ଭୁବନେଶ୍ୱର: ଆଜି ପାଣିପାଗ ବିଭାଗ ଭୋର ୫ଟ ୩୦ ରିପୋର୍ଟ ଅନୁସାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଦକ୍ଷିଣରୁ ଉପକୂଳ ଅଞ୍ଚଳ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ ବୋଲି କୁହାଯାଇଛି। ସେଥିପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକ ହେଲା ମୟୂରଭଞ୍ଜ, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା । ଆସନ୍ତାକଲି ପାଇଁ ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ମାଲକାନଗିରି, କୋରାପୁଟ, ରାୟଗଡା ଓ ପୁରୀକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସମୁଦ୍ର ଅଶାନ୍ତ ରହୁଥିବା କାରଣରୁ କାଲିଠୁ ୨୨ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ସତର୍କ କରାଯାଇଛି।
Author: Samikhsya Bureau
ମେଷ ରାଶିଫଳ ଆଜି ଗଣେଷଙ୍କ ଆର୍ଶିବାଦ ଯୋଗୁଁ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଆପଣଙ୍କୁ ଏକ ନିଆରା ଅନୁଭବ ମିଳିବ। ତୁମର କୌଣସି ଗୁପ୍ତ ଏବଂ ରହସ୍ୟମୟ ସଂପର୍କିତ ଜିନିଷଗୁଡ଼ିକର ବିଶେଷ ଆକର୍ଷଣ ରହିବ। ଆଜି ମଧ୍ୟ ଆଧ୍ୟାତ୍ମିକ ସଫଳତା ପାଇବାର ସମ୍ଭାବନା ଅଛି। ବକ୍ତବ୍ୟ ଏବଂ ଘୃଣା ଭାବନା ଉପରେ ସଂଯମତା ରଖନ୍ତୁ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ଏବଂ ସମ୍ଭବ ହେଲେ ସ୍ଥଗିତ ରଖନ୍ତୁ। ବୃଷ ରାଶି ଗଣେଶଙ୍କ ଆଶୀର୍ବାଦ ସହିତ ଆପଣ ଆଜି ଘରୋଇ ଜୀବନରେ ସୁଖ ଅନୁଭବ କରିବେ। ପରିବାର ଏବଂ ନିକଟସ୍ଥ ପ୍ରିୟଜନମାନେ ଏକ ଖୁସି ପରିବେଶରେ ଭୋଜନ ଉପଭୋଗ କରିବେ। ବିଦେଶରେ ଅବସ୍ଥିତ ସମ୍ପର୍କୀୟଙ୍କ ଖବରରେ ଆପଣଙ୍କ ହୃଦୟ ଆନନ୍ଦିତ ହେବ। ଆଜି ମା ଲକ୍ଷ୍ମୀଙ୍କ ହଠାତ୍ ଅନୁଗ୍ରହ ଆପଣଙ୍କ ଉପରେ ପଡିପାରେ। ମିଥୁନ ରାଶିଫଳ ଆଜି ଆପଣଙ୍କ ପାଇଁ ଶୁଭ ଫଳ ଅଟେ। ଘରେ ଶାନ୍ତି ଏବଂ ଆନନ୍ଦର ପରିବେଶ ରହିବ। ଆପଣଙ୍କ…
ନବରାତ୍ରୀ ଶୁଭ ଅବସରରେ ଗୃହମନ୍ତ୍ରୀ ଅମିତ ସାହା ନିଜ ଗ୍ରାମ ଗୁଜୁରାଟର ମନସାସ୍ଥିତ ବାହୁଚର ମାତାଜୀ ମନ୍ଦିରରେ ପ୍ରାର୍ଥନା କରୁଛନ୍ତି।
ଶୀତ ଆସିବା ସହିତ କନ୍ଧମାଳ ଜିଲ୍ଲା ଗ୍ରାମାଞ୍ଚଳର ଦୃଶ୍ୟ ମଧ୍ୟ ମନୋରମ ହେବାରେ ଲାଗିଛି
କୋଟପାଡ, ଆଜି କୋଟପାଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୂନ୍ଦ୍ରା ବ୍ଲକ୍ ର ବିଭିନ୍ନ ଗ୍ରାମ ରେ କୋରାନା ମହାମାରୀ ରୁ ରକ୍ଷା ପାଇବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ମାସ୍କ୍ ବଣ୍ଟନ ସହ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ମନ୍ତ୍ରୀ ପଦ୍ମନୀ ଦିଆନ।
ନୂଆଦିଲ୍ଲୀ, ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମୋସର ଆଜି ସଫଳ ପରୀକ୍ଷଣ କରାଯାଇଛି। ଭାରତୀୟ ନୌସେନା ନିର୍ମିତ ଅଦୃଶ୍ୟ ବିଧ୍ଵଂସକ ଦ୍ଵାରା ଆଇଏନଏସ ଚେନ୍ନାଇରୁ ଏହା ଆରବ ସାଗରରେ ନିର୍ଭୁଲ ଲକ୍ଷ୍ୟ ଭେଦ କରିଛି।ଅନେକ ଉଚ୍ଚମାନ ଓ ଜଟିଳ ପରୀକ୍ଷାନିରୀକ୍ଷା ପରେ ଏହା ସଫଳତାର ସହ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ ହୋଇଛି। ଯୁଦ୍ଧ ଜାହାଜର ପ୍ରମୁଖ ପ୍ରହାରକାରୀ ଭାବେ ପରିଚିତ ବ୍ରହ୍ମୋସ ଭାରତୀୟ ନୌସେନାର ଅମୋଘ ଅସ୍ତ୍ର ଭାବେ ବହୁ ଦୂରରେ ଥିବା ଶତ୍ରୁର ଲକ୍ଷ୍ୟସ୍ଥଳୀ ଠାବ କରି ତାକୁ ଧ୍ଵଂସ କରି ଦେଇ ପାରିବ। ଭାରତ ଓ ରୁଷର ମିଳିତ ପ୍ରୟାସରେ ଏହି କ୍ଷେପଣାସ୍ତ୍ର ବ୍ରହ୍ମୋସର ପରିପାଟି ବିକଶିତ ହୋଇଛି। ରକ୍ଷାମନ୍ତ୍ରୀ ରାଜନାଥ ସିଂ, ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆରଡିଓ), ବ୍ରହ୍ମୋସ ଓ ଭାରତୀୟ ନୌସେନାକୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଡିଆରଡିଓ ଅଧ୍ୟକ୍ଷ ଡଃ ଜି. ସତୀଶ ରେଡ୍ଡୀ ମଧ୍ୟଏହି ସଫଳତା ନିମନ୍ତେ ଡିଆରଡିଓ,…
କନ୍ଦର୍ପ ବେହେରା ରେଢାଖୋଲ: ଆଜି ସକାଳୁ ରେଢାଖୋଲ ଥାନା ମାହାଲିଙ୍ଗ ଗ୍ରାମର ବିଲମାଳରୁ ଜନୈକ ଯୁବକର ମୃତ ଦେହ କୁ ରେଢାଖୋଲ ପୋଲିସ୍ ଜବତ କରିଥିବା ଜଣା ପଡିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଥାନା ଲୁହାପଙ୍କ ପଂଚାୟତ ବଡଦଫଲା ଗ୍ରାମର ବିରଂଚି ମୁଣ୍ଡା(୪୧) ନାମକ ଯୁବକର ମୃତ ଦେହକୁ ଚାଷ ଜମିରୁ ସକାଳୁ ସକାଳୁ ଗ୍ରାମବାସୀ ଦେଖି ପୋଲିସ୍ କୁ ଖବର ଦେଇଥିଲେ। ରେଢାଖୋଲ ପୋଲିସ୍ ମହାଲିଙ୍ଗ ଗ୍ରାମକୁ ଯାଇ ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି। ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିବା ଜଣା ପଡିଛି। ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି। ପାରିପାର୍ଶିକ ସ୍ଥିତିରୁ ଯାହା ଜଣା ପଡୁଛି ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛନ୍ତି ଗ୍ରାମବାସୀ। ପୋଲିସ୍ ଏହାର ତଦନ୍ତ କରୁଛି।
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି 233 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂତନ 233 ଆକ୍ରାନ୍ତଙ୍କ ମଧ୍ୟରୁ 51 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ 182ଜଣ ରହିଛନ୍ତି ବୋଲି ବିଏମସି ଟୁଇଟ୍ ଯୋଗେ ସୂଚନା ଦେଇଛି । https://twitter.com/bmcbbsr/status/1317791473966796800?s=20 ସେହିପରି ଆଜି ରାଜଧାନୀରୁ 313 ଜଣ ସୁସ୍ଥ ହୋଇଛନ୍ତି । ନୂତନ ଚିହ୍ନଟ 233 କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍ ସଂକ୍ରମିଙ୍କ ସଂଖ୍ୟା 27 ହଜାର 228ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 24 ହଜାର 143ଜଣ । ସେହିପରି 137ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା 2ହଜାର927ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : କରୋନାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଲକ୍ଡାଉନ୍ ଜାରି ରହିଥିବାବେଳେ ରାଜ୍ୟର ପର୍ଯ୍ୟଟନ ସ୍ଥଳୀଗୁଡିକ ବନ୍ଦ ରହିଥିଲା। କରୋନା ସଂକ୍ରମଣ ହ୍ରାସକୁ ଦେଖି ସାରା ଦେଶରେ ଅନଲକ୍ ପ୍ରକ୍ରିୟା ଚାଲିଛି । ଏହି ପ୍ରକ୍ରିୟାରେ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀଗୁଡିକୁ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଦୀର୍ଘ ସାତ ମାସରେ ପର୍ଯ୍ୟଟକଙ୍କ ପାଇଁ ଚିଲିକାରେ ପୁଣି ଥରେ ନୌକା ବିହାର ପାଇଁ ବାଟ ଫିଟିଛି । ତେବେ ପର୍ଯ୍ୟଟକଙ୍କ ପାଇଁ ଡଙ୍ଗା ଚଳାଚଳ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ସର୍ତ୍ତମୂଳକ ଅନୁମତି ଦେଇଥିବାର ସୂଚନା ରହିଛି । ସର୍ତ୍ତ ଅନୁଯାୟୀ ପ୍ରତ୍ୟେକ ଡଙ୍ଗାରେ ସର୍ବାଧିକ ନଅ ଜଣ ବ୍ୟକ୍ତିଙ୍କ ଯିବା ଲାଗି ଅନୁମତି ରହିଥିବାବେଳେ କୋଭିଡ୍ ଗାଇଡଲାଇନ୍କୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ରହିଛି । କୋଭିଡ୍ ନିୟମ ପାଳନ କରି ପର୍ଯ୍ୟଟକଙ୍କୁ ଡଙ୍ଗାରେ ନେବା ପାଇଁ ନିର୍ଦ୍ଦେଶ ରହିଥିବାବେଳେ ଏହି ନିୟମ ଉଲ୍ଳଂଘନ କଲେ…
ଖୋର୍ଦ୍ଧା : ପାର୍ବଣ ଅବସରରେ ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ଭାବେ ଆଦାୟ କରାଯାଉଥିବା ଦାଦା ବଟିକୁ ରୋକିବା ପାଇଁ ଜିଲ୍ଲା ପୋଲିସ ଅଧିକ୍ଷକଙ୍କ ତରଫରୁ ଏକ ଆଣ୍ଟି ଏକ୍ସଟୋର୍ଶନ(ଦାଦା ବଟି ) ସ୍କ୍ୱାଡ଼ ଗଠନ କରାଯାଇଛି । ଏହି ସ୍କ୍ୱାଡ଼ରେ ଜଣେ ଇନ୍ସପେକ୍ଟର, ଜଣେ ଏ.ଏସ.ଆଇ ଏବଂ4 ଜଣ କନେଷ୍ଟବଳଙ୍କ ସହିତ ଡି.ଏସ.ପି ଶ୍ରୀ ସୁନିଲ କାନ୍ତ ମହାନ୍ତି ମୁଖ୍ୟ ଦାୟିତ୍ୱ ରେ ରହିବେ । ଜିଲ୍ଲାର କୌଣସି ସ୍ଥାନରେ ଯଦି ଦାଦାବଟି କିମ୍ବା ପୂଜା ଚାନ୍ଦା ଆଦାୟ ଜନିତ ମାମଲା କୌଣସି ବ୍ୟକ୍ତିଙ୍କ ନଜରକୁ ଆସେ ତେବେ ତୁରନ୍ତ ସେହି ବ୍ୟକ୍ତି ଡି.ଏସ.ପି ଶ୍ରୀ ସୁନିଲ କାନ୍ତ ମହାନ୍ତି( 9437208801) କିମ୍ବା ଇନ୍ସପେକ୍ଟର ଅର୍ଚନା ମଲ୍ଲିକ(7008401054)ଙ୍କ ନମ୍ବରରେ ଖବର ଦେବା ପାଇଁ ଖୋର୍ଦ୍ଧା ଏସ ପି ଶ୍ରୀ ଅଜେୟ ପ୍ରତାପ ସ୍ୱାଇଁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ଦାଦାମାନଙ୍କୁ ସାବାଡ କରିବା ପାଇଁ କମିଶନରେଟ୍ ପୋଲିସ୍ ଅଣ୍ଟାଭିଡିଛି ।…
ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଯୋଗୁଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗ ପ୍ରସ୍ତୁତ ରହିଛି। ଜଳସମ୍ପଦ ବିଭାଗର ପ୍ରସ୍ତୁତି ନେଇ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇ କହିଛନ୍ତି ଯେ, ବଂଶଧାରା, ନାଗାବଳୀ ଓ ଋଷିକୂଲ୍ୟା ରିଜର୍ଭରୁ ଜଳ ଖାଲି କରାଯାଇଛି। ଜଳସ୍ତର 80%ରୁ କମାଇ 65ରୁ 70% ରଖାଯାଇଛି। 8ଟି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତି କରାଯାଇଛି। ଏଥସହ ନଦୀବନ୍ଧ ଦୁର୍ବଳ ଥିବା ସ୍ଥାନରେ ପ୍ରତିକାର ଲାଗି ସରଞ୍ଜାମ ପ୍ରସ୍ତୁତ ରଖାଯାଇଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି। ସୃଷ୍ଟ ଲଘୁଚାପ ପାଇଁ କାଲି ଠାରୁ 23 ତାରିଖ ଯାଏଁ ବର୍ଷା ହେବ। ରାଜ୍ୟରେ 5ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଭୁବନେଶ୍ବର, ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଏକ ଟୁଇଟରକୁ ନେଇ ଚାରିଆଡେ ବିରୋଧ କରାଯାଉଛି। ଜୟ ପଣ୍ଡା ତାଙ୍କ ସୋସିଆଲ ମିଡିଆରେ ଓଡିଶାକୁ ପାକିସ୍ଥାନ ସହିତ ତୁଳନା କରିଛନ୍ତି। ତାଙ୍କ ପରିବାରର ପରିଚାଳିତ ଓଟିଭି ଚ୍ୟାନେଲର ଏକ ସାମ୍ବାଦିକଙ୍କୁ ଗିରଫ ଘଟଣାରେ ସେ ଏହି ଉଲ୍ଲେଖ କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ ବିନା କାରଣରେ ଓଡିଶା ପୋଲିସ ଜଣେ ସାମ୍ବାଦିକଙ୍କୁ ଟେକି ନେଲା। ଏହା ହେଉଛି ପାକିସ୍ଥାନରେ ଚାଲିଥିବା ଶାସନ ସହିତ ସମାନ ବୋଲି ଜୟ ପଣ୍ଡା ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ବିଜେଡି ସହିତ ବିଭିନ୍ନ ମହଲରେ ତିବ୍ର ବିରୋଧ ହେବାରେ ଲାଗିଛି। ସୋସିଆଲ ମିଡିଆରେ ବୈଜୟନ୍ତଙ୍କ ଏପରି ତୁଳନାକୁ ନିନ୍ଦା କରାଯାଇଛି।
ଗୋରଖପୁର, ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିବାକୁ ମନା କରିବାରୁ ଜଣେ ଯୁବକକୁ ଠେଙ୍ଗାରେ ପିଟିପିଟ ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାମ ହେୁଛି ରାଣା ପ୍ରତାପ। ସେ ହେଉଛନ୍ତି ଉତ୍ତର ପ୍ରଦେଶ ଗୋରଖପୁର ବିଜେପିର ବୁଥ ଅଧ୍ୟକ୍ଷ ହିରାଲାଲଙ୍କ ପୁଅ। ହତ୍ୟାକାରୀମାନେ ହେଉଛନ୍ତି ଖୋଦ ମୃତ ଯୁବକଙ୍କ ସାଙ୍ଗ। 24 ଘଣ୍ଟା ମଧ୍ୟରେ ପୋଲିସ ମୃତକଙ୍କ ତିନି ବନ୍ଧୁଙ୍କୁ ଗିରଫ କରି ହତ୍ୟା ମାମଲା ଋଜୁ କରିଛି। ସେମାନେ ହେଲେ ରାକେଶ ଯାଦବ, ରାମକେଶ ଯାଦବ ଏବଂ ପାନେ ଲାଲ। ଏହି ଘଟଣାର ଖୁଲାସା କରି ଗୋରଖପୁର ଏସପି ଅରବିନ୍ଦ କୁମାର ପାଣ୍ଡେ କହିଛନ୍ତି ଯେ ଗୁଲରିହା ପୋଲିସ ଷ୍ଟେସନ ଅଞ୍ଚଳର ଏକ ଜଙ୍ଗଲରେ ହିରାଲାଲଙ୍କ ପୁଅ ରାଣା ପ୍ରତାପଙ୍କ ମୃତଦେହ ମିଳିଛି। ଅଭିଯୁକ୍ତମାନେ ତାଙ୍କ ମୁଣ୍ଡକୁ ଠେଙ୍ଗାରେ ଆଘାତ କରି ହତ୍ୟା କରିଛନ୍ତି। ଏହି ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେବା ପାଇଁ ଆକ୍ରମଣକାରୀଙ୍କ ଦ୍ୱାରା ଯୁବକଙ୍କ ମୋଟରସାଇକେଲ…
ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଜିଠୁ 23 ତାରିଖ ଯାଏଁ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । କାଲି ସକାଳ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ 5 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ରହିଛି । ମୟୂରଭଞ୍ଜ, ଢେଙ୍କାନାଳ, ମାଲକାନଗିରି, କୋରାପୁଟ ଓ ରାୟଗଡା ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ଏନେଇ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । ଆସନ୍ତା 23 ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ରହିଥିବା ଯୋଗୁଁ କାଲିଠୁ 22 ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।
ଭୁବନେଶ୍ବର : ରାଜ୍ୟ କଂଗ୍ରେସର 33ଟି ସାଙ୍ଗଠନିକ ଜିଲ୍ଲା ଲାଗି ସଭାପତି ନିଯୁକ୍ତି ହୋଇଛି । ଜାଣନ୍ତୁ କେଉଁ ଜିଲ୍ଳା ପାଇଁ କାହାକୁ ସଭାପତି ଦାୟିତ୍ବ ଦିଆଯାଇଛି । ଅନୁଗୁଳୁ ପାଇଁ ବିପ୍ଳବ ଜେନା, ବଲାଙ୍ଗିର – ଦିଲ୍ଲୀପବେହେରା, ବରଗଡ – ନିହାର ମହାନନ୍ଦ, ବାଲେଶ୍ବର –ସଞ୍ଜୀବ ଗିରି, ଭଦ୍ରକ- ସୁବ୍ରତ ଦାସ, ଭୁବନେଶ୍ବର- ବିଶ୍ବଜିତ୍ ଦାଶ, ବୌଦ୍ଧ – ନବକିଶୋର ମିଶ୍ର, କଟକ- ମାନସ ଚୌଧୁରୀ, କଟକ ସିଟି- ଗିରିବାଳା ବେହେରା, ଦେବଗଡ – ଉମାଶଙ୍କର ସାହୁ, ଢେଙ୍କାନାଳ – ସରୋଜ ପଟ୍ଟନାୟକ, ଗଞ୍ଜାମ- ରମେଶ ଜେନା , ଗଜପତି- ଦାଶର୍ଥୀ ଗମାଙ୍ଗୋ, ଜଗତସିଂହପୁର – ନଟବର ବାରିକ, ଯାଜପୁର – ମନୋଜ ରାଉତ, ଝାରସୁଗୁଡା – ଭରତ ଅଓ୍ବସ୍ତି, କନ୍ଧମାଳ – ଅନାମ ନାୟକ, କେନ୍ଦ୍ରାପଡା – ଅଂଶୁମାନ ମହାନ୍ତି, କେନ୍ଦୁଝର – ବିପ୍ଳବ ମିଶ୍ର, ଖୋର୍ଦ୍ଧା – ସୁରେଶ ରାଉତରାୟ, କୋରାପୁଟ – ମୀନାକ୍ଷୀ ବାହିନୀପତି, ମୟୂରଭଞ୍ଜ-…
ଗାଜିଆବାଦ : ଉତ୍ତରପ୍ରଦେଶ ଗାଜିଆବାଦର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଗାର୍ଲଫ୍ରେଣ୍ଡ ନିକଟରୁ ମୁକ୍ତି ପାଇବା ପାଇଁ ଜଣେ ଡାକ୍ତର ବିଷ ଇଞ୍ଜେକସନ୍ ଦେଇ ହତ୍ୟା କରିଥିବାର ସୂଚନା ରହିଛି । ଏହି ଘଟଣାର ଅଭିଯୁକ୍ତ ଡାକ୍ତର ଇସ୍ମାଇଲ୍ଙ୍କୁ ଗିରଫ କରାଯାଇଛି । ଏହି ହତ୍ୟାକାଣ୍ଡ ଉପରୁ ପରଦା ହଟାଇବା ପାଇଁ ପୋଲିସ୍କୁ ପାଖାପାଖି 40 ଦିନ ଲାଗି ଯାଇଥିଲା। ପୋଲିସ୍ ସୂଚନା ଅନୁସାରେ ଗତ ସେପ୍ଟେମ୍ବର 7ରେ ଗାଜିଆବାଦର ଜଣେ ମହିଳା ସନ୍ଦିଗ୍ଧ ଅବସ୍ଥାରେ ହଠାତ୍ ଗାଏବ ହୋଇଯାଇଥିଲେ। ମହିଳାଙ୍କ ନିଖୋଜ ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ପୋଲିସ୍ ଛାନ୍ଭିନ୍ ଆରମ୍ଭ କରି ଅଣପଞ୍ଜିକୃତ ଡାକ୍ତର ଇସ୍ମାଇଲ୍ଙ୍କ ନିକଟରେ ପହଞ୍ଚିଥିଲେ । ଡାକ୍ତରଙ୍କୁ ଏ ସଂକ୍ରାନ୍ତରେ ପଚରାଉଚୁରା ପରେ ସେ ନିଜ ଅପରାଧ ସ୍ବୀକାରକରିଥିଲେ । ବେମାରୀ କାରଣରୁ ଶାବନା ନାମ୍ନୀ ଜଣେ ମହିଳା ଇସ୍ମାଇଲଙ୍କ ନିକଟକୁ ଆସିଥିଲେ। ଏହି ଅବସରରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତ୍ବ…
ନୂଆଦିଲ୍ଲୀ, କରୋନା ଭୂତାଣୁ ନଅ ଘଣ୍ଟା ପର୍ଯ୍ୟନ୍ତ ମାନବ ଚର୍ମରେ ସକ୍ରିୟ ରହୁଛି। ଜାପାନର ଏକ ଗବେଷଣା ଦଳ ଦ୍ବାରା ହୋଇଥିବା ଏହି ଗବେଷଣାରୁ ଏହା ଜଣାପଡିଛି। ମୃତ୍ୟୁର ପ୍ରାୟ ଗୋଟିଏ ଦିନ ପରେ ଶବ ବ୍ୟବଚ୍ଛେଦ ନମୁନାରୁ ସଂଗୃହିତ ଚର୍ମକୁ ପରୀକ୍ଷା କରିବା ପରେ ଏହି ତଥ୍ୟ ଜଣାପଡିଛି। ଏହି ମାସରେ ଜର୍ଣ୍ଣାଲ ଅଫ୍ କ୍ଲିନିକାଲ୍ ଡିଜିଜ୍ ପତ୍ରିକାରେ ଏହା ପ୍ରକାଶିତ ହୋଇଛି। ଏଥିରେ ଦର୍ଶାଯାଇଛି ଯେ “ନଅ ଘଣ୍ଟା ସାରସ-କୋଭିଡ ଭୂତାଣୁ ବଞ୍ଚିବା ଦ୍ୱାରା ମାନବ ଚର୍ମ ସଂସ୍ପର୍ଷ ସଂକ୍ରମଣ ହେବାର ଆଶଙ୍କା ବଢିପାରେ। ସେଥିପାଇଁ କୋଭିଡ -19 ମହାମାରୀର ମୁକାବିଲା ପାଇଁ କ୍ରମାଗତ ଭାବରେ ହାତ ଧୋଇବା ନିହାତି ଆବଶ୍ୟକ ସେମାନେ କହିଛନ୍ତି।
ଗୌହାଟୀ, ଆସାମ ସରକାର ରାଜ୍ୟର ପୁରୋହିତ ବା ପୂଜାରୀଙ୍କୁ ଦୁର୍ଗା ପୂଜା ପୂର୍ବରୁ ସେମାନଙ୍କର କରୋନା ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି। କାରଣ ହେଲା ଯଦି ସେମାନେ କରୋନା ଆକ୍ରାନ୍ତ ହୋଇଥିବେ ତେବେ ଭକ୍ତମାନଙ୍କୁ ତାହା ସଂକ୍ରାମିତ କରିବ। ସେଥିପାଇଁ ସମସ୍ତ ପୂଜାରୀ ବା ପୁରୋହିତଙ୍କୁ ଏହି ପରୀକ୍ଷା କରିବା ପାଇଁ ଅନୁରୋଧ କରାଯାଇଛି। ତେବେ କେତେକ ଜିଲ୍ଲାରେ ପୁରୋହିତମାନେ ଏହି ପରୀକ୍ଷା କରିବାକୁ ରୋକଠୋକ ମନା କରି ଦେଇଛନ୍ତି। ତେବେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସେମାନଙ୍କୁ ପରୀକ୍ଷା କରିବା ପାଇଁ ବୁଝାଉଥିବାର ପରିଲକ୍ଷିତ ହୋଇଛି। ପୁଣି ଏହାକୁ ନେଇ ପୂଜା ଆୟୋଜକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେମାନେ କହିଛନ୍ତି ଯେ କମିଟି ଯେଉଁ ପୁରୋହିତଙ୍କୁ ଠିକ୍ କରିଥିବେ ଯଦି ତାଙ୍କର ପଜେଟିଭ ବାହାରିଲା ତେବେ ପୁଣି ଜଣେ ହଠାତ ମିଳିବା କଷ୍ଟକର ହେବ। ସେଥିପାଇଁ ସରକାର ପୂର୍ବରୁ ପରୀକ୍ଷା କରାଇ ନିଅନ୍ତୁ ବୋଲି ପୂଜା କମିଟଗୁଡିକ ଅନୁରୋଧ କରିଛନ୍ତି।…
ଲକ୍ଷ୍ନୌ : ଉତ୍ତରପ୍ରଦେଶ ବଲିଆରେ ଘଟିଥିବା ଗୁଳିକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଧିରେନ୍ଦ୍ର ପ୍ରତାପ ସିଂଙ୍କୁ ପୋଲିସ ଗିରଫ କରିଛି । ଘଟଣା ଘଟିବାର ତିନି ଦିନ ପରେ ଏସ୍ଟିଏଫ୍ ଟିମ୍ ଗିରଫ କରିବାକୁ ସକ୍ଷମ ହୋଇଛନ୍ତି। ଜନେଶ୍ୱର ମିଶ୍ର ପାର୍କ ଅଞ୍ଚଳରୁ ଧିରେନ୍ଦ୍ରଙ୍କୁ ରବିବାର ଭୋର୍ ସମୟରେ ଗିରଫ କରାଯାଇଛି। ବଲିଆଠାରେ ଜମିବାଡି ବିବାଦକୁ ନେଇ ହୋଇଥିବା ଗୁଳିକାଣ୍ଡର ମୁଖ୍ୟ ଆସାମୀ ଫେରାର ରହିଥିଲା । ମୁଖ୍ୟ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ 10 ପୋଲିସ ଟିମ୍ଙ୍କୁ ମୁତୟନ କରାଯାଇଥିଲା। ଏହା ସହିତ ପୋଲିସ ବିଭାଗ ପକ୍ଷରୁ ଧିରେନ୍ଦ୍ରଙ୍କ ଲାଗି 50 ହଜାର ଟଙ୍କାର ନଗଦ ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା। ଏହି ମାମଲାରେ ଧିରେନ୍ଦ୍ରଙ୍କ ସମେତ ଅନ୍ୟ ଦୁଇ ଅଭିଯୁକ୍ତ ସନ୍ତୋଷ ଯାଦବ ଏବଂ ଅମରଜିତ୍ ଯାଦବଙ୍କୁ ମଧ୍ୟ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଏହି ଗୁଳିକାଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ଲୋକେ ଆହତ ମଧ୍ୟ ହୋଇଥିଲେ ।…
ଭୁବନେଶ୍ବର : ନିଟ୍ ଟପ୍ପର ସୋଏବ ଅଫତାବଙ୍କ ସହ ଫୋନ୍ରେ କଥା ହୋଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଟ୍ ସଫଳତା ପାଇଁ ସୋଏବଙ୍କୁ ଅଭିନନ୍ଦନ ଜଣାଇଛନ୍ତି ନବୀନ ପଟ୍ଟନାୟକ । ସୋଏବଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଖୁସି ପ୍ରକାଶ କରିଛନ୍ତି ସୋଏବ । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୋଏବ୍ ଅଫତାବ୍ । ସୂଚନାଯୋଗ୍ୟ, ନାସନାଲ୍ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ଦ୍ୱାରା ପରିଚାଳିତ ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷାରେ ଓଡ଼ିଶାର ପ୍ରଥମ ଛାତ୍ର ଭାବେ ସୋଏବ ଅଫତାବ୍ ନିଟ୍ ଟପ୍ପର ହୋଇଥିବା ରାଉରକେଲାର 18ବର୍ଷୀୟ ସୋଏବ୍ ଶତ ପ୍ରତିଶତ ମାର୍କ ରଖି ସାରା ଓଡ଼ିଶା ପାଇଁ ଗର୍ବ ଓ ଗୌରବ ପାଲଟିଛନ୍ତି । 720ରୁ 720 ମାର୍କ ରଖି ନିଟ୍ ଟପ୍ପର ହୋଇଛନ୍ତି ସୋଏବ୍ ।
ଲୁଧିଆନା : ପଞ୍ଜାବର ଲୁଧିଆନାର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ଦ୍ବିତୀୟ ଥର ଝିଅ ଜନ୍ମ ଦେବା କାରଣରୁ ଚାରି ବର୍ଷର ଝିଅକୁ ବାଥରୁମ୍ର କାନ୍ଥରେ ପିଟି ପିଟି ହତ୍ୟା କରିଛି । ମିଳିଥିବା ସୂଚନା ଅନୁସାରେ ମହିଳା ଜଣକ ହେଉଛନ୍ତି ବିହାରର ଜଣେ ପ୍ରବାସୀ ଶ୍ରମିକ ଟିଙ୍କୁ ଯାଦବଙ୍କ ସ୍ତ୍ରୀ ।ଅଭିଯୁକ୍ତା ମହିଳା ଲୁଧିଆନାର ନବନୀତ ନଗରରେ ରହୁଥିଲେ । ତାଙ୍କର ଚାରି ବର୍ଷର ଝିଅ ରହିଥିବାବେଳେ ଦୁଇ ମାସ ପୂର୍ବରୁ ସେ ଆଉ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଦ୍ବିତୀୟ ଥର ଝିଅ ହେବା ପରେ ମହିଳା ଜଣକ ବହୁତ ବ୍ୟତିବ୍ୟସ୍ତ ହୋଇପଡିଥିଲେ । ତାଙ୍କର କୌଣସି ପୁଅ ନଥିବାରୁ ସେ ରାଗରେ ତାଙ୍କ ଚାରି ବର୍ଷର ଝିଅକୁ ଗାଧେଇଦେବା ବାହାନାରେ ବାଥରୁମ୍କୁ ନେଇ ସେଠାରେ କାନ୍ଥରେ ତାଙ୍କ ଝିଅକୁ ପିଟିବା ଆରମ୍ଭ କରିଦେଇଥିଲେ । ତେବେ…

