Author: Samikhsya Bureau

ଭୁବନେଶ୍ବର: ଆଜି ରାଜ୍ୟରୁ ୨ ହଜାର ୮୫୦ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୫୬୩ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୮୪, ପୁରୀରୁ ୧୪୭, ଅନୁଗୁଳରୁ ୧୩୮, ସମ୍ବଲପୁରରୁ ୧୩୭, କେନ୍ଦ୍ରାପଡାରୁ ୧୩୩, ବରଗଡରୁ ୯୮, ନବରଙ୍ଗପୁରରୁ ୮୯, ଯାଜପୁରରୁ ୮୭, ସୁନ୍ଦରଗଡରୁ ୮୫, ମୟୂରଭଞ୍ଜରୁ ୮୨, ଜଗତସିଂହପୁରରୁ ୮୦, ସୋନପୁରରୁ ୮୦, ବଲାଙ୍ଗିରିରୁ ୭୨, ଝାରସୁଗୁଡାରୁ ୭୨, ବାଲେଶ୍ବରରୁ ୬୯, ଢେଙ୍କାନାଳରୁ ୬୬, କଳାହାଣ୍ଡିରୁ ୬୩, କେନ୍ଦୁଝରରୁ ୫୫, କନ୍ଧମାଳରୁ ୪୮, ମାଲକାନଗିରିରୁ ୪୨, ବୌଦ୍ଧରୁ ୪୧, ନୂଆପଡାରୁ ୪୧, ନୟାଗଡରୁ ୩୭, ଗଞ୍ଜାମରୁ ୩୬, ଭଦ୍ରକରୁ ୩୧, ରାୟଗଡାରୁ ୨୭, କୋରାପୁଟରୁ ୨୬, ଦେବଗଡରୁ ୧୫, ଗଜପତି ୩ ଏବଂ ଷ୍ଟେଟ ପୁଲରୁ ୨୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ…

Read More

ରମେଶ ମହାନ୍ତି ଜଗତସିଂହପୁର: ନାମାଙ୍କନପତ୍ର ଦାଖଲର ଆଜି ଶେଷ ଦିନ ଥିବାବେଳେ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ଓ ଦୁଇଜଣ ସ୍ୱାଧୀନ ପ୍ରାର୍ଥୀ ସଚିତ୍ର ମଲ୍ଲିକ ଏବଂ ଗୋଲାପ ମଞ୍ଜରି ଭୋଇ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ବହୁ ଦଳୀୟ କର୍ମୀଙ୍କ ସହ ବିଜୟ ଶଙ୍କର ଦାସ ଏକ ରାଲିରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ନିଜର ନାମାଙ୍କନପତ୍ର ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ସଚ୍ଚିଦାନନ୍ଦ ଦାସଙ୍କ ନିକଟରେ ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ସେ ପ୍ରଥମେ ଜଗତ୍‌ସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ଦର୍ଶନ କରିଥିଲେ ।କରୋନା କଟକଣା ପାଇଁ ସର୍ବସାଧାରଣଙ୍କୁ ମନ୍ଦିର ଭିତରକୁ ଯିବା ପାଇଁ ଅନୁମତି ନଥିବାରୁ ମନ୍ଦିରର ମୁଖ୍ୟ ଦ୍ୱାର ବାହାରେ ସେ ପୂଜାର୍ଚ୍ଚନା କରିଥିଲେ। ବିଜୟଙ୍କ ସହ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଓ ଜଗତସିଂହପୁର ବିଜେଡି…

Read More

ଭୁବନେଶ୍ବର : ନାସନାଲ୍ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଓଡ଼ିଶାର ପ୍ରଥମ ଛାତ୍ର ଭାବେ ସୋଏବ ଅଫତାବ୍‌ ନିଟ୍‌ ଟପ୍ପର ହୋଇଥିବାର ସୂଚନା ରହିଛି। ନିଟ୍‌ରେ ଶତ ପ୍ରତିଶତ ନମ୍ବର ରଖିବାରେ ସୋଏବ ହେଉଛନ୍ତି ପ୍ରଥମ । ରାଉରକେଲାର 18 ବର୍ଷୀୟ ସୋଏବ ନିଟ୍‌ରେ ମୋଟ୍‌ 720 ନମ୍ବରରୁ 720  ନମ୍ବର ଟପ୍ପର ହୋଇଛନ୍ତି । ଏମବିବିଏସ ଏବଂ ବିଡିଏସ୍ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସେପ୍ଟେମ୍ବର 13 ତାରିଖରେ ନିଟ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଓଡ଼ିଶାରୁ 37 ହଜାର 198 ଜଣ ଛାତ୍ରଛାତ୍ରୀ ନିଟ୍ ପାଇଁ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ 32 ହଜାର 833ଜଣ ପରୀକ୍ଷା ଦେଇଥିଲେ। ତେବେ ପରୀକ୍ଷା ପାଇଁ 15.97 ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। କୋଭିଡ଼ କଟକଣା ମଧ୍ୟରେ ପରୀକ୍ଷା କରାଯାଇ ଥିଲା;…

Read More

ଭୁବନେଶ୍ବର : ଆସନ୍ତା 19 ତାରିଖରେ ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୯ରୁ ୨୧ ତାରିଖ ଅର୍ଥାତ୍ ତିନିଧରି ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ନେଇ ସମସ୍ତ ଜିଲ୍ଲାପାଳକୁ ଏସ୍‌ଆରସି ଚିଠି ଲେଖିଛନ୍ତି। ବିଶେଷକରି ଦକ୍ଷିଣ ଓଡ଼ିଶାରେ ବନ୍ୟା ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପ୍ରବଳ ବର୍ଷା ନେଇ ଆସନ୍ତା 20ରେ 2 ଜିଲ୍ଲା ଏବଂ 21 ତାରିଖରେ 4ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। 20 ଓ 21 ତାରିଖରେ ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବାବେଳେ 21 ତାରିଖ ପାଇଁ କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ପାଇଁ ଅରେଞ୍ଜିଂ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ପୁରୀ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Read More

ନୂଆଦିଲ୍ଲୀ: ଆପଣଙ୍କ ପାଖରେ ଯଦି ପୁରୁଣା ଦଶ ଟଙ୍କିଆ ନୋଟ୍‌ ଅଛି ତେବେ ଆପଣ ମାଲେମାଲ୍‌ ହୋଇଯିବେ। ଆପଣ ଗୋଟିଏ ପୁରୁଣା ଦଶଟଙ୍କିଆ ନୋଟ୍‌ରୁ ୨୦ ରୁ ୨୫ ହଜାର ଟଙ୍କା ପାଇପାରିବେ। ବ୍ରିଟିଶ୍‌ ଇଣ୍ଡିଆ ସମୟରେ ଏପରି କିଛି ନୋଟ୍‌ ଚାଲୁଥିଲା ଯାହା ସମୟରେ ଏବେ ବି ବହୁ ଲୋକେ ଜାଣିନାହାନ୍ତି। ଏହି ସମସ୍ତ ନୋଟ୍‌ ସେହି ସମୟରେ ବହୁ ପ୍ରଚଳନ ହେଉଥିଲା। କିନ୍ତୁ ସେହି ନୋଟ୍‌ ବଦଳରେ ନୂଆ ଷ୍ଟାଇଲିସ୍‌ ନୋଟ୍‌ ଆସିଗଲା। ଏହା ମଧ୍ୟରେ ୧୦ ଟଙ୍କିଆ ନୋଟ୍‌ ଅନ୍ୟତମ। ଏହି ନୋଟ୍‌ରେ ଗୋଟିଏ ପଟରେ ଅଶୋକ ସ୍ତମ୍ବ ରହିଛି। ସିଂହର ତିନି ମୁହଁ ଥିବା ଏହି ୧୦ ଟଙ୍କିଆ ନୋଟ୍‌କୁ କିଛି ବର୍ଷ ପୂର୍ବରୁ ବେଶ୍‌ ଚାଲିଥିଲା। ଏହି ନୋଟ୍‌ରେ ସିଡିଦେଶମୁଖଙ୍କ ଦସ୍ତଖତ ରହିଥିଲା। ସିଡି ଦେଶମୁଖଙ୍କୁ ୧୯୪୩ ମସିହାରେ ବ୍ରିଟିଶର୍ସମାନେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଗର୍ଭର୍ଣ୍ଣର ରୂପେ ନିଯୁକ୍ତ କରିଥିଲେ। ଏହି ୧୦ ଟଙ୍କିଆ…

Read More

ସୀତାରାମ ଅଗ୍ରଓ୍ବାଲ ଚିଲିକା: କରୋନା ମହାମାରୀ ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ  ଚିଲିକା ନିର୍ବାଚନମଣ୍ଡଳୀରେ କମି କମି ଯାଉଛି। ବିଶେଷତଃ ବାଲୁଗାଁ ସହର ଏବଂ ଚିଲିକା ବ୍ଲକର କିଛି ପଞ୍ଚାୟତ ଗଞ୍ଜାମ ଜିଲ୍ଲାର ସୀମାନ୍ତ ଅଞ୍ଚଳ ହୋଇଥିବାସ୍ଥଳେ ଏହାକୁ ବେଶ ଧ୍ୟାନ ଦେଉଛି ଉଭୟ ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ। ଗତକାଲି ସୁଦ୍ଧା ବାଲୁଗାଁ ଏନ.ଏ.ସି ରେ ୩୨ ଗୋଟି କୋଭିଡ ଆକ୍ଟିଭ କେସ ଥିବାବେଳେ ଚିଲିକା ବ୍ଲକରେ ୨୫ ଗୋଟି କୋଭିଡ କେସ ଆକ୍ଟିଭ ଅଛି। ତଥାପି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ରେ ଅକ୍ଟୋବର ୩୧ ସୁଦ୍ଧା ଶୂନ କୋଭିଡ କେସ କରିବା ପାଇଁ ଲାଗିପଡିଛନ୍ତି ସ୍ଥାନୀୟ ପ୍ରଶାସନ। ଏହି ପରିପ୍ରେକ୍ଷୀରେ ନିକଟରେ କୋଭିଡରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଆଗ ଧାଡ଼ିର କରୋନା ଯୋଦ୍ଧା ତଥା ଚିଲିକା ତହସିଲଦାର ଡ଼ା ପୁନମ ମହାପାତ୍ରଙ୍କ ନେତୃତ୍ୱରେ ଆଜି ଏକ ବିଶାଳ ଏନ୍ଫୋର୍ସମେଣ୍ଟ…

Read More

ନୂଆଦିଲ୍ଲୀ :  ଆଜିର ଜାମାନା ହେଉଛି ଗୁଗୁଲ୍‌ର । ଆପଣଙ୍କର ଯଦି କିଛି ପ୍ରଶ୍ନ ଅଛି ତେବେ ତତ୍‌କ୍ଷଣାତ୍‌ ଗୁ୍ଗୁଲ୍‌କୁ ପଚାରି ଦେଉଛନ୍ତି । କେବେ କେବେ ଗୁଗୁଲରେ‌ ବହୁତ ଅଜବ ଜିନିଷ ମଧ୍ୟ ସର୍ଚ୍ଚ ହୋଇଥିବାର ଜଣାଯାଇଛି । ଯଦି ଆପଣ ମଧ୍ୟ ଗୁଗୁଲ୍‌ ସର୍ଚ୍ଚ କରୁଛନ୍ତି, ତେବେ ସାବଧାନ ରହୁନ୍ତୁ । ଆପଣଙ୍କର ଗୋଟିଏ ଭୁଲ୍‌ ଯୋଗୁଁ ଆପଣ ଜେଲ୍‌ର ଚାରି କାନ୍ଥ ଭିତରେ ରହିଯିବେ । ଆପଣ ଗୁଗୁଲ୍‌ ସର୍ଚ୍ଚ କରିବା ସମୟରେ ସାବଧାନ ରୁହନ୍ତୁ, ଜାଣି ରଖନ୍ତି ଗୁଗୁଲ୍‌ରେ କେଉଁ ବିଷୟରେ ସର୍ଚ୍ଚ କଲେ ଆପଣଙ୍କୁ ଏପରି କଠୋର ଦଣ୍ଡ ମିଳିବ । ଗୁଗୁଲ୍‌ରେ କଦାପି ବମ୍‌ ପ୍ରସ୍ତୁତି ସମ୍ପର୍କରେ ସର୍ଚ୍ଚ କରନ୍ତୁ ନାହିଁ । ଏହା ଆପଣଙ୍କୁ ବେଶ୍‌ ମହଙ୍ଗା ପଡିବ । ଆପଣ ଏହା ସମ୍ପର୍କରେ ସର୍ଚ୍ଚ କଲେ, କମ୍ପାନୀ ତୁରନ୍ତ ଆପଣଙ୍କ ଆଇପି ଆଡ୍ରେସ  ସୁରକ୍ଷା ଏଜେନ୍ସିଙ୍କ ନିକଟକୁ ପଠାଇ ଦେବ…

Read More

ଜଲଗାଁଓ : ମହାରାଷ୍ଟ୍ରର ଜଲଗାଁଓରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ଅଜ୍ଞାତ ବ୍ୟକ୍ତି ଗୋଟିଏ ପରିବାରର ଚାରି ସନ୍ତାନଙ୍କୁ କୁରାଢୀରେ ନିର୍ମମ ହତ୍ୟା କରିଛି । ବୋରେଖେଡା ଗ୍ରାମର କ୍ଷେତରୁ ଚାରି ଶିଶୁଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଚାକିରି ସନ୍ଧାନରେ ମହତାବ ତାଙ୍କ ସ୍ତ୍ରୀ ସହ ଚାରି ସନ୍ତାନକୁ ଧରି ମଧ୍ୟପ୍ରଦେଶରୁ ମହାରାଷ୍ଟ୍ରର ଜଲଗାଁଓ ଆସିଥିଲେ । ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ରୁମଲୀ ବାଇ ଓ 12 ବର୍ଷର ଝିଅ ସଇତା, 11 ବର୍ଷର ରାଓ୍ବଲ୍‌, ଆଠ ବର୍ଷର ଅନୀଲ୍‌ ଓ ତିନି ବର୍ଷର ସୁମନ୍‌ ରହିଥିଲେ । ବାରଖେଡା ଗ୍ରାମର ମୁସ୍ତଫା ନାମକ ଜଣେ ବ୍ୟକ୍ତିଙ୍କ ଘରେ ମହତାବ ଚାଷ କାର୍ଯ୍ୟ କରୁଥିଲେ । ତେବେ ମାତା ପିତା ମଧ୍ୟପ୍ରଦେଶରେ ରହିଥିବାବେଳେ ଚାରି ସନ୍ତାନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମୁସ୍ତାଫାଙ୍କ କ୍ଷେତରୁ ଉଦ୍ଧାର କରାଯାଇଛି…

Read More

ନୂଆଦିଲ୍ଲୀ: ଏବେ ଆପଣଙ୍କ ଏଲ୍‌ପିଜି ସିଲିଣ୍ଡରର ହୋମ୍‌ ଡେଲିଭେରୀ ପ୍ରକ୍ରିୟାରେ ପରିବର୍ତ୍ତନ ଘଟିବ। ମିଳିଥିବା ସୂଚନା ଅନୁସାରେ, ଏବେ କେବଳ ଫୋନରେ ଅର୍ଡର ବୁକ୍ କରିବା ଦ୍ୱାରା ହିଁ ସିଲିଣ୍ଡର ଡେଲିଭରି ହେବନି। ଏଥିପାଇଁ ଭାରତୀୟ ତୈଳ କମ୍ପାନୀ ଏଲ୍‌ପିଜି ସିଲିଣ୍ଡରର ହୋମ୍‌ ଡେଲିଭରୀ ପ୍ରକ୍ରିୟାରେ କିଛି ପରିବର୍ତ୍ତନ କରୁଛନ୍ତି। ଘରୋଇ ସିଲିଣ୍ଡର ଚୋରୀକୁ ରୋକି ଉପଯୁକ୍ତ ଉପଭୋକ୍ତାଙ୍କ ନିକଟରେ ଗ୍ୟାସ୍‌ ପହଞ୍ଚାଇବା ଲକ୍ଷ୍ୟରେ ଗ୍ୟାସ୍‌ ସିଲିଣ୍ଡରର ହୋମ୍‌ ଡେଲିଭରୀ ପ୍ରକ୍ରିୟାରେ କିଛି ପରିବର୍ତ୍ତନ କରାଯାଇଛି। ତେବେ ଆସିବାକୁ ଥିବା ଏହି ନୂତନ ପ୍ରକ୍ରିୟାରେ ଏବେ କେବଳ ବୁକିଂ କରିବାରେ କାମ ଚଳିବନି। ତୈଳ କମ୍ପାନୀ ନୂଆ ସିଷ୍ଟମକୁ ଅଥଣ୍ଟିକେସନ୍ କୋଡ୍(ଡିଏସି) ସହିତ ଯୋଡିବାର ଯୋଜନା କରୁଛନ୍ତି। ଏଥିରେ ସିଲିଣ୍ଡର ବୁକିଂ କରିବା ନେଇ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବର ଉପରେ ଏକ କୋଡ୍ ଆସିବ। ଏହି କୋଡ୍ ସିଲିଣ୍ଡର ଡେଲିଭରି କରିବା ସମୟରେ ଡେଲିଭରି ବୟକୁ ଦେବାକୁ ହେବ। ଯେଉଁ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ତହସିଲରେ ବେଆଇନ ପଥର ମାଫିଆଙ୍କ ଉପରେ ତହସିଲ ପ୍ରଶାସନ ପକ୍ଷରୁ ଚଢ଼ାଉ ଜାରି ରହିଛି। ସତେ ଯେମିତି ଅଞ୍ଚଳରୁ ଖଣି ଓ ପଥର ମାଫିଆଙ୍କ ଚି଼ହ୍ନବର୍ଣ୍ଣ ଲିଭେଇବାର ଶପଥ ନେଇଛନ୍ତି ତହସିଲଦାର । ଆଜି ପୂର୍ବାହ୍ନରେ ଟାଙ୍ଗୀ ତହସିଲଦାର ଶ୍ରୀ ଅଶ୍ୱିନୀ ଦାସଙ୍କ ନେତୃତ୍ୱରେ ଏକ ପାଟ୍ରୋଲିଂ ଟିମ ଗଠନ ହୋଇ ଟାଙ୍ଗୀ ତହସିଲ ଅଧିନସ୍ଥ ଛଣଗିରି ଏବଂ ପାତ୍ରପଡ଼ା ଜଙ୍ଗଲ ମଧ୍ୟରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଉକ୍ତ ଦୁଇ ଅଞ୍ଚଳରୁ ଗୋଟାଏ ଟ୍ରକ, ଗୋଟାଏ ଜେ.ସି.ବି, ଦୁଇ ଗୋଟି ଟ୍ରାକ୍ଟର ଏବଂ ଚାରି ଗୋଟି ପାୱାର କଟର ମେସିନ ଜବତ କରିଛନ୍ତି ତହସିଲଦାର । ବାରମ୍ବାର ଟାଙ୍ଗୀ ତହସିଲ ଅଞ୍ଚଳରେ ବେଆଇନ ପଥର ଚାଲାଣ ହେଉଥିବାବେଳେ ବାରମ୍ବାର ଦୁର୍ବୃତ୍ତମାନଙ୍କ ଯୋଜନାକୁ ବିଫଳ କରୁଛି ଟାଙ୍ଗୀ ତହସିଲ । ଟାଙ୍ଗୀ ତହସିଲଦାରଙ୍କ ଏପରି କାର୍ଯ୍ୟାନୁଷ୍ଠାନକୁ ଦେଖି ପଥର ମାଫିଆଙ୍କ…

Read More

ଗୁଣୁପୁର : ପଥର ଖାଦାନରେ ବିସ୍ଫୋରଣ ଘଟି ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 6ଜଣ ଗୁରୁତର ହୋଇଛନ୍ତି । ତିନି ମୃତକଙ୍କ ମଧ୍ୟରେ 2 ଜଣ ମହିଳା ଶ୍ରମିକ ଥିବାର ସୂଚନା ରହିଛି । ଓକିଲଗୁଡାରେ ଥିବା ପଥର ଖାଦାନରେ ବିସ୍ଫୋରଣ ଘଟିଥିବାର ସୂଚନା ରହିଛି । ପଥର ଫୁଟାଇବାବେଳେ ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି । ବିସ୍ଫୋରଣ ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Read More

ଦୁବାଇ: କେକେଆର ଅଧିନାୟକ ପଦରୁ ଓହରିଛନ୍ତି ଦୀନେଶ କାର୍ତ୍ତିକ ।କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଦୀନେଶ କାର୍ତ୍ତିକ ଆଇପିଏଲ ମଧ୍ୟଭାଗରୁ ଅଧିନାୟକ ପଦରୁ ଓହରି ଯାଇଛନ୍ତି । କାର୍ତ୍ତିକ ଓହରିବା ସହିତ ଅଧିନାୟକ ଦାୟିତ୍ୱ ଇଓନ ମୋର୍ଗାନଙ୍କ ଉପରେ ନ୍ୟସ୍ତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଚଳିତ ସିଜିନରେ ଦୀନେଶ କାର୍ତ୍ତିକଙ୍କ ପ୍ରଦର୍ଶନ ଉତ୍ସାହ ଜନକ ରହିନଥିଲା । କେବଳ ହାଇଦ୍ରାବାଦ ବିପକ୍ଷ ମ୍ୟାଚକୁ ଛାଡିଲେ କାର୍ତ୍ତିକଙ୍କ ବ୍ୟାଟ୍‌ କିଛି କମାଲ୍‌ କରିପାରିନାହିଁ । ଆଜି ମୁମ୍ବାଇ ବିପକ୍ଷ ମ୍ୟାଚ ପୂର୍ବରୁ କାର୍ତ୍ତିକ ନିଜ ଦାୟିତ୍ୱରୁ ଓହରି ଯାଇଛନ୍ତି । କେକେଆର ପକ୍ଷରୁ ଏହି ଖବରକୁ ସ୍ପଷ୍ଟ କରାଯାଇଛି । ନିଜ ବ୍ୟାଟିଂ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବା ପାଇଁ କାର୍ତ୍ତିକ ନିଜ ପଦବୀରୁ ଅବ୍ୟାହତି ନେଇଥିବା ମଧ୍ୟ ସ୍ପଷ୍ଟ କରାଯାଇଛି । ଇଂଲଣ୍ଡର ବିଶ୍ୱକପ ବିଜୟୀ ଅଧିନାୟକ ଇଓନ ମୋର୍ଗାନ ଅବଶିଷ୍ଟ ମ୍ୟାଚରେ ଦଳର ନେତୃତ୍ୱ ନେବେ ।…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ର ପ୍ରତାପ ଗ୍ରାମ ଏବଂ ଶାଳିଆ ଡ୍ୟାମର ସୀମାବର୍ତୀ ଜଙ୍ଗଲ ଅଞ୍ଚଳରେ ପଡ଼ିରହିଛି ଏକ ଗଳିତ ଶବ । ଶବଟି ବହୁଦିନ ରୁ ପଡିଥିବାର ଅନୁମାନ କରାଯାଉଛି । ଶବଟି ଗଳିତ ଅବସ୍ଥାରେ ଥିବାରୁ ପରିଚୟ ଜଣାପଡ଼ୁନାହିଁ। ଆଜି ସକାଳେ ପ୍ରତାପ ଗ୍ରାମର କିଛି ଯୁବକ ମାନେ ଜଙ୍ଗଲ ରାସ୍ତା ଦେଇ ଗ୍ରାମକୁ ଫେରୁଥିବାବେଳେ ଜଙ୍ଗଲ ପାର୍ଶ୍ଵ ରୋଡ଼ରେ ଉକ୍ତ ଗଳିତ ଶବଟି ପଡିଥିବାର ଦେଖିବାକୁ ପାଇଥିଲେ। ଗ୍ରାମର କେତେକ ଯୁବକ ଏ ନେଇ ବାଣପୁର ପୋଲିସକୁ ସୂଚନା ଦେଇଥିବାର କହୁଥିବା ବେଳେ ବାଣପୁର ଆଇ.ଆଇ.ସି ଏହାକୁ ଖଣ୍ଡନ କରିବା ସହ ଏ ବିଷୟ ନେଇ ସେ କୌଣସି ଖବର ପାଇନଥିବା ପ୍ରକାଶ କରିଛନ୍ତି। ହେଲେ ବର୍ତ୍ତମାନ ଆମ ପ୍ରତିନିଧିଙ୍କଠାରୁ ଏ ଖବର ପାଇବା ପରେ ତଦନ୍ତ ପାଇଁ ବାଣପୁର ପୋଲିସ ଘଟଣାସ୍ଥଳକୁ ଯିବାପାଇଁ ସଜବାଜ ହେଉଥିବାର ସୂଚନା…

Read More

ନୂଆଦିଲ୍ଲୀ : ତାଇଓ୍ବାନ ରାଷ୍ଟ୍ରତି ସାଇ ଇଙ୍ଗ୍‌ ଓ୍ବାନ୍‌ ଭାରତୀୟ ଖାଦ୍ୟର ପ୍ରଶଂସା କରିଛନ୍ତି । ତାଇଓ୍ବାନ୍‌ ରାଷ୍ଟ୍ରପତି ଗୁରୁବାର ଏକ ଟୁଇଟ୍‌ ଜରିଆରେ ଭାରତୀୟ ଖାଦ୍ୟ ମଧ୍ୟରେ ନିଜର ପସନ୍ଦିତା ଖାଦ୍ୟ ସମ୍ପର୍କରେ ସୂଚନା ଦେବା ସହ କହିଛନ୍ତି ଯେ, ତାଇଓ୍ବାନର ଲୋକେ ମଧ୍ୟ ଭାରତୀୟ ବ୍ୟଞ୍ଜନକୁ ବହୁତ ପସନ୍ଦ କରିଥା’ନ୍ତି । https://twitter.com/iingwen/status/1316608930651402240?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1316608930651402240%7Ctwgr%5Eshare_3%2Ccontainerclick_1&ref_url=https%3A%2F%2Fwww.aajtak.in%2Fworld%2Fphoto%2Ftaiwan-president-tsai-ing-wen-tweets-about-indian-food-tlif-1146443-2020-10-16 ଚଣା ମସଲା ଓ ନାନା ଖାଇବାକୁ ପସନ୍ଦ କରନ୍ତି ବୋଲି କହିଛନ୍ତି ତାଇଓ୍ବାନ ରାଷ୍ଟ୍ରପତି ।  ଏହା ସହିତ ଭାରତୀୟ ଚା’କୁ ମଧ୍ୟ ମନେ ପକାଇଛନ୍ତି । ତାଇଓ୍ବାନ୍‌ରେ ମଧ୍ୟ କିଛି ଭାରତୀୟ ରେସ୍ତୋରାଁ ରହିଛି । ତାଇଓ୍ବାନ ବାସିନ୍ଦାମାନେ ଭାରତୀୟ ଖାଦ୍ୟକୁ ପସନ୍ଦ କରିଥା’ନ୍ତି । ସେ ଚଣା ମସଲା ନାନା ଖାଇଲେ ଭାରତ ଗସ୍ତ ସମ୍ପର୍କରେ ମନେ ପକାଇଥା’ନ୍ତି ବୋଲି କହିଛନ୍ତି ତାଇଓ୍ବାନ ରାଷ୍ଟ୍ରପତି । ଭାରତୀୟ ଖାଦ୍ୟ ଖାଇଲେ ବିବିଧତାପୂର୍ଣ୍ଣ ତଥା ରଙ୍ଗ ବେରଙ୍ଗ ଭାରତର ସ୍ମୃତି ସର୍ବଦା ତାଜା…

Read More

ଭୁବନେଶ୍ବର, ଓଡିଶାର ଦୁଇ ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଏଥିରେ ପ୍ରଥମରେ ନବୀନ ପଟ୍ଟନାୟକ ଏବଂ ଦ୍ବିତୀୟରେ ପ୍ରଣବ ପ୍ରକାଶ ଦାସଙ୍କ ନାମ ରହିଛି। ଏହାପରେ ଅନ୍ୟ ନେତାଙ୍କ ନାମ ରହିଛି। ସେହିପରି ବିଗତ ନିର୍ବାଚନଗୁଡିକରେ ଷ୍ଟାର ପ୍ରଚାରକ ଥିବା ଅଭିନେତା ଅନୁଭବ ମହାନ୍ତି ଏଥର ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡିଛନ୍ତି। ହେଲେ ଏଥର ଏହି ତାଲିକାରେ ପଶିଛନ୍ତି ଅନ୍ୟତମ ଅଭିନେତା ଅରିନ୍ଦମ ରାୟ। ଜାଣନ୍ତୁ ଏଥିରେ କିଏ କିଏ ଅଛନ୍ତି

Read More

ଭୁବନେଶ୍ବର, ଓଡିଶାର ଦୁଇଟି ଉପନିର୍ବାଚନ ପାଇଁ ବିଜେପି ତାହାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଏଥିରେ ରାଜ୍ୟର ବଛା ବଛା 30 ଜଣ ନେତା ଅଛନ୍ତି। ସେମାନଙ୍କ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ଅପରାଜିତା ଷଡଙ୍ଗୀ, ଜୁଏଲ ଓରାମ ପ୍ରମୁଖ ଅଛନ୍ତି। ଜାଣନ୍ତୁ ବିଜେପିର ସଂପର୍ଣ୍ଣ ଷ୍ଟାର ପ୍ରଚାରକଙ୍କ ନାମ

Read More

ନୂଆଦିଲ୍ଲୀ : କୋଭିଡ୍‌ ମୁକାବିଲାକୁ ନେଇ ପୂର୍ବତନ କଂଗ୍ରେସ ସଭାପତି ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଆଇଏମଏଫ୍ ପକ୍ଷରୁ ପ୍ରକାଶିତ ଅଭିବୃଦ୍ଧି ଚାର୍ଟକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ। ଭାରତୀୟ ଅଭିବୃଦ୍ଧି ହାର ଋଣାତ୍ମକ 10.3ରେ ରହିଥିବା ବେଳେ ସମସ୍ତ ପଡୋଶୀ ରାଷ୍ଟ୍ର ଏହାକୁ ପଛରେ ପକାଇଛନ୍ତି । ଏହି ଚାର୍ଟ ସେୟାର କରିବା ସହିତ କୋଭିଡ ମୁକାବିଲାରେ ବିଜେପି ସରକାର ପାକିସ୍ତାନ ଏବଂ ଆଫଗାନିସ୍ତାନ ଠାରୁ ମଧ୍ୟ ପଛରେ ରହିଛି ବୋଲି ରାହୁଲ କହିଛନ୍ତି । ବୁଧବାର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇବା ପରଠାରୁ ରାହୁଲ କ୍ରମାଗତ ଭାବେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଛଅ ବର୍ଷର ବିଜେପି ଶାସନରେ ଘୃଣାରେ ପରିପୂର୍ଣ୍ଣ ଜାତୀୟତାବାଦ ଛଡା ଦେଶକୁ ଆଉ କିଛି ମିଳିନାହିଁ ବୋଲି ରାହୁଲ ଟ୍ୱିଟ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଆଇଏମଏଫମର…

Read More

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ପୁଣି ଥରେ ଚର୍ଚ୍ଚାରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନବନିର୍ମିତ ବାଲୁଗାଁ ରେଳ ଓଭରବ୍ରିଜ। ବିଗତ ଥର ଆଲୋକୀକରଣର ଅଭାବ ଚର୍ଚ୍ଚାରେ ଥିଲାବେଳେ ବର୍ତ୍ତମାନ ଗାଈ ଗୋରୁଙ୍କ ଆଡ୍ଡାସ୍ଥଳୀ ଲାଗି ଚର୍ଚ୍ଚାରେ। ହଁ ଆଜ୍ଞା, ବାଲୁଗାଁ ରେଳ ଓଭରବ୍ରିଜ ସତେ ଯେମିତି ଏନ.ଏ.ସି  ପ୍ରଶାସନ ପାଇଁ ଅଲୋଡ଼ା। ବାଲୁଗାଁ ଏନ.ଏ.ସି ସମ୍ପୂର୍ଣ୍ଣ ଆଖି ବୁଜିଦେଇଛି ଏହାର ବିକାଶ ପ୍ରତି । ଓଭରବ୍ରିଜ କାର୍ଯ୍ୟକ୍ଷମ ହେବାର ଦଶ ମାସ ବିତିଯାଇଥିଲେ ମଧ୍ୟ ଅନ୍ଧକାରରେ ଯାତାୟାତ କରୁଛନ୍ତି ଯାତ୍ରୀମାନେ। ଏହାର ପ୍ରତିକାର ଏଯାବତ ହୋଇନଥିବାବେଳେ ଏବେ ଦେଖାଦେଇଛି ଆଉ ଏକ ସମସ୍ୟା। ବାଲୁଗାଁ ସହରର ବୁଲା ଗାଇଗୋରୁଙ୍କ ବର୍ତ୍ତମାନ ଆଡ୍ଡାସ୍ଥଳୀ ହେଉଛି ଉକ୍ତ ଓଭରବ୍ରିଜ । ଦିନ ରାତି ସଦାବେଳେ ଗାଈଗୋରୁମାନେ ବ୍ରିଜ ରେ ମଧ୍ୟ ରାସ୍ତାରେ ଆଡ୍ଡା ଜମାଇ ବସୁଛନ୍ତି। ଯାହାଫଳରେ ଛୋଟ ମୋଟ ଦୁର୍ଘଟଣା ନିତିଦିନ ଏହିଠାରେ ହେଉଛି । ଏଠି ବାଲୁଗାଁ ଏନ.ଏ.ସି ପ୍ରଶାସନର ପରିବାପଣିଆ…

Read More

କୋଲକାତା, ଆଦିଶକ୍ତି ମା ଦୁର୍ଗାଙ୍କୁ ପୂଜା କରିବାର ପବିତ୍ର ପର୍ବ ୧୭ ଅକ୍ଟୋବର ଶନିବାର ଠାରୁ ଆରମ୍ଭ ହେବ। ଯାହାକୁ କୁହାଯାଏ ନବରାତ୍ର ପୂଜା। ଏହା ସହିତ ଏହି ଦିନ ମଳମାସର ମଧ୍ୟ ସମାପ୍ତ ହେବ। ଏଥର ନବରାତ୍ର ପୂଜା ଏକ ଦୁର୍ଲଭ ସଂଯୋଗରୁ ଶୁଭାରମ୍ଭ ହେବ। ତେଣୁ ଗ୍ରହ ଦୃଷ୍ଟିକୋଣରୁ ଏଥର ଶାରଦୀୟ ନବରାତ୍ରୀ ପୂଜା ବେଶ୍ ଶୁଭ ଏବଂ କଲ୍ୟାଣଦାୟକ ହେବ। ଦେଶର ପ୍ରତିଷ୍ଠିତ ଜ୍ୟୋତିଷ ଗଣନା କରି ଏହା ପ୍ରକାଶ କରିଛନ୍ତି। ନବରାତ୍ରୀ ସମୟରେ ଭକ୍ତମାନେ ନଅ ଦିନ ଘରେ କିମ୍ବା ମନ୍ଦିରରେ ପୂଜା କରି ଦେବୀ ଭଗବତୀଙ୍କ ଆଶୀର୍ବାଦ ଗ୍ରହଣ କରିବେ। ୫୮ ବର୍ଷ ପରେ ଏଥର ନବରାତ୍ରରେ ହେଉଛି ଏକ ବିରଳ ସଂଯୋଗ ଜ୍ୟୋତିଶାଚାର୍ଯ୍ୟ ଧର୍ମଶ୍ରୀ ଶାସ୍ତ୍ରୀଙ୍କ ଅନୁଯାୟୀ, ଏଥର କେତେକ ଗ୍ରହ ଆଧାରରେ ନବରାତ୍ରରେ ବିଶେଷ ସମନ୍ୱୟ ସୃଷ୍ଟି ହେଉଛି। ତାହା ହେଉଛି, ଅକ୍ଟୋବର ୧୭ ତାରିଖରେ ୫୮ ବର୍ଷ ପରେ, ‘ଶନି…

Read More

ପାଟନା: ଦେଶରେ ଯଦିଓ କରୋନା ସଂକ୍ରମିତ ମାମଲା ଟିକେ କମିଛି । କିନ୍ତୁ କରୋନାର ପ୍ରଭାବ ଆଜ ବି ରହିଛି । କରୋନାରେ ଆଖି ବୁଜିଛନ୍ତି ବିହାର ସରକାରଙ୍କ ଜଣେ ମନ୍ତ୍ରୀ । କରୋନାର ଶିକାର ହୋଇ ଜେଡିୟୁର ଜଣେ ବରିଷ୍ଠ ନେତା ତଥା ପଞ୍ଚାୟତିରାଜ ମନ୍ତ୍ରୀ କପିଲ ଦେଓ କାମତ୍‌ଙ୍କ ଆଜି ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 69 ବର୍ଷ ବୟସ ହୋଇଥିଲା ।ଗତ କିଛି ଦିନ ତଳେ କପିଲ ଦେଓ କାମତ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାପରେ ପାଟନା ସ୍ଥିତ ଏମସରେ ତାଙ୍କର ଚିକିତ୍ସା ଚାଲିଥିଲା, ହେଲେ ଆଜି ତାଙ୍କର ମୃତ୍ୟୁ ହୋଇଛି । କପିଲ ଦେଓ କାମତଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶୋକ ପ୍ରକାଶ କରିବା ସହିତ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଘୋଷଣା କରାଯାଇଛି । କପିଲଙ୍କ ମୃତ୍ୟୁରେ ବିହାର…

Read More

ଭୁବନେଶ୍ୱର:  ହାଇକୋର୍ଟରେ କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି ।  ତାହା ହେଲା ମୂର୍ତ୍ତି ଉଚ୍ଚତା ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ହାଇକୋର୍ଟ ଏଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  ସମସ୍ତ ମୂର୍ତ୍ତିର ସୁରକ୍ଷା କାଏମ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ପୂର୍ବରୁ 9ଟି ମୂର୍ତ୍ତିର ଉଚ୍ଚତା ଅଧିକ ଥିବା ସିପି ରିପୋର୍ଟ ଦେଇଥିଲେ ।  ଅନ୍ୟପକ୍ଷରେ   ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ  କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ମାମଲା ପ୍ରସଙ୍ଗରେ ଗତ ଶୁକ୍ରବାର ରାଜ୍ୟ ସରକାର ହାଇକୋର୍ଟରେ 2ଟି ସତ୍ୟପାଠ  ଦାଖଲ କରିଥିଲେ । 4ଫୁଟ ମୂର୍ତ୍ତି ଉଚ୍ଚତାକୁ ବିରୋଧ କରି 5ଟି ମାମଲା ହାଇକୋର୍ଟରେ ଦାୟର ହୋଇଥିଲା ।  ବାଲୁବଜାର, ଫିରିଙ୍ଗି ପଜାର ଓ ତଳତେଲେଙ୍ଗା ବଜାର ପକ୍ଷରୁ ମାମଲା ଦାୟର ହୋଇଥିଲା । ପ୍ରକାଶ ଯେ, କରୋନା ସମୟରେ…

Read More