Author: Samikhsya Bureau

ନୂଆଦିଲ୍ଲୀ : ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ମାମଲାରେ ସୁପ୍ରିମକୋର୍ଟ ଶୁଣାଣୀ କରିଛନ୍ତି  । ଅନୁଭବଙ୍କ ପକ୍ଷରୁ ପଟିଆଲା ହାଉସକୋର୍ଟରେ ଯେଉଁ ମାମଲା ଚାଲିଛି ତାହା ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି  । ଉଭୟ ପକ୍ଷ ମଧ୍ୟରେ ସହମତି ଭିତ୍ତିକ ଆଲୋଚନା ପାଇଁ  ଉଭୟ ପକ୍ଷର ଓକିଲଙ୍କୁ ସୁପ୍ରିମ୍‌କୋର୍ଟ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟଯେ, ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ସାଂସଦ ତଥା ଓଲିଉଡ଼ ତାରକା ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ  । ଅପରପକ୍ଷରେ କଟକରେ ମଧ୍ୟ ପାରିବାରିକ ହିଂସା, କ୍ଷତିପୂରଣ, ଦାମ୍ପତ୍ୟ ଜୀବନର ସୁରକ୍ଷା ଆଦି ଦାବିରେ ବର୍ଷା ବି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ସେ କଟକରେ ରହୁଥିବାରୁ ପଟିଆଲ ହାଉସ କୋର୍ଟରେ ଅନୁଭବ ଦାଏର କରିଥିବା ମାମଲା କଟକକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ଦାବି କରିଥିଲେ  । ଏଥିପାଇଁ ସେ ସୁପି୍ରମକୋର୍ଟ ଯାଇଥିଲେ । ଏହାର ଶୁଣାଣୀ…

Read More

ଭୁବନେଶ୍ବର : ରାଜ୍ୟରେ ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।  ସମ୍ବଲପୁର, ନବରଙ୍ଗପୁର, କଟକ ଓ ଭୁବନେଶ୍ବରରୁ 2 ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃ୍ତ୍ୟୁ ହୋଇଥିବାବେଳେ ଭଦ୍ରକ, ବରଗଡ ଝାରସୁଗୁଡା, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ ଓ ରାଉରକେଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ମୃତକଙ୍କ ସଂଖ୍ୟା 1104କୁ ବୃଦ୍ଧି ହୋଇଛି । ଭୁବନେଶ୍ବରର ଦୁଇ ମୃତକଙ୍କ ମଧ୍ୟରେ ଜଣେ 65 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 60 ବର୍ଷୀୟ ପୁରୁଷ ରହିଥିବାବେଳେ କଟକରୁ ଜଣେ 47 ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ 30 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସମ୍ବଲପୁରୁରୁ ଦୁଇ ମୃତକଙ୍କ ବୟସ 60 ବର୍ଷ ହୋଇଥିବାବେଳେ ନବରଙ୍ଗପୁରରୁ ଜଣେ 46 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ 70 ବର୍ଷୀୟ…

Read More

ସୀତାରାମ ଅଗ୍ରଓ୍ବାଲ ଚିଲିକା: ଚିଲିକା ବ୍ଲକ କୁମାଣ୍ଡଳ ଗ୍ରାମରେ ଗତକାଲି ରାତିରେ ୪ ଜଣ ଦୁର୍ବୃତ୍ତ ଗୋଟାଏ ୧୬ କେଭି ଟ୍ରାନ୍ସଫର୍ମରକୁ ଚୋରି କରି ନେଇ ଅନ୍ୟ ଏକ ଟ୍ରାନ୍ସଫର୍ମରକୁ ଚୋରି କଲା ବେଳେ ଲୋକଙ୍କ ହାତରେ ଧରାପଡିଛନ୍ତି। ମିଳିଥିବା ସୂଚନା ଅନୁସାରେ ଗତ କାଲି ରାତିରେ  ବର୍ଷାର ସୁଯୋଗ ନେଇ ଚାରି ଜଣ ଦୁର୍ବୃତ୍ତ  ବିଦ୍ୟୁତ ଖୁଣ୍ଟରେ ଚଢି ଦୁଇ ଗୋଟି ଟ୍ରାନ୍ସଫର୍ମରର ବିଦ୍ୟୁତ  ସଂଯୋଗ କାଟି ଦେଇଥିଲେ। ଗୋଟିଏ  ଟ୍ରାନ୍ସଫର୍ମରକୁ ଚୋରି କରିବା ପରେ ପରବର୍ତ୍ତୀ ଟ୍ରାନ୍ସଫର୍ମରକୁ  ଚୋରି କରି ନେବାକୁ ଉଦ୍ୟତ ହେଉଥିବାବେଳେ କିଛି ଗ୍ରାମବାସୀଙ୍କ ହାବୁଡରେ ଏହି ଦୁର୍ବୃତ୍ତମାନେ  ପଡିଥିଲେ। ହେଲେ ଘଟଣାସ୍ଥଳରୁ ତିନିଜଣ ଖସିଯିବାରେ ସକ୍ଷମ ହୋଇଥିବାବେଳେ ଜଣକୁ ଗ୍ରାମବାସୀମାନେ ଧରି ବିଦ୍ୟୁତ ବିଭାଗକୁ ହସ୍ତାନ୍ତର କରିଛନ୍ତି। ଏ ସଂପର୍କରେ ଖବର ପାଇ ଟି.ପି.ସି.ଓ.ଡ଼ି.ଏଲ ବାଲୁଗାଁ ସବ୍‌ ଡିଭିଜନ୍‌ କନିଷ୍ଠ ଯନ୍ତ୍ରୀ ପ୍ରଭାତ କୁମାର ସାହୁ ଗ୍ରାମରେ ପହଞ୍ଚି ଦୁର୍ବୃତ୍ତକୁ ଆଣି ବାଣପୁର ମେଡିକାଲରେ…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୨ ହଜାର ୧୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୨୫୧ ଜଣ ଚିହ୍ନଟ ହୋଇଥିବାବେଳେ ୮୮୭ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୪ହଜାର ୧୪୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୩୮ ହଜାର ୫୩୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୪ ହଜାର ୪୫୭ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୦୮୯ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୨ ହଜାର ୧୩୮ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ…

Read More

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ହ୍ରାସ ପାଉଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି । ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 63 ହଜାର 371ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 895ଜଣଙ୍କର ମୃତ୍ୟୁ ହୋଇଛି।   ନୂତନ ଆକ୍ରାନ୍ତଙ୍କ ସହିତ ଦେଶରେ  ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 73 ଲକ୍ଷ 70 ହଜାର 469ରେ ପହଞ୍ଚିଛି । ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 12 ହଜାର 161ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ 64 ଲକ୍ଷ 53 ହଜାର 779 ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 8 ଲକ୍ଷ 4 ହଜାର 528 ରହିଛି । ଗତ 24 ଘଣ୍ଟା ମଧ୍ୟରେ 10 ଲକ୍ଷ 28 ହଜାର 622 ନମୁନା ପରୀକ୍ଷଣ ହୋଇଥିବାବେଳେ ଦେଶର ଏବେ ସୁଦ୍ଧା ସମୁଦାୟ ପରୀକ୍ଷଣ ସଂଖ୍ୟା 9 କୋଟି 22 ଲକ୍ଷ 54 ହଜାର…

Read More

ଭୁବନେଶ୍ୱର : ଝାରସୁଗୁଡାର ବ୍ରଜରାଜନଗରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ନିଆଁ ଲାଗି ସ୍ବାମୀ-ସ୍ତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି ।ବ୍ରଜରାଜନଗରର ରାମୁପୁରରେ ଏକ କୋଇଲା ଚୁଲାରୁ ନିଆଁ ଲାଗି ସ୍ୱାମୀ ସ୍ତ୍ରୀ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣା ସକାଳ ସାଢେ 8ଟା ସମୟରେ ଘଟିଥିବାବେଳେ ମୃତ ବ୍ୟକ୍ତିଙ୍କର ନାମ ଗିରିବର ଦାସ ବୋଲି ଜଣାପଡ଼ିଛି। ସ୍ତ୍ରୀଙ୍କୁ ରକ୍ଷା କରିବାକୁ ଯାଇ ଗିରିବର ମଧ୍ୟ ଜଳି ଯାଇଥିଲେ । ନିଆଁର ପ୍ରକୋପ ଏତେ ଅଧିକ ଥିଲା କି ଉଭୟ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସହର ସଂଲଗ୍ନ ଲାଞ୍ଜିପଲ୍ଲୀ-ଆଙ୍କୁଲି ରାସ୍ତାରେ ଥିବା ରୋଲାଣ୍ଡ କଲେଜ ସମ୍ମୁଖରୁ ଏକ ୭ ଫୁଟର ଅଜଗର ସାପକୁ ଉଦ୍ଧାର କରାଯାଇଛି। ବନ କର୍ମଚାରୀ ଶାନ୍ତି ପ୍ରସାଦ ବେହେରା ଘରୁ ଅଫିସକୁ ଆସୁଥିବାବେଳେ ରାସ୍ତା ଉପରେ ଲୋକଙ୍କ ଭିଡ଼ ଦେଖି କ’ଣ ହୋଇଛି ପଚାରି ସାପଟି ବିଷୟରେ ଜାଣିବାକୁ ପାଇଥିଲେ। ଏହାପରେ ସେ ସ୍ନେକ ହେଲ୍‌ପ୍ ଲାଇନ୍ ସହ ଯୋଗାଯୋଗ କରିବା ପରେ ସଦସ୍ୟ ସ୍ୱାଧୀନ କୁମାର ସାହୁ ପହଞ୍ଚି କୌଶଳ କ୍ରମେ ସାପଟିକୁ ଉଦ୍ଧାର କରିଥିଲେ। ସାପଟିର ସ୍ୱାସ୍ଥ୍ୟବସ୍ଥା ଭଲ ଥିବାବେଳେ ତାକୁ ବନବିଭାଗର ପରାମର୍ଶକ୍ରମେ ସଂରକ୍ଷିତ ଜଂଗଲରେ ଛଡ଼ାଯାଇଥିବା ସୂଚନା ମିଳିଛି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତକାଲି ଝାଡ଼ାଙ୍କୁଲି ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କୁ ଆୟ ବର୍ହିଭୂତ ସଂପତ୍ତି ମାମଲାରେ ଭିଜିଲାନସ ଗିରଫ କରିଛି। ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ହେବା ପରେ ତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସଂପତ୍ତି ପ୍ରାୟ ୪ କୋଟି ୯୩ ଲକ୍ଷ ୯୭ହଜାର ୨୪୪ ଟଙ୍କାର ଥିବା ଜଣାପଡ଼ିଥିଲା। ସେ ୨୦୦୪ ରୁ ୧୪.୧୦.୨୦ ପର୍ଯ୍ୟନ୍ତ ୮୮ ଲକ୍ଷ ୧୭ ହଜାର ୯୪୦ ଟଙ୍କା ଆଦାୟ କରିଥିବା ଜଣାପଡ଼ିଥିବାବେଳେ ସେ ଏବଂ ତାଙ୍କ ପରିବାର ୮୦ ଲକ୍ଷ ୪୪ ହଜାର ୨୪୨ ଟଙ୍କା ଖର୍ଚ୍ଚ ମଧ୍ୟ କରିଛନ୍ତି। ତେଣୁ ଆୟ ବର୍ହିଭୂତ ୪ କୋଟି ୩୬ ଲକ୍ଷ ୪୨ ହଜାର ୮୬୭ (୪୯୩%) ଟଙ୍କାର କୌଣସି ହିସାବ ଦେଖାଇ ପାରିନଥିଲେ। ତାଙ୍କ ସ୍ତ୍ରୀଙ୍କ ମଧ୍ୟ ସେଭଳି କୌଣସି ଆଦାୟ ନଥିବାରୁ ଶ୍ରୀ ସାହୁ ଅନୈତିକ ଉପାୟରେ ଏହି ଟଙ୍କା ଠୁଳ କରିଛନ୍ତି। ତେଣୁ ଆଜି…

Read More

ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଠିକ୍ ୧୯୪୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ । ଓଡିଶା ରାଜନୈତିକ ଇତିହାସରେ ନବୀନ ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସି ଏକ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କର ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ପହିଁଚିବାରେ ଲାଗିଛି। ତେବେ ଖୋଦ ପ୍ରଧାନମନ୍ତ୍ରୀ ଆଜି ନବୀନଙ୍କୁ ସକାଳୁ ସକାଳୁ ଫୋନ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି। ସେତିକି ନୁହେଁ ମୋଦୀ ତାଙ୍କ ଟୁଇଟରେ ମଧ୍ୟ ଜନ୍ମଦିନର ଶୁଭେଚ୍ଛା ସହ ଦୀର୍ଘାୟୁ ସହିତ ନିରାମୟ ଜୀବନ କାମନା କରିଛନ୍ତି।

Read More

ନୂଆଦିଲ୍ଲୀ, ବଲିଉଡର ‘ଡ୍ରିମ୍ ଗାର୍ଲ’ ହେମା ମାଳିନୀ ଆଜି ୭୨ ବର୍ଷ ବୟସରେ ପଦାର୍ପଣ କଲେ। ହେମା ୧୬ ଅକ୍ଟୋବର ୧୯୪୮ ରେ ଜନ୍ମଗ୍ରହଣ କରିଥିଲେ। ହେମାଙ୍କ ଜନ୍ମଦିନ ଉପଲକ୍ଷେ ତାଙ୍କର ବହୁ ପ୍ରଶଂସକଙ୍କ ଶୁଭେଚ୍ଛାର ବାର୍ତ୍ତା ଆସିବାରେ ଲାଗିଛି। ସେ ଉଭୟ ଚଳଚିତ୍ର ଏବଂ ରାଜନୀତି ସହିତ ଜଡିତ ଥିବାରୁ ରାଜନୈତିକ ବ୍ୟକ୍ତିମାନେ ମଧ୍ୟ ତାଙ୍କ ଜନ୍ମଦିନର ଶୁଭେଚ୍ଛା ପ୍ରଦାନ କରିଛନ୍ତି। ହେମା ମାଳିନୀ ଚଳଚିତ୍ର ଜଗତରେ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ହେମା ଦକ୍ଷିଣ ଭାରତର ହୋଇଥିବା ସତ୍ବେ ସେ ହିନ୍ଦୀ ସିନେମାରେ ଏକ ବଡ ନାମ ହାସଲ କରିଥିଲେ। ହିନ୍ଦୀ ସିନେମାରେ ତାଙ୍କର ଏହି କାମ ଏବେ ମଧ୍ୟ ସ୍ମରଣୀୟ। ହେମା ଚେନ୍ନାଇର ଏକ ବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ବେଳେ ଚଳଚ୍ଚିତ୍ର ପାଇଁ ଅଫର ପାଇବା ଆରମ୍ଭ କରିଥିଲେ। ଏହି କାରଣରୁ ସେ ପାଠପଢାରେ ମନୋନିବେଷ କରିପାରିଲେ ନାହିଁ।…

Read More

ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଠିକ୍ ୧୯୪୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡିଶା ରାଜନୈତିକ ଇତିହାସରେ ନବୀନ ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସି ଏକ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କର ଜନ୍ମଦିନ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଟୁଇଟରରେ ନବୀନଙ୍କ ସୁସ୍ଥ୍ୟ ଓ ନିରାମୟ ଜୀବନ ସହିତ ଦୀର୍ଘାୟୁ କାମନା କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ୍ୟ ଓ ନିରାମୟ ଜୀବନ କାମନା କରିଛନ୍ତି।

Read More

ଭୁବନେଶ୍ବର, ଆଜି ଆମେ ଆପଣଙ୍କୁ ସେହି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏକ ଭାଗ୍ୟଶାଳି ରାଶି ସଂପର୍କରେ କହିବୁ ଯାହାର କୁଣ୍ଡଳିରେ କେବଳ ଶୁଭ ଯୋଗ ହିଁ ରହିଛି। ଏହି ରାଶିର ଲୋକମାନଙ୍କ ଉପରେ ଭଗବାନ ଶନିଦେବ ଅତ୍ୟନ୍ତ ସନ୍ତୁଷ୍ଟ ଅଛନ୍ତି। ଶନିଦେବଙ୍କ ଅନୁଗ୍ରହରେ ଏହି ରାଶି ବ୍ୟକ୍ତି ଖୁବ୍ ଶୀଘ୍ର ଭଲ ଖବର ପାଇବାକୁ ଯାଉଛନ୍ତି। ବେକାର ଲୋକମାନେ ଭଲ ରୋଜଗାରର ସୁଯୋଗ ପାଇବେ, ଘର ପରିବାରର ଆର୍ଥିକ ସ୍ଥିତି ଦୃଢ ହେବ, ଲୋକମାନେ ଆପଣଙ୍କର ଭଲ ଆଚରଣ ଦ୍ୱାରା ବହୁତ ଆକର୍ଷିତ ହେବେ। ଆପଣଙ୍କ ଜୀବନସାଥୀ ଆପଣଙ୍କ ଭାବନାକୁ ପ୍ରଶଂସା କରିବେ। ଆପଣ ଚାକିରୀ କ୍ଷେତ୍ରରେ ପଦୋନ୍ନତି ପାଇ ପାରିବେ। ସେୟାର ବଜାରରେ ବିନିଯୋଗ କରି ଆପଣ ଉପକୃତ ହୋଇ ପାରିବେ। ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଭଲ ସମ୍ପର୍କ ସ୍ଥାପନ ହେବ। ଏହି ରାଶିର ବ୍ୟକ୍ତିମାନଙ୍କର ସରକାରୀ ଚାକିରିରେ ପଦୋନ୍ନତିର ସମୁଦାୟ ଦୃଶ୍ୟମାନ ହେଉଛି। ଏହି ଭାଗ୍ୟଶାଳୀ ରାଶି ହେଉଛି ‘ମେଷ’।ଏହି…

Read More

ବ୍ରହ୍ମପୁର, ଗଜପତି ଜିଲ୍ଲାରୁ ଯାଉଥିବା ଏକ ବସ୍ ତପ୍ତପାଣି ଘାଟି ତଳକୁ ଖସିପଡିଥିବା ଜଣାପଡିଛି। ତେବେ ଏହି ବସଟି ଓଜେଇଇ ପରୀକ୍ଷାର୍ଥୀଙ୍କୁ ନେଇ ଖୋର୍ଦ୍ଧା ଆସୁଥିବାର ଜଣାପଡିଛି। ଏହି ବସ୍‌ରେ ପ୍ରାୟ ୪୫ ଜଣ ଛାତ୍ରଛାତ୍ରୀ ଥିଲେ ବୋଲି ଜଣାପଡିଛି। ତେବେ ସେମାନଙ୍କ ମଧ୍ୟରୁ ପ୍ରାୟ ୨୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି।

Read More

ନୂଆଦିଲ୍ଲୀ, କୋଭିଡ-19 ବୈଶ୍ଵିକ ମହାମାରୀ ପାଇଁ ଟୀକା ଗବେଷଣା ଓ ଜନସାଧାରଣଙ୍କ ମଧ୍ୟରେ ଏହାର ସୁବିତରଣ ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନମୁନା ପରୀକ୍ଷଣ ସମ୍ପର୍କିତ ପ୍ରଯୁକ୍ତି, ରୋଗ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଚିହ୍ନଟ, ଔଷଧ ଓ ଅନ୍ୟାନ୍ୟ ଉପଚାର ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଭାରତର ଟୀକା ପ୍ରସ୍ତୁତ ଓ ନିର୍ମାଣକାରୀମାନେ କୋଭିଡ-19ର ମୁକାବିଲା ନିମନ୍ତେ କରୁଥିବା ଉଦ୍ୟମ ନେଇ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଏ ଦିଗରେ ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବେ ବୋଲି ଶ୍ରୀ ମୋଦୀ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ଏକ ଅତ୍ୟାଧୁନିକ ପ୍ରକ୍ରିୟା ଓ ନୂଆ ନୂଆ ଆହ୍ୱାନର ସମ୍ମୁଖୀନ ହେବା ପାଇଁ ବିଶେଷଜ୍ଞମାନେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଟୀକାର ବଣ୍ଟନ ଓ ଯୋଗାଣ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଉଥିବା ବିଶେଷ…

Read More

ନୂଆଦିଲ୍ଲୀ, ଗୃହ ମନ୍ତ୍ରଣାଳୟର ଅନଲକ ୫.୦ ଗାଇଡଲାଇନକୁ ଆଧାର କରି ତଥା ସୃଜନଶୀଳ ଉଦ୍ୟୋଗ ଜଗତର ବିଭିନ୍ନ ଅଂଶୀଦାରମାନଙ୍କ ଠାରୁ ମିଳିଥିବା ପରାମର୍ଶ, ପ୍ରସ୍ତାବକୁ ବିଚାର କରିବା ପରେ ଆଜି ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ “ସାଂସ୍କୃତିକ ସମାରୋହ ଏବଂ କାର୍ଯ୍ୟକ୍ରମ” ଆୟୋଜନ ଲାଗି ବିସ୍ତୃତ ଏସଓପି ଜାରି କରାଯାଇଛି। ଏହି ଏସଓପି ପାଳନ ସମୟରେ କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବ। ଏସବୁ ଗାଇଡଲାଇନରେ ସାଧାରଣ ମାନକ ପଦ୍ଧତି (ଏସଓପି) ରହିଛି ଯାହାକୁ ଥିଏଟର ଓ ପ୍ରଦର୍ଶନୀ ସ୍ଥଳୀର ପରିଚାଳକ, ମନୋରଞ୍ଜନ/ସୃଜନଶୀଳ ସଂସ୍ଥା, କଳାକାର ଏବଂ ଅନ୍ୟ ସଦସ୍ୟମାନେ ପାଳନ କରିବେ। ଏମାନେ ଦେୟଯୁକ୍ତ କିମ୍ବା ମାଗଣାରେ କୌଣସି ସଭା ମଣ୍ଡପ କିମ୍ବା ଅନ୍ୟ କୌଣସି ଖୋଲା/ନିବୁଜ ପ୍ରଦର୍ଶନସ୍ଥଳୀ ଅକ୍ତିଆର କରିବା ସମୟରେ ଏହି ଏସଓପି ପାଳନ କରିବେ। କଳାକାର ଏବଂ ଅନ୍ୟ ସଦସ୍ୟ, ଗ୍ରୀନ ରୁମ ପରିଚାଳନା କର୍ତ୍ତୃପକ୍ଷ, ମଞ୍ଚ ପରିଚାଳନା କର୍ତ୍ତୃପକ୍ଷ, କଷ୍ଟ୍ୟୁମ…

Read More

କଟକ, ରାଜ୍ୟରେ ମନ୍ଦିର ଖୋଲିବ କି ନାହିଁ ସେ ନେଇ ଆସନ୍ତକାଲି ଓଡିଶା ହାଇକୋର୍ଟରେ ହେବ ଶୁଣାଣି।  ପୂର୍ବରୁ ଏହି ମାମଲାର ଶୁଣାଣି କରି କୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ କରିଥିଲେ। ଓଡିଶାରେ କାହିଁକି ମନ୍ଦିର ଖୋଲିବ ନାହିଁ ସେ ନେଇ ଜବାବ ଦାଖଲ କରିବା ପାଇଁ କୁହାଯାଇଥିଲା। ଫଳରେ ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିର ପ୍ରଶାସନ ସହିତ ବିଭିନ୍ନ ମନ୍ଦିର କର୍ତ୍ତୁପକ୍ଷଙ୍କର ମତାମତ ନେଇଥିଲେ। ତେବେ ମନ୍ଦିର ଖୋଲିବା ସମ୍ଭବ ନୁହେଁ ବୋଲି ରାଜ୍ୟ ସରକାର ସେତେବେଳେ ମତ ରଖିଥିଲେ। ତେବେ ଏହି ମାମଲା ଆସନ୍ତାକାଲି ପୁଣି ଶୁଣାଣି ହେବ ବୋଲି ହାଇକୋର୍ଟ ଓକିଲ ବିଭୂତି ଚୌଧୁରୀ କହିଛନ୍ତି।

Read More

ସୁନ୍ଦରଗଡ : ଜଣେ ବନ୍ଧୁଙ୍କ ଟାଙ୍ଗିଆ ଚୋଟରେ ଅନ୍ୟ ଜଣେ ବନ୍ଧୁଙ୍କ ମୃତ୍ୟୁ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ ଜିଲ୍ଲାରେ ଘଟିଛି । ମଦ୍ୟପାନ ପରେ ଦୁଇ ବନ୍ଧୁଙ୍କ ମଧ୍ୟରେ ବଚସା ହେବାରୁ ହତ୍ୟାକାଣ୍ଡ ଘଟିଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ କିନ୍ଦିରିକେଲା ଥାନା ଟାଟିଜୋର ଗାଁରେ ବଚସାରୁ ହଣାକୋଟ ହୋଇଛି । ମଦ୍ୟପାନ ଦୁଇ ବନ୍ଧୁଙ୍କ ମଧ୍ୟରେ ବଚସା ହେବାରୁ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କୁ ଟାଙ୍ଗିଆ ଚୋଟରେ ହାଣି ହତ୍ୟା କରିଛି ।

Read More

ମୁମ୍ବାଇ : ମରାଠୀ ଓ ବଲିଉଡର  ଲୋକପ୍ରିୟ ଅଭିନେତ୍ରୀ ସୀମା ଦେଓ ଏବେ ଗମ୍ଭୀର ରୋଗର ଶିକାର ହୋଇଛନ୍ତି । ସେ ଅଲ୍‌ଜାଇମର୍ସ ରୋଗରେ ପୀଡ଼ିତ ଥିବାର ଜଣାଯାଇଛି । ତାଙ୍କ ପୁତ୍ର ତଥା ଆଜିଙ୍କ୍ୟ ଆର୍‌ ଦେଓ ଟୁଇଟରରେ ଏହି ସମ୍ପର୍କରେ ସୂଚନା ଦେବା ସହିତ ସୀମା ଶୀଘ୍ର ଆରୋଗ୍ୟ ହେବା ନିମେନ୍ତ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିବାକୁ ଅପିଲ୍‌ କରିଛନ୍ତି । https://twitter.com/Ajinkyad/status/1316214178168799232?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1316214178168799232%7Ctwgr%5Eshare_3%2Ccontainerclick_0&ref_url=https%3A%2F%2Fwww.aajtak.in%2Fentertainment%2Fnews%2Fstory%2Fseema-deo-suffering-from-alzheimers-disease-son-ajinkkya-requested-fans-to-pray-for-mother-tmov-1145927-2020-10-15 ସୂଚନାଯୋଗ୍ୟ, ସୀମା ବଲିଉଡ୍‌ରେ ମଧ୍ୟ ବହୁ ବଡ ବଡ ହସ୍ତୀଙ୍କ ସହ ସ୍କ୍ରିନ୍‌ ସେୟାର କରିଛନ୍ତି । 1971 ମସିହାରେ ରିଲିଜ୍‌ ହୋଇଥିବା ଲୋକପ୍ରିୟ ଫିଲ୍ମ ‘ଆନନ୍ଦ’ରେ ଅଭିନେତା ରାଜେଶ ଖାନ୍ନା ଓ ଅମିତାଭଙ୍କ ସହ ନଜର ଆସିଥିଲେ ।  ଏହି ଫିଲ୍ମରେ ସୀମା ମିସେସ୍‌ ସୁମନ୍‌ କୁଲକର୍ଣ୍ଣୀ ଚରିତ୍ରରେ ନଜର ଆସିଥିଲେ । ଏହା ବ୍ୟତୀତ ‘ସରସ୍ବତୀଚନ୍ଦ୍ର’ ଫିଲ୍ମରେ ମଧ୍ୟ କାମ କରିଛନ୍ତି ସୀମା ।  (ଏଜେନ୍ସି)

Read More

ରମେଶ ମହାନ୍ତି ଜଗତସିଂହପୁର : ଆଜି ନାମାଙ୍କନ ପତ୍ର ଦାଖଲର ସପ୍ତମ ଦିନରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ଉପନିର୍ବାଚନ ନିମନ୍ତେ କଂଗ୍ରେସ ଦଳ ପକ୍ଷରୁ ହିମାଂଶୁ ଭୂଷଣ ମଲ୍ଲିକ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ରମେଶ ଚନ୍ଦ୍ର ମଲ୍ଲିକ ଏବଂ ରବିନ୍ଦ୍ର ନାଥ ସେଠୀ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି।  ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ପ୍ରାର୍ଥୀମାନେ ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ସଚ୍ଚିଦାନନ୍ଦ ସାହୁଙ୍କ ନିକଟରେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ପୂର୍ବରୁ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ନିଜର ନାମାଙ୍କନପତ୍ର ଦାଖଲ କରିସାରିଛନ୍ତି। ଗତକାଲି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିଜୟ କୁମାର ଭୋଇ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ଅର୍ଜୁନ ଚରଣ ବେହେରା ନିଜର ନାମାଙ୍କନପତ୍ର ଦାଖଲ କରିଥିଲେ। ଗତକାଲି ସୁଦ୍ଧା ମୋଟ୍ ୩ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଆଜି ୩ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି।ଆଜି ସୁଦ୍ଧା ସମୁଦାୟ ୬ଜଣ…

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା : ବେଗୁନିଆପଡା ବ୍ଲକରେ ତେଜିଲା ରାଜନୀତି । ବେଗୁନିଆପଡ଼ା ବ୍ଳକ ବେଗୁନିଆପଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ।  ସରପଞ୍ଚ ଅରୁଣ କୁମାର ମାଝୀଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି ୧୦ ଜଣ ୱାର୍ଡ ସଭ୍ଯ /ସଭ୍ଯା।ଗୁରୁବାର ଛତ୍ରପୁର ସ୍ଥିତ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସବୁ ଓ୍ବାର୍ଡ ସଭ୍ଯ ସଭ୍ଯାଙ୍କ ଦସ୍ତଖତ ସମ୍ବଳିତ ଲିଖିତ ଅନୁରୋଧ ପତ୍ର ଉପ ଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କୁ ଦିଆଯାଇଛି। ସରପଞ୍ଚ ନିଜ ଇଚ୍ଛା ମୁତାବକ ପଞ୍ଚାୟତ ଫଣ୍ଡକୁ ଅପ ବ୍ଯବହାର କରିବା ସହ ପ୍ରିୟା ପ୍ରତି ପୋଷଣ ନୀତି ଅବଲମ୍ବନ କରୁଛନ୍ତି। ରାସନ୍ କାର୍ଡରେ ନିଜ ଲୋକଙ୍କୁ କାର୍ଡ ପ୍ରଦାନ ସହ ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ପଞ୍ଚାୟତର ଯେ କୌଣସି ଉନ୍ନୟନ କାର୍ଯ୍ୟରେ କୌଣସି ଓ୍ବାର୍ଡ ସଭ୍ଯ ସଭ୍ଯାଙ୍କୁ ଅବଗତ  ନକରିବା ଏବଂ ମନମୁଖୀ କାର୍ଯ୍ଯ କରିବା, କୋଭିଡ୍ ୧୯ କଟକଣା…

Read More