ଆଜି ରାଜ୍ୟରୁ ସୁସ୍ଥ ହେଲେ ୨ ହଜାର ୩୭୭ ଜଣ କୋରୋନା ଆକ୍ରାନ୍ତ

Published: Oct 23, 2020, 8:44 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ୨ ହଜାର ୩୭୭ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୩୯୪ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୨୦୪, କଟକରୁ ୧୨୨, ସୁନ୍ଦରଗଡରୁ ୧୦୯, ବାଲେଶ୍ବରରୁ ୧୬୨, ମୟୂରଭଞ୍ଜରୁ ୧୨୬, ନବରଙ୍ଗପୁରରୁ ୧୦୦, ନୂଆପଡାରୁ ୬୫, ଯାଜପୁରରୁ ୧୦୭, ପୁରୀରୁ ୫୯, କେନ୍ଦ୍ରାପଡାରୁ ୬୪, ଜଗତସିଂହପୁରରୁ ୫୦, ମାଲକାନଗିରିରୁ ୩୧,  ଝାରସୁଗୁଡାରୁ ୮୫, ବରଗଡରୁ ୮୮, ବଲାଙ୍ଗିରିରୁ ୮୭, ସମ୍ବଲପୁରରୁ ୫୦, ଭଦ୍ରକରୁ ୭୭, କେନ୍ଦୁଝରରୁ ୫୦, ସୋନପୁରରୁ ୬୪, ନୟାଗଡରୁ ୨୧, ବୌଦ୍ଧରୁ ୩୩, କୋରାପୁଟରୁ ୨୮,  କନ୍ଧମାଳରୁ ୩୩, ଢେଙ୍କାନାଳରୁ ୩୪, କଳାହାଣ୍ଡିରୁ ୭୨, ଗଞ୍ଜାମରୁ ୩୪, ରାୟଗଡାରୁ ୨୯, ଦେବଗଡରୁ ୧୦, ଗଜପତି ୬ ଏବଂ ଷ୍ଟେଟ ପୁଲରୁ ୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୫୯ ହଜାର ୪୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୭ ହଜାର ୮୮୭ ମଧ୍ୟରୁ ୧୭ ହଜାର ୨୦୨ ଜଣ ଚିକିତ୍ସିଧୀନ ଥିବା ବେଳେ ୧୨୧୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

 

Related posts