Author: Samikhsya Bureau

ଭୁବନେଶ୍ବର: ରାଜ୍ୟରେ ଆଜି 2 ହଜାର 275 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1318 ଜଣ ଚିହ୍ନଟ ହୋଇଥିବାବେଳେ 975 ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 56 ହଜାର 937 କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 2 ଲକ୍ଷ 30 ହଜାର 912 ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 25 ହଜାର 635 ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି 1040 ଜଣ। ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍‌ 2 ହଜାର 275 ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ…

Read More

ଭଦ୍ରକ : ପୋଲିସ ଇନଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କ କାର୍‌କୁ ପୋଡିଦେଲେ କୋଇଲା ମାଫିଆ । ପରିବିନ୍ଧା ମାରପୁର ଗାଁରେ ଘଟିଛି ଘଟଣା ।କୋଇଲା ମାଫିଆଙ୍କ ବିଷୟରେ ପୋଲିସକୁ ତଥ୍ୟ ଦେବାରୁ ଏକ ହ୍ୟୁଣ୍ଡାଇ କାର୍‌କୁ ଜାଳିଦେଇଛନ୍ତି କୋଇଲା ମାଫିଆ । ପେଟ୍ରୋଲ ପକାଇ କାର୍‌ ଜାଳିଦେଇଥିବା ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଛି । ଟ୍ରାକ୍‌ ପାର୍ଶ୍ବରୁ କୋଇଲା ଚୋରି ନେଇ ଆର୍‌ପିଏଫ୍‌କୁ ସୂଚନା ଦେବାରୁ ଆକ୍ରୋଶମୂଳକ ଭାବରେ କୋଇଲା ମାଫିଆମାନେ ଏଭଳି କାଣ୍ଡ ଘଟାଇଛନ୍ତି । ସୂଚନାଯୋଗ୍ୟ, ଧାମରା ରେଳପଥରେ କୋଇଲା ଟ୍ରେନ୍‌ ଯାଉଥିବାବେଳେ ଚଳନ୍ତା ଟ୍ରେନ୍‌ରୁ କୋଇଲା ଚୋରି କରି ମାଫିଆ ମାନେ ମାଲେମାଲ୍‌ ହେଉଛନ୍ତି । ଏହାକୁ ନେଇ ଆରପିଏଫ୍‌କୁ ସୂଚନା ଦିଆଯାଇଥିଲା । ଏହାପରେ କୋଇଲା ମାଫିଆମାନେ ରାଗ ରଖି ବ୍ୟକ୍ତିଙ୍କ କାର୍‌ ପୋଡି ଦେଇଛନ୍ତି ।

Read More

ଭୁବନେଶ୍ବର : ଆଜି ସକାଳ 6ଟା 30ରୁ 7ଟା 30 ମଧ୍ୟରେ ଉତ୍ତର ଆନ୍ଧ୍ର କାକିନଡା ନିକଟରେ ଗଭୀର ଅବପାତ ସ୍ଥଳ ଭାଗ ଛୁଇଁଥିବାବେଳେ ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି । ଭୁବନେଶ୍ବରରେ ମଧ୍ୟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିଛି। ଟୁଇନ୍‌ ସିଟିରେ 12ଟା 30 ଯାଏଁ ପ୍ରବଳ ବର୍ଷା ହେବା ଏନେଇ ସତର୍କ ରହବାକୁ ଆଞ୍ଚଳିକ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଏହି ସମୟରେ ଘଣ୍ଟା ପ୍ରତି 2/3 ସେମି ପର୍ଯ୍ୟନ୍ତ ବର୍ଷିବ । ରାସ୍ତା ଅଳ୍ପ ଦୃଶ୍ୟମାନ ହେବ, ଟ୍ରାଫିକ୍‌ ସମସ୍ୟା ଉପୁଜିପାରେ ବୋଲି ଏହି ସମୟରେ ଯେତେ ଦୂର ସମ୍ଭବ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

Read More

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିଛି। ପ୍ରାୟ ଦୁଇ ମାସ ପରେ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା 60 ହଜାରରୁ କମ୍‌ ରହିଛି। ଗତ24 ଘଣ୍ଟାରେ ସାରା ଦେଶରୁ 55 ହଜାର 342 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 706ଜଣ ମୃତ୍ୟୁବରଣ କରିଛନ୍ତି। ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 71ଲକ୍ଷ 75 ହଜାର 881କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ସର୍ବମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା 1 ଲକ୍ଷ 9 ହଜାର 856ରେ ପହଞ୍ଚିଛି। ଦେଶରେ ସୁସ୍ଥ ହାର କ୍ରମାଗତ ଭାବରେ ବଢି ଚାଲିଛି। ଏବେସୁଦ୍ଧା ଦେଶରେ 62 ଲକ୍ଷ 27 ହଜାର 296ଜଣ ସୁସ୍ଥ ହୋଇଥିବାବେଳେ 8 ଲକ୍ଷ 38 ହଜାର 729ଟି ସକ୍ରିୟ ମାମଲା ରହିଛି।

Read More

ୱାସିଂଟନ, ଆମେରିକାର ପ୍ରତିଷ୍ଠିତ ଔଷଧ କଂପାନୀ ଜନସନ ଆଣ୍ଡ ଜନସନ ତାହାର କୋଭିଡ19 ଟିକା ପରୀକ୍ଷାରୁ ଓହରି ଯାଇଛି। କଂପାନୀ ତରଫରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, କୋଭିଡ ଟିକା ପରୀକ୍ଷଣରକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ପୂର୍ବରୁ ଫେଜ-3ରେ ଯେଉଁ ମାନବ ପରୀକ୍ଷା କରାଯାଇଥିଲା ସେଥିରେ କିଛି ଅସୁବିଧା ସୃଷ୍ଟି ହୋଇଛି। କେତେକଙ୍କ ଶରୀରରେ ଏହା ପାର୍ଶ୍ବ ପ୍ରତିକ୍ରିୟା ପରିଲକ୍ଷିତ ହୋଇଛି। ସେଥିପାଇଁ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ବୋଲି କଂପାନୀ କହିଛି। ତେବେ ମାନବ ପରୀକ୍ଷା ବେଳେ ସେମାନଙ୍କ ଶରୀରରେ କଣ ସମସ୍ୟା ସୃଷ୍ଟି ହେଲା ସେ ନେଇ କଂପାନୀ ତରଫରୁ କୌଣସି ସ୍ପଷ୍ଟିକରଣ ଦିଆଯାଇ ନାହିଁ।

Read More

ଭୁବନେଶ୍ବର : ଉତ୍ତର ଆନ୍ଧ୍ର କାକିନଡା ନିକଟରେ ଗଭୀର ଅବପାତ ଅତିକ୍ରମ କରିଛି। ବଙ୍ଗୋପସାଗରରେ ଥିବା କେନ୍ଦ୍ରୀୟ ଅବପାତ ଘଣ୍ଟାପ୍ରତି ୧୭କିମି ବେଗରେ ଗତି କରୁଛି । ଆଜି ସକାଳ 6ଟା 30ରୁ 7ଟା 30 ମଧ୍ୟରେସ୍ଥଳ ଭାଗ ଛୁଇଁଥିବାବେଳେ ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି । ।ସେଠାରେ ପବନର ବେଗ ଘଣ୍ଟା ପ୍ରତି 55ରୁ 65କିଲୋମିଟର ରହିଥିବା ଜଣାଯାଇଛି। ସେହିପରି ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର 5ଟି ଜିଲ୍ଲାର ପ୍ରବଳ ବର୍ଷା ହେବ । ନବରଙ୍ଗପୁର, ଗଜପତି, ରାୟଗଡା, କୋରାପୁଟ ଓ ଗଞ୍ଜାମରେ ବର୍ଷା ହେବ । ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ ବୋଲି ଆଇଏମ୍‌ଡି ଡିଜି ସୂଚନା ଦେଇଛନ୍ତି । ଦ୍ବିପ୍ରହର ସୁଦ୍ଧା ଗଭୀର ଅବପାତର ପ୍ରଭାବ କମିଯିବ ବୋଲି ସୂଚନା ଦେଇଛନ୍ତି । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ 500 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଲଘୁଚାପ ପ୍ରଭାବରେ ଗଜପତି…

Read More

ବାଲେଶ୍ବର, ଗତକାଲି ବିଜେଡି ବାଲେଶ୍ବର ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ପରେ ଜିଲ୍ଲା କର୍ମିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମୁଖ୍ୟତଃ ପୂର୍ବତନ ସାଂସଦ ରବିନ୍ଦ୍ର ଜେନାଙ୍କ ସମର୍ଥକମାନେ ହୋ ହାଲ୍ଲା କରିଛନ୍ତି। ତୃଣମୂଳ ସ୍ତରର କର୍ମିମାନେ ସ୍ବରୂପ ଦାସଙ୍କ ପ୍ରାର୍ଥୀତ୍ବକୁ ଗ୍ରହଣ କରିବାକୁ ନାରାଜ। କର୍ମିମାନେ ଆଶା କରିଥିଲେ ଯେ ରବିନ୍ଦ୍ର ଜେନାଙ୍କୁ ଟିକେଟ ନ ମିଳିଲେ ମଧ୍ୟ ତାଙ୍କ ଧର୍ମପତ୍ନୀଙ୍କୁ ମିଳିବ। ହେଲେ ତାହା ମଧ୍ୟ ହେଲା ନାହିଁ। ଫଳରେ ଏମାନେ ଅସନ୍ତୋଷ ଜାହିର କରିବା ସହ ଧମକ ଦେଇଛନ୍ତି। ବିଜେଡି ଏହି ପ୍ରାର୍ଥୀତ୍ବକୁ ନେଇ ପୁନଃବିଚାର ନ କଲେ ଦଳ ପାଇଁ ଆଉ କାମ କରିବେ ନାହିଁ ବୋଲି କର୍ମମାନେ ଚେତାବନୀ ଦେଇଛନ୍ତି।

Read More

ଖୋର୍ଦ୍ଧା, କୋଭିଡ19 ମହାମାରୀ ପରିସ୍ଥିତିରେ, ଯଦିଓ ସୀମିତ ଯାତ୍ରୀବାହୀ ଟ୍ରେନ୍ ସେବା ଅଛି କିନ୍ତୁ ସାମଗ୍ରୀ ଟ୍ରେନ୍ ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନର ଶୃଙ୍ଖଳା ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଦ୍ୱାରା ଜାରି ରହିଛି। ଗତ 10 ତାରିଖରେ, ଏହି ମଣ୍ଡଳ 100 ଗୁଡସ୍ ରେକ୍ ଅର୍ଥାତ୍ 5516 ୱାଗନ୍ ମାଲ୍ କୋଇଲା, ଲୁହାପଥର, ସାର, ଷ୍ଟିଲ୍, ସ୍ଲାଗ୍, ଚୂନ ପଥର ଇତ୍ୟାଦି ଦେଶର ବିଭିନ୍ନ ସ୍ଥାନକୁ ପରିବହନ କରାଯାଇଛି। ଏହା ଅକ୍ଟୋବର 2020 ରେ ମଣ୍ଡଳ ଦ୍ୱାରା କରାଯାଇଥିବା ସର୍ବୋତ୍ତମ ଲୋଡିଂ ମଧ୍ୟରୁ ଏହା ଅନ୍ୟତମ। 100 ଟି ଗୁଡସ୍ ରେକ୍ ମଧ୍ୟରୁ 38 ରେକ୍ ଅର୍ଥାତ୍ 2084 ୱାଗନ୍ ତାଳଚେର ଠାରୁ, 23 ଟି ରେକ୍ ଅର୍ଥାତ୍ 1200 ୱାଗନ୍ ପାରାଦୀପରୁ ଏବଂ 39 ଟି ରେକ୍ ଅର୍ଥାତ୍ 2232 ୱାଗନ୍ ଧାମରା, ଧାନମଣ୍ଡଳ, ଦୈତାରି, ଗୁଆଲଡିହ, ଛତ୍ରପୁର, ପ୍ରଜନପୁର, ମେରା ମଣ୍ଡଳୀ ଏବଂ…

Read More

ନୂଆଦିଲ୍ଲୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟଗୁଡିକ ପାଇଁ ସ୍ବତନ୍ତ୍ର ପ୍ୟାକେଜ ବ୍ୟବସ୍ଥା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ସୁଧମୁକ୍ତ ୫୦ ବର୍ଷିଆ ଋଣ ପ୍ରଦାନ ଯୋଜନା ରାଜ୍ୟମାନଙ୍କ ପାଇଁ ପ୍ରବର୍ତ୍ତନ କରିବାକୁ ଯାଉଛନ୍ତି। ଏଥିରେ ମୋଟ ୧୨୦୦୦ କୋଟି ଟଙ୍କା ରାଜ୍ୟମାନଙ୍କୁ ଯୋଗାଇ ଦିଆଯିବ । ଏହି ଋଣ ପ୍ରଦାନକୁ  ୩ଟି ଭାଗରେ ବିଭକ୍ତ କରାଯାଇଛି ୧: ପଚାଶ ବର୍ଷିଆ ସୁଧମୁକ୍ତ ସ୍ୱତନ୍ତ୍ର ଋଣ ସହାୟତା ଯୋଜନାରେ ୮ଟି ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ପ୍ରତ୍ୟେକ ୨୦୦ କୋଟି ଟଙ୍କା ଲେଖାଏଁ ଋଣ ପାଇବେ । ଏ ବାବଦରେ ଏହି ୮ ରାଜ୍ୟକୁ ୧୬୦୦ କୋଟି ଟଙ୍କା ଯୋଗାଇ ଦିଆଯିବ । ସେହିଭଳି ପାହାଡିଆ ରାଜ୍ୟ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ପ୍ରତ୍ୟେକ ୪୫୦ କୋଟି ଟଙ୍କା ଲେଖାଏଁ ମୋଟ ୯୦୦ କୋଟି ଟଙ୍କା ପାଇବେ। ୨: ଏହି ଯୋଜନାରେ ଅବଶିଷ୍ଟ ରାଜ୍ୟଗୁଡିକୁ ପଞ୍ଚଦଶ ଅର୍ଥ…

Read More

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ  ମଧ୍ୟ ଓଡ଼ିଶାରେ ଦୁଇଟି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବାଲେଶ୍ୱର ପାଇଁ ମମତା କୁଣ୍ଡୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବେଳେ ତିର୍ତ୍ତୋଲ ପାଇଁ ହିମାଂଶୁ ଭୂଷଣ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି। ପୂର୍ବରୁ ବାଲେଶ୍ବର ପାଇଁ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକଙ୍କ ପୁତ୍ରଙ୍କୁ ପ୍ରାର୍ଥୀ କରାଯିବ ବୋଲି କଳ୍ପନାଜଳ୍ପନା କରାଯାଇଥିଲା। ନିକଟରେ କଂଗ୍ରେସ ପ୍ରଭାରୀ ଓଡିଶା ଆସି ଏହି ଦୁଇ ଉପନିର୍ବାଚନ ପାଇଁ ନେତାମାନଙ୍କ ସହିତ ଆଲୋଚନା କରିଥିଲେ।

Read More

ପାଟନା, ବିହାର ହେବାକୁ ଥିବା ବିଧାନସଭା ନିର୍ବାଚରେ ଏଥର 52 ହଜାର ଭୋଟର ପୋଷ୍ଟାଲ ଭୋଟ ଦେବେ ବୋଲି ସ୍ବୀକୃତ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟ ମତଦାନରେ ଏମାନେ ପୋଷ୍ଟାଲ ଭୋଟ ପାଇଁ ରାଜି ହୋଇଛନ୍ତି ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି। ବର୍ତ୍ତମାନ କରୋନା ସଂକ୍ରାମଣ ସମୟରେ ନିର୍ବାଚନ କମିଶନରଙ୍କ ପକ୍ଷରୁ ବରିଷ୍ଠ ଭୋଟରଙ୍କ ଏକ ତାଲିକା କରାଯାଇଥିଲା। ସେହି ତାଲିକା ହିସାବରେ ସେମାନଙ୍କୁ ଯୋଗାଯୋଗ କରାଯାଇଥିଲା। ସେମାନେ ଘରେ ରହି ପୋଷ୍ଟାଲ ଭୋଟ ଦେବେ ବୋଲି ରାଜି ହୋଇଛନ୍ତି। ବରିଷ୍ଠ ନାଗରିକଙ୍କ ସହିତ ଭିନ୍ନକ୍ଷମ ଭୋଟରଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ବୁଥଗୁଡିକରେ କିପରି ଭଡ ନ ହେବ ସେଥିପାଇଁ ନିର୍ବାଚନ କମିଶନରଙ୍କ ତରଫରୁ ପଦକ୍ଷେପ ନିଆଯାଇଛି।

Read More

ହାଇଦ୍ରାବାଦ : ବଲିଉଡ ଅଭିନେତ୍ରୀ ଅଦିତି ରାଓ ହାଇଦରୀ ଏକ ଦ୍ୱିଭାଷୀ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଉଭୟ ତେଲୁଗୁ ଏବଂ ତାମିଲ ଭାଷାରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମରେ ଅଦିତି ଅଭିନୟ କରୁଥିବା ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହି ଫିଲ୍ମରେ ଅଦିତିଙ୍କ ବିପକ୍ଷରେ ସର୍ବାନନ୍ଦ ଏବଂ ସିଦ୍ଧାର୍ଥ ନାରାୟଣନ ଅଭିନୟ କରିବେ ବୋଲି ଜଣାପଡିଛି । ଆର ଏକ୍ସ 100 ଫିଲ୍ମର ନିର୍ଦ୍ଦେଶକ ଅଜୟ ଭୂପତି ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ତେବେ ଉଭୟ ଅଭିନେତା ଏକତ୍ର ନଜର ଆସିବେ କି ତେଲୁଗୁ ଭାଷାରେ ସର୍ବାନନ୍ଦ ଏବଂ ତାମିଲ ଭାଷାରେ ସିଦ୍ଧାର୍ଥ ନଜର ଆସିବେ ତାହା ସ୍ପଷ୍ଟ ହୋଇନାହିଁ । ପୂର୍ବରୁ ଅଦିତି ଏକାଧିକ ତାମିଲ ଫିଲ୍ମରେ ନଜର ଆସିଥିବା ବେଳେ ନିକଟରେ ରିଲିଜ ହୋଇଥିବା ତେଲୁଗୁ ଫିଲ୍ମ ଭିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଦିତି ।

Read More

ଭୁବନେଶ୍ୱର : କୋଭିଡ-୧୯ ମହାମାରୀର ଭୟାବହ ପରିସ୍ଥିତି ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ଅନେକ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି । ୟୁନିସେଫ୍‌ର ସହଭାଗିତାରେ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ନିୟମିତ ଭାବରେ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ରକ୍ଷା କରିବା ନେଇ ସଚେତନତା କାର୍ଯ୍ୟକ୍ରମ ରେଡିଓ ମାଧ୍ୟମରେ ପରିବେଷଣ କରିଆସୁଛି । ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ସର୍ବେ ଭବନ୍ତୁ ସୁଖିନଃ” ଜରିଆରେ ଏହି କମ୍ୟୁନିଟି ରେଡିଓ ପକ୍ଷରୁ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ବିଶେଷଜ୍ଞ ଓ ଡାକ୍ତରମାନଙ୍କୁ ନେଇ ଆଲୋଚନା କାର୍ଯ୍ୟକ୍ରମ ମାଧ୍ୟମରେ କରୋନା ଭାଇରସ ସଂକ୍ରମଣ ଓ ଏଥିରୁ କିଭଳି ଦୂରେଇ ରହିବାକୁ ହେବ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି । ସୋଆର ଅନେକ ଗବେଷକ ମଧ୍ୟ ଶ୍ରୋତାମାନଙ୍କୁ ଏହି…

Read More

ଭୁବନେଶ୍ବର : ତୀବ୍ର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହା ବିଶାଖାପାଟଣାରୁ ଦକ୍ଷିଣ- ଦକ୍ଷିଣ ପୂର୍ବ 250 କିମି ଦୂରରେ ରହିଛି । କାଲି ସକାଳେ କାକିନାଡା ପାଖରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଅତିକ୍ରମ ବେଳେ ପବନର ବେଗ 55ରୁ 60 କିମି ରହିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମାଲକାନଗିରି, ନବରଙ୍ଗପୁର, ରାୟଗଡା, ଗଜପତି, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଗଞ୍ଜାମରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । 13 ତାରିଖ ଯାଏଁ ସମୁଦ୍ର ଅଶାନ୍ତ ରହିବ । ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ  ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଲଘୁଚାପ ପ୍ରଭାବରେ କଟକ ଓ ଭୁବନେଶ୍ବରରେ ବି ଆଜି ଓ କାଲି ସ୍ବଳ୍ପରୁ ମଧ୍ୟମ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ…

Read More

ଭୁବନେଶ୍ବର, ବିଜେଡି ଉପନିର୍ବାଚନ ପାଇଁ ତାହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦୁଇ ଉପନିର୍ବାଚନରେ ତିର୍ତ୍ତୋଲ ପ୍ରାର୍ଥଙ୍କୁ ନେଇ କାହାରି କିଛି କହିବାର ନାହିଁ। କାରଣ ତାହା ସମସ୍ତେ ଆଶା କରୁଥିଲେ ଯେ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରାଯିବ। ଯଦି ପୂର୍ବ ଉପନିର୍ବାଚନଗୁଡିକୁ ଦୃଷ୍ଟିରେ ନେଲେ ସ୍ପଷ୍ଟ ହୋଇଛି ଯେ, ବିଜେଡି ପରଲୋକଗତ ବିଧାୟକଙ୍କ ସଂପର୍କୀୟଙ୍କୁ ପ୍ରାର୍ଥୀ କରିଛି। ଆଉ ଜିତିଛି ମଧ୍ୟ। ସେହି ହିସାବରେ ବିଜୟ ଶଙ୍କରଙ୍କୁ ପ୍ରାର୍ଥୀ ନ କରି ବିଜେଡିର ଉପାୟ ନ ଥିଲା। ହେଲେ ସମସ୍ତଙ୍କର ନଜର ଥିଲା ବାଲେଶ୍ବର ଆସନ ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରିବ। କାରଣ ଏହି ଉପନିର୍ବାଚନ ପାଇଁ ଦୀର୍ଘଦିନ ଧରି ପୂର୍ବତନ ସାଂସଦ ରବି ଜେନା ଏବଂ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କ ମଧ୍ୟରେ ଛକା ପଞ୍ଚା ଚାଲିଥିଲା। ଉଭୟ ପ୍ରାର୍ଥୀ ହେବେ ବୋଲି କୁଆଡେ ଉପର ମହଲରେ ଦାବୀ କରୁଥିଲେ।…

Read More

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 2716ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 271କରୋନା ଆକ୍ରାନ୍ତଙ୍କ ମଧ୍ୟରେ 68 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 203 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି । ରସୁଲଗଡ଼ରୁ 10 ଜଣ, ବରମୁଣ୍ଡା ଓ ଆଇଆରସି ଭିଲେଜରୁ 8ଜଣ ରହିଥିବାବେଳେ ନୟାପଲ୍ଲୀରୁ 9ଜଣ ସୁନ୍ଦରପଦାରୁ 6ଜଣ,ପାତ୍ରପଡ଼ାରୁ 7ଜଣ ରହିଛନ୍ତି । ସେହିପରି ଆଜି 313 ଜଣ ସୁସ୍ଥ ହୋଇଛନ୍ତି । ନୂତନ 271ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 25 ହଜାର 735ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 22 ହଜାର 210ଜଣ ସୁସ୍ଥ ହୋଇଥିବାବେଳେ 119ଜଣଙ୍କର ମୃତ୍ୟୁ ହୋଇଛି । ଭୁବନଶ୍ବର ମହାନଗରରେ ଏବେବି 3 ହଜାର 385ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । https://twitter.com/bmcbbsr/status/1315599232460451841?s=20

Read More

ଜଗତସିଂହପୁର : ତିର୍ତ୍ତୋଲ ଉପନିର୍ବାଚନ ନେଇ ରାଜନୈତିକ ମହଲ ସରଗରମ ରହିଛି। ଆଜି ବିଜେଡିରେ ଯୋଗଦେଲେ ରମାକାନ୍ତ ଭୋଇ। ଦଳ ଅଣଦେଖା କରୁଥିବା ଅଭିଯୋଗ କରି ଗତ 6ତାରିଖରେ ବିଜେପି ଛାଡିଥିଲେ। ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ରମାକାନ୍ତ ଭୋଇ। 2019 ସାଧାରଣ ନିର୍ବାଚନରେ ସେ ତିର୍ତ୍ତୋଲ ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ । ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ବିଜେପିରୁ ସେ ଦୁଇଥର ବିଧାୟକ ପ୍ରାର୍ଥୀ ହୋଇଥିଲେ। ତେବେ ଦଳ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ ଆଣି ସେ ଦଳ ଛାଡିଥିଲେ ବୋଲି ସୂଚନା ମିଳିଥିଲା ।

Read More

ଭୁବନେଶ୍ବର : ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ବିଶିଷ୍ଟ ରାଜନୀତିଜ୍ଞ, ସାହିତ୍ୟିକ ଓ ସ୍ତମ୍ଭକାର ଶରତ କୁମାର କରଙ୍କ ସୋମବାର ଦିନ ପରଲୋକ ହୋଇଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ 81 ବର୍ଷରେ ଦେହାନ୍ତ ହୋଇଥିବାର ସୂଚନା ଦେଇଛନ୍ତି ଶରତଙ୍କ ପୁଅ ସୁମନ କର । ବିଧାନସଭା ବାଚସ୍ପତି ସହ ଏକାଧିକ ଥର ମନ୍ତ୍ରୀ ଥିଲେ ଶରତ କର । 1939 ମସିହା ସେପ୍ଟେମ୍ବର ମାସ 5ତାରିଖରେ ଜନ୍ମଗ୍ରହଣ କରିଥିବା ଶରତ କର  ଓଡ଼ିଶା ରାଜନୀତିର ବିଜୁ ଜନତା ଦଳ, ଉତ୍କଳ କଂଗ୍ରେସ ଓ ଜନତା ଦଳ ଆଦି ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନସଭାକୁ ୩ ଥର ନିର୍ବାଚିତ ହୋଇଥିବା ବେଳେ 1971 ମସିହାରେ ବିଶ୍ୱନାଥ ଦାସଙ୍କ ମନ୍ତ୍ରିମଣ୍ଡଳରେ ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ଥିଲେ। 1977 ମସିହାରେ ଜନତା ପାର୍ଟି ଟିକେଟରେ କଟକ ଲୋକସଭା ଆସନରୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ପରାଜିତ…

Read More

କରୌଲୀ : ରାଜସ୍ଥାନର କରୌଲୀରେ ପୂଜକ ହତ୍ୟା ମାମଲାରେ ପୋଲିସ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏହା ସହିତ ପୋଲିସ ସମୁଦାୟ 2ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ପୋଲିସର 6ଟି ଟିମ ପକ୍ଷରୁ ଅନୁସନ୍ଧାନ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ଦିଲଖୁସ ମୀନା ଓରଫ ଧିଲ୍ଲୁ । ଅଭିଯୁ୍କ୍ତ ଧିଲ୍ଲୁ ବୁକନା ଗ୍ରାମରେ ରହିଥିବା ଦେବୋତ୍ତର ସମ୍ପତ୍ତିକୁ ହାତେଇବାକୁ ଚେଷ୍ଟା କରିଥିଲେ । ପୂଜକ ଜଣକ ଏହାକୁ ବିରୋଧ କରିବାରୁ ତାଙ୍କୁ ନିଆଁ ଲଗାଇ ହତ୍ୟା କରିଥିଲେ ଦୁର୍ବୃର୍ତ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ଏସଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୂଜକଙ୍କୁ ହତ୍ୟା ପ୍ରତିବାଦରେ ଆନେ୍ଦାଳନ ତୀବ୍ର ହେବାରୁ  ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ସିବିସିଆଇଡିକୁ ହସ୍ତାନ୍ତର କରାଯାଇଥିଲା । ଏହା ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ସହିତ 10…

Read More

ନୂଆଦିଲ୍ଲୀ :2020 ମସିହା ପାଇଁ ଅର୍ଥନୀତିରେ ନୋବେଲ୍‌ ପୁରସ୍କାର ଘୋଷଣା କରାଯାଇଛି । ନୋବେଲ କମିଟି ପକ୍ଷରୁ ଆଜି ଅର୍ଥନୀତିରେ ନୋବେଲ ପୁରସ୍କାର ବିଜୟୀଙ୍କ ନାମ ଘୋଷଣା କରାଯାଇଛି । ଦୁଇ ଅର୍ଥନୀତିଜ୍ଞ ପଲ ଅର ମିଲଗ୍ରମ ଏବଂ ରବର୍ଟ ବି ୱିଲସନଙ୍କ ନାମ ସୋମବାର ଦିନ ଘୋଷଣା କରାଯାଇଛି । ନିଲାମୀକୁ ନେଇ ରହିଥିବା ନିୟମରେ ପରିବର୍ତ୍ତନ ଏବଂ ନୂତନ ନିଲାମୀ ପ୍ରକ୍ରିୟା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଟ୍ୱିଟ୍ଟର ଜରିଆରେ ଦୁଇ ଅର୍ଥନୀତିଜ୍ଞଙ୍କ ନାମ ଘୋଷଣା କରାଯାଇଛି । ସେରିଜସ ରିକ୍ସବ୍ୟାଙ୍କ ପକ୍ଷରୁ ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ଏହି ପୁରସ୍କାର 1969 ଠାରୁ ପ୍ରଦାନ କରାଯାଉଛି । 1969ରୁ 2019 ମଧ୍ୟରେ 51 ଥର ଏହି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ 84 ଜଣ ଅର୍ଥନୀତିଜ୍ଞଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । 2019ରେ ଅଭିଜିତ ବାନାର୍ଜୀ ଏବଂ ଏସ୍ଥର ଡଫଲୋଙ୍କୁ ନୋବେଲ ପୁରସ୍କାର ପ୍ରଦାନ…

Read More

ଚେନ୍ନାଇ :  ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଛନ୍ତି ଖୁସୁବୁ ସୁନ୍ଦର । ସୋମବାର କଂଗ୍ରେସେରୁ ଇସ୍ତଫା ଦେବା ସହିତ ବିଜେପିରେ ଯୋଗ ଦେଇଛନ୍ତି ଖୁସବୁ । ଅଭିନେତ୍ରୀରୁ ରାଜନେତା ବନିଥିବା ଖୁସୁବୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ତାମିଲନାଡୁ ରାଜ୍ୟ ସଭାପତି ଏଲ ମୁରୁଗନ ଏବଂ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ । ଖୁସବୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିବା ପରେ କଂଗ୍ରେସ ପକ୍ଷରୁ ରାଷ୍ଟ୍ରୀୟ ମୁଖପାତ୍ର ପଦରୁ ତାଙ୍କୁ ହଟାଯାଇଥିଲା । ଦଳର କିଛି ଶୀର୍ଷସ୍ତରୀୟ ନେତା ଏକଛତ୍ରବାଦ ଚଳାଇଥିବା ନେଇ ଖୁସବୁ ନିଜର ଇସ୍ତଫାପତ୍ରରେ ଉଲ୍ଲେଖ କରିଥିଲେ । ତଳସ୍ତରର ବାସ୍ତବତାକୁ ଉପଲବ୍ଧି ନକରି ନିଷ୍ପତ୍ତି ଗ୍ରହଣ କରାଯାଉଥିବା ପ୍ରତିବାଦରେ ଖୁସବୁ ଦଳ ଛାଡିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଖୁସୁବୁ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ…

Read More