Author: Samikhsya Bureau

ଭୁବନେଶ୍ବର : ରାଜ୍ୟରେ ଆଉ 14 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।  ଭୁବନେଶ୍ବରରୁ ସର୍ବାଧିକ 4 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ କଟକ ଓ ଜଗତସିଂହପୁର ଜିଲ୍ଲାରୁ 2 ଜଣ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।  ମୟୂରଭଞ୍ଜ, ପୁରୀ, ଢେଙ୍କାନାଳ, କନ୍ଧମାଳ, ବଲାଙ୍ଗିର ଓ ସମ୍ବଲପୁର ଆଦି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ମୃତକଙ୍କ ସଂଖ୍ୟା 1135କୁ ବୃଦ୍ଧି ହୋଇଛି । ଭୁବନେଶ୍ବରର ଚାରି ମୃତକ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ, 49, 52, 42 ଓ 58 । କଟକର ଦୁଇ ମୃତକ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 56 ଓ 45 ବର୍ଷ ବୋଲି ସୂଚନା ରହିଛି । ଜଗତସିଂହପୁରର 63 ବର୍ଷୀୟ ପୁରୁଷ, 46 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି…

Read More

ଆନ୍ଧ୍ରପ୍ରଦେଶ :  ଦେଶର ଦକ୍ଷିଣ ଅଂଶରେ ପ୍ରବଳ ବର୍ଷା ହେଉଛି । ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ପ୍ରବଳ ବର୍ଷା କାରଣରୁ ଚିନ୍ତାଜନକ ସ୍ଥିତି ଉପୁଜିଛି । ଫସଲ ନଷ୍ଟ ହେବା ସହିତ ହାଇଦ୍ରାବାଦରେ ସଡକଗୁଡିକ ନଦୀ ପରି ପ୍ରତୀତ ହେଉଛି । ଏପରିକି ବହୁ ବାହନ ଭାସି ଯାଇଛି ।ଶନିବାର ରାତ୍ରିରେ ମୂଷଳଧାର ବର୍ଷା ଯୋଗୁଁ ବହୁ ଜନଜୀବନ ନଷ୍ଟ ହୋଇଛି । ଏପର୍ଯ୍ୟନ୍ତସହରରେ ପ୍ରବଳ ବର୍ଷା ଯୋଗୁଁ 50 ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ହାଇଦ୍ରାର ଚନ୍ଦ୍ରାୟଗୁଡ୍ଡା ଅଞ୍ଚଳର ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଶନିବାର ଦିନ ମେଡଚଲ ମଲ୍‌କାଜଗିରି ଜିଲ୍ଲାରେ ସିଂଗାପୁର ଟାଉନ୍‌ସିପ୍‌ରେ 157.3 ମିମି ବର୍ଷା ହୋଇଥିବାବେଳେ ବାନ୍ଦଲଗୁଡାରେ 153 ମିମି ବର୍ଷା ହୋଇଥିବାର ରେକର୍ଡ ହୋଇଛି ।  କେବଳ ଆନ୍ଧ୍ରପ୍ରଦେଶ ନୁହେଁ, ମହାରାଷ୍ଟ୍ରରେ ମଧ୍ୟ ପ୍ରବଳ ବର୍ଷା ହୋଇଛି ପ୍ରଭୁତ କ୍ଷତି ହୋଇଛି ।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୨ ହଜାର ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୨୭୪ ଜଣ ଚିହ୍ନଟ ହୋଇଥିବାବେଳେ ୮୫୧ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୮ହଜାର ୩୬୪କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୪୪ ହଜାର ୨୨୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୨ହଜାର ୯୪୯ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୧୨୧ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୨ ହଜାର ୧୯ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୮୩ ଜଣ ଚିହ୍ନଟ…

Read More

ଲମତାପୁଟ: ମାଛକୁଣ୍ଡ ପୋଲିସ୍‌ ଦ୍ବାରା 712 କେଜି ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 70 ଲକ୍ଷ ଟଙ୍କା ହେବ ବୋଲି ସୂଚନା ରହିଛି ।ରାତିରେ ପାଟ୍ରୋଲିଂ ବେଳେ ଭେଡିବେଡା ନିକଟରେ ଏହା ଜବତ ହୋଇଛି । ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ଆନ୍ଧ୍ରରୁ ଜୟପୁର ଚାଲାଣ ହେଉଥିଲା। ପୋଲିସ୍‌ ଧରିବାବେଳେ ଗାଡି ଛାଡି ମାଫିଆ ଫେରାର ହୋଇଯାଇଥିଲେ। ତେବେ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ଉପରେ ତଦନ୍ତ ଚାଲିଛି ବୋଲି ପୁଲିସ କହିଛି।

Read More

ଭୁବନେଶ୍ବର, ଆଜି ଆମେ ଆପଣଙ୍କୁ ଦୁଇଟି ରାଶି ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଶନିଙ୍କ କୋପ ଦୃଷ୍ଟିରୁ ମୁକ୍ତ ହେଲେ। ଫଳରେ ଏହି ରାଶି ଦ୍ବୟର ବ୍ୟକ୍ତିମାନେ ଆର୍ଥିକ ଦୃଷ୍ଟିରୁ ବେଶ୍ ଲାଭବାନ ହୋଇପାରିବେ। ଆପଣଙ୍କ ଆଖପାଖର ଲୋକମାନେ ଆପଣଙ୍କୁ ବେଶ୍ ପ୍ରଶଂସା କରିବେ ଏବଂ ଆପଣଙ୍କ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବେ। ଭବିଷ୍ୟତରେ ଆପଣ କୌଣସି ଅମଳ କରିବାକୁ ଚାହୁଁଥିଲେ ବର୍ତ୍ତମାନ ତାହାର ବିହନ ବୁଣନ୍ତୁ। ଛାତ୍ରଛାତ୍ରୀମାନେ ଉଚ୍ଚ ଅଧ୍ୟୟନ ପାଇଁ ଉତ୍ତମ ସୁଯୋଗ ପାଇପାରିବେ। ଏହି ରାଶିର ବ୍ୟକ୍ତିମାନଙ୍କ କ୍ଷେତ୍ରରେ କିଛି ନୂତନ ପରିବର୍ତ୍ତନ ଆସିବ, ସନ୍ଧ୍ୟାରେ ବନ୍ଧୁଙ୍କ ଜନ୍ମଦିନ ପାର୍ଟୀକୁ ଯିବାର ସୁଯୋଗ ମିଳିବ, ଏହା ଛାତ୍ରମାନଙ୍କ ପାଇଁ ଭଲ ହେବ, ଅଧ୍ୟୟନ ପ୍ରତି ଆପଣଙ୍କର ଆଗ୍ରହ ବଢିବ, ତୁମେ ନିଶ୍ଚିତ ଭାବରେ ତୁମର ପରିଶ୍ରମର ଫଳ ପାଇବ। ଭାଗ୍ୟ ଆପଣଙ୍କ ପକ୍ଷରେ ରହିବ। ଏହି ଦୁଇଟି ରାଶି ହେଉଛି “କନ୍ୟା ଏବଂ କୁମ୍ଭ ରାଶି”।…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟାରେ ସାମାନ୍ୟ ହ୍ରାସ ଦେଖାଯାଉଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 61 ହଜାର 871 ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 1033ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1ଲକ୍ଷ 14 ହଜାର 31ରେ ପହଞ୍ଚିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 74ଲକ୍ଷ 94 ହଜାର 552କୁ ବୃଦ୍ଧି ପାଇଛି।  ଦେଶରେ ଏବେ ସୁଦ୍ଧା ମୋଟ୍‌ ଆକ୍ଟିଭ୍‌ କେସ 7 ଲକ୍ଷ 83 ହଜାର 311 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 65 ଲକ୍ଷ 97 ହଜାର 209 ଜଣ । (ଏଜେନ୍ସି)

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା  ଅନ୍ତର୍ଗତ ଅଲାଇଡିହ ଛକରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଘଟିଥିବା  ଗଣ୍ଡଗୋଳ ରେ ଗୁରୁତର ଆହତ ହୋଇଥିବା ବୁଟୁ ପାଢ଼ୀଙ୍କ କ୍ୟାପିଟାଲ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ପାଖାପାଖି ରାତି ଦୁଇ ଘଟିକାରେ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଅପରପକ୍ଷରେ ଆକ୍ରମଣ କରିଥିବା ଅଭିଯୁକ୍ତ ଗତକାଲି ରାତିରୁ ଫେରାର ଥିବାବେଳେ ବାଣପୁର ପୋଲିସ ତାଙ୍କୁ ଗିରଫ କରିବାପାଈଁ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଛି।

Read More

ଭୁବନେଶ୍ବର, ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟକୁ ନେଇ ଏକ ନିର୍ଦ୍ଧିଷ୍ଠ ଗଣମାଧ୍ୟମକୁ ଖବର କରିବା ପାଇଁ ବେଶ୍ ମଜା ଲାଗେ। ହଠାତ ଟିଆରପି ବଢାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦେହ ଗୁରୁତର ଖବରକୁ ନେଇ ତିଆରି ହୁଏ ବ୍ରେକିଂ ନ୍ୟୁଜ। ମେଦାନ୍ତ ହସପିଟାଲ ଯିବାକୁ ଚାଲିଛି ପ୍ରସ୍ତୁତି। ଏପରି ଏକ ମିଛ ଖବରକୁ ପରବର୍ତ୍ତି ସମୟରେ ଖୋଦ ନବୀନ ଲୋକସେବା ଭବନରେ ସ୍ପଷ୍ଟିକରଣ ଦେବାକୁ ପଡିଛି। ନାହିଁ ମୋ ଦେହ ଠିକ୍ ଅଛି। ପ୍ରକୃତରେ ସମସ୍ତେ ରାଜନୀତି କରିବା କିଛି ଭୁଲ ନୁହେଁ, ହେଲେ କାହା ସ୍ବାସ୍ଥ୍ୟକୁ ନେଇ ରାଜନୀତି କରିବା ଏକ ହୀନ ମାନସିକତା ବୋଲି କୁହାଯିବ। ତେବେ ଏହି ପ୍ରସଂଗ ଉଠାଇବାର କାରଣ ହେଲା ଯେ, ଶନିବାର ଦିନ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ସଂପର୍କରେ କିଛି ସୂଚନା ପ୍ରଦାନ କରିବା। ତାହାର ଅର୍ଥ ନୁହେଁ ଯେ, ଆମେ ଶ୍ରୀମନ୍ଦିର ଉନ୍ନତି ପ୍ରସଂଗ କହିବୁ। ତାହା ବିଲୁକୁଲ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡ଼ିଶାରେ ଏକ ଜନସ୍ୱାର୍ଥ ମାମଲା ରିଟ୍ ପିଟସନ ୨୮୦୭୯/୨୦୨୦ରେ ଓଡ଼ିଶା ସରକାର ରାଜ୍ୟର ୧୪୩୭୯ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୨୦୨୦-୨୧ ବର୍ଷଠାରୁ ବନ୍ଦ କରିବା ପାଇଁ ଗଣଶିକ୍ଷା ବିଭାଗ ଚିଠି ନଂ ୧୦୪୪୨/୧୪.୫.୨୦୨୦ର ବିରୋଧରେ ମାମଲା ରୁଜୁ କରିଛନ୍ତି। ପୁନଶ୍ଚ ଜିଲ୍ଲାୱାରୀ ତାଲିକା ନୋଟିଫିକେସନ ନଂ ୫୩୭୯/୭.୩.୨୦ରେ ନିକଟରେ ଥିବା ଅନ୍ୟ ସରକାରୀ ବିଦ୍ୟାଳୟରେ ମିଶ୍ରଣ କରିବା ପାଇଁ ଆଦେଶ ପ୍ରଦାନ କରିଛନ୍ତି ଯେ ଯେଉଁ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଠାରୁ ପଞ୍ଚମରେ ୨୦ ରୁ ୪୦ ଛାତ୍ର ପଠନ କରୁଛନ୍ତି ଏବଂ ମାଧ୍ୟମିକ ୬ ରୁ ୮ରେ ୫୦ ଛାତ୍ର ପଢ଼ୁଛନ୍ତି ସେହି ସ୍କୁଲଗୁଡ଼ିକ ନିକଟ ଗ୍ରାମରେ ଥିବା ସରକାରୀ ବିଦ୍ୟାଳୟରେ ମିଶ୍ରଣ ହେବ। ସେହିପରି କ୍ଲାସ ୬ ରୁ ୧୦ ଶ୍ରେଣୀରେ ୬୦ରୁ କମ୍ ପିଲା ପଢ଼ୁଥିବେ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଚଳିତ ମାସ ୧୬ ତାରିଖରେ ନିଟ୍‌-୨୦୨୦ ଯୁଗ୍ମ ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ ପାଇଛି। ୨୦୧୯-୨୦ ମସିହା ଶ୍ରେଣୀକକ୍ଷରେ ମେଡ଼ିକାଲ୍ କୋଚିଂ ନେଉଥିବା ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟାମନ୍ଦିର ବହୁ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅନୁଷ୍ଠାନ ପାଇଁ ସୁନାମ ଆଣିଛନ୍ତି। ଏହି ଅନୁଷ୍ଠାନର ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଭିନ୍ନ ସରକାରୀ ମେଡ଼ିକାଲ୍ କଲେଜରେ ନାମ ଲେଖାଇ ପାରିବେ। ୬୦୦ ରୁ ଉର୍ଦ୍ଧ୍ୱ ମାର୍କ ରଖିଥିବା ସାଧାରଣ ବର୍ଗର ୪୭ ଜଣ, ୫୫୦ ମାର୍କରୁ ଉର୍ଦ୍ଧ୍ୱ ରଖିଥିବା ୧୧୩ ଜଣ ଛାତ୍ରଛାତ୍ରୀ ଅନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି। ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ କୋଚିଂ ଡ଼ିଭିଜନର ସର୍ବଭାରତୀୟ ସ୍ତରର ଅଭିଜ୍ଞ ଓ ଉତ୍ସର୍ଗୀକୃତ ଶିକ୍ଷକମାନଙ୍କର ସଂଗଠିତ ବ୍ୟବସ୍ଥା, ଆଧୁନିକ ପରୀକ୍ଷା ପ୍ରଣାଳୀ, ଉଚ୍ଚକୋଟିର ପାଠ୍ୟଖସଡ଼ା, ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସ, କଠୋର ପରିଶ୍ରମ ଦ୍ୱାରା ସମ୍ଭବ ହୋଇପାରିଛି। ଏହି ସଫଳତା ପାଇଁ ଅଭିଭାବକଙ୍କ ସମେତ ପରିଚାଳନା କମିଟିର ସଭାପତି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହିରେ ଦାଦାବଟିକୁ କେନ୍ଦ୍ରରେ ଜନୈକ ଭାଇଭଉଣୀଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି। ଉଭୟ ଆହତ ହୋଇଥିବାବେଳେ ଭଉଣୀର ଅବସ୍ଥା ଗୁରୁତର ଅଛି। ଉଭୟଙ୍କୁ ବ୍ରହ୍ମପୁର ଏମ୍‌କେସିଜିରେ ଚିକିତ୍ସା କରାଯାଉଛି। ଘଟଣାରୁ ପ୍ରକାଶ ଯେ ଆଜି ସକାଳ ୯.୧୦ ସମୟରେ ଲକ୍ଷ୍ମୀନୃସିଂହ ସାହିରେ ରହୁଥିବା ଭାଇ କାଳିଆ ପାତ୍ର ଓ ଭଉଣୀ ସୁନିତା ପାତ୍ର ନିଜ ଘର ସାମ୍ନାରେ ଥିବାବେଳେ ୫ ଜଣ ଯୁବକ ବାଇକ୍‌ରେ ଆସି ଖଣ୍ଡା ସାହାଯ୍ୟରେ ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣରେ ଉଭୟ ଗୁରୁତର ହୋଇଥିଲେ। ବଡ଼ବଜାର ପୋଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିବା ସହ ଜଣେ ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇ ଖୋଜା ଚାଲିଛି। ପୋଲିସ୍‌ର ତଥ୍ୟ ଅନୁଯାୟୀ ଭାଇ କାଳିଆ ପାତ୍ର ଗୋଟିଏ ମିକ୍ସର୍ କାରଖାନା କରିଛି। ଏହି ଯୁବକମାନେ ତାଙ୍କୁ ୧୦ ହଜାର ଟଙ୍କା ଦାଦା ବଟି ମାଗିଥିଲେ। କାଳିଆ ଏହି…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଅଲାଇଡିହ ଛକ ଠାରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହେବାର ଖବର ହସ୍ତଗତ ହୋଇଛି। ଉଭୟ ବ୍ୟକ୍ତି ଅଲାଇଡିହ ଗ୍ରାମର ବୋଲି ଜଣାପଡିଛି। ଏହି ଗଣ୍ଡଗୋଳ ଆଜି ରାତି ପାଖାପାଖି ୮ ଘଟିକା ସମୟରେ ହୋଇଥିଲା। ଗଣ୍ଡଗୋଳ ଉଗ୍ର ରୂପ ନେବାରୁ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ଜଣକ ହେଲେ ବୁଟୁ ପାଢ଼ୀ। ମାରଣାସ୍ତ୍ର ଦ୍ୱାରା ତାଙ୍କ ବାମ କାନ କଟିଯାଇଥିବା ବେଳେ ନାକ ଏବଂ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେଉଥିବାର ସୂଚନା ମିଳିଛି। ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ଅଚେତ ଅବସ୍ଥାରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ତୁରନ୍ତ ତାଙ୍କର ଆଶୁ ଚିକିତ୍ସା କରି ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଦେଇଛନ୍ତି। ଖବର ପାଇ ବାଣପୁର ପୋଲିସ ଡାକ୍ତରଖାନାରେ ପହଞ୍ଚି ବୁଟୁଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଆକ୍ରମଣ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ବନବିଭାଗ ହେପାଜତରେ ଥିବା ଯୁବକର ସନ୍ଦେହଜନକ ମୃତ୍ୟୁ ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଆଜି ଜିଲ୍ଲାପାଳ ସନତ କୁମାର ମହାନ୍ତି ଏବଂ ଏସପି ଅଜେୟ ପ୍ରତାପ ସ୍ୱାଇଁ ବାଣପୁର ଗସ୍ତରେ ଆସି ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, କାଠ ଚୋର ସନ୍ଦେହରେ ନୟାଗଡ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ଗୋଲଗାଁର ବଳଭଦ୍ର ବେହେରାଙ୍କୁ ବାଣପୁର ବନ ବିଭାଗ ଅଟକ ରଖିଥିଲା। କିନ୍ତୁ ବନ ବିଭାଗ ହେପାଜତରେ ଥିବା ବେଳେ ବଳଭଦ୍ରଙ୍କ ମୃତ୍ୟୁ ହୋଇଥିଲା। ତେବେ ଏନେଇ ବନବିଭାଗ କର୍ମଚାରୀ ତାଙ୍କୁ ପିଟିପିଟି ମାରି ଦେଇଥିବାର ବଳଭଦ୍ରଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ତାଙ୍କର ମୃତ୍ୟୁକୁ ନେଇ ପରିବାର ଏବଂ ଗ୍ରାମବାସୀ ଦୁଇ ଦିନ ଧରି ବାଣପୁର ମେଡ଼ିକାଲରେ ଧାରଣାରେ ବସିଥିଲେ। ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ପ୍ରକୃତ ଘଟଣା ଜଣାପଡିବ ଏବଂ ଯଦି ରିପୋର୍ଟ ରେ ଯୁବକଙ୍କ ପରିବାର…

Read More

ଭୁବନେଶ୍ବର, ରାଜ୍ୟରେ ହେବାକୁ ଥିବା ଦୁଇଟି ବିଧାନସଭା ଆସନର ଉପନିର୍ବାଚନ ପାଇଁ କୋଭିଡ19 ଆଇନିରେ କୋହଳ କରାଯାଇଛି। ଏ ନେଇ ସ୍ବାତନ୍ତ୍ର ରିଳିଫ କମିଶନର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସେହି ଅନୁସାରେ କୁହାଯାଇଛି ଯେ, ଉପନିର୍ବାଚନକୁ ଦୃଷ୍ଟିରେ ରଖି କେବେଳ ସେହି ଦୁଇଟି ସ୍ଥାନରେ ଆଇନିକୁ କୋହଳ କରାଯାଇଛି। ଅନ୍ୟସ୍ଥାନରେ ଯେପରି ନିୟମ ଲାଗୁ ହେବା କଥା ତାହା କରାଯିବ। ନୂଆ ଆଇି ଅନୁସାରେ ଏଣିକି ରାଜନୈତିକ ଦଳଗୁଡିକ ଖୋଲା ସ୍ଥାନରେ ଦୁଇଶହ ଲୋକଙ୍କ ସମାବେଶ କରିପାରିବେ। ତେବେ ସେମାନେ ସମସ୍ତେ ମାସ୍କ ପରିଧାନ କରିବେ। ସେହିପରି ଗେଟ ମୁହଁରେ ଥର୍ମାଲ ସ୍କାନି କରିବା ବାଧ୍ୟତା ମୂଳକ କରାଯାଇଛି। ପୂର୍ବରୁ ଏହା ଏକଶହ ମଧ୍ୟରେ ସୀମିତ ରଖାଯାଇଥିଲା। ତେବେ ହଲ ଭିତରେ ଯଦି ବୈଠକ କରାଯିବ ତେବେ ତାହାର ଆସନ ସଂଖ୍ୟାରୁ 50 ପ୍ରତିଶତ କମ ଲୋକ ବସିପାରିବେ। ଅଧିକ ଲୋକଙ୍କୁ ଅନୁମତି ଦିଆଯିବ ନାହିଁ। ଖୋଲାପଡିଆରେ ବୈଠକ କଲେ…

Read More

ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘଦିନ ବ୍ୟବଧାନ ପରେ ଘରୁ ବାହାରି ପୁରୀ ଗସ୍ତ କରିଛନ୍ତି। କରୋନା ପାଇଁ ସେ ନବୀନ ନିବାସରୁ ସମସ୍ତ ବୈଠକ ଏପରିକି ବିଧାନସଭା କାର୍ଯ୍ୟ ମଧ୍ୟ କରୁଥିଲେ। ଓଡିଶାରେ କରୋନା ପ୍ରବେଶ ପରଠାରୁ ନବୀନ ଘରେ ହିଁ ସମସ୍ତ କାର୍ଯ୍ୟ କରୁଛନ୍ତି। ଶେଷ ଥର ପାଇଁ ସେ ଅଗଷ୍ଟ 15 ତାରିଖରେ ପତାକା ଉତ୍ତୋଳନ ପାଇଁ ବାହାରକୁ ବାହାରିଥିଲେ। କରୋନା ଭୟରେ ସେତେବେଳେ ତାଙ୍କ ଗାଡି ଖୋଦ 5ଟି ସଚିବ ଭି କେ ପାଣ୍ଡିୟାନ ଚଳାଇ ଆଣିଥିଲେ। ଏହାପରେ ପୁରୀ ହେଉଛି ତାଙ୍କର ଦ୍ବିତୀୟ ଗସ୍ତ। ଆଜି ଅପରାହ୍ନ ପ୍ରାୟ 5ଟା ବେଳେ ମୁଖ୍ୟମନ୍ତ୍ରୀ ପୁରୀ ପହଁଛିଥିଲେ। ସେ ସିଂହଦ୍ବାର ନିକଟରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ। ଚାଲିଚାଲି ସେ ବିଭିନ୍ନ ଉନ୍ନୟନ କାମ ତଦାରଖ କରିଥିଲେ। ଏପରିକି ତଦାରଖ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଥିଲେ। ସେ…

Read More

କନ୍ଦର୍ପ ବେହେରା ରେଢାଖୋଲ: ଦୁଇ ଦିନ ତଳେ ଖୋଲଗଡ ମନ୍ଦିରରୁ ଚୋରି ହୋଇଥିବା ଚୋରୀ ସାମଗ୍ରୀକୁ କିସିଣ୍ଡା ପୋଲିସ୍ ଆଜି ସକାଳୁ ଡଇଁଚା ଗ୍ରାମରୁ ଜବତ କରିବା ସହ ୨ ଜଣ ଚୋରକୁ ଧରିବାରେ ସଫଳ ହୋଇଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ଗୋଗୁଆ ପଂଚାୟତର ଖୋଲଗଡ ମନ୍ଦିରରୁ ୩ ଦିନ ତଳେ କଂସା, ଜାଗର, ପିତଳ ସାମଗ୍ରୀ, ଦାନବାକ୍ସ ଓ ଶିବଙ୍କ ଠାରେ ପୂଜା ପାଉଥିବା ବିଭିନ୍ନ ପ୍ରକାର ପୂଜାସାମଗ୍ରୀକୁ କିସିଣ୍ଡା ପୁଲିସ୍ ଆଜି ସକାଳୁ ସକାଳୁ ରେଢାଖୋଲ ଥାନା ଡଇଁଚା ଗ୍ରାମକୁ ଯାଇ ପିତାମ୍ବର ମହାପାତ୍ରଙ୍କ ଘରର ପାଇଖାନାରୁ ଜବତ କରିବାରେ ସଫଳ ହୋଇଛି। ଅଭିଯୁକ୍ତର ଭାଇ ବାନାମ୍ବରକୁ ଧରି ରେଢାଖୋଲ ରାସ୍ତାରେ ଗଲାବେଳେ ପିତାମ୍ବରକୁ ଡଇଁଚା ଗାଁ ମୁଣ୍ଡରେ ପୋଲିସ୍ ଧରିଥିଲା। ଚୋରି ସଂପର୍କରେ ପଚରା ଉଚୁରା କରିବା ସହ ତା ସହ ଚୋରି କରିବାକୁ ଯାଇଥିବା ସମ୍ବଲପୁର ପରମାଣପୁର ନିକଟସ୍ଥ…

Read More

କୋଲକାତା : ଶାରଦୀୟ ନବରାତ୍ର ଆରମ୍ଭ ହୋଇଯାଇଛି ।  ମା’ ଜଗଜ୍ଜନନୀ ଦୁର୍ଗା ଆଉ କିଛି ଦିନ ମଧ୍ୟରେ ଧରାବତରଣ କରିବେ । ତାଙ୍କ ଆଗମନ ପାଇଁ ଚାରିଆଡେ ଚାଲିଛି ପ୍ରସ୍ତୁତି । ତେବେ କରୋନାକୁ ଦୃଷ୍ଟିରେ ରଖି ଚଳିତ ଥର ଦୁର୍ଗାପୂଜା ଉତ୍ସବ ପାଳନ କରାଯାଉଥିବାବେଳେ ମା’ଙ୍କ ଆରାଧାନ ପାଇଁ ପ୍ରସ୍ତୁତି ଉତ୍ସାହଜନକ ରହିଛି। ପଶ୍ଚିମବଙ୍ଗରେ ମଧ୍ୟ ଦୁର୍ଗାପୂଜାର ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି । କରୋନାକୁ ଆଖି ଆଗରେ ରଖି ଯଦିଓ ଚଳିତ ଥର ଭବ୍ୟ ସମାରୋହ କରାଯାଉନାହିଁ । ମଣ୍ଡପ ଗୁଡିକରେ ମାତା ଦୁର୍ଗାଙ୍କ ପ୍ରତିମୂର୍ତ୍ତି ଏବେ ଶେଷ ପର୍ଯ୍ୟାୟରେ । ଏହାମଧ୍ୟରେ କୋଲକାତାର ଏକ ମଣ୍ଡପ ଏବେ ବେଶ୍‌ ଚର୍ଚ୍ଚାକୁ ଆସିଛି। ଏହି ମଣ୍ଡପରେ ଚଳିତ ଥର ମାତା ଦୁର୍ଗାଙ୍କ ପାରମ୍ପରିକ ପ୍ରତିମୂର୍ତ୍ତି  ସ୍ଥାନରେ ଜଣେ ମହିଳା ପ୍ରବାସୀ ଶ୍ରମିକଙ୍କ ପ୍ରତିକୃତି ସ୍ଥାପନ ହୋଇଛି । ସେହିପରି  ମହିଷାସୁର ଓ ପାର୍ଶ୍ୱ ଦେବୀଦେବତାଙ୍କ  ପ୍ରତୀକାତ୍ମକ ରୂପ…

Read More

ପଞ୍ଜାବ : ପଞ୍ଜାବର ଫରିଦକୋଟରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ଦୁଇ ସନ୍ତାନଙ୍କ ସହିତ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଲରୁ ପୋଲିସ୍‌କୁ ସୁଇସାଇଡ୍‌ ନୋଟ୍‌ ମିଳିଛି । ଆର୍ଥିକ ସମସ୍ୟା ଯୋଗୁଁ ଏପରି ଚରମ ପଦକ୍ଷେପ ନେଇଥିବାର ପୋଲିସ୍‌ ସୂଚନା ଦେଇଛି । ମୃତକ ଜଣକ ରାଜସ୍ଥାନ ଶିକର ନିବାସୀ 40 ବର୍ଷୀୟ ଧର୍ମପାଳ । ଯିଏ ବିଗତ 10 ବର୍ଷ ଧରି କଲେର ଗ୍ରାମରେ ସ୍ତ୍ରୀ ସୀମା ଓଙ 15 ବର୍ଷୀୟା ଝିଅ ମୋନିକା ଓ 10 ବର୍ଷୀୟ ହତିଶ୍‌ କୁମାରଙ୍କ ସହ ରହୁଥିଲେ । ଧର୍ମପାଳ ଗ୍ରାମରେ ଇଟା ଭାଟିରେ କାମ କରୁଥିଲେ । ତେବେ ଲକ୍‌ଡାଉନ୍‌ ଯୋଗୁଁ ସ୍ଥିତି ଖରାପ ହେବାରୁ ଧାର ଉଧାର କରି ପରିବାର ଚଳାଉଥିଲେ । କିନ୍ତୁ ଶେଷରେ ପରିସ୍ଥିତି ଆଗରେ ମୁଣ୍ଡ ନୁଆଁଇ ଏହି ପରିବାର ନିଜ…

Read More

ପ୍ୟାରିସ :  ବିଗତ କିଛି ଦିନ ଧରି ଅପରାଧର ମାତ୍ରା ବଢିଯାଇଛି । ବିଶ୍ବର କୋଣ ଅନୁକୋଣରୁ ପ୍ରାୟ ସବୁଦିନ ଅପରାଧ ଘଟୁଛି । ଫ୍ରାନ୍ସର ରାଜଧାନୀ ପ୍ୟାରିସ୍‌ର ଉତ୍ତର ପୂର୍ବ କ୍ଷେତ୍ରରେ  ପ୍ରଫେଟ୍‌ ମହମ୍ମଦଙ୍କ ଫଟୋକୁ ନେଇ ହୋଇଥିବା ବିବାଦରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନସାରେ ଛାତ୍ରଙ୍କୁ ପାଠ ପଢାଉଥିବା ସମୟରେ ମହମ୍ମଦଙ୍କ ପ୍ରତିକୃତି ଦେଖାଇଥିବାରୁ ଜଣେ ଇତିହାସ ଶିକ୍ଷକଙ୍କୁ ହତ୍ୟା କରାଯାଇଛି । ଶୁକ୍ରବାର ଶିକ୍ଷକ ଜଣଙ୍କ ମୁଣ୍ଡ କାଟି ତାଙ୍କୁ ହତ୍ୟା କରାଯାଇଥିବା ବେଳେ ପୋଲିସ ଗୁଳିରେ ପ୍ରାଣ ହରାଇଛନ୍ତି ହତ୍ୟାକାରୀ । ଫ୍ରେଞ୍ଚ ପୋଲିସର ଆତଙ୍କ ନିବାରଣ ବିଭାଗ ପକ୍ଷରୁ ମାମଲାର ଯାଞ୍ଚ ଜାରି ରହିଛି । ପ୍ରାୟ ୫ଟା ସମୟରେ ପ୍ୟାରିସର ପଶ୍ଚିମ ଉପାନ୍ତରେ ଥିବା କନଫ୍ଲାନସ ସେଣ୍ଟ ଅନରାଇନ ସ୍କୁଲ ନିକଟରେ ଏହି ଘଟଣା ଘଟିଥିଲା । ସ୍କୁଲର ଇତିହାସ ଶିକ୍ଷକଙ୍କୁ ଦୁର୍ବୃର୍ତ୍ତ ଜଣକ ଆକ୍ରମଣ କରିବା…

Read More

ଭୁବନେଶ୍ବର, ରାଜ୍ୟରେ କାରଖାନାଗୁଡିକ ବାରମ୍ବାର ପ୍ରଦୂଷଣ ମାତ୍ରା ବୃଦ୍ଧି କରିବାରେ ଲାଗିଛନ୍ତି। ସେହି ଆଧାରରେ ରାଜ୍ୟର ପ୍ରଦୂଷଣ ବୋର୍ଡ ଯାଞ୍ଚ କରି ୫୦ଟି ବୃହତ୍‍ ଓ ମଧ୍ୟମ କାରଖାନାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଥିମଧ୍ୟରୁ ୩୩ଟିକୁ କାରଣ ଦର୍ଶାଅ ନୋଟିସ୍‍ ଜାରି ହୋଇଥିବା ବେଳେ ୪ଟିକୁ ବନ୍ଦ ନିର୍ଦ୍ଦେଶ ଓ ୧୩ଟିକୁ କେବଳ ନୋଟିସ କରାଯାଇଛି । କାରଣ ଦର୍ଶାଅ ନୋଟିସ୍‍ ଜାରି ହୋଇଥିବା କାରଖାନାଗୁଡିକ ହେଲେ 1-ଝାରସୁଗୁଡ଼ା ଜିଲ୍ଲାରେ ଥିବା ଅଲଟ୍ରାଟେକ୍‍ ସିମେଣ୍ଟ, 2-ସମ୍ବଲପୁର ଜିଲ୍ଲାରେ ଭୂଷଣ ପାୱାର ଓ ସମଲେଶ୍ୱର ଫେରୋ ଅଲଏଜ୍‍, 3-ଯାଜପୁର ଜିଲ୍ଲା କଳିଙ୍ଗ ନଗର ଶିଳ୍ପାଞ୍ଚଳରେ ଥିବା କେଜେ ଇସ୍ପାତ ଲିମିଟେଡ୍‍ 4-ଯାଜପୁର ୟାଜ୍‍ଦାନୀ ଷ୍ଟିଲ୍‍ ଆଣ୍ଡ ପାୱାର ରହିଛି । 5-ସୁନ୍ଦରଗଡ଼ ଜିଲ୍ଲାର ରିଲାଏବୁଲ୍‍ ସ୍ପଞ୍ଜ୍‍ 6-ବସୁନ୍ଧରା ମେଟାଲିକ୍‍ 7-ଜୟ ଆଇରନ୍‍ ଆଣ୍ଡ ଷ୍ଟିଲ୍‍ 8-ରାଉରକେଲାର ସେଲ୍‍ କାରଖାନା ରହିଛି। ବନ୍ଦ ନୋଟିସ୍‍ ପାଇଥିବା କାରଖାନାଗୁଡିକ 1-ସମ୍ବଲପୁରଠାରେ ଥିବା ଭୂଷଣ ପାୱାର…

Read More