ଭୁବନେଶ୍ୱର: ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ ଭିଡିଓକୁ ନେଇ ପୁଲିସର ତତ୍ପରତା ପ୍ରସଙ୍ଗରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏକ ବଡ଼ ବୟାନ ଦେଇଛନ୍ତି। ଚନ୍ଦ୍ରାଣୀଙ୍କ ସରଳତାର ସୁଯୋଗ ନେଇ ତାଙ୍କୁ ବ୍ୟବହାର କରାଯାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି ଯେ, ବିଭିନ୍ନ ସମୟରେ ଚନ୍ଦ୍ରାଣୀଙ୍କ ସରଳତାର ସୁଯୋଗ ନେଇ ତାଙ୍କୁ ବ୍ୟବହାର କରାଯାଉଛି। ଏହା ଉପରେ ଆଦିବାସୀ ସମାଜ କଠୋର ଅଭିମୁଖ୍ୟ ନେବାକୁ ନିଷ୍ପତ୍ତି ନେଇଛି। ଆଗାମୀ ଦିନରେ ନବୀନ ନିବାସ ଘେରାଉ ପାଇଁ ଆଦିବାସୀ ସମାଜ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଚନ୍ଦ୍ରମା ଭୂମିଆ ଓ ଚନ୍ଦ୍ରାଣୀ ମୁର୍ମୁଙ୍କୁ ନ୍ୟାୟ ଦେବାକୁ ନବୀନ ନିବାସ ଘେରାଉ ନିଷ୍ପତ୍ତି ନିଆଯାଇଥିବା କଥା ଶ୍ରୀ ମାଝୀ କହିଛନ୍ତି। ସେହିପରି ଗଣମାଧ୍ୟମ ପ୍ରତି ଆକ୍ରୋଶମୂଳକ ପଦକ୍ଷେପକୁ ପ୍ରଦୀପ ମାଝୀ ନାପସନ୍ଦ କରି କହିଛନ୍ତି ଯେ, ଆଇନ ପରିସରରେ ରହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ଫେକ ଭିଡିଓ କିଏ…
Author: Samikhsya Bureau
ପୁରୀ : ପୁରୀ ସ୍ବର୍ଗଦ୍ବାରରୁ ଶବ ସଂସ୍କାର ନେଇ କଟକଣା ହଟିଲା । ପୁରୀ ଜିଲ୍ଲା ବାହାରର ଯେକେହି ଆତ୍ମୀୟଙ୍କ ସଂସ୍କାର କରିପାରିବେ ।କଟକଣା ହଟିବା ନେଇ ପୁରୀ ଜିଲ୍ଲାପାଳଙ୍କ ବଲଓ୍ବନ୍ତ ସିଂହ ସୂଚନା ଦେଇଛନ୍ତି । ଜିଲ୍ଲାରେ ସଂକ୍ରମଣ ହାର କମିଥିବାରୁ ସ୍ବର୍ଗଦ୍ବାରରୁ କଟକଣା ହଟାଗଲା । ତେବେ ଶବ ସତ୍କାର ବେଳେ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ସୂଚନା ଦିଆଯାଇଛି । ସଂସ୍କାର କାର୍ଯ୍ୟକ୍ରମରେ 20 ଜଣରୁ ଅଧିକ ଯିବେନି । ସମସ୍ତେ ମାସ୍କ ପିନ୍ଧିବା ସହିତ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ନିର୍ଦ୍ଦେଶ ଜାରି ରହିଛି । ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ମାମଲାକୁ ଦେଖି ଗତ ଜୁଲାଇ 8 ତାରିଖରୁ ପୁରୀ ଜିଲ୍ଲା ବାହାରର କୌଣସି ବ୍ୟକ୍ତି ବା ପରିବାରକୁ ପୁରୀର ସ୍ୱର୍ଗଦ୍ୱାରରେ ଶବ ଦାହ କରିବାକୁ ବାରଣ କରାଯାଇଥିଲା ।
ଭୁବନେଶ୍ୱର : ଦୁର୍ଗାପୂଜାରେ ମୂର୍ତ୍ତିର ଉଚ୍ଚତାକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ପୂଜା କମିଟିଙ୍କୁ ଆଶ୍ୱସ୍ତି ମିଳିଛି । 9ଟି ପୂଜା କମିଟିଙ୍କୁ ଉଚ୍ଚ ମୂର୍ତ୍ତି ପାଇଁ ଅନୁମତି ପ୍ରଦାନ କରିଛନ୍ତି ହାଇକୋର୍ଟ । ଯେଉଁ 9ଟି ପୂଜାକମିଟି ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ କରିଛନ୍ତି ସେମାନଙ୍କ ମୂର୍ତ୍ତିକୁ ପୂଜା କରିବାର ଅନୁମତି ଦେଇଛନ୍ତି କୋର୍ଟ । ତେବେ ଏହି ନିଷ୍ପତ୍ତି ସହିତ ଦୁଇଟି ସର୍ତ୍ତ ଜାରି କରିଛନ୍ତି ହାଇକୋର୍ଟ । ମାମଲାକୁ ଉଦାହରଣ ଭାବରେ ଗ୍ରହଣ କରାଯାଇପାରିବ ନାହିଁ ଏବଂ ପୂଜା ପରେ ମୂର୍ତ୍ତିକୁ ସରକାର ବିସର୍ଜନ କରିବେ। ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ ଚାରି ଫୁଟ ଉଚ୍ଚତାର ମୂର୍ତ୍ତି କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା। ତେବେ ଏହାକୁ ଚ୍ୟାଲେଞ୍ଜ କରି 9ଟି ପୂଜା କମିଟି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଉକ୍ତ ପିଟିସନର ଶୁଣାଣି କରି ଏଜିଙ୍କୁ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।
ଜାଲୌର : ହାଥରସ୍ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଏପରି ଘଟଣାମାନ କମିବାର ନାଁ ନେଉନାହିଁ । ଦେଶର କୋଣ ଅନୁକୋଣରୁ ଏପରି ଘଟଣାମାନ ସାମ୍ନାକୁ ଆସୁଛି । ରାଜସ୍ଥାନର ଜାଲୌରର ଭିନମାଲରେ ଦୁଇ ନାବାଳିକା ଭଉଣୀଙ୍କ ସହ ଗଣଦୁଷ୍କର୍ମ ଘଟଣା ସାମନାକୁ ଆସିଛି। ପୋଲିସ ରିପୋର୍ଟ ଅନୁସାରେ ଭୀନମାଲ୍ ଅଞ୍ଚଳରେ ଘରେ ଶୋଇଥିବା ଦୁଇ ନାବାଳିକା ଭଉଣୀଙ୍କୁ ଚାରିଜଣ ଯୁବକ ଜବରଦସ୍ତି ଉଠାଇ ନେଇ ଜଙ୍ଗଲରେ ଗଣଦୁଷ୍କର୍ମ କରିଛନ୍ତି । ଦୁଇ ଭଉଣୀଙ୍କ ବୟସ ଯଥାକ୍ରମେ 14 ଓ 15ବର୍ଷ ବୋଲଇ ସୂଚନା ରହିଛି । ଦୁଇ ନାବାଳିକାଙ୍କୁ ରାଜାପୁର ପାହାଡରୁ ଶୋଚନୀୟ ଅବସ୍ଥାରେ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁସାରେ ରାତ୍ରି ପ୍ରାୟ 1.00 ସମୟରେ ଜେତାରାମ ଭିଲ ଓ ତେଜରାମ ଭୀଲ୍ଙ୍କସମେତ ଚାରି ଅଭିଯୁକ୍ତ ଦୁଇ ଭଉଣୀଙ୍କୁ ଘରୁ ଉଠାଇ ନେଇ ରାଜାପୁର ପାହାଡ ଜଙ୍ଗଲକୁ ନେଇ ସେଠାରେ ଦୁଷ୍କର୍ମ…
ଭୁବନେଶ୍ୱର : କରୋନା ସମୟରେ ସ୍କୁଲ ଫି ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ କରାଯାଇଛି । ପୂର୍ବରୁ ରାଜ୍ୟ ଅଭିଭାବକ ସଂଘ ପକ୍ଷରୁ ଏନେଇ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା । ରାଜ୍ୟ ସରକାର ଏହି ମାମଲାକୁ ନେଇ ସାତ ଦିନ ମଧ୍ୟରେ ସ୍ପଷ୍ଟୀକରଣ ପ୍ରଦାନ କରନ୍ତୁ ବୋଲି କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଏହି ମାମଲାକୁ ନେଇ କିଛି ଘରୋଇ ସ୍କୁଲ ପକ୍ଷରୁ ମାମଲା ରୁଜୁ କରାଯାଇଥିଲେ ମଧ୍ୟ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ। ସାତ ଦିନ ପରେ ମାମଲାର ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରିଛନ୍ତି ମାନ୍ୟବର ହାଇକୋର୍ଟ ।
ଉମରକୋଟ : ଅଟୋ ଓଲଟି ପଡିବା ଯୋଗୁଁ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 15 ଜଣ ଆହତ ହୋଇଛନ୍ତି । ଚନ୍ଦାହାଣ୍ଡି ଘାଟି ରାସ୍ତାରେ ଅଟୋଟି ଓଲଟିପଡିଥିଲା। ଅଟୋ ଓଲଟି ପଡିବାରୁ 2 ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ 15ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ 3ରୁ 4 ଜଣ ଶିଶୁ ରହିଥିବାର ସୂଚନା ରହିଛି । ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଆସୁଥିବାବେଳେ ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାର ସୂଚନା ରହିଛି ।
ନୂଆଦିଲ୍ଲୀ: ଜି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘କୁମ୍କୁମ୍ ଭାଗ୍ୟ’ର ‘ଇନ୍ଦୁ ଦାଦି’ ଆଉ ନାହାନ୍ତି । ଇନ୍ଦୁ ଦାଦି ଚରିତ୍ରରେ ଅଭିନେତ୍ରୀ ଜରିନା ରୋଶନ୍ ଖାନ୍ ଅଭିନୟ କରୁଥିଲେ । ମାତ୍ର 54 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି । ହୃଦ୍ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଜରିନା କୁମ୍କୁମ୍ ଭାଗ୍ୟ ବ୍ୟତୀତ ‘ୟେ ରିସ୍ତା କ୍ୟା କହଲାତା ହୈ’ରେ ମଧ୍ୟ କାମ କରିଛନ୍ତି। ସେ ‘କୁମ୍କୁମ୍ ଭାଗ୍ୟ’ ଧାରବାହିକ ଜରିଆରେ ‘ଇନ୍ଦୁ ଦାଦି’ ଭାବେ ଘରେ ଘରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ତାଙ୍କ ବିୟୋଗରେ ଟେଲିଜଗତରେ ଶୋକର ଛାୟା ଖେଳିଯାଇଛି । ଜରିନାଙ୍କ ବିୟୋଗରେ କୁମ୍କୁମ୍ ଭାଗ୍ୟର ଷ୍ଟାର୍କାଷ୍ଟମାନେ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ବିତେଇଥିବା ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି । ଏହି ଧାରାବାହିକର ମୁଖ୍ୟ ଅଭିନେତା ଶାବିର ଆଲ୍ଓ୍ବାଲୁଆ ଓ ମୁଖ୍ୟ ଅଭିନେତ୍ରୀ ଶ୍ରୀତୀ…
କାବୁଲ : ଆଫଗାନିସ୍ତାନରେ ରବିବାର ଏକ ଆତ୍ମଘାତୀ ବିସ୍ଫୋରଣରେ 13 ଜଣଙ୍କର ମୃତ୍ୟୁ ଘଟିବା ସହିତ ଶତାଧିକ ଲୋକ ଆହତ ହୋଇଛନ୍ତି । ଘୋରର ପଶ୍ଚିମ ପ୍ରାନ୍ତରେ ରବିବାର ସନ୍ଧ୍ୟାରେ ଏହି କାର ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ 13 ଜଣଙ୍କର ମୃତ୍ୟୁ ଘଟିବା ସହିତ 120ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାର ସମ୍ଭାବନା ରହିଛି । ପୋଲିସ ଷ୍ଟେସନ ସମ୍ମୁଖରେ ଏହି ବିସ୍ଫୋରଣ କରାଯାଇଥିଲା । ଏହି ଆକ୍ରମଣ ପାଇଁ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି । ତେବେ ସରକାର ଏବଂ ତାଲିବାନ ମଧ୍ୟରେ ଶାନ୍ତି ଆଲୋଚନାକୁ ପ୍ରତିହତ କରିବା ପାଇଁ ଏହି ଆକ୍ରମଣ କରାଯାଇଥିବା ସନେ୍ଦହ କରାଯାଉଛି ।
ସୀତାରାମ ଅଗ୍ରଓ୍ବାଲ ଚିଲିକା: ଦୀର୍ଘ ୭ ମାସ ଧରି ତାଣ୍ଡବ ରଚାଇଥିବା ମହାମାରୀ କରୋନା ପ୍ରଭାବରେ ସମଗ୍ର ଅଞ୍ଚଳ ଅସ୍ତବ୍ୟସ୍ତ। ଏହି ଅବଧି ମଧ୍ୟରେ ଅନେକେ କରୋନାରେ ଆକ୍ରାନ୍ତ ହେବାସହ ଅନେକ ଅମୁଲ୍ୟ ଜୀବନ ମଧ୍ୟ ଚାଲିଯାଇଛି। କରୋନା କେବଳ ଜନଜୀବନ ଉପରେ ପ୍ରଭାବ ବିସ୍ତାର କରିନି ଏହି ପରିସ୍ଥିତି ଯୋଗୁଁ ଅନେକେ ଜୀବିକା ମଧ୍ୟ ହରାଇଛନ୍ତି। ଛୋଟମୋଟ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଦିନ ମଜୁରିଆ, ଟ୍ୟୁସନ୍ ମାଷ୍ଟର ତଥା ବୁଲା ବିକାଳୀମାନେ ଜୀବିକା ହରାଇଛନ୍ତି। ସେହିପରି କରୋନା ମାଡରୁ ପୂଜକମାନେ ମଧ୍ୟ ବର୍ତ୍ତି ପାରିନାହାନ୍ତି। କରୋନା କାଳରେ ବହୁ ସଂକଟର ସମ୍ମୁଖୀନ ହୋଇଛନ୍ତି ମନ୍ଦିରର ପୂଜା ପଣ୍ଡାମାନେ। ଭକ୍ତଙ୍କ ଅନୁଦାନରେ ପୂଜାରୀର ପରିବାର ପ୍ରତିପୋଷଣ ହେଉଥିବାବେଳେ ଭକ୍ତଙ୍କୁ ମନ୍ଦିର ବାରଣ କରାଯାଇଛି। କରୋନା ଯୋଗୁଁ ଦୀର୍ଘ ସାତ ମାସ ଧରି ମନ୍ଦିରଗୁଡିକ ବନ୍ଦ ରହିଛି। ଅନଲକ୍ ପ୍ରକ୍ରିୟାରେ ରାଜ୍ୟର କେତେକ ପର୍ଯ୍ୟଟନ ସ୍ଥଳୀଗୁଡ଼ିକକୁ ଖୋଲିବା ପାଇଁ ସରକାରୀ ଅନୁମତି ମିଳିଥିବା…
ଭୁବନେଶ୍ୱର : କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀରେ ସିଲ୍ ହେଲା ବାର୍ । ରାଜଧାନୀର ଇନ୍ଫୋସିଟି ଅଞ୍ଚଳରେ ଥିବା ଇକୋସ୍ ବାରକୁ ଚଢାଉ କରି ସିଲ୍ କରିଛି ପୋଲିସ । ଏହି ବାର୍ରେ ଜନ୍ମଦିନ ପାଳନ ବେଳେ କୋଭିଡ୍ ନିୟମ ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା । ଜନ୍ମଦିନ ପାଳନ ଉତ୍ସବ ବେଳେ କିଛି ଲୋକ ମାସ୍କ ପିନ୍ଧିଥିବା ବେଳେ ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ନଥିବା ଦେଖିବାକୁ ମିଳିଥିଲା । ଅଭିଯୋଗ ପାଇ ପୋଲିସ ସଂପୃକ୍ତ ବାର୍ରେ ରେଡ୍ କରାଯାଇଥିଲା । ରେଡ୍ ପରେ ବାର୍କୁ ସିଲ୍ କରିଛି ପୋଲିସ ।
ନୂଆଦିଲ୍ଲୀ, ‘ସୋରିଷ ତେଲ’ ଆମର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହା ବେଶ୍ ଉପକାରୀ। ମସଲାଯୁକ୍ତ ଲୁଣଠାରୁ ଆରମ୍ଭ କରି ସୁସ୍ବାଦୁ ଖାଦ୍ୟ ପର୍ଯ୍ୟନ୍ତ ସୋରିଶ ତେଲ ବ୍ୟବହାର ହୋଇଥାଏ। କେଶର ଚମକକୁ ବୃଦ୍ଧି କରିବା ପାଇଁ ଏହା ମଧ୍ୟ ବ୍ୟବହୃତ ହୁଏ। ସୋରିଷ ତେଲ ଶୁଖିଲା କେଶକୁ ମୋଟା, ଚକଚକିଆ ଏବଂ ନରମ ରଖିବା ପାଇଁ ବ୍ୟବହାର କରାଯାଏ। ଚର୍ମକୁ ନିୟମିତ ମାଲିସ୍ କରିବା ଦ୍ୱାରା ଚେହେରାରେ ସୈନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ। ଆୟୁର୍ବେଦ ଅନୁଯାୟୀ, ଚର୍ମର ଚିକ୍କଣତା, ଉତ୍ତମ ସ୍ୱାସ୍ଥ୍ୟ ଏବଂ ସଠିକ୍ ହଜମ ପାଇଁ ସୋରିଷ ତେଲ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିସହିତ ଏହି ତେଲ ଥଣ୍ଡାକୁ ରୋକିବା ସହ ମାଂସପେଶୀକୁ ଆରାମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ବୋଧହୁଏ ଏହି କାରଣରୁ ପ୍ରତ୍ୟେକ ଭାରତୀୟ ରୋଷେଇ ଘରେ ସୋରିଷ ତେଲର ଏକ ବିଶେଷ ସ୍ଥାନ ଅଛି।
ଭୁବନେଶ୍ବର : ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କଟକ ଓ ଭୁବନେଶ୍ବରରୁ ସର୍ବାଧିକ 3 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ସୁବର୍ଣ୍ଣପୁର, ବଲାଙ୍ଗିର, ଝାରସୁଗୁଡା, ଜିଲ୍ଲାରୁ 2 ଜଣ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ବୌଦ୍ଧ, ବରଗଡ, ମୟୂରଭଞ୍ଜ, ଜଗତସିଂହପୁର ନୂଆପଡା ଆଦି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା 1152କୁ ବୃଦ୍ଧି ହୋଇଛି । ଭୁବନେଶ୍ବରର ତିନି ମୃତକ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ, 54,75 ଓ 65 । କଟକର ତିନି ମୃତକ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 60 41, 47 ବର୍ଷ ବୋଲି ସୂଚନା ରହିଛି । ସେହିପରି ସୁବର୍ଣ୍ଣପୁରରୁ ଜଣେ 64 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଆନ୍ୟ ଜଣେ 71…
ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୯୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୧୫୬ ଜଣ ଚିହ୍ନଟ ହୋଇଥିବାବେଳେ ୮୨୬ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୦ହଜାର ୩୪୬କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୪୬ ହଜାର ୮୩୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୨ହଜାର ୩୦୪ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୧୩୫ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍ ୧ ହଜାର ୯୮୨ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୩୦୦ ଜଣ…
ପାରଳାଖେମୁଣ୍ଡି : ଭିଜିଲାନ୍ସ ଜାଲରେ ପଡିଛନ୍ତି ଅଧ୍ୟାପକ । ଅଧ୍ୟାପକ ଜଣକ ହେଉଛନ୍ତି ଜି. ନାଗେଶ୍ବର ରାଓ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି । ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ଼ ଚାଲିଛି । ପାରଳାଖେମୁଣ୍ଡି ରାଧାଗୋବିନ୍ଦ ନଗର ସମେତ 6ଟି ଘରେ ରେଡ଼ କରାଯାଇଛି । ମିଳିଥିବା ସୂଚନା ମୁତାବକ ଜି. ନାଗେଶ୍ଵର ରାଓ ବର୍ତ୍ତମାନ ଗଜପତି ଜିଲ୍ଲା ଗୁରାଣ୍ଡିସ୍ଥିତ ମୀନକେତନ ମହାବିଦ୍ୟାଳୟରେ ଏଜୁକେସନର ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା 30ଲକ୍ଷ ଟଙ୍କାରୁ ଅଧିକ ନଗଦ ମିଳିଥିବାବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ଅନ୍ୟାନ୍ୟ ବ୍ୟାଙ୍କ ଆକାଉଣ୍ଟ ଏବଂ ଗାଡ଼ି ମିଳିଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଛି।
କରାଚୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ପୋଲିସ ଗିରଫ କରିଛି । ସକାଳୁ ହୋଟେଲ କବାଟ ଭାଙ୍ଗି ପାକିସ୍ତାନ ପୋଲିସ ତାଙ୍କୁ ଗିରଫ କରିଛି । ଏନେଇ ନୱାଜଙ୍କ ଝିଅ ଓ ପାକିସ୍ତାନ ମୁସଲିମ ଲିଗ୍ ନେତା ମାରିୟମ ସରିଫ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । https://twitter.com/MaryamNSharif/status/1318010542771109888?s=20 ପାକିସ୍ତାନ ରାଜନୀତିରେ ଏବ ହଲ୍ଚଲ ସୃଷ୍ଟି ହୋଇଛି । ଗତକାଲି ଇମ୍ରାନ୍ ସରକାରଙ୍କ ବିରୋଧରେ ବିପକ୍ଷ ଦଳମାନେ ଏକ ବଡ ରାଲିର ଆୟୋଜନ କରିଥିବାବେଳେ ଆଜି ବିପକ୍ଷ ଦଳଙ୍କ ଉପରେ ଆକ୍ସନ ହୋଇଥିବାର ଜଣାଯାଇଛି । ସୋମବାର ସକାଳୁ ସକାଳୁ ମାରିୟମ୍ଙ୍କ ହୋଟେଲ ରୁମକୁ ଆସିଥିଲା ଓ କବାଟ ଭାଙ୍ଗି କ୍ୟାପଟେନ୍ ସଫଦରଙ୍କୁ ଗିରଫ କରିଥିଲା। ରବିବାର ପାକିସ୍ତାନର କରାଚୀରେ ବିରୋଧୀ ଦଳ ତରଫରୁ ଆୟୋଜିତ ହୋଇଥିବା ଏହି ରାଲିରେ ମାରିୟମଙ୍କ ଭାଷଣ ଚର୍ଚ୍ଚାର ବିଷୟ ପାଲଟି ଥିଲା । ମାରିୟମ ଏହି ରାଲିରେ ଇମ୍ରାନ ଖାନଙ୍କୁ ଡରୁଆ…
ଆସାମ : ଆସାମ-ମିଜେରାମ ସୀମାଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବା ସହିତ ବ୍ୟାପକ ଜଳାପୋଡା ହୋଇଛି । ସୀମା ବିବାଦକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ବହୁ ଲୋକେ ଆହତ ହୋଇଥିବାର ସୂଚନା ରହିଛି। ଦୁଇ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳ ଏପରି ହିଂସକ କାଣ୍ଡ ଘଟିଥିବାର ସୂଚନା ରହିଛି । ଏସମ୍ପର୍କରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବୋଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଜଣାଇଛନ୍ତି । ସେହିପର ସୋନେଓ୍ବାଲ୍ ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କ ସହ ମଧ୍ୟ ଏହି ବିଷୟରେ ଆଲୋଚନା କରିଛନ୍ତି । ଘଟଣାସ୍ଥଳରେ ପୋଲିସ୍ ଓ ସ୍ଥାନୀୟ ପ୍ରଶାସନ ସ୍ଥିତି ନିୟନ୍ତ୍ରଣକୁ ଆଣିଥିବାବେଳେ ବହୁ ସଂଖ୍ୟା ସୁରକ୍ଷା କର୍ମୀ ଆସାମର କଛାର ଜିଲ୍ଲା ଓ ମିଜୋରମର କୋଲାସିବ ଜିଲ୍ଲା ଅନ୍ତର୍ଗତ ସୀମାନ୍ତ ଅଞ୍ଚଳରେ ନିୟୋଜିତ ରହିଛନ୍ତି । ସୂଚନାଯୋଗ୍ୟ, ଆସାମର କଛାର ଜିଲାର ଲାୟଲପୁର ଅଞ୍ଚଳରେ ଅନ୍ତଃରାଜ୍ୟ ସୀମା ବିବାଦକୁ ନେଇ…
ଭୁବନେଶ୍ବର : ପୂର୍ବ – କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଆସନ୍ତା 12 ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେଇପାରେ । ଏହାର ପ୍ରଭାବରେ ଆସନ୍ତା 22ତାରିଖଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଶେଷକରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । । କୋରାପୁଟ, ରାୟଗଡା, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାର ସୂଚନା ଦେଇଛି ପାଣିପାଗ ବିଭାଗ ।ସେହିପରି ଲଘୁଚାପ କାରଣରୁ ପାରାଦ୍ବୀପରେ ସର୍ବାଧିକ 20 ମିମି, ଗଞ୍ଜାମରେ 14.6 ମିମି ବର୍ଷା ହୋଇଥିବାର ରେକର୍ଡ ହୋଇଛି ।
ନୂଆଦିଲ୍ଲୀ,ଜ୍ୟୋତିଷଙ୍କ ଗଣନା ଅନୁସାରେ ଆସନ୍ତାକାଲି ୨୦ ତାରିଖ ମଙ୍ଗଳବାର ଭୋରରୁ କେବଳ ୬ ଟି ରାଶିର ବ୍ୟକ୍ତିମାନେ ଶୁଭ ଖବର ପାଇବେ। ସେମାନେ ଗ୍ରହଣ କରିଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଲାଭଦାୟକ ପ୍ରମାଣିତ ହୋଇପାରେ। ପୁରୁଣା ବିତର୍କ ଶେଷ ହେବ। ଆପଣ ପ୍ରିୟ ଲୋକଙ୍କ ସହିତ ଭଲ ସମୟ କଟିବେ। ଆପଣ ଏକ ସମ୍ପତ୍ତି ବିବାଦରେ ଜିତିବେ। ଆପଣଙ୍କ ଘରକୁ ଏକ ନୂତନ ଅତିଥି ଆସିବେ, ଯାହାଫଳରେ ସୁଖ ଆପଣଙ୍କ ଘରେ ବର୍ଷ ବର୍ଷ ଧରି ରହିବ। ଏକ ବଡ ବ୍ୟବସାୟୀଙ୍କ ସହିତ ଏକ ସାକ୍ଷାତ ସମୟରେ ବ୍ୟବସାୟ ସମ୍ବନ୍ଧୀୟ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। ନୂତନ ବ୍ୟବସାୟ ପାଇଁ ଖ୍ୟାତି ବୃଦ୍ଧି ପାଇବ। ସେହି ଭାଗ୍ୟଶାଳୀ ରାଶି ହେଉଛି ମେଷ, ସିଂହ, ଧନୁ, ବୃଷ, କନ୍ୟା ଏବଂ ମକର ରାଶି। ଏହି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଚ୍ଚକୁ ସ୍ପର୍ଶ କରୁଛି। ହଜିଯାଇଥିବା ପ୍ରେମ ଫେରି ଆସିପାରେ। ଏକ ନୂତନ ବ୍ୟବସାୟ…
ନୂଆଦିଲ୍ଲୀ : ପ୍ରାୟ ତିନି ମାସ ପରେ ଦେଶରେ ଦୈନିକ କରୋନା ମୃତ୍ୟୁ ସଂଖ୍ୟା 600 ତଳକୁ ଖସିଛି । ଦେଶରେ ନୂତନ ଆକ୍ରାନ୍ତଙ୍କଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହୁଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ 24 ଘଣ୍ଟାରେ ଦେଶରେ 55 ହଜାର 722 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 579ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 75 ଲକ୍ଷ 50 ହଜାର 273କୁବୃଦ୍ଧି ହୋଇଛି । ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 14 ହଜାର 610କୁ ବୃଦ୍ଧି ହୋଇଛି । ଏବେ ସୁଦ୍ଧା ଦେଶରେ ମୋଟ୍ ଆକ୍ଟିଭ୍ କେସ୍ 7 ଲକ୍ଷ 72 ହଜାର 55 ରହିଛି । ସେହିପରି ସୁସ୍ଥଙ୍କ ସଂଖ୍ୟା 66 ଲକ୍ଷ 63 ହଜାର 608କୁ ବୃଦ୍ଧି ହୋଇଛି ।
ବଲାଙ୍ଗିର : ସରକାରୀ କ୍ୱାର୍ଟର୍ସରୁ ମିଳିଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ବଲାଙ୍ଗିର ଜିଲ୍ଲା ଚନ୍ଦ୍ରଶେଖରନଗରର ଏକ ସରକାରୀ କ୍ୱାର୍ଟର୍ସରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କଲା ଟାଉନ୍ ପୋଲିସ୍ । ମୃତ ବୃଦ୍ଧ ଦମ୍ପତିଙ୍କ ଘର ସଦର ବ୍ଲକ ଜୁଡାସିଂହ ଗାଁରେ ବୋଲି ଜଣାପଡ଼ିଛି। ସନ୍ଦେହଜନକ ଅବସ୍ଥାରେ ଟାଉନ ପୋଲିସ ଆଜି ସକାଳେ ମୃତଦେହ ଉଦ୍ଧାର କରିଛି। ବୃଦ୍ଧ ଜଣଙ୍କର ମୃତଦେହ ଘର ଭିତରେ ପଡ଼ି ଥିବା ବେଳେ ଝରକାରେ ବନ୍ଧା ଅବସ୍ଥାରେ ବୃଦ୍ଧାଙ୍କ ବେକରେ ରଶି ଲାଗିଥିବା ଦେଖିବାକୁ ମିଳିଥିଲା। ଅସହାୟ ଜୀବନ ବିତାଉଥିବାରୁ ଲୋକମାନେ ଏହି ବୃଦ୍ଧ ଦମ୍ପତିଙ୍କୁ ଏକ ସରକାରୀ କ୍ୱାର୍ଟର୍ସରେ ରଖିଥିଲେ ବୋଲି ଜଣାପଡ଼ିଛି।ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ପୋଲିସ୍ ଅନୁସନ୍ଧାନ ପରେ ଘଟଣା ଉପରୁ ପରଦା ହଟିବ ।
ପାଟନା, ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କଂଗ୍ରେସର ‘ଥିମ୍ ଗୀତ’ ଉନମୋଚନ କରିଛନ୍ତି। ପାଟନାସ୍ଥିତ କଂଗ୍ରେସ ରାଜ୍ୟ ମୁଖ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଏହା କରାଯାଇଛି। କଂଗ୍ରେସର ସୋସିଆଲ ମିଡିଆ ଦଳ ଦ୍ୱାରା ପ୍ରସ୍ତୁତ ଦଳର ଗୀତ “ବୋଲେ ବିହାର, ବଦଲେ ସରକାର” ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ 15 ବର୍ଷର ଶାସନ କାଳରେ ଶିକ୍ଷା ଅବହେଳା, ବେକାରୀ, ଦୁର୍ନୀତି ବୃଦ୍ଧି, ଅପରାଧ, ରାଜ୍ୟର କରୋନା ଭୂତାଣୁକୁ ମୁକାବିଲା କରିବାରେ ବିଫଳତାକୁ ପ୍ରତିଫଳିତ କରିଛି। ବିକାଶ ପାଇଁ ବର୍ତ୍ତମାନ ସରକାର ବଦଳାଇବା ନେଇ ଚର୍ଚ୍ଚା ଚାଲିଛି ବୋଲି ଏହି ଗୀତରେ ଉଲ୍ଲେଖ ରହିଛି। ବିହାର ବିଧାନସଭାର 243 ଟି ଆସନ ପାଇଁ ନିର୍ବାଚନରେ କଂଗ୍ରେସ 70 ଟି ଆସନରେ ପ୍ରାର୍ଥୀ ଦେଇଛି। କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ 23 ଅକ୍ଟୋବରରେ ଭାଗଲପୁରର କାହଲଗାଓଁରେ ଏବଂ ନୱାଡାର ହିସୁଆରେ ଦୁଇଟି ନିର୍ବାଚନ ସଭାକୁ ସମ୍ବୋଧିତ କରିବେ।

