Author: Samikhsya Bureau

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ କମିଶନରେଟ ପୋଲିସ୍‌ ଗିରଫ କରିଛି। ଦାଦାବଟି ଜୁଲମ୍‌ ଅଭିଯୋଗରେ ରାଜାଙ୍କୁ ପୋଲିସ୍‌ ଉଠାଇ ନେଇଥିଲା। ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। କମିଶନରେଟ ପୁଲିସର ଆଣ୍ଟି ଏକ୍ସଟର୍ସନ ଟିମ ରାଜାକୁ ଉଠାଇ ନେଇଛି। ଗତକାଲି ଦାଦାବଟି ମାଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍‌ କମିଶନର କହିଥିଲେ। ତେବେ  ସିପିଙ୍କ ଘୋଷଣା ପରେ ଆଜିଠୁ ଆକ୍ସନ ମୋଡରେ କମିଶନରେଟ ପୋଲିସ। ରାଜାକୁ ଗିରଫ କରିଛି କମିଶନରେଟ ପୋଲିସ।ବର୍ତ୍ତମାନ ତାଙ୍କୁ କ୍ୟାପିଟାଲ୍‌ ଥାନାରେ ଜେରା ଚାଲିଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଘର ତିଆରି ନେଇ ଜଣେ ବ୍ୟକ୍ତିଙ୍କ ଠାରୁ ଦାଦାବଟି ନେଉଥିଲା ରାଜା। ପ୍ରତି ମାସରେ 20 ହଜାର ଟଙ୍କା ଦାଦାବଟି ଆଦାୟ କରୁଥିଲା।

Read More

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ଆଜି ମଧ୍ୟାହ୍ନ ରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ଯାତ୍ରୀ ଟ୍ରେନରେ ଚଢ଼ୁଥିବାବେଳେ ଅସାବଧାନତା ବଶତଃ ଖସିପଡ଼ି ହରାଇଛନ୍ତି ଗୋଟେ ହାତ। ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ପ୍ରଫୁଲ ସାହୁ(35) ସୁରତରେ କାମ କରିବାକୁ ଯିବାପାଇଁ ଆଜି ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ ରେ ଟିକେଟ କରିଥିଲେ। ତାଙ୍କ ଟିକେଟ ଖୋର୍ଦ୍ଧା ରୁ ସୁରତ ଯାଏଁ ଥିଲା। ହେଲେ ବାଲୁଗାଁ ଷ୍ଟେସନରୁ ଗାନ୍ଧୀଧାମ ଏକ୍ସପ୍ରେସରେ ତାଙ୍କ ଆସବାବପତ୍ର ସହ ଚଢିବା  ସମୟରେ ଅସାବଧାନତା ବଶତଃ ଟ୍ରେନ ରୁ ଖସି ପଡ଼ିଥିଲେ ଫଳରେ ଟ୍ରେନ ଚକାତଳେ ଚାପିହୋଇ ତାଙ୍କ ବାମ ହାତଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବାଲୁଗାଁ ରେଳ ସୁରକ୍ଷା ବଳ ପ୍ରଫୁଲ୍ଲଙ୍କୁ ଟ୍ରାକ ରୁ ଉଦ୍ଧାର କରି ବାଲୁଗାଁ ଅଗ୍ନିଶମ ଅଧିକାରୀ ନିତ୍ୟାନନ୍ଦ ଜେନାଙ୍କୁ ଖବର ଦେଇଥିଲେ। ପରବର୍ତ୍ତୀ ସମୟରେ ବାଲୁଗାଁ ଅଗ୍ନିଶମ…

Read More

ପାଟନା : ବିହାର ନିର୍ବାଚନ ପୂର୍ବରୁ ମହାମେଣ୍ଟ ପକ୍ଷରୁ ଏହାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି । ମହାମେଣ୍ଟ ପକ୍ଷରୁ ଏହି ଇସ୍ତାହାରରେ ଚାକିରି, ଶିକ୍ଷା ଓ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦିଆଯାଇଛି । ଆରଜେଡି ନେତା ତେଜସ୍ୱୀ ଯାଦବ ଏହି ଇସ୍ତାହାର ଲଞ୍ଚ କରିଛନ୍ତି । ବିଗତ 15ବର୍ଷ ଧରି ଶାସନ କ୍ଷମତାରେ ରହିଥିବା ଡବଲ ଇଞ୍ଜିନ ସରକାର ବିହାରର ବିକାଶକୁ ରୋକିଛନ୍ତି । ମହାମେଣ୍ଟ କ୍ଷମତାକୁ ଆସିଲେ ବିହାର ବିକାଶ ରାସ୍ତାରେ ଗତି କରିବ ବୋଲି ତେଜସ୍ୱୀ ପ୍ରକାଶ କରିଛନ୍ତି । ରାଜ୍ୟରେ 10 ଲକ୍ଷ ନିଯୁକ୍ତି ସୃଷ୍ଟି କରାଯିବା ସହିତ ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ ଯାଉଥିବା ପରୀକ୍ଷାର୍ଥୀଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ଇସ୍ତାହାରରେ କୁହାଯାଇଛି । ବିହାରରେ ରହିଥିବା ସମସ୍ୟାର ସମାଧାନ କେବଳ ମହାମେଣ୍ଟ ଦ୍ୱାରା ହୋଇପାରିବ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ନୁହେଁ ବୋଲି ବିଜେପି-ଜେଡିୟୁ ମେଣ୍ଟକୁ କଟାକ୍ଷ କରିଥିଲେ ନୀତିଶ ।…

Read More

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଜଣେ ମହିଳା ନିଜ ସହିତ ହୋଇଥିବା ଦୁଷ୍କର୍ମ ଓ ବ୍ଲାକମେଲିଂରୁ ବିରକ୍ତି ହୋଇ ଜଣେ ଯୁବକଙ୍କ ହତ୍ୟା କରିଥିବାର ସୂଚନା ରହିଛି । ମହିଳା ଜଣକ ଏତେ ବ୍ୟତିବ୍ୟସ୍ତ ହୋଇପଡିଥିଲେ ଯେ, ରାଗରେ ଉକ୍ତ ଯୁବକଙ୍କୁ 25 ଥର ଛୁରୀରେ ଆକ୍ରମଣ କରି ହତ୍ୟା କରିଛନ୍ତି । ଏପରି ଏକ ଚାଞ୍ଚଲ୍ୟକର ଘଟଣା ମଧ୍ୟପ୍ରଦେଶର ଗୁଣା ସହରରେ ଘଟିଛି । ଏଠାରେ ଜଣେ ମହିଳା ଜଣେ ଯୁବକଙ୍କୁ 25 ଥର ଛୁରୀ ଭୁସି ହତ୍ୟା କରିଛନ୍ତି । ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ଉକ୍ତ ଯୁବକ ଜଣ 2005ରୁ ଲଗାତର ତାଙ୍କ ସହ ଦୁଷ୍କର୍ମ କରୁଥିଲା । ସେହି ସମୟରେ ସେ ନାବାଳିକା ଥିଲେ । ପୋଲିସ୍‌ ଯାଞ୍ଚରୁ ମିଳିଥିବା ସୂଚନା ଅନୁସାରେ ମୃତକ ଯୁବକଙ୍କ ନାମ ବୃଜଭୂଷଣ ଶର୍ମା । ଅଶୋକନଗରରେ ସେ ରହୁଥିଲେ ବୋଲି ସୂଚନା ରହିଛି । ଅଭିଯୁକ୍ତା ମହିଳା ଜଣକ…

Read More

ଭୁବନେଶ୍ବର : ସାଂସଦ ଅପରାଜିତାଙ୍କ କାର୍ଯ୍ୟାଳୟ ଖୋଲିଲା । ସିଲ୍‌ ହେବାର ଆଠ ଦିନ ପରେ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ ଖୋଲିଲା । ପଳାସପଲ୍ଲୀସ୍ଥିତ ସାଂସଦ ଅପରାଜିତାଙ୍କ କାର୍ଯ୍ୟାଳୟ ଆଜି ଖୋଲାଯାଇଛି । ସିଲ୍‌ କରିବାର 8ଦିନ ପରେ ଅଫିସ୍‌ ଖୋଲିଛି ବିଏମ୍‌ସି । କୋଭିଡ୍‌ ଗାଇଡଲାଇନ୍‌ ଉଲ୍ଳଂଘନ ଅଭିଯୋଗରେ 15 ଦିନ ପାଇଁ ଅଫିସ୍‌ ସିଲ୍‌ କରିଥିବା ବିଏମ୍‌ସି ।ଅପରପକ୍ଷରେ ଅଫିସ୍‌ ସିଲ୍‌କୁ ବେଆଇନ କହି ରାଜ୍ୟସରକାରଙ୍କ ଉପରେ ବର୍ଷିଥିଲେ ଅପରାଜିତା। ସୂଚନାଯୋଗ୍ୟ, ଗତ 10 ତାରିଖର ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟକୁ ସିଲ୍‌ କରାଯାଇଥିଲା । କାର୍ଯ୍ୟାଳୟରେ କୋଭିଡ୍ ନିୟମ ଉଲଂଘନ ଜନ୍ମଦିନ ପାଳନ କରିଥିଲେ ସାଂସଦ। ଏନେଇ ସାଂସଦ ଅପରାଜିତାଙ୍କ ନାଁରେ କୋଭିଡ୍‌ ଯୋଦ୍ଧା ଅଭିଯୋଗ ଆଣିବା ପରେ ବିଏମ୍‌ସି ସାଂସଦ ଅପରାଜିତାଙ୍କ କାର୍ଯ୍ୟାଳୟକୁ ସିଲ୍‌ କରିଥିଲା ।

Read More

ପୁରୀ, ବେଳାଭୂମି ପରିସ୍କାର ରହିଲେ ପରିବେଷ ପରିସ୍କାର ରହିବ। ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ। ଏହିପରି ଏକ ବାର୍ତ୍ତା ନେଇ ପୁରୀ ପ୍ରଶାସନ ତରଫରୁ ଆରମ୍ଭ ହୋଇଛି ଅଭିନବ ଉଦ୍ୟମ। ଯାହାର ନାମ ରଖାଯାଇଛି ‘ମୋ ବେଳାଭୂମି ଯୋଗ’। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ବେଳାଭୂମିରେ ଯୋଗ କରିବା ପାଇଁ ଉତ୍ସାହିତ କରାଯାଉଛି। ସକାଳୁ ସକାଳୁ ଯେଉଁମାନେ ଘରେ ଯୋଗ କରୁଛନ୍ତି ସେମାନଙ୍କୁ ଏହି ବେଳାଭୂମିରେ ଯୋଗ କରିବା ପାଇଁ କୁହାଯାଉଛି। ଏହାଦ୍ବାରା ବେଳାଭୂମି ପରିସ୍କାର ରହିବା ସହିତ ଲୋକେ ମଧ୍ୟ ସୁସ୍ଥ ରହିବେ। ମୁଖ୍ୟତଃ ଯୋଗଶାସ୍ତ୍ର ଅନୁସାରେ ଯୋଗ ଏପରି ସ୍ଥାନରେ କରିବା ଉଚିତ ଯେଉଁଠି ମୁକ୍ତ ବାୟୁ ମିଳିପାରୁଥିବ। ଆଖିର ଦୃଷ୍ଟି କୋଣରେ ଦିଗବଳୟ ଦେଖାଯାଉଥିବ। ଏହିପରି ପରିବେଶ କେବଳ ବେଳାଭୂମି ବ୍ୟତିତ ଅନ୍ୟ କେଉଁଠି ମିଳିପାରିବ ନାହିଁ। ସମୁଦ୍ରର ଧୀର ଶଦ୍ଦ, ଶାନ୍ତ ଆକାଶ ଏବଂ ନିର୍ମଳ ବାୟୁ ନିଶ୍ଚିତ ଭାବେ ସ୍ବାସ୍ଥ୍ୟ ଗଠନରେ ସାହାର୍ଯ୍ୟ କରିପାରିବ।…

Read More

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ପୁଣି ଥରେ ଧାରା 370 ସମ୍ପର୍କରେ ମୁହଁ ଖୋଲିଛନ୍ତି । ଧାରା 370 ଉଚ୍ଛେଦକୁ ଅଣ ସାମ୍ବିଧାନିକ ବୋଲି କହିବା ସହିତ ଗୁପକାର ରାଜିନାମା ପ୍ରତି ସମର୍ଥନ ଜାହିର କରିଥିଲେ । ଏହା ସହିତ କଂଗ୍ରେସ କ୍ଷମତାକୁ ଆସିଲେ ଜମ୍ମୁ କାଶ୍ମୀରରେ ଧାରା 370 ଲାଗୁ କରିବା ସହିତ ଜମ୍ମୁ କାଶ୍ମୀର ବାସୀଙ୍କ ଅଧିକାର ତାଙ୍କୁ ଫେରାଇ ଦିଆଯିବ ବୋଲି ଚିଦାମ୍ବରମ କହିଛନ୍ତି । ବିଜେପି ଶାସିତ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରର ଆଞ୍ଚଳିକ ଦଳଙ୍କୁ ପ୍ରାଧାନ୍ୟ ଦେବା ସହିତ ସ୍ଥାନୀୟ ବାସିନ୍ଦାଙ୍କୁ ଦେଶଦ୍ରୋହୀ ଭଳି ବ୍ୟବହାର ନକରୁ ବୋଲି ଚିଦାମ୍ବରମ ଟ୍ୱିଟ କରିଛନ୍ତି । ଯେଉଁଭଳି ଭାବରେ ଅଗଣତାନ୍ତ୍ରିକ ଏବଂ ଅସାମ୍ବିଧାନିକ ଉପାୟରେ ଧାରା 370ର ଉଚ୍ଛେଦ କରାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ଚିଦାମ୍ବରମ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ5, 2019ରେ ମୋଦି ସରକାର ଜମ୍ମୁ କାଶ୍ମୀରରୁ…

Read More

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। ତାଙ୍କ କାର୍ଯ୍ୟାଳୟ ସିଳ୍‌ କରିବା ବିଏମ୍‌ସିର ବେଆଇନ ପଦକ୍ଷେପ ବୋଲି କହିଛନ୍ତି ଅପରାଜିତା । ତେବେ ଏଥିପାଇଁ ସେ ବିଏମସିକୁ ଦାୟୀ ନକରି ସରକାରଙ୍କୁ ଦାୟୀ କରିଛନ୍ତି । ଗୃହମନ୍ତ୍ରାଳୟର ଗାଇଡ୍‌ ଲାଇନ୍‌ ଉଲ୍ଲଂଘନ କରି ତାଙ୍କଅଫିସ୍‌ ସିଲ୍‌ କରାଯାଇଛି । ଅଫିସ ସିଲ ଯୋଗୁଁ ତାଙ୍କର ଆର୍ଥିକ କ୍ଷତି ଘଟିଛି, ସେ ମାନସିକ ନିର୍ଯ୍ୟାତନା ଭୋଗିଛନ୍ତି  । ଏନେଇ ସେ କୋର୍ଟ ଯିବା ପାଇଁ ଚିନ୍ତା କରୁଛନ୍ତି ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି  । ଅପରାଜିତା କହିଛନ୍ତିଯେ, ତାଙ୍କର ଅଫିସ ସିଲ କରିବା ସଂପୂର୍ଣ୍ଣ ବେଆଇନ  । ତାଙ୍କଅଫିସ୍‌ରେ କେହି କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଆକ୍ରାନ୍ତ ଚିହ୍ନଟ ନ ହେବା ସତ୍ତ୍ବେ ପୂରା ଅଫିସ୍‌କୁ କିପରି ସିଲ୍‌ କରାଗଲା ବୋଲି ପ୍ରଶ୍ନପଚାରିଛନ୍ତି ଅପରାଜିତା ।ଏହା ହେଉଛି ସରକାରଙ୍କ ଆକ୍ରୋଶମୂଳକ ପଦକ୍ଷେପ ।…

Read More

ଭୁବନେଶ୍ବର : ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।  ଖୋର୍ଦ୍ଧରୁ ସର୍ବାଧିକ 5 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ କଟକରୁ 2 ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।  ଅନୁଗୁଳ, ବାଲେଶ୍ବର, ଜଗତସିଂହପୁର, କନ୍ଧମାଳ, କେଉଁଝର, ମୟୂରଭଞ୍ଜ, ନୟାଗଡ, ପୁରୀ, ରାଉରକେଲା, ସମ୍ବଲପୁର ଆଦି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ମୃତକଙ୍କ ସଂଖ୍ୟା 1121କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ ତିନିଜଣ ରହିଛନ୍ତି । ଭୁବନେଶ୍ବରରୁ ଦୁଇ ମହିଳାଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ମୃତ ଦୁଇ ମହିଳା ଆକ୍ରାନ୍ତଙ୍କର ବୟସ ଯଥାକ୍ରମେ 57 ଓ 73 । ସେହିପରି ଅନ୍ୟ ଦୁଇ ଆକ୍ରାନ୍ତ ହେଉଛନ୍ତି 70 ବର୍ଷୀୟ ପୁରୁଷ, 76 ବର୍ଷୀୟପୁରୁଷ ।…

Read More

ଭୁବନେଶ୍ବର, ବର୍ତ୍ତମାନ ତିର୍ତ୍ତୋଲ ଏବଂ ବାଲେଶ୍ବରରେ ସବୁ ଦଳର ନେତାମାନେ ଡେରା ପକାଇଲେଣି। ଆହୁରି ଅନେକ ଭୁବନେଶ୍ବରିଆ ନେତା ସେଠାକୁ ଯିବେ। ହେଲେ ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ନେତାଙ୍କ ପାଇଁ ବଡ ସମସ୍ୟା ଭାବେ ଉଭା ହୋଇଛି ଘର। କାରଣ ଗାଁ ଗହଳିର ଲୋକେ ଭୁବନେଶ୍ବର ପରି କୋରନା ଅଞ୍ଚଳରୁ ଯାଉଥିବା ନେତାମାନଙ୍କୁ ଘର ଦେବାକୁ ଚାହୁଁ ନାହାଁନ୍ତି। ପ୍ରଥମ କଥା ହେଲେ ଏହି ଦୁଇ ନିର୍ବାଚନ ମଣ୍ଡଳୀର ସ୍ଥିତି ଯାହା ଏତେ ନେତାଙ୍କ ରହିବା ପାଇଁ ସେମିତି ହୋଟେଲ ନାହିଁ। ସେଥିପାଇଁ ନିଜ ନିଜ ଅଞ୍ଚଳର କର୍ମିମାନଙ୍କୁ ନେତାଙ୍କ ରହିବା ପାଇଁ ଘର ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ଅଥବା ନିଜ ଘରେ ରହିବା ପାଇଁ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି। ହେଲେ ଏଥର ଭୁବନେଶ୍ବରରେ କରୋନା ଯୋଗୁଁ କର୍ମିମାନେ ନେତାଙ୍କୁ ନିଜ ଘରେ ସ୍ଥାନ ଦେବାକୁ ଆଗ୍ରହ ପ୍ରକାଶ କରୁ ନାହିଁନ୍ତି। ଫଳରେ ପ୍ରଚାର ପାଇଁ ଯିବାକୁ ଥିବା…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୨ ହଜାର ୧୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୨୭୪ ଜଣ ଚିହ୍ନଟ ହୋଇଥିବାବେଳେ ୯୨୨ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୬ହଜାର ୩୪୫କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୪୧ ହଜାର ୩୮୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୩ ହଜାର ୭୮୬ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୧୦୪ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। https://twitter.com/IPR_Odisha/status/1317337328612827136?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1317337328612827136%7Ctwgr%5Eshare_3%2Ccontainerclick_1&ref_url=https%3A%2F%2Fm.dailyhunt.in%2Fnews%2Findia%2Foriya%2Fnews7-epaper-nwsseven%2Frajyarechihnatahele2196kareanasankramita266345repahagychilaaakrantankasankhya-newsid-n222628130 ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ମୋଟ୍‌ ୨ ହଜାର ୧୯୬ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୫୯…

Read More

ନୂଆଦିଲ୍ଲୀ : ପାର୍ବଣର ସମୟ ଉପସ୍ଥିତ । ସମସ୍ତେ ପୂଜା ପାଇଁ ସଜବାଜ ହୋଇସାରିଲେଣି । ଏହି ସମୟରେ  ଫିଲ୍ଫକାର୍ଟ, ଆମାଜନ ଓ ସାନ୍ପଡିଲ୍‌ ପରି ଇ-କମର୍ସ କମ୍ପାନୀଗୁଡିକ ନିଜ ଗ୍ରାହକଙ୍କପାଇଁ ପାବର୍ଣ ଉପଲକ୍ଷେ ସେସ୍ପାଲ୍‌ ଅଫର୍‌ ରଖିଛନ୍ତି । ବିଶେଷକରି ସ୍ମାର୍ଟଫୋନ୍‌ ଓ ଇଲୋକ୍ଟ୍ରୋଟନିକ୍ସ ସାମଗ୍ରୀ ଉପରେ ଭାରୀ ଡିସକାଉଣ୍ଟ ଦେଇଛନ୍ତି । ଏହି ସବୁ କମ୍ପାନୀ ତରଫରୁ ଫେଷ୍ଟିଭ୍‌ ସିଜିନ୍‌କୁ ସଫଳ କରିବା ପାଇଁ ଫେଷ୍ଟିଭ୍‌ ସିଜିନ୍‌ ସେଲ୍‌ ଆରମ୍ଭ କରିଛନ୍ତି । ଏହି ସମସ୍ତ କମ୍ପାନୀଗୁଡିକର ସର୍ବାଧିକ ବିକ୍ରି ଏହି ପାର୍ବଣରେ ହିଁ ହୋଇଥାଏ । ଏହି ସମୟରେ ଗ୍ରାହକଙ୍କୁ ଲୋଭାଇବା ପାଇଁ କୌଣସି ମୌକା ଛାଡୁ ନାହାନ୍ତି ଏହି ସବୁ କମ୍ପାନୀଗୁଡିକ । ଇଲୋକ୍ଟ୍ରୋନିକ୍ସ ମାର୍କେଟ୍‌ରେ ଡିସ୍‌କାଉଣ୍ଟ ସହିତ ଆକର୍ଷଣୀୟ ଅଫର୍‌ ମଧ୍ୟ ଦେଉଛନ୍ତି । ତେବେ ଆସନ୍ତୁ ଜାଣିବା ଚଳିତ ଫେଷ୍ଟିଭ୍‌ ସେଲ୍‌ରେ କିପରି ଅଫର୍‌ ରହିଛି । ଚଳିତ ଫେଷ୍ଟିଭ୍‌ ସିଜିନ୍‌କୁ ଲକ୍ଷ୍ୟ…

Read More

ନୂଆଦିଲ୍ଲୀ, ବର୍ତ୍ତମାନର ଗଣନା ଅନୁସାରେ ଭଗବାନ ଶନିଦେବ ଚାରୋଟି ରାଶିର ବ୍ୟକ୍ତିମାନଙ୍କ ପ୍ରତି ବେଶ୍ ଶୁଭଦୃଷ୍ଟି ରଖିଛନ୍ତି। ସେମାନଙ୍କର ଉନ୍ନତି ପାଇଁ ସଠିକ ରାସ୍ତା ଦେଖାଉଛନ୍ତି। ତେବେ ସେହି ରାଶିର ବ୍ୟକ୍ତିମାନେ କିଛି ନିୟମ ଭିତରେ ରହିବା ଉଚିତ। ମେଷ, ବୃଷ ରାଶି ବର୍ତ୍ତମାନ ଏହି ରାଶିର ବ୍ୟକ୍ତିମାନେ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ। ଆପଣଙ୍କ ବିବାଦ ଏକ ଆପୋଷ ସ୍ଥିତିରେ ଶେଷ ହେବେ। ତୁମର ଲାଭ ପାଇଁ ଯାହା ଇଚ୍ଛା ହେଉଛି ତାହାକୁ ଠିକରେ ବ୍ୟବହାର କର। ତୁମର ବ୍ୟକ୍ତିଗତ ଜୀବନ ଏବଂ ପ୍ରୟାସକୁ କ୍ଷଣିକ ପାଇଁ ଗୁପ୍ତ ରଖ। ଧ୍ୟାନ ଦିଅ କୈଣସି କାରଣରୁ ତୁମେ ଫସିଯିବାର ସମ୍ଭାବନା ରହିଛି। ସେଥିପାଇଁ ସତର୍କ ରୁହ, ସାମନା କରିବାକୁ ପ୍ରସ୍ତୁତ ରୁହ। ତୁମର ଅତୀତର କେହି ଜଣେ ବନ୍ଧୁ ତୁମକୁ ଏକ ଉଲ୍ଲେଖନୀୟ ଆଶା ପ୍ରଦାନ କରି। ଆପଣ ପ୍ରଦାନ କରୁଥିବା ଅନୁଗ୍ରହର ଏକ ପୁରସ୍କାର ପାଇବେ। ତୁମର ଆସୁଥିବା…

Read More

ନୂଆଦିଲ୍ଲୀ :  ଗତ 24 ଘଣ୍ଟାରେ ଦେଶରେ 62 ହଜାର 212 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 837ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 12 ହଜାର 998କୁ ବୃଦ୍ଧି ହୋଇଥିବାବେଳେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 74 ଲକ୍ଷ 32 ହଜାର 681କୁ ବୃଦ୍ଧି ହୋଇଛି । ଦେଶରେ ଏବେ ସୁଦ୍ଧା ମୋଟ୍‌ ଆକ୍ଟିଭ୍‌ କେସ୍‌ 7 ଲକ୍ଷ 95 ହଜାର 087 ରହିଥିବାବେଳେ ସର୍ବମୋଟ ସୁସ୍ଥଙ୍କ ସଂଖ୍ୟା 65 ଲକ୍ଷ 24 ହଜାର595ରେ ପହଞ୍ଚିଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କଠାରୁ ସୁସ୍ଥଙ୍କ ସଂଖ୍ୟା ଆଠଗୁଣ ଅଧିକ ରହିଛି । ସେହିପରି ସୁସ୍ଥ ହାର 7 ପ୍ରତିଶତ ରହିଛି । ଆଇସିଏମ୍‌ଆରର ସୂଚନା ଅନୁସାରେ ଅକ୍ଟୋବର 16 ତାରିଖ ସୁଦ୍ଧା ଦେଶରେ ମୋଟ୍‌ 9 କୋଟି 32 ଲକ୍ଷ ନମୁନା ପରୀକ୍ଷା କରାଯାଇଛି । ଗତକାଲି 10 ଲକ୍ଷ ନମୁନା ପରୀକ୍ଷା କରାଯାଇଛି ।…

Read More

ନୂଆଦିଲ୍ଲୀ, ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ ଟି ରାଲି କରିବେ। ତାଙ୍କର ପ୍ରଥମ ରାଲି ଅକ୍ଟୋବର ୨୩ ରେ ସାସାରାମରେ ଆୟୋଜିତ ହେବ ଜ୍ଝ ସେହି ଦିନ ସେ ଗୟା ଏବଂ ଭାଗଲପୁରରେ ଆଉ ଦୁଇଟି ସମାବେଶରେ ଉଦବୋଧନ ଦେବେ। ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ତିନୋଟି ସମାବେଶ ହେବ, ଯାହା ମାଧ୍ୟମରେ ସେ ୭୧ ଟି ଆସନରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ଜିତାଇବାକୁ ଜନସାଧାରଣଙ୍କୁ ନିବେଦନ କରିବେ। ତାଙ୍କର ଅନ୍ୟ ନଅଟି ରାଲି ଦ୍ୱିତୀୟ ଏବଂ ତୃତୀୟ ପର‌୍ୟ୍ୟାୟ ନିର୍ବାଚନ ପାଇଁ ହେବ। ବିହାର ବିଜେପି ନିର୍ବାଚନ ଦାୟିତ୍ୱରେ ଥିବା ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ଏନଡିଏ ଦ୍ୱାରା ଏହି ରାଲି ଅନୁଷ୍ଠିତ ହେବ, ଯେଉଁଥିରେ ଜନତା ଦଳ ୟୁନାଇଟେଡ୍ ବା ଜେଡିୟୁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସାମିଲ ହେବେ।

Read More

ଉତ୍ତରପ୍ରଦେଶ :ଉତ୍ତରପ୍ରଦେଶର ପିଲିଭିତ୍‌ ଜିଲ୍ଲାରେ ଶନିବାର ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ସାତଜଣଙ୍କର ମୃତ୍ୟୁ ହୋଇଥିବାବେଳେ 32 ଜଣ ଆହତ ହୋଇଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ପିଲିଭିତର ପୁରାନାପୁର ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ବସ୍‌ ଓ ବୋଲୋର ମଧ୍ୟରେ ଧକ୍କା ହେବା ପରେ ସାତ ଜଣଙ୍କର ମୃତ୍ୟୁହୋଇଛି। 32 ଜଣ ଗୁରୁତର ରହିଛନ୍ତି ।  ଯାତ୍ରବାହୀ ବସ୍‌ ଯାତ୍ରୀଙ୍କୁ ନେଇ ଲକ୍ଷ୍ନୌ ଅଭିମୁଖେ ଯାଉଥିବାବେଳେ ଏକ ବୋଲୋର ଗାଡି ପୁରନପୁର ଯାଉଥିଲା । ତେବେ ସୋହରାମଉ ବର୍ଡର ନିକଟରେ ଦୁଇ ବାହାନ ମଧ୍ୟରେ ଭୀଷଣ ଧକ୍କା ହୋଇଥିଲା । ଧକ୍କା ହେବା ପରେ ବସ୍‌ଟି କ୍ଷେତକୁ ଓଲଟି ପଡିଥିଲା । ବସ୍‌ ଓଲଟିବା ଫଳରେ ଯାତ୍ରୀମାନେ ତଳକୁ ଦବି ଯାଇଥିଲେ । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲ ନିଆଯାଇଥିବାବେଳେ ଡାକ୍ତର ସେଠାରେ ସାତଜଣଙ୍କୁ ମୃତ୍ୟୁ ଘୋଷଣା…

Read More

ଭୁବନେଶ୍ବର, ଆଜିଠାରୁ ନବରାତ୍ରୀ ଆରମ୍ଭ ହେଉଛି । ନବରାତ୍ରୀ ସମୟରେ ଭକ୍ତମାନେ ମା ଦୁର୍ଗାଙ୍କର ନଅ ପ୍ରକାର ପୂଜା କରିଥାନ୍ତି। ଆଜି ନବରାତ୍ରୀଙ୍କର ପ୍ରଥମ ଦିନ ହୋଇଥିବା ବେଳେ ଏହା 25 ଅକ୍ଟୋବରରେ ବୁଡ଼ ପକାଇ ସମାପ୍ତ କରାଯିବ। ନବରାତ୍ରୀ ଅଶ୍ୱିନ ପ୍ରତିପଦା ତିଥିରୁ ଆରମ୍ଭ କରି ନବମୀ ତିଥି ପର୍ଯ୍ୟନ୍ତ ଚାଲିଥାଏ। ପ୍ରତିପଦା ତିଥିରେ ଅର୍ଥାତ ଆଜି ହେଉଛି କଳସ ପ୍ରତିଷ୍ଠା ପାଇଁ ଶୁଭ ସମୟ। ଏହି ଦିନ କଳସ ପ୍ରତିଷ୍ଠା ସହିତ ଦେବୀ ଶୈଳପୁତ୍ରୀଙ୍କ ପୂଜା ମଧ୍ୟ କରାଯିବ। ତା’ପରେ ଯଥାକ୍ରମେ ବ୍ରହ୍ମଚାରିଣୀ, ଚିତ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଏବଂ ସିଦ୍ଧିଦାତ୍ରୀଙ୍କ ପୂଜା ହେବ। 24 ଅକ୍ଟୋବରରେ ମହାଷ୍ଠମୀ ଏବଂ ମହାନବମୀ ପଡିବ।  ଅକ୍ଟୋବର 25ରେ ବିଜୟା ଦଶମୀ ସହ ନବରାତ୍ର ପୂଜା ସମାପ୍ତ ହେବ। ହିନ୍ଦୁ ନୂଆ ବର୍ଷ ମଧ୍ୟ ନବରାତ୍ରୀଙ୍କ ସହ ଆରମ୍ଭ ହେବ କେଉଁ ଦିନ କେଉଁ ଦେବୀଙ୍କୁ ପୂଜା କରାଯିବ…

Read More

ଭୁବନେଶ୍ୱର : କଟକରେ ରାସ୍ତାକଡ କେନାଲ ଭିତରକୁ କାର ପଶିଯାଇଛି । ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ 16 ନମ୍ବର ଜାତୀୟ ରାଜପଥର ତେଲେଙ୍ଗାପେଣ୍ଠ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । କାରଟି ଭାରସାମ୍ୟ ହରାଇ କେନାଲକୁ ପଶିଯାଇଥିବାବେଳେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନଙ୍କର ପରିଚୟ ଅସ୍ପଷ୍ଟ ରହିଥିବାବେଳେ ଦୁର୍ଘଟଣାର କାରଣ ମଧ୍ୟ ଜଣାପଡ଼ି ନାହିଁ । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତନାଘନା ଚଳାଇଛି ।

Read More

ଭୁବନେଶ୍ବର, ରାଜ୍ୟରେ ହେବାକୁ ଥିବା ଦୁଇଟି ଉପନିର୍ବାଚନ ପାଇଁ ଭୋଟରଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିଥିଲା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। କାରଣ କରୋନା ପଜେଟିଭ ଏବଂ ବୟସ୍କ ଭୋଟରଙ୍କୁ ସତର୍କତା ସହିତ ମତଦାନ କରିବା ପାଇଁ ବ୍ୟବସ୍ଥା କରାଯିବ। ସେଥିପାଇଁ ସ୍ଥାନୀୟ ନିର୍ବାଚନ ଅଧିକାରୀ ଘରକୁ ଘର ବୁଲି ତିନୋଟି ବର୍ଗର ଭୋଟରଙ୍କ ତଥ୍ୟ ସଂଗ୍ରହ କରିଥିଲେ।ସେମାନେ ହେଲେ ବୟସ୍କ, ଭିନ୍ନକ୍ଷମ ଏବଂ କରୋନା ପଜେଟିଭ ଭୋଟର। ଏମାନଙ୍କୁ ପୋଷ୍ଟାଲ ଭୋଟ ଦେବା ପାଇଁ ଉତ୍ସାହିତ କରାଯାଇଥିଲା। ସେହି ଅନୁସାରେ ଦୁଇ ନିର୍ବାଚନ ମଣ୍ଡଳୀର ଏହି ତିନୋଟି ବର୍ଗର ଭୋଟର ହେଲେ ତିର୍ତ୍ତୋଲ ତିନିବର୍ଗର ଭୋଟର ସଂଖ୍ୟା-15253 ଜଣ, ସେମାନଙ୍କ ମଧ୍ୟରୁ ପୋଷ୍ଟାଲ ଭୋଟ ପାଇଁ ରାଜି ହେଲେ 3685 ଜଣ, ବୁଥରେ ଭୋଟ ଦେବେ 9677 ଜଣ ଏବଂ ଅନୁପସ୍ଥିତ ଅଛନ୍ତି 1496 ଜଣ ଭୋଟର। ତେବେ ଏହି ନିର୍ବାଚନ ମଣ୍ଡଳୀରେ କରୋନା ପଜେଟିଭ ଭୋଟର 340 ଜଣ…

Read More

ଭୁବନେଶ୍ବର, ଓଡିଶାର ହେବାକୁ ଥିବା ଦୁଇଟି ବିଧାନସଭା ଉପନିର୍ବାଚନରେ ପ୍ରାର୍ଥୀ ପତ୍ର ଦାଖଲ ଶେଷ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁସାରେ ତିର୍ତ୍ତୋଲରେ 9 ଜଣ ଏବଂ ବାଲେଶ୍ବର ଆସନ ପାଇଁ 8 ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତିର୍ତ୍ତୋଲରେ ଯେଉଁ 9 ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ସେମାନେ ବିଜେଡି, ବିଜେପି, କଂଗ୍ରେସ ଏବଂ ସିପିଆଇର ଜଣେ ଲେଖାଏଁ ପ୍ରାର୍ଥୀ ଅଛନ୍ତି। ସେହିପରି ସ୍ବାଧୀନ ଭାବେ ପାଞ୍ଚ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବାଲେଶ୍ବର ଆସନ ପାଇଁ ମୋଟ ଆଠଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରେ ସାତ ଜଣ ପୁରଷ ହୋଇଥିବା ବେଳେ ଜଣେ ମହିଳା ଅଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି, ବିଜେପି କଂଗ୍ରେସ ସହିତ ଆଉ ପାଞ୍ଚ ଜଣ ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ଆସନ୍ତାକାଲି ଶନିବାର ଦିନ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯିବ। ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ 19 ତାରିଖ ରଖାଯାଇଛି।

Read More

ସୀତାରାମ ଅଗ୍ରୱାଲ  ଟାଙ୍ଗୀ: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୩ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ତାରିମୀ ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା  ଘଟିଛି। ଛତୁ ତରକାରୀ ଖାଇ ବାପା, ମାଆ, ଓ ପୁଅ ଗୁରୁତର ହୋଇପଡିଛନ୍ତି। ଗୁରୁତର ମାନେ ହେଲେ ତାରିମୀ ଗ୍ରାମର ବାପା ସୁଦାମ ପ୍ରଧାନ (୬୦), ମା ସଵିତା  ପ୍ରଧାନ (୫୫) ଓ ପୁଅ ଭଗବାନ ପ୍ରଧାନ (୨୮)। ଗୁରୁତରଙ୍କୁ ଚିକିତ୍ସା ଲାଗି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମିଳିଥିବା ଖବର ଅନୁଯାୟୀ ଆଜି ଭଗବାନ ପ୍ରଧାନ ନିଜ ବାଡି ପଟୁ ଛତୁ ତୋଳି ଘରକୁ ଆଣିଥିଲେ। ପୁଅ ଆଣିଥିବା ଛତୁ ମା ତରକାରୀ କରିବା ପରେ ପରିବାରର ସମସ୍ତ ସଦସ୍ୟ ମିଶି ଭାତ ସହ ଛତୁ ତରକାରୀ ଖାଇଥିଲେ। ଖାଇବାର ପ୍ରାୟ ୫ ଘଣ୍ଟା ପରେ ସମସ୍ତେ ଝାଡା  ବାନ୍ତି କରିବା…

Read More