିବାବେଳେ ଅନ୍ୟ ଦୁଇଜଣଙ୍କର ଛାତି ଉପରେ ଟ୍ରକ୍ ରହିଥିଲା…
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି 229 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂତନ 229 ଆକ୍ରାନ୍ତଙ୍କ ମଧ୍ୟରୁ 47 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ 182ଜଣ ରହିଛନ୍ତି ବୋଲି ବିଏମସି ଟୁଇଟ୍ ଯୋଗେ ସୂଚନା ଦେଇଛି । https://twitter.com/bmcbbsr/status/1318491485826805760?s=20 ସେହିପରି ଆଜି ରାଜଧାନୀରୁ 308 ଜଣ ସୁସ୍ଥ ହୋଇଛନ୍ତି । ନୂତନ ଚିହ୍ନଟ 229 କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍ ସଂକ୍ରମିଙ୍କ ସଂଖ୍ୟା 27 ହଜାର 670ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 24 ହଜାର 758ଜଣ । ସେହିପରି 142ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା 2ହଜାର749ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।
ରମେଶ ମହାନ୍ତି ଜଗତସିଂହପୁର : ରଘୁନାଥପୁର ବ୍ଲକ ଅଧିନସ୍ଥ ଚିକିଣିଆ ପଞ୍ଚାୟତ ସମିତି ସଭ୍ୟଙ୍କ ବାସଭବନରେ ବିଜେଡିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚିକିଣିଆ ପଞ୍ଚାୟତର ସମିତି ସଭ୍ୟ ପ୍ରମିଳା ଦେଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥିଭାବେ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗଦେଇ ଉପସ୍ଥିତ ବିଜେଡି କର୍ମୀଙ୍କ ସହିତ ଆଲୋଚନା କରିଥିଲେ। ସୂଚନାନୁଯାୟୀ ଏହି ବୈଠକ ସମ୍ପର୍କରେ ପୂର୍ବରୁ ସମିତିସଭ୍ୟଙ୍କୁ ଅବଗତ କରାନଯାଇ ହଠାତ୍ ତାଙ୍କ ବାସଭବନରେ ପହଞ୍ଚି ଯାଇଥିଲେ ପୁର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଏନେଇ ଉକ୍ତ ବୈଠକରେ ଅସନ୍ତୋଷ ଦେଖାଦେଇଥିବା ଜଣାପଡିଛି। ଅପରପକ୍ଷରେ ରଘୁନାଥପୁର ବ୍ଲକରେ ଚିକିଣିଆ ପଞ୍ଚାୟତର ରାଜନୀତି ଏକ ଗୁରୁତ୍ବପୁର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି ବୋଲି କୁହାଯାଉଛି। ସୂଚନାନୁଯାୟୀ ଉକ୍ତ ପଞ୍ଚାୟତ ବିଜେଡିର ଦାୟୀତ୍ୱ ପୂର୍ବତନ ସରପଞ୍ଚ ତଥା ଟାଣୁଆ ଟାଣୁଆ ନେତା ବିଷ୍ଣୁ ଚରଣ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମିତି ସଭ୍ୟା ପ୍ରମିଳା ଦେଈ ତୁଲାଇବେ ବୋଲି ଶୁଣିବାକୁ ମିଳୁଛି। ଏହି…
ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଆଇଟମ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାହୁଲ ଗାନ୍ଧୀ । ଦୁଇ ଦିନର ନୀରବତା ପରେ କମଲନାଥଙ୍କ ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି ରାହୁଲ କହିଛନ୍ତି । ଏକ ରାଜନୈତିକ ସଭାରେ ମଧ୍ୟପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ଇମର୍ତି ଦେବୀଙ୍କୁ ଆଇଟମ ବୋଲି ସମ୍ବୋଧନ କରିଥିଲେ କମଲନାଥ । କମଲନାଥଙ୍କ ଏହି ମନ୍ତବ୍ୟ ପରେ ଏହାକୁ ନେଇ ରାଜନୈତିକ ବାକବିତଣ୍ଡା ସୃଷ୍ଟି ହୋଇଥିଲା । ବିଜେପି ନେତା ମାନେ କମଲନାଥଙ୍କୁ ସମାଲୋଚନା କରିଥିବା ବେଳେ କଂଗ୍ରେସ ଏହାକୁ ନେଇ ନୀରବତା ଅବଲମ୍ବନ କରିଥିଲେ । ଆଜି ଏକ ନିର୍ବାଚନୀ ରାଲିରେ ରାହୁଲ ଏହାକୁ ସମାଲୋଚନା କରିଥିଲେ । ମହିଳାଙ୍କ ସମ୍ମାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ରାହୁଲ ମତ ଦେଇଥିଲେ ।
ଭୁବନେଶ୍ବର : ଆଜି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି ପୂଜାରେ ସତର୍କ ରହିବାକୁ ଅପିଲ୍ କରିଛନ୍ତି । ଗତ ସାତ ମାସ ହେଲା ଓଡ଼ିଶା କରୋନା ବିରୋଧରେ ଲଢୁଛି । ଏଥିପାଇଁ ରାଜ୍ୟବାସୀଙ୍କୁ ବହୁ କଷ୍ଟ, ତ୍ୟାଗ ସ୍ବୀକାର କରିବାକୁ ପଡିଛି । କରୋନାକୁ ଦୃଷ୍ଟିରେ ରଖି ପିଲା ଓ ବୟସ୍କଙ୍କୁ ଘରେ ରହିବାକୁ ପଡୁଛି । ବୟସ୍କ, ପିଲା ଘରେ ରହିଲେ, ଆମେ କରୋନା ବିରୋଧରେ ଲଢେଇ କରିପାରିବା । ଓଡ଼ିଶା 6 ମାସରେ କରୋନା ସଂକ୍ରମଣ ରୋକିବାରେ ସଫଳ ହୋଇଛି । ଗତ 15 ଦିନ ହେଲା ରାଜ୍ୟରେ କୋଭିଡ୍ କେସ କମିବା ଆରମ୍ଭକରିଛି । ସେପ୍ଟେମ୍ବର 26ରେ 4 ହଜାରରୁ ଅଧିକ ଥିଲା, ଏବେ 2 ହଜାର ତଳେ ରହିଛି । ପିଜିଟିଭିଟି ରେଟ୍ ବି କମିଛି, ଆଗକୁ ଆହୁରି କମିବ । ଦୁଇ ମାସ ତଳେ ଗଞ୍ଜାମ ହଟସ୍ପଟ ଥିଲା, ଦୈନିକ ଶହ ଶହ ବାହାରୁଥିଲେ…
ଭୁବନେଶ୍ୱର : ଦାଦାଙ୍କୁ ନିସ୍ତାର ନାହିଁ । ଦାଦାଙ୍କୁ ଆଉ ମାଫ୍ କରାଯିବ ନାହିଁ । ଯେଉଁଠି ଦାଦାବଟି ଆଦାୟ ଅଭିଯୋଗ ଆସିବ ସାଙ୍ଗେ ସାଙ୍ଗେ ପୁଲିସ ସେଠାରୁ ଟେକି ଆଣିବ । ପୂର୍ବରୁ ଦାଦାବଟି ଆଦାୟ ଅଭିଯୋଗରେ ପୁଲିସ କେତେକ ଦାଦାଙ୍କୁ ଗିରଫ କରିଛି । ପୁଣି ଦାଦାବଟିକୁ ନା’ ପ୍ରସଙ୍ଗରେ ପୁଲିସ ମହାନିର୍ଦ୍ଦେଶକ ଅଭୟ ପ୍ରେସ ମିଟ କରିଛନ୍ତି । ଦାଦାବଟିକୁ ରୋକିବା ପାଇଁ ଏବେ ଏକ ହେଲପଲାଇନ ନମ୍ବର ଜାରି କରିଛନ୍ତି । ପୁଲିସ ଡିଜିପି ପ୍ରେସ ମିଟରେ କହିଛନ୍ତି ଯେ, ଦାଦାବଟି ଆଦାୟକୁ ରୋକିବା ପାଇଁ କଟକ ଓ ଭୁବନେଶ୍ୱରରେ ହେଲପଲାଇନ ନମ୍ବର କାମ କରିବ । ହେଲଲାଇନ ନମ୍ବର ହେଲା 9938910000। ଏସଏମଏସ ତଥା ମେସେଜ ମାଧ୍ୟମରେ ଯେ କେହି ଅଭିଯୋଗ କରିପାରିବେ । ଅଭିଯୋଗକାରୀ ଇଚ୍ଛା କଲେ ନିଜ ନାମ ମଧ୍ୟ ଗୁପ୍ତ ରଖିପାରିବେ ବୋଲି ଡିଜିପି କହିଛନ୍ତି ।
ରମେଶ ମହାନ୍ତି ଜଗତସିଂହପୁର : ସୋମବାର ଅପରାହ୍ନରେ ତରଜଙ୍ଗା ପଞ୍ଚାୟତ ସ୍ଥିତ ପୁବପଡା ବୁଢୀ ଜାଗୁଳାଇ ପୀଠରେ ବିଜେଡିର ଏକ କର୍ମି ସମ୍ମିଳନୀ ଓ ମିଶ୍ରଣପର୍ବ ପଞ୍ଚାୟତ ସଭାପତି ରଞ୍ଜିତ ପରିଜାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ତିର୍ତ୍ତୋଲ ବ୍ଲକର ନିର୍ବାଚନ ମଙ୍ଗଧରିଥିବା ବିଧାୟକ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବିଜେଡି ଜିଲ୍ଲା ସଭାପତି ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପ୍ରଭାରୀ ଧିରେନ ଜେନା, ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି,ବ୍ଲକ ସଭାପତି ଗଙ୍ଗାଧର ବିଶ୍ୱାଳ, ରମାକାନ୍ତ ଭୋଇ, ଜିଲ୍ଲାପରିଷଦ ସଭ୍ୟ ପ୍ରବୀର ରାୟ ଯୋଗଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ମହାନ୍ତି,ଭବେଶ ଚୌଧୁରୀ, ପ୍ରଦୀପ ପୃଷ୍ଟି, ରବି ନାରାୟଣ ଦାସ,ବିଜୁ ଯୁବବାହିନୀ ସମ୍ପାଦକ ହିମାଂଶୁ ସ୍ୱାଇଁ, ୱାର୍ଡ଼ମେମ୍ବର କୃଷ୍ଣ ଚନ୍ଦ୍ର ମହାନ୍ତି, ତ୍ରିଲୋଚନ ସେଠୀ, ଅଭିଷେକ ତ୍ରିପାଠୀ, ଜୀବନଜ୍ୟୋତି ପରିଜା, ବିରଞ୍ଚି ନାରାୟଣ ମହାନ୍ତି, ପିତାମ୍ବର…
ଭୁବନେଶ୍ବର : ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ 4ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧନ କରିବେ । ତେବେ କେଉଁ ବିଷୟରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ସେନେଇ କୌଣସି ସୂଚନା ମିଳିନଥିବାବେଳେ ପାର୍ବଣ ସମୟରେ କରୋନାକୁ ନେଇ ରାଜ୍ୟବାସୀ ଅଧିକ ସତର୍କ ହେବା ନେଇ ମୁଖ୍ୟମନ୍ତ୍ରୀ ଅପିଲ୍ କରିପାରନ୍ତି । ସୂଚନାଯୋଗ୍ୟ, ଆଜି ସନ୍ଧ୍ୟା 6ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବେ ।
ଭୁବନେଶ୍ବର : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଗୁରୁପଦ ନନ୍ଦଙ୍କ ପରଲୋକ ହୋଇଛି । କଟକର ଏକ ଘରୋଇ ହସ୍ପିଟାଲରେ 77 ବର୍ଷରେ ପରଲୋକ ଘଟିଛି । ପରଲୋକ ନେଇ ସୂଚନା ଦେଇଛନ୍ତି ଗୁରୁପଦ ପୁଅ ରୋମିଓ ନନ୍ଦ । ଗୁରୁପଦ 1980ରେ କଂଗ୍ରେସରୁ ଟିକେଟ୍ ପାଇ ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାଛଡ଼ା ସେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ବି ଦାୟିତ୍ବ ନିର୍ବାହ କରିଥିଲେ। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟା 6ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଟ୍ୱିଟ କରାଯାଇ ଏହି ସୂଚନା ପ୍ରଦାନ କରାଯାଇଛି । କେଉଁ ବିଷୟରେ ଆଜିର ଅଭିଭାଷଣ ରହିବା ସେ ନେଇ କୌଣସି ସୂଚନା ଦେଇ ନାହାନ୍ତି ମୋଦି । ତେବେ ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଉ ଏକ ଅର୍ଥର୍ନୈତିକ ପ୍ୟାକେଜ ସମ୍ପର୍କରେ କହିଥିଲେ । ସେହି ଅର୍ଥନୈତିକ ପ୍ୟାକେଜ ବିଷୟରେ ଆଜି ପ୍ରଧାନମନ୍ତ୍ରୀ ଘୋଷଣା କରିବାର ସମ୍ଭାବନା ରହିଛି । https://twitter.com/narendramodi/status/1318455079368855552?s=20
ସମ୍ବଲପୁର : ରାସ୍ତାରେ ଚାଲି ଯାଉଥିବାବେଳେ ଟ୍ରକ୍ ଚକା ତଳେ ମା’ପୁଅଙ୍କ ଜୀବନ ଚାଲିଯାଇଛି । ଏହିପରି ଏକ ଅଭାବନୀୟ ଘଟଣା ସମ୍ବଲପୁର -ଦେବଗଡ ରାସ୍ତାରେ ଘଟିଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ଟ୍ରକ୍ ଚକ ତଳେ ମାଆ ପୁଅଙ୍କ ଜୀବନଚାଲିଯାଇଛି ।ସମ୍ବଲପୁର – ଦେବଗଡ ରାସ୍ତା ପଡିଆବାହାଲ ନିକଟରେ ଏକ ଦୁର୍ଘଟଣାରେ ମା’-ପୁଅଙ୍କର ମୃତ୍ୟୁ ହୋଇଛି । ରାସ୍ତାରେ ଚାଲି ଯାଉଥିବାବେଳେ ଟ୍ରକ୍ ଦୁହିଁଙ୍କୁ ଚାପି ଦେଇଛି । ତିନି ବର୍ଷର ପୁଅକୁ ନେଇ ମା’ ଚାଲି ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି ।
କଟକ : କରୋନା କଟକଣା ମଧ୍ୟରେ ପାଳିତ ହେଇଛି ଦୁର୍ଗାପୂଜା । କଟକ ଦୁର୍ଗାପୂଜା ପାଇଁ କମିଶନରେଟ୍ ପୋଲିସ୍ ପ୍ରସ୍ତୁତି ଆରମ୍ଭ କରିଛି । ସୁରକ୍ଷା ପାଇଁ ସହରରେ ମୂତୟନ ହେବେ 30 ପ୍ଲାଟୁନ୍ ପୋଲିସ୍। 100 ଜଣ ପୋଲିସ୍ ଅଧିକାରୀ ମଧ୍ୟ ଦାୟିତ୍ବରେ ରହିବେ। ସେହିପରି ମୂର୍ତ୍ତି ବିସର୍ଜନ ପାଇଁ ସହରର 14ଟି ସ୍ଥାନ ଚିହ୍ନଟ ହୋଇଛି। କୋଭିଡ୍ ନିୟମ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦିଆଯାଇଛି । କଟକରେ ଦୁର୍ଗାପୂଜା ପାଇଁ ସୁରକ୍ଷା ବ୍ୟବସ୍ଥା ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ ।
ପୁରୀ : ପୁରୀ ସ୍ବର୍ଗଦ୍ବାରର ଶବ ଦାହ କଟକଣା ହଟିବା ପରେ ଆଜି ପୁରୀ ସ୍ୱର୍ଗଦ୍ୱାର ସାନିଟାଇଜ୍ ହୋଇଛି । ଏବେ ସ୍ୱର୍ଗଦ୍ୱାରରେ ଅନ୍ୟ ଜିଲ୍ଲାର ଲୋକଙ୍କ ଶେଷକୃତ୍ୟ ହୋଇପାରିବ । ଗତକାଲି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବାହାର ଜିଲ୍ଲାର ଶବଦାହ ଉପରୁ କଟକଣା ହଟାଯାଇଥିଲା । କିନ୍ତୁ ବଳବତ୍ତର ରହିବ କୋଭିଡ୍ କଟକଣା । ଶେଷକୃତ୍ୟ ବେଳେ ସ୍ୱର୍ଗଦ୍ୱାରରେ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରାଯିବ । କିନ୍ତୁ କୋଭିଡ୍ ରୋଗୀଙ୍କ ଶବଦାହ ଉପରେ କଟକଣା ଜାରି ରହିଛି । ଏହି ପ୍ରସଙ୍ଗରେ ଜିଲ୍ଲାପାଳ କହିଛନ୍ତି ଯେ, ‘ବାହାର ଜିଲ୍ଲା ଲୋକଙ୍କ ଶେଷକୃତ୍ୟ ପାଇଁ ଥିବା କଟକଣା ହଟିଛି । ଏବେ ଅନ୍ୟ ଜିଲ୍ଲାର ଲୋକଙ୍କ ଶେଷକୃତ୍ୟ ସ୍ୱର୍ଗଦ୍ୱାରେ ହୋଇପାରିବ । କିନ୍ତୁ କରୋନାରୁ ମୃତ୍ୟୁ ହୋଇଥିଲେ କଟକଣା ରହିବ । ଏହାପରେ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱର୍ଗଦ୍ୱାରକୁ ସାନିଟାଇଜ କରାଯାଇଛି । ସ୍ୱର୍ଗଦ୍ୱାର ପରିସର, ଚାରିପାଖ…
ମାଲକାନଗିରି : ବିଏସଏଫକୁ ଏକ ବଡ଼ ସଫଳତା ମିଳିଛି । ମାଓବାଦୀ ଲୁଚାଇ ରଖିଥିବା 7ଟି ଅଫୁଟା ଲ୍ୟାଣ୍ଡମାଇନ ଓ ଟିଫିନ ବୋମାକୁ ସୁରକ୍ଷାବାହିନୀ ଉଦ୍ଧାର କରିଛନ୍ତି। ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତ ଗୋରା ସେତୁ ନିଟକରୁ ଯବାନମାନେ ଏହାକୁ ଉଦ୍ଧାର କରିଛନ୍ତି । ପ୍ରକାଶ ଯେ, ଗୋରା ସେତୁରୁ ଟୁଟୁଗନ୍ଧି ଅଞ୍ଚଳରେ ସୁରକ୍ଷାବାହିନୀ କମ୍ବିଂ ଅପରେସନ କରୁଥିବା ସମୟରେ 7ଟି ଲ୍ୟାଣ୍ଡମାଇନ ଓ ଟିଫିନ ବୋମା ପୋତା ଯାଇଥିବା ଖବର ପାଇଥିଲେ । ବିଏସଏଫ୍ର ଏକ ଟିମ୍ ଟିଫିନ୍ ବୋମାକୁ ନିଷ୍କ୍ରିୟ କରିଛନ୍ତି। ବିସ୍ଫୋରଣ ପାଇଁ ମାଓବାଦୀମାନେ ଏହାକୁ ଲୁଚାଇ ରଖିଥିବାର ସନ୍ଦେହ କରାଯାଉଛି ।
ଭୁବନେଶ୍ବର : ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା 23 ତାରିଖରେ ତିର୍ତ୍ତୋଲ ଓ 24 ତାରିଖରେ ବାଲେଶ୍ବରରେ ପ୍ରଚାର କରିବେ ଧର୍ମେନ୍ଦ୍ର । ଉଭୟ ସ୍ଥାନରେ ରୋଡ୍ ଶୋ’ ସହ ବିଭିନ୍ନ ସଭାରେ ଯୋଗଦେବେ ଧର୍ମେନ୍ଦ୍ର । ଏନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ସୁରେଶ ପୂଜାରୀ, ବସନ୍ତ ପଣ୍ଡା ଓ ଅପରାଜିତା ଷଡଙ୍ଗୀ ମଧ୍ୟ ପ୍ରଚାର କରିବେ । ନିର୍ବାଚନ ବେଳେ ଆଭିମୁଖ୍ୟ କଠୋର ରହିବ ବୋଲି କହିଛନ୍ତି ପୃଥ୍ବୀରାଜ । ଆସନ୍ତା ନଭେମ୍ବର 3ରେ ତିର୍ତ୍ତୋଲ ଓ ବାଲେଶ୍ବର ସଦର ପାଇଁ ଭୋଟ ଗ୍ରହଣ କରାଯିବ। 10 ତାରିଖରେ ଭୋଟ ଗଣତି ହେବ। କୋଭିଡ କଟକଣା ଭିତରେ ନିର୍ବାଚନ ପରିଚାଳନା ପାଇଁ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି।
ରମେଶ ମହାନ୍ତି ଜଗତସିଂହପୁର : ସୋମବାର ଦିନ ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ପ୍ରତିଯୋଗିତା କରୁଥିବା ରାଜନୈତିକ ଦଳର ପ୍ରାର୍ଥୀ , ସ୍ୱାଧୀନ ପ୍ରାର୍ଥୀ ଏବଂ ପ୍ରତିନିଧି ମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଅଧ୍ୟକ୍ଷତା କରି ତିର୍ତ୍ତୋଲ ଉପନିର୍ବାଚନ କୋଭିଡ୍ ୧୯ ମାର୍ଗଦର୍ଶିକା ଅନୁଯାୟୀ ଅନୁଷ୍ଠିତ ହେବ ବୋଲି ସୂଚନା ଦେବା ସହିତ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ୧୮ଟି ପଡିଆ ଚିହ୍ନଟ କରାଯାଇଛି। ଚିହ୍ନିତ ପଡିଆକୁ ଛାଡି ଅନ୍ୟ ଯାଗାରେ ସଭା ସମିତି କରିପାରିବେ ନାହିଁ। ରୋଡ୍ ସୋ ଶୋଭାଯାତ୍ରାରେ ୫ଟି ଗାଡିରୁ ଅଧିକ ବ୍ୟବହାର କରିପାରିବେ ନାହିଁ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କୋଭିଡ୍ ୧୯ ମାର୍ଗଦର୍ଶିକା ଅନୁଯାୟୀ ନିର୍ବାଚନୀ ସଭାରେ ୨୦୦ଜଣରୁ ଅଧିକ ସମାଗମ ହୋଇପାରିବେ ନାହିଁ। ଏଥର ନିର୍ବାଚନରେ ନୂଆକରି ୮୦ ବର୍ଷରୁ…
କର୍ଣ୍ଣାଟକ : କର୍ଣ୍ଣାଟକରେ ଚାରି ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ମଧ୍ୟ ହେଲମେଟ୍ ବାଧ୍ୟତାମୂଳକ କରାଯାଇଛି । କର୍ଣ୍ଣାଟକ ରାଜ୍ୟ ପରିବହନ ବିଭାଗର ନୂଆ ନିର୍ଦ୍ଦେଶ ଅନୁସାରେ ଏବେ ସମସ୍ତ ଦୁଇଚକିଆ ବାଇକ ଆରୋହୀଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ କରାଯାଇଛି । ଛୋଟ ଶିଶୁ ବା ଯେଉଁମାନଙ୍କର ବୟସ ଚାରି ବର୍ଷ ବା ତାଠାରୁ ଅଧିକ ସେମାନଙ୍କୁ ମଧ୍ୟ ଦୁଇ ଚକିଆ ଯାନରେ ବସିବାବେଳେ ହେଲମେଟ୍ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଯଦି କୌଣସି ବ୍ୟକ୍ତି ଏହି ନିୟମ ଉଲ୍ଲଂଘନ କରନ୍ତି ତେବେ ତାଙ୍କୁ ଜରିମାନା ସହିତ 3 ମାସ ପର୍ଯ୍ୟନ୍ତ ତାଙ୍କ ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଦ କରାଯିବ । ସଡକ ଦୁର୍ଘଟଣାକୁ ନଜରରେ ରଖି କର୍ଣ୍ଣାଟକ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ହେଲମେଟ ପିନ୍ଧିବାକୁ ନେଇ ଭାରତୀୟମାନେ ଅଧିକ ଦାୟିଦ୍ବହୀନତା ଦେଖାଇଥାନ୍ତି। ଭାରତରେ ହେଲମେଟ୍ ନ ପିନ୍ଧିବା କାରଣରୁ ଦୈନିକ 98 ଲୋକଙ୍କର ମୃତ୍ୟୁ ହୋଇଥାଏ । …
ଭୁବନେଶ୍ବର : ରାଜ୍ୟରେ ଆଉ 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ 4ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ କଳାହାଣ୍ଡି ଓ ଖୋର୍ଦ୍ଧା ଜିଲ୍ଲାରୁ 3 ଜଣ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ନୂଆପଡାରୁ 2 ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଟକ, ଭଦ୍ରକ,ଝାରସୁଗୁଡା ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା 1168କୁ ବୃଦ୍ଧି ହୋଇଛି । ମୟୂରଭଞ୍ଜରୁ 60 ବର୍ଷୀୟ ମହିଳା, 30 ବର୍ଷୀୟ ମହିଳା, 72 ବର୍ଷୀୟ ଦୁଇଜଣ ପୁରୁଷଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ଆଜି ତିନି ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଭୁବନେଶ୍ବରର ବୋଲି ସୂଚନା ରହିଛି । ଭୁବନେଶ୍ବରରୁ ଜଣେ 58 ବର୍ଷୀୟ ପୁରୁଷ ଓ 72ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ…

