ବାଣପୁର ପ୍ରତାପ ନିକଟସ୍ଥ ଶାଳିଆ ଡ୍ୟାମ ଜଙ୍ଗଲ ପାର୍ଶ୍ୱରେ ପଡି ରହିଛି ଗଳିତ ଶବ

Published: Oct 16, 2020, 3:38 pm IST
polling officer found dead

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ର ପ୍ରତାପ ଗ୍ରାମ ଏବଂ ଶାଳିଆ ଡ୍ୟାମର ସୀମାବର୍ତୀ ଜଙ୍ଗଲ ଅଞ୍ଚଳରେ ପଡ଼ିରହିଛି ଏକ ଗଳିତ ଶବ । ଶବଟି ବହୁଦିନ ରୁ ପଡିଥିବାର ଅନୁମାନ କରାଯାଉଛି । ଶବଟି ଗଳିତ ଅବସ୍ଥାରେ ଥିବାରୁ ପରିଚୟ ଜଣାପଡ଼ୁନାହିଁ।

ଆଜି ସକାଳେ ପ୍ରତାପ ଗ୍ରାମର କିଛି ଯୁବକ ମାନେ ଜଙ୍ଗଲ ରାସ୍ତା ଦେଇ ଗ୍ରାମକୁ ଫେରୁଥିବାବେଳେ ଜଙ୍ଗଲ ପାର୍ଶ୍ଵ ରୋଡ଼ରେ ଉକ୍ତ ଗଳିତ ଶବଟି ପଡିଥିବାର ଦେଖିବାକୁ ପାଇଥିଲେ। ଗ୍ରାମର କେତେକ ଯୁବକ ଏ ନେଇ ବାଣପୁର ପୋଲିସକୁ ସୂଚନା ଦେଇଥିବାର କହୁଥିବା ବେଳେ ବାଣପୁର ଆଇ.ଆଇ.ସି ଏହାକୁ ଖଣ୍ଡନ କରିବା ସହ ଏ ବିଷୟ ନେଇ ସେ କୌଣସି ଖବର ପାଇନଥିବା ପ୍ରକାଶ କରିଛନ୍ତି। ହେଲେ ବର୍ତ୍ତମାନ ଆମ ପ୍ରତିନିଧିଙ୍କଠାରୁ ଏ ଖବର ପାଇବା ପରେ ତଦନ୍ତ ପାଇଁ ବାଣପୁର ପୋଲିସ ଘଟଣାସ୍ଥଳକୁ ଯିବାପାଇଁ ସଜବାଜ ହେଉଥିବାର ସୂଚନା ମିଳିଛି। ଗଳିତ ଶବ ପାଖରେ ପାଣିବୋତଲ ଓ ଚପଲ ପଡିଥିବାର ଦେଖାଯାଇଛି ।

Related posts