ଆଜି ବିହାର ନିର୍ବାଚନରେ ସିଂହ ଲଢେଇ, ଗୋଟିଏ ପଟେ ମୋଦୀଙ୍କ ସଭା, ଅନ୍ୟପଟେ ରାହୁଳ ଗାନ୍ଧୀ ଦେବେ ଉଦବୋଧନ

Published: Oct 23, 2020, 11:07 am IST

ପାଟନା, ଆଜି ବିହାର ବିଧାନସଭା ନିର୍ବାଚନର ଗରମ ବେଶ ବୃଦ୍ଧି ପାଇବ। କାରଣ ଆଜି ଦେଶର ଦୁଇ ହେଭିୱେଟ ନେତା ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି। ଏନଡିଏ ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅନୁରୋଧ କରିବେ। ସେହିପରି ମହାମେଣ୍ଟର ପ୍ରାର୍ଥୀଙ୍କ ପାଇଁ ରାହୁଲ ଗାନ୍ଧୀ ମଧ୍ୟ ଭୋଟ ଭିକ୍ଷା କରିବେ। ଉଭୟ ନେତାଙ୍କ ପାଇଁ ଆଜି ବିହାର ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତିନୋଟି ସ୍ଥାନରେ ରାଲି କରିବେ। ଏଥିରେ ଏନଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୀତିଶ କୁମାରଙ୍କ ସହିତ ବହୁ ବଡ ନେତା ଯୋଗଦେବେ। ପୂର୍ବରୁ ବିଜେପିର ବହୁ ହେଭିୱେଟ ନିର୍ବାଚନ ସଭାରେ ଯୋଗ ଦେଇ ସାରିଛନ୍ତି। ସେହିପରି ରାହୁଳ ଗାନ୍ଧୀ ଆଜି ଦୁଇଟି ସଭାରେ ଯୋଗଦେବେ। ସେ ମହାମେଣ୍ଟ ତରଫରୁ ତେଜସ୍ବୀ ଯାଦବଙ୍କ ସହିତ ଏହି ପ୍ରଚାର କରିବେ।

Related posts