ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌ : ଦୁଇ ମୃତ

Published: Oct 25, 2020, 10:52 am IST

ଅନୁଗୁଳ : ଟ୍ରକ୍‌କୁ ପଛରୁ ଆଉ ଏକ ଟ୍ରକ୍‌ ଧକ୍କା ଦେବା ଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ଏକ କୋଇଲା ବୋଝେଇ ଟ୍ରକକୁ ପଛପଟୁ ଟ୍ରଲର୍ ଧକ୍କାଦେବା ଫଳରେ ଘଟଣାସ୍ଥଳରେ ଟ୍ରଲର୍ ଚାଳକ ଓ ହେଲପର୍ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଜରପଡ଼ା ଥାନାର 55 ନମ୍ବର ଜାତୀୟ ରାଜପଥରେ ଭାଗିରଥିପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଅନୁଗୁଳ ପଟୁ ସମ୍ବଲପୁର ଆଡ଼କୁ ଯାଉଥିବା ଏକ ଟ୍ରଲର୍ ଛିଡ଼ା ହୋଇଥିବା କୋଇଲା ବୋଝେଇ ଟ୍ରକ୍ ପଛରେ ଧକ୍କା ଦେଇଥିଲା। ଏହା ଫଳରେ ଟ୍ରଲର୍ ଚାଳକ ଓ ହେଲପର୍ ମୃତ୍ୟୁ ବରଣ କରିଥିଲେ। ଖବର ପାଇ ଜରପଡ଼ା ଥାନା ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କର ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମୃତକଙ୍କ ପରିଚୟ ସମ୍ପର୍କରେ କିଛି ସୂଚନା ମିଳିପାରିନାହିଁ ।

Related posts